Web News

Humanity Scripted Through Blood Donation: Grand Awareness Rally and Blood Donation Camp Mark World Blood Donor Day in Nuapada
Nuapada, 14/06 With the aim of spreading the significance of voluntary blood donation across every section of society, a grand blood donation awareness and social service programme was organized in Nuapada district on the occasion of World Blood Donor Day. The event, jointly organized by Students Raktadata Mahasangha, Nuapada, Odisha and the District Headquarters Hospital (DHH), Nuapada, marked the celebration of its 5th Annual Day, along with a voluntary blood donation camp and awareness programme, conveying a strong message of humanity and social responsibility throughout the district. The programme commenced with a massive awareness rally from the premises of DHH Nuapada to National High School, Nuapada. Carrying banners and placards promoting the importance of blood donation, members of NCC, Scouts, YRC, and hundreds of volunteers actively participated in the rally. The event successfully created public awareness about the need and value of voluntary blood donation, spreading a positive message across the town. The programme was graced by several distinguished guests, including Nuapada MLA Jay Dholakia, District Collector Madhusudan Das, 2nd Commandant of CRPF 216 Battalion Radheshyam, Assistant Commandant of CRPF 19 Battalion Munna Prasad, CDMO Dr. Dwarikanath Satpathy, and the DPO, who encouraged the public, especially the youth, to actively participate in voluntary blood donation. The dignitaries described blood donation as one of the noblest humanitarian acts that can save countless lives. A total of 34 units of blood were collected during the blood donation camp. Health officials stated that the collected blood would play a crucial role in saving the lives of patients during medical emergencies. The guests highly appreciated the dedication, enthusiasm, and humanitarian spirit displayed by the voluntary blood donors. One of the major highlights of the programme was the presentation of the “Seva Samman” (Service Honour) awards. Individuals who had made remarkable contributions in the fields of social service and human welfare were felicitated for their efforts. The recognition served as a source of inspiration for the younger generation present at the event. The programme concluded successfully through the collective efforts of the members of Students Raktadata Mahasangha, staff of DHH Nuapada, NCC, Scouts, YRC volunteers, and numerous social workers. In his concluding remarks, Harshabardhan, Founder of Students Raktadata Mahasangha, Nuapada, expressed heartfelt gratitude to all guests, blood donors, supporting organizations, and volunteers for their invaluable contribution. He appealed for continued support in future humanitarian initiatives and reaffirmed the organization’s commitment to serving society. The enthusiastic participation of Nuapada’s youth in this noble cause of blood donation has undoubtedly set an inspiring example of compassion, responsibility, and service to humanity.
Nuapada (ନୂଆପଡ଼ା) • Reporter: Malaya Meher

ପହିଲି ରଜରେ ଅଘଟଣ: ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ, କୋଠି ଗ୍ରାମରେ ଶୋକର ଛାୟା
କୁଜଙ୍ଗ, ଜଗତସିଂହପୁର: ପହିଲି ରଜର ଆନନ୍ଦ ମଧ୍ୟରେ ଏକ ଦୁଃଖଦ ସଡ଼କ ଦୁର୍ଘଟଣା କୋଠି ଗ୍ରାମରେ ଶୋକାକୁଳ ପରିସ୍ଥିତି ସୃଷ୍ଟି କରିଛି। ମଙ୍ଗରାଜପୁର ଷ୍ଟାଡିୟମ ନିକଟରେ ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟିଥିବା ଏହି ଦୁର୍ଘଟଣାରେ କୋଠି ଗ୍ରାମର ଯୁବକ ଲୋକନାଥ ଦାସଙ୍କ ମୃତ୍ୟୁ ଘଟିଛି। ମୃତ ଲୋକନାଥ ଦାସ କୋଠି ଗ୍ରାମର ବାବୁଲି ଦାସଙ୍କ ଏକମାତ୍ର ପୁତ୍ର ବୋଲି ଜଣାପଡ଼ିଛି। ଦୁର୍ଘଟଣା ପରେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିଆଯାଇଥିଲେ ମଧ୍ୟ ତାଙ୍କ ଜୀବନ ବଞ୍ଚାଯାଇ ପାରିନଥିଲା। ଏହି ଅକାଳ ବିୟୋଗରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଥିବା ବେଳେ ସମଗ୍ର କୋଠି ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ଗ୍ରାମବାସୀ ଓ ସମ୍ପର୍କୀୟ ମାନେ ଲୋକନାଥଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଥିବା ସହ ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି। ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି। ପହିଲି ରଜର ଉତ୍ସବ ମାହୋଲ ମଧ୍ୟରେ ଘଟିଥିବା ଏହି ମର୍ମନ୍ତୁଦ ଦୁର୍ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
Jagatsinghpur (ଜଗତସିଂହପୁର) • ରିପୋର୍ଟ: ରମେଶ ଚନ୍ଦ୍ର ବାରିକ, କୁଜଙ୍ଗ

ବରଗଡ଼ ଜିଲ୍ଲା ଓଡିଶା ଅଭିଭାବକ ମହାସଂଘର ସାଧାରଣ ବୈଠକ
ଆଜି ନୂତନ ଶିକ୍ଷା ବର୍ଷ ପୂର୍ବ ରୁ ଓଡିଶା ଅଭିଭାବକ ମହାସଂଘ ବରଗଡ଼ ଜିଲ୍ଲା ର ଏକ ସାଧାରଣ ବୈଠକ ସଙ୍ଘ ର ସଭାପତି ବିମଳ କୁମାର ଦାଶ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକ ରେ ନିମ୍ନ ଲିଖିତ ବିଷୟ ଉପରେ ପର୍ଯ୍ୟାପ୍ତ ଆଲୋଚନା ହୋଇଥିଲା l 1. ଆଗାମୀ ଦିନରେ ବରଗଡ ଜିଲ୍ଲା ର ଶିକ୍ଷା ବ୍ୟବସ୍ଥା ଓ ଅଭିଭାବକ ମାନଂକ ମତାମତ ଉପରେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହେବ 2. ଖରା ଛୁଟି ପରେ ବିଦ୍ୟାଳୟ ଗୁଡ଼ିକ ଖୋଲା ହେବା ପରେ ତାହାର ପରିଷ୍କାର ପରିଚ୍ଛନ୍ନ ଓ କୌଣସି ଅଘଟଣ ପ୍ରତି ସତର୍କ ରହିବା, ଛାତ୍ର ଛାତ୍ରୀ ମାନ ଙ୍କୁ ପରିଷ୍କାର ବିଶୋଧନ ଖାଦ୍ୟ ଓ ଜଳ ପରିବେଷଣ କରିବା 3. ବିଦ୍ୟାଳୟ ରେ ଦୀର୍ଘ ଦିନ ଧରି ରହିଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନ ଙ୍କୁ ବଦଳି କରିବା 4. ସାମ୍ପ୍ରତିକ ପରିସ୍ଥିତି ରେ ବରଗଡ ସରକାରୀ ଡାକ୍ତରଖାନା ରେ ସାପ କାମୁଡ଼ା ବିଷ ନାଶକ ଇଞ୍ଜେକ୍ସନ ପର୍ଯ୍ୟାପ୍ତ ପରିମାଣ ରେ ମହଜୁତ ରଖିବା 5. ବରଗଡ ରେ ରାସ୍ତା ଚଉଡା ପାଇଁ ଗଛ କଟା ହୋଇଥିବା ଯୋଗୁଁ ପର୍ଯ୍ୟାପ୍ତ ବୃକ୍ଷ ରୋପଣ କରିବା ଆଦି ଉପରେ ବିଶେଷ ଭାବରେ ଆଲୋଚନା ହୋଇଥିଲା। ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ବାଲ୍ମିକୀ ଷଡ଼ଙ୍ଗୀ, ବାସୁଦେବ ଦାଶ, କରୁଣାକର ବିଶ୍ଵାଳ (କ), ମାମରାଜ ସ୍ୱାଇଁ, ଜଟାଧାରୀ ପ୍ରଧାନ, ପିନ୍ଟୁ ଶତପଥୀ, କ୍ଷୀରୋଦ୍ର ପ୍ରଧାନ , ସଦାନନ୍ଦ ମହାପାତ୍ର, ରଶ୍ମୀ ରଞ୍ଜନ ସାହୁ, ରଞ୍ଜିତ ଯାଦବ, ଜିତେନ୍ଦ୍ର ରାଏ, ଦିନେଶ ଶର୍ମା, ସୁରେଶ ମହାପାତ୍ର, ଖିଟେଶ୍ୱର୍ କୁମ୍ଭାର, କରୁଣାକର ବିଶ୍ଵାଳ (ଖ) ଆଦି ଉପସ୍ଥିତି ଥିଲେ ପରିଶେଶ ରେ ସଙ୍ଘ ର ସମ୍ପାଦକ ସଦାନନ୍ଦ ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ: ତରଣୀ ପଟେଲ, ବରଗଡ଼

ମା'କୁ ହାଣି ପୁଅ ଗିରଫ
ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଘଟଣା ଦେଖିବାକୁ ମିଳିଛି,ଜନ୍ମକଲା ମା’କୁ ବିଭତ୍ସ ହତ୍ୟା କଲା ରକ୍ଷାସ ପୁଅ I ଯେଉଁଠି ସାରା ଓଡ଼ିଶାରେ ପାଳନ ହେଉଛି ପହିଲି ରଜ ଆନନ୍ଦ ଉଲ୍ଲାସରେ ବୁଡ଼ି ରହିଛି, ସେଭଳି ସମୟରେ ସାମ୍ନାକୁ ଆସିଛି ଏକ ହୃଦୟ ବିଦାରକ ଘଟଣା । ରଜରେ ରକ୍ତପାତ ହେଲେ ପୁରା ପରିବାର,ପାରିବାରିକ କଳହରୁ ଜନ୍ମ କଲା ମା’କୁ ବିଭତ୍ସ ଭାବେ ହତ୍ୟା କରିଛି ପୁଅ। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଞ୍ଚଳରେ। ବନ୍ତ ଥାନା ଅନ୍ତର୍ଗତ ଜିରିଣା ଗୁଡ଼ିଆ ସାହିରେ ଘଟିଛି ଏଭଳି କାଣ୍ଡ l ଗ୍ରାମର ବାସିନ୍ଦା ଗଦାଧର ସାହୁଙ୍କ ପତ୍ନୀ ମମତା ସାହୁଙ୍କୁ ତାଙ୍କ ନିଜ ପୁଅ ପ୍ରିତମ ସାହୁ ନିର୍ମମ ଭାବେ ହତ୍ୟା କରିଛି। ଅଭିଯୁକ୍ତ ପୁଅ ପ୍ରିତମର ବୟସ ୨୫ ବର୍ଷ ବୋଲି ଜଣାପଡ଼ିଛି ପ୍ରିତମର ମୁଣ୍ଡ ଖରାପ ଥିବାରୁ ଏଭଳି ଘଟଣା ଘଟାଇଛି । ତେବେ କେଉଁ ପରିସ୍ଥିତିରେ ଏବଂ କେଉଁ କାରଣ ପାଇଁ ପୁଅ ଏଭଳି ଚରମ ନିଷ୍ପତ୍ତି ନେଲା, ସେ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍ ଧରିଛି। ପ୍ରାଥମିକ ସୂଚନା ମୁତାବକ, ପାରିବାରିକ କଳହ ଯୋଗୁଁ ହିଁ ଏହି ହତ୍ୟାକାଣ୍ଡ ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି। ଏହି ଜଘନ୍ୟ ହତ୍ୟାକାଣ୍ଡ ପରେ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ଖବର ପାଇ ବନ୍ତ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପ୍ରିତମ ସାହୁକୁ କାବୁ କରି ତା ନିକଟରୁ କୁରାଢ଼ୀକୁ ମଧ୍ୟ ଜବତ୍ କରିଛି I ପୋଲିସ ତାକୁ ଗିରଫ କରି ଥାନାକୁ ନେଇ ଅଧିକରୁ ଅଧିକ ପଚରାଉଚରା ଜାରି ରଖିଛି। ପବିତ୍ର ରଜ ପର୍ବରେ ଏଭଳି ଏକ ବିଭତ୍ସ ହତ୍ୟାକାଣ୍ଡ ସ୍ଥାନୀୟ ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଜନ୍ମକଲା ମା'କୁ ପୁଅ କାହିଁକି ହତ୍ୟା କଲା l କ’ଣ ଥିଲା ସେହି ପାରିବାରିକ ବିବାଦ l ଏହା ପଛରେ ଅନ୍ୟ କିଛି କାରଣ ରହିଛି କି ସେ ସମସ୍ତ ଦିଗ ଉପରେ ବନ୍ତ ଥାନା ଅଧିକାରୀ ତଦନ୍ତ ଚଳାଇଥିବାର ସୂଚନା ମିଳିଛି, ଭଦ୍ରକ ରୁ ଶିଶିର କୁମାର ସ୍ୱାଇଁ ଙ୍କ ରିପୋର୍ଟ ସୃଷ୍ଟି ନିୟୁଜ,
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ବଡ଼ବେରଣାରେ ବିଶ୍ୱ ରକ୍ତଦାତା ଦିବସ, ରକ୍ତ ଦେଇ ଅନ୍ୟର ଜୀବନ ବଞ୍ଚାଇବାକୁ ଆହ୍ୱାନ
ଖୋର୍ଦ୍ଧା: ବେଗୁନିଆ ବ୍ଲକ ବଡ଼ବେରଣା ପଞ୍ଚାୟତ ସଦରମହକୁମରେ ଅବସ୍ଥିତ ସ୍ବେଛାସେବୀ ସଙ୍ଗଠନ "ବ୍ରହ୍ମାସେନା ଯୁବପରିଷଦ "ଆନୁକୂଲ୍ୟରେ ରବିବାର " ବିଶ୍ୱ ରକ୍ତଦାତା ଦିବସ "ପାଳିତ ହୋଇଯାଇଛି। ସ୍ଥାନୀୟ ରାଜୀବ ଗାନ୍ଧୀ ସେବାକେନ୍ଦ୍ରରେ ଅନୁଷ୍ଠିତ ରକ୍ତଦାନ ଶିବିରରୁ ମୋଟ ୩୪ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ପ୍ରଥମେ ଗ୍ରାମର ଆଦର୍ଶ ଦମ୍ପତି ବିଜୟ କୁମାର ମହାପାତ୍ର, ଇତିଶ୍ରୀ ମହାପାତ୍ର ଓ ପୁତ୍ର ଇଂ ବିଶ୍ୱଜିତ ମହାପାତ୍ର ରକ୍ତଦାନ କରି ଶିବିରର ଶୁଭାରମ୍ଭ କରିଥିଲେ।ଖୋର୍ଦ୍ଧା ରକ୍ତଭଣ୍ଡାର ଡାକ୍ତର ବିଭୁତି ଭୂଷଣ ଯତି,ନର୍ସିଙ୍ଗ ଅଧିକାରୀ ଝାନସୀରାଣୀ ପାତ୍ର,ଲାବ ଟେକନିସିଆନ ଝୁନୁଲତା ସାହୁ ଓ ବିଶ୍ୱରଞ୍ଜନ ମହାପାତ୍ର ପ୍ରମୁଖ ରକ୍ତ ସଂଗ୍ରହରେ ସହଯୋଗ କରିଥିଲେ।ପରେ ଅନୁଷ୍ଠାନର ସଭାଗୃହରେ ଆୟୋଜିତ ସଭାରେ ସଭାପତି ଗୋବିନ୍ଦ ଚନ୍ଦ୍ର ପଣ୍ଡା ପୌରୋହିତ୍ୟ କରିଥିଲେ। କାର୍ଯ୍ୟକ୍ରମ ସଂଯୋଜକ ପ୍ରଫେସର ରବୀନ୍ଦ୍ର ନାଥ ପାଣିଗ୍ରାହୀ କାର୍ଯ୍ୟକ୍ରମ ସମ୍ବନ୍ଧୀୟ ସୂଚନା ଦେବାସହ ରକ୍ତଦାନ ସମ୍ପର୍କିତ ସଚେତନତା ସଙ୍ଗୀତ ଗାନ କରିଥିଲେ।ଏଥିରେ ଖୋର୍ଦ୍ଧା ଉପଖଣ୍ଡ ଆରକ୍ଷୀ ଅଧିକାରୀ ପଙ୍କଜ ମାଝୀ ମୁଖ୍ୟ ଅତିଥି, ଡାକ୍ତର ଅମରେନ୍ଦ୍ର ନାଥ ମହାପାତ୍ର ମୁଖ୍ୟବକ୍ତା, ବେଗୁନିଆ ଥାନାଧିକାରୀ କାହ୍ନୁଚରଣ ସ୍ୱାଇଁ ବିଶେଷ ଅତିଥି ଓ ପ୍ରାକ୍ତନ ପ୍ରଧାନ ଶିକ୍ଷକ ଶରତ କୁମାର ପଣ୍ଡା, ଶିକ୍ଷାବିତ ହରିବନ୍ଧୁ ପଣ୍ଡା ଓ ବ୍ରଜବନ୍ଧୁ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ରକ୍ତଦାନ ଏକ ସର୍ବୋତ୍କୃଷ୍ଟ ସାମାଜିକ କାର୍ଯ୍ୟ ବୋଲି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ରକ୍ତଦାନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଗଁପୁର ଗ୍ରାମର ସନ୍ତୋଷ କୁମାର ପଣ୍ଡାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ସମାଜସେବୀ ରସାନନ୍ଦ ସାମନ୍ତରାୟ, ,ସମ୍ପାଦକ ପ୍ରଭାତ କୁମାର ରଣା,ସହ ସମ୍ପାଦକ ଜ୍ୟୋତି ରଞ୍ଜନ ପ୍ରଧାନ,କୋଷାଧ୍ୟକ୍ଷ ହୃଷିକେଶ ପଣ୍ଡା,ୱାର୍ଡ ସଭ୍ୟ ରମାକାନ୍ତ ରଣା,ସଭ୍ୟ ଅମରେଶ ମହାପାତ୍ର ଓ ସୌଜନ୍ୟ କୁମାର ମହାପାତ୍ର ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।ଶେଷରେ ଉପ ସଭାପତି ମାନସ ରଞ୍ଜନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ: ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ରଜ: ଓଡ଼ିଆ ଅସ୍ମିତା, ନାରୀତ୍ୱ ଓ ପ୍ରକୃତି ପୂଜାର ମହାନ ଗଣପର୍ବ
ଅନୁଗୋଳ: ଓଡ଼ିଶାର ପ୍ରାଚୀନ ପରମ୍ପରା, ସଂସ୍କୃତି ଓ ଲୋକଜୀବନ ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଗଣପର୍ବ ରଜ ଆଜି ସମଗ୍ର ରାଜ୍ୟରେ ଉତ୍ସାହ, ଉଲ୍ଲାସ ଓ ଭକ୍ତିଭାବର ସହ ପାଳିତ ହେଉଛି। ଏହି ପର୍ବ ଧରିତ୍ରୀ ମା'ଙ୍କ ଋତୁସ୍ରାବ ଓ ଉର୍ବରତାର ପ୍ରତୀକ ଭାବେ ପାଳନ କରାଯାଇଥାଏ ଏବଂ ପ୍ରକୃତି ଓ ନାରୀତ୍ୱ ପ୍ରତି ଓଡ଼ିଆ ଜାତିର ଗଭୀର ସମ୍ମାନକୁ ପ୍ରକାଶ କରିଥାଏ। ସାଧାରଣତଃ ତିନି ଦିନ ଧରି ପାଳିତ ହେଉଥିବା ଏହି ପର୍ବରେ ପ୍ରଥମ ରଜ, ରଜ ସଂକ୍ରାନ୍ତି (ମିଥୁନ ସଂକ୍ରାନ୍ତି) ଓ ଭୂଦାହ ପ୍ରମୁଖ ଦିନ ଭାବେ ଗଣାଯାଏ। ଏହି ଅବସରରେ ଗାଁଠାରୁ ସହର ପର୍ଯ୍ୟନ୍ତ ସବୁଠି ଆନନ୍ଦର ପରିବେଶ ସୃଷ୍ଟି ହୋଇଥାଏ। ବରଗଛ ଓ ଆମ୍ବଗଛରେ ବନ୍ଧାଯାଇଥିବା ଦୋଳିରେ ଝୁଲିବା, ରଜ ଗୀତ ଗାଇବା ଓ ପାରମ୍ପରିକ ଖେଳକୁଦରେ ଯୁବପିଢ଼ି ସାମିଲ ହୋଇଥାନ୍ତି। ବିଶେଷକରି ଯୁବତୀ ଓ ମହିଳାମାନେ ନୂଆ ପୋଷାକ ପିନ୍ଧି, ଅଳତା ଲଗାଇ ଓ ବିଭିନ୍ନ ଅଳଙ୍କାରରେ ସଜ୍ଜିତ ହୋଇ ଦୋଳି ଖେଳିବା ସହ ରଜ ଗୀତ ଗାଇ ପର୍ବର ମାହୋଲକୁ ଆହୁରି ରଙ୍ଗିନ କରିଥାନ୍ତି। ଘରେ ଘରେ ସୁସ୍ୱାଦୁ ପୋଡ଼ପିଠା, ମଣ୍ଡାପିଠା, ଚକୁଳି ପିଠା ଓ ଅନ୍ୟାନ୍ୟ ପାରମ୍ପରିକ ଖାଦ୍ୟ ପ୍ରସ୍ତୁତ ହୋଇଥାଏ। ରଜ ସମୟରେ କୃଷି କାର୍ଯ୍ୟ, ମାଟି ଖୋଳିବା ଓ ଚାଷ ସମ୍ବନ୍ଧୀୟ କାମକୁ ବନ୍ଦ ରଖାଯାଏ। କାରଣ ଏହି ସମୟକୁ ଧରିତ୍ରୀ ମା'ଙ୍କ ବିଶ୍ରାମର ସମୟ ବୋଲି ବିଶ୍ୱାସ କରାଯାଏ। ଏହି ପରମ୍ପରା ମଣିଷ ଓ ପ୍ରକୃତି ମଧ୍ୟରେ ଥିବା ନିବିଡ଼ ସମ୍ପର୍କର ଏକ ସୁନ୍ଦର ଉଦାହରଣ। ରଜ କେବଳ ଏକ ଉତ୍ସବ ନୁହେଁ, ବରଂ ଏହା ଓଡ଼ିଆ ସଂସ୍କୃତି, ନାରୀ ସମ୍ମାନ, ପ୍ରକୃତି ପ୍ରେମ ଓ ସାମାଜିକ ଏକତାର ପ୍ରତୀକ। ଆଧୁନିକତାର ପ୍ରଭାବ ସତ୍ତ୍ୱେ ମଧ୍ୟ ଏହି ପର୍ବ ଆଜି ଓଡ଼ିଆ ଜାତିର ସାଂସ୍କୃତିକ ପରିଚୟକୁ ଅକ୍ଷୁଣ୍ଣ ରଖିବା ସହ ନୂଆ ପିଢ଼ିଙ୍କୁ ପରମ୍ପରା ସହ ଯୋଡ଼ି ରଖିଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଭୂଷଣ୍ଡପୁର ଉଗ୍ରତାରା ଠାରେ ରେ ରଜ ପର୍ବ
ଓଡ଼ିଆ ମାନଙ୍କର ଗଣ ପର୍ବ ରଜପର୍ବ ପାଇଁ ଉତ୍ସବ ମୁଖର ହୋଇ ଉଠିଛି ସାରା ଓଡିଶା,,,, ପିଲାଙ୍କ ଠାରୁ ବୟସ୍କ ମାନେ ହୋଇଛନ୍ତି ରଜରେ ମସଗୁଲ,,, ଏହି ଅବସରରେ ରାଜ୍ୟ ର ପ୍ରସିଦ୍ଧ ତନ୍ତ୍ର ପୀଠ ଭାବେ ପରିଚିତ ଲାଭ କରିଥିବା ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ମୁଲିଝରଗଡ଼ ର ମା ଉଗ୍ରତାରା ଙ୍କ ପୀଠ ରେ ଲାଗିଛି ଭକ୍ତ ମାନଙ୍କର ଭୀଡ଼,,, ଭକ୍ତ ମାନେ ପହଲି ରଜରେ ମାକୁ ଦର୍ଶନ କରି ଆରମ୍ଭ କରିଛନ୍ତି ରଜ ପର୍ବ,, ଏଥିପାଇଁ ଆଜି ଭୋର ସମୟରେ ମାଙ୍କର ଦ୍ୱାର ଫିଟା ନୀତି ଅନୁଷ୍ଠିତ ହୋଇଥିଲା,,,, ଦ୍ୱାର ଫିଟା ନୀତି ପରେ ମଙ୍ଗକ ଆଳତି ସହ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା,,, ବାଳ ଭୋଗ ନୀତି ଅନୁଷ୍ଠିତ ହେବା ପରେ ଭକ୍ତ ମାନେ ମା ଉଗ୍ରତାରାଙ୍କୁ ଦର୍ଶନ କରୁଛନ୍ତି,,, କାହିଁ କେଉଁ ଆବାହମାନ କାଳରୁ ମା ଉଗ୍ରତାରା ଙ୍କ ପୀଠ ରେ ଅନୁଷ୍ଠିତ ହେଊଅଛି,, ଏହା ସହ ଏହି ପୀଠ ରେ ରଜ ମହୋତ୍ସବ ଅନୁଷ୍ଠିତ ହୋଇ ଆସୁଅଛି,,, ଏଥିପାଇଁ ଲାଗି ରହିଛି ଏଠାରେ ଭକ୍ତ ମାନଙ୍କର ଭୀଡ଼,,,, ଭକ୍ତ ମାନଙ୍କର ଭୀଡ଼ କୁ ନଜରରେ ରଖି ପ୍ରଶାସନ ପକ୍ଷରୁ କରା ଯାଇଅଛି ବ୍ୟାପକ ବନ୍ଦୋବସ୍ତ,,
Khordha (ଖୋର୍ଦ୍ଧା) • ରିପୋର୍ଟ -ଯଦୁମଣି ବେହେରା, ଟାଙ୍ଗୀ, ଖୋର୍ଦ୍ଧା

ହୀରାକୁଦରୁ ବିପୁଳ ପରିମାଣର କଫ୍ ସିରପ୍ ଓ ଦେଶୀ ମଦ ଜବତ; ଜଣେ ଗିରଫ
ସମ୍ବଲପୁର ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ହୀରାକୁଦ ଥାନା ଅନ୍ତର୍ଗତ ଟାଙ୍କିପଡ଼ା ପାହାଡ଼ ନିକଟସ୍ଥ ଏକ ମନ୍ଦିର ପାଖରେ ଚାଲିଥିବା ବେଆଇନ ନିଶା କାରବାର ଉପରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଗତ ୧୩.୦୬.୨୦୨୬ ରିଖରେ ହୀରାକୁଦ ପୋଲିସ ଏହି ସଫଳ ଚଢ଼ାଉ କରିଥିଲା। ଏହି ମାମଲାରେ ସମ୍ପୃକ୍ତ ଥିବା ଜଣେ ଯୁବକକୁ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ହୀରାକୁଦ ଥାନା ଅନ୍ତର୍ଗତ ଟାଙ୍କିପଡ଼ା ଅଞ୍ଚଳର ଗଜପତି ସର୍ଭଙ୍ଗଙ୍କ ପୁଅ ସର୍ବନ ସର୍ଭଙ୍ଗ (୨୧)। ଏହି ସଂକ୍ରାନ୍ତରେ ହୀରାକୁଦ ଥାନାରେ କେସ୍ ନମ୍ବର ୧୩୦/୨୦୨୬, ବିଏନଏସ (BNS) ର ଧାରା ୨୭/୨୭ ଏବଂ ଓଡ଼ିଶା ଅବକାରୀ ଆଇନ (Orissa Excise Act) ର ଧାରା ୫୨(a) ଅଧୀନରେ ଏକ ମାମଲା ରୁଜୁ କରାଯାଇଛି। ଜବତ ହୋଇଥିବା ସାମଗ୍ରୀ: ଚଢ଼ାଉ ସମୟରେ ପୋଲିସ ଘଟଣାସ୍ଥଳରୁ ନିମ୍ନଲିଖିତ ସାମଗ୍ରୀଗୁଡ଼ିକୁ ଜବତ କରିଛି: * **୧୦ ବୋତଲ** କୋଡିନ୍ ଫସଫେଟ୍ ଏବଂ ଟ୍ରାଇପ୍ରୋଲିଡିନ୍ ହାଇଡ୍ରୋକ୍ଲୋରାଇଡ୍ (Mequatuss) କଫ୍ ସିରପ୍। * **୦୬ ଟି ଖାଲି** କଫ୍ ସିରପ୍ ବୋତଲ। * **୨୦ ଲିଟର** ବେଆଇନ ରନ୍ଧା ଦେଶୀ ମଦ (ଜେରକିନ୍ ଭିତରେ ରଖାଯାଇଥିବା)। * **୦୪ ଟି** ବ୍ୟବହାର ଯୋଗ୍ୟ ପ୍ଲାଷ୍ଟିକ୍ ଗ୍ଲାସ୍ ଏବଂ ୨ଟି ୧ ଲିଟର ବିଶିଷ୍ଟ ପ୍ଲାଷ୍ଟିକ୍ ବୋତଲ। * **୦୩ ଟି ମୋବାଇଲ୍ ଫୋନ୍** (ଯେଉଁଥିରେ ଗୋଟିଏ ଆଇଫୋନ୍, ଗୋଟିଏ ଏମ୍ଆଇ ଏବଂ ଗୋଟିଏ ରେଡ୍ମି ଫୋନ୍ ସାମିଲ ଅଛି)। * ନଗଦ **୩,୧୨୦ ଟଙ୍କା**। ଅଞ୍ଚଳରେ ନିଶା କାରବାରକୁ ସମ୍ପୂର୍ଣ୍ଣ ଭାବେ ରୋକିବା ପାଇଁ ସମ୍ବଲପୁର ପୋଲିସ ପକ୍ଷରୁ ଆଗକୁ ମଧ୍ୟ ଏଭଳି କଡ଼ା ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି ।
Sambalpur (ସମ୍ବଲପୁର) • ରିପୋର୍ଟ: ତରଣୀ ପଟେଲ, ସମ୍ବଲପୁର

ରଜ ପର୍ବରେ ଉତ୍ସବ ମୁଖର ମା ସିଂହାସନୀଙ୍କ ଶକ୍ତି ପୀଠ , ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ
ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ସହର ଠାରୁ ୨୫ କିଲୋମିଟର ଦୂର କଷିପଡା ଠାରେ ବିଜେ ମା' ସିଂହାସନଙ୍କ ଶକ୍ତି ପୀଠ, ଏହି ପୀଠରେ ତିନି ଦିନ ଧରି ପାଳିତ ହୁଏ ରଜପର୍ବ ଆଜି ହେଉଛି ପହିଲି ବା ପ୍ରଥମ ରଜ। ସୂଚନାଯୋଗ୍ୟ ଯେ ପ୍ରତିବର୍ଷ ପହିଲି ରଜ ଠାରୁ ମା' ଙ୍କ ପୀଠରେ ତିନି ଦିନ ଧରି ରଜପର୍ବ ପାଳିତ ହୋଇଥାଏ ଏହି ତିନି ଦିନ ରେ ମା' ଙ୍କ ଦର୍ଶନ କଲେ ମା' ଙ୍କ କୃପା ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ୱାସ ଥିବାରୁ ପହିଲି ରଜ ଠାରୁ ତିନି ଦିନ ପର୍ଯ୍ୟନ୍ତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ଜିଲ୍ଲା ବାହାରୁ ମଧ୍ୟ ହଜାର ହଜାର ଶ୍ରଦ୍ଧାଳୁ ଆସି ମା' ଙ୍କ ଦର୍ଶନ କରିବା ସହିତ ଭୋଗରାଗ ଲଗାଇଥାନ୍ତି। ଚଳିତ ବର୍ଷ ପାଣିପାଗ ପରିବର୍ତ୍ତନ ଓ ଗମନାଗମନ ସୁବିଧା ହୋଇଥିବା ଲାଗି ଆଜି ପ୍ରଥମ ରଜରେ ୧୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ମାନସିକ ଧାରି ମାନେ ମାଁ ଙ୍କ ପୀଠରେ ମାଁ ଙ୍କ ଦର୍ଶନ କରିବା ସହ ମୁଣ୍ଡନ କରି ଭୋଗରାଗ ଲଗାଇ ଥାନ୍ତି।ଏହା କୁ ଦୃଷ୍ଟିରେ ରଖି ମନ୍ଦିର କମିଟି ସଭାପତି ତଥା ପୋଲସରା ବିଧାୟକ ଗୋକୁଳାନନ୍ଦ ମଳିକ ଙ୍କ ନିର୍ଦେଶ କ୍ରମେ ସମସ୍ତ କାର୍ଯ୍ୟ ର ତଦାରଖ କମିଟିର ସଦସ୍ୟ ମାନେ ଦାୟିତ୍ୱର ସହକାରେ କରିଥିଲେ। କମିଟି ର କର୍ମକର୍ତ୍ତା ଙ୍କ ସମେତ ଚିରିକିପଡା ଶାସନ, ଭାବରଡା , ଗୋଛାବାଡି ଓ ପାଣ୍ଡିରିପଡା ପଞ୍ଚାୟତର ଲୋକଙ୍କ ସହଯୋଗରେ ପ୍ରଥମ ରଜପର୍ବ ଶାନ୍ତିପୂର୍ଣ୍ଣ ଭାବରେ ସମାପନ ହୋଇଥିଲା। ଉପସଭାପତି ଦୀପକ ପ୍ରଧାନ ଓ ପ୍ରଭାକର ପଣ୍ଡା, ସମ୍ପାଦକ ରଘୁନାଥ ପ୍ରଧାନ,ମନ୍ଦିର ଟ୍ରଷ୍ଟି ରଘୁନାଥ ସାହୁ, ସ୍ଥାନୀୟ ସରପଞ୍ଚ ରଘୁନାଥ ଭୂୟାଁ, ସରପଞ୍ଚ ପ୍ରତିନିଧି ମନୁ ଗୌଡ଼ ମନ୍ଦିର ପରିଚାଳନା କମିଟିର ସଦସ୍ୟ ପୀତବାସ ପ୍ରଧାନ,କୈଳାସ ମହାରଣା, ରବିନ୍ଦ୍ର ନାଥ ନାୟକ, କୃଷ୍ଣ ଚନ୍ଦ୍ର ଜେନା, ଶଙ୍କର୍ଷଣ ଗୌଡ ସମେତ ବହୁ ଜନପ୍ରତିନିଧି ଉପସ୍ଥିତ ରହି ସହଯୋଗ କରିଥିଲେ। ପୋଲସରା ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ରହି ଆଇନ ଶୃଙ୍ଖଳା ନିୟନ୍ତ୍ରଣ କରିଥିଲେ।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ, ପୋଲସରା

କାର୍ ସହ ୨୪ କେଜି ଗଞ୍ଜେଇ ଜବତ, ୩ ଅଭିଯୁକ୍ତ ଗିରଫ ବରଗଡ଼ ଜିଲ୍ଲା ଜଗଦଲପୁର ପୁଲିସକୁ ମିଳିଛି ଏକ ବଡ଼ ସଫଳତା
ବରଗଡ: ଏକ ଆନ୍ତଃରାଜ୍ୟ ଗଞ୍ଜେଇ ଚୋରାଚାଲାଣ ର଼୍ୟାକେଟ୍ର ପର୍ଦ୍ଦାଫାସ କରି ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ୨୪ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ସହ ଏକ ଡାଟସନ୍ କାର୍ (ସିଜି ୨୫ ଇ ୬୬୭୫), ତିନୋଟି ମୋବାଇଲ ଫୋନ୍ ଏବଂ ନଗଦ ୫ ହଜାର ଟଙ୍କା ଜବତ କରାଯାଇଛି। ସୂଚନା ଅନୁଯାୟୀ, ବରପାଲି ପାର୍ଶ୍ୱରୁ ଏକ ଲାଲ୍ ରଙ୍ଗର ଡାଟସନ୍ କାର୍ରେ ପ୍ରଚୁର ପରିମାଣର ଗଞ୍ଜେଇ ବିକ୍ରି ଉଦ୍ଦେଶ୍ୟରେ ଛତିଶଗଡ଼କୁ ଚାଲାଣ କରାଯାଉଥିଲା। ବିଶ୍ବସ୍ତ ସୂତ୍ରରୁ ଏହି ଖବର ପାଇ ଜଗଦଲପୁର ଥାନାଧିକାରୀ ଦୀପ୍ତିରଞ୍ଜନ ଦିଗାଲ ପୁଲିସ ଟିମ୍ ସହ ତତ୍କାଳ ଚଢ଼ଉ କରିଥିଲେ। ମାଜିଷ୍ଟ୍ରେଟ୍ ଦାୟିତ୍ବରେ ଥିବା ଗାଇସିଲେଟ୍ ଅତିରିକ୍ତ ତହସିଲଦାର ଦେବାଶିଷ ମିଶ୍ରଙ୍କ ପ୍ରତ୍ୟକ୍ଷ ଉପସ୍ଥିତିରେ ଅଙ୍ଗନଦୀ ନିକଟସ୍ଥ ଛକ ଅଞ୍ଚଳରେ ଉକ୍ତ ଗାଡ଼ିକୁ ଅଟକାଇ ପୁଲିସ ତଲାସୀ କରିଥିଲା। ତଲାସୀ ବେଳେ କାର୍ ଭିତରୁ ୨୪ଟି ପ୍ୟାକେଟରେ ରଖାଯାଇଥିବା ମୋଟ ୨୪ କେଜି ୬୦୦ ଗ୍ରାମ୍ ଗଞ୍ଜେଇ ମିଳିଥିଲା। ଏହି ଚୋରାଚାଲାଣରେ ସମ୍ପୃକ୍ତ ଥିବା ଛତିଶଗଡ଼ ରାଜ୍ୟର ୩ ଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବେନିତରା ଜିଲ୍ଲା ବେର୍ଲା ଥାନା ଅଚୋଲି ଗ୍ରାମର ସୀତାରାମ ନିଷାଦ (୩୯), ନୀଳାଧର ସାହୁ (୪୫) ଏବଂ ରାୟପୁର ଜିଲ୍ଲା ଧରଶିୱା ଥାନା ସିଲତାରା ଗ୍ରାମର ବିନେଶ ସାହୁ (୨୫)। ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣାରେ ଜଗଦଲପୁର ଥାନାରେ କେସ୍ ନମ୍ବର ୧୧୧/୨୦୨୬ ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି। ପଦ୍ମପୁର ଥାନା ଏସ୍ଆଇ ଏ. ବେହେରା ଏହି ଘଟଣାର ଅଧିକ ତଦନ୍ତ କରୁଛନ୍ତି। ଉକ୍ତ ସଫଳ ଚଢ଼ଉରେ ଜଗଦଲପୁର ଥାନା ଏଏସ୍ଆଇ ଶାନ୍ତନୁ ନାୟକ, କନେଷ୍ଟବଳ କେ.କେ. ସାହୁ ଏବଂ ଏସ୍. ଧରୁଆ ପ୍ରମୁଖ ସକ୍ରିୟ ଭାଗ ନେଇଥିଲେ।
Bargarh (ବରଗଡ଼) • ରିପୋର୍ଟ: ତରଣୀ ପଟେଲ, ବରଗଡ

ସାଇବର ପୁଲିସର ସଫଳତା: ୯୪.ଗୋଟିମୋବାଇଲ୍ ଫୋନ ପ୍ରକୃତ ମାଲିକ ଙ୍କୁ ହସ୍ତାନ୍ତର
ବ୍ରହ୍ମପୁର ସାଇବର ଥାନା ପକ୍ଷରୁ ହଜିଯାଇଥିବା ଓ ଚୋରି ହୋଇଥିବା ମୋବାଇଲ୍ ଫୋନ୍ ଉଦ୍ଧାର ଅଭିଯାନରେ ବଡ଼ ସଫଳତା ମିଳିଛି। ଜିଲ୍ଲା ପୁଲିସ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ରହ୍ମପୁର ଏସପି ୨୭ଟି ଉଦ୍ଧାର ହୋଇଥିବା ସ୍ମାର୍ଟଫୋନ୍ ସେଗୁଡ଼ିକର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରିଛନ୍ତି। ଉଦ୍ଧାର ହୋଇଥିବା ମୋବାଇଲଗୁଡ଼ିକ ମଧ୍ୟରେ ଆଇଫୋନ୍ ଭଳି ଦାମୀ ଫୋନ୍ ମଧ୍ୟ ରହିଛି। ସାଇବର ଥାନା ପକ୍ଷରୁ ମୋଟ୍ ୯୪ଟି ସ୍ମାର୍ଟଫୋନ୍ ଉଦ୍ଧାର କରାଯାଇଥିବାବେଳେ ଅବଶିଷ୍ଟ ୬୭ଟି ଫୋନ୍ ସମ୍ପୃକ୍ତ ମାଲିକମାନଙ୍କୁ କୁରିଅର୍ କିମ୍ବା ବ୍ୟକ୍ତିଗତ ଯୋଗାଯୋଗ ମାଧ୍ୟମରେ ପ୍ରଦାନ କରାଯାଇଛି। କେନ୍ଦ୍ର ସରକାରଙ୍କ ସେଣ୍ଟ୍ରାଲ୍ ଇକ୍ୟୁଇପମେଣ୍ଟ ଆଇଡେଣ୍ଟିଟି ରେଜିଷ୍ଟର ପୋର୍ଟାଲର ସହାୟତାରେ ଏହି ଉଦ୍ଧାର କାର୍ଯ୍ୟ ସଫଳ ହୋଇପାରିଛି।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ଗଞ୍ଜାମ

Sinapali Awaits Modern Sports Infrastructure: Demand for World-Class Stadium Gains Momentum
Sinapali, 12/06 Despite the Odisha Government’s increasing focus on sports development and youth engagement, the absence of a modern stadium in Sinapali Block of Nuapada district continues to be a matter of concern among local residents, sportspersons, and sports enthusiasts. For several years, repeated demands have been made for the establishment of a state-of-the-art stadium, but the project has yet to materialize. Young athletes from various villages under Sinapali Block actively participate in sports such as football, cricket, volleyball, and kabaddi. However, the lack of quality sports infrastructure and professional training facilities has become a major obstacle to the development of their talent. Many promising athletes capable of competing at district and state levels are unable to reach their full potential due to inadequate facilities. According to local sports lovers, block-level annual sports events and tournaments are often conducted in temporary venues because of the absence of a proper stadium. This not only affects the quality of competitions but also limits opportunities for nurturing young talent. Meanwhile, the State Government’s initiative to establish modern block-level stadiums across 314 blocks has raised hopes among the people of Sinapali. Residents and athletes are urging the government to include Sinapali in the project and expedite its implementation. It may be recalled that during 2017–18, a proposed mini stadium for Sinapali was shifted to Hatibandha Gram Panchayat due to the reported unavailability of government land. At present, land near the Dhanamandi area, adjacent to the Sinapali Community Health Centre, has reportedly been identified for the proposed stadium. However, the delay in commencement of construction work has led to growing disappointment among athletes and sports enthusiasts. Despite repeated appeals and representations from the local youth, no visible progress has been made so far. Public representatives, intellectuals, community leaders, and residents have expressed their support for the stadium project. Nevertheless, questions continue to be raised regarding the prolonged delay in turning the proposal into reality. Sports enthusiasts believe that along with a modern stadium at the block headquarters, the development of playgrounds and sports facilities in all Gram Panchayats under Sinapali Block is equally important. Such initiatives would provide rural youth with better opportunities to develop their skills and represent the district and state in higher-level competitions. The people of Sinapali are now eagerly awaiting concrete action from the government and administration. As aspirations for better sports infrastructure continue to grow, the question remains: when will the long-cherished dream of a modern stadium in Sinapali finally become a reality?
Nuapada (ନୂଆପଡ଼ା) • Reporter: Malaya Meher
