ନ୍ୟାୟ ପାଇଁ ଆମରଣ ଅନଶନ ! ଏବେ ବି ସରକାର ଶୁଣିବେ ନା ଚୁପ୍ ରହିବେ?
Bhubaneswar (ଭୁବନେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକJuly 16, 202654 views

ଭୁବନେଶ୍ୱର : କେନ୍ଦ୍ରାପଡ଼ା ଜିଲ୍ଲା ତିଖିରି ପଞ୍ଚାୟତର ସରପଞ୍ଚ ଚାମେଲି ଓଝା ଭୁବନେଶ୍ୱର ଲୋୟର ପିଏମଜିରେ ଆମରଣ ଅନଶନରେ ବସିଛନ୍ତି।ତାଙ୍କ ଅଭିଯୋଗ—ତାଙ୍କ ପ୍ରତି ହୋଇଥିବା ଅନ୍ୟାୟ ଓ ଅତ୍ୟାଚାରର ନ୍ୟାୟ ମିଳୁନି। ଦୁଇଟି ପ୍ରମୁଖ ଦାବି ନେଇ ସେ ଅନଶନ ଆରମ୍ଭ କରିଛନ୍ତି ମହାକାଳପଡ଼ା ବିଡିଓ ରବି ନାରାୟଣ ଆଚାର୍ଯ୍ୟଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ। ମହାକାଳପଡ଼ା ଆଇଆଇସି ମାନସ ମଲ୍ଲିକଙ୍କ ବିରୋଧରେ କଠୋର ପଦକ୍ଷେପ।
ଚାମେଲି ଓଝାଙ୍କ କହିବା ଅନୁସାରେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ଆମରଣ ଅନଶନ ଜାରି ରହିବ।
ଏହି ଘଟଣାରେ ପ୍ରଶାସନ କେବେ ପଦକ୍ଷେପ ନେବ? ନ୍ୟାୟ ମିଳିବ ନା ଆନ୍ଦୋଳନ ଆହୁରି ତୀବ୍ର ହେବ?
