--:--:--
-- ---
Srishti News

ଲଙ୍କା ଖେତର କୂଅରୁ ମିଳିଲା ଯୁବକଙ୍କ ମୃତଦେହ, ଅଞ୍ଚଳରେ ଚାଞ୍ଚଲ୍ୟ

Bargarh (ବରଗଡ଼)ରିପୋର୍ଟ : ତରଣୀ ପଟେଲJuly 11, 202667 views
ଲଙ୍କା ଖେତର କୂଅରୁ ମିଳିଲା ଯୁବକଙ୍କ ମୃତଦେହ, ଅଞ୍ଚଳରେ ଚାଞ୍ଚଲ୍ୟ
ବରଗଡ଼/ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ଅର୍ଜୁଣ୍ଡା ଗାଁରେ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ଚାଷୀଙ୍କ ଲଙ୍କା ଖେତରେ ଥିବା କୂଅରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତଦେହଟି ଗାଁର ୨୫ ବର୍ଷୀୟ ଯୁବକ ମନୋଜ ସାହୁ (ବୁଲୁ)ଙ୍କର ବୋଲି ପରିବାର ଲୋକେ ପୋଲିସ ସହାୟତାରେ ଚିହ୍ନଟ କରିଛନ୍ତି। ପରିବାର ଲୋକଙ୍କ କହିବା ଅନୁଯାୟୀ, ବୁଲୁ ଗତ ୯ ତାରିଖରୁ ନିଖୋଜ ଥିଲେ। ଆଜି କୂଅ ଭିତରେ ଭାସୁଥିବା ମୃତଦେହ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ସୋହେଲା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ମୃତ୍ୟୁର ପ୍ରକୃତ କାରଣ କଣ ଏବଂ ଏହା ପଛରେ କୌଣସି ଅପରାଧିକ ଦିଗ ରହିଛି କି ନାହିଁ, ସେନେଇ ପୋଲିସ ସମସ୍ତ ଦିଗରୁ ତଦନ୍ତ କରୁଛି। ଘଟଣା ପରେ ଅର୍ଜୁଣ୍ଡା ଗାଁରେ ଶୋକର ଛାୟା ଖେଳିଯାଇଥିବା ବେଳେ, ପୋଲିସର ତଦନ୍ତ ରିପୋର୍ଟକୁ ସମସ୍ତଙ୍କ ଅପେକ୍ଷା ରହିଛି।