--:--:--
-- ---
Srishti News

Web News

ବିରମିତ୍ରପୁର ତହସିଲରେ ଜମି ଜାଲିଆତି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ
Aug 13, 2026•13 views

ବିରମିତ୍ରପୁର ତହସିଲରେ ଜମି ଜାଲିଆତି ମାମଲାରେ ଉଚ୍ଚସ୍ତରୀୟ ତଦନ୍ତ ଦାବିକଲେ ଯୋଜନା ବୋର୍ଡ଼ ଅଧକ୍ଷ ଶ୍ରୀ ତନ୍ତୀ

ରାଉରକେଲା : ଆଦିବାସୀ ବହୁଳ ଜିଲ୍ଳା ଭାବେ ପରିଚିତ ଆମ ସୁନ୍ଦରଗଡ଼ ରାଜସ୍ୱ ଜିଲ୍ଲାର ବିରମିତ୍ରପୁର ତହସିଲର ଲହଣ୍ଡା ରାଜସ୍ବ ନିରୀକ୍ଷକଙ୍କ ସର୍କଲ ଅଧୀନରେ ଥିବା ଲହଣ୍ଡା,ଖୁଣ୍ଟଗାଁ ଏବଂ ମିଟକୁନ୍ଦରୀ ଗ୍ରାମରେ ଏକର ଏକର ସରକାରୀ ଜମିକୁ କିଛି ଜମି ମାଫିଆ ମାନେ ତହସିଲ କାର୍ଯ୍ୟାଳୟର କିଛି ଅସାଧୁ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ମଧୁ ଚନ୍ଦ୍ରିକା କରି ଶାଗ ମାଛ ଦରରେ ନିଜ ନିଜ ନାମରେ କରାଇନେବା ପରେ ପୁନଃ ସେହି ଜମିଗୁଡିକୁ ଚଢା ଦରରେ ଲୋକଙ୍କୁ ବିକ୍ରୀ କରିବା ସହିତ କେତେକ ଜମିକୁ ପ୍ଲଟିଙ୍ଗ କରି ମଧ୍ୟ ବିକ୍ରି କରୁଥିବା ନେଇ ଅଭିଯୋଗ ପାଇବା ପରେ ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ତଥା ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗାଚରଣ ତନ୍ତୀ ଗତ କିଛିଦିନ ତଳେ ବିରମିତ୍ରପୁର ତହସିଲକୁ ପରିଦର୍ଶନରେ ଯାଇ ସାଧାରଣ ଲୋକଙ୍କ ଅଭିଯୋଗ ସମ୍ବନ୍ଧରେ ତହସିଲଦାରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ଘଟଣା ପରେ କିଛି ଜମିକୁ ଯଦିଓ ନିଜ ମୂଳ ସ୍ଥିତିକୁ ଫେରାଇ ଅଣାଯାଇଥିଲା ତେବେ ଏବେ ମଧ୍ୟ କେତେକ ଜମି ଜାଲିଆତିର ତଦନ୍ତ କରିବା ଆବଶ୍ୟକତା ନେଇ ଆଜି ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଶ୍ରୀ ତନ୍ତୀ ଭୁବନେଶ୍ୱରରେ ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କୁ ସାକ୍ଷାତ କରି ବିରମିତ୍ରପୁର ତହସିଲ ଅଞ୍ଚଳରେ ଥିବା ଲହଣ୍ଡା ଏବଂ ଖୁଣ୍ଟଗାଁ ଆର ଆଇ ସର୍କଲରେ ହୋଇଥିବା କେତେକ ଜମି ଜାଲିଆତିର ତଦନ୍ତ ପାଇଁ ଦାବି ଜଣାଇଛନ୍ତି ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ବରଗଡ଼ରେ ହର ଘର ତିରଙ୍ଗା, କଳାକାର, ଚିତ୍ରାଙ୍କନ ପ୍ରତିଯୋଗିତା
Aug 13, 2026•26 views

ବରଗଡ଼ରେ ହର ଘର ତିରଙ୍ଗା, କଳାକାର, ଚିତ୍ରାଙ୍କନ ପ୍ରତିଯୋଗିତା

ଚଳିତ ହର ଘର ତିରଙ୍ଗା ଅଭିଯାନ–୨୦୨୬ ଅନ୍ତର୍ଗତ ଆଜି ବରଗଡ଼ ସ୍ଥିତ ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଶିବିରରେ ୧୦୦ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିବା ବେଳେ ବରଗଡ଼ ତଥା ଏହାର ପଡ଼ୋଶୀ ଜିଲ୍ଲାର ପ୍ରାୟ ୨୦ ଜଣ ବିଶିଷ୍ଟ କଳାକାର ଯୋଗଦେଇ ହର ଘର ତିରଙ୍ଗା ଏବଂ ବିକଶିତ ଭାରତ ଗଠନରେ ଯୁବପିଢ଼ି (Gen G)ର ଦାୟିତ୍ୱ ଉପରେ ଆଧାରିତ ଚିତ୍ର ଅଙ୍କନ କରି ଚିତ୍ରକଳା ମାଧ୍ୟମରେ ଦେଶପ୍ରେମ, ଜାତୀୟ ଗୌରବ ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଖୋସଲା ଉପସ୍ଥିତ ରହି ଛାତ୍ରଛାତ୍ରୀ ଏବଂ କଳାକାରମାନଙ୍କ ସୃଜନଶୀଳତା ଓ ଦେଶପ୍ରେମମୟ ମନୋଭାବକୁ ପ୍ରଶଂସା କରି ଭବିଷ୍ୟତରେ କଳା ଓ ସାମାଜିକ ସଚେତନତା ମାଧ୍ୟମରେ ଦେଶ ଗଠନରେ ଅବଦାନ ରଖିବାକୁ ଆହ୍ୱାନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏହି ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ଆସନ୍ତା ୧୭ ଅଗଷ୍ଟ ୨୦୨୬ ତାରିଖରେ ବରଗଡ଼ର ଯଦୁମଣି ଅଡିଟୋରିୟମ୍ ଠାରେ ଆୟୋଜିତ ହେବାକୁଥିବା ତିରଙ୍ଗା କନସର୍ଟ ଓ ତିରଙ୍ଗା ଥିମ୍ ପ୍ରଦର୍ଶନୀ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରିବା ସହ କଳାକାର ଶିବିର ଓ ପ୍ରତିଯୋଗିତାରେ ପ୍ରସ୍ତୁତ ଚିତ୍ରଗୁଡ଼ିକୁ ପ୍ରଦର୍ଶିତ କରାଯିବ। ଏହି ଅବସରରେ ବହୁ ସଂଖ୍ୟକ ଜନସାଧାରଣ, ଛାତ୍ରଛାତ୍ରୀ, ଶିକ୍ଷକ, କଳାପ୍ରେମୀ ତଥା ଅଧିକାରୀ, ଶିକ୍ଷକ, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତାଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଅନୁଷ୍ଠିତ ହେବା ସହ, ଜିଲ୍ଲାରେ ହର ଘର ତିରଙ୍ଗା ଅଭିଯାନ ପ୍ରତି ଦେଶପ୍ରେମ ଓ ଜନସାମାନ୍ୟଙ୍କ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରିଛି।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ରାଉରକେଲା ମହାନଗର ନିଗମ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା
Aug 13, 2026•31 views

ରାଉରକେଲା ମହାନଗର ନିଗମ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ରାଉରକେଲା ୧୨/୮, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ଵାନ କ୍ରମେ ୮୦ତମ ସ୍ଵାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ତଥା ରାଷ୍ଟ୍ରୀୟ ସଙ୍ଗୀତ ବନ୍ଦେ ମାତରମର ୧୫୦ ବର୍ଷ ପୂର୍ତ୍ତି ଅବସରରେ ଦେଶ ବ୍ୟାପୀ "ହର୍ ଘର୍ ତ୍ରିରଙ୍ଗା" ଅଭିଯାନ ଅଧୀନରେ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜିତ ହେଉଛି। ଏହି ପରିପ୍ରେକ୍ଷୀରେ ଆଜି ରାଉରକେଲା ମହାନଗର ନିଗମ ତରଫରୁ ମଧ୍ୟ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ସ୍ଥାନୀୟ ଉଦିତନଗର ସ୍ଥିତ ଆମ୍ବେଦକର ଛକରୁ ଏହି ଶୋଭାଯାତ୍ରା ବାହାରି ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଶେଷ ହୋଇଥିଲା। ରାଉରକେଲା ସହରର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସହ ସ୍ଥାନୀୟ ଜନସାଧାରଣ ଉତ୍ସାହ ଓ ଉଦ୍ଦୀପନାର ସହ ହାତରେ ଜାତୀୟ ପତାକା ଧରି ଦେଶାତ୍ମବୋଧକ ନାରା ଦେଇ ଏହି ଶୋଭାଯାତ୍ରାରେ ସାମିଲ୍ ହୋଇଥିଲେ। ଏହି ଶୋଭାଯାତ୍ରାରେ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନାଃ ଦସ୍ତଗୀରଙ୍କ ସହ ଯୁଗ୍ମ ଆୟୁକ୍ତ ପଲ୍ଲବୀ ନାୟକ, ଉପ ପୌରାୟୁକ୍ତ ଅନୀତା ନାଏକ, ଉପ ପୌରାୟୁକ୍ତ ତରୁଣ କାନ୍ତ, ସହକାରୀ ପୌର ଆୟୁକ୍ତ ଅଜିତ କୁମାର ପଟ୍ଟନାୟକଙ୍କ ସହ ଆରଏମସି, ଆରଡିଏର ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଏବଂ ସ୍ଥାନୀୟ ଲୋକ ପ୍ରତିନିଧି ଏଥିରେ ସାମିଲ୍ ହୋଇଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରାକ ପ୍ରସ୍ତୁତି ବୈଠକ
Aug 13, 2026•17 views

ଜର୍ଣ୍ଣାଲିଷ୍ଟ ଆସୋସିଏସନର ପ୍ରାକ ପ୍ରସ୍ତୁତି ବୈଠକ

ରାଉରକେଲା: ରାଉରକେଲା ଜର୍ଣ୍ଣାଲିଷ୍ଟ ଆସୋସିଏସନର କାର୍ଯ୍ୟାଳୟ ଠାରେ ଆସନ୍ତା ୮୦ ତମ ସ୍ବାଧୀନତା ଦିବସ ପାଳନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ଅନୁଯାୟୀ ଆସନ୍ତା ୧୫ ତାରିଖ ଦିବା ୧୦ ଘଟିକା ରେ କାର୍ଯ୍ୟାଳୟ ପରିସରରେ ସ୍ବାଧୀନତା ଦିବସ ପାଳନ କରାଯିବ। ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଜାତୀୟ ପତାକା ଉତ୍ତୋଳନ ବେଳେ ବନ୍ଦେ ମାତରଂ ଓ ଜାତୀୟ ସଂଗୀତ ଗାନ କରାଯିବ। ଅତିଥିଙ୍କ ଅଭିଭାଷଣ ପରେ ମିଷ୍ଟାନ୍ନ ବଣ୍ଟନ କରାଯିବ। ଏହି ପ୍ରସ୍ତୁତି ବୈଠକରେ ସଭାପତି ଶ୍ରୀ ପଟ୍ଟନାୟକଙ୍କ ସହ, ଉପସଭାପତି କୁଞ୍ଜବିହାରୀ ରାଉତ, ସାଧାରଣ ସମ୍ପାଦକ ଅରୁଣ ଦାଶ, ସଂଗ୍ରାମ କେଶରୀ ଭୁୟାଁ,ଶୈଳେନ୍ଦ୍ର ସାହୁ, ଗାନ୍ଦୁର ଓରାମ, ରାଜେନ୍ଦ୍ର ପ୍ରସାଦ ପଣ୍ଡା,ସୈ।ମ୍ୟରଞ୍ଜନ ରାଉତ, ରାଜଦୀପ ମହାନ୍ତି, ସୁମନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଆସନ୍ତା କାର୍ଯ୍ୟକ୍ରମରେ ଆସୋସିଏସନର ସମସ୍ତ ସାମ୍ବାଦିକ ଭାଇ ଭଉଣୀମାନେ ଯୋଗଦେବା ପାଇଁ ଅନୁରୋଧ କରାଯାଇଛି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ରାଉରକେଲାକୁ ଜି.ସି.ସି. ସହର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫୋରମ୍‍
Aug 13, 2026•48 views

ରାଉରକେଲାକୁ ଜି.ସି.ସି. ସହର ମଧ୍ୟରେ ଅନ୍ତର୍ଭୁକ୍ତ କରାଯାଉ- ଥିଂକର୍ସ ଫୋରମ୍‍

ରାଉରକେଲା : ବିଗତ ଦିନରେ ଓଡ଼ିଶା ସରକାର କଟକ, ଭୁବନେଶ୍ୱର, ବରଗଡ଼,ସମ୍ୱଲପୁର, କେନ୍ଦୁଝର ଇତ୍ୟାଦି ସହରରେ ବିଶ୍ୱ ଦକ୍ଷତା କେନ୍ଦ୍ର ସ୍ଥାପନ ପାଇଁ ଘୋଷଣା କରି ଭୁବନେଶ୍ୱର ବ୍ୟତୀତ ଅନ୍ୟାନ୍ୟ ସହରରେ ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛନ୍ତି । ଭାରତରେ ଇଂରାଜୀ ଜ୍ଞାନ ଥାଇ ବିଜ୍ଞାନ ଇଞ୍ଜିନିୟରିଂ କୁଶଳୀ ମାନବ ସମ୍ୱଳ ବିଶ୍ୱର ସବୁଠାରୁ ଅଧିକ ଓ ଆମେରିକା-ଇଉରୋପ ବିକଶିତ ଦେଶ ତୁଳନାରେ ଖୁବ୍‍ କମ୍‍ ପାରିଶ୍ରମିକରେ ଉପଲବ୍ଧ ହୋଇପାରୁଥିବାରୁ ଭାରତରେ ବର୍ତ୍ତମାନ ବିଶ୍ୱ ଦକ୍ଷତା କ୍ଷେତ୍ରରେ ସବୁଠାରୁ ଅଗ୍ରଣୀ ଦେଶ ଭାବରେ ଉଭା ହୋଇଛି । ସରକାରୀ ଆକଳନ ଅନୁଯାୟୀ ୨୫୦୦ କେନ୍ଦ୍ର ଭାରତରେ ୧୧୦ ବିଲିୟନ୍‍ ଡଲାର ବ୍ୟବସାୟ କରିବା ସହ ୪୫ ଲକ୍ଷ ନିଯୁକ୍ତି ସୃଷ୍ଟି କରିବ ଓ ଭାରତ ପରି ଦେଶରେ ବେରୋଜଗାରୀ ସବୁଠାରୁ ବଡ଼ ସମସ୍ୟା ହୋଇଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରୋତ୍ସାହନ, ପ୍ରସାରଣ ନୀତି ବିଶେଷ ଗୁରୁତ୍ୱପୂର୍ଣ୍ଣ ବହନ କରେ । ଏହି ମର୍ମରେ ମେଟ୍ରୋ ସହର ବ୍ୟତୀତ ସରକାର ଦ୍ୱିତୀୟ ଓ ତୃତୀୟ ଶ୍ରେଣୀ ସହରରେ ଅପେକ୍ଷାକୃତ ଖୁବ୍‍ କମ ଖର୍ଚ୍ଚରେ ଏହାର ପ୍ରତିଷ୍ଠା ଓ ପରିଚାଳନା ହୋଇପାରିଥିବାରୁ ଗତ ବଜେଟ୍‍ରେ କେନ୍ଦ୍ର ସରକାର ଏହି ସବୁ ଛୋଟ ସହର ପାଇଁ ପ୍ରୋତ୍ସାହନ ନୀତି ଘୋଷଣା କରିଛନ୍ତି ଓ ଓଡ଼ିଶା ସରକାର ମଧ୍ୟ ଭୁବନେଶ୍ୱର ବ୍ୟତୀତ ଜି.ସି.ସି ନୀତି ପ୍ରଣୟନ କରିଛନ୍ତି । କେନ୍ଦ୍ର ସରକାରଙ୍କର ୨/୩ ଶ୍ରେଣୀ ସହର ପାଇଁ ଜି.ସି.ସି. ନୀତିରେ ଭିତ୍ତିଭୂମି, ସ୍ମାର୍ଟସିଟି, ପି.ଏମ୍‍. ଗତିଶକ୍ତି, ବିତ୍ତୀୟ ସହାୟତା, ଏସ୍‍.ଟି.ପି.ଆଇ କର ରିହାତି, ଏସ୍‍.ଇ.ଜେଡ୍‍ ସ୍ଥାପନ ପ୍ରତିଭା ଓ ଦକ୍ଷତା ଉତ୍କର୍ଷ ଉଚ୍ଚ ଶିକ୍ଷା କେନ୍ଦ୍ର ଇତ୍ୟାଦି କେତୋଟି ପ୍ରମୁଖ ବିଷୟକୁ ଗୁରୁତ୍ୱ ଦେଉଥିବା ବେଳେ ରାଉରକେଲା ଏହି ସବୁ ବିଷୟ ପରିପ୍ରେକ୍ଷୀରେ ଏକ ଉତ୍ତମ ତୃତୀୟ ଶ୍ରେଣୀ ସହର ଭାବେ ପ୍ରମୁଖ ସ୍ଥାନ । କର୍ଣ୍ଣାଟକ, ତାମିଲନାଡୁ, ଆନ୍ଧ୍ରପ୍ରଦେଶ, କେରଳ, ଗୁଜୁରାଟ, ମହାରାଷ୍ଟ୍ର ଭଳି ରାଜ୍ୟ ତାଙ୍କର ଜି.ସି.ସି ନୀତିରେ ଦ୍ୱିତୀୟ ଓ ତୃତୀୟ ସହର ଯଥା ମହିଶୁର, ମାଙ୍ଗାଲୋର, ହୁବଳି-ଧାରୱାତ, କୋଏମ୍ୱାଟୁର, ମଦୁରାଇ, ତ୍ରିଚୁରାପଲ୍ଲୀ, ୱାରାଙ୍ଗଲ, ନାନ୍‍ବେଡ଼, ତ୍ରିଭାନ୍ଦ୍ରମ୍‍, ଖମାମ୍‍ ଇତ୍ୟାଦି ସହରକୁ ପ୍ରୋତ୍ସାହନ କରୁଛନ୍ତି ଓ ବହୁମାତ୍ରାରେ ସଫଳ ମଧ୍ୟ ହେଉଛନ୍ତି । ରାଉରକେଲାରେ ପାରଂପାରିକ ଜେନେରିକ କଲ ସେଣ୍ଟର ବା ଆଇ.ଟିର ସହାୟକ ସେବା କେନ୍ଦ୍ରିକ ନ ହୋଇ ଇଂଜିନିୟରିଂ ଗବେଷଣା, କୋର୍‍ଟେକ୍‍, ମାନୁଫାକ୍‍ଚରିଂ, ଡିଜାଇନ୍‍ ସହାୟତା, ଇତ୍ୟାଦି କ୍ଷେତ୍ର ପାଇଁ ଓଡ଼ିଶାର ସର୍ବୋକୃଷ୍ଟ ସ୍ଥାନ । ଏଠାରେ ଉଲ୍ଲେଖନୀୟ ଯେ ଆନ୍ତର୍ଜାତୀୟ ସଂସ୍ଥାମାନଙ୍କୁ କେତୋଟି ଜିସିସି ସହାୟତା ପାଇଁ ୨୨୪୭ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଆୟକର ଛାଡ଼ ପ୍ରାବଧାନ ମଧ୍ୟ କରିଛନ୍ତି । ଭୁବନେଶ୍ୱର ବ୍ୟତୀତ ରାଉରକେଲା ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଶିଳ୍ପ, ଶିକ୍ଷା, କ୍ରୀଡ଼ା, ପରିବେଶ, ସ୍ୱଚ୍ଛତା, ସାମାଜିକ ଭିତ୍ତିଭୂମି, ଇତ୍ୟାଦି ଅନେକ କ୍ଷେତ୍ରରେ ନିଜର ପାରଦର୍ଶିତା ପାଇଁ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ସରକାରଙ୍କର ରାଉରକେଲାରେ ଥିବା ଏସ୍‍.ଟି.ପି.ଆଇ. ପାର୍କର ସାମାନ୍ୟ ଉନ୍ନତିକରଣର ଏହି ଲକ୍ଷ ସାଧାନ ହୋଇପାରିବ ନାହିଁ । ତେଣୁ ସରକାର ଉପରୋକ୍ତ ବିଷୟକୁ ପର୍ଯ୍ୟାଲୋଚନା କରି ରାଉରକେଲାର ନ୍ୟାର୍ଯ୍ୟ ଦାବି ଭାବରେ ଏହାକୁ ଜି.ସି.ସି. ତାଲିକାରେ ଅନ୍ତର୍ଭୁକ୍ତ କରିବା ସହ ବୃହତ୍ତ ଓ ପାରଂପାରିକ ଶିଳ୍ପ ବ୍ୟତୀତ ବୈଷୟିକ, ନବସୃଜନ, ନୂତନ ଅର୍ଥନୀତିର ଏକ ପ୍ରମୁଖ କେନ୍ଦ୍ର ରୂପେ ପରିଣତ କରନ୍ତୁ । ଏହି ମର୍ମରେ ଥିଂକର୍ସ ଫରୋମ୍‍ର ଆବାହକ ନଳିନୀ କାନ୍ତ ଧର ମୁଖ୍ୟମନ୍ତ୍ରୀ, ଶିଳ୍ପମନ୍ତ୍ରୀ, ଆଇ.ଟି. ମନ୍ତ୍ରୀ, ଇଲେକ୍‍ଟ୍ରୋନିକ୍‍ସ ଓ ଆଇ.ଟି. ବିଭାଗ ଅତିରିକ୍ତ ସଚିବ, ଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ, ସାଂସଦ ଓ ବିଧାୟକଙ୍କୁ ସ୍ମାରକ ପତ୍ର ମାଧ୍ୟମରେ ଦାବି ଜଣାଇଛନ୍ତି ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଅନୁଗୋଳ ପୋଲିସକୁ ଡିଜିପି ଡିସ୍କ ସମ୍ମାନ
Aug 13, 2026•100 views

ଅନୁଗୋଳ ପୋଲିସକୁ ଡିଜିପି ଡିସ୍କ ସମ୍ମାନ

ଅନୁଗୋଳ: ଅନୁଗୋଳ ପୋଲିସ ପାଇଁ ଆସିଛି ଗର୍ବର ମୁହୂର୍ତ୍ତ। ଅଗଷ୍ଟ ୧୨ ତାରିଖରେ ଭୁବନେଶ୍ୱରସ୍ଥିତ ପୋଲିସ ଭବନରେ ଅନୁଷ୍ଠିତ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ପୋଲିସ ଡିଜିଙ୍କ ପକ୍ଷରୁ ଅନୁଗୋଳ ଏସ୍‌ପି ଶ୍ରୀ ରାହୁଲ ଜୈନ, ଆଇପିଏସ୍‌, ଇନ୍ସପେକ୍ଟର ଶ୍ରୀ ଦିଗବିଜୟ ବିଶ୍ୱାଳ ଏବଂ ଡ୍ରାଇଭର ଶ୍ରୀ ଶ୍ରୀବତ୍ସ ବେହେରାଙ୍କୁ ସମ୍ମାନଜନକ ଡିଜିପି ଡିସ୍କ ପ୍ରଦାନ କରାଯାଇଛି। ନିଷ୍ଠା, ଉତ୍ସର୍ଗୀକୃତ ସେବା, ଅନୁକରଣୀୟ କାର୍ଯ୍ୟଦକ୍ଷତା ଓ ବୃତ୍ତିଗତ ଉତ୍କର୍ଷତା ପାଇଁ ଏହି ସମ୍ମାନ ପ୍ରଦାନ କରାଯାଇଛି। ଏହି ସଫଳତା ପାଇଁ ପୁରସ୍କାରପ୍ରାପ୍ତ ଅଧିକାରୀ ଓ କର୍ମଚାରୀଙ୍କ ସମେତ ସମଗ୍ର ଅନୁଗୋଳ ପୋଲିସ ପରିବାରକୁ ଅଭିନନ୍ଦନ ଜଣାଯାଇଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ପ୍ରସନ୍ନ ପାଟ୍ଟଶାଣୀ ଙ୍କ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନ
Aug 13, 2026•19 views

ପ୍ରସନ୍ନ ପାଟ୍ଟଶାଣୀ ଙ୍କ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନ

ରାଉରକେଲା: ପ୍ରାକ୍ତନ ସାଂସଦ, ପ୍ରାକ୍ତନ ମନ୍ତ୍ରୀ ତଥା ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ର ରାଜ୍ୟ ସଭାପତି ଡ଼ ପ୍ରସନ୍ନ ପାଟ୍ଟଶାଣୀ ରାଉରକେଲା ଗସ୍ତରେ ଆସି ଆଇଟିଆଇ ଛକ ନିକଟସ୍ଥ ନିଖିଳ ଉତ୍କଳ ଖଣ୍ଡାୟତ କ୍ଷତ୍ରିୟ ମହାସଭା ପରିଦର୍ଶନରେ ଆସିଥିଲେ। ଡ ପାଟ୍ଟଶାଣୀ ଙ୍କ ସାଥିରେ ପୃଥ୍ବୀ କ୍ଷତ୍ରିୟ ମହାସଂଘର ସଭାପତି ପ୍ରଫେସର ଡ କିଶୋର ଦେବୀଦତ୍ତ ପୃଥ୍ୱୀରାଜ ପ୍ରତାପ ସିଂହ ଓ ମହାସଭାର ଉପସଭାପତି ଋଷିନାଥ ବିଶ୍ବାଳ ପ୍ରମୁଖ ହକିଛକ ନିକଟରେ ପହଞ୍ଚିବା ପରେ ସେଠାରେ ଉତ୍କଳ କୁମାର ବିଶ୍ବାଳ, ରଞ୍ଜିତ ବିଶ୍ବାଳ, ରଞ୍ଜନ ସିଂ, ବିଭୁତି ପାଇକରାୟ,ମାନସ ଦାସ ଙ୍କ ନେତୃତ୍ବରେ ଶତାଧିକ କର୍ମୀ ପହଞ୍ଚି ଡ ପାଟ୍ଟଶାଣୀ,ଡ ପ୍ରତାପ ସିଂହ, ଶ୍ରୀ ବିଶ୍ବାଳ ଙ୍କୁ ପୁଷ୍ପଗୁଛ ଓ ପୁଷ୍ପମାଲ୍ୟ ଅର୍ପଣ କରି ଉଛ୍ବସିତ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ସେଠାରୁ ଏକ ଶୋଭାଯାତ୍ରାରେ ମହାସଭା କାର୍ଯ୍ୟାଳୟ ପର୍ଯ୍ୟନ୍ତ ପାଛୋଟି ନିଆଯାଇଥିଲା। ଡ ପାଟ୍ଟଶାଣୀ ଓ ଡ ପ୍ରତାପ ସିଂହ ଅନୁଷ୍ଠାନକୁ ଅଧିକ କ୍ରିୟାଶୀଳ କରିବା, ସମସ୍ତଙ୍କ ମଧ୍ୟରେ ଐକ୍ୟବଦ୍ଧତା ଓ ଯୁବ ନେତୃତ୍ବର ଆବଶ୍ୟକତା ତଥା ମହାସଭାର ବିଭିନ୍ନ ସମସ୍ୟାର ପ୍ରତିକାର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମହାସଭାର ପ୍ରାକ୍ତନ ସମ୍ପାଦକ ସ୍ବର୍ଗତ ନୃସିଂହ ଜେନାଙ୍କ ସ୍ଥାନରେ ଯୁବନେତା ରଞ୍ଜିତ ବିଶ୍ବାଳ ଙ୍କୁ ସମ୍ପାଦକ ଦାୟିତ୍ବ ସର୍ବସମ୍ମତିକ୍ରମେ ସମ୍ପାଦକ ଦାୟିତ୍ବ ଅର୍ପଣ କରାଯାଇଥିଲା। ଏଥିପାଇଁ ଶ୍ରୀ ବିଶ୍ବାଳ ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଜଣାଇବା ସହ ଅନୁଷ୍ଠାନକୁ ଶକ୍ତିଶାଳୀ କରିବା ପାଇଁ ପ୍ରତିଶ୍ରୁତି ବଦ୍ଧ ହୋଇଥିଲେ। ଏହା ସହ ଡ ପାଟ୍ଟଶାଣୀ ଓ ସମସ୍ତ କର୍ମକର୍ତ୍ତା ଆଇଟିଆଇ ସ୍ଥିତ ତାରିଣୀ ମନ୍ଦିର ଓ ସେକ୍ଟର ୧୬ର ସୂର୍ଯ୍ୟ ନନ୍ଦିନୀ ସହ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଲାଲୁ ଛେତ୍ରୀ,ସିଲୁ ଦାସ,ଆଲୋକ ମାହତୋ,କିଶନ ସିଂ,ବଣ୍ଟି ସିଂ,ରୋଷନ ସିଂ, ଅନୀଲ ମହାନନ୍ଦ,ଲଖନ ଲୋହାର,ମୋତି ସିଂ,କୈ।ଶଲ୍ୟା, ସୁସ୍ମିତା, ସୁଷମା, ନାରାୟଣୀ,ଦିବ୍ୟା ତଥା ମହାସଭାର ମୁଖପାତ୍ର କୁଞ୍ଜବିହାରୀ ରାଉତ ପ୍ରମୁଖ ଙ୍କ ସହ ଶତାଧିକ ଭାଇ ଓ ମହସଭା ନିକଟରେ ଥିବା ସମସ୍ତ ଦୋକାନୀ ଭାଇ ମାନେ ଉପସ୍ଥିତ ଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଫକୀର ମୋହନ ମାର୍କେଟ ଜଳାର୍ଣ୍ଣବ, ପ୍ରତିକାର ଦାବି
Aug 13, 2026•22 views

ଫକୀର ମୋହନ ମାର୍କେଟ ଜଳାର୍ଣ୍ଣବ, ପ୍ରତିକାର ଦାବି

ରାଉରକେଲା: ଗତ ଅପରାହ୍ନ ଓ ଆଜି ମୂଷଳ ଧାରା ବର୍ଷରେ ରେଲୱେ ପାଚେରୀ ମଧ୍ୟରେ ଗର୍ତ୍ତ ହୋଇ ସେଠାକାର ପାଣି ଓ ବର୍ଷା ପାଣି ପ୍ରବଳ ବେଗରେ ନୂଆ ବସଷ୍ଟାଣ୍ଡ ସ୍ଥିତ ଫକୀର ମୋହନ ମାର୍କେଟ ମଧ୍ୟରେ ପ୍ରବେଶ କରିଥିଲା। ମାର୍କେଟ ର ତଳ ଭାଗରେ ଥିବା ସମସ୍ତ ଦୋକାନ ଗୁଡିକରେ ପାଣି ପ୍ରବେଶ କରିବା ପରେ ଦୋକାନରେ ଥିବା ଆସବାବପତ୍ର ଓ ବିଭିନ୍ନ ସାମଗ୍ରୀ ନଷ୍ଟ ହୋଇଥିବା ଜଣାପଡିଛି। ଏହାଦ୍ବାରା ଦୋକାନୀ ଭାଇ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଡ୍ରେନେଜ ସୁବିଧା ନଥିବାରୁ ଆଗାମୀ ଦିନରେ ଦୋକାନୀ ଭାଇ ମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବା ଏକ ପ୍ରକାର ନିଶ୍ଚିତ ହୋଇଛି। ତେଣୁ ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ଏହି ସମସ୍ୟାର ସମାଧାନ ପାଇଁ ମାର୍କେଟ ର ସଭାପତି ଅକ୍ଷୟ କୁମାର ଭୂୟାଁ, ସମ୍ପାଦକ ମହେଶ କୁମାର ଗୈ।ଡ, ଶ୍ୟାମସୁନ୍ଦର ଜେନା, ରଞ୍ଜନ କୁମାର ମହାପାତ୍ର ପ୍ରମୁଖ ଅନୁରୋଧ କରିଛନ୍ତି।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ରେଲୱେ ଷ୍ଟେସନର ସେଡ଼୍ ଭୁଶୁଡିବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳମନ୍ତ୍ରୀଙ୍କୁ ବିଧାୟକଙ୍କ  ଚିଠି.
Aug 13, 2026•5 views

ରେଲୱେ ଷ୍ଟେସନର ସେଡ଼୍ ଭୁଶୁଡିବା ପ୍ରସଙ୍ଗରେ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ରେଳମନ୍ତ୍ରୀଙ୍କୁ ବିଧାୟକଙ୍କ ଚିଠି.

ରାଉରକେଲା : ଦକ୍ଷିଣ ପୂର୍ବ ରେଲୱେ ଅଞ୍ଚଳରେ ଥିବା ଚକ୍ରଧରପୁର ଡିଭିଜନ ଅନ୍ତର୍ଗତ ରାଉରକେଲା ରେଲୱେ ଷ୍ଟେସନକୁ ଯିବା ଆସିବା କରୁଥିବା ଯାତ୍ରୀ ଏବଂ ସେମାନଙ୍କର ସମ୍ପର୍କୀୟ ମାନଙ୍କୁ ଖରା ଓ ବର୍ଷାରୁ ରକ୍ଷା କରିବା ପାଇଁ ରେଲୱେ ବିଭାଗ ପକ୍ଷରୁ ରାଉରକେଲା ରେଲୱେ ଷ୍ଟେସନ ସମ୍ମୁଖରେ ଏକ ଉଚ୍ଚତା ବିଶିଷ୍ଟ ସେଡ଼ ନିର୍ମାଣ କରାଯାଇଥିଲା । ଗତକାଲି ହୋଇଥିବା ବର୍ଷାରେ ଉକ୍ତ ସେଡ଼ଟି ଭୁଶୁଡି ପଡିଥିଲା । ଭଗବାନଙ୍କ କୃପାରୁ କୌଣସି ଲୋକ ଆହତ ହୋଇନଥିବା ବେଳେ ଏକ କାର ଏବଂ ଅଟୋରିକ୍ସା କ୍ଷତିଗ୍ରସ୍ତ ହୋଇଥିଲା । ତେବେ ବିଭାଗୀୟ ଇଞ୍ଜିନିୟର ମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ନିର୍ମାଣ ହେଉଥିବା ଏହି ସେଡ଼ଟି ହଠାତ ଯେପରି ଭୁଶୁଡି ପଡ଼ିଲା, ଏଥିରୁ ସ୍ପଷ୍ଟ ହେଉଅଛି କି ଯେ ନିର୍ମାଣ କାର୍ଯ୍ୟ ଅତି ନିମ୍ନ ମାନର ହେଉଥିଲା । କାରଣ ଯେଉଁ ବର୍ଷା ଜଳରୁ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ସେଡ଼ଟି ନିର୍ମାଣ ହେଉଥିଲା ସେହି ବର୍ଷାରେ ସେଡଟି ଭୁଶୁଡି ପଡିବା ଏକ ଗମ୍ଭୀର ବିଷୟ । ତେଣୁ ଘଟଣାର ଗମ୍ଭୀରତାକୁ ହୃଦବୋଧ କରି ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରି ଦୋଷୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ଭବିଷ୍ୟତରେ ଏପରି ଘଟଣାର ପୁନରାବୃତ୍ତି ଯେପରି ନହୁଏ ସେ ସମ୍ବନ୍ଧରେ ଆବଶ୍ୟକ ପଦକ୍ଷେପ ନେବାକୁ ରଘୁନାଥପାଲ୍ଲୀ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧକ୍ଷ ଦୁର୍ଗା ଚରଣ ତନ୍ତୀ ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ଜୁମାର ବୈଷ୍ଣବଙ୍କୁ ପତ୍ର ଲେଖିଛନ୍ତି ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଜଙ୍ଗଲ ମଝିରେ ଜଙ୍ଗଲ ଜଗିଛନ୍ତି ମା"ଖଣ୍ଡାଦୁର୍ଗା ଦେବୀଙ୍କ ମନ୍ଦିର ଆଦିବାସୀଙ୍କ ଆରାଧ୍ୟା ଦେବୀ
Aug 13, 2026•52 views

ଜଙ୍ଗଲ ମଝିରେ ଜଙ୍ଗଲ ଜଗିଛନ୍ତି ମା"ଖଣ୍ଡାଦୁର୍ଗା ଦେବୀଙ୍କ ମନ୍ଦିର ଆଦିବାସୀଙ୍କ ଆରାଧ୍ୟା ଦେବୀ

ହାତୀମୁଣ୍ଡା ଘଞ୍ଚ ଜଙ୍ଗଲ ଓ ପାହାଡିଆ ପରିବେଶର ନୀରବତା ମଧ୍ୟରେ ଭକ୍ତଙ୍କ ବିଶ୍ୱାସରେ ଜାଗ୍ରତ ହୋଇଛନ୍ତି ମା ଖଣ୍ଡାଦୁର୍ଗା ହାତୀମୁଣ୍ଡା -ନୂଆଗାଁ ରାସ୍ତାଠାରୁ ପ୍ରାୟ ୯ କିଲୋମିଟର ଦୂରରେ ଅବସ୍ଥିତ ଏହି ପୀଠ ଆଜି ଅଞ୍ଚଳବାସୀଙ୍କ ଭକ୍ତିରେ ଏକ ପବିତ୍ର ସ୍ଥାନ ପାଲଟିଛି ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ ମଧ୍ୟରେ ପୂଜିତ ଖଣ୍ଡାଦୁର୍ଗା ମା'ଙ୍କୁ ଅଞ୍ଚଳବାସୀ ପ୍ରତ୍ୟକ୍ଷ ଦେବୀ ଭାବେ ବିଶ୍ୱାସ କରିଆସୁଛନ୍ତି ଖଣ୍ଡାଦୁର୍ଗା ମା କେବଳ ଜଣେ ଦେବୀ ନୁହନ୍ତି,ସ୍ଥାନୀୟ ଆଦିବାସୀ ସମାଜର ଆସ୍ଥା ପରମ୍ପରା ଓ ସଂସ୍କୃତିର ଏକ ଅଂଶ ଦୀର୍ଘବର୍ଷ ଧରି ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଖଣ୍ଡାଦୁର୍ଗା ମା'ଙ୍କୁ ନିଜର ଆରାଧ୍ୟା ଦେବୀ ଭାବେ ପୂଜା କରିଆସୁଛନ୍ତି!ମା'ଙ୍କ ନିକଟରେ ଭକ୍ତିର ସହ ପ୍ରାର୍ଥନା କଲେ ମନୋସ୍କାମନା ପୂରଣ ହୁଏ ବୋଲି ଭକ୍ତମାନଙ୍କ ମଧ୍ୟରେ ଅଟୁଟ ବିଶ୍ୱାସ ରହିଛି ଏଠାରେ ନଥିଲା କୌଣସି ବିଶାଳ ମନ୍ଦିର କିମ୍ୱା ଆଡମ୍ବର! ଏକ ଖୋଲା ସ୍ଥାନରେ ଲିଙ୍ଗ ଫୁଟି ଥିଲେ ଖଣ୍ଡାଦୁର୍ଗା ମା' ଆଦିବାସୀ ଲୋକମାନେ ନିଜ ପରମ୍ପରା ଅନୁଯାୟୀ ପୂଜାର୍ଚ୍ଚନା କରୁଥିଲେ ସମୟ ବଦଳିଲା,ଭକ୍ତଙ୍କ ସଂଖ୍ୟା ବଢିଲା ଏବଂ ମା'ଙ୍କ ପ୍ରତି ଲୋକଙ୍କ ବିଶ୍ୱାସ ଆହୁରି ଦୃଢ଼ ହେଲା ଫଳରେ ଭକ୍ତ ଓ ଅଂଚଳବାସୀଙ୍କ ସହଯୋଗରେ ସେହି ସ୍ଥାନରେ ଏବେ ମନ୍ଦିର ନିର୍ମାଣ ହୋଇଛି ମା'ଙ୍କ ପୀଠର ବିକାଶ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳୁଛି ଦଶହରା ପର୍ବ ଅବସରରେ ଏଠାରେ ଭକ୍ତଙ୍କ ସମାଗମ ବଢିଯାଏ ଦୂରଦୂରାନ୍ତରୁ ଶ୍ରଦ୍ଧାଳୁମାନେ ଆସି ମା'ଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରନ୍ତି ମା'ଙ୍କ ପୀଠକୁ ଆସିଲେ ମନକୁ ଶାନ୍ତି ମିଳେ ବୋଲି ଅନେକ ଭକ୍ତଙ୍କ ମତ ରହିଛି ଖଣ୍ଡାଦୁର୍ଗା ମା'ଙ୍କ ପୀଠରେ ଆଉ ଏକ ପ୍ରାକୃତିକ ପରିବେଶ ପାହାଡ଼,ସବୁଜ ବନାନୀ ଓ ଶାନ୍ତ ପରିବେଶ ମଧ୍ୟରେ ଥିବା ଏହି ପୀଠ ଆଧ୍ୟାତ୍ମିକତା ସହ ପ୍ରକୃତିର ଏକ ପୀଠ ବୋଲି କୁହାଯାଇଛି ଏହି କାରଣରୁ ଆଗାମୀ ଦିନରେ ଏହି ସ୍ଥାନ ଧାର୍ମିକ ପର୍ଯ୍ୟଟନର ଏକ ଆକର୍ଷଣୀୟ କେନ୍ଦ୍ର ହୋଇପାରିବ ବୋଲି ଅଞ୍ଚଳବାସୀ ଆଶା ରଖିଛନ୍ତି ପୀଠର ବିକାଶ ପାଇଁ ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି ଭକ୍ତଙ୍କ ସୁବିଧା,ମନ୍ଦିର ପରିସରର ସୌନ୍ଦର୍ଯ୍ୟକରଣ ଓ ଆବଶ୍ୟକ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି ଆଗାମୀ ଦିନରେ ଭକ୍ତଙ୍କ ସହଯୋଗ ଓ ଅଞ୍ଚଳବାସୀଙ୍କ ସମର୍ଥନରେ ଖଣ୍ଡାଦୁର୍ଗା ମା'ଙ୍କ ପୀଠ ଆହୁରି ବିକଶିତ ହେବ ବୋଲି କମିଟି ଆଶା ପ୍ରକାଶ କରିଛି ଆଦିବାସୀ ସମାଜର ଆରାଧ୍ୟା ଦେବୀ ଭାବେ ପୂଜିତ ଖଣ୍ଡାଦୁର୍ଗା ମା' ଙ୍କ ଏହି ପୀଠ ଆଜି କେବଳ ଏକ ମନ୍ଦିର ନୁହେଁ ଏହା ଲୋକଙ୍କ ଅଟୁଟ ବିଶ୍ୱାସ,ପରମ୍ପରା ଭକ୍ତିର ଏକ ପ୍ରତୀକ ଦିନେ ଯେଉଁଠି ଖୋଲା ସ୍ଥାନରେ ମା'ଙ୍କ ଆରାଧନା ହେଉଥିଲା,ଆଜି ସେଠାରେ ଠିଆ ହୋଇଛି ମନ୍ଦିର! ସତରେ ଜଙ୍ଗଲ ଜଗିଛନ୍ତି -ଖଣ୍ଡାଦୁର୍ଗା ମା'!

Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁ

ବରଗଡ଼ରେ ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ
Aug 13, 2026•18 views

ବରଗଡ଼ରେ ହର ଘର ତିରଙ୍ଗା ଅଭିଯାନ ଅନ୍ତର୍ଗତ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ଚଳିତ ହର ଘର ତିରଙ୍ଗା ଅଭିଯାନ–୨୦୨୬ ଅନ୍ତର୍ଗତ ଆଜି ବରଗଡ଼ ସ୍ଥିତ ଶକ୍ତି ନଗର ଗଜଲକ୍ଷ୍ମୀ ପୂଜା ମଣ୍ଡପ ଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ କଳାକାର ଶିବିର ଓ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଶିବିରରେ ୧୦୦ରୁ ଅଧିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଉତ୍ସାହର ସହିତ ଅଂଶଗ୍ରହଣ କରିଥିବା ବେଳେ ବରଗଡ଼ ତଥା ଏହାର ପଡ଼ୋଶୀ ଜିଲ୍ଲାର ପ୍ରାୟ ୨୦ ଜଣ ବିଶିଷ୍ଟ କଳାକାର ଯୋଗଦେଇ ହର ଘର ତିରଙ୍ଗା ଏବଂ ବିକଶିତ ଭାରତ ଗଠନରେ ଯୁବପିଢ଼ି (Gen G)ର ଦାୟିତ୍ୱ ଉପରେ ଆଧାରିତ ଚିତ୍ର ଅଙ୍କନ କରି ଚିତ୍ରକଳା ମାଧ୍ୟମରେ ଦେଶପ୍ରେମ, ଜାତୀୟ ଗୌରବ ଏବଂ ଏକ ବିକଶିତ ଭାରତର ସ୍ୱପ୍ନକୁ ସୁନ୍ଦର ଭାବେ ଉପସ୍ଥାପନ କରିଥିଲେ। ଜିଲ୍ଲାପାଳ ଶ୍ରୀ ଆଦିତ୍ୟ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ ଏବଂ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ପ୍ରହ୍ଲାଦ ଖୋସଲା ଉପସ୍ଥିତ ରହି ଛାତ୍ରଛାତ୍ରୀ ଏବଂ କଳାକାରମାନଙ୍କ ସୃଜନଶୀଳତା ଓ ଦେଶପ୍ରେମମୟ ମନୋଭାବକୁ ପ୍ରଶଂସା କରି ଭବିଷ୍ୟତରେ କଳା ଓ ସାମାଜିକ ସଚେତନତା ମାଧ୍ୟମରେ ଦେଶ ଗଠନରେ ଅବଦାନ ରଖିବାକୁ ଆହ୍ୱାନ ଜଣାଇଥିଲେ। ସୂଚନାଯୋଗ୍ୟ ଯେ, ଏହି ଚିତ୍ରାଙ୍କନ ପ୍ରତିଯୋଗିତାର ବିଜେତାମାନଙ୍କୁ ଆସନ୍ତା ୧୭ ଅଗଷ୍ଟ ୨୦୨୬ ତାରିଖରେ ବରଗଡ଼ର ଯଦୁମଣି ଅଡିଟୋରିୟମ୍ ଠାରେ ଆୟୋଜିତ ହେବାକୁଥିବା ତିରଙ୍ଗା କନସର୍ଟ ଓ ତିରଙ୍ଗା ଥିମ୍ ପ୍ରଦର୍ଶନୀ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ସମ୍ମାନିତ କରିବା ସହ କଳାକାର ଶିବିର ଓ ପ୍ରତିଯୋଗିତାରେ ପ୍ରସ୍ତୁତ ଚିତ୍ରଗୁଡ଼ିକୁ ପ୍ରଦର୍ଶିତ କରାଯିବ। ଏହି ଅବସରରେ ବହୁ ସଂଖ୍ୟକ ଜନସାଧାରଣ, ଛାତ୍ରଛାତ୍ରୀ, ଶିକ୍ଷକ, କଳାପ୍ରେମୀ ତଥା ଅଧିକାରୀ, ଶିକ୍ଷକ, ସ୍ୱେଚ୍ଛାସେବୀ ଓ ସାଧାରଣ ଜନତାଙ୍କ ଉପସ୍ଥିତରେ କାର୍ଯ୍ୟକ୍ରମଟି ସଫଳତାର ସହିତ ଅନୁଷ୍ଠିତ ହେବା ସହ, ଜିଲ୍ଲାରେ ହର ଘର ତିରଙ୍ଗା ଅଭିଯାନ ପ୍ରତି ଦେଶପ୍ରେମ ଓ ଜନସାମାନ୍ୟଙ୍କ ଅଂଶଗ୍ରହଣକୁ ଆହୁରି ସୁଦୃଢ଼ କରିଛି।

Bargarh (ବରଗଡ଼) • ସତ୍ୟ ସୁରୁଜାଲ

ଡ୍ୟୁଟି ଛାଡ଼ି ‘ଭାଗବଣ୍ଟା’ରେ ବ୍ୟସ୍ତ ହୋମଗାର୍ଡ! ପାଣିକୋଇଲି ଛକରେ କର୍ତ୍ତବ୍ୟକୁ ନେଇ ଉଠିଲା ପ୍ରଶ୍ନ
Aug 13, 2026•21 views

ଡ୍ୟୁଟି ଛାଡ଼ି ‘ଭାଗବଣ୍ଟା’ରେ ବ୍ୟସ୍ତ ହୋମଗାର୍ଡ! ପାଣିକୋଇଲି ଛକରେ କର୍ତ୍ତବ୍ୟକୁ ନେଇ ଉଠିଲା ପ୍ରଶ୍ନ

ପାଣିକୋଇଲି: ଯାଜପୁର ଜିଲ୍ଲା ପାଣିକୋଇଲି ଛାରିଛକରେ ଡ୍ୟୁଟି କରୁଥିବା ଦୁଇ ହୋମଗାର୍ଡଙ୍କ କାର୍ଯ୍ୟଶୈଳୀକୁ ନେଇ ଏବେ ପ୍ରଶ୍ନ ଉଠିଛି। ଚାରିଛକରେ ଯାନବାହନ ଓ ଲୋକଙ୍କ ଯାତାୟାତ ନିୟନ୍ତ୍ରଣ କରିବା ବଦଳରେ ଦୁଇ ହୋମଗାର୍ଡ ପରସ୍ପର ମଧ୍ୟରେ କୌଣସି ‘ଭାଗବଣ୍ଟା’କୁ ନେଇ ଆଲୋଚନା କରୁଥିବା ଦୃଶ୍ୟର ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦୁଇ ହୋମଗାର୍ଡ ଡ୍ୟୁଟି ସ୍ଥଳରେ ରହି ପରସ୍ପର ମଧ୍ୟରେ ଦୀର୍ଘ ସମୟ ଧରି କଥାବାର୍ତ୍ତା କରୁଥିବା ଦେଖାଯାଉଛି। ସେମାନଙ୍କ ଆଲୋଚନାର ବିଷୟ କ’ଣ ଥିଲା, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏହି ଦୃଶ୍ୟକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି। ସ୍ଥାନୀୟ ଲୋକଙ୍କ ଅଭିଯୋଗ, ଚାରିଛକ ଭଳି ବ୍ୟସ୍ତ ଅଞ୍ଚଳରେ ଟ୍ରାଫିକ୍ ନିୟନ୍ତ୍ରଣ ଓ ଲୋକଙ୍କ ସୁରକ୍ଷିତ ଯାତାୟାତ ପାଇଁ ହୋମଗାର୍ଡଙ୍କ ଦାୟିତ୍ୱ ରହିଛି। ଏପରି ସ୍ଥାନରେ ଯଦି ଡ୍ୟୁଟି ସମୟରେ କର୍ତ୍ତବ୍ୟ ପାଳନ ପରିବର୍ତ୍ତେ ବ୍ୟକ୍ତିଗତ ଆଲୋଚନାରେ ସମୟ କଟୁଥାଏ, ତେବେ ଏହା ନିଶ୍ଚିତ ଭାବେ ଚିନ୍ତାର ବିଷୟ ବୋଲି ମତ ପ୍ରକାଶ ପାଇଛି। ଅଭିଯୋଗ ଅନୁସାରେ, ଉଚ୍ଚପଦସ୍ଥ ଅଧିକାରୀଙ୍କ ଗାଡ଼ି ନିକଟକୁ ଆସିଲେ ହୋମଗାର୍ଡମାନେ ନିଜ ସ୍ଥାନରୁ ଦୌଡ଼ି ଆସୁଥିବା ଏବଂ ପରେ ପୁଣି ପାନ ଦୋକାନ ନିକଟକୁ ଚାଲିଯାଉଥିବା ନେଇ ମଧ୍ୟ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି। ତେବେ ଏହି ଅଭିଯୋଗର ସତ୍ୟତା ସମ୍ପର୍କରେ ସମ୍ପୃକ୍ତ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଖାକି ପୋଷାକ ପିନ୍ଧିବା କେବଳ ଦାୟିତ୍ୱର ପରିଚୟ ନୁହେଁ, ଏହା ଲୋକଙ୍କ ପ୍ରତି କର୍ତ୍ତବ୍ୟର ମଧ୍ୟ ପ୍ରତୀକ। ତେଣୁ ଡ୍ୟୁଟି ସମୟରେ କର୍ତ୍ତବ୍ୟ ପାଳନରେ ଅବହେଳା ହେଉଛି କି ନାହିଁ, ତାହା ନେଇ ସମ୍ପୃକ୍ତ ଉଚ୍ଚପଦସ୍ଥ ଅଧିକାରୀ ତଦନ୍ତ କରିବା ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି। ଭିଡିଓଟି ପ୍ରସାରଣ ପରେ ସମ୍ପୃକ୍ତ ବିଭାଗ ଏହାକୁ କିପରି ଗ୍ରହଣ କରୁଛି ଏବଂ ଡ୍ୟୁଟିରେ ଥିବା ହୋମଗାର୍ଡମାନଙ୍କ ବିରୋଧରେ କୌଣସି ତଦନ୍ତ କିମ୍ବା ପଦକ୍ଷେପ ନିଆଯାଉଛି କି ନାହିଁ—ସେଥିପ୍ରତି ଏବେ ସମସ୍ତଙ୍କ ନଜର।

Jajpur (ଯାଜପୁର) • ରିପୋର୍ଟ: ନିରୋଜ କୁମାର ସେଠୀ