ଜିଲ୍ଲାସ୍ତରୀୟ ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ପ୍ରତିଯୋଗିତା
Jajpur (ଯାଜପୁର)ରିପୋର୍ଟ - ନିରୋଜ କୁମାର ସେଠୀJuly 11, 202648 views

ଯାଜପୁର - ଯାଜପୁର ଟାଉନ ନିକଟସ୍ଥ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଓଡିଶା ସାହିତ୍ୟ ଏକାଡେମୀ, ଭୁବନେଶ୍ୱର ଆନୁକୂଲ୍ୟରେ ଜିଲ୍ଲା ସଂସ୍କୃତି ପରିଷଦ, ଯାଜପୁର ଓ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ, ଯାଜପୁର ତରଫରୁ ଜିଲ୍ଲା ସ୍ତରୀୟ ବକ୍ତୃତା, ପ୍ରବନ୍ଧ, କବିତା ଆବୃତ୍ତି ଓ ଓଡ଼ିଆ ସାହିତ୍ୟ ସମ୍ପର୍କିତ କୁଇଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ୧୦ ଟି ବ୍ଲକରୁ ୪୮ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ l ତନ୍ମମଧ୍ୟରୁ କନିଷ୍ଠ ବର୍ଗରେ ଓଡ଼ିଆ ପ୍ରବନ୍ଧରେ ଅବଦଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ର ମଳୟ କୁମାର ମିଶ୍ର ଓଡ଼ିଆ ବକ୍ତୃତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଉତ୍ତରକୁଳର ଛାତ୍ରୀ ଦିବ୍ୟାଂଶୀ ବାରିକ, କବିତା ଆବୃତ୍ତିରେ ଗରିଆପୁର ୟୁ ଜି ଏମ ଇ ସ୍କୁଲର ଛାତ୍ରୀ ପ୍ରତୀକ୍ଷା ଦାସ , ସାଧାରଣ ଜ୍ଞାନରେ ଅରେଇ ପ୍ରକଳ୍ପ ୟୁ ପି ସ୍କୁଲର ଛାତ୍ରୀ ବିରାଜିତା କର ଏବଂ ବରିଷ୍ଠ ବିଭାଗର ଓଡ଼ିଆ ପ୍ରବନ୍ଧରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଯାଜପୁରର ଛାତ୍ରୀ ମୋନାଲିସା ବେହେରା, ଓଡ଼ିଆ ବକ୍ତୃତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଦାନଗଦିର ଛାତ୍ରୀ ସୁଶ୍ରୀଲେନା ବିଶ୍ୱାଳ, କବିତା ଆବୃତ୍ତିରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଦାନଗଦିର ଛାତ୍ରୀ ସ୍ୱସ୍ତିକା ରାଉତ ଏବଂ ସାଧାରଣ ଜ୍ଞାନରେ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ, ନୂଆଗାଁର ଛାତ୍ରୀ ଲଷ୍ମୀପ୍ରିୟା ମହାରଣା ପ୍ରତ୍ୟେକ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି l ଉକ୍ତ ଛାତ୍ରଛାତ୍ରୀମାନେ ଆସନ୍ତା ତା ୧୨.୦୭. ୨୦୨୬ (କନିଷ୍ଠ ବର୍ଗ) ଓ ୧୯.୦୭.୨୦୨୬ (ବରିଷ୍ଠ ବର୍ଗ) ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ, ଭୁବନେଶ୍ୱର ଠାରେ ଆୟୋଜିତ ହେବାକୁ ଥିବା ରାଜ୍ୟ ସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ l ପ୍ରତିଯୋଗିତା ଆରମ୍ଭରୁ ମୁନିସିପାଲ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚିତ୍ତରଞ୍ଜନ ସେଠିଙ୍କ ପୌରହିତରେ ଏକ ଉଦଘାଟନୀ ସଭା ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ରୂପେ ଯାଜପୁର ଜିଲ୍ଲାର ବିଶିଷ୍ଟ ସାହିତ୍ୟିକ ତଥା ସଂସ୍କୃତ ବିଶାରଦ ପଣ୍ଡିତ ଭୂପତି ଭୂଷଣ ମିଶ୍ର ମୁଖ୍ୟଅତିଥି ରୂପେ ଯୋଗଦାନ କରି ପ୍ରତଯୋଗୀତାକୁ ଉଦଘାଟନ କରିଥିଲେ l ସମ୍ମାନିତ ଅତିଥି ରୂପେ ବିରଜା ପଣ୍ଡିତ ମଣ୍ଡଳୀର ସଦସ୍ୟ ଡ଼. ଜ୍ଞାନରଞ୍ଜନ ପତି, ଅବସରପ୍ରାପ୍ତ ପ୍ରଧ୍ୟାପକ ଦାମୋଦର ବେହେରା, ଉପସ୍ଥିତ ଥିଲେ l ଜିଲ୍ଲା ବିଜ୍ଞାନ ପର୍ଯ୍ୟବେକ୍ଷକ ତଥା ଜିଲ୍ଲା ସଂଯୋଜକ କୁମାରସେନ ସେନାପତିଙ୍କ ତତ୍ୱାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦନ ହୋଇଥିଲା l ବିଚାରକ ରୂପେ ଯାଜପୁର ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଅବସରଗ୍ରହଣ କରିସାରିଥିବା ପ୍ରଧାନ ଶିକ୍ଷକ ବିଷ୍ଣୁ ଚରଣ ଲେଙ୍କା, ଡ଼. ଗିରିଶ ଚନ୍ଦ୍ର ମିଶ୍ର, ବିରଞ୍ଚି ନାରାୟଣ ଧଳ, ନିରୁପମା ମହାନ୍ତି , ଗୋପାଳ କୃଷ୍ଣ ରାୟ, ଅଧ୍ୟାପକ ଶ୍ରୀହରି ଧଳ ସାହିତ୍ୟ ଏକାଡେମୀର ସଦସ୍ୟା ସଂଯୁକ୍ତା ମହାପାତ୍ର ଆଦି ଯୋଗଦାନ କରିଥିଲେ l
ପ୍ରତିଯୋଗିତାର ଶେଷରେ କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସ୍ୱରୂପ ମାନପତ୍ର ଓ ମେଡାଲ ପ୍ରଦାନ କରାଯାଇଥିଲା l ଏହି କାର୍ଯ୍ୟକ୍ରମକୁ ସୁପରିଚାଳନା କରିବାରେ ଉକ୍ତ ବିଦ୍ୟାଳୟର ପ୍ରଧାନଶିକକଙ୍କ ସହ ବରିଷ୍ଠ ଶିକ୍ଷକ ପ୍ରତାପ ମିଶ୍ର, ପୂଜା ଉପାଧ୍ୟାୟ, ଲଷ୍ମୀ ପରିଡା ଏବଂ ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ ତଥା କର୍ମଚାରୀ ମାନେ ସହଯୋଗ କରିଥିଲେ l
