--:--:--
-- ---
Srishti News

Web News

ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନରେ ଚମ୍ପିଆନ୍ ଜଟଣୀ ଟିମ୍‌କୁ ସମ୍ବର୍ଦ୍ଧନା
Sep 21, 2026•10 views

ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନରେ ଚମ୍ପିଆନ୍ ଜଟଣୀ ଟିମ୍‌କୁ ସମ୍ବର୍ଦ୍ଧନା

ଖୋର୍ଦ୍ଧା-ରାଜ୍ୟସ୍ତରୀୟ ବଲ ବ୍ୟାଡମିଣ୍ଟନ ସ୍ପୋର୍ଟସ ପ୍ରତିଯୋଗିତାରେ ଚମ୍ପିଆନ୍ ହୋଇ ଜଟଣୀର ଗୌରବ ବଢ଼ାଇଥିବା ଜଟଣୀ ଟିମ୍‌ର ସମସ୍ତ ଖେଳାଳିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଏହି ଅବସରରେ ଚମ୍ପିଆନ୍ ଦଳର ସମସ୍ତ ଖେଳାଳିଙ୍କୁ ସାଧୁବାଦ ଜଣାଇବା ସହ ଆଗାମୀ ଜାତୀୟସ୍ତରୀୟ ବଲ ବ୍ୟାଡମିଣ୍ଟନ ପ୍ରତିଯୋଗିତାରେ ଅଂଶଗ୍ରହଣ ପାଇଁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଥିଲା। ଜାତୀୟସ୍ତରୀୟ ପ୍ରତିଯୋଗିତାରେ ମଧ୍ୟ ଜଟଣୀ ଟିମ୍ ଉତ୍କୃଷ୍ଟ ପ୍ରଦର୍ଶନ କରି ସଫଳତା ହାସଲ କରୁ—ଏହି ଅବସରରେ ସମସ୍ତଙ୍କ ପକ୍ଷରୁ ଖେଳାଳିମାନଙ୍କ ସଫଳତା କାମନା କରାଯାଇଛି।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ପିଚୁକୁଳି OAVର ବାର୍ଷିକ ଉତ୍ସବ ପାଳିତ
Sep 21, 2026•63 views

ପିଚୁକୁଳି OAVର ବାର୍ଷିକ ଉତ୍ସବ ପାଳିତ

ଖୋର୍ଦ୍ଧା: ବୋଲଗଡ଼ ବ୍ଲକ୍‌ର ପିଚୁକୁଳିଠାରେ ଅବସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ (OAV)ର ବାର୍ଷିକ ଉତ୍ସବ ଆନନ୍ଦ ଓ ଉତ୍ସାହର ସହ ପାଳିତ ହୋଇଛି। ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ ଅଭିଭାବକମାନଙ୍କ ସହ କିଛି ସମୟ ବିତାଇଥିଲେ ମୁଖ୍ୟ ଅତିଥି। ଏହି ଅବସରରେ ଛାତ୍ରଛାତ୍ରୀମାନେ ମନୋଜ୍ଞ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ସେମାନଙ୍କର ନୃତ୍ୟ, ସଙ୍ଗୀତ ଓ ବିଭିନ୍ନ ପ୍ରତିଭା ଉପସ୍ଥିତ ଅତିଥି ଓ ଅଭିଭାବକଙ୍କୁ ଆକର୍ଷିତ କରିଥିଲା।ଗ୍ରାମାଞ୍ଚଳର ମେଧାବୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଓ ଉନ୍ନତମାନର ଶିକ୍ଷା ପ୍ରଦାନ କରିବାରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ମତବ୍ୟକ୍ତ କରିଥିଲେ।ଏହି ଅବସରରେ ଶିକ୍ଷା ଓ କ୍ରୀଡ଼ା କ୍ଷେତ୍ରରେ କୃତିତ୍ୱ ହାସଲ କରିଥିବା ପ୍ରତିଭାବାନ୍ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିବା ସହ ଆଗାମୀ ଦିନରେ ନିଜ ପ୍ରତିଭା ବଳରେ ପରିବାର, ଅଞ୍ଚଳ ଓ ସମଗ୍ର ଓଡ଼ିଶାର ନାମ ଗୌରବାନ୍ୱିତ କରିବାକୁ ମୁଖ୍ୟ ଅତିଥି ଆହ୍ୱାନ ଦେଇଥିଲେ। ବାର୍ଷିକ ଉତ୍ସବର ସଫଳ ଆୟୋଜନ ପାଇଁ ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିକୁ ମୁଖ୍ୟ ଅତିଥି ଆନ୍ତରିକ ଧନ୍ୟବାଦ ଜଣାଇଥିଲେ।

Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟାଙ୍କା ମହାପାତ୍ର, ଖୋର୍ଦ୍ଧା

ଗଣେଶ ପୂଜା ଭାଇଚାରା,ଏକତା ଓ ସମ୍ପର୍କକୁ ମଜବୁତ କରିବାର ମାଧ୍ୟମ : ନଗରପାଳ ଶୁଭେନ୍ଦୁ ସାହୁ
Sep 21, 2026•22 views

ଗଣେଶ ପୂଜା ଭାଇଚାରା,ଏକତା ଓ ସମ୍ପର୍କକୁ ମଜବୁତ କରିବାର ମାଧ୍ୟମ : ନଗରପାଳ ଶୁଭେନ୍ଦୁ ସାହୁ

*ଫ୍ରେଣ୍ଡସିପ କ୍ଲବର ଗଣେଶ ମହୋତ୍ସବ ଉଦଯାପିତ* ଢେ଼ଙ୍କାନାଳ ୨୧.୯- ଯେଉଁଠି ଭକ୍ତିରେ ମିଶିଛି ସୃଜନଶୀଳତା, ଯେଉଁଠି କଳ୍ପନା ନେଇଛି ଭବ୍ୟତାର ରୂପ… ସେଇଠି ଜନ୍ମ ନେଇଛି ଭୁବନର ଅପୂର୍ବ “ପ୍ରେମ ମନ୍ଦିର " । ଫ୍ରେଣ୍ଡସିପ କ୍ଲବ ପକ୍ଷରୁ ଆୟୋଜିତ ଗଣେଶ ପୂଜା ଆଜି ଗୌରବମୟ ୧୨ ବର୍ଷରେ ପଦାର୍ପଣ କରିଛି। ଏହି ଦୀର୍ଘ ଯାତ୍ରା କେବଳ ଏକ ପୂଜାର ପରମ୍ପରା ନୁହେଁ; ଏହା ଭୁବନର ଯୁବଶକ୍ତିର ଏକତା, ଭକ୍ତି ଓ ସୃଜନଶୀଳତାର ଅନନ୍ୟ ପରିଚୟ। ଗଣେଶ ପୂଜା ଭାଇଚାରା,ଏକତା ଓ ସମ୍ପର୍କକୁ ମଜବୁତ କରିବାର ମାଧ୍ୟମ ବୋଲି ନଗରପାଳ ଶୁଭେନ୍ଦୁ କୁମାର ସାହୁ ଫ୍ରେଣ୍ଡସିପ କ୍ଲବ୍ ର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମତବ୍ୟକ୍ତ କରିଥିଲେ। ଏଥର ରାଧାରାଣୀଙ୍କ ପ୍ରେମ ମନ୍ଦିରର ଭବ୍ୟ ଓ ଦିବ୍ୟ ରୂପ ସାରା ଓଡ଼ିଶାରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହାକୁ ଦେଖିବା ପାଇଁ ବିପୁଳ ଜନସମାଗମ ଆମ ସମସ୍ତଙ୍କ ପାଇଁ ଗର୍ବର ବିଷୟ। ଫ୍ରେଣ୍ଡସିପ କ୍ଲବର ସଭାପତି, କର୍ମକର୍ତ୍ତା ମାନଙ୍କୁ ନଗରପାଳ ଶ୍ରୀଯୁକ୍ତ ସାହୁ ହୃଦୟରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଥିଲେ । ମୁଖ୍ୟବକ୍ତା ଭାବେ ମହିଳା ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଦିଲ୍ଲୀପ କୁମାର ଦାସ ଯୋଗଦେଇ କ୍ଲବ୍ ସଦସ୍ୟ ମାନଙ୍କର ପରିଶ୍ରମ ଓ ସୃଜନଶୀଳତା ଭୁବନକୁ ଆଉ ଦୁଇ ପାଦ ଆଗକୁ ନେଇଛି ଓ ନୂଆ ପରିଚୟ ଦେଇଛି । ଏହି ଯୁବଶକ୍ତି ହିଁ ଆମ ଭୁବନର ଭବିଷ୍ୟତର ସବୁଠାରୁ ବଡ଼ ଶକ୍ତି । ଭୁବନର ସାଂସ୍କୃତିକ ପରମ୍ପରା, ସାମାଜିକ ଏକତା ଓ ଭାଇଚାରା ଆହୁରି ସୁଦୃଢ଼ ହେଉ ବୋଲି କହିଥିଲେ । ସଭାପତି ଜୀବନ ଜ୍ୟୋତି ପୃଷ୍ଟିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସମ୍ପାଦକ ଚିନ୍ମୟ କୁମାର ପୃଷ୍ଟି ଯୋଗଦେଇ ଧନ୍ୟବାଦ୍ ଅର୍ପଣ କରିଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଯୋରନ୍ଦା ମହିମାଗାଦୀ ପୀଠର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ: ସୁରେଶ ପୂଜାରୀ
Sep 21, 2026•12 views

ଯୋରନ୍ଦା ମହିମାଗାଦୀ ପୀଠର ବିକାଶ ପାଇଁ ଅର୍ଥର ଅଭାବ ରହିବ ନାହିଁ: ସୁରେଶ ପୂଜାରୀ

ଢେଙ୍କାନାଳ, ୨୧/୦୯: ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ତାଙ୍କ ଢେଙ୍କାନାଳ ଗସ୍ତ ଅବସରରେ ଆଜି ଢେଙ୍କାନାଳ ସର୍କିଟ୍ ହାଉସଠାରେ ଜୋରନ୍ଦା ମହିମାଗାଦୀ ପୀଠର ସାଧୁସନ୍ଥମାନଙ୍କ ସହ ଆଲୋଚନା କରିଥିଲେ। ଏହି ଅବସରରେ ଜୋରନ୍ଦା ମହିମାଗାଦୀ ପୀଠର ଶୂନ୍ୟ ମନ୍ଦିର ପରିସର ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଚାଲିଥିବା ବିକାଶମୂଳକ କାର୍ଯ୍ୟ ସମ୍ପର୍କରେ ସାଧୁସନ୍ଥମାନଙ୍କ ସହ ଆଲୋଚନା ହୋଇଥିଲା। ମନ୍ତ୍ରୀ ଶ୍ରୀ ପୂଜାରୀ ସାଧୁସନ୍ଥମାନଙ୍କ ମତାମତ ଓ ପ୍ରସ୍ତାବ ଶୁଣିବା ସହ ପୀଠରେ ଚାଲିଥିବା ବିକାଶ କାର୍ଯ୍ୟର ଶୀଘ୍ର ଓ ସୁଚାରୁ କାର୍ଯ୍ୟାନ୍ୱୟନ ପାଇଁ ସମ୍ପୃକ୍ତ ଅଧିକାରୀମାନଙ୍କ ସହ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ସାଧୁମାନଙ୍କୁ ଅନୁରୋଧ କରିଥିଲେ। ଯୋରନ୍ଦା ମହିମାଗାଦୀ ପୀଠର ବିକାଶ ପାଇଁ ପାଣ୍ଠିର କୌଣସି ଅଭାବ ରହିବ ନାହିଁ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ ଆଶ୍ୱାସନ ଦେଇଥିଲେ। ପୀଠର ବିକାଶ ସହ ଏହାର ଆଧ୍ୟାତ୍ମିକ ଓ ପର୍ଯ୍ୟଟନ ଗୁରୁତ୍ୱକୁ ଆହୁରି ବଢ଼ାଇବା ଦିଗରେ ସରକାର ଆବଶ୍ୟକ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ଆଲୋଚନା ସମୟରେ ସାଧୁସନ୍ଥମାନେ ପ୍ରସିଦ୍ଧ ମାଘ ମେଳାର ସୁଚାରୁ ଓ ସଫଳ ଆୟୋଜନ ପାଇଁ ସ୍ୱତନ୍ତ୍ର ପାଣ୍ଠି କିମ୍ବା ବଜେଟ୍ ବ୍ୟବସ୍ଥା କରିବାକୁ ମନ୍ତ୍ରୀଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ। ଏହାର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ, ସେ ନିଜେ ଯୋରନ୍ଦା ମହିମାଗାଦୀ ପୀଠ ପରିଦର୍ଶନ କରି ପୀଠର ବିକାଶ ଓ ଅଧିକ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ଦିଗରେ କ’ଣ ପଦକ୍ଷେପ ନିଆଯାଇପାରିବ, ତାହା ଅନୁଧ୍ୟାନ କରିବେ। ମାଘ ମେଳା ପାଇଁ ସ୍ୱତନ୍ତ୍ର ପାଣ୍ଠି କିମ୍ବା ବଜେଟ୍ ବ୍ୟବସ୍ଥା ସମ୍ପର୍କିତ ପ୍ରସ୍ତାବକୁ ସେ ରାଜ୍ୟସ୍ତରରେ ଉପସ୍ଥାପନ କରି ସକାରାତ୍ମକ ପଦକ୍ଷେପ ପାଇଁ ଉଦ୍ୟମ କରିବେ ବୋଲି ସାଧୁସନ୍ଥମାନଙ୍କୁ ଆଶ୍ୱାସନ ଦେଇଥିଲେ। ଏହି ଆଲୋଚନାରେ ହିନ୍ଦୋଳ ବିଧାୟିକା ଶ୍ରୀମତୀ ସିମରାଣୀ ନାୟକ, ପରଜଙ୍ଗ ବିଧାୟକ ଶ୍ରୀ ବିଭୂତି ଭୂଷଣ ପ୍ରଧାନ, କାମାକ୍ଷାନଗର ବିଧାୟକ ଶ୍ରୀ ଶତ୍ରୁଘ୍ନ ଜେନା, ଢେଙ୍କାନାଳ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍ ଶ୍ରୀ ଆଶିଷ ଈଶ୍ୱର ପାଟିଲ, ଆରକ୍ଷୀ ଅଧୀକ୍ଷକ ଶ୍ରୀ ଅଭିନବ ସୋନକର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ରମେଶ ଚନ୍ଦ୍ର ସେଠୀ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଶ୍ରୀ ଲଲିତ ବେହେରା, ଢେଙ୍କାନାଳ ଉପଜିଲ୍ଲାପାଳ ଶ୍ରୀ ପଦ୍ମଚରଣ ସାହୁ, ଢେଙ୍କାନାଳ ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଲାଇନ୍ ବିଭାଗର ପଦାଧିକାରୀମାନେ ଉପସ୍ଥିତ ଥିଲେ।

Dhenkanal (ଢେଙ୍କାନାଳ) • ରିପୋର୍ଟ ସୁଶାନ୍ତ କୁମାର ପୋଥାଳ ସ୍ୱତନ୍ତ୍ର ପ୍ରତିନିଧି ଢେ଼ଙ୍କାନାଳ

ଓଲପୁରରେ ବାଇକ୍ ଧକ୍କା, ଦୁଇ ଗୁରୁତର
Sep 21, 2026•79 views

ଓଲପୁରରେ ବାଇକ୍ ଧକ୍କା, ଦୁଇ ଗୁରୁତର

ଚିକିଟି, : ଚିକିଟି ଫାଣ୍ଡି ଅନ୍ତର୍ଗତ ଓଳପୁର ଠାରେ ଶନିବାର ରାତି ପ୍ରାୟ ୯ଟା ସମୟରେ ବାଇକ୍ ଧକ୍କାରେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ଜଗନ୍ନାଥପୁର ଗ୍ରାମର ନରସିଂହ ଗୌଡ଼ (୪୦) ଏକ ହୋଣ୍ଡା ବାଇକ୍‌ରେ ଚିକିଟି ଆସୁଥିବା ବେଳେ ଓଳପୁର ଗ୍ରାମ ନିକଟରେ ହରିବନ୍ଧୁ ବେହେରାଙ୍କୁ ଧକ୍କା ଦେଇଥିବା ଜଣାପଡ଼ିଛି। ଧକ୍କାରେ ଉଭୟେ ରାସ୍ତାରେ ପଡ଼ି ଆହତ ହୋଇଥିଲେ। ଘଟଣା ପରେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଉଭୟଙ୍କୁ ଚିକିଟି ମେଡିକାଲକୁ ନିଆଯାଇଥିଲା। ତେବେ ଚିକିଟି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ଉଭୟଙ୍କ ଅବସ୍ଥା ଗୁରୁତର ଥିବାରୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର ପାଇଁ ପରାମର୍ଶ ଦିଆଯାଇଥିଲା। ଆହତଙ୍କୁ ନେବା ପାଇଁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହୋଇଥିବା ନେଇ ପରିବାର ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏହି ବିଳମ୍ବକୁ ନେଇ ସେମାନେ ଅସନ୍ତୋଷ ପ୍ରକାଶ କରିବା ସହ ଗୁରୁତର ରୋଗୀଙ୍କ ପାଇଁ ତୁରନ୍ତ ଆମ୍ବୁଲାନ୍ସ ସେବା ଉପଲବ୍ଧ କରାଇବାକୁ ଦାବି କରିଛନ୍ତି। ଘଟଣା ସମ୍ପର୍କରେ ଚିକିଟି ଫାଣ୍ଡି ପୁଲିସ ପକ୍ଷରୁ ତଦନ୍ତ କରାଯାଉଥିବା ଜଣାପଡ଼ିଛି।

Ganjam (ଗଞ୍ଜାମ) • ରିପୋର୍ଟ: ଦୀପକ ଚୌଧୁରୀ ଓ ଦୁର୍ଗା ମାଧବ

ଅସୁରାଳିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି
Sep 21, 2026•54 views

ଅସୁରାଳିରେ ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି

୨୨ ଅଭିଯୋଗର ହେଲା ସ୍ଥଳୀୟ ସମାଧାନ, ରେଡକ୍ରସ ପାଣ୍ଠିରୁ ୬ ହଜାର ଟଙ୍କା ସହାୟତା ଭଦ୍ରକ, ୨୧/୦୯/୨୦୨୬: ଧାମନଗର ବ୍ଲକ୍ ଅନ୍ତର୍ଗତ ଅସୁରାଳି ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରସ୍ଥ ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ସୋମବାର ଜିଲ୍ଲାପାଳଙ୍କ ମିଳିତ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି। ଏହି ଜନଅଭିଯୋଗ ଶୁଣାଣିରେ ମୋଟ ୧୬୪ଟି ଅଭିଯୋଗ ଗ୍ରହଣ କରାଯାଇଥିଲା। ସେଥିମଧ୍ୟରୁ ୧୫୦ଟି ବ୍ୟକ୍ତିଗତ ସମସ୍ୟା, ୧୨ଟି ଗ୍ରାମୀଣ ସମସ୍ୟା ଏବଂ ରେଡକ୍ରସ୍ ଅଧୀନରେ ୨ଟି ଅଭିଯୋଗ ରହିଥିଲା। ଶୁଣାଣି ସମୟରେ ୨୨ଟି ଅଭିଯୋଗର ସ୍ଥଳୀୟ ସମାଧାନ କରାଯାଇଥିଲା। ଏଥିସହ ଜିଲ୍ଲା ରେଡକ୍ରସ୍ ପାଣ୍ଠିରୁ ୨ ଜଣ ଅଭିଯୋଗକାରୀଙ୍କୁ ମୋଟ ୬,୦୦୦ ଟଙ୍କାର ଆର୍ଥିକ ସହାୟତା ମଞ୍ଜୁର କରାଯାଇଛି। ଅଭିଯୋଗ ଶୁଣାଣିରେ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ଅତିରିକ୍ତ ଜିଲ୍ଲାପାଳ ସରୋଜ ଦତ୍ତ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା DRDAର ଶୁଭେନ୍ଦ୍ର ସାମଲ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣିଥିଲେ। ଜନସାଧାରଣଙ୍କ ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ସହ ଅଭିଯୋଗଗୁଡ଼ିକର ନିୟମାନୁସାରେ ଆବଶ୍ୟକ ପଦକ୍ଷେପ ନେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଝାରବନ୍ଧ କଲେଜରେ ଫିଟ୍ କଲେଜ ଅଭିଯାନ ଓ ମାନସିକ ଚାପ ନିରାକରଣ କାର୍ଯ୍ୟକ୍ରମ
Sep 21, 2026•6 views

ଝାରବନ୍ଧ କଲେଜରେ ଫିଟ୍ କଲେଜ ଅଭିଯାନ ଓ ମାନସିକ ଚାପ ନିରାକରଣ କାର୍ଯ୍ୟକ୍ରମ

ଝାରବନ୍ଧ -ପଞ୍ଚାୟତ ସମିତି ସ୍ନାତକ ମହାବିଦ୍ୟାଳୟ ରେ ମାନସିକ ଚାପ ନିରାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଶ୍ରୀ ଶ୍ୟାମସୁନ୍ଦର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ମାନସିକ ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ବରଗଡ଼ ରୁ ଆସିଥିବା କମୁନିଟି ସୱେର୍ଭିସର ବବୁନ କୁମାର ସାହୁ, କେଲିନିସିଆଲ ପ୍ସ୍ଯଚଲୋଜିଷ୍ଟ ଡ଼ା. ଯଶୋବନ୍ତ ରଣବୀର ଓ ସିଆସେ ରେଜିଷ୍ଟ୍ରି ଏସ୍ସିଷ୍ଟାନ୍ତ ରବୀନ୍ଦ୍ର ମେହେର ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ସଭା ଆରମ୍ଭରେ ଅଧ୍ୟାପିକା ମିନପ୍ରଭା ପ୍ରଧାନ ପ୍ରାରମ୍ଭିକ ସମ୍ଭାଷଣ ପ୍ରଦାନ କରିଥିଲେ । ଫିଟ୍ କଲେଜ ଅଭିଯାନ ସଂଯୋଜକ ଶ୍ରୀ ନବୀନ କୁମାର ମେହେର ଶାରୀରିକ ଓ ମାନସିକ ରୂପରେ ସୁସ୍ଥ ରହିବାକୁ ପ୍ରୋତ୍ସାହିତ କରିଥିଲେ । ଆଗନ୍ତୁକ ଅତିଥି ମାନେ ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ଚାପ ନିରାକରଣ ବିଷୟରେ ମାର୍ଗଦର୍ଶନ କରିଥିଲେ । ଅଧ୍ୟାପକ ଡ଼ଃ ଖ୍ୟାତିମୟ ତ୍ରିପାଠୀଙ୍କ ନେତୃତ୍ୱରେ ସମସ୍ତ ଅଧ୍ୟାପକ, କର୍ମଚାରୀ ତଥା ଛାତ୍ରଛାତ୍ରୀ ମାନସିକ ଚାପ ନିରାକରଣ ସମ୍ବନ୍ଧୀୟ ଶପଥ ପାଠ କରିଥିଲେ । କାର୍ଯ୍ୟକ୍ରମରେ ଡ଼ଃ ରଶ୍ମିରଞ୍ଜନ ମହାନ୍ତି, ଯାଜ୍ଞସେନି ନାୟକ, ରୀତାଞ୍ଜଳି ଗୁରୁ, ମୁକେଶ ବାଗ, ଚନ୍ଦ୍ରମଣି ବାଗ, କୁନି ସାହା, ଦୁର୍ଯୋଧନ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଶେଷରେ ଅଧ୍ୟାପକ ଗଗନ ବିହାରୀ ଦନସନା ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଟି ଛାତ୍ରଛାତ୍ରୀ ମାନଙ୍କୁ ମାନସିକ ଚାପ ନିରାକରଣ ରେ ନିଶ୍ଚୟ ସାହାଯ୍ୟ କରିବ ବୋଲି ଉପସ୍ଥିତ ଜନ ମତପ୍ରକାଶ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ: ଜିଲ୍ଲାରେ ମୋଟ ଭୋଟର ୧୧.୧୧ ଲକ୍ଷ
Sep 21, 2026•5 views

ବରଗଡ଼ରେ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ପ୍ରକାଶ: ଜିଲ୍ଲାରେ ମୋଟ ଭୋଟର ୧୧.୧୧ ଲକ୍ଷ

ବରଗଡ -ବରଗଡ଼ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆର୍‌ଇଆର୍‌) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା – ୨୦୨୬ , ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଏହି ଉଦ୍ଦେଶ୍ୟରେ ଆୟୋଜିତ ଏକ ବୈଠକରେ ବରଗଡ଼ ଅତିରିକ୍ତ ଜିଲ୍ଳାପାଳ ତଥା ଅତିରିକ୍ତ ଜିଲ୍ଳା ନିର୍ବାଚନ ଅଧିକାରୀ ଶ୍ରୀ ମହେନ୍ଦ୍ର ମହାପାତ୍ର ଚୂଡ଼ାନ୍ତ ଭୋଟର ତାଲିକା ଉନ୍ମୋଚନ କରିଥିଲେ। ବୈଠକରେ ଅତିରିକ୍ତ ଜିଲ୍ଳାପାଳ (ସାଧାରଣ) ମଧୁଛନ୍ଦା ସାହୁ, ଡେପୁଟି କଲେକ୍ଟର ସୂର୍ଯ୍ୟମଣି ଭୋଇ, ଏଚ. ଆର.ଏମ.ଏସ. ସଂଯୋଜକ ଶ୍ରୀକାନ୍ତ ତ୍ରିପାଠୀ ଏବଂ ଭାରତୀୟ ଜାତୀୟ କଂଗ୍ରେସ, ଆମ୍‌ ଆଦ୍‌ମୀ ପାର୍ଟି, ଭାରତୀୟ ଜନତା ପାର୍ଟି, ବିଜୁ ଜନତା ଦଳ ଆଦି ରାଜନୈତିକଦଳର ପ୍ରତିନିଧିମାନେ ଉପସ୍ଥିତ ରହି ଏହି ଭୋଟର ତାଲିକା ସମ୍ପର୍କରେ ନିଜ ନିଜର ମତାମତ ରଖିଥିଲେ। ବରଗଡ଼ ଜିଲ୍ଳାର ସମୁଦାୟ ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ୧୬୭୦ ଭୋଟଦାନ କେନ୍ଦ୍ର ଥିବାବେଳେ ଲିଙ୍ଗାନୁପାତ ୯୬୯.୧୫ ରହିଅଛି ଏବଂ ଭୋଟରଙ୍କ ସଂଖ୍ୟା ହେଉଛି ୧୧,୧୧,୯୪୨ । ତନ୍ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୫,୬୪,୬୬୬ ହୋଇଥିବାବେଳେ ମହିଳା ଭୋଟରଙ୍କର ସଂଖ୍ୟା ୫,୪୭,୨୪୭ ଏବଂ ତୃତୀୟ ଲିଙ୍ଗ ଭୋଟରଙ୍କର ସଂଖ୍ୟା ୨୮ ଅଟେ । ତା. ୦୫.୦୭.୨୦୨୬ ରେ ପ୍ରକାଶିତ ଚିଠା ଭୋଟର ତାଲିକା ତୁଳନାରେ ଚୂଡ଼ାନ୍ତ ଭୋଟର ତାଲିକାରେ ଭୋଟରଙ୍କ ସଂଖ୍ୟା ୫,୦୬୬ ବୃଦ୍ଧି ପାଇଛି। ପ୍ରକାଶଥାଉ କି, ଚିଠା ତାଲିକାରେ ମୋଟ ଭୋଟରଙ୍କ ସଂଖ୍ୟା ୧୧,୦୬,୮୭୬ ରହିଥିଲା। ଯେକୌଣସି ବ୍ୟକ୍ତି ନିଜ ନାମ କିମ୍ବା କୌଣସି ସମ୍ପର୍କୀୟଙ୍କ ନାମ ଭୋଟର ତାଲିକାରେ ଯାଞ୍ଚ କରିବା ପାଇଁ ଚାହିଁଲେ ନିମ୍ନୋକ୍ତ ମାଧ୍ୟମରେ କରିପାରିବେ l

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

District Collector Holds Public Grievance Hearing at Boden: 50 grievances registered; officials directed to ensure speedy redressal
Sep 21, 2026•35 views

District Collector Holds Public Grievance Hearing at Boden: 50 grievances registered; officials directed to ensure speedy redressal

Nuapada, Sept. 21: A public grievance hearing camp was held at the Boden Block Conference Hall under the chairmanship of Nuapada District Collector Madhusudan Dash on Monday. The Collector heard various grievances and problems raised by members of the public and directed the concerned departmental officials to take necessary steps for their prompt resolution. A total of 50 grievances were registered during the camp, including 37 individual grievances and 13 group grievances. After listening to the complainants, the Collector instructed the concerned officials to initiate necessary action and ensure timely disposal of the grievances. The Collector also reviewed the status of grievances received during previous public grievance hearing camps. He directed the officials to expedite the disposal of pending cases and ensure that the complainants receive appropriate services without unnecessary delay. During the camp, financial assistance of Rs. 5,000 each from the Red Cross Fund was provided to Mohan Jagat and Akaru Kuldeep of Litisargi village through cheques. To provide quality healthcare services to the public, a health camp for senior citizens and an Ayushman Arogya Camp were also organised at the venue. Health check-ups were conducted and necessary healthcare services were provided to the beneficiaries. Kamale Nial, a 98-year-old resident of Dumerbahal village, also underwent a health check-up at the camp. On the occasion, sarees and identity cards were distributed among Swachh Sathis. Among those present at the grievance hearing camp were Zilla Parishad Chief Executive Officer Lambodar Dharua, Sub-Collector Surmi Soren, Divisional Forest Officer Prantiy Aziz Khan, Chief District Medical Officer Dr. Ishani Mitra and Boden Block Vice-Chairperson Sangeeta Majhi. Deputy Collectors Sheikh Nasim and Roshan Kumar Jena, Boden BDO Chinmay Sagar and Tahasildar Sarita Gupta assisted in conducting the camp. A large number of district-level officials, departmental engineers, line department officials, block-level officials and employees, along with members of the public and media representatives, attended the grievance hearing camp.

Nuapada (ନୂଆପଡ଼ା) • Reports: Kashyap Jagat, Boden

ଗଂଜାମ ଜିଲ୍ଲା ର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ
Sep 21, 2026•7 views

ଗଂଜାମ ଜିଲ୍ଲା ର ଚୁଡାନ୍ତ ଭୋଟର ତାଲିକା ପ୍ରକାଶ

ଗଞ୍ଜାମ ଜିଲ୍ଲାରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ: ମୋଟ ଭୋଟର ସଂଖ୍ୟା ୨୮,୧୦,୯୫୧ଛତ୍ରପୁର:ଗଞ୍ଜାମ ଜିଲ୍ଲାରେ ଆଗାମୀ ନିର୍ବାଚନ ପାଇଁ ଚୂଡ଼ାନ୍ତ ଭୋଟର ତାଲିକା ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି। ପ୍ରକାଶିତ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲାର ୧୩ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚୂଡ଼ାନ୍ତ ଭୋଟରଙ୍କ ସଂଖ୍ୟା ୨୮,୧୦,୯୫୧ ରେ ପହଞ୍ଚିଛି।ଏହି ନୂତନ ଭୋଟର ତାଲିକାରେ ବିଶେଷ କରି ଯୁବ ଭୋଟରଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ୧୮ରୁ ୧୯ ବର୍ଷ ବୟସ ବର୍ଗର ମୋଟ ୧୯,୮୪୯ ଜଣ ନୂତନ ଯୁବ ଭୋଟର ସଫଳତାର ସହ ନିଜ ନାମ ପଞ୍ଜୀକୃତ କରିଛନ୍ତି। ଭୋଟରମାନଙ୍କ ସୁବିଧା ଏବଂ ସହଜରେ ମତଦାନ ପ୍ରକ୍ରିୟା ସମ୍ପାଦନ ପାଇଁ ଜିଲ୍ଲାରେ ମତଦାନ କେନ୍ଦ୍ର (ବୁଥ୍) ସଂଖ୍ୟା ମଧ୍ୟ ବୃଦ୍ଧି କରାଯାଇଛି। ପୂର୍ବରୁ ଥିବା ୩,୧୨୪ଟି ମତଦାନ କେନ୍ଦ୍ରକୁ ବୃଦ୍ଧି କରାଯାଇ ବର୍ତ୍ତମାନ ଏହାକୁ ୩,୯୨୫ ରେ ପହଞ୍ଚାଯାଇଛି।ଏହି ସମଗ୍ର ପ୍ରକ୍ରିୟା ଏବଂ ସଂଶୋଧନ କାର୍ଯ୍ୟକ୍ରମ ସଫଳତାର ସହ ଶେଷ ହୋଇଥିବାରୁ ଜିଲ୍ଲାପାଳ ସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ସଫଳତା ପାଇଁ ଜିଲ୍ଲାପାଳ ସମସ୍ତ ବୁଥ୍ ସ୍ତରୀୟ ଅଧିକାରୀ (BLO), ସରକାରୀ କର୍ମଚାରୀ, ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି, ଜିଲ୍ଲାବାସୀ ଏବଂ ଗଣମାଧ୍ୟମର ପ୍ରତିନିଧିମାନଙ୍କୁ ଆନ୍ତରିକ କୃତଜ୍ଞତା ଓ ସାଧୁବାଦ ଜଣାଇଛନ୍ତି।

Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଶ୍ରୀକ୍ଷେତ୍ର ପୁରୀରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ:
Sep 21, 2026•15 views

ଶ୍ରୀକ୍ଷେତ୍ର ପୁରୀରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ପାଳିତ:

ସମୁଦ୍ରକୂଳକୁ ସ୍ୱଚ୍ଛ ରଖିବାକୁ ଆହ୍ୱାନପୁରୀ:ଆମ ଉପକୂଳକୁ ସ୍ୱଚ୍ଛ ଓ ସୁନ୍ଦର ରଖିବା ପାଇଁ ଜନସାଧାରଣଙ୍କ ସହଭାଗିତା ଏକାନ୍ତ ଜରୁରୀ। ଏହି ଉଦ୍ଦେଶ୍ୟରେ ଆନ୍ତର୍ଜାତୀୟ ଉପକୂଳ ସ୍ୱଚ୍ଛତା ଦିବସ ଅବସରରେ ପୁରୀର ପ୍ରସିଦ୍ଧ ବ୍ଲୁ ଫ୍ଲାଗ୍ ବିଚ୍‌ଠାରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। "ସ୍ୱଚ୍ଛ ସାଗର, ସୁରକ୍ଷିତ ସାଗର" ବାର୍ତ୍ତାକୁ ନେଇ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉପକୂଳ ସୁରକ୍ଷା ଓ ଏହାର ପରିମଳ ବ୍ୟବସ୍ଥା ଉପରେ ବିଶେଷ ଆଲୋକପାତ କରାଯାଇଛି।ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପକୂଳ ସ୍ୱଚ୍ଛତାର ଆବଶ୍ୟକତା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ରଖିଥିଲେ। ସମୁଦ୍ର ଏବଂ ଏହାର ଆଖପାଖ ପରିବେଶକୁ ପ୍ରଦୂଷଣମୁକ୍ତ ରଖିବା ପାଇଁ ସମସ୍ତ ନାଗରିକ ଓ ପର୍ଯ୍ୟଟକମାନେ ଆଗେଇ ଆସିବାକୁ ସେ ଆହ୍ୱାନ ଦେଇଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରାଯାଇଥିଲା। ଏହି ଅବସରରେ ବହୁ ବିଶିଷ୍ଟ ବ୍ୟକ୍ତି, ସ୍ଥାନୀୟ ପ୍ରଶାସନିକ ଅଧିକାରୀ ଏବଂ ସ୍ୱେଚ୍ଛାସେବୀମାନେ ଉପସ୍ଥିତ ରହି ସମୁଦ୍ରକୂଳ ସଫେଇ କାର୍ଯ୍ୟରେ ସାମିଲ ହୋଇଥିଲେ।

Puri (ପୁରୀ) • ରିପୋର୍ଟ: ପ୍ରତାପ ଚନ୍ଦ୍ର ଘୋଡେ଼ଇ ପିପିଲି ପୁରୀ

ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଓ  ସୃଷ୍ଠି ନିୟୁଜ୍ କଳାହାଣ୍ଡି  ଜିଲ୍ଲା ପରିବାର ପକ୍ଷରୁ ନୂଆଁଖାଇ ଅବସରରେ ଜିଲ୍ଲାର ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ର ଜିଲ୍ଲା ସଭାପତି ଶ୍ରୀ ଦେବରାଜ ବାଣୁଆ
Sep 21, 2026•71 views

ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଓ ସୃଷ୍ଠି ନିୟୁଜ୍ କଳାହାଣ୍ଡି ଜିଲ୍ଲା ପରିବାର ପକ୍ଷରୁ ନୂଆଁଖାଇ ଅବସରରେ ଜିଲ୍ଲାର ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି ଜିଲ୍ଲା ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ର ଜିଲ୍ଲା ସଭାପତି ଶ୍ରୀ ଦେବରାଜ ବାଣୁଆ

କଳାହାଣ୍ଡି -ଜୁନାଗଡ଼ ବ୍ଲକ୍ ସମାଜ ସେବୀ ତଥା ସାମ୍ବାଦିକ ଶ୍ରୀ ଦେବରାଜ ବାଣୁଆ ଜିଲ୍ଲାରେ ନିଜସ୍ୱ ପରିଚୟ ସୃଷ୍ଟି କରିପାରିଥିବା ଏକ ଭିନ୍ନ ବ୍ୟକ୍ତିତ୍ୱ । ସେ ଓଡ଼ିଶା ଡ଼ିଜିଟାଲ୍ ମିଡ଼ିଆ ମହାସଂଘ ଜିଲ୍ଲା ସଭାପତି ସହ ଜୁନାଗଡ ବ୍ଲକ ର ପି. ନିୟୁଜ୍ ଇଣ୍ଡିଆ ହିନ୍ଦୀ ଓ ସୃଷ୍ଠି ନିୟୁଜ୍ ଓଡ଼ିଆ ସ୍ୱତନ୍ତ୍ର ସାମ୍ୱାଦିକ ସହ ସର୍ବ ଭାରତୀୟ ମିଡିଆ ସଂଘ ର ସଭ୍ୟ ଅଟନ୍ତି । ସେ ବ୍ଲକ୍ ର କୃଷକ ଓ ସାଧାରଣ ଲୋକ ଙ୍କ ହକ୍ ପାଇଁ ମଧ୍ୟ ଲଢ଼େଇ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି। ସେ ନୂଆଁଖାଇ ଅବସରରେ ଜିଲ୍ଲାର ସମସ୍ତଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜ୍ଞାପନ କରିଛନ୍ତି

Kalahandi (କଳାହାଣ୍ଡି) • ରିପୋର୍ଟ: ଦେବରାଜ ବଣୁଆ, ଜୁନାଗଡ