Web News

ନ୍ୟାୟ ପାଇଁ ଆମରଣ ଅନଶନ ! ଏବେ ବି ସରକାର ଶୁଣିବେ ନା ଚୁପ୍ ରହିବେ?
ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି।ତାଙ୍କ ଅଭିଯୋଗ—ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ନ୍ୟାୟ ମିଳୁନି। ଦୁଇଟି ପ୍ରମୁଖ ଦାବି ନେଇ ସେ ଅନଶନ ଆରମ୍ଭ କରିଛନ୍ତି ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ମହାକାଳପଡ଼ା ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ କଠୋର ପଦକ୍ଷେପ। ଚାମେଲି ଓଝାଙ୍କ କହିବା ଅନୁସାରେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ। ଏହି ଘଟଣାରେ ପ୍ରଶାସନ କେବେ ପଦକ୍ଷେପ ନେବ? ନ୍ୟାୟ ମିଳିବ ନା ଆନ୍ଦୋଳନ ଆହୁରି ତୀବ୍ର ହେବ?
Bhubaneswar (ଭୁବନେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ

रथयात्रा से पूर्व उदित नगर जगन्नाथ मंदिर में विशेष पूजा-अर्चना; महाप्रभु के दर्शन कर श्रद्धालुओं ने लिया आशीर्वाद, जय जगन्नाथ के जयघोष से गूंजा मंदिर परिसर
राउरकेला: भगवान श्रीजगन्नाथ की पावन रथयात्रा से पूर्व उदित नगर स्थित श्री जगन्नाथ मंदिर में विशेष पूजा-अर्चना एवं धार्मिक अनुष्ठान का आयोजन श्रद्धापूर्वक किया गया। इस अवसर पर बड़ी संख्या में श्रद्धालुओं ने महाप्रभु श्रीजगन्नाथ, भगवान बलभद्र एवं देवी सुभद्रा के दर्शन कर सुख, शांति और समृद्धि की कामना की। पूजा-अर्चना के उपरांत श्रद्धालुओं के बीच प्रसाद का वितरण किया गया। जय मां कालरात्रि सेवा समिति के संयोजक सेवाभावी ओपी सिंह की प्रेरणा से समिति के सदस्य सेवाभावी रिंकू अग्रवाल ने अपनी धर्मपत्नी के साथ भक्तों के बीच प्रसाद वितरित किया। पूरे मंदिर परिसर में भक्तिमय वातावरण बना रहा। श्रद्धालुओं ने "जय जगन्नाथ" के गगनभेदी जयघोष के साथ महाप्रभु का आशीर्वाद प्राप्त किया। रथयात्रा को लेकर भक्तों में विशेष उत्साह और श्रद्धा देखने को मिली।
Rourkela (ରାଉରକେଲା) • रिपोर्ट : संदीप कुमार अग्रवाल, राउरकेला

ବିଶ୍ୱ ବନମହୋତ୍ସବ ସାପ୍ତାହିକ ପାଳନ: ବୃକ୍ଷରୋପଣ ପାଇଁ ସଚେତନତାର ବାର୍ତ୍ତା ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
ବଅଁରପାଳ: ବିଶ୍ୱ ବନମହୋତ୍ସବ ସାପ୍ତାହିକ ଅବସର ଏବଂ ଝଜିରିବାହାଳ ଖେଳ ପଡ଼ିଆରେ ୧୫ ବର୍ଷ ଧରି ଚାଲିଆସୁଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ସଚେତନତାମୂଳକ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏଥିରେ ସମାଜସେବୀ ଅଭିମନ୍ୟୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳବାସୀଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ଲଗାଯାଇଥିବା ଗଛର ସୁରକ୍ଷା ଓ ଯତ୍ନ ନେବା ପାଇଁ ଆହ୍ୱାନ କରିଥିଲେ। ସେ କହିଥିଲେ ଯେ, ପରିବେଶର ସନ୍ତୁଳନ ରକ୍ଷା, ବର୍ଷାର ପରିମାଣ ବୃଦ୍ଧି, ବାୟୁ ପ୍ରଦୂଷଣ ହ୍ରାସ ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ଗଢ଼ି ତୋଳିବାରେ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। "ଗୋଟିଏ ଗଛ, ଗୋଟିଏ ଜୀବନ" ବାର୍ତ୍ତାକୁ ସାକାର କରି ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

CMO Forwards ODMM Complaint Against Kuarmunda Liquor Shop to Sundargarh Excise Superintendent
Bhubaneswar/Rourkela: 16 July 2026: The complaint filed by the Odisha Digital Media Mahasangha (ODMM) seeking the closure and relocation of the IMFL Off Shop at Kuarmunda under Sundargarh district has officially moved forward in the Odisha Government's grievance redressal system. According to the complaint status available on the Chief Minister's Grievance Portal, Ticket No. CMO20261668611 was registered in the Office of the Chief Minister on 13 July 2026. On 15 July 2026, the matter was forwarded to the Excise Commissioner, who subsequently transferred it to the Superintendent of Excise, Sundargarh for necessary action. The complaint is currently marked as "Under Process" and is awaiting further action from the district excise authorities. ODMM had earlier demanded the immediate closure and relocation of the liquor outlet, alleging that it is situated close to an Eklavya Model Residential School (EMRS), an Anganwadi Centre, and a temple, raising concerns over public safety and the welfare of students and local residents. The organization welcomed the government's prompt forwarding of the complaint and expressed hope that the district administration would conduct a fair inquiry and take appropriate action in the larger public interest.
Sundargarh (ସୁନ୍ଦରଗଡ଼) • Bureau Report, Srishti News (Political Khati)

ଲଉଡ଼ିଦର୍ହା ଆଶ୍ରମ ବିଦ୍ୟାଳୟ ପରିସରରେ ବନମହୋତ୍ସବ କାର୍ଯକ୍ରମ
ବରଗଡ : ବରଗଡ ଜିଲ୍ଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ ଲଉଡିଦର୍ହା ଆଶ୍ରମ ବିଦ୍ୟାଳୟ ଆନୁକୂଲ୍ୟରେ ବନମହୋତ୍ସବ କାର୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ଅଞ୍ଜଳି ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ସମସ୍ତ ବିଭାଗୀୟ ଶିକ୍ଷକ, ଶିକ୍ଷୟତ୍ରୀ, ଅଭିଭାବକ, ସ୍ବେଛାସେବୀ, ବନ କର୍ମଚାରୀ ଯୋଗଦାନ କରିଥିଲେ l ମୁଖ୍ୟ ଅତିଥିଭାବେ ସଂଗୀତା ଭଗତ, ମୁଖ୍ୟ ଵକ୍ତା ଭୁବନେଶ୍ୱର ପ୍ରଧାନ, ଉପସଭାପତି ଜିଲ୍ଲା ପରିବେଶ ସୁରକ୍ଷା ବରଗଡ ଉପସ୍ଥିତ ଶିକ୍ଷକ କୁଞ୍ଜବିହାରୀ ପଟେଲ, କାଶୀନାଥ ଧଳ, ତନ୍ମୟ ପାଣ୍ଡେ,ପରିବେଶ ପ୍ରେମୀ ଜୟଲାଲ ବରିହା, ପ୍ରମୁଖ ସହଯୋଗ କରିଥିଲେ l ଲୌଡିଦର୍ହା ନର୍ସରୀରୁ ପଣସ, କରଞ୍ଜ, ଡାଳିମ୍ବ, ଶିଶୁ ଆଦି ୮୮ ଟି ଚାରା ବିଦ୍ୟାଳୟର ଛାତ୍ର ଛାତ୍ରୀ ମାନଙ୍କୁ ବଣ୍ଟନ କରାଯାଇ ବୃକ୍ଷ ରୋପଣ କରାଯାଇଥିଲା l କାଶୀନାଥ ଧଳ ଶେଷରେ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
Bargarh (ବରଗଡ଼) • ରିପୋର୍ଟ : ବଂଶୀଧର ନାୟକ

ସହୟୋଗ ଅନୁଷ୍ଠାନ ର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ
ବରଗଡ : ସ୍ଥାନୀୟ ସିଦ୍ଧି ବିନାୟକ କଲ୍ୟାଣ ମଣ୍ଡପ ଠାରେ ସହୟୋଗ ଅନୁଷ୍ଠାନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅନୁଷ୍ଠିତ ଏହି ସମ୍ମିଳନୀରେ ସଂଗଠନ ର ସମ୍ପାଦକ ତାପସ କୁମାର ନାୟକ ୧୬ ତାରିଖ ସହୟୋଗ ଅନୁଷ୍ଠାନ ର ପ୍ରତିଷ୍ଠା ଦିବସ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରିବା ସହିତ ତିନିଗୋଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ତଥା ଦୁଇ ଜଣ ସ୍ୱେଚ୍ଛାସେବୀ ଙ୍କୁ ସମ୍ବର୍ଦ୍ଧିତ କରାଯିବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବିଧାୟିକା ବର୍ଷା ସିଂ ବରିହା, ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ହେମସାଗର ଭୋଇ ଓ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ପାଣ୍ଡବ ଶବର ଯୋଗଦେବା କାର୍ଯ୍ଯକ୍ରମ ରହିଥିବା ବେଳେ କୁନି କୁନି ଶିଶୁ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ସୂଚନା ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ ଅକାଶ ପଣ୍ତା, ଅବିନାଶ ବହିଦାର ଓ ଦୁର୍ଗାମାଧବ କରଡିଆ ପରିଚାଳନା କରିଥିବା ବେଳେ ସଭାପତି ମୌସମ ପାଗଡା, କୋଷାଧ୍ୟକ୍ଷ ପ୍ରଭୁଦତ୍ତ ପଣ୍ତା, ପ୍ରଦ୍ୟୁମ୍ନ ମେହେର, ରମାକାନ୍ତ ବହିଦାର,ଶିବାଶିଷ ପଟ୍ଟନାୟକ, ରାଜ୍ ସିଂ, ସୋମ ଷଡ଼ଙ୍ଗୀ ପ୍ରମୁଖ ସହଯୋଗ କରିଥିଲେ।
Bargarh (ବରଗଡ଼) • ରିପୋର୍ଟ : ବଂଶୀଧର ନାୟକ, ବରଗଡ଼

ବୀର ମାଟିରେ ଉତ୍କଳମଣିଙ୍କୁ ଶ୍ରଦ୍ଧାଞ୍ଜଳି ଓ ତିଳତର୍ପଣ
ବରଗଡ: ବୀର ମାଟିରେ ଦେଶପ୍ରାଣ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୮ ତମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଶ୍ରଦ୍ଧାଞ୍ଜଳି ଓ ତିଳ ତର୍ପଣ ଅର୍ପଣ କରାଯାଇଛି। ସାରା ରାଜ୍ୟରେ ‘ସମାଜ’ ସମ୍ବାଦପତ୍ର ପକ୍ଷରୁ ଗୋପବନ୍ଧୁଙ୍କୁ ଶ୍ରଦ୍ଧା ସୁମନ ଜ୍ଞାପନ କରାଯାଉଥିବା ବେଳେ, ଏହି କ୍ରମରେ ରେଙ୍ଗାଳିକ୍ୟାମ୍ପ ‘ସମାଜ’ ପ୍ରତିନିଧି ଆକାଶ ମିଶ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏକ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ହୀରାକୁଦ ମୁଖ୍ୟ କେନାଲରେ ମନ୍ତ୍ରପାଠ ପୂର୍ବକ ପୂଜାର୍ଚ୍ଚନା କରାଯାଇ ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ ଅର୍ପଣ କରାଯିବା ସହ ତାଙ୍କ ଅମର ଆତ୍ମାର ସଦ୍ଗତି କାମନା କରାଯାଇଥିଲା। ଏହା ପରେ ବୀର ଜନାର୍ଦ୍ଦନ ସିଂଙ୍କ ଜନ୍ମ ମାଟି ପାହରଶ୍ରିଗିଡ଼ା ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାନ ସାହୁଙ୍କ ସଭାପତିତ୍ୱରେ ଏକ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଥିଲା। ଏହି ସାରସ୍ଵତ ତଥା ସ୍ମୃତି ସଭାରେ ସ୍ଥାନୀୟ ସରପଞ୍ଚ ଗୀତାଞ୍ଜଳି ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, ବିଶିଷ୍ଟ ଶିକ୍ଷୟିତ୍ରୀ ତଥା ସମାଜସେବୀ ଅନୁସୁୟା ଦେବତା ମୁଖ୍ୟବକ୍ତା ଏବଂ ପାହାରଶ୍ରିଗିଡ଼ା ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଶୀଲ ସେଠ୍ ସମ୍ମାନିତ ଅତିଥି ଭାବେ ମଞ୍ଚାସୀନ ହୋଇଥିଲେ। ବିଦ୍ୟାଳୟର ଶିକ୍ଷକ ଗୋପବନ୍ଧୁ ମେହେର ଅତିଥି ପରିଚୟ ପ୍ରଦାନ କରିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ମଞ୍ଚାସୀନ ଅତିଥିମାନଙ୍କ ଦ୍ଵାରା ଉତ୍କଳମଣିଙ୍କ ଫଟୋଚିତ୍ରରେ ଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରାଯାଇ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା।ସଭାରେ ମୁଖ୍ୟବକ୍ତା ଶ୍ରୀମତୀ ଦେବତା ନିଜ ବକ୍ତବ୍ୟରେ କହିଥିଲେ ଯେ, ଉତ୍କଳମଣି ଗୋପବନ୍ଧୁ ଏକାଧାରରେ ଜଣେ ସମାଜ ସଂସ୍କାରକ, ମହାନ ଦେଶପ୍ରେମୀ, ଅନନ୍ୟ ଶିକ୍ଷାବିତ୍ ଓ ଓଡ଼ିଆ ସାମ୍ବାଦିକତାର ମାଇଲଖୁଣ୍ଟ ସହ ଜଣେ ସୁ ଲେଖକ ମଧ୍ୟ ଥିଲେ। ତାଙ୍କର ଉଚ୍ଚ ଜାତୀୟତାବାଦୀ ଚିନ୍ତାଧାରା, ନିଃସ୍ଵାର୍ଥପର ମାନବ ସେବା ଏବଂ ସତ୍ୟ ଓ ମାନବିକତାର ସର୍ବୋଚ୍ଚ ସୀମାରେ ରହି କାର୍ଯ୍ୟ କରିବାର ଦିବ୍ୟ ଗୁଣ ତାଙ୍କୁ ଜଣେ ସାଧାରଣ ମଣିଷରୁ ‘ଉତ୍କଳର ମଣି’ରେ ରୂପାନ୍ତରିତ କରିପାରିଥିଲା। ତାଙ୍କ ପ୍ରଦର୍ଶିତ ମାର୍ଗକୁ ଜୀବନରେ ପ୍ରତିଫଳିତ କରାଇବା ହିଁ ତାଙ୍କ ପ୍ରତି ଆମର ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ପ୍ରକାଶ କରିଥିଲେ। ମୁଖ୍ୟ ଅତିଥି ଶ୍ରୀମତୀ ପ୍ରଧାନ ଗୋପବନ୍ଧୁଙ୍କ ଅମଳିନ ଜୀବନାଦର୍ଶ ଓ ଓଡ଼ିଆ ଜାତୀୟତା ଆନ୍ଦୋଳନରେ ତାଙ୍କର ଅବଦାନ ସମ୍ପର୍କରେ ଆଲୋଚନା କରି ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ଦେଶାତ୍ମବୋଧରେ ଅନୁପ୍ରାଣିତ ହେବାକୁ ମାର୍ଗଦର୍ଶନ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ସମାଜ ପ୍ରତିନିଧି ଶ୍ରୀଯୁକ୍ତ ମିଶ୍ର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ସଭା ଶେଷରେ ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସମାଜ ପ୍ରତିନିଧି ଶ୍ରୀଯୁକ୍ତ ମିଶ୍ର ମିଷ୍ଟାନ୍ନ ବଣ୍ଟନ କରିଥିଲେ । ଏହି ସମଗ୍ର କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଦ୍ୟାଳୟର ଶିକ୍ଷୟିତ୍ରୀ ଝସ୍ମିତା ଗଡତିଆ, ରାକ୍ଷୀ ଭୋଇ, ସୁଶ୍ରୀ ସୀମିତା ସାହୁ, ରଞ୍ଜିତା ସାହୁ ଏବଂ ଶିକ୍ଷକ କ୍ଷୀରୋଦ କୁମାର ଖିଲାର ଓ ରୋଷହିଁ କୁମାର ପ୍ରଧାନ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।
Bargarh (ବରଗଡ଼) • ରିପୋର୍ଟ : ବଂଶୀଧର ନାୟକ

ଅମିତ ପ୍ରଧାନ ଙ୍କ ସ୍ମୃତି ରେ ରକ୍ତଦାନ ଶିବିର, ଚିକିଟି ବିଧାୟକ, ଥାନା ଏଏସଆଇ ସମେତ 105ଜଣଙ୍କ ରକ୍ତଦାନ
ଚିକିଟି, ୧୫/୭(ଦୁର୍ଗା ମାଧବ):ଲିଆଖାଇ ସ୍ଥିତ ରଞ୍ଜନ ପ୍ରଧାନ ଙ୍କ ବାସଭବନରେ ଅମିତ ପ୍ରଧାନ ଙ୍କ ସ୍ମୃତି ଉଦ୍ଦେଶ୍ୟ ରେ ଚିକିଟି ମନୁସେନା ଏବଂ ସମ୍ବାଦ ଆମ ଓଡିଶା ସହଯୋଗ ରେ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମନୁସେନା ସମ୍ପାଦିକା ମୀନା ଦ୍ୟାନ ସାମନ୍ତରା ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ଶିବିର କୁ ଆରମ୍ଭ କରିଥିଲେ l ଏହି ଶିବିର ରୁ ମୋଟ ୧୦୫ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ରକ୍ତଦାନ କରିଥିଲେ ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା,କେ ତୁଳସାୟା ରେଡି, ପି. ଦେବରାଜ, ସନ୍ତୋଷ କୁମାର ରେଡି, ଵି. ଶ୍ରୀନୁ, କୈଳାଶ ଚନ୍ଦ୍ର ପ୍ରଧାନ, ପ୍ରମୁଖ 105 ଜଣ ରକ୍ତଦାତା।ଜଣେ ଭିନ୍ନକ୍ଷମ ମଧ୍ୟ ରକ୍ତ ଦାନ କରିଥିଲେ।ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ଏହା ପୂର୍ବରୁ ୬୨ଥର ରକ୍ତ ଦେବା କଥା ପ୍ରକାଶ କରିଥିଲେ। ମନୁସେନା ଓ ସମ୍ବାଦ ଆମ ଓଡ଼ିଶାର ତରଫରୁ ଏଶିବିର କୁ ଚିକିଟି ପ୍ରତିନିଧି ବିଭୂଧେନ୍ଦ୍ର ପାଢ଼ୀ ଆୟୋଜନ କରିଥିଲେ ଓ ସ୍ଥାନୀୟ ଯୁବକ ମାନେ ପରିଚାଳନା କରିଥିଲେ।l ବ୍ରହ୍ମପୁର ରକ୍ତଭଣ୍ଡାର ରୁ ଡାକ୍ତର ଟୁନୁ ଭତ୍ରିଆ, ଗୋପାଳ ପଣ୍ଡା, ଦେବରାଜ ଭୋଇ, ବିକ୍ରମ ବିଦିତ, ଗୋପାଳ କୃଷ୍ଣ ସାହୁ, ଡମ୍ବରୁଧର କାର୍କୀ, ଆର. ପ୍ରଧାନ ରକ୍ତ ସଂଗ୍ରହ ରେ ସହଯୋଗ କରିଥିଲେ l
Ganjam (ଗଞ୍ଜାମ) • ରିପୋର୍ଟ : ଦୁର୍ଗାମାଧବ ମହାରଣା, ଚିକିଟି

My City, My Responsibility: Sankalp Seva Sangh Conducts Cleanliness Drive During Gundicha Rath Yatra
Sinapali, July 15 The Gundicha Rath Yatra is not merely a festival of devotion and spirituality; it also conveys a powerful message of social responsibility. Upholding this noble spirit, Sankalp Seva Sangh, Sinapali, organized a large-scale cleanliness drive across several key locations in the town. Armed with brooms, a spirit of selfless service, and a deep sense of civic responsibility, the volunteers dedicated their time and effort to spread the message of cleanliness and community service. Keeping in mind the convenience of devotees and the importance of maintaining a clean environment during Lord Jagannath’s Gundicha Yatra, the volunteers cleaned Jagannath Chowk, Triveni Chowk, Ravan Chowk, Gayatri Chowk, Durga Mandir Road, Trinath Chowk, Tahasil Office Road, Gudiya Chowk, the Bus Stand, and the Mausi Maa Temple premises. They collected garbage from public places and also appealed to citizens to maintain cleanliness and protect the environment. Speaking on the occasion, members of the organization emphasized that cleanliness is not solely the responsibility of the government but a shared duty of every responsible citizen. They said that if every individual resolves to keep their surroundings clean, it will pave the way for a healthier, cleaner, and more beautiful society. Their dedicated service has inspired many and created a positive awareness within the community. The cleanliness campaign witnessed the active participation of Narendra Naik, Dinesh Kumar Meher, Vidyadhar Sahu (Shailesh), Chittaranjan Meher (Jaga), Lilakar Sahu (Montu), Ganesh Ram Meher, Sanurjya Meher, Buddhadev Meher (Raju), Suraj Kumar Meher, Yudhishthir Meher (Kahnu), Naresh Kumar Majhi, Mahendra Meher (Sangram), Sohan Meher, Kunjabihari Barik (Montu), Lingaraj Jagat (Manoj), and Girish Majhi, who voluntarily devoted their valuable time to the noble cause. Local intellectuals and residents highly appreciated this commendable initiative of Sankalp Seva Sangh. They expressed that such community service activities strengthen the values of discipline, volunteerism, and social responsibility among the youth while encouraging greater public participation in keeping the town clean. With the inspiring message that “The highest form of devotion is service, and the truest expression of service is cleanliness,” the cleanliness drive by Sankalp Seva Sangh has emerged as an exemplary initiative for the people of Sinapali, demonstrating that collective efforts can bring meaningful and lasting change to society.
Nuapada (ନୂଆପଡ଼ା) • By Malaya Meher

ବାଲୁଗାଁ ସାରଳାପଦର ଛକରେ ପୋଲିସର ଚଢ଼ାଉ; ବିଦେଶୀ ମଦ ସହ ବାଇକ ଜବତ, ଜଣେ ଗିରଫ
ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅଞ୍ଚଳର ସାରଳାପଦର ଛକରେ ପୋଲିସ ପକ୍ଷରୁ ଚଢ଼ାଉ କରାଯାଇ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ବହୁ ପରିମାଣର ବିଦେଶୀ ମଦ ଜବତ କରାଯିବା ସହ ମଦ ପରିବହନରେ ବ୍ୟବହୃତ ଏକ ମୋଟରସାଇକେଲକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରି ଅବକାରୀ ଓ ସମ୍ପୃକ୍ତ ଆଇନ ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।ଅଞ୍ଚଳରେ ବେଆଇନ ମଦ କାରବାର ରୋକିବା ପାଇଁ ପୋଲିସର ଏଭଳି ସ୍ୱତନ୍ତ୍ର ଚଢ଼ାଉ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସୂଚନା ମିଳିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଚାଳପୁର ସ୍ଥିତ ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟରପରିଚାଳନା କମିଟି ଗଠିତ
ଖୋର୍ଦ୍ଧା-ନୟାଗଡ଼ ଜିଲ୍ଲାର ଚାନ୍ଦପୁରସ୍ଥିତ ରାମଚଣ୍ଡୀ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ବିଦ୍ୟାଳୟ ପରିଚାଳନା କମିଟି ଗଠନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମମତା ବାହାଡା ସିଂଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଅଭିଭାବକ ଓ ଅଭିଭାବିକାଙ୍କ ମଧ୍ୟରୁ ବିଭିନ୍ନ ବର୍ଗର ୧୫ ଜଣ ସଭ୍ୟ ଓ ସଭ୍ୟାଙ୍କୁ ପରିଚାଳନା କମିଟି ପାଇଁ ମନୋନୀତ କରାଯାଇଥିଲା। ପରବର୍ତ୍ତୀ ମନୋନୟନ ପ୍ରକ୍ରିୟାରେ ରାମକୃଷ୍ଣ ସାମନ୍ତରାୟ ସଭାପତି ଏବଂ ରଶ୍ମିତା ସାହୁ ଉପସଭାପତି ଭାବେ ସର୍ବସମ୍ମତିକ୍ରମେ ନିର୍ବାଚିତ ହୋଇଥିଲେ।ନବନିର୍ବାଚିତ ସଭାପତି ଓ ଉପସଭାପତିଙ୍କୁ ବିଦ୍ୟାଳୟ ପକ୍ଷରୁ ମାନସ ବେହେରା ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ମାନିତ କରିଥିଲେ।ଏହି ପ୍ରସ୍ତାବକୁ ପୂର୍ବତନ ସରପଞ୍ଚ ଜିତେନ୍ଦ୍ର କୁମାର ସାହୁଙ୍କ ସମେତ ଗୋପାଳକୃଷ୍ଣ ନାୟକ, ସୁଶାନ୍ତ ମଲ୍ଲିକ, ବାସୁଦେବ ସାହୁ, ଦିପ୍ତି ସେନାପତି ଓ ଉପସ୍ଥିତ ସମସ୍ତ ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ସମର୍ଥନ ଜଣାଇଥିଲେ। କାର୍ଯ୍ୟକ୍ରମ ଆରମ୍ଭରେ ପ୍ରଧାନ ଶିକ୍ଷୟିତ୍ରୀ ମମତା ବାହାଡା ସିଂ ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ପରିଚାଳନା କମିଟି ଗଠନ ସମ୍ପର୍କିତ ମାର୍ଗଦର୍ଶିକା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭାର ସମାପ୍ତି ଘୋଷଣା କରିଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଆଞ୍ଚଳିକ ହାଇସ୍କୁଲ ଦେଉଳିର ନବ ନିର୍ବାଚିତ ପରିଚାଳନା କମିଟି ସଭାପତିଙ୍କୁ ବିଧାୟକଙ୍କ ଶୁଭେଚ୍ଛା
ଖୋର୍ଦ୍ଧା-ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମପଞ୍ଚାୟତର ଆଞ୍ଚଳିକ ହାଇସ୍କୁଲ, ଦେଉଳିର ନବ ନିର୍ବାଚିତ ବିଦ୍ୟାଳୟ ପରିଚାଳନା କମିଟି (SMC)ର ସଭାପତି ଭାବେ ପ୍ରଶାନ୍ତ କୁମାର ସାହୁ ନିର୍ବାଚିତ ହୋଇଛନ୍ତି।ଏହି ଅବସରରେ ସ୍ଥାନୀୟ ବେଗୁନିଆ-ବୋଲଗଡ଼ ବିଧାୟକ ପ୍ରଦୀପ କୁମାର ସାହୁ ନବ ନିର୍ବାଚିତ ସଭାପତି ଶ୍ରୀ ପ୍ରଶାନ୍ତ କୁମାର ସାହୁଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସେ ନୂତନ ପରିଚାଳନା କମିଟିର ସଫଳ କାର୍ଯ୍ୟକାଳ କାମନା କରିବା ସହ ବିଦ୍ୟାଳୟର ଉନ୍ନତି, ଗୁଣାତ୍ମକ ଶିକ୍ଷା ଏବଂ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶରେ କମିଟି ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ ବୋଲି ଆଶା ପ୍ରକାଶ କରିଛନ୍ତି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା
