ବିଶ୍ୱ ବନମହୋତ୍ସବ ସାପ୍ତାହିକ ପାଳନ: ବୃକ୍ଷରୋପଣ ପାଇଁ ସଚେତନତାର ବାର୍ତ୍ତା ଦେଲେ ସମାଜସେବୀ ଅଭିମନ୍ୟୁ ସାହୁ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 16, 202637 views

ବଅଁରପାଳ: ବିଶ୍ୱ ବନମହୋତ୍ସବ ସାପ୍ତାହିକ ଅବସର ଏବଂ ଝଜିରିବାହାଳ ଖେଳ ପଡ଼ିଆରେ ୧୫ ବର୍ଷ ଧରି ଚାଲିଆସୁଥିବା ବୃକ୍ଷରୋପଣ କାର୍ଯ୍ୟକ୍ରମ ଉପଲକ୍ଷେ ଏକ ସଚେତନତାମୂଳକ ଅନୁଷ୍ଠାନ ଆୟୋଜିତ ହୋଇଥିଲା। ଏଥିରେ ସମାଜସେବୀ ଅଭିମନ୍ୟୁ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଞ୍ଚଳବାସୀଙ୍କୁ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ସହ ଲଗାଯାଇଥିବା ଗଛର ସୁରକ୍ଷା ଓ ଯତ୍ନ ନେବା ପାଇଁ ଆହ୍ୱାନ କରିଥିଲେ।
ସେ କହିଥିଲେ ଯେ, ପରିବେଶର ସନ୍ତୁଳନ ରକ୍ଷା, ବର୍ଷାର ପରିମାଣ ବୃଦ୍ଧି, ବାୟୁ ପ୍ରଦୂଷଣ ହ୍ରାସ ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ଗଢ଼ି ତୋଳିବାରେ ବୃକ୍ଷର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। "ଗୋଟିଏ ଗଛ, ଗୋଟିଏ ଜୀବନ" ବାର୍ତ୍ତାକୁ ସାକାର କରି ପ୍ରତ୍ୟେକ ବ୍ୟକ୍ତି ଅତି କମରେ ଗୋଟିଏ ଗଛ ଲଗାଇ ତାହାର ଯତ୍ନ ନେବା ଉଚିତ ବୋଲି ସେ ମତ ପ୍ରକାଶ କରିଥିଲେ।
