--:--:--
-- ---
Srishti News

ଖୋର୍ଦ୍ଧାରେ ଚୋରା ମଦ କାରବାର ଉପରେ ପୋଲିସର ନଜର

Khordha (ଖୋର୍ଦ୍ଧା)ରିପୋର୍ଟ ପ୍ରିୟଙ୍କା ମହାପାତ୍ର . ଖୋର୍ଦ୍ଧାJune 17, 2026114 views
ଖୋର୍ଦ୍ଧାରେ ଚୋରା ମଦ କାରବାର ଉପରେ ପୋଲିସର  ନଜର
ଖୋର୍ଦ୍ଧା ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ଜଂକିଆ ଥାନା ପୋଲିସ ପକ୍ଷରୁ ନୂଆ ଜଗନ୍ନାଥ ସଡ଼କର ଛଣଗିରି ଅଞ୍ଚଳରେ ଚଢ଼ାଉ କରାଯାଇ ବିପୁଳ ପରିମାଣର ଆସ୍କା ଫର୍ଟି ଦେଶୀ ମଦ ଜବତ କରାଯାଇଛି। ଏହି ଘଟଣାରେ ମଦ ବୋଝେଇ ଏକ ପିକ୍‌ଅପ୍‌ ଭ୍ୟାନ ସହିତ ଡ୍ରାଇଭରଙ୍କୁ ଗିରଫ କରାଯାଇଛି। ଏକ ପିକ୍‌ଅପ୍‌ ଭ୍ୟାନରେ ବେଆଇନ ଭାବେ ମଦ ଚୋରାଚାଲାଣ ହେଉଥିବା ଖବର ଖୋର୍ଦ୍ଧା ଏସ୍‌ପିଙ୍କ ନିକଟରେ ପହଞ୍ଚିଥିଲା। ଏହାପରେ ଏସ୍‌ପିଙ୍କ ନିର୍ଦ୍ଦେଶରେ ଜଂକିଆ ପୋଲିସ ଏକ ସ୍ୱତନ୍ତ୍ର ଅଭିଯାନ ଚଳାଇ ଛଣଗିରି ନିକଟରେ ଗାଡ଼ିଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ ଗାଡ଼ିରୁ ବିପୁଳ ପରିମାଣର ଚୋରା ମଦ ଜବତ ହୋଇଥିଲା। ଜବତ ହୋଇଥିବା ମଦର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୦ ଲକ୍ଷ ଟଙ୍କା ହେବ। ଏହାସହ ମଦ ପରିବହନରେ ବ୍ୟବହୃତ ପିକ୍‌ଅପ୍‌ ଭ୍ୟାନକୁ ମଧ୍ୟ ଜବତ କରାଯାଇଛି। ପୋଲିସ ଚଢ଼ାଉ ସମୟରେ ମଦ ବୋଝେଇ ପିକ୍‌ଅପ୍‌ ଭ୍ୟାନକୁ ଜବତ କରିବା ସହ ଡ୍ରାଇଭର ଦେବାଶିଷ ପଣ୍ଡାଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲାର ତରତୁଆ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡ଼ିଛି। ଏନେଇ ଖୋର୍ଦ୍ଧା ଏସ୍‌ପି ପୁରୁଷୋତ୍ତମ ଦାଶ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି ଯେ, ଜିଲ୍ଲାରେ ବେଆଇନ ମଦ କାରବାର ବିରୋଧରେ ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।