Web News

ସୁଶ୍ରୀ ପ୍ରମିଳା ନାୟକଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି
ରାଉରକେଲା: ଜିଲ୍ଲାର ଜଣେ ସମ୍ମାନସ୍ପଦ ବ୍ୟକ୍ତିତ୍ଵ ସୁଶ୍ରୀ ପ୍ରମିଳା ନାୟକଙ୍କ ବିୟୋଗରେ ସୁନ୍ଦରଗଡ଼ ଜିଲ୍ଲା ସମେତ ବିଭିନ୍ନ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ୧୯୪୨ ରେ ଜନ୍ମିତ ପ୍ରମିଳା ଜିଲ୍ଲାର ଗରିବ, ଅସହାୟ, ନିରାଶ୍ରୟ ଲୋକଙ୍କ ପାଇଁ ଶିକ୍ଷା, ସ୍ବାସ୍ଥ୍ୟ ତଥା ତ୍ୟାଗ, ସଂଘର୍ଷ ଓ ସେବାର ସମନ୍ୱୟ ର ପ୍ରତୀକ ଥିଲେ କହିଲେ ଅତ୍ୟୁକ୍ତି ହେବ ନାହିଁ। ସୂଚନାଯୋଗ୍ୟ ଯେ, ୫୦ ଦଶକରେ ତୁଡାଲଗା ଗ୍ରାମରେ ପ୍ରଥମ ଶିକ୍ଷୟିତ୍ରୀ,୧୯୬୨ ରେ ଗ୍ରାମ ସେବିକା,୧୯୬୬ ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଲାଲ ବାହାଦୁର ଶାସ୍ତ୍ରୀଙ୍କ ଠାରୁ ପୁରସ୍କୃତ ଓ ପରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସମ୍ମାନିତ,୧୯୯୭-୯୮ ରେ ବେଦବ୍ୟାସ ଆଶ୍ରମର ପ୍ରତିଷ୍ଠାତା ବ୍ରହ୍ମାନନ୍ଦ ସରସ୍ଵତୀଙ୍କୁ ସାହାଯ୍ୟ, ସବଡେଗା ବ୍ଲକରେ ଅଙ୍ଗନବାଡି ପ୍ରତିଷ୍ଠା, ବିବାହ ନ କରି ଆଜୀବନ ସେବାର ଲକ୍ଷ୍ୟ, ୧୯୮୮ ରେ ସତ୍ୟସାଇଙ୍କ ଆଶ୍ରିତ ଓ ୨୦୨୬ ରେ ମହାପ୍ରୟାଣ। ନିଜର ସେବା, ବ୍ୟବହାର ପାଇଁ ସେ ସମସ୍ତଙ୍କର ନାନି / ଅପା ବା ବଡ଼ ଭଉଣୀ ପାଲଟି ଯାଇଥିଲେ। ତାଙ୍କର ବିୟୋଗରେ ତୁଡାଲଗା ଗ୍ରାମରେ ଏକ ସ୍ବତନ୍ତ୍ର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ଉପସ୍ଥିତି ତାଙ୍କ ପ୍ରତି ଜନସାଧାରଣଙ୍କ ଭଲପାଇବା ପ୍ରମାଣିତ କରିଥିଲା। ଅଶୋକ ରାଜଙ୍କ ସଂଯୋଜନାରେ ଆୟୋଜିତ ସ୍ମୃତିସଭା ଓ ସର୍ବୋପରି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ, ପ୍ରାକ୍ତନ ବିଧାୟକ ଡ ପ୍ରଫୁଲ୍ଲ ମାଝୀ,ରଣଜିତ୍ ଭିତିରିଆ, ସମାଜସେବୀ ପି ପି ରାୟ, ଡ଼ଃ ସୁପ୍ରିୟା ପାଲ, ହରିହର ରାଉତରାୟ, ବଡ଼ଗାଁ ଜିଲ୍ଲା ପରିଷଦ ଅମୀୟ ପ୍ରଧାନ, ରଞ୍ଜନ ପଟେଲ, ଚୈତନ୍ୟ ମହାନ୍ତି, ସାମ୍ବାଦିକ କୁଞ୍ଜବିହାରୀ ରାଉତ, ରାଜକିଶୋର ଷଡ଼ଙ୍ଗୀ, ପଦ୍ମନାଭ ସାମଲ,ଗିରିଶ ମହାପାତ୍ର,ଗଦାଧର ନନ୍ଦ,ଧୁଳେଶ୍ବର ସାହୁ, ସୁଶାନ୍ତ ଚୌଧୁରୀ, ପିଙ୍କୁ ଜୟସ୍ବାଲ ପ୍ରମୁଖ ବକ୍ତବ୍ୟ ରଖି ନାନିଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ପରିବାର ତରଫରୁ ପ୍ରାକ୍ତନ ବଡ଼ଗାଁ ବ୍ଲକ ଅଧ୍ୟକ୍ଷ ରାମଚନ୍ଦ୍ର ନାୟକ, ଡ ଅରୁଣ ନାୟକ,ସମର୍ପିତା ରାଉତ, ଆସ୍ଥା ନାୟକ, ଅଂଶ ନାୟକ, ପଙ୍କଜ ନାୟକ, ସୁଶାନ୍ତ ରାଉତ, ସୈ।ରଭ ପଣ୍ଡା ଙ୍କ ସମେତ ଜିଲ୍ଲାର ସମସ୍ତ ଆଇଟିଆଇ କର୍ମକର୍ତ୍ତା, ବଡ଼ଗାଁ ନର୍ସିଂ କଲେଜ, ଲାୟନ୍ସ କ୍ଳବ୍, ସତ୍ୟସାଇ ଟ୍ରଷ୍ଟ ଙ୍କ ସମେତ ବହୁ ଅନୁଷ୍ଠାନ ଓ ସ୍ଥାନୀୟ ଅଞ୍ଚଳର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗଦେଇଥିଲେ। ଏହି ଅବସରରେ ଏକ ସ୍ମରଣିକା ଓ ରାଉରକେଲାର ଶ୍ରୀକ୍ଷେତ୍ର ଭଜନ ସନ୍ଧ୍ୟା ତରଫରୁ ଭଜନ ସମାରୋହ ଅନୁଷ୍ଠିତ ହେଇଥିଲା। ନାନି ଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟସଭା ସାଂସଦ ଦିଲିପ ରାୟ, ଉପବାଚସ୍ପତି ଭବାନୀ ଶଙ୍କର ଭୋଇ, ରାଜଗାଙ୍ଗପୁର ବିଧାୟକ ଡା ସି ଏସ ରାଜନ ଏକ୍କା, ପ୍ରାକ୍ତନ ବାଚସ୍ପତି କିଶୋର ଚନ୍ଦ୍ର ପଟେଲ୍, ପ୍ରାକ୍ତନ ଶାସନ ସଚିବ ବିଜୟ କୁମାର ପଟ୍ଟନାୟକ, ମନୋରଞ୍ଜନ ଦାଶ, ଲାୟନ ମମତା ଗୈ।ତମ,ଡ କାଳୀ ପ୍ରସାଦ ମିଶ୍ର,ଇଂ ମିଲନ ମହାପାତ୍ର, ଜିଲ୍ଲା ପରିଷଦ ଅଧ୍ୟକ୍ଷା କୁନ୍ତୀ ପ୍ରଧାନ,ଡ ନିବେଦିତା ରାଉତ, ଲିଙ୍ଗରାଜ ରଥ ପ୍ରମୁଖ ଶୋକ ପ୍ରକାଶ ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜ୍ଞାପନ କରିଛନ୍ତି।
Rourkela (ରାଉରକେଲା) • ରିପୋର୍ଟ : ସୁବାସ କୁମାର ଗୁପ୍ତା

ଶ୍ରୀ ଦଶରଥ ନନ୍ଦନ ସେବା ଟ୍ରଷ୍ଟ ତରଫରୁ ୧୦୦୦୦ ବୃକ୍ଷରୋପଣ ନିଷ୍ପତି
ରାଜକନିକା : ପରିବେଶକୁ ସବୁଜ କରିବା ଲକ୍ଷ୍ୟରେ ଶ୍ରୀ ଦଶରଥ ନନ୍ଦନ ସେବା ଟ୍ରଷ୍ଟ ତରଫରୁ ରାଜକନିକା ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ୧0000 ହଜାର ବୃକ୍ଷ ରୋପଣ କରିବାର ମହତ ଲକ୍ଷ୍ୟ – ରଖାଯାଇଛି | ବର୍ତମାନ ସମୟରେ କଡା ଖରା ଏବଂ ଗ୍ରୀଷ୍ମପ୍ରଭାବ ସାଧାରଣ – କୋଠସାହି, ପରୋଳ ଅଞ୍ଚଳରେ ଆଜି ଏକ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମ ଲୋକଙ୍କ ଜୀବନକୁ ଅତିଷ୍ଠ କରିଦେଉଥିବା ବେଳେ ଟ୍ରଷ୍ଟ ଏଭଳି ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରି ସମସ୍ତ ମହଲରେ ପ୍ରଶଂସିତ ହୋଇଛି। ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଟ୍ରଷ୍ଟର ସମସ୍ତ ପଦାଧୂକାରୀ ଓ ସଦସ୍ୟମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ବୃକ୍ଷ ରୋପଣ କରିଥିଲେ। କେବଳ ବୃକ୍ଷ ରୋପଣ ନୁହେଁ, ରୋପଣ ହୋଇଥିବା ବୃକ୍ଷ ଗୁଡିକର ଯନ୍ ଓ ସୁରକ୍ଷା ପାଇଁ ଟ୍ରଷ୍ଟ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟ କରାଯାଇଛି । ଆଗାମୀ ଦିନରେ ମଧ୍ୟ ଏହି ବୃକ୍ଷରୋପଣ ଅଭିଯାନ ଜାରି ରହିବ ବୋଲି ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରେ ଟ୍ରଷ୍ଟର ସଭାପତି ମାନସ ରଞ୍ଜନ ମଲ୍ଲିକ କହିଲେ ଯେ, ‘ପରିବେଶ ବଞ୍ଚିଲେ ହିଁ ମଣିଷ ବଞ୍ଚିବ। ତେଣୁ ପ୍ରତ୍ୟେକ ବ୍ୟକ୍ତି ଅତି କମରେ ନିଜ ମା ଙ୍କ ନାମରେ ଗୋଟିଏ ବୃକ୍ଷ ରୋପଣ କରି ତାକୁ ବଡ଼ କରିବା ଉଚିତ। ଏକ ଲକ୍ଷ ବୃକ୍ଷ ରୋପଣ ଲକ୍ଷ୍ୟ ହାସଲ କରିବା ପର୍ଯ୍ୟନ୍ତ ଏହି ଅଭିଯାନ ଚାଲିବ ।‘କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଟ୍ରଷ୍ଟ ସଦସ୍ୟ ସଭାପତି – ମାନସ ରଞ୍ଜନ ମଲ୍ଲିକଶ୍ରୀ ଦୀପକ କୁମାର ମଲ୍ଲିକ, ଶ୍ରୀ ପିତାମ୍ବର ମଲ୍ଲିକ, ଆମର ଦାସ, ଦୋଳଗୋବିନ୍ଦ ମଲ୍ଲିକ, ଦେବେନ୍ଦ୍ର ବାରିକ, ଧୀରେନ୍ଦ୍ର ଦାସ, ରଞ୍ଜନ ମଲ୍ଲିକ, ଅଞ୍ଚଳ ନାୟକ, ଦିଲ୍ଲୀପ ପରିଡା ପ୍ରମୁଖ ଉପସ୍ଥିତ ରହି ବୃକ୍ଷରୋପଣରେ ସହଯୋଗ କରିଥିଲେ। ସାମାଜିକ ସେବା ସହ ପରିବେଶ ସୁରକ୍ଷା ଦିଗରେ ଦଶରଥ ନନ୍ଦନ ସେବା ଟ୍ରଷ୍ଟର ଏଭଳି ପ୍ରୟାସକୁ ରାଜକନିକା ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ - ଦିଲ୍ଲୀପ ପରିଡା, ରାଜକନିକା, କେନ୍ଦ୍ରାପଡ଼ା

ବିନେକେଲା ସରକାରୀ ଉ ପ୍ରା ବିଦ୍ୟାଳୟ ଠାରେ ନୂତନ କମିଟି ଚୟନ l
ବଲାଙ୍ଗୀର -ଟିଟିଲାଗଡ଼ :-୧୧/୭/୨୬ ଟିଟିଲାଗଡ଼ ଅନ୍ତର୍ଗତ ବିନେକେଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ନୂତନ ବିଦ୍ୟାଳୟ ପରିଚାଳନା କମିଟି ଚୟନ କାର୍ଯ୍ୟକ୍ରମ ସିଆରସିସି ସୁରେନ୍ଦ୍ର ନାଗ ଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଥିଲା l ଏଥିରେ ବିଦ୍ୟାଳୟ ର ଇନଚାର୍ଜ ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନନ୍ଦ ନୂତନ ପରିଚାଳନା କମିଟି ଗଠନର ନିୟମାବଳୀ ଅଭିଭାବକ ମାନଙ୍କ ସମ୍ମୁଖରେ ପଠନ କରିଥିଲେ l ପରେ ନିୟମାନୁଯାୟୀ ଅଭିଭାବକ ମାନଙ୍କ ମଧ୍ୟରୁ ୧୫ଜଣଙ୍କୁ ଅଭିଭାବକମାନେ ଚୟନ କରିଥିଲେ l ଏଥିରେ ନୂତନଭାବେ ଚୟନ ହୋଇଥିବା ସଭ୍ୟସଭ୍ୟା ମାନଙ୍କ ଭିତରୁ ଶ୍ରୀ ଗୁଣନିଧି ମାଝୀଙ୍କୁ ସର୍ବ ସମ୍ମତିକ୍ରମେ ସଭାପତି ଭାବରେ ଚୟନ କରାଯାଇଥିଲା ଓ ଉପ ସଭାପତି ଭାବରେ ଶ୍ରୀମତୀ ଅମ୍ବିକା ସୁନାନୀ ଙ୍କୁ ସହମତି ପ୍ରକାଶ କରିଥିଲେ l ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟ ର ଶିକ୍ଷକ ଅନଙ୍ଗ ବିଶି, ସୁଦାମ ଚରଣ ମାଝୀ, ମହିଳାଲ କୁମ୍ଭାର, ଚୈତନ୍ୟ ଠେଲା, ଶିକ୍ଷୟିତ୍ରୀ ସୁମନ ଭାରତୀ,ସଂଗୀତା ଓରାମ,ପ୍ରିୟଙ୍କା ନାଗ ସମୂହ ଉପସ୍ଥିତ ଥିଲେ l
Balangir (ବଲାଙ୍ଗୀର) • ରିପୋର୍ଟ :-କୃଷ୍ଣଚନ୍ଦ୍ର ମାଝୀ

ବରିଷ୍ଠ କଳାକାର ସଂଘର ସ୍ମୃତିଚାରଣ ସଭା
ବ୍ରହ୍ମପୁର, ବରିଷ୍ଠ ଲୋକନାଟକ କଳାକାର ବିପ୍ର ଚରଣ ସାହୁଙ୍କ ଦ୍ୱାଦଶାହ ଅବସରରେ କଳା ଓ କଳାକାର ହିତୈଷୀ ମହାମଞ୍ଚ "ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ" ପକ୍ଷରୁ ଏକ ସ୍ମୃତି ଚାରଣ ସଭା ଅନୁଷ୍ଠିତ ହୋଇଯାଇଛି। ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସଭାରେ ମହାସଂଘ ଉପଦେଷ୍ଟା ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ସଙ୍ଗୀତ ନାଟକ ଏକାଡେମୀ ପ୍ରାକ୍ତନ ସଦସ୍ୟ ଅନିଲ କୁମାର ପାତ୍ର, ବେଲଗୁଣ୍ଠା ବ୍ଲକ ଶାଖା ସମ୍ପାଦକ ରଞ୍ଜିତ ପାତ୍ର, ଶିଶୁ ସାହିତ୍ୟିକ ସୁଶାନ୍ତ କୁମାର କର ପ୍ରମୁଖ ଅତିଥି ଭାବେ ଯୋଗଦେଇ ସ୍ମୃତି ଚାରଣ ସଭା କଳାକାରଙ୍କ ଭିତରେ ସ୍ନେହ, ଶ୍ରଦ୍ଧା, ସଂପ୍ରିତି ଭାଵ ସୃଷ୍ଟି କରିବା ସହିତ ସବୁ କଳାକାର ଏକ ପରିବାର ଚେତନାରେ ଅବଗାହିତ କରେଇଥାଏ ବୋଲି ନିଜ ନିଜ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ମହାସଂଘ କାର୍ଯ୍ୟକାରୀ ସଭାପତି ବିଜୟ ଚନ୍ଦ୍ର ମହାରଣା ସଭାକାର୍ଯ୍ୟ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ବର୍ଗତ ଆତ୍ମାର ସଦ୍ଗତି କାମନା ପୂର୍ବକ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଦେଇଥିବା ବେଳେ ନାଟ୍ୟସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଅତିଥି ପରିଚୟ ପ୍ରଦାନ କରିଥିଲେ। କଳାପ୍ରାଣ କୈଳାସ ପାଣିଗ୍ରାହୀ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ। କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟରେ ଉଦଘୋଷକ ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ ମାଧବ ଚନ୍ଦ୍ର ଜେନା ଓ ସାଥୀଙ୍କ ଦ୍ୱାରା ଭଜନ ସହିତ ମା' ମଙ୍ଗଳା ଓ କଳାପାଟ ନାଟ୍ୟ ସଂଘ, ଦୁଆନପଲ୍ଲୀ ପ୍ରଯୋଜିତ ଲୋକ ନାଟକ ଲକ୍ଷ୍ମୀ ପୁରାଣ ପରିବେଷଣ କରାଯାଇଥିଲା। ଏହି ଅବସରରେ ସର୍ବଶ୍ରୀ ମାଧବ ଚନ୍ଦ୍ର ଜେନା, ଅମର ନାୟକ, ରତନ ସ୍ୱାଇଁ, ବିଜୟ ରାଉତ, ସୁରେନ୍ଦ୍ର ନାଥ ପାଣି, ପ୍ରବାସୀ ସାହୁ, ରାମ ଚନ୍ଦ୍ର ସାହୁ, ପାଣ୍ଡବ ପ୍ରଧାନ, ଦିଗାମ୍ବର ମହାରଣା, ପଞ୍ଚାନନ ସାହୁ, ବନଜ କୁମାର ସାହୁ, ପୂର୍ଣ୍ଣ ଚନ୍ଦ୍ର ସାହୁ, ସୁଜାତା ମହାରଣା, ତବଲା ବାଦକ ସୁନୀଲ, ଅଞ୍ଜଳି ସାହୁ ପ୍ରମୁଖଙ୍କ ସମେତ ଉପସ୍ଥିତ କଣ୍ଠ ଶିଳ୍ପୀ ଓ ନାଟ୍ୟ କଳାକାରମାନଙ୍କୁ ଆନୁଷ୍ଠାନିକ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନାରେ ଚିତ୍ତ ରଂଜନ ଦଳେଇ, ମହେନ୍ଦ୍ର କୁମାର ସାହୁ, ବି. ଶିବ ପ୍ରସାଦ, ବଳଦେବ ସାହୁ, ଟୁଟୁ ସାହୁ, ଦୀନବନ୍ଧୁ ପାତ୍ର, ଅଭିରାମ ରାଉଳ, ସୁମତି ସାହୁ ପ୍ରମୁଖ ସହଯୋଗ କରିଥିବା ବେଳେ ପରିଶେଷରେ ମାନସ ରଂଜନ ଦାସ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।
Ganjam (ଗଞ୍ଜାମ) • ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ, ବ୍ରହ୍ମପୁର

Women Lead Campaign to Make Magurpani a Plastic-Free and Addiction-Free Village; Collector Joins Community Pledge
Nuapada, July 11 In a remarkable initiative promoting environmental conservation and social awareness, the residents of Magurpani village under Boirbhadi Gram Panchayat in Nuapada Block have launched a campaign to transform their village into a plastic-free and addiction-free community. A public awareness programme along with a felicitation ceremony for the District Collector was held at the Government High School premises of the village. Nuapada District Collector Madhusudan Das, who attended the programme as the chief guest, appreciated the villagers for their voluntary efforts and community-driven initiative. Among the distinguished guests were Boirbhadi Sarpanch Laxmi Raut, Headmistress of Government High School Chiteswari Sahu, former Sarpanch Rohit Kumar Raut, and JAN President Ghanshyam Bhoi. The Collector received a traditional welcome from the villagers with folk dances, musical performances, and the blowing of ceremonial ululation. Later, accompanied by the villagers, he participated in a cleanliness drive across different hamlets of the village, collecting discarded plastic bottles, polythene bags, and other waste materials. The awareness rally witnessed enthusiastic participation from women, who played a leading role by carrying banners with messages such as “Addiction-Free Magurpani,” “Plastic-Free Magurpani,” and “Quit Addiction, Build a Better Life.” Through the campaign, they appealed to the public to protect the environment and work collectively towards creating a healthy, addiction-free society. The youth of the village also joined the movement with great enthusiasm, expressing their commitment to building a village free from alcohol and plastic pollution. All the villagers took a collective pledge to maintain a clean, green environment, eliminate the use of polythene, and promote a healthier and more responsible lifestyle. The organisers said that such community-driven awareness campaigns play a vital role not only in protecting the environment but also in bringing about meaningful and positive social transformation.
Nuapada (ନୂଆପଡ଼ା) • By Bijay Bariha

Knowledge Takes Centre Stage: Radio Swar Sangam Hosts Inspiring Quiz Competition at Nilji Higher Secondary School
Sinapali, July 11: With the objective of nurturing curiosity, confidence, and intellectual excellence among students, Radio Swar Sangam 90.8 FM successfully organised an engaging General Knowledge Quiz Competition at Nilji Higher Secondary School, creating an atmosphere of enthusiasm and healthy academic competition. Students of the Higher Secondary Arts stream were divided into three teams—Ganga, Yamuna, and Saraswati—to compete in a series of thought-provoking quiz rounds. Demonstrating remarkable knowledge and teamwork, the Saraswati Team emerged as the champion, while the Yamuna Team secured second place and the Ganga Team finished third. The programme was inaugurated by the school’s Principal, Lalit Sunari, who encouraged students to go beyond textbooks, stay informed about current affairs, and continuously expand their knowledge to become responsible citizens and future leaders. The quiz was efficiently conducted by Pradyumna Singh Chinda, Programme Coordinator of Radio Swar Sangam, along with Lingaraj Jagat, Audio Editor. Trinath Meher, Director of Radio Swar Sangam, graced the occasion and presented certificates to the winning participants. He also inspired students to actively participate in educational and community-based programmes organised by the community radio station. The winning Saraswati Team comprised Rashmiranjan Bag, Yajnasini Majhi, and Ukia Kand. The Yamuna Team, consisting of Mamata Sunani, Balaram Sa, and Shivani Sagar, secured the second position, while the Ganga Team—Sarita Bishi, Dingar Majhi, and Nepur Nial—finished third. The event received wholehearted support from faculty members including Prabina Chhanda, Pitabas Majhi, Mukesh Dandsena, and Rakesh Kumar Kata, along with other teaching staff. The programme concluded with a vote of thanks proposed by teacher Sheshadev Kalet. More than a competition, the event became a celebration of learning, teamwork, and confidence, inspiring students to pursue knowledge with passion and prepare themselves for a brighter future.
Nuapada (ନୂଆପଡ଼ା) • Report : Malaya Meher

Major Crackdown on Seed and Fertiliser Dealers in Sinapali: Four Licences Cancelled, Two Suspended
Sinapali, July 11: In a major enforcement drive aimed at protecting farmers from counterfeit seeds, substandard fertilisers, and unfair trade practices, the Agriculture Department conducted surprise inspections at nearly 40 seed and fertiliser retail outlets across Sinapali Block in Nuapada district. The intensive inspection, led by Block Agriculture Officer Sudhanshu Meher, uncovered several instances of irregularities and violations of licensing norms. Following the verification, the department cancelled the licences of four dealers, suspended two others, and issued show-cause notices to several more, sending a strong message against malpractice in the agricultural input supply chain. According to official sources, the licences of Alok Naik and Sarat Naik of Kusumjor village, Gyan Naik of Jharbandh, and Kshirod Meher of Hatibandha were cancelled after serious discrepancies were detected during the inspection. Similarly, the retail outlets operated by Sail Meher of Sagunbhadi and Chandra Meher of Sinapali have been placed under suspension pending further action. The department also served show-cause notices to several dealers, including Bijay Padhi of Palsapada, Dinesh Agrawal of Nilji, Gajendra Nial of Khumal, Shankar Harijan of Godal, and Rupesh Meher of Sinapali, seeking explanations regarding alleged violations. The inspection team included Assistant Agriculture Officer (AAO) Tapaswini Majhi, BFT Shri Dhakad, and other officials and field staff of the Agriculture Department. Officials stated that the drive was undertaken to ensure farmers receive quality-certified seeds and fertilisers during the ongoing agricultural season and to curb the circulation of fake or unauthorised agricultural inputs. The department has also made it clear that similar surprise inspections will continue across the block in the coming days to safeguard farmers’ interests and maintain transparency in the distribution of agricultural supplies. The action has been widely welcomed by farmers, who hope that such strict enforcement will strengthen confidence in the agricultural supply system and ensure timely access to genuine farm inputs.
Nuapada (ନୂଆପଡ଼ା) • By Malaya Meher

Swagat Public School Organises Tree Plantation Drive, Inspires Students to Protect the Environment
Komna, July 11: Swagat Public School, located at Lakhana village under Komna Block of Nuapada district, organised a large-scale tree plantation programme on Saturday to promote environmental awareness and encourage sustainable living among students. The plantation drive was held on the school campus with enthusiastic participation from the school Director, teachers, and students, who planted a variety of saplings as part of the initiative. The programme aimed to instill a sense of environmental responsibility among young learners and highlight the importance of preserving nature. Addressing the gathering, the speakers emphasised that trees are invaluable to human life as they provide oxygen, shade, fruits, medicinal benefits, and help maintain ecological balance. They also expressed concern over increasing deforestation, pollution, and climate change, stressing that every citizen has a responsibility to plant and protect trees. School Director Narendra Nag said, “Planting a tree today means creating a healthier, greener, and more sustainable future for the coming generations. Protecting the environment is not only the government’s responsibility but also the moral duty of every individual.” He encouraged every student to plant at least one tree each year and nurture it with care. On the occasion, students took a pledge to safeguard the environment by raising the slogan, “Plant a Tree Today, Build a Greener Tomorrow.” They also resolved to reduce the use of plastic, conserve water and electricity, keep their surroundings clean, and actively participate in tree plantation activities. Teachers Smita Bishi, Babli Das, Nageswari Tiwari, and Meena Nial, along with other faculty members, actively supported the successful conduct of the programme. The initiative not only strengthened environmental awareness among students but also conveyed a strong message to society about the importance of collective efforts in building a greener and more sustainable future.
Nuapada (ନୂଆପଡ଼ା) • Report : Girendra Kumar Jagat

ବର୍ଷ ଧରି ଡାକ୍ତର ଓ ଫାର୍ମାସିଷ୍ଟ ବିହୀନ ମାଣିକାଗୋଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ରୋଗୀ ହନ୍ତସନ୍ତ
ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲାର ମାଣିକାଗୋଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଅବସ୍ଥା ଅତ୍ୟନ୍ତ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଦୀର୍ଘ ୪ ବର୍ଷ ଧରି ଏହି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ହୋଇନଥିବାରୁ ସ୍ଥାନୀୟ ଲୋକମାନେ ମୌଳିକ ସ୍ୱାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି। ସାମାନ୍ୟ ଚିକିତ୍ସା ପାଇଁ ମଧ୍ୟ ରୋଗୀମାନଙ୍କୁ ଦୂରବର୍ତ୍ତୀ ସ୍ୱାସ୍ଥ୍ୟ କେନ୍ଦ୍ର କିମ୍ବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବାକୁ ପଡ଼ୁଛି। ଜରୁରୀ ସମୟରେ ଏହା ଗ୍ରାମବାସୀଙ୍କ ପାଇଁ ଗୁରୁତର ସମସ୍ୟା ସୃଷ୍ଟି କରୁଛି। ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି ଯେ, ବାରମ୍ବାର ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସ୍ଥାୟୀ ବ୍ୟବସ୍ଥା ହୋଇନାହିଁ। ତୁରନ୍ତ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି ସହ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ସେମାନେ ଦାବି କରିଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ନିରାକାରପୁର ଷ୍ଟେସନ ରାସ୍ତାର ସ୍ଥାଇ ସମାଧାନ ଦାବୀ
ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଷ୍ଟେସନ୍ ରାସ୍ତାରେ ଦୀର୍ଘଦିନ ଧରି ରହିଥିବା ସମସ୍ୟା କାରଣରୁ ସ୍ଥାନୀୟ ଲୋକେ ଯାତାୟାତରେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଥିଲେ। ସ୍ଥାନିୟ ଲୋକଙ୍କ କହିବା ଅନୁସାରେ, ଏହି ସ୍ଥାନରେ ବାରମ୍ବାର ସଡ଼କ ଦୁର୍ଘଟଣା ମଧ୍ୟ ଘଟୁଥିଲା। ଆଜି ଜଣେ ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ରାସ୍ତାର ସମସ୍ୟା ଦୂର କରିବା ପାଇଁ ପଦକ୍ଷେପ ନିଆଯାଇଛି। ଏହା ପରେ ସ୍ଥାନୀୟ ବାସିନ୍ଦାମାନେ ସନ୍ତୋଷ ପ୍ରକାଶ କରିବା ସହ ସମ୍ପୃକ୍ତ ବିଭାଗ ଶୀଘ୍ର ଏହାର ସ୍ଥାୟୀ ସମାଧାନ କରିବାକୁ ଦାବି କରିଛନ୍ତି।
Khordha (ଖୋର୍ଦ୍ଧା) • ଖୋର୍ଦ୍ଧା- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ବାଣପୁରରେ ସ୍ୱର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ଦ୍ୱାଦଶାହ ସ୍ମୃତିସଭା ଅନୁଷ୍ଠିତ
ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପଲଟଣ ପଡ଼ିଆସ୍ଥିତ ସହୀଦ କୃତ୍ତିବାସ ଭବନରେ ବିଶିଷ୍ଟ ଶିକ୍ଷାବିତ୍ ସ୍ୱର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ଦ୍ୱାଦଶାହ ଉପଲକ୍ଷେ ଏକ ସ୍ମୃତିସଭା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଚିଲିକାର ପୂର୍ବତନ ବିଧାୟକ ଶ୍ରୀ ରଘୁନାଥ ସାହୁ ଯୋଗଦେଇ ସ୍ୱର୍ଗତ ସଂଗ୍ରାମ କେଶରୀ ସାହୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେ ସ୍ୱର୍ଗତ ସାହୁଙ୍କ ଶିକ୍ଷା କ୍ଷେତ୍ରରେ ଅବଦାନ, ସମାଜସେବା ଓ ଆଦର୍ଶ ଜୀବନକୁ ସ୍ମରଣ କରି ତାଙ୍କ ଆଦର୍ଶରୁ ପ୍ରେରଣା ନେବା ପାଇଁ ଆହ୍ୱାନ ଜଣାଇଥିଲେ। ସ୍ମୃତିସଭାରେ ବହୁ ବିଶିଷ୍ଟ ବ୍ୟକ୍ତି, ଶିକ୍ଷାବିତ୍, ସାମାଜିକ କର୍ମୀ ଓ ସ୍ଥାନୀୟ ଜନସାଧାରଣ ଉପସ୍ଥିତ ରହି ସ୍ୱର୍ଗତ ସାହୁଙ୍କ ଅମର ସ୍ମୃତିକୁ ସମ୍ମାନ ଜଣାଇଥିଲେ।
Khordha (ଖୋର୍ଦ୍ଧା) • ଖୋର୍ଦ୍ଧା- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ସେବା ସପ୍ତାହ ପାଳନ ଅବସରରେ ମହାଦେବ ମନ୍ଦିର ପ୍ରାଙ୍ଗଣରେ ସଫେଇ ଅଭିଯାନ
ଭଦ୍ରକ: ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ବଜରଙ୍ଗ ଦଳ ଭଦ୍ରକ ଜିଲ୍ଲା ପକ୍ଷରୁ ଜୁଲାଇ ୬ ତାରିଖରୁ ୧୩ ତାରିଖ ପର୍ଯ୍ୟନ୍ତ ‘ସେବା ସପ୍ତାହ’ ପାଳନ କରାଯାଉଛି। ଏହି ଅବସରରେ ଭଦ୍ରକ ସହର ଉପକଣ୍ଠରେ ଅବସ୍ଥିତ ଆର୍ଏମ୍ସି (RMC) ପରିସରରେ ଥିବା ମହାଦେବ ମନ୍ଦିର ପ୍ରାଙ୍ଗଣରେ ଏକ ବ୍ୟାପକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସମାଜ ସେବା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ଆୟୋଜିତ ଏହି ସ୍ୱଚ୍ଛତା ଅଭିଯାନରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ଦୁର୍ଗା ବାହିନୀର ବହୁ ସଂଖ୍ୟକ କାର୍ଯ୍ୟକର୍ତ୍ତା ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ସମସ୍ତେ ମିଳିତ ଭାବେ ମନ୍ଦିର ପରିସରରେ ପଡ଼ିଥିବା ଆବର୍ଜନା, ପ୍ଲାଷ୍ଟିକ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁ ସଂଗ୍ରହ କରି ପରିବେଶକୁ ସ୍ୱଚ୍ଛ ଓ ପରିଷ୍କାର କରିଥିଲେ। ମନ୍ଦିର ପରିସରରେ ବଢ଼ିଥିବା ଅନାବଶ୍ୟକ ଘାସ ଓ ଗଛପତ୍ର ମଧ୍ୟ ସଫା କରାଯାଇଥିଲା। କାର୍ଯ୍ୟକର୍ତ୍ତାମାନେ କହିଥିଲେ ଯେ, ମନ୍ଦିର ପରିସରର ସ୍ୱଚ୍ଛତା ବଜାୟ ରଖିବା ପ୍ରତ୍ୟେକ ନାଗରିକଙ୍କ ସାମାଜିକ ଦାୟିତ୍ୱ। କେବଳ ଧାର୍ମିକ ସ୍ଥାନ ନୁହେଁ, ସମସ୍ତ ସାର୍ବଜନୀନ ସ୍ଥାନକୁ ସ୍ୱଚ୍ଛ ରଖିବା ଦ୍ୱାରା ସୁସ୍ଥ ଓ ସୁନ୍ଦର ସମାଜ ଗଠନ ସମ୍ଭବ। ସେବା ସପ୍ତାହ ପାଳନ ମାଧ୍ୟମରେ ସମାଜରେ ସେବା, ଶୃଙ୍ଖଳା, ସ୍ୱଚ୍ଛତା ଓ ସାମାଜିକ ସଚେତନତାର ବାର୍ତ୍ତା ପହଞ୍ଚାଇବାକୁ ସଂଗଠନ ପକ୍ଷରୁ ପ୍ରୟାସ କରାଯାଉଛି। ଏହି ଅବସରରେ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ଦୁର୍ଗା ବାହିନୀର ସ୍ଥାନୀୟ ପଦାଧିକାରୀ ଓ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ରହି ସ୍ୱଚ୍ଛତା ଅଭିଯାନକୁ ସଫଳ କରିଥିଲେ। ସେମାନେ ସାଧାରଣ ଲୋକଙ୍କୁ ମଧ୍ୟ ନିଜ ଘର, ମନ୍ଦିର ଓ ଆଖପାଖ ପରିବେଶକୁ ସ୍ୱଚ୍ଛ ରଖିବା ସହ ସାମାଜିକ ସେବାମୂଳକ କାର୍ଯ୍ୟରେ ସାମିଲ ହେବାକୁ ଆହ୍ୱାନ ଜଣାଇଥିଲେ। ସେବା ସପ୍ତାହ ଅବସରରେ ଆଗାମୀ ଦିନଗୁଡ଼ିକରେ ବୃକ୍ଷରୋପଣ, ରକ୍ତଦାନ ଶିବିର, ସ୍ୱାସ୍ଥ୍ୟ ସଚେତନତା, ଗୋସେବା ଏବଂ ବିଭିନ୍ନ ସମାଜସେବାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ବୋଲି ସଂଗଠନ ପକ୍ଷରୁ ସୂଚନା ଦିଆଯାଇଛି।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ
