--:--:--
-- ---
Srishti News

Web News

ଭଦ୍ରକ ଜିଲ୍ଲା ଆଖୁଆପଦାରୁ ବିଶେଷ ସୂଚନା
Jul 7, 2026•126 views

ଭଦ୍ରକ ଜିଲ୍ଲା ଆଖୁଆପଦାରୁ ବିଶେଷ ସୂଚନା

ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ଅନୁରୋଧ, ଅଯଥା ଭୟଭୀତ ହୁଅନ୍ତୁ ନାହିଁ। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିସାରିଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ସମସ୍ତଙ୍କୁ ଅନୁରୋଧ, ଗୁଜବରେ ବିଶ୍ୱାସ ନ କରନ୍ତୁ। କେବଳ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସରକାରୀ ସୂଚନାକୁ ଅନୁସରଣ କରନ୍ତୁ। ନଦୀ କୂଳକୁ ଅନାବଶ୍ୟକ ଯିବାରୁ ବିରତ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ମକୁନ୍ଦପୁର-ବରୁଣ୍ଡେଇ ରାସ୍ତାର ଦୟନୀୟ ଅବସ୍ଥା; ଗର୍ଭବତୀ ମହିଳା ଓ ରୋଗୀଙ୍କ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା
Jul 6, 2026•119 views

ମକୁନ୍ଦପୁର-ବରୁଣ୍ଡେଇ ରାସ୍ତାର ଦୟନୀୟ ଅବସ୍ଥା; ଗର୍ଭବତୀ ମହିଳା ଓ ରୋଗୀଙ୍କ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଯାଜପୁର-କୋରେଇ: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁରରୁ ବରୁଣ୍ଡେଇ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାସ୍ତାରେ ଅସଂଖ୍ୟ ଖାଲଖମା ଓ ଭାଙ୍ଗିଯାଇଥିବା ସଡ଼କ ଯୋଗୁଁ ପ୍ରତିଦିନ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ଥାନୀୟଙ୍କ କହିବା ଅନୁଯାୟୀ, ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ, ଛାତ୍ରଛାତ୍ରୀ ଏବଂ ରୋଗୀ ଯାତାୟାତ କରୁଛନ୍ତି। ବରୁଣ୍ଡେଇସ୍ଥିତ ପ୍ରାଣକୃଷ୍ଟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବିପଦସଙ୍କୁଳ ପରିସ୍ଥିତିରେ ଏହି ରାସ୍ତା ବ୍ୟବହାର କରୁଛନ୍ତି। ଏହି ରାସ୍ତା ବୈତରଣୀ ନଦୀ ପୋଲ ମାଧ୍ୟମରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ୱ ଅଧିକ। କେନ୍ଦୁଝର ଓ ଭଦ୍ରକରୁ କୋରେଇ, ବରୁଣ୍ଡେଇ ଓ ପାଣିକୋଇଲି ଦେଇ କଟକ ଏବଂ ଭୁବନେଶ୍ୱରକୁ ଯାତାୟାତ କରୁଥିବା ବସ୍‌ ଓ ଅନ୍ୟାନ୍ୟ ଗାଡ଼ି ଏହି ରାସ୍ତା ଉପରେ ନିର୍ଭରଶୀଳ। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, କୋରେଇ ଅଞ୍ଚଳର ସାତରୁ ଆଠଟି ପଞ୍ଚାୟତର ଲୋକ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତାର ଖରାପ ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହେଉଥିବାରୁ ବିଶେଷକରି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ନେଇ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ, ରାସ୍ତାର ମରାମତି ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରତିଦିନ ଦୁର୍ଘଟଣାର ଆଶଙ୍କା ମଧ୍ୟରେ ଲୋକେ ଯାତାୟାତ କରୁଛନ୍ତି। ଅଞ୍ଚଳବାସୀ ତୁରନ୍ତ ରାସ୍ତାର ମରାମତି ଓ ସ୍ଥାୟୀ ପୁନର୍ନିର୍ମାଣ ପାଇଁ ପ୍ରଶାସନ ଓ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।

Jajpur (ଯାଜପୁର) • ରିପୋର୍ଟ : ବସନ୍ତ କୁମାର ମଲ୍ଲିକ, କୋରେଇ

ଭାରତରେ ସାର ଯୋଗାଣ ସୁଦୃଢ଼, 15 ଜାହାଜ ସୁରକ୍ଷିତ ଭାବେ ପହଞ୍ଚିଲା
Jul 6, 2026•70 views

ଭାରତରେ ସାର ଯୋଗାଣ ସୁଦୃଢ଼, 15 ଜାହାଜ ସୁରକ୍ଷିତ ଭାବେ ପହଞ୍ଚିଲା

ନୂଆଦିଲ୍ଲୀ: ପଶ୍ଚିମ ଏସିଆର ସଂଘର୍ଷ ମଧ୍ୟରେ ମଧ୍ୟ ଭାରତ ସାର ଯୋଗାଣ ସୁଚାରୁ ଭାବେ ଜାରି ରଖିଛି । ସାର ଓ କଞ୍ଚାମାଲ ନେଇ ଆସୁଥିବା 15ଟି ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ଜଳଡମରୁମଧ୍ୟ ପାର କରି ଭାରତ ଦିଗରେ ଆସୁଛି । ଏହା ଫଳରେ ଦେଶର ସାର ଭଣ୍ଡାର ଆହୁରି ବୃଦ୍ଧି ପାଇବ । ସରକାର ସମୟୋପଯୋଗୀ ଯୋଜନା ଓ ବିଦେଶୀ ମିଶନମାନଙ୍କ ସହଯୋଗରେ ଓମାନ, ରୁଷ, ମିଶର ସହିତ ଅନେକ ଦେଶରୁ ସାର ଆମଦାନୀ ସୁନିଶ୍ଚିତ କରିଛି । ଏହା ସହିତ ଦେଶୀୟ ଉତ୍ପାଦନରେ ମଧ୍ୟ ବୃଦ୍ଧି ହୋଇଛି ଓ ସମସ୍ତ ୟୁରିଆ କାରଖାନା ପୂର୍ଣ୍ଣ କ୍ଷମତାରେ ଚାଲୁଛି। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ୟୁରିଆ ଓ ଡିଏପି ଉତ୍ପାଦନ ଲକ୍ଷ୍ୟକୁ ଅତିକ୍ରମ କରିଛି । ବର୍ତ୍ତମାନ ଦେଶରେ ପ୍ରୟୋଜନୀୟ ସାରର 50% ରୁ ଅଧିକ ଭଣ୍ଡାର ଉପଲବ୍ଧ ଅଛି । କେନ୍ଦ୍ର ସରକାର କହିଛନ୍ତି ଯେ, କୃଷକମାନଙ୍କୁ ସମୟରେ ସସ୍ତା ଦରରେ ସାର ଯୋଗାଇବା ପାଇଁ ସମସ୍ତ ପ୍ରୟାସ ଜାରି ରହିବ ।

ରିପୋର୍ଟ : ସୁକାନ୍ତ ପ୍ରଧାନ

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦାନଗଦି ବ୍ଲକ କଣ୍ଟିପୁର ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମିତ
Jul 6, 2026•47 views

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦାନଗଦି ବ୍ଲକ କଣ୍ଟିପୁର ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମିତ

ଯାଜପୁର କଳିଙ୍ଗନଗର, ୬/୭ : ସ୍ଥାନିୟ ଅଞ୍ଚଳର ବିକାଶ ଏବଂ ପ୍ରାକ୍‌-ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ଦାନଗଦୀ ବ୍ଲକ୍‌‌ ଅନ୍ତର୍ଗତ ଓଲ୍ଲଳ ପଞ୍ଚାୟତର କଣ୍ଟିପୁର ଗ୍ରାମରେ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପକ୍ଷରୁ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ଏହି ନୂତନ କେନ୍ଦ୍ରକୁ ଏନଆଇଏନଏଲର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ପଦ୍ମପାଳ ସ୍ଥାନୀୟ ଅଞ୍ଚଳ ପାଇଁ ଉତ୍ସର୍ଗୀକୃତ କରିଥିଲେ । ଏହି ଅବସରରେ ଓଲ୍ଲଳ ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା, ଏନଆଇଏନଏଲର ଚିଫ୍ ହ୍ୟୁମ୍ୟାନ୍ ରିସୋର୍ସେସ୍ ଅଫିସର ଅନିମେଶ ସାମନ୍ତ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଏନଆଇଏନଏଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳର ଶିଶୁମାନଙ୍କୁ ଏକ ସୁରକ୍ଷିତ ଏବଂ ଅନୁକୂଳ ପରିବେଶରେ ଶିକ୍ଷାଦାନ ଉଦ୍ଦେଶ୍ୟରେ ନିର୍ମିତ ଏହି ନୂତନ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ପ୍ରଶସ୍ତ ମୁଖ୍ୟ ହଲ୍‌, ଏକ ରୋଷେଇ ଘର, ଏକ ସ୍ୱତନ୍ତ୍ର ଷ୍ଟୋର ରୁମ୍ ଏବଂ ଶୌଚାଳୟ ବ୍ୟବସ୍ଥା ରହିଛି। ଅତିଥିମାନଙ୍କ ଦ୍ୱାରା ଶିଶୁମାନଙ୍କୁ ପାଠ୍ୟ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା।

Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ

ପାଦ ଥାପିବାକୁ ଯାଗା ଖୋଜୁଛନ୍ତି ଡାନି
Jul 6, 2026•53 views

ପାଦ ଥାପିବାକୁ ଯାଗା ଖୋଜୁଛନ୍ତି ଡାନି

ଏକଦା ସୁକିନ୍ଦା ମାଟିରେ ଦୀର୍ଘ ବର୍ଷର ଶାସନତନ୍ତ୍ର ମଧ୍ୟରେ ବିଗତ ବିଧାନସଭା ବିର୍ବାଚନରେ ପରାଜୟ ବରଣ କରି ଖଣି ଅଞ୍ଚଳରେ ପାଦ ଥାପିବାକୁ ପ୍ରୀତିରଞ୍ଜନ (ଡାନି )ଯାଗା ଖୋଜୁଥିବା ଅନୁମେୟ ହେଉଛି.ଦୀର୍ଘ ବର୍ଷର ଶାସନକାଳରେ ଭୁବନେଶ୍ୱର ଠାରୁ ଯାଜପୁରରୋଡ଼, ସୁକିନ୍ଦା ଠାରୁ ଖଣି ଅଞ୍ଚଳ ପର୍ଯ୍ୟନ୍ତ ଦିବା ରାତ୍ର ପର୍ଯ୍ୟନ୍ତ ଲାଗୁଥିବା ଲୋକଙ୍କ ଭିଡ଼ ରେ ଜବନିକା ପୋଡ଼ିଯାଇଛି. ଏକଦା ଘଡେଇ ପରିବାରର ଅନୁଗାମୀ ଥିବା ବିଶ୍ୱଜିତ ଦାସ (ବେବି )ଙ୍କ ଠାରୁ ବିଦ୍ୟାଧର ପାତ୍ରଙ୍କ ଭଳି ଆଗ ଧାଡ଼ିର କର୍ମି ଦଳ ଡିଆଁ ମାରିଲା ପରେ ଘଡେଇ ଶିବିର ଫାଙ୍କା ପଡିଯାଇଛି.ଯାଜପୁରରୋଡ଼ ଠାରୁ ଖଣିଅଞ୍ଚଳ ରେ ଲୋକଙ୍କ ଭିଡ଼ କମିଯାଇଛି. ଡାନି (ପ୍ରୀତିରଞ୍ଜନ ) କିଛି ଯୁବକ ଙ୍କ ଜରିଆରେ କେବଳ ସାମାଜିକ ଗଣ ମାଧ୍ୟମ କୁ ଆୟୁଧକରି ଆତ୍ମପ୍ରଚାର କରୁଥିବା ଅନୁମେୟ ହେଉଛି. ଯୁଆଡେ ଗଲେ ଖାଁ ଖାଁ ଆଗ ଭଳି ଲୋକଙ୍କ ଆଗମନ ନାହିଁ.ନିଜ କର୍ମି ଠିକାଦାର ପଛରେ ଦୌଡ଼ି ଘଡେଇ ପରିବାରକୁ ବାଏ ବାଏ କହିଥିବା ବେଳେ ଡାନି ନିଜର ରାଜନୈତିକ ଶକ୍ତିକୁ ଏକାଠି କରି ନିର୍ବାଚନ ରଣାଙ୍ଗନ ରେ ପାରି ହେବାକୁ ଔଷଧ ବିକଳ ରେ ତାଟିଆ କାମୁଡୁଥିବା ଦେଖିବାକୁ ମିଳୁଛି. ଦିନେ ଯାହାଙ୍କ ଆଗମନ ରେ ଆଗ ପଛ ଭିଡ଼ ଜମୁଥିଲା. ଆଜି ପାଞ୍ଚ ରୁ ଅଧିକ ସଂଖ୍ୟା ଦେଖିବାକୁ ମିଳୁନି. ଶ୍ରମିକ ଶୋଷଣ, ଦଳିତ ଆଦିବାସୀ, ବିସ୍ଥାପିତ, ସ୍ଥାନୀୟ ଲୋକଙ୍କୁ ଉପେକ୍ଷା କରି ପରାଜୟ ବରଣ କରିଥିବା ଡାନି ଆଜି ସତେ ଯେପରି ସୁକିନ୍ଦା ବାସୀଙ୍କ ପାଇଁ ଅଲୋଡ଼ା ହେଇଯାଇଛନ୍ତି. ସାଉଁଟିବା କାଣ୍ଡ ଯେଭଳି ଯୁଦ୍ଧ ରେ ନ ଲାଗିବା ଭଳି ଅବସ୍ଥା ଦୃଶ୍ୟମାନ ହେଉଛି. ଡାନି କିଛି ଯୁବକ ଙ୍କ ଜରିଆରେ ସୋସିଆଲ ମିଡ଼ିଆ ରେ ହୋ ହାଲ୍ଲା କରୁଛନ୍ତି ସତ କିନ୍ତୁ ଡାନି ଙ୍କ ପାଇଁ ସୁକିନ୍ଦା ଖଣି ଅଞ୍ଚଳରେ ପାଦ ଥାପିବାକୁ ମାଟି ଖୋଜୁଥିବା ଅନୁମେୟ ହେଉଛି.

Jajpur (ଯାଜପୁର) • ରିପୋର୍ଟ : ଅନିଲ କୁମାର ଜେନା

ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ, ବଢ଼ିଲା ରାଜନୈତିକ ଉଷ୍ଣତା
Jul 6, 2026•71 views

ଓଡ଼ିଶା ଭୋଟର ତାଲିକାରୁ କଟିଲା ୨୦ ଲକ୍ଷରୁ ଅଧିକ ନାଁ, ବଢ଼ିଲା ରାଜନୈତିକ ଉଷ୍ଣତା

ଓଡ଼ିଶାରେ ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଶେଷ ହେବା ପରେ ରବିବାର ଦିନ ପ୍ରକାଶ ପାଇଛି ନୂଆ ଚିଠା ଭୋଟର ତାଲିକା । ଏହି ସଂଶୋଧନ ପରେ ରାଜ୍ୟରୁ ପ୍ରାୟ ୨୦ ଲକ୍ଷ ୧୨ ହଜାରରୁ ଅଧିକ ଭୋଟରଙ୍କ ନାମ ବାଦ୍ ପଡ଼ିଥିବା ସୂଚନା ମିଳିଛି । ଏହି ବଡ଼ ଧରଣର ବାଦ୍‌ ପ୍ରକ୍ରିୟାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଓ ଉତ୍ତେଜନା ପ୍ରକାଶ ପାଇଛି । ​ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ (CEO) ଆର. ଏସ. ଗୋପାଳନଙ୍କ ସୂଚନା ଅନୁଯାୟୀ, ଗତ ମେ ୩୦ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଚାଲିଥିବା ଘରକୁ ଘର ବୁଲି ଯାଞ୍ଚ ଏବଂ ଡିଜିଟାଲ୍ ମ୍ୟାପିଂ ପ୍ରକ୍ରିୟା ପରେ ଏହି ଚିଠା ତାଲିକା ପ୍ରସ୍ତୁତ ହୋଇଛି । ପୂର୍ବରୁ ଭୋଟର ସଂଖ୍ୟା ୩,୩୩,୯୯,୫୯୧ ଥିବା ବେଳେ ଏବେ ତାହା ହ୍ରାସ ପାଇ ୩,୧୩,୮୭,୦୩୪ ହୋଇଛି । ନାମ କଟିବାର ମୁଖ୍ୟ କାରଣ ଗୁଡ଼ିକ ହେଲା: ​ମୃତ ଭୋଟର: ପ୍ରାୟ ୮.୩୨ ଲକ୍ଷ ମୃତ ବ୍ୟକ୍ତିଙ୍କ ନାମ ଚିହ୍ନଟ କରାଯାଇ ତାଲିକାରୁ ବାଦ୍ ଦିଆଯାଇଛି । ​ସ୍ଥାନାନ୍ତର ଓ ଅନୁପସ୍ଥିତ: ପାଖାପାଖି ୧୦.୦୭ ଲକ୍ଷ ଭୋଟର ସ୍ଥାୟୀ ଭାବେ ଅନ୍ୟ ସ୍ଥାନକୁ ଚାଲିଯାଇଥିବା ବେଳେ କିମ୍ବା ଯାଞ୍ଚ ସମୟରେ ଅନୁପସ୍ଥିତ ଥିଲେ । ​ଏକାଧିକ ସ୍ଥାନରେ ନାମ (Duplicate): ୧.୫୮ ଲକ୍ଷ ଭୋଟରଙ୍କ ନାମ ଏକାଧିକ ସ୍ଥାନରେ ରହିଥିବାରୁ ତାକୁ କଟାଯାଇ ଗୋଟିଏ ସ୍ଥାନରେ ସୀମିତ ରଖାଯାଇଛି । ​ସୁଯୋଗ ଏବେ ବି ବାକି ଅଛି: କେମିତି ଯୋଡ଼ିବେ ନାଁ? ​ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ଯେ ଏହା କେବଳ ଏକ 'ଚିଠା ତାଲିକା' (Draft Roll) । କୌଣସି ଯୋଗ୍ୟ ଭୋଟରଙ୍କ ନାମ ଯଦି ଭୁଲବଶତଃ କଟିଯାଇଥାଏ, ତେବେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ​ଆବେଦନ ଅବଧି: ଜୁଲାଇ ୫ ରୁ ଅଗଷ୍ଟ ୪, ୨୦୨୬ ମଧ୍ୟରେ ଦାବି ଓ ଆପତ୍ତି (Claims & Objections) ଦାଖଲ କରାଯାଇପାରିବ । ​କେମିତି କରିବେ: ଭୋଟରମାନେ ନିଜ ସ୍ଥାନୀୟ BLO (Booth Level Officer) ଙ୍କ ପାଖକୁ ଯାଇ କିମ୍ବା ଅନଲାଇନ୍ ମାଧ୍ୟମରେ Form 6 (ଫର୍ମ-୬) ପୂରଣ କରି ନୂଆ ନାମ ଯୋଡ଼ିବା ପାଇଁ ଆବେଦନ କରିପାରିବେ । ​ନୂଆ ଭୋଟର: ଯେଉଁମାନଙ୍କୁ ଜୁଲାଇ ୧, ୨୦୨୬ ସୁଦ୍ଧା ୧୮ ବର୍ଷ ହୋଇଥିବ ସେମାନେ ମଧ୍ୟ ନାମ ପଞ୍ଜୀକରଣ କରିପାରିବେ । ​ଏହି ସମସ୍ତ ଦାବିର ଯାଞ୍ଚ ପ୍ରକ୍ରିୟା ସେପ୍ଟେମ୍ବର ୨ ସୁଦ୍ଧା ଶେଷ ହେବ ଏବଂ ଆସନ୍ତା ସେପ୍ଟେମ୍ବର ୬, ୨୦୨୬ ରେ ଚୂଡ଼ାନ୍ତ ଭୋଟର ତାଲିକା (Final Electoral Roll) ପ୍ରକାଶ ପାଇବ ବୋଲି ସିଇଓ ସୂଚନା ଦେଇଛନ୍ତି ।

Bhubaneswar (ଭୁବନେଶ୍ୱର) • ​ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ପାଲଲହଡ଼ା ଥାନା ପରିଦର୍ଶନ କଲେ ଅନୁଗୋଳ ଏସ୍‌ପି
Jul 6, 2026•86 views

ପାଲଲହଡ଼ା ଥାନା ପରିଦର୍ଶନ କଲେ ଅନୁଗୋଳ ଏସ୍‌ପି

ପାଲଲହଡ଼ା: ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପାଲଲହଡ଼ା ଥାନା ପରିଦର୍ଶନ କରି ପୋଲିସିଂ ବ୍ୟବସ୍ଥା ଏବଂ ଜନସେବା ପ୍ରଦାନର ବିଭିନ୍ନ ଦିଗର ସମୀକ୍ଷା କରିଥିଲେ। ପରିଦର୍ଶନ ଅବସରରେ ସେ ଥାନାର ସମସ୍ତ ପଦାଧିକାରୀ ଓ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରି ଆଇନ-ଶୃଙ୍ଖଳା ପରିସ୍ଥିତି, ବିଭିନ୍ନ ମାମଲାର ତଦନ୍ତର ଅଗ୍ରଗତି ଏବଂ ସାଧାରଣ ଲୋକଙ୍କ ଅଭିଯୋଗର ଶୀଘ୍ର ସମାଧାନ ସମ୍ପର୍କରେ ସମୀକ୍ଷା କରିଥିଲେ। ଏସ୍‌ପି କର୍ମଚାରୀମାନଙ୍କୁ ଦାୟିତ୍ୱବୋଧ, କାର୍ଯ୍ୟଦକ୍ଷତା ଓ ସୌଜନ୍ୟପୂର୍ଣ୍ଣ ବ୍ୟବହାର ସହ ଜନସାଧାରଣଙ୍କୁ ସେବା ପ୍ରଦାନ କରିବାକୁ ପରାମର୍ଶ ଦେଇଥିଲେ। ନାଗରିକ-କୈନ୍ଦ୍ରିକ ଏବଂ ପ୍ରଭାବଶାଳୀ ପୋଲିସି ସୁନିଶ୍ଚିତ କରିବା ସହ ଲୋକଙ୍କ ବିଶ୍ୱାସ ଅତୁଟ ରଖିବା ପାଇଁ ନିଷ୍ଠା ଓ ପ୍ରତିବଦ୍ଧତାର ସହ କାର୍ଯ୍ୟ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଜଣାଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

କୁରୁଡୋଲରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ; ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା
Jul 6, 2026•89 views

କୁରୁଡୋଲରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ପାଳିତ; ବୃକ୍ଷରୋପଣ ସହ ପରିବେଶ ସୁରକ୍ଷାର ବାର୍ତ୍ତା

ଅନୁଗୋଳ: ଓଡ଼ିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ କୁରୁଡୋଲଠାରେ ଜିଲ୍ଲାସ୍ତରୀୟ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି, ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ଆର୍‌ସିସିଏଫ୍‌ ଶ୍ରୀ ସଞ୍ଜୟ ସ୍ୱାଇଁ, ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ଲୋକସଭା ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ଶ୍ରୀ ସୁଦୀପ ଗଡ଼ନାୟକ, ଅନୁଗୋଳ ଜିଲ୍ଲା ବନଖଣ୍ଡ ଅଧିକାରୀ ଶ୍ରୀ ନୀତିଶ କୁମାର ଏବଂ କୁରୁଡୋଲ ସରପଞ୍ଚ ଶ୍ରୀ ଦିବାକର ମହାଳିକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଓ ବନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଅତିଥିମାନେ ବୃକ୍ଷରୋପଣ କରି ପରିବେଶ ସୁରକ୍ଷାର ବାର୍ତ୍ତା ଦେବା ସହ ସମସ୍ତଙ୍କୁ ଅଧିକରୁ ଅଧିକ ଗଛ ଲଗାଇ ପରିବେଶକୁ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ରଖିବା ପାଇଁ ଆହ୍ୱାନ ଜଣାଇଥିଲେ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ବୈଠକ : ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ
Jul 6, 2026•70 views

ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତି ବୈଠକ : ସ୍ୱାସ୍ଥ୍ୟସେବାର ଉନ୍ନତି ଉପରେ ଗୁରୁତ୍ୱ

ଅନୁଗୋଳ: ଅନୁଗୋଳ ସରକାରୀ ମୁଖ୍ୟ ଚିକିତ୍ସାଳୟ ପରିସରରେ ରୋଗୀ କଲ୍ୟାଣ ସମିତିର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଢେଙ୍କାନାଳ ଲୋକସଭା ସାଂସଦ ଶ୍ରୀ ରୁଦ୍ର ନାରାୟଣ ପାଣି,ଅନୁଗୋଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ,ଛେଣ୍ଡିପଦା ବିଧାୟକ ଶ୍ରୀ ଅଗସ୍ତି ବେହେରା, ଅନୁଗୋଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ବବିତା ପ୍ରଧାନ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଜିଲ୍ଲା ପ୍ରତିନିଧି ଶ୍ରୀ ସୁଦୀପ ଗଡ଼ନାୟକ, ଜିଲ୍ଲାପାଳ ଶ୍ରୀ ଅବ୍ଦାଲ ଏମ୍. ଅଖତର, ଅନୁଗୋଳ ପୌରପାଳିକାର ନଗରପାଳ ଶ୍ରୀ ଅକ୍ଷୟ କୁମାର ସାମନ୍ତ, ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ମଦନ ମୋହନ ପ୍ରଧାନଙ୍କ ସମେତ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଓ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ବୈଠକରେ ଜିଲ୍ଲାର ସ୍ୱାସ୍ଥ୍ୟସେବାର ମାନ ବୃଦ୍ଧି, ରୋଗୀଙ୍କୁ ଉନ୍ନତ ଓ ଗୁଣାତ୍ମକ ଚିକିତ୍ସା ସୁବିଧା ପ୍ରଦାନ, ହସ୍ପିଟାଲରେ ଅତ୍ୟାଧୁନିକ ଚିକିତ୍ସା ଉପକରଣ ଉପଲବ୍ଧ କରାଇବା, ଭିତ୍ତିଭୂମିର ବିକାଶ ସହ ବିଭିନ୍ନ ଉନ୍ନୟନମୂଳକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପସ୍ଥିତ ଅତିଥିମାନେ ସାଧାରଣ ଲୋକଙ୍କୁ ଅଧିକ ସୁଲଭ, ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଦିଗରେ ସମସ୍ତଙ୍କ ସମନ୍ୱିତ ପ୍ରୟାସ ଜାରି ରହିବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏଭଳି ପଦକ୍ଷେପ ମାଧ୍ୟମରେ ଅନୁଗୋଳ ଜିଲ୍ଲାର ସ୍ୱାସ୍ଥ୍ୟସେବା ଆହୁରି ସୁଦୃଢ଼ ହେବ ବୋଲି ଆଶା ପ୍ରକାଶ କରାଯାଇଥିଲା।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବିକ୍ରମପୁର ଥାନାକୁ ଅଚାନକ ଗସ୍ତ କଲେ ଅନୁଗୋଳ ଏସ୍‌ପି, ପୋଲିସିଂର ମାନ ବୃଦ୍ଧି ପାଇଁ ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ
Jul 6, 2026•105 views

ବିକ୍ରମପୁର ଥାନାକୁ ଅଚାନକ ଗସ୍ତ କଲେ ଅନୁଗୋଳ ଏସ୍‌ପି, ପୋଲିସିଂର ମାନ ବୃଦ୍ଧି ପାଇଁ ଦେଲେ ଗୁରୁତ୍ୱପୂର୍ଣ୍ଣ ପରାମର୍ଶ

ଅନୁଗୋଳ: ଅନୁଗୋଳ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ (ଏସ୍‌ପି) ବିକ୍ରମପୁର ଥାନାକୁ ଅଚାନକ ପରିଦର୍ଶନ କରି ସେଠାରେ ଚାଲିଥିବା ପୋଲିସ କାର୍ଯ୍ୟର ସମୀକ୍ଷା କରିଥିଲେ। ଏହି ଗସ୍ତ ସମୟରେ ସେ ଥାନାର ବିଭିନ୍ନ କାର୍ଯ୍ୟକଳାପ ପରଖିବା ସହ ବରିଷ୍ଠ ଅଧିକାରୀଙ୍କଠାରୁ ଆରମ୍ଭ କରି ହୋମଗାର୍ଡ ପର୍ଯ୍ୟନ୍ତ ସମସ୍ତ ପୋଲିସ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ଏସ୍‌ପି ପୋଲିସ ବିଭାଗରେ ବୃତ୍ତିଗତତା, ଶୃଙ୍ଖଳା ଓ ଜନମୁଖୀ ପୋଲିସିଂର ଆବଶ୍ୟକତା ଉପରେ ବିଶେଷ ଗୁରୁତ୍ୱାରୋପ କରିଥିଲେ। ସେ ସମସ୍ତ କର୍ମଚାରୀଙ୍କୁ ସେବାର ଉଚ୍ଚ ମାନଦଣ୍ଡ ବଜାୟ ରଖିବା, ଦକ୍ଷତାର ସହ କାର୍ଯ୍ୟ ସମ୍ପାଦନ କରିବା ଏବଂ ନାଗରିକ-କୈନ୍ଦ୍ରିକ ପୋଲିସିଂ ମାଧ୍ୟମରେ ସାଧାରଣ ଲୋକଙ୍କ ବିଶ୍ୱାସକୁ ଆହୁରି ସୁଦୃଢ଼ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ଅଚାନକ ଗସ୍ତ ପୋଲିସ ବ୍ୟବସ୍ଥାର କାର୍ଯ୍ୟଦକ୍ଷତା ବୃଦ୍ଧି ସହିତ ଜନସାଧାରଣଙ୍କୁ ଉନ୍ନତ ସେବା ପ୍ରଦାନ ଦିଗରେ ଏକ ସକାରାତ୍ମକ ପଦକ୍ଷେପ ବୋଲି ମନେ କରାଯାଉଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

Jul 6, 2026•45 views

ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ

ଭୁବନ : ଢେ଼ଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ପ୍ରାଥମିକ ବିଦ୍ୟାଳୟ ତରଫରୁ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି। ବିରାଶାଳ କ୍ଲଷ୍ଟର ସିଆରସିସି ସୁଶୀଲ କୁମାର ନାୟକ, ଅଙ୍ଗନବାଡି କର୍ମୀ ନିରୂପମା ଦେହୁରୀ, ବିଦ୍ୟାଳୟର ପୂର୍ବତନ ସଭାପତି ସାଲମୋହନ କାଣ୍ଡୁଲୁନା, ପୂର୍ବତନ ଉପସଭାପତି ପଙ୍କଜିନୀ ମହାନ୍ତ, ସଭ୍ୟା ଭାରତୀ ଦେହୁରୀ, ଚନ୍ଦନୀ ଦେହୁରୀ,ଚନ୍ଦ୍ରାବତୀ ପାତ୍ର,ମାୟାଧର ଦେହୁରୀ, ଅଜିତ ମହାରଣା,ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା, ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଓ ଛାତ୍ର ଅବିଭାବକ, ଅବିଭାବିକାମାନେ ବିଦ୍ୟାଳୟ ପରିସରରେ ଫଳ ଚାରା ରୋପଣ କରିବା ସହ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷ ରୋପଣର ଉପକାରିତା ସମ୍ପର୍କରେ ଅବଗତ କରାଇଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ : ସୁଶାନ୍ତ କୁମାର ପୋଥାଳ, ସ୍ୱତନ୍ତ୍ର ପ୍ରତିନିଧି

Sinapali’s Power Problems Persist; Residents Warn of Public Protest
Jul 6, 2026•163 views

Sinapali’s Power Problems Persist; Residents Warn of Public Protest

Sinapali, July 6: Frequent power outages, persistent low-voltage issues, and delays in restoring electricity have triggered growing public resentment against TPWODL in Sinapali of Nuapada district. Despite repeated complaints from consumers, residents allege that there has been no noticeable improvement in the quality of power supply, leaving many frustrated. According to local consumers, repeated attempts to contact the Section Junior Engineer (JE) of the Sinapali Grid during power disruptions often go unanswered. As a result, people are left with no immediate point of contact during emergencies. Even after complaints are registered, repair teams reportedly fail to reach the affected areas on time, forcing residents to remain without electricity for several hours. The situation has become more severe during the monsoon season, with frequent outages and low-voltage problems disrupting normal life. Residents say the irregular power supply has adversely affected businesses, agricultural activities, drinking water supply, and students’ studies. Villagers further alleged that while complaints are routinely acknowledged with assurances of “early restoration,” the actual problems remain unresolved. Many residents sarcastically remark that “TPWODL is quicker at giving assurances than resolving consumers’ grievances.” As the same issues continue without any long-term solution, public dissatisfaction is steadily mounting. Residents have urged TPWODL authorities to improve the quality of electricity supply, ensure prompt redressal of complaints, and respond to consumer grievances with greater accountability and responsibility. They have also warned that if the situation remains unchanged, they may be compelled to launch a large-scale public protest in the coming days.

Nuapada (ନୂଆପଡ଼ା) • By Malaya Meher