--:--:--
-- ---
Srishti News

Web News

Monthly Review Meeting of Animal Resources Department Held in Nuapada; Progress of Various Schemes Reviewed
Jun 24, 2026•41 views

Monthly Review Meeting of Animal Resources Department Held in Nuapada; Progress of Various Schemes Reviewed

Nuapada, June 24 A monthly review meeting of the Animal Resources Development Department was held today at the District Headquarters Conference Hall under the chairmanship of Collector and District Magistrate Madhusudan Das. During the meeting, Chief District Veterinary Officer Dr. Sukhendu Ray presented a detailed report on the implementation of various departmental schemes, veterinary healthcare services, facilities available to livestock farmers, and the overall progress of departmental programmes across the district. The review revealed that under the extended grievance redressal programme, 60 animal health camps have been organized across the district so far. Through these camps, 7,482 animals have received veterinary treatment, benefiting 2,331 livestock farmers. On the occasion, several farmers who achieved notable success in the livestock sector were felicitated for their contributions. Those honoured included Prahallad Banchhor of Khariar for broiler farming, Sushila Banchhor of Komna for cattle rearing, Kheerdas Satnami for broiler farming, Asamati Chhatria of Boden for cattle rearing, and Golapi Sanku of Sinapali for her achievements in livestock farming. The meeting was attended by veterinary officers from all blocks, veterinary doctors, livestock farmers, and other departmental officials. Collector Madhusudan Das emphasized the need for effective implementation of livestock development schemes, strengthening veterinary healthcare services, and ensuring that government benefits reach farmers in a timely manner. The meeting concluded with discussions on enhancing animal healthcare infrastructure and promoting sustainable livestock development across the district.

Nuapada (ନୂଆପଡ଼ା) • Reporter: Vijay Bariha

District Water and Sanitation Mission Meeting: 2.48 Lakh Kg Plastic Waste Collected, ₹4.44 Lakh Fine Realised Under Single-Use Plastic Free Nuapada Campaign
Jun 24, 2026•97 views

District Water and Sanitation Mission Meeting: 2.48 Lakh Kg Plastic Waste Collected, ₹4.44 Lakh Fine Realised Under Single-Use Plastic Free Nuapada Campaign

Nuapada, June 24 The 19th meeting of the District Water and Sanitation Mission (DWSM) was held at the Sadbhavana Hall in Nuapada under the chairmanship of Collector and District Magistrate Madhusudan Das. At the outset, Executive Engineer of Rural Water Supply and Sanitation (RWSS), Ashok Kumar Badhai, welcomed the participants and briefed them on the objectives of the meeting. The meeting was attended by Zilla Parishad Chief Executive Officer Lambodar Dharua, District Swachh Bharat Mission Coordinator Anil Kumar Lenka, all Block Development Officers (BDOs), the Executive Engineer of the Electricity Department, and officials and engineers from various departments. During the meeting, the progress of drinking water supply, the “Har Ghar Jal” programme, and various sanitation-related initiatives across the district was reviewed. Special emphasis was laid on the achievements of the “Single-Use Plastic Free (SUP-Free) Nuapada” campaign and the “Bartan Bank” initiative. According to the review, since the launch of the SUP-Free Nuapada Campaign on June 5, 2025, a total of 3,421 awareness programmes and 7,445 cleanliness drives have been conducted across the district. Through these efforts, 2,48,391 kilograms of plastic waste have been collected, while 3,956 kilograms of banned single-use plastic materials have been seized. Additionally, fines amounting to ₹4,44,550 have been imposed and collected from violators. Under the Bartan Bank programme, 170 utensil banks have been established against a target of 177, achieving 96.05 percent success. Notably, the rural areas of the district have achieved 100 percent completion of the targeted 131 utensil banks. Addressing the meeting, Collector Madhusudan Das stressed the need to further strengthen drinking water supply systems, ensure timely implementation of water supply projects, and provide prompt resolution of public grievances related to water and sanitation services. The meeting concluded with a commitment to accelerate efforts towards sustainable sanitation practices and making Nuapada a cleaner and environmentally responsible district.

Nuapada (ନୂଆପଡ଼ା) • Reporter: Bijay Bariha

ଡିଏଭି ନାମଲେଖାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ, ସ୍ୱଚ୍ଛ ତଦନ୍ତ ଦାବି
Jun 24, 2026•120 views

ଡିଏଭି ନାମଲେଖାକୁ ନେଇ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ, ସ୍ୱଚ୍ଛ ତଦନ୍ତ ଦାବି

ଅନୁଗୋଳ: ତାଳଚେର ବ୍ଲକ ଅନ୍ତର୍ଗତ କଳିଙ୍ଗ ଡିଏଭି ପବ୍ଲିକ୍ ସ୍କୁଲରେ ଚଳିତ ଶିକ୍ଷାବର୍ଷର ନାମଲେଖା ପ୍ରକ୍ରିୟାକୁ ନେଇ ଅଭିଭାବକ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି। ସ୍କୁଲରେ ଉପଲବ୍ଧ ସିଟ୍ ସଂଖ୍ୟା ତୁଳନାରେ ତିନିଗୁଣାରୁ ଅଧିକ ଆବେଦନ ଫର୍ମ ବିକ୍ରି କରାଯାଉଥିବା ଅଭିଯୋଗ ହେଉଛି। ଫଳରେ ନାମଲେଖା ପ୍ରକ୍ରିୟାରେ ସ୍ୱଚ୍ଛତା ନେଇ ପ୍ରଶ୍ନ ଉଠିଛି। କେତେକ ଅଭିଭାବକଙ୍କ ଅଭିଯୋଗ ଅନୁଯାୟୀ, ସାଧାରଣ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରର ପିଲାମାନେ ନାମଲେଖାରୁ ବଞ୍ଚିତ ହେଉଥିବା ବେଳେ, ପ୍ରଭାବଶାଳୀ ବ୍ୟକ୍ତିଙ୍କ ସନ୍ତାନଙ୍କୁ ପ୍ରାଥମିକତା ମିଳୁଥିବା ଚର୍ଚ୍ଚା ହେଉଛି। ଏପରିକି ନାମଲେଖା ପାଇଁ ୪୦ରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଅବୈଧ ଟଙ୍କା ଆଦାୟ କରାଯାଉଥିବା ନେଇ ମଧ୍ୟ କିଛି ଅଭିଭାବକ ଗୁରୁତର ଅଭିଯୋଗ ଆଣିଛନ୍ତି। ସ୍ଥାନୀୟ ଲୋକଙ୍କ ପ୍ରଶ୍ନ ହେଉଛି, ଯଦି ଏପରି ଅନିୟମିତତା ଘଟୁଛି, ତେବେ ଏହା ସ୍କୁଲ ପରିଚାଳନା କମିଟି ଓ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ଜ୍ଞାତସାରରେ ହେଉଛି ନା ଅଜାଣତରେ ଘଟୁଛି? କଳିଙ୍ଗ ଡିଏଭିର ପରିଚାଳନା ଦାୟିତ୍ୱରେ ଥିବା କର୍ତ୍ତୃପକ୍ଷ ଏବଂ ହିଙ୍ଗୁଳା କ୍ଷେତ୍ରର ଜିଏମ୍ ଏହି ବିଷୟରେ ସ୍ପଷ୍ଟୀକରଣ ଦେବା ସହ ନାମଲେଖା ପ୍ରକ୍ରିୟାର ସ୍ୱଚ୍ଛ ତଦନ୍ତ କରିବାକୁ ଦାବି ହେଉଛି। ଗରିବ ଓ ମେଧାବୀ ଛାତ୍ରଛାତ୍ରୀମାନେ ଯେପରି ଶିକ୍ଷାରୁ ବଞ୍ଚିତ ନ ହୁଅନ୍ତି ଏବଂ ନାମଲେଖା ପ୍ରକ୍ରିୟା ସମ୍ପୂର୍ଣ୍ଣ ସ୍ୱଚ୍ଛ ଓ ନିରପେକ୍ଷ ଭାବେ ପରିଚାଳିତ ହେଉ, ସେଥିପାଇଁ ଅଭିଭାବକ ମହଲରୁ ଦୃଢ଼ ଦାବି ହେଉଛି ।

Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

Healthy Odisha Through Development: Health Camps Bring Essential Healthcare to Rural Communities
Jun 24, 2026•173 views

Healthy Odisha Through Development: Health Camps Bring Essential Healthcare to Rural Communities

Sinapali, June 24 As part of the Odisha Government’s flagship initiative “Bikashara Dhara, Odisha Sara” (Development Across Odisha), large-scale health camps were successfully organized in the gram panchayats of Hatibandha, Ghantiguda, and Makhapadar, bringing vital healthcare services closer to rural residents and instilling a renewed sense of confidence and well-being among the people. The camps were aimed at ensuring doorstep healthcare delivery and extending the benefits of various government welfare schemes to every section of society. The initiative witnessed enthusiastic participation from local residents who availed themselves of a range of health services and awareness programs. Under the leadership of Health Inspector Dhabaleswar Meher, health workers, Community Health Officers (CHOs), ASHA workers, and Anganwadi workers actively participated in the camps. Awareness sessions were conducted on various health-related schemes, disease prevention, nutrition, hygiene, and healthy living practices. During the programme, eligible beneficiaries were provided with Ayushman Cards and Bayobandana Cards, enabling them to access healthcare benefits under government schemes. Free health check-ups, including blood pressure and blood sugar tests, were conducted, while medical consultations and treatment for common ailments were also provided. Residents expressed appreciation for the government’s efforts to make quality healthcare accessible at the grassroots level. The camps not only addressed immediate healthcare needs but also strengthened awareness about preventive healthcare and public welfare initiatives. Several dignitaries attended the programmes held across different panchayats, including Subrata Thakur, Narayan Mangaraj, Markandeya Gahir, Ghantiguda Sarpanch Khuturam Sunami, Panchayat Development Officer Sanjay Mahanand, CDPO Urmila Mahapatra, Hatibandha Sarpanch Jayanti Behera, Simanchal Meher, Hiradhar Meher, Rajindra Jani, Makhapadar Sarpanch Ratne Tandi, and Tuleswar Bagarti. Addressing the gathering, the speakers emphasized that a healthy population forms the foundation of a strong society and a developed state. They highlighted the importance of public health awareness and praised the government’s continued efforts to strengthen healthcare services in rural areas. The successful organization of these health camps reflects the spirit of “Bikashara Dhara, Odisha Sara” and demonstrates the government’s commitment to ensuring that quality healthcare reaches even the remotest corners of the state. The initiative has been widely appreciated by local communities as a meaningful step toward building a healthier and more empowered Odisha.

Nuapada (ନୂଆପଡ଼ା) • Reporter: Malaya Meher

ବରଗଡ଼ ପୌରପାଳିକାର ଅବହେଳା! ରାସ୍ତା କଡ଼ରେ ଜମିଛି ଆବର୍ଜନା, ଅସନ୍ତୋଷରେ ସ୍ଥାନୀୟ ବାସିନ୍ଦା
Jun 24, 2026•59 views

ବରଗଡ଼ ପୌରପାଳିକାର ଅବହେଳା! ରାସ୍ତା କଡ଼ରେ ଜମିଛି ଆବର୍ଜନା, ଅସନ୍ତୋଷରେ ସ୍ଥାନୀୟ ବାସିନ୍ଦା

ବରଗଡ଼-ଭଟଲି: ବରଗଡ଼ ପୌରପାଳିକା ଅଞ୍ଚଳର ଭଟଲି ରୋଡ୍‌ସ୍ଥିତ ପୁରୁଣା ଡା. ଗୋପାଳ ଅଗ୍ରୱାଲ କ୍ଲିନିକ୍‌ ସମ୍ମୁଖରେ ଦୀର୍ଘଦିନ ଧରି ଆବର୍ଜନା ଜମା ହୋଇ ରହିଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ରାସ୍ତା କଡ଼ରେ ପଡ଼ି ରହିଥିବା ଏହି ଆବର୍ଜନା ଢେରରୁ ଦୁର୍ଗନ୍ଧ ବ୍ୟାପୁଥିବା ବେଳେ ମଶା ଓ ମାଛିଙ୍କ ଉପଦ୍ରବ ମଧ୍ୟ ବଢ଼ିଯାଇଛି। ସ୍ଥାନୀୟ ବାସିନ୍ଦାଙ୍କ କହିବା ଅନୁଯାୟୀ, ନିୟମିତ ଭାବେ ଆବର୍ଜନା ଉଠାଯାଉ ନଥିବାରୁ ଅଞ୍ଚଳରେ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି ହେଉଛି। ବିଶେଷକରି ବର୍ଷା ଋତୁ ଆରମ୍ଭ ହୋଇଥିବାରୁ ସମସ୍ୟା ଆହୁରି ଜଟିଳ ହେବାର ଆଶଙ୍କା ରହିଛି। ଆବର୍ଜନା ଜମା ହେବା ଫଳରେ ସଂକ୍ରାମକ ରୋଗ ବ୍ୟାପିବାର ସମ୍ଭାବନା ଥିବା ନେଇ ଲୋକେ ଚିନ୍ତା ପ୍ରକାଶ କରିଛନ୍ତି। ସ୍ଥାନୀୟ ଲୋକମାନେ ତୁରନ୍ତ ଏହି ଆବର୍ଜନା ସଫା କରିବା ସହ ନିୟମିତ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ବରଗଡ଼ ପୌରପାଳିକା କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଏବେ ପୌରପାଳିକା ପକ୍ଷରୁ କେବେ ପଦକ୍ଷେପ ନିଆଯାଉଛି, ତାହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଅପେକ୍ଷା କରିଛନ୍ତି।

Bargarh (ବରଗଡ଼) • ରିପୋର୍ଟ: ତରଣୀ ପଟେଲ, ଭଟଲି

କେନ୍ଦୁଝରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ବନ୍ଧୁମିଳନ ଅନୁଷ୍ଠିତ
Jun 24, 2026•92 views

କେନ୍ଦୁଝରରେ ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘର ବନ୍ଧୁମିଳନ ଅନୁଷ୍ଠିତ

କେନ୍ଦୁଝର କାଞ୍ଝାହାରୀ ଗେଷ୍ଟ ହାଉସ ପରିସରରେ ଆଜି ଓଡ଼ିଶା ଡିଜିଟାଲ ମିଡ଼ିଆ ମହାସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଓ ବନ୍ଧୁମିଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ସାମ୍ବାଦିକଙ୍କ ସୁରକ୍ଷା, କଲ୍ୟାଣ ଏବଂ ଡିଜିଟାଲ ମିଡ଼ିଆର ସାମାଜିକ ଦାୟିତ୍ୱ ଭଳି ବିଭିନ୍ନ ପ୍ରସଙ୍ଗ ଉପରେ ଏହି ବୈଠକରେ ବିସ୍ତୃତ ଆଲୋଚନା କରାଯାଇଛି। କେନ୍ଦୁଝର ଜିଲ୍ଲା ଶାଖାର ସଭାପତି ଅଜିତ୍ କୁମାର ପଲେଇଙ୍କ ନେତୃତ୍ୱରେ ଏବଂ ମହାସଂଘର ରାଜ୍ୟ ସଭାପତି ମନୋଜ ଶତପଥୀଙ୍କ ନିର୍ଦ୍ଦେଶ କ୍ରମେ ଏହି ବୈଠକର ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟିର କେନ୍ଦୁଝର ଜିଲ୍ଲା ସଭାପତି ଶୁକଦେବ ମହାନ୍ତ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ, ପାଟଣା ବିଧାୟକଙ୍କ ପ୍ରତିନିଧି କମଳକାନ୍ତ ଦାସ, ଲୋକ ସମ୍ପର୍କ ଓ ସୂଚନା ବିଭାଗର ଅଧିକାରୀ ଜ୍ୟୋତିର୍ମୟୀ ନାଏକ ସମ୍ମାନିତ ଅତିଥି ଏବଂ ବରିଷ୍ଠ ସାମ୍ବାଦିକ ବିନୟ ଭୂଷଣ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଉପସ୍ଥିତ ଥିଲେ। ଏହାସହ ମହାସଂଘର ରାଜ୍ୟ ଉପସଭାପତି ତଥା କେନ୍ଦୁଝର ଜିଲ୍ଲା ପ୍ରଭାରୀ ନିରଞ୍ଜନ ପାଣି, ଯୁଧିଷ୍ଠିର ପାତ୍ର, ଜିଲ୍ଲା ସମ୍ପାଦକ କ୍ଷେତ୍ରବାସୀ ମହାନ୍ତଙ୍କ ସମେତ ଧିରେନ କୁମାର ପରିଡ଼ା, ରୁଦ୍ର ନାରାୟଣ ଲୋହାର, ଜଗବନ୍ଧୁ ପଣ୍ଡା, ଚନ୍ଦ୍ରଶେଖର ସାହୁ, ଦୀନବନ୍ଧୁ ମିଶ୍ର, ପୂର୍ଣ୍ଣଚନ୍ଦ୍ର ମହାନ୍ତ, ରାଜେଶ ମିଶ୍ର ଓ ଜିଲ୍ଲାର ବହୁ ସାମ୍ବାଦିକ ଏହି ବୈଠକରେ ଯୋଗଦେଇଥିଲେ। ବୈଠକରେ ସାମ୍ବାଦିକଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା, କଲ୍ୟାଣମୂଳକ ବ୍ୟବସ୍ଥା ଏବଂ ବିଭିନ୍ନ ଜନସମସ୍ୟା ସମ୍ପର୍କିତ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସାମ୍ବାଦିକଙ୍କ ସ୍ୱାର୍ଥ ସୁରକ୍ଷା ସହ ସମାଜ ପ୍ରତି ଡିଜିଟାଲ ମିଡ଼ିଆର ଦାୟିତ୍ୱକୁ ଆହୁରି ସୁଦୃଢ଼ କରିବା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ଏହି ଅବସରରେ ଜିଲ୍ଲା ବିଜେପି ସଭାପତି ଶୁକଦେବ ମହାନ୍ତ ସାମ୍ବାଦିକମାନଙ୍କ ବିଭିନ୍ନ ସମସ୍ୟା ସରକାରଙ୍କ ନିକଟରେ ଉପସ୍ଥାପନ କରିବା ପାଇଁ ଆଶ୍ୱାସନା ପ୍ରଦାନ କରିଥିଲେ। ଶେଷରେ ସମସ୍ତ ଅତିଥି, ସଦସ୍ୟ ଓ ଉପସ୍ଥିତ ସାମ୍ବାଦିକମାନଙ୍କୁ ଧନ୍ୟବାଦ ଜଣାଇ କାର୍ଯ୍ୟକ୍ରମର ସମାପନ କରାଯାଇଥିଲା।

Kendujhar (କେନ୍ଦୁଝର) • ବ୍ୟୁରୋ ରିପୋର୍ଟ, ସ୍ରିଷ୍ଟି ନିୟୁଜ, କେନ୍ଦୁଝର

କୁକୁଡ଼ା ବୋଝେଇ ପିକଅପ୍ ଭ୍ଯାନ ଦୁର୍ଘଟଣା ଗ୍ରସ୍ତ, ଜଣେ ଗୁରୁତର, ଦୁଇ ଆହତ
Jun 24, 2026•113 views

କୁକୁଡ଼ା ବୋଝେଇ ପିକଅପ୍ ଭ୍ଯାନ ଦୁର୍ଘଟଣା ଗ୍ରସ୍ତ, ଜଣେ ଗୁରୁତର, ଦୁଇ ଆହତ

କୁଆଁରମୁଣ୍ଡା: କୁକୁଡ଼ା ନେଇ ଯାଉଥିବା ପିକଅପ୍ ଭ୍ଯାନ ଦୁର୍ଘଟଣା ଗ୍ରସ୍ତ l ବେଦବ୍ୟାସ ରୁ ରାଞ୍ଚି କୁ ଯାଉଥିବା କୁକୁଡ଼ା ପିକଅପ୍ ଭ୍ଯାନ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ l ସିମେଣ୍ଟ ଡିଭାଇଡର କୁ ପିଟି ହୋଇ ଦୁର୍ଘଟଣା ହୋଇ ଥିବା ସୂଚନା l ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବାଇପାସ୍ 143 ନଂ ଜାତୀୟ ରାଜପଥରେ ଘଟିଛି ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାର l ଘଟଣା ସ୍ଥଳରେ କୁଆଁରମୁଣ୍ଡା ଫାଣ୍ଡି ପୁଲିସ ଓ କୁଆଁରମୁଣ୍ଡା ଅଗ୍ନିଶମ ବିଭାଗ ପହଁଚି ଗାଡି ରେ ଚାପି ହୋଇ ରହିଥିବା ଡ୍ରାଇଭର୍ କୁ ଗ୍ୟାସ୍ କଟର ରୁ କାଟି ଉଦ୍ଧାର କରିଥିଲେ l ତେବେ ଗାଡି ରେ ଡ୍ରାଇଭର୍ ସହ ତିନି ଜଣ ରହିଥିଲେ ତେବେ ଦୁର୍ଘଟଣା ହେବା ପରେ ଡ୍ରାଇଭର ସାଇଡ ରେ ବସି ଥିବା ଦୁଇ ଜଣ ଛିଟିକି ପଡିଥିଲେ ଓ ଡ୍ରାଇଭର ଗାଡି ରେ ଚାପି ହୋଇ ଯାଇଥିଲେ I ହେଲେ ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ପିକଅପ୍ ଭ୍ଯାନ ଟି ଚୂରମାର ହୋଇ ଯାଇଥିବା ଦେଖିବାକୁ ମିଳିଛି I

Sundargarh (ସୁନ୍ଦରଗଡ଼) • ରିପୋର୍ଟ: ଗଣପତି ଦାସ, କୁଆଁରମୁଣ୍ଡା

ମଣ୍ଡିରେ ମାନ୍ଦା ଧାନ କିଣା: ମିଲର୍ସ ଓ ପ୍ରଶାସନର ମନମାନି, କାଳବୈଶାଖୀ ଚିନ୍ତାରେ କାନ୍ଦୁଛି ଚାଷୀ! ଖୋଲା ଆକାଶ ତଳେ ହଜାର ହଜାର କ୍ୱିଣ୍ଟାଲ ଧାନ, କୋକସରା-ଜୟପାଟଣାରେ ଗଜା ହେଲାଣି ସୁନା ଫସଲ!
Jun 24, 2026•78 views

ମଣ୍ଡିରେ ମାନ୍ଦା ଧାନ କିଣା: ମିଲର୍ସ ଓ ପ୍ରଶାସନର ମନମାନି, କାଳବୈଶାଖୀ ଚିନ୍ତାରେ କାନ୍ଦୁଛି ଚାଷୀ! ଖୋଲା ଆକାଶ ତଳେ ହଜାର ହଜାର କ୍ୱିଣ୍ଟାଲ ଧାନ, କୋକସରା-ଜୟପାଟଣାରେ ଗଜା ହେଲାଣି ସୁନା ଫସଲ!

ଜିଲ୍ଲାରେ ଚାଷୀଙ୍କ ଦୁର୍ଦ୍ଦଶା ଚରମ ସୀମାରେ ପହଞ୍ଚିଛି। ମଣ୍ଡି ଖୋଲିଛି ସତ, ହେଲେ ଧାନ ଉଠୁନି। ମିଲର୍ସଙ୍କ ମନମାନି ଏବଂ ପ୍ରଶାସନିକ ଅବହେଳା ଯୋଗୁଁ ଏବେ ବଳିର ବୋଦା ସାଜିଛନ୍ତି ଅନ୍ନଦାତା। କୋକସରା, ଜୟପାଟଣା, କଳମପୁର ଏବଂ ଧର୍ମଗଡ଼ ଅଞ୍ଚଳର ଅନେକ ମଣ୍ଡିରେ ଏବେ ହଜାର ହଜାର କ୍ୱିଣ୍ଟାଲ ଧାନ ଖୋଲା ଆକାଶ ତଳେ ପଡ଼ି ରହିଛି। ଏପଟେ କାଳବୈଶାଖୀର ଭୟ, ସେପଟେ ମଣ୍ଡିରେ ପଡ଼ି ରହି ଧାନ ଗଜା ହେବାର ଦୁଃଖଦ ଚିତ୍ର ସାମ୍ନାକୁ ଆସିଛି।ଘର୍ମାକ୍ତ କ୍ଷେତରୁ ସୁନା ଫସଲ ଅମଳ କରି ମଣ୍ଡିକୁ ଆଣିଥିଲା ଚାଷୀ। ଭାବିଥିଲା ଦୁଇ ପଇସା ପାଇବ, ପରିବାର ପ୍ରତିପୋଷଣ କରିବ। ହେଲେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ମଣ୍ଡିରେ ଚାଷୀଙ୍କ ସେହି ଆଶା ଏବେ ମାଟିରେ ମିଶିବାକୁ ବସିଛି। ଜିଲ୍ଲାର କୋକସରା, ଜୟପାଟଣା, କଳମପୁର ଓ ଧର୍ମଗଡ଼ ବ୍ଲକର ପ୍ରମୁଖ ମଣ୍ଡିଗୁଡ଼ିକରେ ଧାନ ଉଠି ନପାରି ଅଚଳାବସ୍ଥା ସୃଷ୍ଟି ହୋଇଛି। ପ୍ରଶାସନର ଢିଲା ନୀତି ଏବଂ ମିଲର୍ସଙ୍କ ସ୍ୱେଚ୍ଛାଚାରିତା ଯୋଗୁଁ ଦିନ ଦିନ ଧରି ମଣ୍ଡିରେ ଜଗି ରହିଛନ୍ତି ଶହ ଶହ ଚାଷୀ। ଖାଲି ସେତିକି ନୁହେଁ, ପାଣିପାଗ ବିଭାଗର କାଳବୈଶାଖୀ ସତର୍କ ସୂଚନା ଏବେ ଚାଷୀଙ୍କ ନିଦ ହଜାଇ ଦେଇଛି। ଆକାଶରେ ମେଘ ଦେଖିଲେ ଚାଷୀଙ୍କ ଛାତି ଧଡ଼ଧଡ଼ ହେଉଛି। ମଣ୍ଡିରେ ସୁରକ୍ଷିତ ବ୍ୟବସ୍ଥା ନଥିବାରୁ, ବର୍ଷା ପାଣିରେ ଭିଜି ଅନେକ ସ୍ଥାନରେ ଧାନ ଗଜା ହେବା ଆରମ୍ଭ ହେଲାଣି। ବିକ୍ରି ନହେବା ପୂର୍ବରୁ କଷ୍ଟାର୍ଜିତ ଫସଲ ନଷ୍ଟ ହେଉଥିବା ଦେଖି ଚାଷୀଙ୍କ ଆଖିରୁ ଲୁହ ଶୁଖୁନାହିଁ। ପ୍ରଶାସନ ସବୁ ଜାଣି ସୁଦ୍ଧା କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବା ଅଭିଯୋଗ ହେଉଛି। ଧାନ କିଣାରେ ଏଭଳି ବ୍ୟବସ୍ଥା ଚାଷୀଙ୍କୁ ଆନ୍ଦୋଳନ ପାଇଁ ବାଧ୍ୟ କରୁଛି। ଏବେ ଦେଖିବାକୁ ବାକି ରହିଲା, ଜିଲ୍ଲା ପ୍ରଶାସନ ଓ ଯୋଗାଣ ବିଭାଗ କେବେ ଚେତୁଛି ଏବଂ ମିଲର୍ସଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଚାଷୀଙ୍କ ଧାନ ଶୀଘ୍ର ଉଠାଉଛି।

Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ, କୋକସରା

ଏହି ମ୍ୟାଡମ ହେଉଛନ୍ତି ମଧୁସ୍ମିତା ସାହୁ, IAS ଅଧିକାରୀ ଏବଂ SCERT ର Director।
Jun 24, 2026•86 views

ଏହି ମ୍ୟାଡମ ହେଉଛନ୍ତି ମଧୁସ୍ମିତା ସାହୁ, IAS ଅଧିକାରୀ ଏବଂ SCERT ର Director।

ଚଳିତ ବର୍ଷ ପାଠ୍ୟପୁସ୍ତକରେ ଶତାଧିକ ନୁହେଁ, ହଜାରରୁ ଅଧିକ ତ୍ରୁଟି ଧରାପଡ଼ିବା ପରେ ଗଣମାଧ୍ୟମ ଆଗରେ ବାଇଟ ଦେଇ ଯେପରି ସାଧାରଣ ଘଟଣା ଭଳି କଥା କହୁଛନ୍ତି, ତାହା ଦେଖି ଆଶ୍ଚର୍ଯ୍ୟ ଲାଗୁଛି। ରାଜକୋଷରୁ ଲକ୍ଷାଧିକ ଟଙ୍କା ଦରମା, ସମସ୍ତ ସରକାରୀ ସୁବିଧା, ଗାଡ଼ି, କର୍ମଚାରୀ ଏବଂ ସମ୍ମାନ ନେବା ବେଳେ କୌଣସି ଅସୁବିଧା ନାହିଁ, କିନ୍ତୁ ଦାୟିତ୍ୱ ପାଳନ କରିବା ବେଳେ ଏତେ ଅବହେଳା ଓ ଖାମଖିଆଲି ମନୋଭାବ କାହିଁକି? ମଣିଷ ମାତ୍ରକେ ଭୁଲ କରେ, କିନ୍ତୁ ଯେଉଁ ଭୁଲ ସିଧାସଳଖ ଭାବେ ଲକ୍ଷ ଲକ୍ଷ ଗରିବ ପିଲାଙ୍କ ପାଠପଢ଼ା ଏବଂ ଭବିଷ୍ୟତକୁ ପ୍ରଭାବିତ କରେ, ସେହି ଭୁଲକୁ "ସାଧାରଣ ତ୍ରୁଟି" କହି ଏଡ଼ାଇ ଦେବା ଅକ୍ଷମଣୀୟ। ଏତେ ସ୍ତରର ଯାଞ୍ଚ, ଏତେ ଅଧିକାରୀ, ଏତେ ବିଶେଷଜ୍ଞ ଏବଂ କୋଟି କୋଟି ଟଙ୍କା ଖର୍ଚ୍ଚ ପରେ ମଧ୍ୟ ଯଦି ପାଠ୍ୟପୁସ୍ତକରେ ଏଭଳି ତ୍ରୁଟି ରହିଯାଏ, ତେବେ ଦାୟୀ କିଏ? ଯଦି ଜଣେ ଅଧିକାରୀ ନିଜ ପଦର ମର୍ଯ୍ୟାଦା, ଜବାବଦେହୀତା ଏବଂ ନୈତିକ ମୂଲ୍ୟବୋଧକୁ ଗୁରୁତ୍ୱ ନ ଦିଅନ୍ତି, ତେବେ କେବଳ ବାଇଟ ଦେଇ ଦାୟିତ୍ୱ ଶେଷ ହୋଇଯାଏ କି । ଓଡ଼ିଶାବାସୀଙ୍କ ଆଗରେ ସ୍ପଷ୍ଟ ଜବାବ ଦେବା, ଯେଉଁ ମାନେ ଏହି ଭୂଲ ପାଇଁ ଦୋଷୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଏବଂ ନୈତିକତାର ଆଧାରରେ ନିଜ ପଦବୀ ରୁ ଇସ୍ତଫା ଦେବା ହିଁ ଉଚିତ ପଦକ୍ଷେପ ହେବ ନଚେତ ସରକାର ତାଙ୍କୁ ଚାକିରି ରୁ ବହିଷ୍କୃତ କରନ୍ତୁ । ଓଡ଼ିଶାର ପିଲାଙ୍କ ଭବିଷ୍ୟତ କୌଣସି ପରୀକ୍ଷାଗାର ନୁହେଁ। ଶିକ୍ଷା ବ୍ୟବସ୍ଥାରେ ଅବହେଳା ପାଇଁ "ଭୁଲ ହୋଇଗଲା" କହିଦେବା ଯଥେଷ୍ଟ ନୁହେଁ। ଦାଇତ୍ୱ ସହିତ ଜବାବଦେହୀତା ମଧ୍ୟ ଆସେ, ଏବଂ ଜବାବଦେହୀତା ନଥିଲେ ପଦ ଓ ପଦବୀର ଅର୍ଥ ମଧ୍ୟ ରହେ ନାହିଁ ଏହା ସତ୍ୟ । ଓଡ଼ିଶା ବାସୀ ବିଚାର କରନ୍ତୁ ଆମ ଛୋଟ ଛୋଟ ଛୁଆ ଙ୍କ ଶିକ୍ଷା ସହ ଖେଳଘର କାମ କରୁଛନ୍ତି ଏ IAS ମ୍ୟାଡମ ଜଣଙ୍କ ଆଙ୍କ ପାଇଁ କଣ ଆଇନରେ କିଛି ଦଣ୍ଡ ନାହିଁ ?

Kalahandi (କଳାହାଣ୍ଡି) • ରିପୋର୍ଟ :ରିତେଶ କୁମାର ମୁଣ୍ଡ,

ଗୋଶାଳା ରେ ଗୋଖାଦ୍ୟ ପ୍ରଦାନ
Jun 24, 2026•65 views

ଗୋଶାଳା ରେ ଗୋଖାଦ୍ୟ ପ୍ରଦାନ

ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ମଧୁବନ ର ଅଗ୍ରଣୀ ସ୍ବେଚ୍ଛାସେବୀ ସଂଗଠନ ବିପଦର ବନ୍ଧୁ ପରିବାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ରସୁଲପୁର ବ୍ଲକ କୋଳଥଳ ସ୍ଥିତ ସଂସ୍କାର ଗୋଶାଳା ରେ କର୍ମକର୍ତ୍ତା ମାନେ ଗୋମାତା ଙ୍କୁ ପୂଜାର୍ଚ୍ଚନା କରିବା ସହିତ ଗୋମାତା ଙ୍କୁ ଗୋଖାଦ୍ୟ ସହିତ କଦଳୀ ପ୍ରଦାନ କରିଥିଲେ |ଏହି କାର୍ଯ୍ୟକ୍ରମ ରେ ଅଧ୍ୟକ୍ଷା ମିନତୀ ସାହୁ, ଉପାଧ୍ୟକ୍ଷ ଜନ୍ମେଜୟ ସାହୁ, ସଭାପତି ନିମାଇଁ ଚରଣ ପଣ୍ଡା, ସମ୍ପାଦକ ଗୋପାଳ ପାତ୍ର,କୋଷାଧ୍ୟକ୍ଷ ଭଗବାନ ଦାଶ, ପ୍ରତିଷ୍ଠାତା ନିହାର ରଞ୍ଜନ ଆଚାର୍ଯ୍ୟ,ଉପସଭାପତି ସଙ୍ଗୀତା ଆଚାର୍ଯ୍ୟ, ଉପଦେଷ୍ଟା ବିଷ୍ଣୁପ୍ରିୟା ପାଣି, ପୂର୍ବତନ ସଭାପତି ବସନ୍ତ କୁମାର ଶତପଥୀ, କୁଳମଣୀ ନାୟକ, ବିଦ୍ୟାଧର ସାହୁ, ପ୍ରଦୀପ ସାମଲ, ବୈକୁଣ୍ଠ ସାହୁ ପ୍ରମୁଖ ଉପସ୍ଥିତ ରହି ଗୋମାତା ଙ୍କ ସେବା ରେ ନିଜକୁ ନିୟୋଜିତ କରିଥିଲେ।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ, ରସୁଲପୁର

ତୃତୀୟ ଦିବସ ଜନ କଲ୍ୟାଣ ଶିବିର -ସୁଭଦ୍ରା ଶକ୍ତି ସମାବେଶ ଓ ସ୍ୱଚ୍ଛତା
Jun 24, 2026•193 views

ତୃତୀୟ ଦିବସ ଜନ କଲ୍ୟାଣ ଶିବିର -ସୁଭଦ୍ରା ଶକ୍ତି ସମାବେଶ ଓ ସ୍ୱଚ୍ଛତା

ଟିଟିଲାଗଡ଼: ଟିଟିଲାଗଡ଼ ବ୍ଲକ ବିନେକେଲା ଗ୍ରାମପଞ୍ଚାୟତ ବିନେକେଲା ଠାରେ ତୃତୀୟ ଦିବସ ଜନକଲ୍ୟାଣ ଶିବିରରେ ଆଜି ସୁଭଦ୍ରା ଶକ୍ତି ସମାବେଶ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ଶ୍ରୀମତୀ ଯଜ୍ଞସେନି ସାହୁ ଏବଂ ସମ୍ମାନିତ ଅତିଥି ରୂପେ ବିଧାୟକ ପଞ୍ଚାୟତ ପ୍ରତିନିଧି ଶ୍ରୀ ଗୌରଚନ୍ଦ୍ର ହେର୍ଣ୍ଣା ଯୋଗଦାନଦେଇଥିଲେ l ଆଜିର କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ତରଫରୁ ସୁଭଦ୍ରା ଯୋଜନାରେ ୧୧୦୯ଜଣ ବିନେକେଲା ଗ୍ରାମପଞ୍ଚାୟତର ନୂତନ ହିତାଧିକାରୀ ଯୋଡି ହୋଇଥିବାର ଅତିଥିମାନେ ସୂଚନା ଦେଇଥିଲେ l ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ତରଫରୁ ଦିଆଯାଇଥିବା ସ୍ମାର୍ଟ ଫୋନ ଅଙ୍ଗନୱାଡି କର୍ମୀମାନଙ୍କୁ ପ୍ରଦାନ କରାଯାଇଥିଲା l ଏହି ଜନକଲ୍ୟାଣ ଶିବିର ସୁଭଦ୍ରାଶକ୍ତି ସମାବେଶ କାର୍ଯ୍ୟକ୍ରମଟିକୁ ଗ୍ରାମପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ଲକ୍ଷ୍ମଣ ନାଏକ ପରିଚାଳନା କରିଥିବାବେଲେ ଜିଆରଏସ ମହେନ୍ଦ୍ର ଧରୁଆ ସହଯୋଗ କରିଥିଲେ l ଏହି କାର୍ଯ୍ୟକ୍ରମରେ ଗ୍ରାମପଞ୍ଚାୟତ ଅଧିନସ୍ତ ସମସ୍ତ ଅଙ୍ଗନୱାଡି କର୍ମୀ, ସିଆରପି, ୱାର୍ଡମେମ୍ବର, ନାଏବ ସରପଞ୍ଚ ମାୟାଧର ପୋଢ଼ ଏବଂ ଜନସାଧାରଣ ଉପସ୍ଥିତ ଥିଲେ l

Balangir (ବଲାଙ୍ଗୀର) • ରିପୋର୍ଟ: କୃଷ୍ଣଚନ୍ଦ୍ର ମାଝୀ, ଟିଟିଲାଗଡ଼

ହାଇକୋର୍ଟରୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନରେ ଆସି ଫେରାର ହୋଇଗଲେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ନକଲି ଡାକ୍ତର ଭବାନୀ ଶଙ୍କର ଦାଶ
Jun 24, 2026•92 views

ହାଇକୋର୍ଟରୁ ସର୍ତ୍ତମୂଳକ ଅନ୍ତରୀଣ ଜାମିନରେ ଆସି ଫେରାର ହୋଇଗଲେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତ ନକଲି ଡାକ୍ତର ଭବାନୀ ଶଙ୍କର ଦାଶ

ଭଞ୍ଜନଗର: ଭବାନୀଙ୍କ ଏକମାତ୍ର ପୁଅର ସଡ଼କ ଦୁର୍ଘଟଣାରେ ମୃତ୍ୟୁ ପରେ ଶ୍ରାଦ୍ଧରେ ଯୋଗ ଦେବାକୁ ହାଇକୋର୍ଟରୁ ମିଳିଥିଲା ଜାମିନ, ମେ ୮ତାରିଖରେ ପୁଅର ପ୍ରଥମ ଶ୍ରାଦ୍ଧ ବାର୍ଷିକୀରେ ଯୋଗଦେବା ପାଇଁ ଆବେଦନ କରି ହାଇକୋର୍ଟରୁ ୧୦ଦିନ ପାଇଁ ଗତ ମେ ୭ ତାରିଖରେ ତାଙ୍କୁ ସର୍ବମୂଳକ ଜାମିନ ମିଳିଥିଲା। ଭବାନୀଙ୍କୁ କୋର୍ଟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଥିଲା I କିନ୍ତୁ ଭବାନୀ ଜେଲରୁ ମୁକୁଳିବା ପରେ ଆଜି ପର୍ଯ୍ୟନ୍ତ ଆତ୍ମସମର୍ପଣ ନକରି ଫେରାର ଥିବା ଜଣାପଡିଛି।ଏହାକୁ ନେଇ କୋର୍ଟ ପକ୍ଷରୁ ଭବାନୀଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କରାଯାଇଛି । କେବଳ ଫେରାର ଭବାନୀଙ୍କୁ ନୁହେଁ ବରଂ ତାଙ୍କୁ ଜାମିନରେ ନେଇଥିବା ଦୁଇ ଜାମିନଦାର ନିରାକାର ସାହୁ ଓ ସନ୍ୟାସୀ ମହାନ୍ତିଙ୍କ ସମେତ ବୈଦ୍ୟନାଥପୁର ଥାନା ପୁଲିସକୁ ଆସନ୍ତା ୨୫ତାରିଖରେ ଫେରାର ଭବନୀଙ୍କୁ କୋର୍ଟରେ ହାଜର ପାଇଁ କୋର୍ଟ ନିର୍ଦେଶ ଦେଇଥିବା ସୂଚନା ମିଳିଛି।ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗର ତଦନ୍ତ ବେଳେ ଭବାନୀଙ୍କ ହୋମିଓପାଥ୍‌କ ଡାକ୍ତରୀ ସାର୍ଟିଫିକେଟ ମଧ୍ୟ ନକଲି ବୋଲି ଜଣାପଡ଼ିବା ପରେ ପୁଲିସ ତଦନ୍ତ ଜାରି ରଖୁଛି। ଜଣେ ନାବାଳିକା ମାଗଣାରେ ରହିବା ସହ ଅଧ୍ୟୟନର ସୁବିଧା ଦେବାର ପ୍ରତିଶ୍ରୁତି ଦେଇଥିଲେ ଭବାନୀ। ଭବାନୀ ତାଙ୍କ କମାପଲ୍ଲୀସ୍ଥିତ ବାଜପେୟୀ ଆରୋଗ୍ୟମ କ୍ଲିନିକରେ ନାବାଳିକାଙ୍କୁ ମୃଦୁ ପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା । ପୀଡ଼ିତା ନାବାଳିକା ବୈଦ୍ୟନାଥପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ | ଘଟଣାର ତଦନ୍ତ କରି ପୁଲିସ ଭବାନୀ ଦାଶଙ୍କ ସମେତ ଜନୈକା ଅଙ୍ଗନୱାଡି କର୍ମୀ ଓ କ୍ଲିନିକର ସହାୟିକାଙ୍କ ସମେତ ମୋଟ ୩ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା l

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ଭଞ୍ଜନଗର