--:--:--
-- ---
Srishti News

ଗୋ-ମାଫିଆଙ୍କ ଉପରେ ବାଲେଶ୍ୱର ପୋଲିସର କଡା କାର୍ଯ୍ୟାନୁଷ୍ଠାନ

Balasore (ବାଲେଶ୍ୱର)ରିପୋର୍ଟ: ପ୍ରଭାତ କୁମାର ବାରିକ, ଜିଲ୍ଲା ପ୍ରତିନିଧି, ବାଲେଶ୍ୱରJune 18, 2026159 views
ଗୋ-ମାଫିଆଙ୍କ ଉପରେ ବାଲେଶ୍ୱର ପୋଲିସର କଡା କାର୍ଯ୍ୟାନୁଷ୍ଠାନ
ବାଲେଶ୍ୱର: ବାଲେଶ୍ଵର ଜିଲ୍ଲାର ବସ୍ତା ଓ ସିଂଲା ଥାନା ଅଞ୍ଚଳର ବିଭିନ୍ନ ଗ୍ରାମରେ ଆଜି ସକାଳୁ ସକାଳୁ ବାଲେଶ୍ଵର ପୋଲିସ ପକ୍ଷରୁ ଚଢ଼ାଉ କରାଯାଇଛି। ଗୋ ଚାଲାଣ ଓ ଅବୈଧ କାରବାର ସହ ଜଡିତ ଥିବା ସନ୍ଦେହରେ କିଛି ଗୋ ମାଫିଆଙ୍କ ଘରେ ଅତର୍କିତ ଭାବେ ଏହି ଚଢ଼ାଉ ଚାଲିଥିବା ସୂଚନା ମିଳିଛି। ପୋଲିସର ସ୍ଵତନ୍ତ୍ର ଟିମ୍ ବିଭିନ୍ନ ସ୍ଥାନରେ ଏକକାଳୀନ ଭାବେ ତଲାସି ଅଭିଯାନ ଚଳାଇଥିବା ବେଳେ, କେତେକ ଗୁରୁତ୍ଵପୂର୍ଣ୍ଣ ଦଲିଲ ଓ ସାମଗ୍ରୀ ଜବତ ହୋଇଥିବା ନେଇ ଚର୍ଚ୍ଚା ହେଉଛି। ତେବେ ପୋଲିସ ପକ୍ଷରୁ ଏନେଇ ଆନୁଷ୍ଠାନିକ ସୂଚନା ମିଳିନାହିଁ। ଏହି ଚଢ଼ାଉ ପରେ ସଂପୃକ୍ତ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ପୋଲିସର ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଉପରେ ସମସ୍ତଙ୍କ ନଜର ରହିଛି।