ନାଲକୋରେ ବିଶ୍ୱକର୍ମା ପୂଜା: ସୁରକ୍ଷା ବ୍ୟବସ୍ଥା ସମୀକ୍ଷା କଲେ ଅନୁଗୋଳ ଏସ୍ପି
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ନାଲକୋ , ଅନୁଗୋଳSeptember 20, 202668 views

ଅନୁଗୋଳ: ପବିତ୍ର ବିଶ୍ୱକର୍ମା ପୂଜା ଅବସରରେ ନାଲକୋ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ନେଇ ଅନୁଗୋଳ ଏସ୍ପି ବିଭିନ୍ନ ପୋଲିସ ଡ୍ୟୁଟି ପଏଣ୍ଟ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ପୋଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରି ଡ୍ୟୁଟିରେ ଥିବା ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ।
ଏହାସହ ଏସ୍ପି ସ୍ଥାନୀୟ ଜନସାଧାରଣଙ୍କ ସହ ମଧ୍ୟ ଆଲୋଚନା କରି ପୂଜା ସମୟରେ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥା ସମ୍ପର୍କରେ ମତାମତ ନେଇଥିଲେ। ପୋଲିସର ସୁରକ୍ଷା ବ୍ୟବସ୍ଥା ଓ ମୁତୟନକୁ ନେଇ ଜନସାଧାରଣ ସନ୍ତୋଷ ପ୍ରକାଶ କରିଥିଲେ।
ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ସୁବ୍ୟବସ୍ଥିତ ଭାବେ ବିଶ୍ୱକର୍ମା ପୂଜା ପାଳନରେ ସହଯୋଗ କରିଥିବା ଅନୁଗୋଳବାସୀ ଏବଂ ନାଲକୋ ପରିବାରକୁ ଅନୁଗୋଳ ପୋଲିସ ପକ୍ଷରୁ ଧନ୍ୟବାଦ ଜଣାଯାଇଛି।
