--:--:--
-- ---
Srishti News

Web News

SBI ରେ ଚାକିରି ନାଁରେ ବିଶାଳ ଠକେଇ: ଛତ୍ରପୁର ପୋଲିସ ଦ୍ୱାରା ନକଲି ନିଯୁକ୍ତି ରାକେଟ୍‌ର ପର୍ଦ୍ଦାଫାଶ, ଜଣେ ଗିରଫ
Aug 19, 2026•16 views

SBI ରେ ଚାକିରି ନାଁରେ ବିଶାଳ ଠକେଇ: ଛତ୍ରପୁର ପୋଲିସ ଦ୍ୱାରା ନକଲି ନିଯୁକ୍ତି ରାକେଟ୍‌ର ପର୍ଦ୍ଦାଫାଶ, ଜଣେ ଗିରଫ

​ଛତ୍ରପୁର: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ନିଶ୍ଚିତ ଚାକିରି ଯୋଗାଇଦେବାର ମିଥ୍ୟା ପ୍ରତିଶ୍ରୁତି ଦେଇ ବେକାର ଯୁବକଙ୍କଠାରୁ ଲକ୍ଷାଧିକ ଟଙ୍କା ଠକି ନେଉଥିବା ଏକ ନକଲି ନିଯୁକ୍ତି ରାକେଟ୍‌ର પର୍ଦ୍ଦାଫାଶ କରିଛି ଛତ୍ରପୁର ପୋଲିସ। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ତାଙ୍କ ନିକଟରୁ ବହୁ ପରିମାଣର ନକଲି ନିଯୁକ୍ତି ପତ୍ର, ଆଇଡି କାର୍ଡ ଓ ବ୍ୟାଙ୍କ ନଥିପତ୍ର ଜବତ କରାଯାଇଛି।   ​ମାମଲାର ପୃଷ୍ଠଭୂମି: ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ 'ପ୍ରମେୟ' ଦୈନିକ ସମ୍ବାଦପତ୍ରରେ ବିଜ୍ଞାପନ ଦେଇ ସରକାରୀ ଓ ବ୍ୟାଙ୍କ ଚାକିରି କରାଇଦେବାର ପ୍ରଲୋଭନ ଦେଖାଉଥିଲେ। ଜଣେ ଆଶାୟୀ ଯୁବକ ଏହି ବିଜ୍ଞାପନ ଦେଖି ତାଙ୍କ ସହ ଯୋଗାଯୋଗ କରିବା ପରେ, ପୋଷାକ (Uniform) ଏବଂ ସିକ୍ୟୁରିଟି ଡିପୋଜିଟ୍ ଆଦି ଭିନ୍ନ ଭିନ୍ନ ବାହାନାରେ କିସ୍ତି ଆକାରରେ ୫୦,୦୦୦ ଟଙ୍କା ନିଆଯାଇଥିଲା। ଟଙ୍କା ପାଇବା ପରେ ଅଭିଯୁକ୍ତ ଆହୁରି ଟଙ୍କା ଦାବି କରିବା ସହ ଯୋଗାଯୋଗ ବିଚ୍ଛିନ୍ନ କରିଦେଇଥିଲେ। ଅଭିଯୋଗ ଆଧାରରେ ଛତ୍ରପୁର ଥାନାରେ କେସ୍ ନଂ ୩୯୪ (ତାରିଖ: ୨୮.୦୬.୨୦୨୫), ଧାରା ୩୧୮(୪) BNS ଏବଂ ସେକ୍ସନ୍ ୬୬C/୬୬(D) IT ଆକ୍ଟ ଅଧୀନରେ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ​ଗିରଫ ଅଭିଯୁକ୍ତ ଜଣକ ହେଲେ ପଞ୍ଚାନନ ପଣ୍ଡା (୪୨), ପିତା- ନାରାୟଣ ଚନ୍ଦ୍ର ପଣ୍ଡା। ଗ୍ରାମ- ନଦିଆଗାଁ, ଥାନା- ଧୂଷୁରୀ, ଜିଲ୍ଲା- ଭଦ୍ରକ (ବର୍ତ୍ତମାନ ରହଣି: ଓଲ୍ଡ ଟାଉନ୍, ଭୁବନେଶ୍ୱର)। ଅଭିଯୁକ୍ତଙ୍କ ନିକଟରୁ ପୋଲିସ ​୦୪ ଟି ମୋବାଇଲ୍ ଫୋନ୍ ​୬୧ ଟି ନକଲି ନିଯୁକ୍ତି ପତ୍ର ଓ ୨୬ ଟି ଫାଙ୍କା (Blank) ନିଯୁକ୍ତି ପତ୍ର ​୨୫ ଟି ଚାକିରି ଆଶାୟୀଙ୍କ ନକଲି ପରିଚୟ ପତ୍ର (ID Card) ​୦୯ ଟି ବିଜ୍ଞାପନ ଲେଟର ପ୍ୟାଡ୍ ଓ ୦୨ ଟି ଅଭିଯୁକ୍ତଙ୍କ ପରିଚୟ ପତ୍ର ​୦୬ ଟି ବ୍ୟାଙ୍କ passbook, ୦୨ ଟି ATM କାର୍ଡ, ବାୟୋଡାଟା ନୋଟବୁକ୍ ଓ ପାସପୋର୍ଟ ସାଇଜ୍ ଫଟୋ ଜବତ କରାଯାଇ ଥିବାର ଜଣାଯାଏ। ଓଡ଼ିଶା ପୋଲିସ ତରଫରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି ଯେ, ଟଙ୍କା ବଦଳରେ ସରକାରୀ କିମ୍ବା ବ୍ୟାଙ୍କ ଚାକିରିର ନିଶ୍ଚିତ ପ୍ରତିଶ୍ରୁତି ଦେଉଥିବା ବିଜ୍ଞାପନପ୍ରତି ସତର୍କ ରୁହନ୍ତୁ। ଚାକିରି ସମ୍ବନ୍ଧୀୟ ସମସ୍ତ ତଥ୍ୟ ସର୍ବଦା ସମ୍ପୃକ୍ତ ସଂସ୍ଥାର ଅଫିସିଆଲ୍ ୱେବସାଇଟ୍‌ରେ ଯାଞ୍ଚ କରନ୍ତୁ ଏବଂ କୌଣସି ଅଜଣା ବ୍ୟକ୍ତିଙ୍କୁ ଟଙ୍କା କିମ୍ବା ବ୍ୟକ୍ତିଗତ କାଗଜପତ୍ର ଦିଅନ୍ତୁ ନାହିଁ।

Ganjam (ଗଞ୍ଜାମ) • ରିପୋର୍ଟ୍: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ବନ୍ୟାରେ ବରୀ ବେହାଲ, ବରୀ ଗ୍ରିଡ୍‌ରେ ପାଣି ପଶି ବିଦ୍ୟୁତ ସେବା ଠପ୍
Aug 19, 2026•33 views

ବନ୍ୟାରେ ବରୀ ବେହାଲ, ବରୀ ଗ୍ରିଡ୍‌ରେ ପାଣି ପଶି ବିଦ୍ୟୁତ ସେବା ଠପ୍

ଯାଜପୁର: ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ବନ୍ୟାଜଳ ବୃଦ୍ଧି ପାଇବା ଯୋଗୁଁ ଯାଜପୁର ଜିଲ୍ଲାର ବରୀ ବ୍ଲକ ଏବେ ବନ୍ୟା ପ୍ରକୋପରେ ବେହାଲ ହୋଇପଡ଼ିଛି। ବ୍ଲକର ଅଧିକାଂଶ ପଞ୍ଚାୟତ ଜଳବନ୍ଦୀ ହୋଇଥିବା ବେଳେ ଅନେକ ଗାଁରେ ଜନଜୀବନ ଗୁରୁତର ଭାବେ ପ୍ରଭାବିତ ହୋଇଛି। ବନ୍ୟା ପରିସ୍ଥିତି ଅଧିକ ଗମ୍ଭୀର ହେବାରୁ ବାଲିବିଲ, ବହଁରା, ରତାଳଙ୍ଗ, ଅଲିପୁର, ବଦୁଅ, ବଇଁଶୀରିଆ, କଳାମାଟିଆ, ଗମୁ, ସେରପୁର, ଚନ୍ଦନପୁର ଓ ଗୋଳକୁଣ୍ଡ ସମେତ ବିଭିନ୍ନ ପଞ୍ଚାୟତ ବନ୍ୟାଜଳ ଘେରରେ ରହିଛି। ରାସ୍ତାଘାଟରେ ପାଣି ଜମିବା ଯୋଗୁଁ ଯାତାୟାତ ମଧ୍ୟ ବାଧାପ୍ରାପ୍ତ ହୋଇଛି। ବନ୍ୟାଜଳ ବୃଦ୍ଧି ଯୋଗୁଁ ବରୀ ଅଞ୍ଚଳର ସ୍କୁଲ ଓ କଲେଜଗୁଡ଼ିକ ବନ୍ଦ ରହିଛି। ଏହାଫଳରେ ଶିକ୍ଷାଦାନ ବ୍ୟବସ୍ଥା ମଧ୍ୟ ପ୍ରଭାବିତ ହୋଇଛି। ଅନ୍ୟପକ୍ଷରେ, ବନ୍ୟା ପାଣି ବରୀ ଗ୍ରିଡ୍‌ ଭିତରକୁ ପଶିଯିବାରୁ ବିଦ୍ୟୁତ ସରବରାହ ସମ୍ପୂର୍ଣ୍ଣ ଠପ୍‌ ହୋଇଯାଇଛି। ବିଦ୍ୟୁତ ବିଚ୍ଛିନ୍ନ ହେବା ଯୋଗୁଁ ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଦିନ ଅପେକ୍ଷା ରାତି ସମୟରେ ଅଧିକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନ୍ଧାରରେ ଜଳବନ୍ଦୀ ଅଞ୍ଚଳରେ ରହିବା ଲୋକଙ୍କ ଚିନ୍ତାକୁ ଆହୁରି ବଢ଼ାଇଦେଇଛି। ବନ୍ୟାଜଳ ଆହୁରି ବଢ଼ିଲେ ପରିସ୍ଥିତି ଅଧିକ ଜଟିଳ ହେବାର ଆଶଙ୍କା ରହିଛି। ତେଣୁ ପ୍ରଭାବିତ ଅଞ୍ଚଳରେ ତୁରନ୍ତ ରିଲିଫ୍‌, ଉଦ୍ଧାର ଓ ଆବଶ୍ୟକ ସେବା ଯୋଗାଇବା ସହ ବିଦ୍ୟୁତ ସେବା ପୁନର୍ବାହାଲ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

ଡ୍ରାଇଭର ସଂଘର ଦ୍ଵିତୀୟ ଦିନ ଆନ୍ଦୋଳନ: ଅନଲାଇନ୍ କମ୍ପାନୀ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ
Aug 19, 2026•55 views

ଡ୍ରାଇଭର ସଂଘର ଦ୍ଵିତୀୟ ଦିନ ଆନ୍ଦୋଳନ: ଅନଲାଇନ୍ କମ୍ପାନୀ ବିରୋଧରେ ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଅନଲାଇନ୍ ଆପ୍-ଆଧାରିତ କମ୍ପାନୀଗୁଡ଼ିକର ମନମୁଖୀ ନୀତି ଏବଂ ବର୍ଦ୍ଧିତ ଖର୍ଚ୍ଚ/EMI ବିରୋଧରେ ଡ୍ରାଇଭର ମହାସଂଘର ଆନ୍ଦୋଳନ ଆଜି ଦ୍ଵିତୀୟ ଦିନରେ ପହଞ୍ଚିଛି। ପ୍ରାୟ ୨୦ଟି ଡ୍ରାଇଭର ସଂଗଠନ ଏକାଠି ହୋଇ ନିଜର ହକ୍ ଓ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ଏବଂ ଅହିଂସାତ୍ମକ ଉପାୟରେ ପ୍ରତିବାଦ ଜାରି ରଖିଛନ୍ତି ​ଶାନ୍ତିପୂର୍ଣ୍ଣ ନିବେଦନ: ରାସ୍ତାଘାଟ ଓ ଗଳିକନ୍ଦିରେ ଆନ୍ଦୋଳନକାରୀ ଡ୍ରାଇଭର ଭାଇମାନେ ଅନ୍ୟ ସମସ୍ତ ଡ୍ରାଇଭରମାନଙ୍କୁ ଅନଲାଇନ୍ ସେବା ବନ୍ଦ ରଖିବା ପାଇଁ ହାତ ଯୋଡ଼ି ନେହୁରା ହେଉଛନ୍ତି। ​ବର୍ଦ୍ଧିତ EMI ଓ ପ୍ରାପ୍ୟ ଦାବି: ଅନଲାଇନ୍ କମ୍ପାନୀଗୁଡ଼ିକ ଦ୍ୱାରା ହେଉଥିବା ଶୋଷଣ ବିରୋଧରେ ଏବଂ ବର୍ଦ୍ଧିତ ପ୍ରାପ୍ୟ/EMI ସୁବିଧା ଦାବିରେ ଏହି ସଂଗ୍ରାମ ଜାରି ରହିଛି। ​ଅହିଂସା ମାର୍ଗ: କୌଣସି ଅପ୍ରୀତିକର ପରିସ୍ଥିତି ନସୃଷ୍ଟି କରି ଶାନ୍ତିପୂର୍ଣ୍ଣ ଭାବେ ନିଜର ଦାବି ସରକାର ଓ କମ୍ପାନୀ କର୍ତ୍ତୃପକ୍ଷଙ୍କ ନିକଟରେ ପହଞ୍ଚାଇବାକୁ ସଂଘ ନିଷ୍ପତ୍ତି ନେଇଛି। ​ସଂଘର ବାର୍ତ୍ତା: ଆମେ ଆମର ହକ୍ ଓ ଅଧିକାର ପାଇଁ ଏହି ଲଢ଼େଇ କରୁଛୁ। ସମସ୍ତ ଡ୍ରାଇଭର ଭାଇ ଏକାଠି ହୋଇ ଅନଲାଇନ୍ ସେବା ବନ୍ଦ କରନ୍ତୁ ଏବଂ ଏହି ଆନ୍ଦୋଳନକୁ ସଫଳ କରନ୍ତୁ।"🙏

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର:ରିପୋର୍ଟ ସୁଶାନ୍ତ କୁମାର ମହାକୁଡ଼

ଧରମପୁର ରେ ଘୋଲିଆ ମରାମତି ର ଦୃଶ୍ୟ
Aug 19, 2026•42 views

ଧରମପୁର ରେ ଘୋଲିଆ ମରାମତି ର ଦୃଶ୍ୟ

ଯାଜପୁର ଜିଲ୍ଲା , ବିଂଝାରପୁର ବ୍ଲକ୍ ଅନ୍ତର୍ଗତ ଫତେପୁର ଓ ବଛୋଲ ମଧ୍ୟସ୍ଥ ଧରମ ନିକଟରେ ଏକ ଘୋଳିଆ ହୋଇଥିବାର ଦୃଶ୍ୟ ସ୍ଥାନୀୟ ଲୋକେ ଦେଖି ଲୋକଙ୍କ ମନରେ ଛାନିଆ ପଶିଥିଲା | ସେଠାକାର ଯୁବକ ଓ ସମାଜ ସେବୀ ତୁରନ୍ତ ପ୍ରଶାସନକୁ ଖବର ଦେମା ମାନ୍ତ୍ରକେ ସେଠାରେ ପ୍ରଶାସନ ର ଅଧିକାରୀ ପହଂଚି ଲୋକମାନଙ୍କୁ ସାହସ , ଭରସା ଦେଇ ଗୋଲିଆ ମରାମତି ପାଇଁ ସମସ୍ତ ବନ୍ଦୋବସ୍ତ କରି ସ୍ଥାନୀୟ ଯୁବକ ମାନଙ୍କୁ ମନ ବଳ ବଢ଼ାଇ ସେଠାରୁ ପ୍ରତ୍ୟ ବର୍ତ୍ତନ କରିଥିଲେ | ବଛୋଲ୍ ସରପଞ୍ଚଙ୍କୁ ବୋଧହୁଏ ଦାୟିତ୍ୱ ନେସ୍ତ କରିଥିବାର ସୂଚନାରୁ ବାରୀ ହୁଏ , ଆମେ ଯାହା ଅନୁଧ୍ୟାନ କଲୁ , ସେଠାରେ ଉପସ୍ଥିତ ଯୁବକ ମାନେ ବିର ଦର୍ପରେ କାମ କରୁଥିବାର ସୂଚନା ଅଛି | ଆମେ ଖବର ପାଇ ସେଠାରେ ପହଂଚି , ତାଜା ଚିତ୍ର ଆପଣ ମାନଙ୍କୁ ଦେଖାଉ ଅଛୁ |

Jajpur (ଯାଜପୁର) • ଉଦୟ ନଥି ଯେନା ଙ୍କ ସହ ରାଜୁ ଜେନା ଙ୍କ ରିପୋର୍ଟ

ଭଦ୍ରକ ଭଣ୍ଡାରିପୋଖରୀରେ ବୈତରଣୀ ବନ୍ୟା ସହ ଆସିଲା ବିରାଟ ଅଜଗର!
Aug 19, 2026•62 views

ଭଦ୍ରକ ଭଣ୍ଡାରିପୋଖରୀରେ ବୈତରଣୀ ବନ୍ୟା ସହ ଆସିଲା ବିରାଟ ଅଜଗର!

ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ ବୈତରଣୀ ନଦୀର ବନ୍ୟା ମଧ୍ୟରେ ଏକ ବିରାଟ ଅଜଗର ଦେଖାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହେଶପୁର ନିକଟ ନଦୀବନ୍ଦ ଉପରେ ବିଶାଳ ସାପଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ସାପଟି ବନ୍ୟାଜଳରେ ଭାସି ଉପରମୁଣ୍ଡ ଅଞ୍ଚଳରୁ ଆସିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। କେହି କେହି ଏହାକୁ ‘ପାହାଡ଼ିଆ ସାପ’ ବୋଲି କହୁଥିବା ବେଳେ, ସାପଟିର ପ୍ରକୃତ ପ୍ରଜାତି ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ବିଶାଳ ସାପକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ସାପଟି ନିକଟକୁ ନଯାଇ ଦୂରତା ବଜାୟ ରଖନ୍ତୁ। ବନ୍ୟପ୍ରାଣୀ ବିଭାଗ/ସାପ ଉଦ୍ଧାରକାରୀଙ୍କୁ ଖବର ଦେବା ସବୁଠାରୁ ସୁରକ୍ଷିତ ପଦକ୍ଷେପ।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

କବିତାର ଶୀର୍ଷକ: ବୀର ଜବାନ୍
Aug 18, 2026•182 views

କବିତାର ଶୀର୍ଷକ: ବୀର ଜବାନ୍

ବୀର ଯବାନ: ସପଥ ସିନ୍ଧୁର ବୀରବର ତୁମେ କୋଳହରେ ମା ପୁତ୍ର। ଧନ୍ୟ ତୁମ ଜନ୍ମ ଏଇ ଭାରତରେ ଧନ୍ୟ ଆଜି ତୁମ ମନ। ଧରଣୀ ମା ର ଯୋଗ୍ୟ ସନ୍ତାନ ସରଗଠୁ ବଡ଼ ତୁମେ। ସହଜ ସରଳ ନୁହେଁଇ ଜୀବନ ପଥର ସଦୃଶ୍ୟ ମନ। ଜୀବନର ପଥେ ଜୀବଯାଉ ପଛେ ରଖିବା ମା ର ମାନ। ଗର୍ବ ଅନୁଭବ କରୁଥାଏ ମା କୋଳରେ ହେଲ ତା ଜନ୍ମ। ଜୀବନରେ କେବେ ପଛକୁ ଫେରିନି ଆସୂ ଯେତେ ଝଡ଼ ଝଞା । ସକଳର ସେହି ପହିଲି ଖରାର ସୁନେଲି କିରଣ ସନ୍ଧ୍ୟା। ସ୍କିତ ହସ ଦେଇ କଥା କୁହ ଯେବେ ମୋହିନେଇ ଯାଅ ମନ । ସହଜରେ ତୁମେ ଏତେ କଷ୍ଟ ପାଅ ଲାଗେକି କଣ୍ଟକ ବୃକ୍ଷ। ନୀଳ ଆକାଶରେ ପ୍ରଫୁଲ୍ଲିତ ତୁମେ ଗର୍ବିତ ଆଜି ଦେଶ । ସଂଜୀବନୀ ମନ୍ତ୍ର ସାଧନେ ଜାଗ୍ରତ ଜଙ୍ଗଲରେ କଟେ ଦୀନ। ସୁପ୍ତ ନିଶିଥିନୀ ପାହି ଆସୁଅଛି ରବିଙ୍କର ଆଗ ମନେ। ଏ ଧରଣୀ ରାଣୀ ହସି ଉଠୁ ଅଛି ତୁମ ରି ଆଗ ମନରେ। ସତ୍ୟ ନିଷ୍ଠ ସତ୍ୟରକ୍ଷା ପାଇଁ ତୁମେ ସାଜିଛ ବୈରାଗୀ ସନ୍ଥ। କୁସୁମିତ ହେଉ ତୁମ ଚଲାପଥ ଏତିକି ମୀନତି ମୋର। ----------------- କବୟିତ୍ରୀ: ଲିଲିପ୍ତା ପରିଡା ହରିପୁର, ସୁକିନ୍ଦା

Jajpur (ଯାଜପୁର) • ରିପୋର୍ଟ ଅନିଲ କୁମାର ଜେନା

ପାଞ୍ଚ ଦିନ ପରେ ନିଖୋଜ ବାହୁକାଙ୍କୁ ଉଦ୍ଧାର କଲା ଓଡ୍ରାଫ୍ ,  ବଜାପତି ପଡ଼ିଆରୁ ଠାବ, ବାଲିପାଟଣା ମେଡିକାଲରେ ଭର୍ତ୍ତି
Aug 18, 2026•66 views

ପାଞ୍ଚ ଦିନ ପରେ ନିଖୋଜ ବାହୁକାଙ୍କୁ ଉଦ୍ଧାର କଲା ଓଡ୍ରାଫ୍ , ବଜାପତି ପଡ଼ିଆରୁ ଠାବ, ବାଲିପାଟଣା ମେଡିକାଲରେ ଭର୍ତ୍ତି

ଧାମନଗର: ଦୀର୍ଘ ପାଞ୍ଚ ଦିନ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିଙ୍କୁ ଶେଷରେ ସୁରକ୍ଷିତ ଭାବେ ଉଦ୍ଧାର କରିଛି ଓଡ୍ରାଫ୍‌ ଟିମ୍‌। ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ବାଲିପାଟଣା ଗ୍ରାମର ବାହୁକା ନାମକ ବ୍ୟକ୍ତି ଗତ ପାଞ୍ଚ ଦିନ ଧରି ନିଖୋଜ ଥିବା ବେଳେ ଆଜି ବଜାପତି ପଡ଼ିଆ ଅଞ୍ଚଳରୁ ତାଙ୍କୁ ଠାବ କରିଛି ଉଦ୍ଧାରକାରୀ ଦଳ। ସୂଚନା ଅନୁଯାୟୀ, ବାହୁକା ପାଞ୍ଚ ଦିନ ଧରି ନିଖୋଜ ଥିଲେ। ଏହି ସମୟରେ ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାରୁ ତାଙ୍କୁ ଖୋଜିବା ଉଦ୍ଧାରକାରୀ ଦଳ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ହୋଇଥିଲା। ତଥାପି ଓଡ୍ରାଫ୍‌ ଟିମ୍‌ ନିରନ୍ତର ସନ୍ଧାନ ଅଭିଯାନ ଜାରି ରଖିଥିଲା। ଶେଷରେ ବଜାପତି ପଡ଼ିଆ ଅଞ୍ଚଳରେ ବାହୁକାଙ୍କ ସନ୍ଧାନ ମିଳିବା ପରେ ଓଡ୍ରାଫ୍‌ ଟିମ୍‌ ତାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲା। ଉଦ୍ଧାର ପରେ ତାଙ୍କୁ ତୁରନ୍ତ ବାଲିପାଟଣା ମେଡିକାଲକୁ ନିଆଯାଇ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ସହ ଆବଶ୍ୟକ ଚିକିତ୍ସା ଓ ଯତ୍ନ ଜାରି ରହିଛି। ପାଞ୍ଚ ଦିନ ପରେ ନିଖୋଜ ବାହୁକାଙ୍କୁ ଉଦ୍ଧାର କରାଯିବା ଖବର ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ ଆଶ୍ୱସ୍ତି ପ୍ରକାଶ ପାଇଛି। ବନ୍ୟା ପରିସ୍ଥିତି ମଧ୍ୟରେ ନିରନ୍ତର ସନ୍ଧାନ ଅଭିଯାନ ଚଳାଇ ବାହୁକାଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଓଡ୍ରାଫ୍‌ ଟିମ୍‌ର ତତ୍ପରତା ଓ ସାହସିକ କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।

Bhadrak (ଭଦ୍ରକ) • ରିପୋର୍ଟ : ଶିଶିର କୁମାର ସ୍ୱାଇଁ

ଓଲୁ ସୁମନ କୁ ରେଡକ୍ରସ ପାଣ୍ଠି ସହାୟତା  ପ୍ରଦାନ କଲେ ଚିକିଟି ତହସିଲଦାର
Aug 18, 2026•66 views

ଓଲୁ ସୁମନ କୁ ରେଡକ୍ରସ ପାଣ୍ଠି ସହାୟତା ପ୍ରଦାନ କଲେ ଚିକିଟି ତହସିଲଦାର

ବିଦ୍ୟୁତ୍ ଆଘାତରେ ଡାହାଣ ହାତ ହରାଇଥିବା ଚିକିଟି ବ୍ଲକ ନୂଆପଡ଼ାର ୧୦ ବର୍ଷୀୟ ଓଲୁ ସୁମନଙ୍କୁ ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ଚିକିଟି ତହସିଲଦାର ବିଶ୍ୱରଞ୍ଜନ କଂହର। ପ୍ରାୟ ଏକ ମାସ ପୂର୍ବେ ପାତ୍ରପୁର ବ୍ଲକ ଗୁଣ୍ଡରା ଗ୍ରାମରେ କ୍ରିକେଟ ଖେଳୁଥିବା ବେଳେ ବଲ ଆଣିବାକୁ ନିଜ ଟିଣ ଛାତ ଉପରକୁ ଚଢ଼ିଥିବା ବେଳେ, ସୁମନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ପାତ୍ରପୁରର ଏକ ଘରୋଇ ମେଡିକାଲ ଓ ପରେ ବ୍ରହ୍ମପୁରସ୍ଥିତ ଏକ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କ ଡାହାଣ ହାତ କାଟିବାକୁ ପଡ଼ିଥିଲା। ହାତ ହରେଇଥିବା ସୁମନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ରାଶି ପ୍ରଦାନ ସମୟରେ ରାଜସ୍ୱ ବିଭାଗର କର୍ମଚାରୀଙ୍କ ସମେତ କେ. କୁରେଶୁ, ପୂର୍ଣ୍ଣଚନ୍ଦ୍ର ଜାନି ଓ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ

ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ
Aug 18, 2026•23 views

ଏସ ଆଇ ଆର୍ ଉପରେ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼, ୧୮/୦୮/୨୬: ସ୍ୱତନ୍ତ୍ର ସଘନ ସଂଶୋଧନ ବା ଏସ ଆଇ ଆର୍ ଉପରେ ଆଜି ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଙ୍କ ସମ୍ମିଳନୀ କକ୍ଷଠାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକ ରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ମାଝୀ , ସଦର ଉପଜିଲ୍ଲାପାଳ ଶ୍ରୀମତୀ ତେଜସ୍ଵିନୀ ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ସୁଶ୍ରୀ ପ୍ରଧାନ ଏବଂ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ମଧ୍ୟରୁ ଶ୍ରୀମତୀ କୁସୁମ ଟେଟେ,ଶ୍ରୀ ଜୟ ନାରାୟଣ ତ୍ରିପାଠୀ, ଶ୍ରୀ ଭେଷଜ ରଥ, ଶ୍ରୀ ଅଜିତ ପ୍ରସାଦ, ଶ୍ରୀ ପର୍ଶୁରାମ ସରାଫ, ଶ୍ରୀ ଅମିୟ କୁମାର ପ୍ରଧାନ, ଶ୍ରୀ ଅନିଲ କୁମାର ବରୁଆ, ଇକବାଲ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲାରେ ଚାଲୁଥିବା ସ୍ୱତନ୍ତ୍ର ସଘନ ସଂଶୋଧନର ଦାବି ଓ ଆପତ୍ତି ପର୍ଯ୍ୟାୟ ର ଶେଷ ତାରିଖ ହେଉଛି ୧୯/୦୮/୨୬। ବୈଠକରେ ଏହି ସବୁ ପର୍ଯ୍ୟାୟ ଗୁଡ଼ିକ ଉପରେ ବିଶେଷ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ରାଜନୈତିକ ଦଳ ମାନଙ୍କୁ ଫର୍ମ ୯,୧୦,୧୧,୧୧A ଓ ୧୧B ପ୍ରଦାନ କରାଯାଇଥିଲା । ସେହିଭଳି ଫର୍ମ ୬,୭ ଓ ୮ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଏହି ଅବସରରେ ଅତିରିକ୍ତ ନିର୍ବାଚନ ଅଧିକାରୀ ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ ପଟ୍ଟନାୟକ ସମସ୍ତ ରାଜନୈତିକ ଦଳ ଗୁଡ଼ିକୁ ସଂଶୋଧନ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ସମାପ୍ତ କରିବା ପାଇଁ ସହଯୋଗ କରିବାକୁ ଅନୁରୋଧ କରିଥିଲେ। ଏକ ସମ୍ପୂର୍ଣ୍ଣ ସ୍ବଚ୍ଛ ଏବଂ ତ୍ରୁଟି ଶୂନ୍ୟ ଭୋଟର ତାଲିକା ପ୍ରସ୍ତୁତ ନେଇ ବୈଠକରେ ଆଲୋଚନା କରାଯାଇଥିଲା।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଖୋର୍ଦ୍ଧାରେ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍‌ର ସମୀକ୍ଷା
Aug 18, 2026•19 views

ଖୋର୍ଦ୍ଧାରେ ଜାତୀୟ ଅନୁସୂଚିତ ଜାତି କମିଶନ ଟିମ୍‌ର ସମୀକ୍ଷା

ସରକାରୀ ଯୋଜନାର ସୁଫଳ ଯେପରି ସମସ୍ତ ହିତାଧିକାରୀ ପାଇପାରନ୍ତି, ଗୁରୁତ୍ୱାରୋପ ଖୋର୍ଦ୍ଧା: ଅନୁସୂଚିତ ଜାତି ବର୍ଗର ହିତାଧିକାରୀଙ୍କ ପାଇଁ ସରକାର ରୂପାୟଣ କରୁଥିବା ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନାର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମୀକ୍ଷା କରିଛି ଜାତୀୟ ଅନୁସୂଚିତ ଜାତି କମିଶନ। ଡ଼ଃ ପାର୍ଥ ସାରଥୀ ବିଶ୍ୱାସଙ୍କ ନେତୃତ୍ୱରେ ପାଞ୍ଚ ଜଣିଆ କମିଶନ ଟିମ୍‌ ଖୋର୍ଦ୍ଧା ଜିଲ୍ଲା ପରିଦର୍ଶନ କରି ଜୟୀ ରାଜଗୁରୁ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ବିଭିନ୍ନ ବିଷୟରେ ତଥ୍ୟ ଅନୁଧ୍ୟାନ କରିଥିଲେ। ବୈଠକରେ ମନରେଗା, ଜମି ବଣ୍ଟନ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ୱାସ୍ଥ୍ୟସେବା, ଶିକ୍ଷାବୃତ୍ତି, ଛାତ୍ରାବାସ, ମୁଦ୍ରା ଋଣ ଓ ଜନଧନ ଯୋଜନା ଭଳି ବିଭିନ୍ନ ଯୋଜନାର ସ୍ଥିତି ଓ ଅଗ୍ରଗତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ସମୀକ୍ଷା ସମୟରେ ଜିଲ୍ଲାର ୧୬,୮୦୧ ଜଣ ଅନୁସୂଚିତ ଜାତି ହିତାଧିକାରୀଙ୍କୁ ମନରେଗା କାର୍ଡ ପ୍ରଦାନ କରାଯାଇଥିବା ସୂଚନା କମିଶନ ଟିମ୍‌କୁ ଦିଆଯାଇଥିଲା। ସେହିପରି ଜିଲ୍ଲାର ୧୪ଟି ଛାତ୍ରାବାସରେ ପ୍ରାୟ ୧,୪୦୦ ଛାତ୍ରଛାତ୍ରୀ ରହି ବିଭିନ୍ନ ସୁବିଧା ପାଉଥିବା ନେଇ ମଧ୍ୟ ଅବଗତ କରାଯାଇଥିଲା। ବିଭିନ୍ନ ଯୋଜନାର କାର୍ଯ୍ୟାନ୍ୱୟନ, ହିତାଧିକାରୀଙ୍କ ଲାଭ ଏବଂ ଅଗ୍ରଗତି ସମ୍ପର୍କରେ ଆଲୋଚନା ପରେ କମିଶନ ଟିମ୍‌ ସନ୍ତୋଷ ପ୍ରକାଶ କରିଥିଲେ। ଏଥିସହ ଅନୁସୂଚିତ ଜାତି ବର୍ଗର କୌଣସି ହିତାଧିକାରୀ ଯେପରି ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ନହୁଅନ୍ତି, ସେଥିପ୍ରତି ପ୍ରଶାସନ ଅଧିକ ଗୁରୁତ୍ୱ ଦେବାକୁ କମିଶନ ପକ୍ଷରୁ ଗୁରୁତ୍ୱାରୋପ କରାଯାଇଥିଲା। ସରକାରୀ ଯୋଜନାର ଲାଭ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସଠିକ୍‌ ଭାବେ ପହଞ୍ଚିବା ସହ ଅନୁସୂଚିତ ଜାତି ସମୁଦାୟର ସାମାଜିକ ଓ ଆର୍ଥିକ ବିକାଶକୁ ଅଧିକ ତ୍ୱରାନ୍ୱିତ କରିବା ଉପରେ ବୈଠକରେ ଜୋର ଦିଆଯାଇଥିଲା।

Khordha (ଖୋର୍ଦ୍ଧା) • ରିପୋର୍ଟ : ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

ଓମ୍ବାଡସି ଓଏସ୍‌ଡିଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ
Aug 18, 2026•67 views

ଓମ୍ବାଡସି ଓଏସ୍‌ଡିଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ

ବିଭିନ୍ନ ପାଠାଗାରର ନିରୀକ୍ଷଣ ଏବଂ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳାର କାର୍ଯ୍ୟ ସମୀକ୍ଷା ସୁନ୍ଦରଗଡ଼, ୧୮/୦୮/୨୬: ଓମ୍ବାଡସି(OMBADC) ଓଭରସାଇଟ୍ ଅଥୋରିଟୀଙ୍କ ଓଏସ୍‌ଡି-୧ ଶେଖ୍ ନଇମୁଦ୍ଦିନ୍ ଆଜି ସୁନ୍ଦରଗଡ଼ ଜିଲ୍ଲା ଗସ୍ତ କରି ବିଭିନ୍ନ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟ ଓ ଅଗ୍ରଗତି ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ଓମ୍ବାଡସି ଓଏସ୍‌ଡି ସ୍ଥାନୀୟ ପୁରଣା ବସ୍‌ଷ୍ଟାଣ୍ଡ ନିକଟସ୍ଥ ସୂଚନା ଓ ଲୋକସମ୍ପର୍କ ବିଭାଗର ପାଠାଗାର ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ପରିଚାଳିତ, ଜିଲ୍ଲା ସଂସ୍କୃତି ଭବନ ଠାରେ ଅବସ୍ଥିତ ପାଠାଗାରର ପରିଦର୍ଶନ କରିଥିଲେ ଏବଂ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ତଥା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ଏବଂ ପାଠାଗାର କର୍ମଚାରୀ ମାନଙ୍କ ସହିତ ପାଠାଗାର ପରିଚାଳନା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସେ ପାଠାଗାରର ପରିବେଶ, ଭିତ୍ତିଭୂମି ଓ ପୁସ୍ତକଗୁଡ଼ିକର ସ୍ଥିତି ଅନୁଧ୍ୟାନ କରିବା ସହ ପାଠାଗାର ର ବିଭିନ୍ନ ରେଜିଷ୍ଟର ଗୁଡ଼ିକ ଯାଞ୍ଚ କରିଥିଲେ। ଏଥିସହିତ ପାଠାଗାରରେ ଅଧ୍ୟୟନରତ ପାଠକ ଓ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ବିଭିନ୍ନ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ପଚାରି ବୁଝିଥିଲେ। ସେହିଭଳି ପାଠାଗାରରେ ଆହୁରି କେଉଁ ପ୍ରକାରର ସୁବିଧା ସେମାନଙ୍କୁ ଆବଶ୍ୟକ, ସେନେଇ ମଧ୍ୟ ସେ ଛାତ୍ରଛାତ୍ରୀଙ୍କ ମତାମତ ଗ୍ରହଣ କରିଥିଲେ। ଛାତ୍ରଛାତ୍ରୀମାନେ ମଧ୍ୟ ଅଧ୍ୟୟନ ପାଇଁ ଆହୁରି ପୁସ୍ତକ, ପତ୍ରିକା ତଥା ଅନ୍ୟାନ୍ୟ ଆବଶ୍ୟକୀୟ ସାମଗ୍ରୀ ଗୁଡିକର ଆବଶ୍ୟକତା ଉପରେ କହିଥିଲେ ପରେ ପରେ ଓମ୍ବାଡସି ଓଏସ୍‌ଡି ଏବଂ ତାଙ୍କ ଦଳ ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା (Regional Food Testing Laboratory) ପରିଦର୍ଶନ କରିଥିଲେ। ପ୍ରୟୋଗଶାଳା ଭବନର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବାରୁ ଏହାର ନିର୍ମାଣ ଗୁଣବତ୍ତା ଓ ସମ୍ପୂର୍ଣ୍ଣ କାର୍ଯ୍ୟର ମାନ ଯାଞ୍ଚ କରିଥିଲେ। ଏଥିସହିତ ପିଡବ୍ଲ୍ୟୁଡି ବିଭାଗ ଠାରୁ ସ୍ୱାସ୍ଥ୍ୟ ବିଭାଗକୁ ପ୍ରୟୋଗଶାଳା ଭବନ ହସ୍ତାନ୍ତର ପ୍ରକ୍ରିୟା ଶୀଘ୍ର ଆରମ୍ଭ କରି ଏହାକୁ କାର୍ଯ୍ୟକ୍ଷମ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଅବସରରେ ସେ ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (CDMO)ଙ୍କ ସହ ଆଲୋଚନା କରି ଆଞ୍ଚଳିକ ଖାଦ୍ୟ ପରୀକ୍ଷଣ ପ୍ରୟୋଗଶାଳା ପାଇଁ ଆବଶ୍ୟକ ଉପକରଣ ଓ ଯନ୍ତ୍ରପାତି ଯୋଗାଣ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରୟୋଗଶାଳାଟି ଶୀଘ୍ର କାର୍ଯ୍ୟକ୍ଷମ ହେବା ନିମନ୍ତେ ଆବଶ୍ୟକ ପଦକ୍ଷେପ ତ୍ୱରାନ୍ୱିତ କରିବାକୁ ସେ ସମ୍ପୃକ୍ତ ଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ। ଏଥିସହିତ ଜିଲ୍ଲାରେ ଓମ୍ବାଡସି ଅଧୀନରେ ସମ୍ପୂର୍ଣ୍ଣ ହୋଇଥିବା ସମସ୍ତ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକ୍ଷମ କରି ଏହାର ସୁଫଳ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଓଏସ୍‌ଡି ଗୁରୁତ୍ୱାରୋପ କରିଥିଲେ। ଏନ୍‌ସିଡି (NCD) କମ୍ପ୍ଲେକ୍ସ ସମେତ ସମ୍ପୂର୍ଣ୍ଣ ହୋଇଥିବା ପ୍ରକଳ୍ପଗୁଡ଼ିକୁ ବିଳମ୍ବ ନକରି କାର୍ଯ୍ୟକ୍ଷମ କରିବା ନିମନ୍ତେ ସେ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହା ସହିତ ଆମ୍ବାଡସି ଅଧୀନରେ ନିର୍ମିତ ଭିତ୍ତିଭୂମିଗୁଡ଼ିକର ଉପଯୋଗ ସୁନିଶ୍ଚିତ କରିବା ସହ ଜନସାଧାରଣଙ୍କ ଆବଶ୍ୟକତା ଅନୁଯାୟୀ ସୁବିଧା ପ୍ରଦାନ ଉପରେ ଏହି ଗସ୍ତରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ତାଙ୍କର ଏହି ଗସ୍ତ ସମୟରେ ଶ୍ରୀ ଅମ୍ବୁଜ ପ୍ରସାଦ – ଟିମ୍ ଲିଡର୍, ଓମ୍ବାଡସି, ପିଏମ୍‌ୟୁ, ଶ୍ରୀ ନଳିନୀ କୁମାର ଦାସ ଏବଂ ସୁଦର୍ଶନ ସାୱରା, ଓମ୍ବାଡସି, ପିଏମ୍‌ୟୁର ବିଶେଷଜ୍ଞ, ୱାସିମ୍ ଅହମ୍ମଦ, ଭିତ୍ତିଭୂମି ବିଶେଷଜ୍ଞ, ଜିଲ୍ଲା ସେଲ୍, ସୁନ୍ଦରଗଡ଼,ପ୍ରଣୟ କୁମାର ପଟେଲ, ଭିତ୍ତିଭୂମି ବିଶେଷଜ୍ଞ, ଜିଲ୍ଲା ସେଲ୍, ସୁନ୍ଦରଗଡ଼, ସିଦ୍ଧେଶ୍ୱର ପଟ୍ଟନାୟକ,ଜୀବିକା ବିଶେଷଜ୍ଞ, ଜିଲ୍ଲା ସେଲ୍, ସୁନ୍ଦରଗଡ଼ ପ୍ରମୁଖ ଉପସ୍ଥିତ ରହିଥିଲେ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ
Aug 18, 2026•19 views

ଜିଲ୍ଲାପାଳଙ୍କ ସହିତ ପ୍ରଭାବିତ ଅଞ୍ଚଳ ବୁଲିଲେ ବିଧାୟକ ଦୁର୍ଗାଚରଣ ତନ୍ତୀ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଞ୍ଚଳରେ ଥିବା ଇସ୍ପାତ ସହରାଞ୍ଚଳରେ ଗତ କିଛିଦିନ ହେବ ଲାଗିରହିଥିବା ପ୍ରବଳ ବର୍ଷା ଯୋଗୁଁ ଉପୁଜିଥିବା ସମସ୍ୟାର ସମୀକ୍ଷା ଏବଂ ଏହାର ସମାଧାନ ପାଇଁ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ସୁନ୍ଦରଗଡ ଜିଲ୍ଲାପାଳ ଡଃ ଶୁଭଙ୍କର ମହାପାତ୍ରଙ୍କ ସହିତ ସେକ୍ଟର-୬ ମହିମା ଆଶ୍ରୟ ବସ୍ତି, ସେକ୍ଟର-୭ ଅଭିରାମପାଲି ବସ୍ତି ଅଞ୍ଚକ ସମେତ ବର୍ଷାରେ ପ୍ରଭାବିତ ଅଞ୍ଚଳ ବୁଲିଥିଲେ । ପରିଦର୍ଶନ ସମୟରେ ବର୍ଷାରେ ଭାଙ୍ଗିଥିବ ଘର ଗୁଡିକୁ ମରାମତି କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ସମସ୍ତ ପ୍ରକାରର ସହଯୋଗ କରିବା ପାଇଁ ଉଭୟେ ପ୍ରତିଶ୍ରୁତି ଦେଇଥିଲେ ।ଜିଲ୍ଲାପାଳ ଏବଂ ବିଧାୟକଙ୍କ ପରିଦର୍ଶନ ସମୟରେ ସମ୍ପୃକ୍ତ ଅଞ୍ଚଳର ରାଜସ୍ୱ ନିରୀକ୍ଷକ ମଧ୍ୟ ଉପସ୍ଥିତ ଥିଲେ ।

Rourkela (ରାଉରକେଲା) • ବ୍ୟୁରୋ ରିପୋର୍ଟ