Web News

ଅନଲାଇନ ବେଟିଂ ଆପ୍ରେ ପ୍ରାୟ ୨୦ ଲକ୍ଷ ଟଙ୍କାର ଠକେଇ: ଗଞ୍ଜାମ ସାଇବର ଥାନା ପୁଲିସ ଦ୍ୱାରା ୩ ଗିରଫ
ଗଞ୍ଜାମ : ଅନଲାଇନ ବେଟିଂ ଆପ୍ ଜରିଆରେ ଲୋକଙ୍କୁ ପ୍ରଲୋଭିତ କରି ପ୍ରାୟ ୨୦ ଲକ୍ଷ ଟଙ୍କା ଠକେଇ କରିବା ଅଭିଯୋଗରେ ଗଞ୍ଜାମ ସାଇବର ଥାନା ପୁଲିସ ଏକ ବଡ଼ ଧରଣର ର୍ୟାକେଟ୍ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ମିଳିଥିବା ସୂଚନା ମୁତାବକ, ଅନଲାଇନରେ ବେଟିଂ କରି ମୋଟା ଅଙ୍କର ଲାଭ କରାଇଦେବା ନାଁରେ ଏହି ର୍ୟାକେଟ୍ ସକ୍ରିୟ ରହିଥିଲା। ପ୍ରାୟ ୨୦ ଲକ୍ଷ ଟଙ୍କାର ସାଇବର ଠକେଇ ନେଇ ଅଭିଯୋଗ ହେବା ପରେ ଗଞ୍ଜାମ ସାଇବର ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପୁଲିସ ଚଢ଼ାଉ କରି ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନଙ୍କ ନିକଟରୁ ବିଭିନ୍ନ ବ୍ୟକ୍ତିଙ୍କ ନାଁରେ ଥିବା ପାନ କାର୍ଡ (PAN Card), ଆଧାର କାର୍ଡ (Aadhaar Card) ଏବଂ ବ୍ୟାଙ୍କ ପାସବୁକ୍ ଆଦି ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଜବତ କରାଯାଇଛି। ଅଭିଯୁକ୍ତମାନେ ଅନ୍ୟ ଲୋକଙ୍କ ନାଁରେ ନକଲି ଆକାଉଣ୍ଟ ଖୋଲି ଏହି ଠକେଇ ଟଙ୍କାର କାରବାର କରୁଥିବା ସନ୍ଦେହ କରାଯାଉଛି। ଏହି ର୍ୟାକେଟ୍ରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବଂ ଠକେଇ ଟଙ୍କା କେଉଁଆଡ଼େ ପଠାଯାଇଛି, ସେ ନେଇ ସାଇବର ଥାନା ପୁଲିସ ଅଧିକ ତଦନ୍ତ ଜାରି ରଖିଛି।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ସ.ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଙ୍ଖା ଓ ଏସି ଅଚଳ, ଗରମରେ ରୋଗୀ ହନ୍ତସନ୍ତ
ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାର ସ.ବଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଙ୍ଖା ଓ ଏସି ଅଚଳ ହୋଇପଡ଼ିଥିବାରୁ ରୋଗୀମାନେ ପ୍ରବଳ ଗରମରେ ହନ୍ତସନ୍ତ ହେଉଥିବା ଅଭିଯୋଗ ହୋଇଛି। ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଆସୁଥିବା ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ଗରମରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ରୋଗୀଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ମଧ୍ୟରୁ ପଙ୍ଖା ଓ ଏସି ଭଳି ବ୍ୟବସ୍ଥା ଅଚଳ ରହିବା ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା ବୋଲି ରୋଗୀ ଓ ସେମାନଙ୍କ ସମ୍ପର୍କୀୟମାନେ ପ୍ରକାଶ କରିଛନ୍ତି। ଏନେଇ ରୋଗୀ ଓ ସମ୍ପର୍କୀୟମାନେ ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗ ତୁରନ୍ତ ଧ୍ୟାନ ଦେଇ ପଙ୍ଖା ଓ ଏସି ମରାମତି କରିବା ସହ ରୋଗୀମାନଙ୍କୁ ସୁବିଧା ଯୋଗାଇଦେବାକୁ ଦାବି କରିଛନ୍ତି। ରୋଗୀଙ୍କ ସ୍ୱାସ୍ଥ୍ୟ ଓ ସୁବିଧା ପ୍ରତି ପ୍ରଶାସନ ତୁରନ୍ତ ଦୃଷ୍ଟି ଦେବେ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।
Sundargarh (ସୁନ୍ଦରଗଡ଼) • ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟ

ସେବା ସଙ୍କଳ୍ପ ଅଭିଯାନରେ ଚିକିଟିର ଛାତ୍ରଛାତ୍ରୀଙ୍କ ପ୍ରତିଭା ପ୍ରଦର୍ଶନ
ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ୯୮ ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଚିକିଟି: ୨୦/୦୯/୨୦୨୬: ‘ସେବା ସଙ୍କଳ୍ପ ଅଭିଯାନ–୨୦୨୬’ ପରିପ୍ରେକ୍ଷୀରେ ଚିକିଟି ବ୍ଲକସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଗିରିସୋଲାସ୍ଥିତ ମଦନମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ।ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ବ୍ଲକର ୯୮ଟି ବିଦ୍ୟାଳୟରୁ ବିଦ୍ୟାଳୟସ୍ତରରେ ମନୋନୀତ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କନିଷ୍ଠ ଓ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବର୍ଗରୁ ୬ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଉଦ୍ଯାପନୀ ସଭା ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ସଭାପତିତ୍ୱରେ ହୋଇଥିଲା। ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ୍. ଧନଞ୍ଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠୀ, ମେଘନାଥ ବେହେରା, ସିଆରସିସି ବି. ଭେଙ୍କଟ ରାଓ ଓ ପ୍ରଧାନଶିକ୍ଷୟିତ୍ରୀ ସବିତା ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ।ସିଆରସିସି ସୁଜିତ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି,ବହୁ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ।
Ganjam (ଗଞ୍ଜାମ) • Reports: Deepak Choudhury

ଚିକିଟିରେ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ସମ୍ପନ୍ନ ୫୫୭ ଛାତ୍ରଛାତ୍ରୀଙ୍କ ଅଂଶଗ୍ରହଣ
ଚିକିଟି, ୨୦/୦୯: ଚିକିଟି ବ୍ଲକ ଅନ୍ତର୍ଗତ ମଦନ ମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟ, ଗିରିସୋଲା ପରିସରରେ ବ୍ଲକସ୍ତରୀୟ କ୍ରୀଡା ଓ କ୍ରୀଡା ପ୍ରତିଯୋଗିତା ୨୦୨୬–୨୭ ଉତ୍ସାହ, ଉଦ୍ଦୀପନା ଓ ଖେଳୁଆଡ଼ ମନୋଭାବର ସହିତ ସମ୍ପନ୍ନ ହୋଇଯାଇଛି। ଉଦଘାଟନ କାର୍ଯ୍ୟକ୍ରମରେ ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନ ସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ “ଶିକ୍ଷା ସହିତ କ୍ରୀଡାର ସମନ୍ୱୟ ହିଁ ଛାତ୍ରଛାତ୍ରୀଙ୍କ ସର୍ବାଙ୍ଗୀଣ ବିକାଶର ମୂଳ ଆଧାର” ବୋଲି କହିଥିଲେ। କ୍ରୀଡା ଶାରୀରିକ ସୁସ୍ଥତା ସହିତ ଶୃଙ୍ଖଳା, ଆତ୍ମବିଶ୍ୱାସ, ନେତୃତ୍ୱ ଓ ଦଳଗତ ମନୋଭାବ ବିକାଶ କରେ ବୋଲି ସେ ମତବ୍ୟକ୍ତ କରିଥିଲେ। ବ୍ଲକ ଶିକ୍ଷା ଅଧିକାରୀ ପନ୍ନଗ ଭୂଷଣ ମାଝୀ କ୍ରୀଡା ଛାତ୍ରଛାତ୍ରୀଙ୍କ ପ୍ରତିଭା ବିକାଶ ସହିତ ଜୀବନରେ ଶୃଙ୍ଖଳା ଓ ଆତ୍ମବିଶ୍ୱାସ ଗଢ଼ି ତୋଳିବାରେ କିପରି ସହାୟକ ହୁଏ, ସେ ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମରେ ଏବିଇଓ ତ୍ରିନାଥ ମଲ୍ଲିକ, ମେଘନାଥ ବେହେରା, ନାୟକ ସେଠୀ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଜି. ପାପା ରାଓ, ପ୍ରଧାନ ଶିକ୍ଷୟିତ୍ରୀ ସବିତା ରେଡ୍ଡୀ କ୍ଲଷ୍ଟର ସିଆରସିସି ବି. ଭେଙ୍କେଟ ରାଓ ଏବଂ ବ୍ଲକ କ୍ରୀଡା ସମ୍ପାଦକ ଜୁର ପ୍ରସାଦ ଗୌଡ଼ଙ୍କ ସମେତ ବହୁ ଶିକ୍ଷକ ଓ କ୍ରୀଡାପ୍ରେମୀ ଉପସ୍ଥିତ ଥିଲେ।ଚାରିଟି ଜୋନରୁ ୫୫୭ ଜଣ ଛାତ୍ରଛାତ୍ରୀ ବିଭିନ୍ନ ଆଥଲେଟିକ୍ସ ଓ କ୍ରୀଡା ପ୍ରତିଯୋଗିତାରେ ଭାଗ ନେଇଥିଲେ। ବ୍ଲକର ୨୩ ଜଣ କ୍ରୀଡା ଶିକ୍ଷକ ପ୍ରତିଯୋଗିତାରେ ଛାତ୍ରଛାତ୍ରୀଙ୍କ ପ୍ରତିଭା ଚିହ୍ନଟ କରି ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରିଥିଲେ। ଚୟନିତ ଖେଳାଳିମାନଙ୍କୁ ସମାପନୀ ଉତ୍ସବରେ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି , କ୍ରୀଡା ଶିକ୍ଷକ, ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ କର୍ମଚାରୀଙ୍କ ମିଳିତ ସହଯୋଗରେ ଦୁଇଦିନିଆ ବ୍ଲକସ୍ତରୀୟ କ୍ରୀଡା ଉତ୍ସବ ସଫଳତାର ସହିତ ସମାପ୍ତ ହୋଇଥିଲା।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଗିରିସୋଲା ମଦନମୋହନ ହାଇସ୍କୁଲରେ ଚିକିଟି ବ୍ଲକ୍ ସ୍ତରୀୟ ସେବା ସଙ୍କଳ୍ପ ଅଭିଯାନ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତାରେ ୯୮ ବିଦ୍ୟାଳୟରୁ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ
ସେବା ସଙ୍କଳ୍ପ ଅଭିଯାନ–୨୦୨୬’ ପରିପ୍ରେକ୍ଷୀରେ ଚିକିଟି ବ୍ଲକସ୍ତରୀୟ ବକ୍ତୃତା ଓ ଚିତ୍ରାଙ୍କନ ପ୍ରତିଯୋଗିତା ଗିରିସୋଲାସ୍ଥିତ ମଦନମୋହନ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଉତ୍ସାହ ଓ ଉଦ୍ଦୀପନାର ସହ ଅନୁଷ୍ଠିତ ହୋଇଯାଇଛି। ଚିକିଟି ବିଧାୟକ ମନୋରଞ୍ଜନ ଦ୍ୟାନସାମନ୍ତରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାର ଉଦ୍ଘାଟନ କରିଥିଲେ।ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ପ୍ରତିଯୋଗିତାରେ ବ୍ଲକର ୯୮ଟି ବିଦ୍ୟାଳୟରୁ ବିଦ୍ୟାଳୟସ୍ତରରେ ମନୋନୀତ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ କନିଷ୍ଠ ଓ ବରିଷ୍ଠ ବିଭାଗରେ ଅଂଶଗ୍ରହଣ କରି ନିଜ ପ୍ରତିଭା ପ୍ରଦର୍ଶନ କରିଥିଲେ। ବିଭିନ୍ନ ବର୍ଗରୁ ୬ ଜଣ ଛାତ୍ରଛାତ୍ରୀ ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିଲେ। ଅଂଶଗ୍ରହଣକାରୀ ସମସ୍ତ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରାଯାଇଥିଲା।ଉଦ୍ଯାପନୀ ସଭା ବିଇଓ ପନ୍ନଗ ଭୂଷଣ ମାଝୀଙ୍କ ସଭାପତିତ୍ୱରେ ହୋଇଥିଲା। ଏଥିରେ ଗଞ୍ଜାମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଏସ୍. ଧନଞ୍ଜୟ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏବିଇଓ ତ୍ରିନାଥ ମଲ୍ଲିକ, ନାୟକ ସେଠୀ, ମେଘନାଥ ବେହେରା, ସିଆରସିସି ବି. ଭେଙ୍କଟ ରାଓ ଓ ପ୍ରଧାନଶିକ୍ଷୟିତ୍ରୀ ସବିତା ରେଡ୍ଡୀ ପ୍ରମୁଖ ମଞ୍ଚାସୀନ ଥିଲେ।ସିଆରସିସି ସୁଜିତ କୁମାର ପାଢ଼ୀ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମରେ ସମସ୍ତ ସିଆରସିସି,ବହୁ ଶିକ୍ଷକ-ଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗଦେଇଥିଲେ।
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ରାଜନଗର ବ୍ଲକ ରେ ଦୁଇ ଉଦୟମାନ ବ୍ୟକ୍ତି ବିଜେଡି ବ୍ଲକ ସଭାପତି ଭାବେ ମନୋନୀତ
କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ବିଜୁ ଜନତା ଦଳ ର ନିରଞ୍ଜନ ରାଉତ ସଭାପତି ତିନି ତିନି ଥର ସଭାପତି ହୋଇ ସୁଚାରୁ ରୁପେ କାର୍ଯ୍ୟ ଜାରି ରଖିଛନ୍ତି, ଏବଂ ରାଜନଗର ମାଟିର ଲଢ଼ୁଆ ଯୁବ ନେତା ତଥା ମହିଷାସୁର ପଞ୍ଚାୟତର ସରପଞ୍ଚ,ରାଜନଗର ବ୍ଲକ ସରପଞ୍ଚ ସଂଘର ସଭାପତି ଅଶୋକ କୁମାର ମହାନ୍ତି ଙ୍କୁ କାର୍ଯ୍ୟ କାରିଣୀ ସଭାପତି ଭାବେ ମନୋନୀତ କରାଯାଇ ଅଛି, ବିଜୁ ଜନତା ଦଳ ର ପୂର୍ବତନ ମୁଖ୍ୟ ମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ମୋହଦୟ ଙ୍କୁ ଦୁଇ ଉଦୟ ମାନ ବ୍ୟକ୍ତି ସମ୍ବର୍ଦ୍ଧନା ଜଣାଇ ବା ସହିତ ରାଜନଗର ମାଟି ର ଲଢୁଆ ନେତା ବର୍ତ୍ତମାନର ବିଧାୟକ ଶ୍ରୀଯୁକ୍ତ ଧ୍ରୁବ ସାହୁ ମୋହଦୟ ଙ୍କୁ ବି ସମ୍ବର୍ଦ୍ଧନା ଜଣାଇ ବା ସହ ରାଜନଗର ବ୍ଲକ ରେ ଥିବା ସାଧାରଣ ଜନତାଙ୍କୁ ହାତ ଯୋଡ଼ି ନମସ୍କାର ଜଣାଇଛନ୍ତି,ଏବଂ ନିବେଦନ କରିଛନ୍ତି ରାଜନଗର ବ୍ଲକ ଥିବା ସମସ୍ତ ବିଜୁ ଜନତା ଦଳ ର କର୍ମୀ ମାନେ ଆଗାମୀ ଦିନରେ ଏକ ନିର୍ଣ୍ଣାୟକ ଭୂମିକା ହେବାକୁ ହେଲେ ଆପଣ ମାନଙ୍କ ର ଭୂମିକା ନିହାତି ଆବଶ୍ୟକ, ତେଣୁ ଏହିଭଳି ଦୁଇ ବ୍ୟକ୍ତି ଙ୍କ ଚିନ୍ତା କୁ ବିଜୁ ଜନତା ଦଳର ସମସ୍ତ କର୍ମୀ ସ୍ଵାଗତ ଜଣାଇଛନ୍ତି ଏବଂ ଆଗ ଧାଡ଼ିର କର୍ମୀ ସମାଜ ସେବୀ କଳା ସଂସ୍କୃତି କୁ ଭଲ ପାଉଥିବା ,ଉଚ୍ଚ ଶିକ୍ଷିତ ବ୍ୟକ୍ତିତ୍ଵ ଦରଦୀ ବନ୍ଧୁ ,କୃଷକ ବନ୍ଧୁ ବିଜ୍ଞାନ ରାଉତ ଙ୍କ ସହ ସମସ୍ତ କର୍ମୀ ମାନ ଙ୍କ ଖୁସିର ଲହରୀ ଦେଖିବାକୁ ମିଳିଛି
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର -- କୈଳାଶ ଚନ୍ଦ୍ର ବଳ ପଟ୍ଟାମୁଣ୍ଡାଇ କେନ୍ଦ୍ରାପଡ଼ା ରୁ

ସ୍ଥାୟୀ ଖେଳ ପଡ଼ିଆ ଅଭାବରେ ଭଇଁରିଗୁଡ଼ା ପଞ୍ଚାୟତବାସୀ ହନ୍ତସନ୍ତ ସରକାରୀ ଜମି ଚିହ୍ନଟ କରି ଖେଳ ପଡ଼ିଆ ନିର୍ମାଣ ପାଇଁ ଦାବି
କଳାହାଣ୍ଡି, ଜୁନାଗଡ଼: ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଭଇଁରିଗୁଡ଼ା ପଞ୍ଚାୟତରେ ଏକ ସ୍ଥାୟୀ ଖେଳ ପଡ଼ିଆ ନଥିବାରୁ ଛାତ୍ରଛାତ୍ରୀଙ୍କ ସମେତ ସାଧାରଣ ଲୋକେ କ୍ରୀଡ଼ା ଓ ବ୍ୟାୟାମ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପଞ୍ଚାୟତର ଯୁବପିଢ଼ି ଓ କ୍ରୀଡ଼ାପ୍ରେମୀଙ୍କ ପାଇଁ ଏହା ଏକ ଦୀର୍ଘଦିନର ସମସ୍ୟା ହୋଇ ରହିଛି। ସୂଚନା ଅନୁଯାୟୀ, ପଞ୍ଚାୟତବାସୀ ନିକଟସ୍ଥ କୁରୁଗୁଡ଼ା ସରକାରୀ ବିଦ୍ୟାଳୟର ଖେଳ ପଡ଼ିଆ ଉପରେ ନିର୍ଭର କରୁଛନ୍ତି। ମାତ୍ର ବିଦ୍ୟାଳୟର ନିଜସ୍ୱ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ଖେଳିବାକୁ ପର୍ଯ୍ୟାପ୍ତ ସ୍ଥାନ ନଥିବାରୁ ସାଧାରଣ ଲୋକଙ୍କ ପାଇଁ ସେଠାରେ ନିୟମିତ ଭାବେ କ୍ରୀଡ଼ା କରିବା ସମ୍ଭବ ହେଉନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଏକ ସରକାରୀ ଜମିକୁ ଚିହ୍ନଟ କରି ସେଠାରେ ଥିବା ଅନାବନା କଣ୍ଟାବୁଦା ଓ ଜଙ୍ଗଲିଆ ଅଞ୍ଚଳକୁ ସଫା କରାଯାଇଛି। ଉକ୍ତ ସ୍ଥାନରେ ଏକ ସ୍ଥାୟୀ ଖେଳ ପଡ଼ିଆ ନିର୍ମାଣ କରିବାକୁ ଗ୍ରାମବାସୀ ଆଗ୍ରହ ପ୍ରକାଶ କରିଛନ୍ତି। ଏନେଇ ଜମିର ସଠିକ୍ ଚିହ୍ନଟ ଓ ସୀମା ନିର୍ଦ୍ଧାରଣ ପାଇଁ ଜୁନାଗଡ଼ ତହସିଲଦାରଙ୍କୁ ଅନୁରୋଧ କରାଯାଇଥିବା ଜଣାପଡ଼ିଛି। ଜମି ଚିହ୍ନଟ ହୋଇପାରିଲେ ସରକାରୀ ସହାୟତାରେ ଖେଳ ପଡ଼ିଆର ଉନ୍ନତିକରଣ, ଆବଶ୍ୟକ ଭିତ୍ତିଭୂମି ଓ ଅନ୍ୟାନ୍ୟ ସୁବିଧା ବିକାଶ କରାଯାଇପାରିବ ବୋଲି ପଞ୍ଚାୟତବାସୀ ଆଶା ପ୍ରକାଶ କରିଛନ୍ତି। ତେଣୁ ଛାତ୍ରଛାତ୍ରୀ, ଯୁବକଯୁବତୀ ଓ ସାଧାରଣ ଲୋକଙ୍କ ସ୍ୱାସ୍ଥ୍ୟ ଓ କ୍ରୀଡ଼ା ପ୍ରତିଭାର ବିକାଶକୁ ଦୃଷ୍ଟିରେ ରଖି ଜୁନାଗଡ଼ ତହସିଲ ପ୍ରଶାସନ ଶୀଘ୍ର ଉକ୍ତ ସରକାରୀ ଜମି ଚିହ୍ନଟ କରି ଖେଳ ପଡ଼ିଆ ନିର୍ମାଣ ପାଇଁ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।
Kalahandi (କଳାହାଣ୍ଡି) • Report: Debaraj Banua

ରାଇପୁରିଆ ସଂରକ୍ଷିତ ଜଙ୍ଗଲରୁ ଦନ୍ତା ହାତୀର ମୃତଦେହ ଉଦ୍ଧାର
ବଣାଇ, ସେପ୍ଟେମ୍ବର ୨୧, ୨୦୨୬: ସୁନ୍ଦରଗଡ଼ ଜିଲ୍ଲାର ଗୁରୁଣ୍ଡିଆ ବ୍ଲକ ଅନ୍ତର୍ଗତ ଜରଡ଼ା ବନାଞ୍ଚଳର ମଜୁରିଡିମା ସେକ୍ସନ ଅଧୀନ ରାଇପୁରିଆ ସଂରକ୍ଷିତ ଜଙ୍ଗଲରୁ ଏକ ଦନ୍ତା ହାତୀର ପଚିଯାଇଥିବା ମୃତଦେହ ଉଦ୍ଧାର ହୋଇଛି। ସୂଚନା ଅନୁସାରେ, କିଛି ସ୍ଥାନୀୟ ଲୋକ ଜଙ୍ଗଲକୁ ଯାଇଥିବା ସମୟରେ ହାତୀଟିର ମୃତଦେହ ଦେଖିଥିଲେ। ଏନେଇ ସେମାନେ ତୁରନ୍ତ ବନ ବିଭାଗକୁ ସୂଚନା ଦେଇଥିଲେ। ଖବର ପାଇ ଜରଡ଼ା ରେଞ୍ଜ ଅଧିକାରୀଙ୍କ ସମେତ ବନ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଉଚ୍ଚ ଅଧିକାରୀଙ୍କୁ ଅବଗତ କରିଥିଲେ। ବନ ବିଭାଗର ସୂଚନା ଅନୁଯାୟୀ, ଦନ୍ତା ହାତୀଟି ଗତ କିଛି ଦିନ ଧରି ଅସୁସ୍ଥ ଥିଲା। ଏହା ଦୁର୍ବଳ ଅବସ୍ଥାରେ ଜଙ୍ଗଲ ମଧ୍ୟରେ ଘୁରୁଥିବା ନେଇ ବନ ବିଭାଗ ପକ୍ଷରୁ ତାହାର ଗତିବିଧି ଉପରେ ନଜର ରଖାଯାଉଥିଲା। ରବିବାର ହାତୀଟିର ମୃତ୍ୟୁ ହୋଇଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା। ଘଟଣା ପରେ ବଣାଇ ଡିଏଫ୍ଓ, ଏସିଏଫ୍ ଏବଂ ସମ୍ପୃକ୍ତ ରେଞ୍ଜ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ହାତୀଟିର ମୃତ୍ୟୁର ପ୍ରକୃତ କାରଣ ଜାଣିବା ପାଇଁ ବନ ବିଭାଗ ପକ୍ଷରୁ ଆବଶ୍ୟକ ଯାଞ୍ଚ ଓ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯାଉଛି।
Sundargarh (ସୁନ୍ଦରଗଡ଼) • ସୁନ୍ଦରଗଡ ଜିଲ୍ଲା ବଣେଇ ରୁ ସୌମ୍ୟ ବ୍ରତ ଦଳବେହେରା

ଦଶଦିନ ଧରି ଜଳ ଯୋଗାଣ ବନ୍ଦ, ହଇରାଣ ଲୋକେ
କଳାହାଣ୍ଡି ଜିଲ୍ଲା କୋକସରା ସଦର ଅଞ୍ଚଳର ବଡ଼ପଡ଼ା, ପ୍ରଧାନୀପଡ଼ା ଓ ପଟ୍ଟନାୟକପଡ଼ାରେ ଗତ ଦଶଦିନ ଧରି ପାଇପ ଯୋଗେ ପାନୀୟ ଜଳ ଯୋଗାଣ ବନ୍ଦ ରହିଥିବା ନେଇ ଅଭିଯୋଗ ହୋଇଛି। ଦୀର୍ଘଦିନ ଧରି ଜଳ ଯୋଗାଣ ବ୍ୟବସ୍ଥା ବନ୍ଦ ରହିବା ଯୋଗୁଁ ଏହି ଅଞ୍ଚଳର ଲୋକେ ପିଇବା ପାଣି ପାଇଁ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଜଳ ଯୋଗାଣ ସମସ୍ୟା ନେଇ ବାରମ୍ବାର ଦାୟିତ୍ୱରେ ଥିବା ଜେ.ଇ.ଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ। କେବଳ ଜଳ ଯୋଗାଣ ବନ୍ଦ ନୁହେଁ, ଅନେକ ସମୟରେ ପାଇପ ଯୋଗେ ଗୋଳିଆ ପାଣି ଆସୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଦଶଦିନ ଧରି ପାଣି ନଆସିବା ଯୋଗୁଁ ବିଶେଷ କରି ବୟସ୍କ ବୃଦ୍ଧବୃଦ୍ଧାମାନେ ଅଧିକ ହଇରାଣ ହେଉଛନ୍ତି। ପାଣି ପାଇଁ ସେମାନଙ୍କୁ ବଜାରପଡ଼ା ଅଞ୍ଚଳକୁ ଯାଇ ବହୁ କଷ୍ଟରେ ପାଣି ସଂଗ୍ରହ କରିବାକୁ ପଡ଼ୁଥିବା ଲୋକେ ଅଭିଯୋଗ କରିଛନ୍ତି। ଏନେଇ ଦାୟିତ୍ୱରେ ଥିବା ଜେ.ଇ. ଯଶୋବନ୍ତୀ ଭୋଇଙ୍କୁ ପଚାରିବାରୁ, ଆଜିଠାରୁ ଜଳ ଯୋଗାଣ ବ୍ୟବସ୍ଥା ସ୍ୱାଭାବିକ ହେବ ବୋଲି ସେ ପ୍ରକାଶ କରିଛନ୍ତି। ତେବେ ଜଳ ଯୋଗାଣ ବ୍ୟବସ୍ଥାରେ ବାରମ୍ବାର ଦେଖାଦେଉଥିବା ସମସ୍ୟାର ସ୍ଥାୟୀ ସମାଧାନ କରିବା ସହ ନିୟମିତ ଓ ବିଶୁଦ୍ଧ ପାଣି ଯୋଗାଇଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Kalahandi (କଳାହାଣ୍ଡି) • ରିତେଶ କୁମାର ମୁଣ୍ଡ

Elephant Menace Returns to Odisha-Chhattisgarh Border, Farmers Worried
Sinapali: Fresh elephant movement has triggered concern among villagers and farmers in the Odisha-Chhattisgarh border areas under Sinapali Forest Range in Nuapada district. A herd of six elephants has been roaming near the Ghattamal Gram Panchayat area and reportedly damaged standing paddy crops after entering agricultural fields. According to the Forest Department, the herd comprises five adult elephants and one calf. The elephants entered Odisha from the Chhattisgarh side on Friday night and subsequently moved through the Ghattamal and Chitarama areas before entering paddy fields at Ghattamal village. The herd reportedly damaged paddy crops belonging to farmers including Dambarudhar Chinda, Parmananda Chinda and Tike Sundar Chinda. The affected farmers had cultivated paddy on limited land by borrowing money and investing their available resources. With the crop nearing the harvesting stage, the damage caused by the elephants has increased their financial worries. Farmers dependent primarily on agriculture fear that the crop loss may put additional financial pressure on their families. They have urged the authorities to ensure proper assessment of the damage and provide compensation at the earliest. After receiving information about the elephant movement, forest personnel led by Sinapali Forest Range Forester Meghnad Majhi reached the affected area. The officials monitored the movement of the elephants and assessed the damage caused to the paddy fields. The Forest Department has assured that compensation will be provided to the affected farmers as per government norms. Meanwhile, the elephant herd is reportedly moving towards Chhattisgarh. Forest officials are keeping a close watch on their movement along the Chitarama-Jholapada route. As there is a possibility of the elephants returning towards villages and agricultural fields, forest officials are sensitising residents of the border villages and advising them to remain alert. It may be mentioned that the border region is connected with forest areas of Chhattisgarh, including the Udanti Wildlife Sanctuary, while the forest corridor also has connectivity with the Sunabeda Wildlife Sanctuary in Nuapada district. Elephants are known to move into the border areas at different times of the year in search of food and water. The recurring movement of elephant herds has become a major concern for farmers as crop damage affects their livelihood. Continuous monitoring, timely warning systems and effective measures to prevent human-elephant conflict are therefore essential for protecting both villagers and agricultural crops in the border region.
Nuapada (ନୂଆପଡ଼ା) • Reports: Malaya Meher, DC

ଗଣେଶ ଓ ବିଶ୍ୱକର୍ମା ବିସର୍ଜନରେ ଉତ୍ସବ ସହ ବଢୁଛି ଅବ୍ୟବସ୍ଥା: ମଦ୍ୟପାନ, ଅତ୍ୟଧିକ ଡିଜେ ଶବ୍ଦ, ଟ୍ରାଫିକ୍ ଜାମ୍ରେ ଅତିଷ୍ଠ ଲୋକେ; ପ୍ରଶାସନର ତୁରନ୍ତ ହସ୍ତକ୍ଷେପ ଦାବି
ନୂଆପଡ଼ା/ସିନାପାଲି/ଭୁବନେଶ୍ୱର : ପ୍ରଭୁ ଶ୍ରୀଗଣେଶ ଓ ଭଗବାନ ବିଶ୍ୱକର୍ମାଙ୍କ ପୂଜା ପରେ ଏବେ ବିଭିନ୍ନ ସ୍ଥାନରେ ଧୁମଧାମରେ ଚାଲିଛି ବିସର୍ଜନ ଶୋଭାଯାତ୍ରା। ଭକ୍ତି, ଉତ୍ସାହ ଓ ଆନନ୍ଦରେ ଲୋକେ ସାମିଲ ହେଉଥିବା ବେଳେ କେତେକ ସ୍ଥାନରେ ଅସାବଧାନତା ଓ ଅନିୟମିତତା ଯୋଗୁଁ ସାଧାରଣ ଲୋକଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଅଭିଯୋଗ ହେଉଛି। ବିଶେଷକରି କେତେକ ବିସର୍ଜନ ଶୋଭାଯାତ୍ରାରେ ମଦ୍ୟପାନ କରି କିଛି ଯୁବକ ଉତ୍ତେଜିତ ଅବସ୍ଥାରେ ଘୁରୁଥିବା ଅଭିଯୋଗ ଆସୁଛି। ଏପରି ଆଚରଣ ଯୋଗୁଁ ଶାନ୍ତିପୂର୍ଣ୍ଣ ଭାବେ ଧାର୍ମିକ ଉତ୍ସବ ପାଳନ କରୁଥିବା ପୂଜା କମିଟିଗୁଡ଼ିକ ମଧ୍ୟ ଅଯଥା ବଦନାମ ହେଉଥିବା ମତ ପ୍ରକାଶ ପାଉଛି। କେତେକ ସ୍ଥାନରେ ପଥଚାରୀଙ୍କ ସହ ଦୁର୍ବ୍ୟବହାର ଓ ଯୁକ୍ତିତର୍କ ହେଉଥିବା ନେଇ ମଧ୍ୟ ଅଭିଯୋଗ ରହିଛି। ଶୋଭାଯାତ୍ରାରେ ଟ୍ରାଫିକ୍ ବ୍ୟବସ୍ଥା ବିଗୁଡ଼ୁଛି ବିସର୍ଜନ ଶୋଭାଯାତ୍ରାରେ ଏକାଧିକ ଗାଡ଼ି, ଡିଜେ, ମାଇକ୍ ଓ ବହୁ ସଂଖ୍ୟକ ଲୋକ ସାମିଲ ହେଉଥିବାରୁ ମୁଖ୍ୟ ରାସ୍ତାଗୁଡ଼ିକରେ ଟ୍ରାଫିକ୍ ଜାମ୍ ସୃଷ୍ଟି ହେଉଛି। ଦୀର୍ଘ ସମୟ ଧରି ରାସ୍ତାରେ ଗାଡ଼ି ଅଟକି ରହିବାରୁ ସାଧାରଣ ଯାତ୍ରୀ, ବୃଦ୍ଧ, ଶିଶୁ, ରୋଗୀ ଓ ଜରୁରୀ କାର୍ଯ୍ୟରେ ଯାଉଥିବା ଲୋକେ ହଇରାଣ ହେଉଛନ୍ତି। ସବୁଠାରୁ ଗୁରୁତର ସମସ୍ୟା ହେଉଛି ଜରୁରୀ ସେବା। ଟ୍ରାଫିକ୍ ଜାମ୍ରେ ଆମ୍ବୁଲାନ୍ସ ଅଟକିଗଲେ ରୋଗୀଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇପାରେ। ଅଗ୍ନିଶମ ବାହିନୀ, ପୁଲିସ ଓ ଅନ୍ୟ ଜରୁରୀକାଳୀନ ଯାନବାହନ ମଧ୍ୟ ରାସ୍ତା ନପାଇଲେ ଗୁରୁତର ପରିସ୍ଥିତି ଉପୁଜିପାରେ। ଅତ୍ୟଧିକ ଡିଜେ ଶବ୍ଦ ନେଇ ଚିନ୍ତା ବିସର୍ଜନ ଶୋଭାଯାତ୍ରାରେ ଡିଜେ ଓ ଉଚ୍ଚଶବ୍ଦର ମାଇକ୍ ବ୍ୟବହାର ନେଇ ମଧ୍ୟ ଅଭିଯୋଗ ବଢ଼ୁଛି। ଅତ୍ୟଧିକ ଶବ୍ଦ ଯୋଗୁଁ ଛୋଟ ଶିଶୁ, ବୃଦ୍ଧ, ଅସୁସ୍ଥ ବ୍ୟକ୍ତି ଓ ପରୀକ୍ଷା ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନେ ଅସୁବିଧା ଭୋଗୁଥିବା କୁହାଯାଉଛି। ଦୀର୍ଘ ସମୟ ଧରି ଅତ୍ୟଧିକ ଶବ୍ଦରେ ରହିବା ସ୍ୱାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ହୋଇପାରେ। ଦୁର୍ଘଟଣା ଆଶଙ୍କା ମଧ୍ୟ ବଢୁଛି ଶୋଭାଯାତ୍ରା ସମୟରେ ଟ୍ରାକ୍ଟର, ଟ୍ରକ୍, ପିକ୍ଅପ୍ ଭ୍ୟାନ୍ ଓ ଅନ୍ୟ ଯାନବାହନ ଉପରେ ଅଧିକ ସଂଖ୍ୟକ ଲୋକ ଯାତ୍ରା କରିବା, ରାସ୍ତାରେ ନାଚିବା ଏବଂ ଯାନବାହନ ଚଳାଚଳ ମଧ୍ୟରେ ଅସାବଧାନତା ଦେଖାଇବା ଯୋଗୁଁ ଦୁର୍ଘଟଣାର ଆଶଙ୍କା ରହୁଛି। ମଦ୍ୟପ ଅବସ୍ଥାରେ ଗାଡ଼ି ଚଳାଇବା ଘଟଣା ଘଟିଲେ ବିପଦ ଆହୁରି ବଢ଼ିପାରେ। ଏଥିସହ ବିସର୍ଜନ ପରେ ରାସ୍ତାରେ ପ୍ଲାଷ୍ଟିକ୍, ପାଣି ବୋତଲ, ଥର୍ମୋକଲ୍, ପୂଜା ସାମଗ୍ରୀ ଓ ଅନ୍ୟ ବର୍ଜ୍ୟବସ୍ତୁ ପଡ଼ି ରହିବା, ଜନସାଧାରଣଙ୍କ ଯାତାୟାତରେ ବାଧା, ପାର୍କିଂର ଅବ୍ୟବସ୍ଥା, ବିସର୍ଜନ ସ୍ଥଳରେ ଭିଡ଼ ନିୟନ୍ତ୍ରଣର ଅଭାବ ଏବଂ ନଦୀ, ପୋଖରୀ ଆଦିରେ ଅସୁରକ୍ଷିତ ଭାବେ ବିସର୍ଜନ କରାଯିବା ଭଳି ସମସ୍ୟା ମଧ୍ୟ ଦେଖାଦେଇପାରେ। ପୁଲିସ ମୁତୟନ ସହ ନିୟମିତ ନଜରଦାରି ଦାବି ଏପରି ପରିସ୍ଥିତିରେ ପ୍ରତ୍ୟେକ ପୂଜା କମିଟି ବିସର୍ଜନ ଶୋଭାଯାତ୍ରା ପୂର୍ବରୁ ଆବଶ୍ୟକ ଅନୁମତି ନେବା ସହ ନିର୍ଦ୍ଧାରିତ ରୁଟ୍, ସମୟ ଓ ନିୟମ ପାଳନ କରିବା ଆବଶ୍ୟକ ବୋଲି ସାଧାରଣ ମହଲରେ ମତ ପ୍ରକାଶ ପାଉଛି। ପ୍ରତ୍ୟେକ ବଡ଼ ବିସର୍ଜନ ଶୋଭାଯାତ୍ରାରେ ପର୍ଯ୍ୟାପ୍ତ ପୁଲିସ ମୁତୟନ, ଟ୍ରାଫିକ୍ ନିୟନ୍ତ୍ରଣ, ମଦ୍ୟପଙ୍କ ଉପରେ ନଜର, ଆମ୍ବୁଲାନ୍ସ ପାଇଁ ଜରୁରୀ କରିଡର୍ ଏବଂ ବିସର୍ଜନ ସ୍ଥଳରେ ସୁରକ୍ଷା ବ୍ୟବସ୍ଥା କରାଯିବା ଦାବି ହେଉଛି। ସେହିପରି ଡିଜେ ଓ ଲାଉଡସ୍ପିକରର ଶବ୍ଦ ନିୟମ ଅନୁଯାୟୀ ରଖିବା, ମଦ୍ୟପାନ କରି ଶୋଭାଯାତ୍ରାରେ ସାମିଲ ନହେବା, ଯାନବାହନରେ ଅତ୍ୟଧିକ ଲୋକଙ୍କୁ ନନେବା ଏବଂ ପଥଚାରୀଙ୍କ ସହ ଶାଳୀନ ବ୍ୟବହାର କରିବା ପାଇଁ ପୂଜା କମିଟିଗୁଡ଼ିକ ନିଜ ସ୍ୱେଚ୍ଛାସେବୀଙ୍କ ମାଧ୍ୟମରେ ସଚେତନତା ସୃଷ୍ଟି କରିବା ଆବଶ୍ୟକ। ଧାର୍ମିକ ଉତ୍ସବ ଆନନ୍ଦ, ଭକ୍ତି ଓ ସାମାଜିକ ଏକତାର ପ୍ରତୀକ। ତେଣୁ କେତେକ ବ୍ୟକ୍ତିଙ୍କ ଅସାବଧାନତା ଯୋଗୁଁ ସମଗ୍ର ପୂଜା କମିଟି କିମ୍ବା ଉତ୍ସବର ମର୍ଯ୍ୟାଦା ଯେପରି କ୍ଷୁଣ୍ଣ ନହୁଏ, ସେଥିପାଇଁ ଆୟୋଜକ, ପୁଲିସ ଓ ପ୍ରଶାସନ—ସମସ୍ତଙ୍କ ମିଳିତ ଦାୟିତ୍ୱ ରହିଛି। ନୂଆପଡ଼ା ଜିଲ୍ଲା ସମେତ ସମଗ୍ର ଓଡ଼ିଶାରେ ବିସର୍ଜନ ସମୟରେ ଶୃଙ୍ଖଳା, ସୁରକ୍ଷା, ଟ୍ରାଫିକ୍ ନିୟନ୍ତ୍ରଣ ଓ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରଶାସନ ପକ୍ଷରୁ ତୁରନ୍ତ ପ୍ରଭାବୀ ପଦକ୍ଷେପ ନିଆଯିବାକୁ ସାଧାରଣରେ ଦାବି ହୋଇଛି।
Nuapada (ନୂଆପଡ଼ା) • ରିପୋର୍ଟ: ମଳୟ ମେହେର, ଜିଲ୍ଲା ପ୍ରତିନିଧି

ବିଶିଷ୍ଟ ବ୍ୟକ୍ତି କୃଷ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ସଭା
ବିଞ୍ଝାରପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସହିଦପୁରସ୍ଥିତ ବ୍ରଜସୁନ୍ଦର ଉଚ୍ଚ ବିଦ୍ୟାଳୟ ପରିସରରେ ବିଶିଷ୍ଟ ବ୍ୟକ୍ତି ତଥା ବହୁମୁଖୀ ପ୍ରତିଭାର ଅଧିକାରୀ କୃଷ୍ଣ ଚନ୍ଦ୍ର ବିଶ୍ୱାଳଙ୍କ ସ୍ମୃତିରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ବରୀ ବ୍ଲକ ଅନ୍ତର୍ଗତ ଛତିଶଦେବିଲ ଗ୍ରାମରେ ଜନ୍ମଗ୍ରହଣ କରିଥିବା ସ୍ୱର୍ଗତ ବିଶ୍ୱାଳ ବିଭିନ୍ନ ପ୍ରଶାସନିକ ପଦପଦବୀରେ କାର୍ଯ୍ୟ କରିବା ସହ ଶିକ୍ଷା, ସାହିତ୍ୟ ଓ ସମାଜସେବା କ୍ଷେତ୍ରରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ଛାଡ଼ିଯାଇଛନ୍ତି। ତାଙ୍କର କାର୍ଯ୍ୟଶୈଳୀ, ନିଷ୍ଠା ଓ ମାନବିକତାକୁ ସ୍ମରଣ କରି ଉପସ୍ଥିତ ବ୍ୟକ୍ତିମାନେ ଭାବବିହ୍ୱଳ ହୋଇ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏହି ସ୍ମୃତିଚାରଣ ସଭାରେ ପୁରାତନ ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ବିଶ୍ୱାଳଙ୍କ ଜୀବନ ଓ କାର୍ଯ୍ୟାବଳୀ ଉପରେ ଆଲୋକପାତ କରିଥିଲେ। ଚନ୍ଦ୍ରଶେଖର ବେହେରା, କିଶୋର କୁମାର ଦାସ, ହରେକୃଷ୍ଣ ପଣ୍ଡା, ରବୀନ୍ଦ୍ର ଜେନା, ପ୍ରମୋଦ କୁମାର ବିଶ୍ୱାଳ, ଅଜୟ କୁମାର ଦାସ, ସୁରେଶ କୁମାର ମହାନ୍ତି, କୁଞ୍ଜବିହାରୀ ବେହେରା, ଶରତ କୁମାର ସାହୁ, ଅଚ୍ୟୁତାନନ୍ଦ ମିଶ୍ର, ପ୍ରଫୁଲ୍ଲ ଚନ୍ଦ୍ର ରାୟ, ମଧୁ ଧଳ ଓ ଏସ୍.କେ. ମୁସ୍ତାକଙ୍କ ସମେତ ବହୁ ପୁରାତନ ଛାତ୍ର ଏବଂ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ। ବକ୍ତାମାନେ କହିଥିଲେ ଯେ, କୃଷ୍ଣ ଚନ୍ଦ୍ର ବିଶ୍ୱାଳ ଏକାଧାରରେ ଜଣେ ଶିକ୍ଷକ, କବି, ଗାଳ୍ପିକ, ଚିନ୍ତକ ଓ ପ୍ରଶାସନିକ ଅଧିକାରୀ ଭାବେ ନିଜର ପ୍ରତିଭାର ପରିଚୟ ଦେଇଥିଲେ। ଛାତ୍ରଛାତ୍ରୀଙ୍କୁ ସୁଦକ୍ଷ ଓ ଚରିତ୍ରବାନ୍ ଭାବେ ଗଢ଼ି ତୋଳିବା ପାଇଁ ତାଙ୍କର ଅବଦାନ ସଦା ସ୍ମରଣୀୟ ହୋଇ ରହିବ ବୋଲି ସେମାନେ ମତପ୍ରକାଶ କରିଥିଲେ। ପୁରାତନ ଛାତ୍ର ସଂସଦର ସଦସ୍ୟମାନେ ମଧ୍ୟ ସ୍ୱର୍ଗତ ବିଶ୍ୱାଳଙ୍କ ବହୁମୁଖୀ ପ୍ରତିଭା ଓ ସମାଜ ପ୍ରତି ତାଙ୍କର ଅବଦାନକୁ ସ୍ମରଣ କରି ଭୂୟସୀ ପ୍ରଶଂସା କରିଥିଲେ। ସଭାର ଶେଷରେ ସଭାପତି ଉପସ୍ଥିତ ସମସ୍ତ ଅତିଥି, ପୁରାତନ ଛାତ୍ରଛାତ୍ରୀ ଓ ଆୟୋଜକଙ୍କୁ ଧନ୍ୟବାଦ ଜଣାଇବା ପରେ ସଭା ସମାପ୍ତ ହୋଇଥିଲା।
Jajpur (ଯାଜପୁର) • ବିଞ୍ଝାରପୁରରୁ ଉଦୟନାଥ ଜେନାଙ୍କ ସହ ରାଜୁ ଜେନା
