ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୭୭ ତମ ବନମହୋସବ - ୨୦୨୬ ପାଳିତ
Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧାJuly 9, 202687 views

ଖୋର୍ଦ୍ଧା: ଖୋର୍ଦ୍ଧା ବ୍ଲକର ଜରିପୁଟଠାରେ ଖୋର୍ଦ୍ଧା ବନଖଣ୍ଡ ପକ୍ଷରୁ ୭୭ତମ ବନ ମହୋତ୍ସବ–୨୦୨୬ ବନଖଣ୍ଡ ସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି।
ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ପ୍ରାକୃତିକ ସନ୍ତୁଳନ ରକ୍ଷାର ବାର୍ତ୍ତା ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବନ ବିଭାଗର ଅଧିକାରୀ, କର୍ମଚାରୀ ଓ ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଯୋଗଦେଇଥିଲେ।ଏହି ଅବସରରେ ସମସ୍ତେ ମିଳିତ ଭାବେ ବୃକ୍ଷରୋପଣ କରି ଅଧିକରୁ ଅଧିକ ଗଛ ଲଗାଇବା ସହ ଏହାର ସୁରକ୍ଷା ପାଇଁ ସମସ୍ତଙ୍କୁ ଆଗେଇ ଆସିବାକୁ ଆହ୍ୱାନ ଦେଇଥିଲେ। ବନ ମହୋତ୍ସବ ମାଧ୍ୟମରେ ପରିବେଶ ସଂରକ୍ଷଣ ପ୍ରତି ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉପରେ ଗୁରୁତ୍ୱାରୋପ
