--:--:--
-- ---
Srishti News

ଚୀନରେ ଏଭିସି ଅଣ୍ଡର-୧୮ ଭଲିବଲ୍: ଭାରତୀୟ ଦଳରେ ଢେଙ୍କାନାଳର ସୌମ୍ୟରଞ୍ଜନ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 11, 202675 views
ଚୀନରେ ଏଭିସି ଅଣ୍ଡର-୧୮ ଭଲିବଲ୍: ଭାରତୀୟ ଦଳରେ ଢେଙ୍କାନାଳର ସୌମ୍ୟରଞ୍ଜନ
ମେରାମଣ୍ଡଳୀ: ଚୀନରେ ଆରମ୍ଭ ହେଉଥିବା ଏଭିସି ବଏଜ୍ ଅଣ୍ଡର-୧୮ ଭଲିବଲ୍ ଚାମ୍ପିଅନସିପ୍ ପାଇଁ ଭାରତୀୟ ଦଳରେ ଢେଙ୍କାନାଳ ଜିଲ୍ଲା ଶିବପୁର ପଞ୍ଚାୟତର ପ୍ରତିଭାବାନ ଖେଳାଳି ସୌମ୍ୟରଞ୍ଜନ ସାମଲ ସ୍ଥାନ ପାଇଛନ୍ତି। ଟାଟା ଷ୍ଟିଲ୍ ଫାଉଣ୍ଡେସନର ପାଇକପୁରୁଣାକୋଟ ଭଲିବଲ୍ କୋଚିଂ ସେଣ୍ଟରରୁ ପ୍ରଶିକ୍ଷଣ ନେଇଥିବା ସୌମ୍ୟଙ୍କ ଏହି ସଫଳତା ଓଡ଼ିଶା ପାଇଁ ଗର୍ବର ବିଷୟ। ପୂର୍ବତନ ରାଜ୍ୟସ୍ତରୀୟ ଖେଳାଳି ପ୍ରଶାନ୍ତ ସାମଲଙ୍କ ପ୍ରେରଣାରେ ସେ ଭଲିବଲ୍ ଖେଳ ଆରମ୍ଭ କରିଥିଲେ। ପ୍ରତିଦିନ ପ୍ରାୟ ୪୦ କି.ମି. ସାଇକେଲ ଚଳାଇ ଅଭ୍ୟାସ କରୁଥିବା ସୌମ୍ୟ ୨୦୨୫ରେ ଏସ୍‌ଏଆଇ ନ୍ୟାସନାଲ୍ ସେଣ୍ଟର ଅଫ୍ ଏକ୍ସଲେନ୍ସରେ ସ୍ଥାନ ପାଇଥିଲେ। ଜାତୀୟ କୋଚିଂ କ୍ୟାମ୍ପରେ ଉଲ୍ଲେଖନୀୟ ପ୍ରଦର୍ଶନ ପରେ ସେ ଭାରତୀୟ ଦଳରେ ମନୋନୀତ ହୋଇଛନ୍ତି। ଭାରତୀୟ ଜର୍ସି ପିନ୍ଧିବା ନିଜ ଜୀବନର ଗର୍ବର ମୁହୂର୍ତ୍ତ ବୋଲି ସୌମ୍ୟ କହିଥିବାବେଳେ, ଟାଟା ଷ୍ଟିଲ୍ ଫାଉଣ୍ଡେସନର କୋଚ୍ ଆଶୁତୋଷ ପାତ୍ର ଏହାକୁ ତାଙ୍କର କଠିନ ପରିଶ୍ରମ ଓ ଶୃଙ୍ଖଳାର ଫଳ ବୋଲି କହିଛନ୍ତି। ଓଡ଼ିଶା ଭଲିବଲ୍ ଆସୋସିଏସନ୍ ସଭାପତି ପ୍ରଫେସର ଡ. ଅଚ୍ୟୁତ ସାମନ୍ତ ମଧ୍ୟ ସୌମ୍ୟ ଏବଂ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି।