--:--:--
-- ---
Srishti News

Web News

ପାଲଲହଡ଼ାରେ କଂଗ୍ରେସର ସାଙ୍ଗଠନିକ ବୈଠକ, ନିର୍ବାଚନୀ ରଣନୀତି ଉପରେ ଆଲୋଚନା
Jul 11, 2026•72 views

ପାଲଲହଡ଼ାରେ କଂଗ୍ରେସର ସାଙ୍ଗଠନିକ ବୈଠକ, ନିର୍ବାଚନୀ ରଣନୀତି ଉପରେ ଆଲୋଚନା

ପାଲଲହଡ଼ା: ପାଲଲହଡ଼ା ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ସହ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତି ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଛି। ଏହି ବୈଠକରେ ଯୁବ କଂଗ୍ରେସ ନେତା ସୁବ୍ରତ ଗଡ଼ନାୟକ ଏବଂ ପାଲଲହଡ଼ା ବ୍ଲକ କଂଗ୍ରେସ ସଭାପତି ସରୋଜ କୁମାର ସାହୁଙ୍କ ସହ ପାଲଲହଡ଼ା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ। ବୈଠକରେ ତୃଣମୂଳ ସ୍ତରରେ ସଂଗଠନକୁ ଅଧିକ ସୁଦୃଢ଼ କରିବା, ଜନସାଧାରଣଙ୍କ ନିକଟରେ ଦଳର କାର୍ଯ୍ୟକ୍ରମ ପହଞ୍ଚାଇବା ଏବଂ ଆଗାମୀ ନିର୍ବାଚନରେ କଂଗ୍ରେସର ସଫଳତା ପାଇଁ ବିଭିନ୍ନ ରଣନୀତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ବରିଷ୍ଠ ନେତାମାନେ ନିଜ ମତାମତ ଓ ପରାମର୍ଶ ରଖିଥିବା ବେଳେ, ସମସ୍ତ କର୍ମୀ ଏକଜୁଟ ହୋଇ ସଂଗଠନକୁ ଆହୁରି ସଶକ୍ତ କରିବା ସହ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ କାର୍ଯ୍ୟ କରିବାକୁ ସଂକଳ୍ପ ବ୍ୟକ୍ତ କରିଥିଲେ। ବୈଠକରେ ପାଲଲହଡ଼ା ଅଞ୍ଚଳର ବିକାଶ ଓ ସାଧାରଣ ଲୋକଙ୍କ ସ୍ୱାର୍ଥ ସମ୍ବନ୍ଧୀୟ ବିଭିନ୍ନ ପ୍ରସଙ୍ଗ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଚୀନରେ ଏଭିସି ଅଣ୍ଡର-୧୮ ଭଲିବଲ୍: ଭାରତୀୟ ଦଳରେ ଢେଙ୍କାନାଳର ସୌମ୍ୟରଞ୍ଜନ
Jul 11, 2026•75 views

ଚୀନରେ ଏଭିସି ଅଣ୍ଡର-୧୮ ଭଲିବଲ୍: ଭାରତୀୟ ଦଳରେ ଢେଙ୍କାନାଳର ସୌମ୍ୟରଞ୍ଜନ

ମେରାମଣ୍ଡଳୀ: ଚୀନରେ ଆରମ୍ଭ ହେଉଥିବା ଏଭିସି ବଏଜ୍ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳରେ ଢେଙ୍କାନାଳ ଜିଲ୍ଲା ଶିବପୁର ପଞ୍ଚାୟତର ପ୍ରତିଭାବାନ ଖେଳାଳି ସୌମ୍ୟରଞ୍ଜନ ସାମଲ ସ୍ଥାନ ପାଇଛନ୍ତି। ଟାଟା ଷ୍ଟିଲ୍ ଫାଉଣ୍ଡେସନର ପାଇକପୁରୁଣାକୋଟ ଭଲିବଲ୍ କୋଚିଂ ସେଣ୍ଟରରୁ ପ୍ରଶିକ୍ଷଣ ନେଇଥିବା ସୌମ୍ୟଙ୍କ ଏହି ସଫଳତା ଓଡ଼ିଶା ପାଇଁ ଗର୍ବର ବିଷୟ। ପୂର୍ବତନ ରାଜ୍ୟସ୍ତରୀୟ ଖେଳାଳି ପ୍ରଶାନ୍ତ ସାମଲଙ୍କ ପ୍ରେରଣାରେ ସେ ଭଲିବଲ୍ ଖେଳ ଆରମ୍ଭ କରିଥିଲେ। ପ୍ରତିଦିନ ପ୍ରାୟ ୪୦ କି.ମି. ସାଇକେଲ ଚଳାଇ ଅଭ୍ୟାସ କରୁଥିବା ସୌମ୍ୟ ୨୦୨୫ରେ ଏସ୍‌ଏଆଇ ନ୍ୟାସନାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ସ୍ଥାନ ପାଇଥିଲେ। ଜାତୀୟ କୋଚିଂ କ୍ୟାମ୍ପରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ସେ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ଭାରତୀୟ ଜର୍ସି ପିନ୍ଧିବା ନିଜ ଜୀବନର ଗର୍ବର ମୁହୂର୍ତ୍ତ ବୋଲି ସୌମ୍ୟ କହିଥିବାବେଳେ, ଟାଟା ଷ୍ଟିଲ୍ ଫାଉଣ୍ଡେସନର କୋଚ୍ ଆଶୁତୋଷ ପାତ୍ର ଏହାକୁ ତାଙ୍କର କଠିନ ପରିଶ୍ରମ ଓ ଶୃଙ୍ଖଳାର ଫଳ ବୋଲି କହିଛନ୍ତି। ଓଡ଼ିଶା ଭଲିବଲ୍ ଆସୋସିଏସନ୍ ସଭାପତି ପ୍ରଫେସର ଡ. ଅଚ୍ୟୁତ ସାମନ୍ତ ମଧ୍ୟ ସୌମ୍ୟ ଏବଂ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Retired Teachers Felicitated at Jayabahal for Their Outstanding Contribution to Education
Jul 11, 2026•113 views

Retired Teachers Felicitated at Jayabahal for Their Outstanding Contribution to Education

Boden, July 11:l A heartfelt retirement felicitation ceremony was held at the premises of Jayabahal Fully Aided Upper Primary School under Rokal Gram Panchayat in Boden Block of Nuapada district to honour retired teachers from fully aided upper primary schools across the district for their dedicated service to the field of education. The programme was presided over by senior teacher Chandrasekhar Meher, who described teaching as not merely a profession but a noble mission of nation-building and social transformation. In his address, he praised the retired teachers for their decades of dedication, commitment, and invaluable service in shaping the lives of thousands of students. On the occasion, Pankaj Kumar Patra, Bijay Joshi, Bijay Sahu, Srikant Khamari, and Abhaya Padhi were felicitated with shawls, bouquets, mementoes, and certificates of honour in recognition of their distinguished contributions to education. Fellow teachers shared fond memories of the retirees’ professional journey, highlighting their role in strengthening school education, mentoring students, and contributing to the overall development of their institutions. The retired teachers also reflected on their years of service and encouraged young educators to uphold sincerity, honesty, and compassion while serving students. The programme began with a welcome address by Bhaktadhan Meher, who greeted the guests, teachers, and participants. Speakers on the occasion emphasized that the influence of a good teacher extends far beyond the classroom and plays a vital role in shaping society. They noted that the contribution of retired teachers would continue to inspire future generations. The ceremony concluded with a vote of thanks by Suresh Bag, who expressed gratitude to all guests, teachers, and supporters for making the event a success. The function witnessed the participation of a large number of teachers from across Nuapada district, who extended their best wishes to the retired educators for a healthy, happy, and fulfilling post-retirement life.

Nuapada (ନୂଆପଡ଼ା) • Report : Kashyap Jagat

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ
Jul 11, 2026•109 views

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରକ୍ତ ଭଣ୍ଡାରରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ

ସୁରକ୍ଷାକର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି; ଥାନାରେ ଲିଖିତ ଅଭିଯୋଗ, ତଦନ୍ତ ଆରମ୍ଭ ଖୋର୍ଦ୍ଧା, ୧୧ ଜୁଲାଇ: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ରକ୍ତ ଭଣ୍ଡାରରେ ଜଣେ ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ସହ ନିୟୋଜିତ ସୁରକ୍ଷାକର୍ମୀ ଦୁର୍ବ୍ୟବହାର କରିଥିବା ଅଭିଯୋଗକୁ ନେଇ ଶନିବାର ଚର୍ଚ୍ଚା ସୃଷ୍ଟି ହୋଇଛି। ଏହି ଘଟଣାକୁ ନେଇ ସ୍ୱେଚ୍ଛାକୃତ ରକ୍ତଦାତା ମହଲରେ ଅସନ୍ତୋଷ ପ୍ରକାଶ ପାଇଥିବାବେଳେ, ଅଭିଯୁକ୍ତ ସୁରକ୍ଷାକର୍ମୀଙ୍କ ବିରୋଧରେ ଉପଯୁକ୍ତ ପଦକ୍ଷେପ ନେବାକୁ ଦାବି ଉଠିଛି। ଅଭିଯୋଗ ଅନୁଯାୟୀ, ଖୋର୍ଦ୍ଧାର ନିୟମିତ ସ୍ୱେଚ୍ଛାକୃତ ରକ୍ତଦାତା ତଥା ସାମ୍ବାଦିକ ଦିଲ୍ଲୀପ କୁମାର ପଟ୍ଟନାୟକ ଜଣେ ପ୍ରସୂତୀଙ୍କ ପାଇଁ ଜରୁରୀ ରକ୍ତର ଆବଶ୍ୟକତା ଥିବା ଖବର ପାଇ ଶନିବାର ସ୍ୱଇଚ୍ଛାରେ ରକ୍ତଦାନ କରିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥିତ ରକ୍ତଭଣ୍ଡାରକୁ ଯାଇଥିଲେ। ସେହି ସମୟରେ ତରବରିଆ ଭାବେ ଭିତରକୁ ପ୍ରବେଶ କରୁଥିବାବେଳେ ଅନ୍ୟମନସ୍କତା କାରଣରୁ ସେ ଜୋତା ଖୋଲିବାକୁ ଭୁଲିଯାଇଥିଲେ। ଏହାକୁ ନେଇ ସେଠାରେ ନିୟୋଜିତ ସୁରକ୍ଷାକର୍ମୀ ତାଙ୍କୁ ଅଟକାଇବା ସହ କଥିତ ଭାବେ ଅସଦାଚରଣ କରିଥିଲେ ଏବଂ ତାଙ୍କ ସହ ଅପମାନଜନକ ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଅଭିଯୋଗକାରୀଙ୍କ କହିବା ଅନୁସାରେ, ସୁରକ୍ଷାକର୍ମୀଙ୍କ ବ୍ୟବହାର ଏପରି ଥିଲା ଯେପରି ସେ ଜଣେ ଅସାମାଜିକ ବ୍ୟକ୍ତି। ରକ୍ତଦାନ ଭଳି ଏକ ମାନବିକ ଓ ମହତ୍ କାର୍ଯ୍ୟରେ ସ୍ୱଇଚ୍ଛାରେ ସହଯୋଗ କରିବାକୁ ଯାଇଥିବା ଜଣେ ରକ୍ତଦାତାଙ୍କ ସହ ଏଭଳି ବ୍ୟବହାର ଅତ୍ୟନ୍ତ ଦୁଃଖଦ ଏବଂ ନିନ୍ଦନୀୟ ବୋଲି ସେ କହିଛନ୍ତି। ଘଟଣା ପରେ ଶ୍ରୀ ପଟ୍ଟନାୟକ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧୀକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ଏହା ସହିତ ଖୋର୍ଦ୍ଧା ଆଦର୍ଶ ଥାନାରେ ମଧ୍ୟ ସେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ଅଭିଯୋଗ ପାଇବା ପରେ ପୁଲିସ ସମ୍ପୃକ୍ତ ସୁରକ୍ଷାକର୍ମୀଙ୍କୁ ଥାନାକୁ ଆଣି ପଚରାଉଚରା କରିଥିବା ସହ ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ପୁଲିସ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଜାରି ରଖିଛି। ଏହିଘଟଣା ପରେ ସ୍ୱେଚ୍ଛାକୃତ ରକ୍ତଦାତାଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ସେମାନଙ୍କ ମତରେ, ରକ୍ତଭଣ୍ଡାରକୁ ପ୍ରତିଦିନ ଅନେକ ସ୍ୱେଚ୍ଛାକୃତ ରକ୍ତଦାତା ଜୀବନ ବଞ୍ଚାଇବାର ଉଦ୍ଦେଶ୍ୟରେ ଆସିଥାନ୍ତି। ଏପରି ସମୟରେ ସେମାନଙ୍କ ସହ ମର୍ଯ୍ୟାଦାପୂର୍ଣ୍ଣ, ସୌଜନ୍ୟମୂଳକ ଓ ମାନବିକ ବ୍ୟବହାର କରାଯିବା ଉଚିତ। ଯଦି କୌଣସି ନିୟମ ଉଲ୍ଲଂଘନ ହୁଏ, ତେବେ ତାହାକୁ ଭଦ୍ର ଓ ଶାଳୀନ ଭାବରେ ବୁଝାଇ କୁହାଯାଇପାରେ। କିନ୍ତୁ ଦୁର୍ବ୍ୟବହାର କିମ୍ବା ଅପମାନଜନକ ଆଚରଣ କେବଳ ଜଣେ ରକ୍ତଦାତାଙ୍କୁ ନୁହେଁ, ବରଂ ସମଗ୍ର ସ୍ୱେଚ୍ଛାକୃତ ରକ୍ତଦାନ ଆନ୍ଦୋଳନକୁ ନିରୁତ୍ସାହିତ କରିପାରେ। ସମ୍ପୃକ୍ତ ରକ୍ତଦାତା କହିଛନ୍ତି ଯେ, ଭବିଷ୍ୟତରେ ଯେପରି ଏଭଳି ଘଟଣାର ପୁନରାବୃତ୍ତି ନ ହୁଏ ଏବଂ ରକ୍ତଦାନ ପାଇଁ ଆସୁଥିବା ପ୍ରତ୍ୟେକ ସ୍ୱେଚ୍ଛାକୃତ ରକ୍ତଦାତାଙ୍କୁ ସମ୍ମାନ ଓ ସୌଜନ୍ୟର ସହ ବ୍ୟବହାର କରାଯାଏ, ସେଥିପାଇଁ ଜିଲ୍ଲା ସ୍ୱାସ୍ଥ୍ୟ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଘଟଣାର ନିରପେକ୍ଷ ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଆବଶ୍ୟକୀୟ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

One Dot Ball, One Tree: Maa Bangosian Cricket Committee’s Green Initiative Inspires Through the Spirit of Cricket
Jul 11, 2026•106 views

One Dot Ball, One Tree: Maa Bangosian Cricket Committee’s Green Initiative Inspires Through the Spirit of Cricket

Sinapali, July 11 Sports are not just about winning and losing—they also have the power to inspire positive social change. Proving this once again, the Maa Bangosian Cricket Committee of Nilji in Nuapada district has won widespread appreciation for its unique initiative that combined cricket with environmental conservation. During the cricket tournament held from January 20 to February 1, 2026, the committee made a remarkable commitment: for every dot ball bowled in the semifinal and final matches, one tree would be planted. What began as a symbolic pledge has now been successfully transformed into meaningful action. A total of 119 dot balls were recorded across the two matches, and in fulfillment of the committee’s promise, 119 saplings have been planted. The tree plantation drive was successfully carried out with the active participation of committee members and local youth, reflecting their shared commitment to protecting the environment. This initiative is not only a commendable step toward environmental conservation but also a powerful message encouraging young people to embrace social responsibility and care for nature. By linking every dot ball with a tree, the committee has demonstrated how sporting events can become platforms for sustainable and community-driven action. The committee stated that it will continue organizing similar public welfare initiatives in the future, using sports as a medium to promote environmental awareness, social responsibility, and community development. Indeed, “One Dot Ball, One Tree” is much more than a slogan—it is a visionary movement that transforms every dot ball on the cricket field into a symbol of hope for a greener tomorrow. The initiative stands as an inspiring example for sports organizations and communities across the region.

Nuapada (ନୂଆପଡ଼ା) • By Malaya Meher

ଗୋପାଳପୁର ଆଶ୍ରମ ଵିଦ୍ୟାଳୟରେ ବନ ମହୋତ୍ସବ ପାଳିତ
Jul 11, 2026•50 views

ଗୋପାଳପୁର ଆଶ୍ରମ ଵିଦ୍ୟାଳୟରେ ବନ ମହୋତ୍ସବ ପାଳିତ

ବରଗଡ ଜିଲ୍ଲା ଭଟଲି ବ୍ଲକ ଅନ୍ତର୍ଗତ ଗୋପାଳପୁର ସ୍ଥିତ ଆଶ୍ରମ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳିତ ହୋଇଯାଇଛି।ପ୍ରଧାନ ଶିକ୍ଷକ ଉଚ୍ଛବ ଭୁଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଇକୋ କ୍ଲବ୍ ମାଷ୍ଟର ଟ୍ରେନର ତଥା ଜୁନିଅର୍ ରେଡକ୍ରସ କାଉନସେଲର ସଞ୍ଜୟ ଖମାରୀ ଯୋଗ ଦେଇ ବୃକ୍ଷ ରୋପଣର ଆବଶ୍ୟକତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ଦେଇଥିଲେ। ମୁଖ୍ୟ ବକ୍ତା ଭାବରେ ଭଟଲି ବନପାଳ କଂଗ୍ରେସ ସୁନା,ସମ୍ମାନିତ ଅତିଥିରୂପେ ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଅନନ୍ତ ସାହୁ ଯୋଗ ଦେଇଥିଲେ।ଗତ ବାର୍ଷିକ ପରୀକ୍ଷାରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିବା କୃତୀ ଛାତ୍ରଛାତ୍ରୀମାନଙ୍କୁ ଫଳ ଚାରା ପ୍ରଦାନ କରାଯାଇଥିଲା।କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ରାଜୀବ ସାହୁ, ଶିକ୍ଷୟିତ୍ରୀ ଦୀପ୍ତି ତ୍ରିପାଠୀ,ମମତା ସାହୁ, ପଞ୍ଚମୀ ନାଏକ,ସାବିତ୍ରୀ ସା,ମାନସୀ ଷଣ୍ଢ, ଜୟନ୍ତୀ ମୁନା, ସାବିତ୍ରୀ ଭୁଏ, ସାବିତ୍ରୀ ବାଡା,ସବିତା ବାଗ ସହଯୋଗ କରିଥିଲେ।ଶିକ୍ଷକ ଅଷ୍ଟମନ୍ୟୁ ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିବାବେଳେ ଶିକ୍ଷକ ଦିଲ୍ଲୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।ଅତିଥିବୃନ୍ଦ,ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ଓ ଇକୋ କ୍ଲବର ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରିୟ ଅଂଶଗ୍ରହଣ କରି ଚାରା ରୋପଣ କରିଥିଲେ।

Bargarh (ବରଗଡ଼) • ରିପୋର୍ଟ : ସିଧେଶ୍ୱର ବରିହା, ଭଟଲି

ଧାମନଗରରେ ସାପ କାମୁଡ଼ାରେ ଆଶା କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
Jul 11, 2026•192 views

ଧାମନଗରରେ ସାପ କାମୁଡ଼ାରେ ଆଶା କର୍ମୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା, କ୍ଷତିପୂରଣ ଓ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି

ଭଦ୍ରକ ଜିଲ୍ଲା ଧାମନଗର ବିଜ୍ଞାପିତ ଅଞ୍ଚଳର ୫ ନମ୍ବର ୱାର୍ଡର ଆଶା କର୍ମୀ ଲୀଳାବତୀ ଗୋଛାୟତଙ୍କ ମୃତ୍ୟୁକୁ ନେଇ ଧାମନଗରରେ ଉତ୍ତେଜନା ଦେଖାଦେଇଛି। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ରାତି ପ୍ରାୟ ୧୧ଟା ସମୟରେ ଘରେ ଶୋଇଥିବା ବେଳେ ତାଙ୍କୁ ସାପ କାମୁଡ଼ିଥିଲା। ସେ ତୁରନ୍ତ ନିଜ ଝିଅକୁ ଡାକିଥିଲେ ଏବଂ ପରିବାର ଲୋକେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଅଭିଯୋଗ ଅନୁସାରେ, ସେଠାରେ ଡାକ୍ତର ମଧୁଶ୍ରୀ ସାହୁ ଚିକିତ୍ସା କରି ଏହାକୁ ଗ୍ୟାସ ସମସ୍ୟା ବୋଲି କହିଥିଲେ। ପରିବାର ପକ୍ଷରୁ ବାରମ୍ବାର ସାପ କାମୁଡ଼ିଥିବା କଥା କୁହାଯାଇଥିଲେ ମଧ୍ୟ ତାହାକୁ ଗୁରୁତ୍ୱ ଦିଆଯାଇନଥିବା ଏବଂ ରୋଗୀଙ୍କୁ ଘରକୁ ପଠାଇ ଦିଆଯାଇଥିବା ଅଭିଯୋଗ ହୋଇଛି। ଘରକୁ ଫେରିବାର ପ୍ରାୟ ୩୦ ମିନିଟ୍ ପରେ ଲୀଳାବତୀଙ୍କ ବାନ୍ତି ହୋଇଥିଲା। ପରେ ତାଙ୍କୁ ପୁଣି ଧାମନଗର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ତାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ଏବଂ ପରବର୍ତ୍ତୀ ସମୟରେ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଶବ ବ୍ୟବଚ୍ଛେଦ ପରେ ମୃତଦେହ ପରିବାରକୁ ହସ୍ତାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ଆଶା କର୍ମୀ ଓ ଗ୍ରାମବାସୀମାନେ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ମୃତଦେହ ରଖି ପ୍ରାୟ ତିନି ଘଣ୍ଟା ଧରି ଧାରଣା ଦେଇଥିଲେ। ଖବର ପାଇ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିଲା। ଆନ୍ଦୋଳନକାରୀମାନେ ସେମାନଙ୍କ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଧାରଣାରୁ ଉଠିବେ ନାହିଁ ବୋଲି କହିଥିଲେ। ସେମାନଙ୍କର ପ୍ରମୁଖ ଦାବି ହେଉଛି ମୃତକଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ, ତାଙ୍କ ଝିଅଙ୍କୁ ସରକାରୀ ଚାକିରି ଏବଂ ଅଭିଯୋଗର ସଠିକ୍ ତଦନ୍ତ କରି ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଡମଶାଳ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ପଦ୍ମ ଚରଣ ଅଧ୍ୟକ୍ଷ , ପାନ ହେମ୍ବ୍ରମ ଉପାଧ୍ୟକ୍ଷା
Jul 11, 2026•78 views

ଡମଶାଳ ଉଚ୍ଚ ବିଦ୍ୟାଳୟ ପରିଚାଳନା କମିଟି ଗଠିତ ପଦ୍ମ ଚରଣ ଅଧ୍ୟକ୍ଷ , ପାନ ହେମ୍ବ୍ରମ ଉପାଧ୍ୟକ୍ଷା

ଭୁବନ ୧୧.୭- ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ବିଭାଗ ଅଧୀନରେ ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଓଡ଼ିଶ ପଞ୍ଚାୟତର ଡମଶାଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ପରିଚାଳନା କମିଟି ଗଠନ ହୋଇଯାଇଛି । ପ୍ରଧାନଶିକ୍ଷକ ପ୍ରସନ୍ନ କୁମାର ସେଠୀ ଙ୍କ ଅଧୟକ୍ଷତାରେ ଅଭିଭାବକ ମାନଙ୍କର ଏକ ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା । ସେଥି ମଧ୍ୟରୁ ୧୫ ଜଣଙ୍କୁ କମିଟି ସଭ୍ୟ/ସଭ୍ୟା ଭାବେ ଚୟନ କରାଯାଇଥିଲା । ପରେ ୯ ଜଣ ସଭ୍ୟ/ସଭ୍ୟା ଙ୍କ ସମର୍ଥନରେ ପଦ୍ମ ଚରଣ ନାଏକ ପରିଚାଳନା କମିଟି ଅଧ୍ୟକ୍ଷ ଏବଂ ପାନ ହେମ୍ବ୍ରମ ଉପାଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ହାକିମ ସୋରେନ,ରଞ୍ଜନ ସାହୁ, ମଦନ ମହାନ୍ତ,ଦମୟନ୍ତୀ ମୁଣ୍ଡା,ସୁଚିସ୍ମିତା ଷଣ୍ଢ,ଚନ୍ଦ୍ରାବତୀ ସୋରେନ,ଅପରାଜିତା ଷଣ୍ଢ,ନମିତା ପାତ୍ର,ଜୟନ୍ତୀ ମୁର୍ମୁ,ଧର୍ମେନ୍ଦ୍ର ଷଣ୍ଢ,ଶ୍ରୀକାନ୍ତ କୁମାର ପାତ୍ର, ମଲି ହାଁସଦା,ଲିଲି ମହାନ୍ତ ପରିଚାଳନା କମିଟି ସଦସ୍ୟ ଭାବେ ଚୟନ ହୋଇଛନ୍ତି ।

Dhenkanal (ଢେଙ୍କାନାଳ) • ରିପୋର୍ଟ : ସୁଶାନ୍ତ କୁମାର ପୋଥାଳ

ଜିଲ୍ଲାସ୍ତରୀୟ ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ପ୍ରତିଯୋଗିତା
Jul 11, 2026•48 views

ଜିଲ୍ଲାସ୍ତରୀୟ ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ପ୍ରତିଯୋଗିତା

ଯାଜପୁର - ଯାଜପୁର ଟାଉନ ନିକଟସ୍ଥ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ଜିଲ୍ଲା ସ୍ତରୀୟ ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ଓଡ଼ିଆ ସାହିତ୍ୟ ସମ୍ପର୍କିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୦ ଟି ବ୍ଲକରୁ ୪୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ତନ୍ମମଧ୍ୟରୁ କନିଷ୍ଠ ବର୍ଗରେ ଓଡ଼ିଆ ପ୍ରବନ୍ଧରେ ଅବଦଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମଳୟ କୁମାର ମିଶ୍ର ଓଡ଼ିଆ ବକ୍ତୃତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଉତ୍ତରକୁଳର ଛାତ୍ରୀ ଦିବ୍ୟାଂଶୀ ବାରିକ, କବିତା ଆବୃତ୍ତିରେ ଗରିଆପୁର ୟୁ ଜି ଏମ ଇ ସ୍କୁଲର ଛାତ୍ରୀ ପ୍ରତୀକ୍ଷା ଦାସ , ସାଧାରଣ ଜ୍ଞାନରେ ଅରେଇ ପ୍ରକଳ୍ପ ୟୁ ପି ସ୍କୁଲର ଛାତ୍ରୀ ବିରାଜିତା କର ଏବଂ ବରିଷ୍ଠ ବିଭାଗର ଓଡ଼ିଆ ପ୍ରବନ୍ଧରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁରର ଛାତ୍ରୀ ମୋନାଲିସା ବେହେରା, ଓଡ଼ିଆ ବକ୍ତୃତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଦାନଗଦିର ଛାତ୍ରୀ ସୁଶ୍ରୀଲେନା ବିଶ୍ୱାଳ, କବିତା ଆବୃତ୍ତିରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଦାନଗଦିର ଛାତ୍ରୀ ସ୍ୱସ୍ତିକା ରାଉତ ଏବଂ ସାଧାରଣ ଜ୍ଞାନରେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁର ଛାତ୍ରୀ ଲଷ୍ମୀପ୍ରିୟା ମହାରଣା ପ୍ରତ୍ୟେକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଉକ୍ତ ଛାତ୍ରଛାତ୍ରୀମାନେ ଆସନ୍ତା ତା ୧୨.୦୭. ୨୦୨୬ (କନିଷ୍ଠ ବର୍ଗ) ଓ ୧୯.୦୭.୨୦୨୬ (ବରିଷ୍ଠ ବର୍ଗ) ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l ପ୍ରତିଯୋଗିତା ଆରମ୍ଭରୁ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସେଠିଙ୍କ ପୌରହିତରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଯାଜପୁର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ତଥା ସଂସ୍କୃତ ବିଶାରଦ ପଣ୍ଡିତ ଭୂପତି ଭୂଷଣ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦାନ କରି ପ୍ରତଯୋଗୀତାକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ରୂପେ ବିରଜା ପଣ୍ଡିତ ମଣ୍ଡଳୀର ସଦସ୍ୟ ଡ଼. ଜ୍ଞାନରଞ୍ଜନ ପତି, ଅବସରପ୍ରାପ୍ତ ପ୍ରଧ୍ୟାପକ ଦାମୋଦର ବେହେରା, ଉପସ୍ଥିତ ଥିଲେ l ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ତଥା ଜିଲ୍ଲା ସଂଯୋଜକ କୁମାରସେନ ସେନାପତିଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା l ବିଚାରକ ରୂପେ ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଅବସରଗ୍ରହଣ କରିସାରିଥିବା ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଲେଙ୍କା, ଡ଼. ଗିରିଶ ଚନ୍ଦ୍ର ମିଶ୍ର, ବିରଞ୍ଚି ନାରାୟଣ ଧଳ, ନିରୁପମା ମହାନ୍ତି , ଗୋପାଳ କୃଷ୍ଣ ରାୟ, ଅଧ୍ୟାପକ ଶ୍ରୀହରି ଧଳ ସାହିତ୍ୟ ଏକାଡେମୀର ସଦସ୍ୟା ସଂଯୁକ୍ତା ମହାପାତ୍ର ଆଦି ଯୋଗଦାନ କରିଥିଲେ l ପ୍ରତିଯୋଗିତାର ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକକଙ୍କ ସହ ବରିଷ୍ଠ ଶିକ୍ଷକ ପ୍ରତାପ ମିଶ୍ର, ପୂଜା ଉପାଧ୍ୟାୟ, ଲଷ୍ମୀ ପରିଡା ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ l

Jajpur (ଯାଜପୁର) • ରିପୋର୍ଟ - ନିରୋଜ କୁମାର ସେଠୀ

ଜୁନାଗଡ଼ ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଭଇଁରିଗୁଡ଼ା ରେ ଚୋରି
Jul 11, 2026•78 views

ଜୁନାଗଡ଼ ବ୍ଲକ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ, ଭଇଁରିଗୁଡ଼ା ରେ ଚୋରି

କଳାହାଣ୍ଡି - ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡ଼ା ଗ୍ରାମର ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେ ଗତ ରାତିରେ ଏକ ବଡ଼ ଧରଣର ଚୋରି ହୋଇ ଅଛି। କିଛି କେତେ ଦିନ ହେବ କଳାହାଣ୍ଡି ର ବିଭିନ୍ନ ସ୍ଥାନରେ ଡକାୟତି,ଚୋରି ହେଉଥିବା ନଜର କୁ ଆସିଛି। ଆଜି ସକାଳେ ବିଦ୍ୟାଳୟ କୁ ପହଞ୍ଚିବା ସମୟରେ ଶିକ୍ଷକ ଓ ଅଣଶିକ୍ଷକ ମାନେ ଦେଖିବାକୁ ପାଇଲେ ଯେ ଅଫିସ ର କବାଟ ଭାଙ୍ଗି ବିଦ୍ୟାଳୟରେ ଥିବା ପ୍ରାୟ କୋଡିଏ ହଜାର ଟଙ୍କା ଓ ଚାରିଗୋଟି କମ୍ପ୍ୟୁଟର ଚୋରି ହୋଇ ଅଛି। ଜୁନାଗଡ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଅଧିକାରୀ ଓ ସନ୍ଧାନୀ କୁକୁର ସହାୟତାରେ ତଦନ୍ତ ଆରମ୍ଭ କରିଛନ୍ତି। ଚୋର ଙ୍କୁ କଠୋର ଦଣ୍ଡ ଦେବାକୁ ସାଧାରଣରେ ଦାବି ହୋଇଛି।

Kalahandi (କଳାହାଣ୍ଡି) • ରିପୋର୍ଟ - ଦେବରାଜ ବାଣୁଆ ଜୁନାଗଡ

ଲଙ୍କା ଖେତର କୂଅରୁ ମିଳିଲା ଯୁବକଙ୍କ ମୃତଦେହ, ଅଞ୍ଚଳରେ ଚାଞ୍ଚଲ୍ୟ
Jul 11, 2026•67 views

ଲଙ୍କା ଖେତର କୂଅରୁ ମିଳିଲା ଯୁବକଙ୍କ ମୃତଦେହ, ଅଞ୍ଚଳରେ ଚାଞ୍ଚଲ୍ୟ

ବରଗଡ଼/ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅର୍ଜୁଣ୍ଡା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଚାଷୀଙ୍କ ଲଙ୍କା ଖେତରେ ଥିବା କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ଗାଁର ୨୫ ବର୍ଷୀୟ ଯୁବକ ମନୋଜ ସାହୁ (ବୁଲୁ)ଙ୍କର ବୋଲି ପରିବାର ଲୋକେ ପୋଲିସ ସହାୟତାରେ ଚିହ୍ନଟ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ବୁଲୁ ଗତ ୯ ତାରିଖରୁ ନିଖୋଜ ଥିଲେ। ଆଜି କୂଅ ଭିତରେ ଭାସୁଥିବା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସୋହେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ କଣ ଏବଂ ଏହା ପଛରେ କୌଣସି ଅପରାଧିକ ଦିଗ ରହିଛି କି ନାହିଁ, ସେନେଇ ପୋଲିସ ସମସ୍ତ ଦିଗରୁ ତଦନ୍ତ କରୁଛି। ଘଟଣା ପରେ ଅର୍ଜୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ, ପୋଲିସର ତଦନ୍ତ ରିପୋର୍ଟକୁ ସମସ୍ତଙ୍କ ଅପେକ୍ଷା ରହିଛି।

Bargarh (ବରଗଡ଼) • ରିପୋର୍ଟ : ତରଣୀ ପଟେଲ

ବେପାରୁଆ ମନୋବୃତ୍ତିରେ ଖଲ୍ଲିକୋଟ ମର୍ଦ୍ଦରାଜ କଲ୍ୟାଣ  ମଣ୍ଡପ
Jul 11, 2026•112 views

ବେପାରୁଆ ମନୋବୃତ୍ତିରେ ଖଲ୍ଲିକୋଟ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ

ଗଞ୍ଜାମ-ଖଲ୍ଲିକୋଟ: ଖଲ୍ଲିକୋଟ ସହର ଉପକଣ୍ଠରେ ଅବସ୍ଥିତ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ । ପାଶ୍ୱର୍ରେ ବିଜେ ବାବା ଅମରେଶ୍ଵର, ସମ୍ମୁଖ ରେ ଅଛି ରୋଡ଼, ଯେଉଁ ବାଟେ ଯିବାକୁ ହୁଏ ଅମରେଶ୍ଵର ନଗର, ସ୍ବର୍ଗ ଦ୍ଵାର, ଓ ଦିୱାନ ବନ୍ଧ । ଉକ୍ତ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ତା୨୭-୦୧- ୨୦୦୪ ରେ ନିର୍ମିତ ହୋଇଥିଲା । ସେତେବେଳେ ବିଧାୟିକା ସ୍ବର୍ଗତ ରାଣୀସାହେବା ଶ୍ରୀ ମତୀ ଭି. ସୁଜ୍ଞାନୀ କୁମାରୀ ଦେଓ ଥିଲେ ବୋଲି ଜଣାପଡିଛି। ଏକ୍ଷେତ୍ରରେ ସାହାଯ୍ୟ ର ହାତ ବଢ଼ାଇ ଥିଲେ, ରାଜ୍ୟ ସଭା ସାଂସଦ ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ଆଞ୍ଚଳିକ ଅନୁଦାନ ପାଣ୍ଠି ରୁ ଟ୫୦୦୦୦୦/-(ପାଞ୍ଚଲକ୍ଷ) , ଶ୍ରୀ ଦିଲ୍ଲୀପ କୁମାର ରାୟ, ସାଂସଦ ପାଣ୍ଠିରୁ ଟ୩୦୦୦୦୦/-(ତିନି ଲକ୍ଷ ) ଖଲ୍ଲିକୋଟ ବିଧାୟିକା ସ୍ବର୍ଗତ ରାଣୀସା ସାହେବା ଆଞ୍ଚଳିକ ଅନୁଦାନ ଅର୍ଥ ଟି ୭୦୦୦୦୦/- (ସାତ ଲକ୍ଷ) ମଞ୍ଜୁର କରି ଉକ୍ତ ଗୃହ ନିର୍ମାଣ କରିଥିବା ବେଳେ ଏବେ ଏହା ରକ୍ଷଣାବେକ୍ଷଣା ଅଭାବ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ର ଘର ର ଚୂନ ଧଉଳାଇଵା ତ ଦୂରେ ଥାଉ, ଏହାର ପରିବେଶ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଛି। ଚତୁଃପାର୍ଶ୍ଵରେ ଗଛଲତା ମାଡ଼ିଗଲାଣି, ଏପରିକି ଯୁଆଡେ ଦେଖିବାକୁ ଯିବେ ଦେଖିଵେ ପରିତ୍ୟକ୍ତ ଅବସ୍ଥା ରେ ପଡ଼ିଛି ପରିବେଶ। ଏହାର ରକ୍ଷଣା ବେକ୍ଷଣ ପାଇଁ ସୁବ୍ୟବସ୍ଥା କରାଯାଇ ପାରିଲେ ଜନସାଧାରଣ ଙ୍କ ଉପକାର ରେ ଆସିବ । ଏ ଅଵରରେ ଖଲ୍ଲିକୋଟ ଗୋଷ୍ଠୀ ଅଧିକାରୀ ଙ୍କ ବହୁବାର ନିୟୁଜ୍ ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ କୋୖଣସି ଫଳପ୍ରଦ ହୋଇନାହିଁ । ପରିତାପର ବିଷୟ ଉକ୍ତ ଅନୁଷ୍ଠାନ ଉପରେ ବହୁ ଜନସାଧାରଣ ତଥା ବିଭିନ୍ନ ଅନୁଷ୍ଠାନ ଏହାରି ଉପରେ ନିର୍ଭର କରିଥାନ୍ତି । ବିଶେଷ କରି ବିବାହ, ବ୍ରତ, ମାଙ୍ଗଳିକ କାର୍ଯ୍ୟ, ସଭା ସମିତିରେ ମର୍ଦ୍ଦରାଜ କଲ୍ୟାଣ ମଣ୍ଡପ ରେ ହୋଇଥାଏ । ତେଣୁ ଏକ୍ଷେତ୍ରରେ ସରକାରଙ୍କ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ଜନସାଧାରଣ ନିବେଦନ କରିଛନ୍ତି।

Ganjam (ଗଞ୍ଜାମ) • ଖଲ୍ଲିକୋଟ ରୁ ଶିବରାମ ଜେନା, ସ୍ବତନ୍ତ୍ର ପ୍ରତିନିଧି