୭୭ ତମ ବନ ମହୋତ୍ସବ ପାଳିତ
Kendrapara (କେନ୍ଦ୍ରାପଡ଼ା)ରିପୋର୍ଟ - ଦିଲ୍ଲୀପ ପରିଡା, କେନ୍ଦ୍ରାପଡ଼ା, ଆଳିJuly 9, 202683 views

କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଅନ୍ତର୍ଗତ ମହୁ ପଞ୍ଚାୟତ ଅଧୀନରେ ଥିବା ସରକାରୀ ପ୍ରଥାମିକ ବିଦ୍ୟାଳୟ ରାଜନଗର ବନଖଣ୍ଡ ବିଭାଗ ର ରାଜନଗର ବନାଞ୍ଚଳ ପକ୍ଷରୁ ବନ ସପ୍ତାହ ପାଳିତ ହୋଇଛି l ଆଜିର ଏହି କାର୍ଯ୍ୟକ୍ରମରେ ବନ ବିଭାଗ, ବିଦ୍ୟାଳୟ, କର୍ତ୍ତୃପକ୍ଷ, ଛାତ୍ରଛାତ୍ରୀ ଏବଂ ସ୍ଥାନୀୟ ସରପଞ୍ଚ ସହ ସ୍ଥାନୀୟ ଲୋକେ ଉପସ୍ଥିତ ରହି ପରିବେଶ ସୁରକ୍ଷା ପ୍ରତି ନିଜର ଦାଇତ୍ୱ ବୋଧ ପ୍ରକାଶ କରିଥିଲେ l ଏହି ଅବସରରେ ବନ ବିଭାଗର ଅଧିକାରୀ ଏସିଏଫ ଗଗନ ବିହାରୀ ମଲ୍ଲିକଙ୍କ ନେତୃତ୍ୱରେ ବନ କର୍ମଚାରୀ ମାନେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରିଥିଲେ l ପ୍ରବଳ ବର୍ଷା ସତ୍ବେ କାର୍ଯ୍ୟକ୍ରମରେ କୌଣସି ବାଧା ସୃଷ୍ଟି ହୋଇନଥିଲା l ବରଂ ବର୍ଷାକୁ ପକୃତିର ଆର୍ଶୀବାଦ ବୋଲି ମାନି ନେଇ ସମସ୍ତେ ଉତ୍ସାହର ସହ ବୃକ୍ଷ ରୋପଣ ସାମିଲ ହୋଇଥିଲେ l ଛାତ୍ରଛାତ୍ରୀ ମାନେ ନିଜ ହାତରେ ଚାରା ଲଗାଇ ସେଗୁଡିକର ଯତ୍ନ ନେବାକୁ ସଂକଳ୍ପ ନେଇଥିଲେ l
