--:--:--
-- ---
Srishti News

Web News

Nuapada Marches with Pride as Massive Tiranga Rally Marks ‘Har Ghar Tiranga–2026
Aug 14, 202633 views

Nuapada Marches with Pride as Massive Tiranga Rally Marks ‘Har Ghar Tiranga–2026

*Collector Calls Upon Citizens to Uphold the Honour and Dignity of the National Flag* Nuapada, August 14: The spirit of patriotism and national pride swept across Nuapada on Thursday as a massive Tiranga rally was organised under the ‘Har Ghar Tiranga–2026’ campaign. Waving the Tricolour with pride, thousands of participants came together to celebrate the nation’s unity, sovereignty and patriotic spirit. The rally commenced at 8 am from the District Collector’s Office and proceeded towards the Office of the Superintendent of Police. Carrying the Tricolour in their hands and raising patriotic slogans, participants transformed the streets into a vibrant display of national pride. The rally witnessed enthusiastic participation from Nuapada MLA Jay Dholakia, Collector Madhusudan Dash, Superintendent of Police Amritpal Singh, Additional Collector Subash Chandra Rait, Sub-Collector Surmi Soren, Nuapada Block Chairperson Tareshwari Sahu and Komna Block Chairperson Anusaya Kumbhar. Representatives of different political parties, elected representatives, intellectuals, distinguished citizens, district-level officials and employees, school students and members of the public also joined the procession in large numbers. The rally was not merely a procession but a powerful expression of collective patriotism, with citizens reaffirming their respect for the national flag and the values it represents. Following the rally, a meeting was organised at the premises of the District Collector’s Office. Addressing the gathering, Collector Madhusudan Dash expressed his gratitude to all elected representatives, officials, employees, students and citizens whose enthusiastic participation contributed to the success of the event. Emphasising the significance of the Tricolour, the Collector said that the national flag symbolises India’s pride, unity and self-respect. He appealed to everyone to uphold its dignity and honour at all times and to participate in the Har Ghar Tiranga campaign with a deep sense of responsibility and patriotism. The distinguished guests also highlighted the significance of the Har Ghar Tiranga initiative and urged citizens, particularly the younger generation, to develop a lasting sense of respect and pride for the national flag. The programme concluded with a vote of thanks proposed by Additional Collector Subash Chandra Rait.

Nuapada (ନୂଆପଡ଼ା)Malaya Meher & Bijay Bariha

District-Level Panchayat Conference Held in Nuapada on VB-G RAM G Act: Focus on Effective Grassroots Implementation and Strengthening Rural Livelihood Security
Aug 14, 202630 views

District-Level Panchayat Conference Held in Nuapada on VB-G RAM G Act: Focus on Effective Grassroots Implementation and Strengthening Rural Livelihood Security

Nuapada, August 14: A district-level Panchayat Conference on the Viksit Bharat–G-RAM-G Act, 2025, aimed at creating grassroots awareness and ensuring its effective implementation, was held in Nuapada under the chairmanship of District Collector Madhusudan Dash. The conference brought together all Sarpanches and Panchayat Samiti members from Sinapali and Khariar blocks, providing a platform to discuss the objectives, key provisions and implementation strategy of the newly introduced legislation. Additional Executive Officer (Administration), Zilla Parishad, Kshamanidhi Bhoi, along with the MGNREGS Coordinator, Zilla Parishad, I-NRM experts and other concerned officials, attended the programme. Addressing the gathering, Collector Madhusudan Dash elaborated on the objectives, major features and key provisions of the VB-G-RAM-G Act, 2025. He stressed that the success of the legislation would largely depend on its transparent, participatory and effective implementation at the grassroots level. The Collector emphasised the need for participatory planning, identification of works based on local requirements and timely execution of projects. He called upon elected representatives and officials to ensure that the benefits of the scheme reach every eligible rural household without discrimination or delay. Highlighting the importance of the legislation for a district like Nuapada, the Collector said it has significant potential to strengthen rural livelihood security and reduce distress migration and labour migration. He stressed that adequate employment opportunities should be generated for rural families while simultaneously creating durable and productive rural assets. Sarpanches and Panchayat Samiti members were urged to play an active and responsible role in the successful implementation of the Act. The conference stressed coordinated action at the Panchayat level so that no eligible rural family is deprived of employment and livelihood security. The conference also served as an important orientation platform for elected representatives, enabling them to understand various aspects of the VB-G-RAM-G Act and their responsibilities in its implementation. The programme concluded with a renewed emphasis on people-centric planning, transparency, accountability and effective grassroots participation to translate the objectives of the Act into tangible livelihood opportunities and sustainable rural development across Nuapada district.

Nuapada (ନୂଆପଡ଼ା)Malaya Meher & Bijay Bariha

ଆଇନଜୀବୀଙ୍କ ସୁରକ୍ଷା ଦାବି: ଜିଲାପାଳ ଓ ଏସ୍‌ପିଙ୍କୁ ଲୟର୍ସ ଆସୋସିଏସନ୍‌ର ସ୍ମାରକପତ୍ର
Aug 14, 202617 views

ଆଇନଜୀବୀଙ୍କ ସୁରକ୍ଷା ଦାବି: ଜିଲାପାଳ ଓ ଏସ୍‌ପିଙ୍କୁ ଲୟର୍ସ ଆସୋସିଏସନ୍‌ର ସ୍ମାରକପତ୍ର

ବରଗଡ଼: ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ଉପରେ ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ଓ ନିରପେକ୍ଷ ତଦନ୍ତ ସହ ଆଇନଜୀବୀମାନଙ୍କ ସୁରକ୍ଷା ଦାବିରେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍ ପକ୍ଷରୁ ବରଗଡ଼ ଜିଲାପାଳ ଆଦିତ୍ୟ ଗୋୟଲ ଓ ଏସ୍‌ପି ରବିନ୍ଦ୍ରନାଥ ଶତପଥୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ବରଗଡ଼ ଜିଲା ବାର୍ ଆସୋସିଏସନ୍‌ର ସଭାପତି ତଥା ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ଭୀଷ୍ମଦେବ ସରାଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ସଂଘ ପକ୍ଷରୁ ଦୃଢ଼ ନିନ୍ଦା କରାଯିବା ସହ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ କରାଯାଇଛି। ଆଇନଜୀବୀମାନେ ନିଜର ବୃତ୍ତିଗତ ଦାୟିତ୍ୱ ନିର୍ଭୟରେ ଓ ମର୍ଯ୍ୟାଦାର ସହ ତୁଲାଇବା ପାଇଁ ସୁରକ୍ଷିତ ପରିବେଶ ଆବଶ୍ୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଏହି ଘଟଣା ସମ୍ପର୍କରେ ବରଗଡ଼ ଟାଉନ୍ ଥାନାରେ ମାମଲା ନଂ-୪୬୨/୨୦୨୬ରେ ଏତଲା ରୁଜୁ ହୋଇସାରିଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ, ନିରପେକ୍ଷ ତଦନ୍ତ, ଆବଶ୍ୟକ ସ୍ଥଳେ ସ୍ପେଶାଲ୍ ପବ୍ଲିକ୍ ପ୍ରୋସିକ୍ୟୁଟର ନିଯୁକ୍ତି ଏବଂ ଆଇନଜୀବୀମାନଙ୍କ ସୁରକ୍ଷା ପାଇଁ ଉପଯୁକ୍ତ ପଦକ୍ଷେପ ନେବାକୁ ସ୍ମାରକପତ୍ରରେ ଦାବି କରାଯାଇଛି। ଏହି ପ୍ରତିନିଧିମଣ୍ଡଳରେ ଅଲ୍ ଓଡ଼ିଶା ଲୟର୍ସ ଆସୋସିଏସନ୍‌ର କାର୍ଯ୍ୟକାରୀ ସଭାପତି ତଥା ଆଠମଲ୍ଲିକ ବାର୍ ସଭାପତି ସୁଶାନ୍ତ କୁମାର ମହାପାତ୍ର, ଅନୁଗୁଳ ବାର୍ ସଭାପତି ଦିଲ୍ଲୀପ କୁମାର ସାହୁ, ଛେଣ୍ଡିପଦା ବାର୍ ସଭାପତି ନଗେନ କୁମାର ନନ୍ଦ, ସମ୍ବଲପୁର ବାର୍ ସମ୍ପାଦକ ପ୍ରବୀଣ କୁମାର ସିଂହଦେଓ, ସଭ୍ୟ ତାରିଣୀ ପାଣିଗ୍ରାହୀଙ୍କ ସମେତ ବରଗଡ଼ ଜିଲା ଓକିଲ ସଂଘର ଉପସଭାପତି ଉତ୍ତର କୁମାର ସାହୁ, ସମ୍ପାଦକ ହରିହର ପ୍ରଧାନ ଓ ଯୁଗ୍ମ ସମ୍ପାଦକ ପ୍ରମୁଖ ଉପସ୍ଥିତ ଥିଲେ।

Bargarh (ବରଗଡ଼)ସତ୍ୟ ସୁରୁଜାଲ

ମଲାଗୁଣି ନଦୀକୁ ଡେଇଁ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
Aug 14, 202647 views

ମଲାଗୁଣି ନଦୀକୁ ଡେଇଁ ଯୁବକ ନିଖୋଜ, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି

ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରାମେଶ୍ୱର ନିକଟସ୍ଥ ମଲାଗୁଣି ନଦୀ ବ୍ରିଜ ଉପରୁ ନଦୀକୁ ଡେଇଁ ଜଣେ ଯୁବକ ନିଖୋଜ ହୋଇଥିବା ଜଣାପଡ଼ିଛି। ନିଖୋଜ ଯୁବକ ଜଣକ ନିରାକାରପୁର ଥାନା ଅନ୍ତର୍ଗତ ଯାଜପୁର ଗ୍ରାମର ଜିତେନ୍ଦ୍ର କୁମାର ପ୍ରଧାନ ବୋଲି ଜଣାପଡ଼ିଛି। ସୂଚନା ଅନୁଯାୟୀ, ଜିତେନ୍ଦ୍ର ବ୍ରିଜ ଉପରେ ନିଜ ମୋଟରସାଇକେଲ ଓ ମୋବାଇଲ ଫୋନ ରଖି ମଲାଗୁଣି ନଦୀକୁ ଡେଇଁ ପଡ଼ିଥିବା ଅଭିଯୋଗ ହୋଇଛି। ଘଟଣା ସମ୍ପର୍କରେ ଖବର ପାଇ ଜଙ୍କିଆ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟାଙ୍ଗୀ ଓ ଖୋର୍ଦ୍ଧା ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲା। ଖବର ପାଇ ଟାଙ୍ଗୀ ଓ ଖୋର୍ଦ୍ଧା ଅଗ୍ନିଶମ ବାହିନୀର ଦୁଇଟି ଟିମ୍ ଘଟଣାସ୍ଥଳରେ ପହଞ୍ଚି ମଲାଗୁଣି ନଦୀରେ ଜିତେନ୍ଦ୍ରଙ୍କୁ ଖୋଜାଖୋଜି ଜାରି ରଖିଛନ୍ତି। ଘଟଣାସ୍ଥଳରେ ଶତାଧିକ ଲୋକଙ୍କ ଭିଡ଼ ଜମିଥିବା ବେଳେ ପରିବାର ଲୋକଙ୍କ ମଧ୍ୟରେ ଚିନ୍ତା ପ୍ରକାଶ ପାଇଛି। ପ୍ରାଥମିକ ତଦନ୍ତରୁ ପାରିବାରିକ କଳହକୁ କେନ୍ଦ୍ର କରି ଜିତେନ୍ଦ୍ର ନଦୀକୁ ଡେଇଁ ପଡ଼ିଥିବା ପୋଲିସ ଅନୁମାନ କରୁଛି। ତେବେ ଯୁବକଙ୍କ ନିଖୋଜ ହେବାର ପ୍ରକୃତ କାରଣ ଓ ଘଟଣାର ସମ୍ପୂର୍ଣ୍ଣ ତଥ୍ୟ ପୋଲିସ ତଦନ୍ତ ପରେ ସ୍ପଷ୍ଟ ହେବ।

Khordha (ଖୋର୍ଦ୍ଧା)ରିପୋର୍ଟ: ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା
Aug 14, 202651 views

ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ‘ହର ଘର ତ୍ରିରଙ୍ଗା’ ଶୋଭାଯାତ୍ରା

ଖୋର୍ଦ୍ଧା: ଜନତା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅବସରରେ ଏକ ଦେଶାତ୍ମବୋଧକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଯୁବ ରେଡକ୍ରସର କାଉନସେଲର ଜିତେନ୍ଦ୍ର କୁମାର ବସ୍ତିଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ଶୋଭାଯାତ୍ରାକୁ +୨ କଲେଜର ଅଧ୍ୟକ୍ଷା ବନଶ୍ରୀ ରାଉତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭାରମ୍ଭ କରିଥିଲେ। ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଛାତ୍ରଛାତ୍ରୀମାନେ କଲେଜ ପରିସରରୁ ଶୋଭାଯାତ୍ରା ବାହାର କରି କୁହୁଡ଼ି ଅଞ୍ଚଳର ଗୋପୀନାଥପୁର ଓ ନୂଆଗାଁ ଅଞ୍ଚଳ ପରିକ୍ରମା କରିଥିଲେ। ପରେ ଶୋଭାଯାତ୍ରାଟି କଲେଜ ପରିସରରେ ଆସି ସମାପ୍ତ ହୋଇଥିଲା। କାର୍ଯ୍ୟକ୍ରମରେ ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ, ଜାତୀୟ ସେବା ଯୋଜନାର ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ଯୁବ ରେଡକ୍ରସର ସ୍ୱେଚ୍ଛାସେବୀ ରତିକାନ୍ତ ଜେନା, ଦୀପିକା ପାତ୍ର, ଇତିଶ୍ରୀ ମହାରଣା, ବୈଶାଖୀ ମହାନ୍ତି, ମନୋଜ ବେହେରା, ଅଙ୍କିତା ପ୍ରିୟଦର୍ଶିନୀ, ଦେବଦର୍ଶିନୀ ଛୋଟରାୟ ଓ ଡିମ୍ପଲ ପାଇକରାୟ ବିଭିନ୍ନ ଦେଶାତ୍ମବୋଧକ ସ୍ଲୋଗାନ ଦେଇ ଶୋଭାଯାତ୍ରାକୁ ଆକର୍ଷଣୀୟ କରିଥିଲେ। ଜାତୀୟ ସେବା ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ମନୋଜ କୁମାର ସାମନ୍ତରାୟ ଏବଂ ଚିନ୍ମୟୀ ପ୍ରଧାନଙ୍କ ସହଯୋଗରେ ତ୍ରିରଙ୍ଗା ଶୋଭାଯାତ୍ରା ସୁନ୍ଦର ଭାବେ ପରିଚାଳିତ ହୋଇଥିଲା। କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ମନରେ ଦେଶପ୍ରେମ ଓ ଜାତୀୟ ପତାକା ପ୍ରତି ସମ୍ମାନର ଭାବନା ସୃଷ୍ଟି କରାଯାଇଥିଲା।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ପ୍ରାଣନାଥ ମହାବିଦ୍ୟାଳୟ ଶାଖା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା – Genz ଙ୍କ ପ୍ରଥମ ପସନ୍ଦ ସାଜିଛି ବିଦ୍ୟାର୍ଥୀ ପରିଷଦ.
Aug 14, 202613 views

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ,ପ୍ରାଣନାଥ ମହାବିଦ୍ୟାଳୟ ଶାଖା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା – Genz ଙ୍କ ପ୍ରଥମ ପସନ୍ଦ ସାଜିଛି ବିଦ୍ୟାର୍ଥୀ ପରିଷଦ.

ଆଜି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି), ପ୍ରାଣନାଥ ମହାବିଦ୍ୟାଳୟ ଶାଖା, ଖୋରଧା ଜିଲ୍ଲା ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ସଫଳତାର ସହ ଅନୁଷ୍ଠିତ ହୋଇଛି। ଶତାଧିକ ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଏବଂ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ହୋଇପାରିଛି । ଏହି କାର୍ଯ୍ୟକ୍ରମରେ ସ୍ୱଦେଶୀ ଭାରତ ର ଅଖିଳ ଭାରତୀୟ ପ୍ରମୁଖ ଶ୍ରୀ ଦିନେଶ ଜି, ପୁରୀ ବିଭାଗ ସଂଗଠନ ମନ୍ତ୍ରୀ ଶ୍ରୀମାନ ଅରିଜିତ ପଟ୍ଟନାୟକ , ଖୋରଧା ନଗର ବିସ୍ତାରକ ଶ୍ରୀମାନ୍ ସାଇ ଜୀବନ ଜ୍ୟୋତି ,ଖୋରଧା ଜିଲ୍ଲା ସଂଯୋଜକ ଶ୍ରୀମାନ ଦଧିବାମନ ଦାସ, ରାଜ୍ୟ ଖେଲୋ ଭାରତ ସହ ସଂଯୋଜିକା ଡି ନନ୍ଦିନୀ,ଜିଲ୍ଲା ଦାୟିତ୍ୱ ରେ ଥିବା ପ୍ରକାଶ ବେହେରା,ଶୁଭମ୍ ବେହେରା,ମାନସ ରଞ୍ଜନ ସାହୁ ,ରାଜେଶ ସାହୁ ,ସଞ୍ଜୟ ନାୟକ ,ଅଭିଳାଷ ସାହୁ ,ସୁଷମ ବେହେରା , ଏବଂ ଅନ୍ୟାନ୍ୟ ବିଦ୍ୟାର୍ଥୀ ପରିଷଦର କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।ପ୍ରାଣନାଥ ମହାବିଦ୍ୟାଳୟ ସ୍ୱୟଂଶାସିତ ର ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସହଭାଗିତାରେ ଶୋଭାଯାତ୍ରାଟି ଭବ୍ୟ ରୂପ ଧାରଣ କରିଥିଲା। ଏହି ତ୍ରିରଙ୍ଗା ଶୋଭାଯାତ୍ରା ପ୍ରାଣନାଥ ମହାବିଦ୍ୟାଳୟ ର ଏନସିସି ପଡ଼ିଆ ଠାରୁ ଆରମ୍ଭ ହୋଇ ମୁକୁନ୍ଦପ୍ରସାଦ ଟ୍ରାଫିକ ଏବଂ ଖୋର୍ଦ୍ଧା ବାଇପାସ୍ ଦେଇ କଲେଜ ର ଜୟୀରାଜଗୁରୁ ଙ୍କ ପ୍ରତିମୂର୍ତ୍ତି ପାଖକୁ ଆସିଥିଲା ।ଏହି ଅବସରରେ ବକ୍ତାମାନେ କହିଥିଲେ ଯେ, ତ୍ରିରଙ୍ଗା କେବଳ ଏକ ଜାତୀୟ ପତାକା ନୁହେଁ, ଏହା ଦେଶର ଗୌରବ, ସ୍ୱାଭିମାନ ଓ ଏକତାର ପ୍ରତୀକ। ଦେଶପ୍ରେମ, ରାଷ୍ଟ୍ରନିଷ୍ଠା ଓ ସାମାଜିକ ଦାୟିତ୍ୱବୋଧକୁ ଛାତ୍ରସମାଜ ମଧ୍ୟରେ ସୁଦୃଢ଼ କରିବା ପାଇଁ ଏପରି କାର୍ଯ୍ୟକ୍ରମ ଅତ୍ୟନ୍ତ ପ୍ରେରଣାଦାୟକ। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦୀର୍ଘ ଦିନ ଧରି ଛାତ୍ରହିତ, ରାଷ୍ଟ୍ରହିତ ଓ ସମାଜହିତକୁ ପ୍ରାଧାନ୍ୟ ଦେଇ ଦେଶବ୍ୟାପୀ କାର୍ଯ୍ୟ କରିଆସୁଛି। ଶିକ୍ଷାର ଗୁଣାତ୍ମକ ବିକାଶ, ଛାତ୍ରଛାତ୍ରୀଙ୍କ ଅଧିକାର ସୁରକ୍ଷା, ସାମାଜିକ ସଚେତନତା, ପରିବେଶ ସୁରକ୍ଷା, ରକ୍ତଦାନ, ଦୁର୍ଯୋଗ ସମୟରେ ସେବାକାର୍ଯ୍ୟ ଏବଂ ଜାତୀୟ ଚେତନାର ବିକାଶ କ୍ଷେତ୍ରରେ ବିଦ୍ୟାର୍ଥୀ ପରିଷଦ ନିରନ୍ତର କାର୍ଯ୍ୟ କରିଆସୁଛି। ଆଜିର ଏହି ଐତିହାସିକ ତ୍ରିରଙ୍ଗା ଶୋଭାଯାତ୍ରା ପୁଣିଥରେ ପ୍ରମାଣ କରିଛି ଯେ, ଯୁବପିଢ଼ି ( ଜେନ୍-ଜି ) ଙ୍କ ମଧ୍ୟରେ ଦେଶଭକ୍ତି, ସାମାଜିକ ଦାୟିତ୍ବ କୁ ନିଭାଇବା ପାଇଁ ଗୁରୁତ୍ୱ ଭାବନା ଅଛି । ବହୁ ସଂଖ୍ୟକ ଛାତ୍ରଛାତ୍ରୀଙ୍କ ସ୍ୱତଃସ୍ଫୂର୍ତ୍ତ ଯୋଗଦାନ ଏବିଭିପି ପ୍ରତି ସେମାନଙ୍କ ବିଶ୍ୱାସ ଓ ଆସ୍ଥାର ପ୍ରତିଫଳନ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି। "ଛାତ୍ର ଶକ୍ତି ହିଁ ରାଷ୍ଟ୍ର ଶକ୍ତି" ଏହି ମୂଳମନ୍ତ୍ରକୁ ଆଧାର କରି ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଆଗାମୀ ଦିନରେ ମଧ୍ୟ ରାଷ୍ଟ୍ର ନିର୍ମାଣରେ ଯୁବଶକ୍ତିଙ୍କୁ ସଂଗଠିତ କରିବା ସହ ସମାଜ ଓ ଶିକ୍ଷା କ୍ଷେତ୍ରରେ ବିଭିନ୍ନ ଗଠନମୂଳକ କାର୍ଯ୍ୟକ୍ରମ ଜାରି ରଖିବ।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟାଙ୍କା ମହାପାତ୍ର ଖୋର୍ଦ୍ଧା

ହର ଘର ତ୍ରିରଙ୍ଗା: ଖୋର୍ଦ୍ଧାରେ ଦେଶପ୍ରେମର ବାର୍ତ୍ତା ଦେଲା ଆଇଟିବିପିର ତ୍ରିରଙ୍ଗା ଶୋଭାଯାତ୍ରା
Aug 14, 202617 views

ହର ଘର ତ୍ରିରଙ୍ଗା: ଖୋର୍ଦ୍ଧାରେ ଦେଶପ୍ରେମର ବାର୍ତ୍ତା ଦେଲା ଆଇଟିବିପିର ତ୍ରିରଙ୍ଗା ଶୋଭାଯାତ୍ରା

ଖୋର୍ଦ୍ଧା, ଅଗଷ୍ଟ ୧୪: ସ୍ୱାଧୀନତା ଦିବସ ପୂର୍ବରୁ ଦେଶପ୍ରେମ, ଜାତୀୟ ଏକତା ଓ ତ୍ରିରଙ୍ଗା ପ୍ରତି ସମ୍ମାନର ଭାବନାରେ ଖୋର୍ଦ୍ଧା ସହର ଉତ୍ସବମୁଖର ହୋଇଉଠିଛି। ‘ହର ଘର ତ୍ରିରଙ୍ଗା’ ଅଭିଯାନର ଅଂଶ ଭାବେ ଇଣ୍ଡୋ-ତିବ୍ବତ ବର୍ଡର ପୋଲିସ (ଆଇଟିବିପି)ର ୪୧ତମ ବାଟାଲିୟନ, ଖୋର୍ଦ୍ଧା ଏବଂ ଛତିଶଗଡ଼ର କୋଣ୍ଡାଗାଓଁସ୍ଥିତ ଟିଏଚ୍‌କ୍ୟୁ ପକ୍ଷରୁ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହୋଇଥିଲା। ହାତରେ ଜାତୀୟ ପତାକା ଧରି ଶୃଙ୍ଖଳିତ ଭାବେ ଆଗେଇ ଚାଲିଥିବା ହିମବୀରମାନେ ଜନସାଧାରଣଙ୍କ ମଧ୍ୟରେ ଦେଶପ୍ରେମ, ଜାତୀୟ ସଂହତି ଓ ତ୍ରିରଙ୍ଗା ପ୍ରତି ଗଭୀର ସମ୍ମାନର ବାର୍ତ୍ତା ପହଞ୍ଚାଇଥିଲେ। ତ୍ରିରଙ୍ଗାର ଗରିମାମୟ ପ୍ରଦର୍ଶନ ଓ ବର୍ଦ୍ଦି ପରିହିତ ଆଇଟିବିପି ଯବାନଙ୍କ ଶୃଙ୍ଖଳିତ ଉପସ୍ଥିତି ଶୋଭାଯାତ୍ରାକୁ ଏକ ସ୍ୱତନ୍ତ୍ର ଆକର୍ଷଣ ଦେଇଥିଲା। ଏହା କେବଳ ଜାତୀୟ ପତାକା ପ୍ରଦର୍ଶନରେ ସୀମିତ ରହିନଥିଲା; ବରଂ ଦେଶର ଅଖଣ୍ଡତା, ସାମାଜିକ ଏକତା ଓ ଦାୟିତ୍ୱବୋଧକୁ ଆହୁରି ମଜବୁତ କରିବାର ଏକ ଜନସଚେତନତାମୂଳକ ପ୍ରୟାସ ଭାବେ ପରିଣତ ହୋଇଥିଲା।ହର ଘର ତ୍ରିରଙ୍ଗା’ ଅଭିଯାନର ମୂଳ ଲକ୍ଷ୍ୟ ହେଉଛି ପ୍ରତ୍ୟେକ ନାଗରିକଙ୍କ ମନରେ ଜାତୀୟ ପତାକା ପ୍ରତି ଗର୍ବ ଓ ଆତ୍ମୀୟତାର ଭାବନା ସୃଷ୍ଟି କରିବା। ସ୍ୱାଧୀନତା ଦିବସକୁ କେବଳ ଏକ ଆନୁଷ୍ଠାନିକ ଉତ୍ସବ ଭାବେ ପାଳନ ନକରି ଏହାକୁ ଜାତୀୟ ଦାୟିତ୍ୱ, ଏକତା ଓ ଦେଶପ୍ରେମର ଅବସରରେ ପରିଣତ କରିବା ପାଇଁ ଏହି ଅଭିଯାନ ଜନସାଧାରଣଙ୍କୁ ପ୍ରେରିତ କରୁଛି। ଖୋର୍ଦ୍ଧାରେ ଆୟୋଜିତ ଏହି ଶୋଭାଯାତ୍ରା ସେହି ବ୍ୟାପକ ଭାବନାକୁ ଆହୁରି ସୁଦୃଢ଼ କରିଥିଲା। ଦେଶର ଦୁର୍ଗମ ଓ ଉଚ୍ଚ ପର୍ବତୀୟ ସୀମାନ୍ତରେ ନିରନ୍ତର ଦାୟିତ୍ୱ ତୁଲାଉଥିବା ଆଇଟିବିପିର ହିମବୀରମାନଙ୍କ ପାଇଁ ତ୍ରିରଙ୍ଗା କେବଳ ଏକ ପତାକା ନୁହେଁ, ଏହା ଦେଶର ସାର୍ବଭୌମତ୍ୱ, ସୁରକ୍ଷା ଓ ଗୌରବର ପ୍ରତୀକ। ତେଣୁ ସୀମାରେ ଦେଶର ସୁରକ୍ଷା ପାଇଁ ନିଜ ଜୀବନକୁ ବିପଦରେ ପକାଇ ସେବା କରୁଥିବା ଯବାନମାନେ ଯେତେବେଳେ ସାଧାରଣ ଲୋକଙ୍କ ମଧ୍ୟରେ ତ୍ରିରଙ୍ଗା ଧରି ଦେଶପ୍ରେମର ବାର୍ତ୍ତା ନେଇ ପହଞ୍ଚନ୍ତି, ସେତେବେଳେ ଏହା ନାଗରିକଙ୍କ ମନରେ ଏକ ଭିନ୍ନ ଅନୁଭବ ସୃଷ୍ଟି କରିଥାଏ।ଶୋଭାଯାତ୍ରାରେ ତ୍ରିରଙ୍ଗା ହିଁ ଥିଲା ସମଗ୍ର କାର୍ଯ୍ୟକ୍ରମର କେନ୍ଦ୍ରବିନ୍ଦୁ। ଜାତୀୟ ପତାକା ହାତରେ ଧରି ଆଗକୁ ବଢ଼ୁଥିବା ହିମବୀରମାନଙ୍କ ଦୃଶ୍ୟ ଯୁବପିଢ଼ିଙ୍କ ମନରେ ଦେଶପ୍ରେମର ଭାବନା ଜାଗ୍ରତ କରିବା ସହ ତ୍ରିରଙ୍ଗାର ମର୍ଯ୍ୟାଦା ଓ ଏହା ପଛରେ ଥିବା ତ୍ୟାଗର ଇତିହାସକୁ ସ୍ମରଣ କରାଇଥିଲା। ତ୍ରିରଙ୍ଗା ଦେଶର ଏକତା, ସାହସ, ବଳିଦାନ, ଗରିମା ଓ ଦାୟିତ୍ୱବୋଧର ପ୍ରତୀକ ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା।ଶୋଭାଯାତ୍ରା ମାଧ୍ୟମରେ ଜାତୀୟ ପତାକାର ମର୍ଯ୍ୟାଦା ରକ୍ଷା ଉପରେ ମଧ୍ୟ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଜାତୀୟ ପତାକାକୁ ଯଥାଯଥ ସମ୍ମାନର ସହ ପ୍ରଦର୍ଶନ ଓ ବ୍ୟବହାର କରିବା ସହିତ ପତାକା ସମ୍ବନ୍ଧୀୟ ନିର୍ଦ୍ଧାରିତ ନିୟମ ଓ ମର୍ଯ୍ୟାଦା ପାଳନ କରିବାକୁ ଲୋକଙ୍କୁ ସଚେତନ କରାଯାଇଥିଲା। ସ୍ୱାଧୀନତା ଦିବସ ଭଳି ଜାତୀୟ ଉତ୍ସବ ସମୟରେ ଘର, ଅନୁଷ୍ଠାନ ଓ ସାର୍ବଜନୀନ ସ୍ଥାନରେ ତ୍ରିରଙ୍ଗାର ବ୍ୟବହାର ବଢ଼ୁଥିବାରୁ ଏହାର ମର୍ଯ୍ୟାଦା ଓ ଗରିମା ସୁରକ୍ଷିତ ରଖିବା ଆହୁରି ଗୁରୁତ୍ୱପୂର୍ଣ୍ଣ ବୋଲି ବାର୍ତ୍ତା ଦିଆଯାଇଥିଲା।ଛତିଶଗଡ଼ର କୋଣ୍ଡାଗାଓଁସ୍ଥିତ ଟିଏଚ୍‌କ୍ୟୁର ଅଂଶଗ୍ରହଣ ଏହି ଅଭିଯାନର ସର୍ବଭାରତୀୟ ଚରିତ୍ରକୁ ମଧ୍ୟ ପ୍ରତିଫଳିତ କରିଥିଲା। ଭୌଗୋଳିକ ସୀମାକୁ ଅତିକ୍ରମ କରି ଏକ ଜାତୀୟ ପ୍ରତୀକ ତଳେ ସମସ୍ତଙ୍କୁ ଏକାଠି କରିବା ହେଉଛି ‘ହର ଘର ତ୍ରିରଙ୍ଗା’ ଅଭିଯାନର ମୂଳ ଭାବନା। ଖୋର୍ଦ୍ଧାରେ ଏହି ଶୋଭାଯାତ୍ରା ସେହି ଜାତୀୟ ଏକତାର ଏକ ସୁନ୍ଦର ଚିତ୍ର ପ୍ରଦର୍ଶନ କରିଥିଲା।ଏହି କାର୍ଯ୍ୟକ୍ରମ ସୁରକ୍ଷା ବାହିନୀ ଓ ସାଧାରଣ ନାଗରିକଙ୍କ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାର ଏକ ଅବସର ମଧ୍ୟ ସୃଷ୍ଟି କରିଥିଲା। ସୀମାରେ ଦେଶର ସୁରକ୍ଷା ପାଇଁ ଯବାନମାନେ କରୁଥିବା କଠିନ ଓ ତ୍ୟାଗପୂର୍ଣ୍ଣ ସେବା ସମ୍ପର୍କରେ ସାଧାରଣ ଲୋକଙ୍କ ମନରେ ଅଧିକ ଧାରଣା ସୃଷ୍ଟି କରିବା ସହ ନାଗରିକଙ୍କ ନିଜ ଦୈନନ୍ଦିନ ଜୀବନରେ ଦେଶପ୍ରତି ଦାୟିତ୍ୱବୋଧକୁ ମଧ୍ୟ ଏହି କାର୍ଯ୍ୟକ୍ରମ ସ୍ମରଣ କରାଇଥିଲା।ସ୍ୱାଧୀନତା ଦିବସ ପାଳନ ପାଇଁ ସମଗ୍ର ଦେଶ ପ୍ରସ୍ତୁତ ହେଉଥିବା ବେଳେ ଖୋର୍ଦ୍ଧାର ଏହି ତ୍ରିରଙ୍ଗା ଶୋଭାଯାତ୍ରା ଦେଶର ସ୍ୱାଧୀନତା ପଛରେ ଥିବା ଅସଂଖ୍ୟ ବଳିଦାନକୁ ସ୍ମରଣ କରାଇଥିଲା। ତ୍ରିରଙ୍ଗା ଭାରତର ସ୍ୱାଧୀନତା ସଂଗ୍ରାମର ଦୀର୍ଘ ଇତିହାସ, ସହିଦମାନଙ୍କ ତ୍ୟାଗ ଏବଂ ଦେଶର ବିବିଧତା ମଧ୍ୟରେ ଏକତାର ଅଦ୍ୱିତୀୟ ପ୍ରତୀକ ଭାବେ ନାଗରିକଙ୍କୁ ପ୍ରେରଣା ଦେଇଥାଏ।ଶୋଭାଯାତ୍ରାରେ ଦେଶପ୍ରେମମୂଳକ ସ୍ଲୋଗାନ ଓ ‘ବନ୍ଦେ ମାତରମ୍’ର ଧ୍ୱନି ପରିବେଶକୁ ଆହୁରି ଉତ୍ସାହପୂର୍ଣ୍ଣ କରିଥିଲା। ହିମବୀରମାନଙ୍କ ଉପସ୍ଥିତି ଓ ତ୍ରିରଙ୍ଗା ପ୍ରତି ଲୋକଙ୍କ ଉତ୍ସାହ ଏହି କାର୍ଯ୍ୟକ୍ରମକୁ ଏକ ଜନସମ୍ପୃକ୍ତ ଜାତୀୟ ଅଭିଯାନର ରୂପ ଦେଇଥିଲା।ଆଇଟିବିପି ଯବାନଙ୍କ ପାଇଁ ଏହି ପଦକ୍ଷେପ କେବଳ ନିଜର କର୍ତ୍ତବ୍ୟ ପରିସରରେ ସୀମିତ ନଥିଲା। ସୀମାରେ ଦେଶର ସୁରକ୍ଷା ଦାୟିତ୍ୱ ତୁଲାଇବା ସହିତ ସାଧାରଣ ଜନତାଙ୍କ ମଧ୍ୟରେ ଜାତୀୟ ଏକତା, ଦେଶପ୍ରେମ ଓ ନାଗରିକ ଦାୟିତ୍ୱର ଭାବନା ଜାଗ୍ରତ କରିବା ମଧ୍ୟ ଏହି ପ୍ରୟାସର ଏକ ବଡ଼ ବାର୍ତ୍ତା ଥିଲା।ଖୋର୍ଦ୍ଧାରେ ଆୟୋଜିତ ଏହି ତ୍ରିରଙ୍ଗା ଶୋଭାଯାତ୍ରା ‘ହର ଘର ତ୍ରିରଙ୍ଗା’ର ମୂଳ ଉଦ୍ଦେଶ୍ୟକୁ ସାକାର କରିବାର ଏକ ଦୃଶ୍ୟମାନ ପ୍ରୟାସ ହୋଇଥିଲା। ପ୍ରତ୍ୟେକ ଘରେ ତ୍ରିରଙ୍ଗା, ପ୍ରତ୍ୟେକ ହୃଦୟରେ ଦେଶପ୍ରେମ ଏବଂ ପ୍ରତ୍ୟେକ ନାଗରିକଙ୍କ ମନରେ ଦେଶ ପ୍ରତି ଦାୟିତ୍ୱବୋଧ—ଏହି ଭାବନାକୁ ନେଇ ଆଗକୁ ବଢ଼ିଥିବା ଏହି ଅଭିଯାନ ଖୋର୍ଦ୍ଧାରେ ଜାତୀୟ ଏକତାର ଏକ ଶକ୍ତିଶାଳୀ ସନ୍ଦେଶ ଦେଇଛି। ଦେଶର ଶକ୍ତି ତାହାର ବିବିଧତା ମଧ୍ୟରେ ଏକତାରେ ନିହିତ ଏବଂ ତ୍ରିରଙ୍ଗା ହେଉଛି ସେହି ଏକତାର ସର୍ବୋଚ୍ଚ ପ୍ରତୀକ—ଏହି ବାର୍ତ୍ତା ସହ ଶୋଭାଯାତ୍ରା ଜନସାଧାରଣଙ୍କ ମନରେ ଦେଶପ୍ରେମର ଭାବନାକୁ ଆହୁରି ଦୃଢ଼ କରିଥିଲା।

Khordha (ଖୋର୍ଦ୍ଧା)ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ
Aug 14, 202639 views

ଘର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଉପଲକ୍ଷେ ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ

ନୂଆଗାଁ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦିଙ୍କ ଆହ୍ୱାନ କ୍ରମେ ଦେଶ ବ୍ୟାପି ଅଗଷ୍ଟ ୯ ତାରିଖରୁ ଆସନ୍ତା ଅଗଷ୍ଟ ୧୭ ତାରିଖ ପର୍ଯ୍ୟନ୍ତ ଭାରତ ବର୍ଷର ଏକତା, ସଂହତି,ଅଖଣ୍ଡତା ସମନ୍ୱୟ,ଦେଶର ସୁରକ୍ଷା ଓ ଭାତୃଭାବ ସମ୍ପର୍କ ନିମନ୍ତେ ସମସ୍ତ ଜନସାଧାରଣ ଦେଶ ପ୍ରେମରେ ଜାଗ୍ରତ ରହି ଜାତୀୟ ପତାକାକୁ ସମ୍ମାନ ଜଣାଇ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମରେ ସାମିଲ ହୋଇ ଦେଶର ସମସ୍ତ ଘର,ବ୍ୟବସାୟିକ ଅନୁଷ୍ଠାନ,ସମସ୍ତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ,ସମସ୍ତ ବ୍ୟାଙ୍କ,ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକରେ ପବିତ୍ର ୮୦ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ଉଡାଇବାକୁ ଆହ୍ୱାନ ଦିଆଯାଇଅଛି I ଏହି କାର୍ଯ୍ୟକ୍ରମ ଉପଲକ୍ଷେ ନୂଆଗାଁ ଶିକ୍ଷା ବ୍ଲକ ଅନ୍ତର୍ଗତ ଖୁଣ୍ଟଗାଁ ସ୍ଥିତ ପି. ଏମ.ଶ୍ରୀ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଖୁଣ୍ଟଗାଁ ଆନୁକୂଲ୍ୟରେ ଓ ଭାରପ୍ରାପ୍ତ ଅଧ୍ୟକ୍ଷା ତନୁଜା ନନ୍ଦିନୀ ତନ୍ତୀଙ୍କ ଆବାହକତ୍ୱରେ ବିଦ୍ୟାଳୟ ସ୍ତରୀୟ ହର ଘର ତ୍ରିରଙ୍ଗା ଚିତ୍ରାଙ୍କନ ପ୍ରତିଯୋଗିତା , ଅନଲାଇନ ସାଧାରଣ ଜ୍ଞାନ ପ୍ରତିଯୋଗିତା, ଜାତୀୟ ସ୍ତରୀୟ ଦେଶାତ୍ମକ ବକ୍ତୃତା ପ୍ରତିଯୋଗିତା,ରଙ୍ଗୋଲି ପ୍ରତିଯୋଗିତା, ପ୍ରବନ୍ଧ ପ୍ରତିଯୋଗିତା ,ତ୍ରିରଙ୍ଗା ଆଧାରିତ ବିଭିନ୍ନ ପ୍ରକାର ପ୍ରକଳ୍ପ ମେଳା ଇତ୍ୟାଦି ଅନୁଷ୍ଠିତ ହୋଇଥିଲା I ଏହି ପ୍ରତିଯୋଗିତା ଗୁଡିକରେ ବିଦ୍ୟାଳୟର ଶତାଧିକ ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ I ସମସ୍ତ ପ୍ରତିଯୋଗିତା ଗୁଡ଼ିକୁ ବିଦ୍ୟାଳୟର ସମସ୍ତ ଶିକ୍ଷକ,ଶିକ୍ଷୟିତ୍ରୀ, ଅଧ୍ୟାପକ ଓ ଅଧ୍ୟାପିକା ପ୍ରମୁଖ ମିଳିତ ଭାବେ ସହଯୋଗ କରି ପରିଚାଳନା କରିଥିଲେ I ସମସ୍ତ କୃତୀ ପ୍ରତିଯୋଗୀ ମାନଙ୍କୁ ଟ୍ରଫି ଓ ପ୍ରମାଣ ପତ୍ର ଆସନ୍ତା ଅଗଷ୍ଟ ୧୫ ତାରିଖ ଦିନ ପବିତ୍ର ୮୦ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ପୁରସ୍କୃତ କରାଯିବ ବୋଲି ଅଧ୍ୟକ୍ଷା ତନୁଜା ନନ୍ଦିନୀ ତନ୍ତୀ ସୂଚନା ପ୍ରଦାନ କରିଅଛନ୍ତି I ନୂଆଗାଁ ରୁ ଗଣପତି ଦାଶ ଙ୍କ ରିପୋର୍ଟ ସ୍ରୁଷ୍ଟି ନ୍ୟୁଜ

Rourkela (ରାଉରକେଲା)ଗଣପତି ଦାସ

ନୈନି କୋଇଲା ଖଣିରୁ ପରିବହନ ବ୍ୟବସ୍ଥା ନେଇ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ
Aug 14, 202661 views

ନୈନି କୋଇଲା ଖଣିରୁ ପରିବହନ ବ୍ୟବସ୍ଥା ନେଇ ପ୍ରଶାସନର ଗୁରୁତ୍ୱପୂର୍ଣ୍ଣ ବୈଠକ

ଅନୁଗୋଳ: ନୈନି କୋଇଲା ଖଣିରୁ କୋଇଲା ପରିବହନକୁ ନେଇ ଅନୁଗୋଳ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଛି। ଅନୁଗୋଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ନୈନି କୋଇଲା ଖଣିରୁ କୋଇଲା ପରିବହନ କରୁଥିବା ଲୋଡେଡ୍ ଓ ଖାଲି ଗାଡ଼ିଗୁଡ଼ିକର ସୁବ୍ୟବସ୍ଥିତ ପାର୍କିଂ ଏବଂ ଚଳାଚଳ ନେଇ ଆଲୋଚନା କରାଯାଇଛି। କୋଇଲା ପରିବହନ ସମୟରେ ରାସ୍ତାରେ ଯେପରି ଟ୍ରାଫିକ୍ ସମସ୍ୟା ସୃଷ୍ଟି ନହୁଏ ଏବଂ ସାଧାରଣ ଯାତାୟାତ ବ୍ୟବସ୍ଥା ସୁଚାରୁ ରହେ, ସେଥିପାଇଁ ଗାଡ଼ି ପାର୍କିଂ ଓ ପରିଚାଳନା ନେଇ ଆବଶ୍ୟକ ନିର୍ଦ୍ଦେଶ ଦିଆଯାଇଛି। ପ୍ରଶାସନର ଏହି ପଦକ୍ଷେପ ଦ୍ୱାରା ନୈନି କୋଇଲା ଖଣିରୁ ଯାଉଥିବା ଏବଂ ଫେରୁଥିବା ଭାରୀଯାନଗୁଡ଼ିକର ଚଳାଚଳ ଅଧିକ ଶୃଙ୍ଖଳିତ ଓ ସୁବ୍ୟବସ୍ଥିତ ହେବା ସହ ଟ୍ରାଫିକ୍ ସମସ୍ୟା ହ୍ରାସ ପାଇବ ବୋଲି ଆଶା କରାଯାଉଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭୁବନରେ ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ
Aug 14, 20264 views

ଭୁବନରେ ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ ହେଲେ ଧର୍ମେନ୍ଦ୍ର ପ୍ରଧାନ

ଭୁବନ : ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନିଳକଣ୍ଠପୁରସ୍ଥ ସହିଦ୍ ବାଜି ରାଉତ ଙ୍କ ଜନ୍ମ ପୀଠରେ ଭାରତୀୟ ଜନତା ପାର୍ଟି ଭୁବନ ନଗର ମଣ୍ଡଳ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ନଗର ମଣ୍ଡଳ ସଭାପତି ଅଜିତ୍ କୁମାର ବିହାରୀ ଙ୍କ ଅଧ୍ୟକ୍ଷତା ଓ କାମାକ୍ଷାନଗର ବିଧାୟକ ଶତ୍ରୁଘ୍ନ ଜେନା ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ରେ ସମ୍ବଲପୁର ସାଂସଦ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସହିଦ୍ ଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ବିଶ୍ୱର ସର୍ବ କନିଷ୍ଠ ସହିଦ ବୀର ବାଜି ରାଉତ କେବଳ ଭୁବନ କି ଢେଙ୍କାନାଳର ଗର୍ବ,ଗୌରବ ନୁହନ୍ତି । ସେ ସାରା ଓଡ଼ିଶା ଓ ଭାରତ ବର୍ଷର ଗର୍ବ ଓ ଗୌରବ। ବାଜି ରାଉତ ଙ୍କ ଦେଶପ୍ରେମ, ସାହସ ଓ ବଳିଦାନ ତାଙ୍କୁ ଚିର ଦିନ ପର୍ଯ୍ୟନ୍ତ ଅମର ରଖିବ ବୋଲି ମତବ୍ୟକ୍ତ କରିଥିଲେ। ଦେଶର ଯୁବବର୍ଗଙ୍କ ମଧ୍ୟରେ ଦେଶପ୍ରେମ ଜାଗ୍ରତ କରିବା ସହିତ ଏକତା,ଅଖଣ୍ଡତା,ଜାତୀତାବାଦ୍ ରକ୍ଷା କରିବା ପାଇଁ ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେଉଛି ବୋଲି କହିଥିଲେ । ସମ୍ମାନିତ ଅତିଥି ଭାବେ ଢେ଼ଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି,ପରଜଙ୍ଗ ବିଧାୟକ ବିଭୂତି ଭୂଷଣ ପ୍ରଧାନ,ହିନ୍ଦୋଳ ବିଧୟିକା ସୀମାରାଣୀ ନାୟକ,ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ,ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅଭିନବ ସୋନକର,ଜିଲ୍ଲା ବିଜେପି ସଭାପତି ରାସ ବିହାରୀ ବେହେରା ଙ୍କ ସମେତ ବହୁ ଦଳୀୟ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ । ସାଂସଦ ଶ୍ରୀଯୁକ୍ତ ପ୍ରଧାନ ଙ୍କୁ ବାଜି ରାଉତ ସେତୁରୁ ସ୍ୱାଗତ କରି ନିଳକଣ୍ଠପୁର ପର୍ଯ୍ୟନ୍ତ ଅଣାଯାଇଥିଲା । ପରେ ନିଳକଣ୍ଠପୁର ରୁ ଭୁବନ କୋର୍ଟ ଛକ ପର୍ଯ୍ୟନ୍ତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା ଓ କୋର୍ଟ ଛକରେ ସ୍ଥାପିତ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା । ଏହି ତ୍ରିରଙ୍ଗା ଶୋଭାଯାତ୍ରାରେ ସାରା ନିର୍ବାଚନ ମଣ୍ଡଳୀରୁ ପ୍ରାୟ ୨ ହଜାର ରୁ ଉର୍ଦ୍ଧ୍ବ ପୁରୁଷ ମହିଳା ଯୋଗଦେଇଥିଲେ ।ଭୁବନ ଥାନା ଆଇ ଆଇ ସି ରେଣୁବାଳା ସାହୁ ଦୁଇ ପ୍ଲାଟୁନ୍ ପୋଲିସ ଫୋର୍ସ ଙ୍କ ସହଯୋଗରେ ଶାନ୍ତି ରକ୍ଷା କରିଥିଲେ ।

Dhenkanal (ଢେଙ୍କାନାଳ)ସୁଶାନ୍ତ କୁମାର ପୋଥାଳ

ଜଗତପୁର କଂଗ୍ରେସ ପକ୍ଷରୁ ରଶ୍ମିକାନ୍ତ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା
Aug 14, 202613 views

ଜଗତପୁର କଂଗ୍ରେସ ପକ୍ଷରୁ ରଶ୍ମିକାନ୍ତ ସାମଲଙ୍କ ଶ୍ରଦ୍ଧାଞ୍ଜଳି ସଭା

ଜଗତପୁର: ଜଗତପୁର ଅଞ୍ଚଳର ବରିଷ୍ଠ କଂଗ୍ରେସ ନେତା ତଥା ୪୮ନଂ ୱାର୍ଡ କଂଗ୍ରେସ ସଭାପତି ରଶ୍ମିକାନ୍ତ ସାମଲଙ୍କ ବିୟୋଗରେ "ଜଗତପୁର କଂଗ୍ରେସ "ପକ୍ଷରୁ ବ୍ଲକ୍ କଂଗ୍ରେସ ସଭାପତି ଅଲେଖ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଜଗତପୁର ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅମର ଆତ୍ମାର ସଦଗତି ନିମନ୍ତେ ନୀରବ ପ୍ରାର୍ଥନା କରାଯାଇ ତାଙ୍କ ଗୁଣାବଳୀ ଉପରେ ଆଲୋଚନା କରାଯାଇଥିଲା । ଜଣେ ଶାନ୍ତ ସରଳ,କର୍ମଠ,ନିଷ୍ଠାପର ଓ ଅମାୟିକ ବ୍ୟକ୍ତିତ୍ୱ ଥିଲେ । ସେ ବହୁ ଅନୁଷ୍ଠାନ ସହିତ ଓତଃପ୍ରୋତ ଭାବରେ ଜଡ଼ିତ ଥିଲେ । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଜଗତପୁର ଶାନ୍ତି କମିଟି ସଭାପତି ନିରଞ୍ଜନ ବିଶ୍ଵାଳ, କଂଗ୍ରେସ ମୁଖପାତ୍ର ମାନସ ପରିଡ଼ା, ସଦର କଂଗ୍ରେସ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ଗୋଚ୍ଛାୟତ, ପ୍ରାକ୍ତନ ପିସିସି ସମ୍ପାଦକ ମାନସ ନାୟକ, କୁଳମଣୀ ବେହେରା, କଂଗ୍ରେସ ନେତା ପ୍ରଦୀପ ପ୍ରଧାନ, ନଗର କଂଗ୍ରେସ ସାଧାରଣ ସମ୍ପାଦକ ନିର୍ମଳ ସ୍ୱାଇଁ, ଜିଲ୍ଲା କଂଗ୍ରେସ ଉପସଭାପତି ଶିଶିର ରଥ ଓ ରାଜେଶ୍ ସ୍ୱାଇଁ, ଛାତ୍ର ନେତା ସୁକାନ୍ତ ସାହାଣୀ ଓ ହରି ଶଙ୍କର ରାଉତ, ଆଇନଜୀବୀ ଆକାଶ ଭୂୟାଁ ଓ ପ୍ରକାଶ ମୁଦୁଲି, ଚୌଦ୍ୱାର ନଗର କଂଗ୍ରେସ ସଭାପତି ହରିହର ପରିଡ଼ା, ସଦର ବ୍ଲକ୍ କଂଗ୍ରେସ ସଭାପତି ସୀତାକାନ୍ତ ପଣ୍ଡା, କଂଗ୍ରେସ ନେତା ଲଳିତ ଭୂୟାଁ, ଡାକ୍ତର ଅରୁଣ ଖୁଣ୍ଟିଆ, ବିଜୟ କୁମାର ମିଶ୍ର, ପଞ୍ଚାନନ ପାଣିଗ୍ରାହୀ, ନାରୀନେତ୍ରୀ ମୋନାଲିସା ଦାସ ପ୍ରମୁଖ ସ୍ମୃତି ଚାରଣ କରିଥିଲେ | ଶେଷରେ କିଶୋର ନାୟକ ଧନ୍ୟବାଦ୍ ଅର୍ପଣ କରିଥିଲେ ।

Cuttack (କଟକ)ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ସ୍ୱାଧୀନତା ଦିବସ ପୂର୍ବରୁ ଅନୁଗୋଳରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା
Aug 14, 202666 views

ସ୍ୱାଧୀନତା ଦିବସ ପୂର୍ବରୁ ଅନୁଗୋଳରେ ସୁରକ୍ଷା ବ୍ୟବସ୍ଥା ସମୀକ୍ଷା

ଅନୁଗୋଳ: ଦେଶର ୮୦ତମ ସ୍ୱାଧୀନତା ଦିବସ ପାଳନ ପୂର୍ବରୁ ଅନୁଗୋଳରେ ସୁରକ୍ଷା ବ୍ୟବସ୍ଥାକୁ ଜୋରଦାର କରାଯାଇଛି। ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳନକୁ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ଅନୁଗୋଳ ଏସ୍‌ପି, ଅତିରିକ୍ତ ଏସ୍‌ପିଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା ଓ ଯାଞ୍ଚ କରିଛନ୍ତି। ସ୍ୱାଧୀନତା ଦିବସ କାର୍ଯ୍ୟକ୍ରମସ୍ଥଳୀରେ ସୁରକ୍ଷା ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ ଓ ଯାତାୟାତ ବ୍ୟବସ୍ଥା ଉପରେ ପୋଲିସ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। କୌଣସି ଅପ୍ରୀତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ, ସେଥିପାଇଁ ପୋଲିସ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉଛି। ଏକ ସୁରକ୍ଷିତ, ଶୃଙ୍ଖଳିତ ଓ ଶାନ୍ତିପୂର୍ଣ୍ଣ ସ୍ୱାଧୀନତା ଦିବସ ପାଳନ ସୁନିଶ୍ଚିତ କରିବାକୁ ଅନୁଗୋଳ ପୋଲିସ ପ୍ରତିବଦ୍ଧ ବୋଲି କୁହାଯାଇଛି।

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା