Web News

ଉଦୀୟମାନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ରେ ମହୋତ୍ସବ ଉଦଯାପିତ
ଯାଜପୁର ଜିଲ୍ଲା ବଡ଼ଚଣା ବ୍ଳକ ରେ କାର୍ଯ୍ୟ କରୁଥିବା ଉଦୀୟମାନ ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପକ୍ଷରୁ ତିନିଦିନ ଧରି ମହା ଆଡମ୍ବରରେ ରେ ଉତ୍ସବ ପାଳିତ ହୋଇଯାଇଛି। ଆୟୋଜିତ ରେ ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଯାଜପୁର ଜିଲ୍ଲା ଭାଜପା ଦଳର ସଭାନେତ୍ରୀ ଦେବଜାନୀ ପ୍ରଧାନ ଆନୁଷ୍ଠାନିକ ଭାବେ ଉଦଘାଟନ କରି ତାଙ୍କ ବକ୍ତବ୍ୟରେ କହିଲେ ଆଧୁନିକତା ଚାକ ଚକ୍ୟ ଭିତରେ ଓଡ଼ିଶାର ଗଣ ପର୍ବ ହେଉଛି ରେ ପବ ଏହି ପର୍ବ ସମସ୍ତେ ତିନି ଦିନ ଧରି ପାଳନ କରନ୍ତି।ଏହି ପର୍ବ ଗ୍ରାମାଞ୍ଚଳ ରୁ ଧିରେ ଧିରେ ଲୋପ ପାଇ ବସୁଥିବା ବେଳେ ଉଦୀୟମାନ ଅନୁଷ୍ଠାନ ଏହି ପରମ୍ପରାକୁ ଉଜ୍ଜୀବିତ କରିବା ସହିତ ପରମ୍ପରା ବଜାୟି ରଖି ଥିବାରୁ ଅନୁଷ୍ଠାନ ର ସମସ୍ତ କର୍ମ କର୍ତ୍ତା ମାନଂକୁ ବଧାଇ ଜଣାଇବା ସହିତ ସାଧୁବାଦ ଜଣାଇଥିଲେ। ମୁଖ୍ୟ ଅତିଥି ପ୍ରାକ୍ତନ ଅଧ୍ୟକ୍ଷ ଡ଼ା ଅଜୟ କୁମାର ଲେଙ୍କା କହିଲେ ମାଟି ମାଆର ପବ ହେଉଛି ରଜପର୍ବ।ଏହି ପର୍ବ ଆମ ସମସ୍ତ ଙ୍କ ପାଇଁ ସଂସ୍କୃତି ର ପ୍ରତୀକ। ଆଗନ୍ତୁକ ଅତିଥି କାହ୍ନୁଚରଣ ସାହୁ ତାଂକ ବକ୍ତବ୍ୟ ରେ କହିଲେ ରେ ପବ ଭାଇଚାରା ସୃଷ୍ଟୀ କରେ ଓ ଆନନ୍ଦ ଉଲ୍ଲାସ ଭରୀ ଦେଇଥାଏ।ଅନ୍ୟ ମାନଂକ ମଧ୍ୟରେ ସରପଞ୍ଚ ରବ ଚନ୍ଦ୍ର ମହାନ୍ତି,ସମାଜ ସେବୀ ଆକାଶ କୁମାର ସାହୁ,ରବିନ୍ଦ୍ର କୁମାର ତରାଇ, ଆଇନଜୀବି ଦେବରାଜ ବେହେରା, ପ୍ରମୁଖ ଭିନ୍ନ ଭିନ୍ନ ମତ ପ୍ରକାଶ କରିଥିଲେ। ପରେ ମା, ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ପିଠାପଣା,ଝୋଟି ପ୍ରତୀ ଯୋଗିତା ଖିଲି ପାନ ପ୍ରତିଯୋଗିତା , ସେହିପରି ବାଳକ ବାଳିକା , ମହିଳା ଓ ପୁରୁଷ ମଧ୍ୟରେ କବାଡି ପ୍ରତିଯୋଗିତା କରାଯାଇ ଥିଲା। ମିୟୁଜିକ ଚେୟାର,ରଜ କବିତା ଆସର ଦର୍ଶକ ମାନଙ୍କୁ ଆକୃଷ୍ଟ କରିଥିଲା। ଶେଷରେ କୃତି ପ୍ରତିଯୋଗୀ ମାନଂକୁ ମାନ ପ୍ରତ ସହ ଟ୍ରଫୀ ପ୍ରଦାନ କରାଯାଇଥିଲା।
Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ, ବଡ଼ଚଣା

ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତିରେ ଅନୁଗୋଳରେ “ଜାତି ଜନଜାତି ସମ୍ବାଦ” କାର୍ଯ୍ୟକ୍ରମ
ଅନୁଗୋଳ: ଅନୁଗୋଳ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ରାଜ୍ୟ ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଅବସରରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ପକ୍ଷରୁ “ଜାତି ଜନଜାତି ସମ୍ବାଦ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଡ଼. ବିଶ୍ୱ ଭୂଷଣ ସ୍ୱାଗତ ଭାଷଣ ଦେଇଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ବିଭାଗୀୟ ଯୋଜନା ସମ୍ପର୍କରେ ସୂଚନା ଦେଇ ଏହାର ସୁବିଧା ନେବାକୁ ଆହ୍ୱାନ କରିଥିଲେ। ଢେଙ୍କାନାଳ ସାଂସଦଙ୍କ ପ୍ରତିନିଧି ପ୍ରଭାତ କୁମାର ପ୍ରଧାନ ଆଦିବାସୀ ସମାଜର ପ୍ରକୃତି ସହ ନିବିଡ଼ ସମ୍ପର୍କର ପ୍ରଶଂସା କରି ସେମାନଙ୍କ ଉନ୍ନତି ପାଇଁ ସରକାର ପ୍ରତିବଦ୍ଧ ବୋଲି କହିଥିଲେ। କାର୍ଯ୍ୟକ୍ରମରେ ପ୍ରଶାନ୍ତ କୁମାର ପୃଷ୍ଟି ଓ ସୁଶାନ୍ତ କୁମାର ବେହେରା ଉପସ୍ଥିତ ଥିଲେ। ମାନସ କୁମାର ଭଞ୍ଜ ଦେଓ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜୈବ ବର୍ଜ୍ୟବସ୍ତୁ ପ୍ଲାଣ୍ଟକୁ ବିରୋଧ: ୧୪୯ ନମ୍ବର ଜାତୀୟ ରାଜପଥ ୧୨ ଘଣ୍ଟା ଅବରୋଧ
ଅନୁଗୋଳ: କଣିହାଁ ବ୍ଲକ ଅନ୍ତର୍ଗତ କର୍ଣ୍ଣପାଳ ପଞ୍ଚାୟତର ଶିପୁର ଗ୍ରାମରେ ପ୍ରସ୍ତାବିତ ଜୈବ ଚିକିତ୍ସା ଓ ବର୍ଜ୍ୟବସ୍ତୁ ଚିକିତ୍ସା ସୁବିଧା ପ୍ଲାଣ୍ଟ ନିର୍ମାଣକୁ ବିରୋଧ କରି ଗ୍ରାମବାସୀମାନେ ବୁଧବାର ୧୪୯ ନମ୍ବର ଜାତୀୟ ରାଜପଥକୁ ସରଧାପୁର ଛକ ଓ ଶିପୁର ବର ଛକ ନିକଟରେ ୧୨ ଘଣ୍ଟା ପାଇଁ ଅବରୋଧ କରିଥିଲେ। ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁସାରେ, ପ୍ଲାଣ୍ଟଟି ସ୍ଥାପନ ହେଲେ ଆଖପାଖର ୨୦ରୁ ଅଧିକ ଗ୍ରାମର ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ରହିଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ରାଜପଥ ଅବରୋଧ ଯୋଗୁଁ ଯାତାୟାତ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଥିବା ବେଳେ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିଥିଲେ। ପରେ କଣିହାଁ ତହସିଲଦାର ପ୍ରଣବ ପ୍ରକାଶ ପ୍ରଧାନ, ଏସଡିପିଓ ଭରତ ଚନ୍ଦ୍ର ସାହୁ ଓ ଉପଜିଲ୍ଲାପାଳ ଆଶିଷ ରଞ୍ଜନ ସାହୁ ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରି ପ୍ଲାଣ୍ଟ ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଶାସନର ଆଶ୍ୱାସନ ପରେ କର୍ଣ୍ଣପାଳ ପଞ୍ଚାୟତର ଜନପ୍ରତିନିଧି ଓ ଗ୍ରାମବାସୀମାନେ ଆନ୍ଦୋଳନକୁ ସ୍ଥଗିତ ରଖି ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଗୋ-ମାଫିଆଙ୍କ ଉପରେ ବାଲେଶ୍ୱର ପୋଲିସର କଡା କାର୍ଯ୍ୟାନୁଷ୍ଠାନ
ବାଲେଶ୍ୱର: ବାଲେଶ୍ଵର ଜିଲ୍ଲାର ବସ୍ତା ଓ ସିଂଲା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ସକାଳୁ ସକାଳୁ ବାଲେଶ୍ଵର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଗୋ ଚାଲାଣ ଓ ଅବୈଧ କାରବାର ସହ ଜଡିତ ଥିବା ସନ୍ଦେହରେ କିଛି ଗୋ ମାଫିଆଙ୍କ ଘରେ ଅତର୍କିତ ଭାବେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ପୋଲିସର ସ୍ଵତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଏକକାଳୀନ ଭାବେ ତଲାସି ଅଭିଯାନ ଚଳାଇଥିବା ବେଳେ, କେତେକ ଗୁରୁତ୍ଵପୂର୍ଣ୍ଣ ଦଲିଲ ଓ ସାମଗ୍ରୀ ଜବତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ପୋଲିସ ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ମିଳିନାହିଁ। ଏହି ଚଢ଼ାଉ ପରେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ପୋଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ଜିଲ୍ଲା ପ୍ରତିନିଧି, ବାଲେଶ୍ୱର

ଭତ୍ତା ଟଙ୍କା ନ ପାଇବାରୁ ଗ୍ରାମ ପଞ୍ଚାୟତ ଅଫିସ୍ରେ ତାଲା ପକାଇଲେ ହିତାଧିକାରୀ; ଆସିକା ବ୍ଲକ ର ନିମୀନା ଗ୍ରାମ ପଞ୍ଚାୟତ ରୁ ଆସିଲା ସାଙ୍ଘାତିକ ଚିତ୍ର
ଦୀର୍ଘ ମାସ ଧରି ଭତ୍ତା ଟଙ୍କା ନ ପାଇବାରୁ ଶେଷରେ ଧୈର୍ଯ୍ୟ ହରାଇଛନ୍ତି ଅସହାୟ ହିତାଧିକାରୀ। ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା ପାଇଁ ବାରମ୍ବାର ପଞ୍ଚାୟତ ଅଫିସ୍ ଦୌଡ଼ି ଦୌଡ଼ି ନିରାଶ ହେବା ପରେ, ଆଜି ସିଧାସଳଖ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଦେଇଛନ୍ତି ହିତାଧିକାରୀ ଲୋକେ। ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଆସିକା ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମ ପଞ୍ଚାୟତ ଅଫିସ୍ରେ। ସୂଚନା ଅନୁଯାୟୀ, ଆସିକା ବ୍ଲକର ନିମିନା ଗ୍ରାମ ପଞ୍ଚାୟତରେ ଦୀର୍ଘ ଦିନ ହେବ ବୃଦ୍ଧ, ବୃଦ୍ଧା ଏବଂ ଅସହାୟ ମହିଳାମାନେ ସେମାନଙ୍କର ସାମାଜିକ ସୁରକ୍ଷା ଭତ୍ତା ପାଇବାରୁ ବଞ୍ଚିତ ହୋଇ ରହିଛନ୍ତି। ସରକାରୀ ନିୟମ ଅନୁସାରେ ପ୍ରତିମାସରେ ମିଳୁଥିବା ଏହି ସାହାଯ୍ୟ ରାଶି ଉପରେ ଅନେକ ଗରିବ ପରିବାର ନିର୍ଭର କରନ୍ତି। ମାତ୍ର ବୈଷୟିକ ତ୍ରୁଟି କିମ୍ବା ପ୍ରଶାସନିକ ଅବହେଳା ଯୋଗୁଁ ଗତ କିଛି ମାସ ହେଲା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଆସୁନାହିଁ। ସେମାନେ ଏ ନେଇ ବାରମ୍ବାର ପଞ୍ଚାୟତର ସରପଞ୍ଚ ଏବଂ ପିଇଓ (PEO)ଙ୍କୁ ଜଣାଇଥିଲେ ମଧ୍ୟ କେବଳ ପ୍ରତିଶ୍ରୁତି ହିଁ ମିଳୁଥିଲା, କିନ୍ତୁ ସମସ୍ୟାର ସମାଧାନ ହେଉନଥିଲା। ଆଜି ସକାଳୁ ସକାଳୁ ସ୍ଥାନୀୟ ଅଞ୍ଚଳର ଶତାଧିକ ବୃଦ୍ଧବୃଦ୍ଧା ଓ ମହିଳା ହିତାଧିକାରୀ ଏକାଠି ହୋଇ ନିମିନା ପଞ୍ଚାୟତ ଅଫିସ୍ ମୁଖ୍ୟ ଫାଟକରେ ତାଲା ଝୁଲାଇ ଦେଇଛନ୍ତି। "ଭତ୍ତା ଟଙ୍କା ଆମର ହକ୍, ଏଥିରେ ଅବହେଳା ଚଳିବ ନାହିଁ" ବୋଲି ସେମାନେ ଚେତାବନୀ ଦେଇଛନ୍ତି। ଅଫିସ୍ରେ ତାଲା ପଡ଼ିବା ଯୋଗୁଁ ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବାଧାପ୍ରାପ୍ତ ହୋଇଛି ଏବଂ ପଞ୍ଚାୟତ କର୍ମଚାରୀମାନେ ବାହାରେ ଠିଆ ହୋଇ ରହିଛନ୍ତି। ହିତାଧିକାରୀଙ୍କ କହିବା କଥା: "ଆମେ ଗରିବ ଲୋକ, ଏହି ଭତ୍ତା ଟଙ୍କାରେ ଆମର ଔଷଧ ଏବଂ ପେଟର ଦାନା ଯୋଗାଡ଼ ହୁଏ। ଯଦି ସରକାର ଟଙ୍କା ଦେବାରେ ଏମିତି ମାସ ମାସ ବିଳମ୍ବ କରିବେ, ତେବେ ଆମେ ବଞ୍ଚିବୁ କେମିତି? ଯେପର୍ଯ୍ୟନ୍ତ ଆମ ଖାତାକୁ ଟଙ୍କା ନ ଆସିଛି, ସେପର୍ଯ୍ୟନ୍ତ ଏହି ତାଲା ଖୋଲିବ ନାହିଁ।" ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି। ବ୍ଲକ ପ୍ରଶାସନ ଓ ବିଡିଓ (BDO)ଙ୍କ ପକ୍ଷରୁ ଏ ସମ୍ପର୍କରେ କି ସମାଧାନ କରାଯାଉଛି ଏବଂ ହିତାଧିକାରୀଙ୍କୁ କେବେ ସେମାନଙ୍କ ପ୍ରାପ୍ୟ ମିଳୁଛି, ତାହା ଦେଖିବାକୁ ବାକି ରହିଲା।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ଆସିକା

ବିଶ୍ୱ ରକ୍ତଦାତା ଦିବସ ଅବସରରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ
ଢେଙ୍କାନାଳ ୧୭.୬: ବିଶ୍ୱ ରକ୍ତଦାତା ଦିବସ-୨୦୨୬ ପାଳନ ଅବସରରେ ଢେଙ୍କାନାଳ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଓ ଜିଲ୍ଲା ରେଡକ୍ରସ ସୋସାଇଟିର ମିଳିତ ସହଯୋଗରେ ଜିଲ୍ଲାସ୍ତରୀୟ ରକ୍ତଦାତା ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଲଳିତ ମୋହନ ବେହେରା ଯୋଗଦେଇ ରକ୍ତଦାନକୁ ଏକ ମହତ୍ କାର୍ଯ୍ୟ ବୋଲି ବର୍ଣ୍ଣନା କରିଥିଲେ। ରକ୍ତଦାନ ଦ୍ୱାରା ଶରୀରର କୌଣସି କ୍ଷତି ହୁଏ ନାହିଁ କିମ୍ବା ଦୁର୍ବଳତା ଅନୁଭବ ହୁଏ ନାହିଁ ବୋଲି ସେ କହିଥିଲେ। ଅନ୍ୟର ମୂଲ୍ୟବାନ ଜୀବନ ରକ୍ଷା ପାଇଁ ସମସ୍ତେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିବାକୁ ସେ ଆହ୍ୱାନ ଜଣାଇଥିଲେ। ଏହି ଅବସରରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ସଞ୍ଜୟ କୁମାର ମହାପାତ୍ର କହିଥିଲେ ଯେ, ବର୍ତ୍ତମାନ ସୁଦ୍ଧା କୌଣସି ମାଧ୍ୟମରେ କୃତ୍ରିମ ଭାବେ ରକ୍ତ ସୃଷ୍ଟି କରାଯାଇ ପାରିନାହିଁ। ସେହିପରି ପଶୁପକ୍ଷୀଙ୍କ ରକ୍ତ ମଧ୍ୟ ମନୁଷ୍ୟ ପାଇଁ ପ୍ରଯୁଜ୍ୟ ନୁହେଁ। ରକ୍ତଦାନଠାରୁ ଅଧିକ ମହତ୍ କାର୍ଯ୍ୟ ଆଉ କିଛି ନାହିଁ, କାରଣ ଏହା ଅନ୍ୟ ଜଣଙ୍କର ଅମୂଲ୍ୟ ଜୀବନ ବଞ୍ଚାଇପାରେ। ସଂକ୍ରମଣର ଆଶଙ୍କା ଥିବାରୁ ପେଶାଦାର ରକ୍ତଦାତାଙ୍କଠାରୁ ରକ୍ତ ସଂଗ୍ରହ ନ କରିବାକୁ ସେ ପରାମର୍ଶ ଦେଇଥିଲେ। ଉତ୍ସବରେ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରି ସମାଜ ପାଇଁ ଉଲ୍ଲେଖନୀୟ ଅବଦାନ ରଖୁଥିବା ବିଭିନ୍ନ ଶିକ୍ଷାନୁଷ୍ଠାନ, ଶିଳ୍ପାନୁଷ୍ଠାନ, ସ୍ୱେଚ୍ଛାସେବୀ ସଂଗଠନ, କ୍ଲବ୍ର କର୍ମକର୍ତ୍ତା ଓ ବ୍ୟକ୍ତିଗତ ରକ୍ତଦାତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମରେ ଡାକ୍ତର ସପନ କୁମାର ମହାନ୍ତି, ଆପାତକାଳୀନ ଅଧିକାରୀ ସୁଦୀପ୍ତ କୁମାର ସାହୁଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ। ଶେଷରେ ବ୍ଲଡ୍ ବ୍ୟାଙ୍କ ଅଧିକାରୀ ସ୍ୱରୂପ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ, ଭୁବନ

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ
ସ୍ଥାନୀୟ ଲୁକ୍କାୟିତ ପ୍ରତିଭା, ପର୍ଯ୍ୟଟନ ସ୍ଥଳୀ, ଐତିହ୍ୟ, ବିକାଶମୂଳକ ଯୋଜନା ପ୍ରସାର କରିବାରେ ସୋସିଆଲ ମିଡିଆ ଗୁରୁତ୍ୱପୂର୍ଣ୍ଣ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସୋସିଆଲ ମିଡିଆ ସମାଜକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ଆବଶ୍ୟକ: ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଯାଜପୁର, ୧୭/୦୬/୨୬: ଜିଲ୍ଲା ପ୍ରଶାସନ ପକ୍ଷରୁ "ବିକାଶର ଧାରା, ଓଡ଼ିଶା ସାରା" ସମ୍ପର୍କିତ ଏକ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଏଥିରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା, କ୍ରୀଡ଼ା ଓ ଯୁବସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ସମେତ ବଡ଼ଚଣା ବିଧାୟକ ଅମର ନାୟକ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଜିଲ୍ଲାପାଳ ଅମ୍ବର କୁମାର କର, ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକ ଯୋଗ ଦେଇଥିଲେ। ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଥିଲେ ଯେ କ୍ରୀଡ଼ା, କଳା ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ଯାଜପୁରର ଏକ ସମୃଦ୍ଧ ପରମ୍ପରା ରହିଛି। ସେହି ଉତ୍କୃଷ୍ଟ ଐତିହ୍ୟ ଏବଂ ବିକାଶର ଧାରାକୁ ସକାରାତ୍ମକ ଭାବେ ସାମାଜିକ ଗଣମାଧ୍ୟମରେ ପ୍ରସାର କରିବା ଉପରେ ମନ୍ତ୍ରୀ ଗୁରୁତ୍ବ ଦେଇଥିଲେ। ପୂର୍ବରୁ ସୋସିଆଲ ମିଡିଆ ଏକ ପ୍ରୟୋଗ ଭାବେ ଆରମ୍ଭ ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହାର ପ୍ରଭାବଶାଳୀ ଭୂମିକା ରହିଛି। ତେଣୁ ସମାଜକୁ ସକାରାତ୍ମକ ଭାବେ ପ୍ରଭାବିତ କରିବା ଉଚିତ ବୋଲି ମନ୍ତ୍ରୀ ମତ ବ୍ୟକ୍ତ କରିଥିଲେ। ସ୍ଥାନୀୟ ଅଞ୍ଚଳର ଲୁକ୍କାୟିତ ପ୍ରତିଭା, ଲୁକ୍କାୟିତ ପର୍ଯ୍ୟଟନ ସ୍ଥଳୀ, କଳାକୃତି, ସ୍ଥାନୀୟ ସମସ୍ୟା, ବିକାଶମୂଳକ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଦିଗରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ ବୁଦ୍ଧିଜୀବୀମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ସୁରଜ କହିଥିଲେ। ଏହାସହ ମନ୍ତ୍ରୀଙ୍କ ସମେତ ବଡ଼ଚଣା ବିଧାୟକ, ଧର୍ମଶାଳା ବିଧାୟକ ଏବଂ ଜିଲ୍ଲାପାଳ ଯାଜପୁର ଜିଲ୍ଲାର ସାମଗ୍ରିକ ବିକାଶ, କ୍ରୀଡ଼ା ପ୍ରତିଭା, ଐତିହ୍ୟ ସଂସ୍କୃତିର ପ୍ରଚାର ପ୍ରସାରକୁ ନେଇ ବିଭିନ୍ନ ବିଷୟରେ ବୁଦ୍ଧିଜୀବୀ ଏବଂ କଣ୍ଟେଣ୍ଟ କ୍ରିଏଟରମାନଙ୍କ ସହ ଆଲୋଚନା କରିଥିଲେ। ରାଜ୍ୟ ସରକାରଙ୍କ “ବିକାଶର ଧାରା, ଓଡ଼ିଶାର ସାରା” ସଙ୍କଳ୍ପକୁ ସାକାର କରି ୨୦୩୬ ସୁଦ୍ଧା ଏକ ସମୃଦ୍ଧ ଓ ବିକଶିତ ଓଡ଼ିଶା ଗଠନ ଦିଗରେ ବିଭିନ୍ନ ମତାମତ ଓ ପରାମର୍ଶ ସଂଗ୍ରହ କରାଯାଇଥିଲା। ଏହି ଅବସରରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା ପ୍ରକାଶିତ ମାସିକ ପତ୍ରିକା "ପ୍ରଗତି ପ୍ରବାହ" ଏବଂ ସରକାରଙ୍କ ଯୋଜନା ସମ୍ବଳିତ ସୂଚନା ପତ୍ର ବଣ୍ଟନ କରାଯାଇଥିଲା। ଏହି ସମ୍ମିଳନୀରେ ଜିଲ୍ଲାର କଣ୍ଟେଣ୍ଟ କ୍ରିଏଟର, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିତ୍ୱ, ସମାଜସେବୀ, ବୁଦ୍ଧିଜୀବୀ, ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ

ଖୋର୍ଦ୍ଧାରେ ଚୋରା ମଦ କାରବାର ଉପରେ ପୋଲିସର ବଡ଼ ଚଢ଼ାଉ, ପିକ୍ଅପ୍ ଭ୍ୟାନ ସହ ଡ୍ରାଇଭର ଗିରଫ
ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଜଂକିଆ ଥାନା ପୋଲିସ ପକ୍ଷରୁ ନୂଆ ଜଗନ୍ନାଥ ସଡ଼କର ଛଣଗିରି ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଆସ୍କା ଫର୍ଟି ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ମଦ ବୋଝେଇ ଏକ ପିକ୍ଅପ୍ ଭ୍ୟାନ ସହିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। , ଏକ ପିକ୍ଅପ୍ ଭ୍ୟାନରେ ବେଆଇନ ଭାବେ ମଦ ଚୋରାଚାଲାଣ ହେଉଥିବା ଖବର ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ପହଞ୍ଚିଥିଲା। ଏହାପରେ ଏସ୍ପିଙ୍କ ନିର୍ଦ୍ଦେଶରେ ଜଂକିଆ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଛଣଗିରି ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିଲା।ଜବତ ହୋଇଥିବା ମଦର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏହାସହ ମଦ ପରିବହନରେ ବ୍ୟବହୃତ ପିକ୍ଅପ୍ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଚଢ଼ାଉ ସମୟରେ ମଦ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭର ଦେବାଶିଷ ପଣ୍ଡାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲାର ତରତୁଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଏନେଇ ଖୋର୍ଦ୍ଧା ଏସ୍ପି ପୁରୁଷୋତ୍ତମ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲାରେ ବେଆଇନ ମଦ କାରବାର ବିରୋଧରେ ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ l
Khordha (ଖୋର୍ଦ୍ଧା) • ରିପୋର୍ଟ: ଯଦୁମଣୀ ବେହେରା, ଟାଙ୍ଗୀ

ଖୋର୍ଦ୍ଧାରେ ଚୋରା ମଦ କାରବାର ଉପରେ ପୋଲିସର ନଜର
ଖୋର୍ଦ୍ଧା ଏସ୍ପିଙ୍କ ନିର୍ଦ୍ଦେଶ କ୍ରମେ ଜଂକିଆ ଥାନା ପୋଲିସ ପକ୍ଷରୁ ନୂଆ ଜଗନ୍ନାଥ ସଡ଼କର ଛଣଗିରି ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଆସ୍କା ଫର୍ଟି ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ମଦ ବୋଝେଇ ଏକ ପିକ୍ଅପ୍ ଭ୍ୟାନ ସହିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏକ ପିକ୍ଅପ୍ ଭ୍ୟାନରେ ବେଆଇନ ଭାବେ ମଦ ଚୋରାଚାଲାଣ ହେଉଥିବା ଖବର ଖୋର୍ଦ୍ଧା ଏସ୍ପିଙ୍କ ନିକଟରେ ପହଞ୍ଚିଥିଲା। ଏହାପରେ ଏସ୍ପିଙ୍କ ନିର୍ଦ୍ଦେଶରେ ଜଂକିଆ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଛଣଗିରି ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିଲା। ଜବତ ହୋଇଥିବା ମଦର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏହାସହ ମଦ ପରିବହନରେ ବ୍ୟବହୃତ ପିକ୍ଅପ୍ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଚଢ଼ାଉ ସମୟରେ ମଦ ବୋଝେଇ ପିକ୍ଅପ୍ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭର ଦେବାଶିଷ ପଣ୍ଡାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲାର ତରତୁଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଏନେଇ ଖୋର୍ଦ୍ଧା ଏସ୍ପି ପୁରୁଷୋତ୍ତମ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲାରେ ବେଆଇନ ମଦ କାରବାର ବିରୋଧରେ ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।
Khordha (ଖୋର୍ଦ୍ଧା) • ରିପୋର୍ଟ ପ୍ରିୟଙ୍କା ମହାପାତ୍ର . ଖୋର୍ଦ୍ଧା

ପ୍ରବଳ ଖରା ଓ ଗୁଳୁଗୁଳି ପାଇଁ ଗଞ୍ଜାମରେ ସ୍କୁଲ ଛୁଟି ଅବଧି ବୃଦ୍ଧି
ବ୍ରହ୍ମପୁର, ୧୮/୦୬/୨୦୨୬: ଗଞ୍ଜାମ ଜିଲ୍ଲାରେ ଅସହ୍ୟ ଖରା ଓ ଗୁଳୁଗୁଳି ଜନିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍କୁଲ ଛୁଟି ଅବଧିକୁ ବୃଦ୍ଧି କରାଯାଇଛି। ନୂତନ ନିର୍ଦ୍ଦେଶ ଅନୁଯାୟୀ, ଜିଲ୍ଲାର ସମସ୍ତ ସ୍କୁଲରେ ଜୁନ ୨୦ ତାରିଖ ପର୍ଯ୍ୟନ୍ତ ଛୁଟି ବଳବତ୍ତର ରହିବ। ବର୍ତ୍ତମାନ ଜିଲ୍ଲାରେ ତାପମାତ୍ରା ସହ ଆର୍ଦ୍ରତାର ପରିମାଣ ଅଧିକ ଥିବାରୁ ଗୁଳୁଗୁଳି ପରିସ୍ଥିତି ସୃଷ୍ଟି ହୋଇଛି। ଏପରି ପାଗରେ ଛାତ୍ରଛାତ୍ରୀଙ୍କ ସ୍ୱାସ୍ଥ୍ୟ ଉପରେ ବିରୂପ ପ୍ରଭାବ ପଡ଼ିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ଏହି ପଦକ୍ଷେପ ନେଇଛି। ଛାତ୍ରଛାତ୍ରୀଙ୍କ ସୁରକ୍ଷା ଓ ସ୍ୱାସ୍ଥ୍ୟକୁ ସର୍ବାଧିକ ପ୍ରାଧାନ୍ୟ ଦେଇ ପରିସ୍ଥିତିର ସମୀକ୍ଷା ପରେ ଛୁଟି ଅବଧି ବଢ଼ାଇବା ନିଷ୍ପତ୍ତି ନିଆଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି। ପାଗ ପରିସ୍ଥିତିରେ ସୁଧାର ଆସିବା ପରେ ସ୍କୁଲ ଖୋଲିବା ନେଇ ପରବର୍ତ୍ତୀ ନିଷ୍ପତ୍ତି ଘୋଷଣା କରାଯିବ ବୋଲି ସୂଚନା ମିଳିଛି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ

ଡିଉଟି ସମୟରେ KCCL ଡ୍ରାଇଭରଙ୍କ ମୃତ୍ୟୁ; ପରିବାରକୁ ସହାୟତା ପାଇଁ ଆଗେଇ ଆସିଲେ ବିଧାୟକ ବ୍ରଜକିଶୋର ପ୍ରଧାନ
ଅନୁଗୋଳ: ତାଳଚେର ଜଗନ୍ନାଥ କ୍ଷେତ୍ର ଅନ୍ତର୍ଗତ KCCL କମ୍ପାନୀରେ ଡ୍ରାଇଭର ଭାବେ କାର୍ଯ୍ୟରତ ମଧ୍ୟପ୍ରଦେଶର ବାସିନ୍ଦା ଦୁର୍ଗା ପ୍ରସାଦ ଶୁକ୍ଲାଙ୍କର ଡ୍ୟୁଟି ସମୟରେ ଅଚାନକ ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ସହକର୍ମୀମାନେ ତୁରନ୍ତ ତାଙ୍କୁ ପବିତ୍ର ମୋହନ ପ୍ରଧାନ ମେଡିକାଲ କଲେଜ ଓ ହସ୍ପିଟାଲକୁ ନେଇଥିଲେ। ମାତ୍ର ଡାକ୍ତରଙ୍କ ସମସ୍ତ ଚେଷ୍ଟା ସତ୍ତ୍ୱେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହି ଦୁଃଖଦ ଖବର ପାଇବା ପରେ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ମେଡିକାଲରେ ପହଞ୍ଚି ମୃତକଙ୍କ ଶେଷ ଦର୍ଶନ କରିଥିଲେ। ସେ MCL ଜଗନ୍ନାଥ କ୍ଷେତ୍ରର ମହାପ୍ରବନ୍ଧକଙ୍କ ସହ ଆଲୋଚନା କରି ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ଏବଂ ମରଶରୀରକୁ ସମ୍ମାନର ସହ ମଧ୍ୟପ୍ରଦେଶ ପଠାଇବା ପାଇଁ ଆବଶ୍ୟକ ସମସ୍ତ ବ୍ୟବସ୍ଥା କରିଥିଲେ। ଏହି ଅବସରରେ ଯୁବ ନେତା ରାଜେଶ ଦାସ, ଠିକା କର୍ମଚାରୀ ସଂଘର ବଭ୍ରୁବାହ ପ୍ରଧାନ ଏବଂ ଯୁବ ନେତା ମନୋଜ ସାହୁ ଉପସ୍ଥିତ ଥିଲେ। ଦୁର୍ଗା ପ୍ରସାଦ ଶୁକ୍ଲାଙ୍କ ଅକାଳ ବିୟୋଗରେ ସହକର୍ମୀ ଓ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

NEET ପରୀକ୍ଷା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନର କଡ଼ା ପ୍ରସ୍ତୁତି, ୧୨୯୦ ପରୀକ୍ଷାର୍ଥୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା
ଭବାନୀପାଟଣା, ୧୭/୦୬/୨୦୨୬ ବିଗତ ଦିନରେ ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ଘଟଣାକୁ ନେଇ ସାରା ଦେଶରେ ଚର୍ଚ୍ଚା ଓ ସମାଲୋଚନା ହୋଇଥିବା ବେଳେ, ଭାରତ ସରକାରଙ୍କ ନିର୍ଦ୍ଦେଶକ୍ରମେ ଆସନ୍ତା ୨୧ ଜୁନ୍ ୨୦୨୬ (ରବିବାର) ଦିନ ପୁନର୍ବାର ନିଟ୍ ପରୀକ୍ଷା ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ କଳାହାଣ୍ଡି ଜିଲ୍ଲା ପ୍ରଶାସନ ପକ୍ଷରୁ ପରୀକ୍ଷାର ସୁଚାରୁ ଓ ସ୍ୱଚ୍ଛ ପରିଚାଳନା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭବାନୀପାଟଣା ସହରର ସରକାରୀ ଇଞ୍ଜିନିୟରିଂ କଲେଜ, ସରକାରୀ ମହିଳା ମହାବିଦ୍ୟାଳୟ ଏବଂ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟକୁ ପରୀକ୍ଷା କେନ୍ଦ୍ର ଭାବେ ଚିହ୍ନଟ କରାଯାଇଛି। ଏହି ତିନୋଟି କେନ୍ଦ୍ରରେ କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୧୨୯୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ଏହାକୁ ନେଇ ବୁଧବାର ଜିଲ୍ଲାପାଳ **ପାୱାର ସଚିନ ପ୍ରକାଶ (IAS)**ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ପରୀକ୍ଷା ସମୟରେ କୌଣସି ପ୍ରକାର ତ୍ରୁଟି, ଅନିୟମିତତା କିମ୍ବା ବିଚ୍ୟୁତି ନ ଘଟିବା ସହ ପରୀକ୍ଷା ଯେପରି ସମ୍ପୂର୍ଣ୍ଣ ଶୃଙ୍ଖଳିତ ଓ ସ୍ୱଚ୍ଛ ଭାବରେ ଶେଷ ହୁଏ, ସେଥିପାଇଁ ସମସ୍ତ ନିର୍ଦ୍ଧାରିତ ମାନଦଣ୍ଡକୁ କଡ଼ାକଡ଼ି ଭାବେ ପାଳନ କରିବାକୁ ଜିଲ୍ଲାପାଳ ଉପସ୍ଥିତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରୀକ୍ଷାର୍ଥୀମାନଙ୍କ ସୁବିଧା ପାଇଁ ପରୀକ୍ଷା ଦିନ OSRTC ବସରେ ମାଗଣା ଯାତ୍ରା ବ୍ୟବସ୍ଥା କରାଯାଇଛି। ଛାତ୍ରଛାତ୍ରୀମାନେ ନିଜର ଆଡମିଟ୍ କାର୍ଡ ଦେଖାଇ ଏହି ସୁବିଧାର ଲାଭ ନେଇପାରିବେ। ସେହିପରି ଭବାନୀପାଟଣା ବସ୍ ଷ୍ଟାଣ୍ଡରୁ ପରୀକ୍ଷା କେନ୍ଦ୍ରଗୁଡ଼ିକୁ ଯାତାୟାତ ପାଇଁ ୧୫ଟି ସ୍ୱତନ୍ତ୍ର ଅଟୋରିକ୍ସା ମଧ୍ୟ ନିୟୋଜିତ କରାଯିବ। ଏହି ସମସ୍ତ ବ୍ୟବସ୍ଥାକୁ ତ୍ୱରାନ୍ୱିତ ଓ ସୁଚାରୁ ଭାବେ କାର୍ଯ୍ୟକାରୀ କରିବା ପାଇଁ ଆରଟିଓ ଭବାନୀପାଟଣା ଏବଂ OSRTC ମ୍ୟାନେଜରଙ୍କୁ ଜିଲ୍ଲାପାଳ ଆବଶ୍ୟକ ନିର୍ଦ୍ଦେଶ ପ୍ରଦାନ କରିଛନ୍ତି। ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଦୁଇ ଅତିରିକ୍ତ ଜିଲ୍ଲାପାଳ, ଉପଜିଲ୍ଲାପାଳ ଭବାନୀପାଟଣା, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ଆରଟିଓ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ତଥା ଡିଆଇପିଆରଓ, ଅଗ୍ନିଶମ ଅଧିକାରୀ, ଜିଲ୍ଲା OSRTC ମ୍ୟାନେଜର, ଡେପୁଟି କଲେକ୍ଟର ଅଭିଷେକ ବଗର୍ତ୍ତି ଏବଂ ତିନୋଟି ପରୀକ୍ଷା କେନ୍ଦ୍ରର ଅଧ୍ୟକ୍ଷଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
Kalahandi (କଳାହାଣ୍ଡି) • ରିପୋର୍ଟ: ରିତେଶ କୁମାର ମୁଣ୍ଡ
