ଅନୁଗୋଳ କଲେଜରେ ‘ନିଶାମୁକ୍ତ ଭାରତ’ ସଂକଳ୍ପ ସମାରୋହ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଅନୁଗୋଳSeptember 20, 202645 views

ଅନୁଗୋଳ: ଅନୁଗୋଳ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ ‘ବିକଶିତ ଭାରତ ନିମନ୍ତେ ନିଶାମୁକ୍ତ ଭାରତ ଓ ରାଷ୍ଟ୍ରୀୟ ସଂକଳ୍ପ ସମାରୋହ’ ଅନୁଷ୍ଠିତ ହୋଇଯାଇଛି। ‘ମୋ ଯୁବ ଭାରତ’ ଓ NSSର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପାଳଲହଡ଼ା ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଅଶୋକ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇ ନିଶାମୁକ୍ତ ଯୁବପିଢ଼ି ହିଁ ବିକଶିତ ଭାରତ ଗଠନର ମୁଖ୍ୟ ଆଧାର ବୋଲି କହିଥିଲେ।
ଏହି ଅବସରରେ NSS ଓ NCC ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ନିଶାମୁକ୍ତି ସଚେତନତା ନାଟକ ଏବଂ ‘ସଂକଳ୍ପ ଚକ୍ର’ର ସାଙ୍କେତିକ ପ୍ରଦର୍ଶନୀ କରାଯାଇଥିଲା। ସେହିପରି ଦସ୍ତଖତ ଅଭିଯାନରେ ମଧ୍ୟ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀମାନେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମରେ ସୁଦୀପ ଗଡ଼ନାୟକ, ଅନ୍ତର୍ଜାତୀୟ ସ୍ୱର୍ଣ୍ଣପଦକ ବିଜେତା ବବଲୁ ମୁଣ୍ଡା, ଜିଲ୍ଲା ଯୁବ ଅଧିକାରୀ ପୂଜା ଯାଦବଙ୍କ ସମେତ ବହୁ ଅତିଥି ଯୋଗଦେଇଥିଲେ। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ବସନ୍ତ କୁମାର ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମାରୋହରେ ୨୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଓ ସ୍ୱେଚ୍ଛାସେବୀ ଯୋଗଦେଇ ନିଶାମୁକ୍ତ ସମାଜ ଗଠନ ପାଇଁ ସଂକଳ୍ପ ନେଇଥିଲେ।
