--:--:--
-- ---
Srishti News

ଓଲୁ ସୁମନ କୁ ରେଡକ୍ରସ ପାଣ୍ଠି ସହାୟତା ପ୍ରଦାନ କଲେ ଚିକିଟି ତହସିଲଦାର

Ganjam (ଗଞ୍ଜାମ)ଦୁର୍ଗା ମାଧବAugust 18, 202666 views
ଓଲୁ ସୁମନ କୁ ରେଡକ୍ରସ ପାଣ୍ଠି ସହାୟତା  ପ୍ରଦାନ କଲେ ଚିକିଟି ତହସିଲଦାର
ବିଦ୍ୟୁତ୍ ଆଘାତରେ ଡାହାଣ ହାତ ହରାଇଥିବା ଚିକିଟି ବ୍ଲକ ନୂଆପଡ଼ାର ୧୦ ବର୍ଷୀୟ ଓଲୁ ସୁମନଙ୍କୁ ରେଡକ୍ରସ ଫଣ୍ଡରୁ ୨୦ ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି ଚିକିଟି ତହସିଲଦାର ବିଶ୍ୱରଞ୍ଜନ କଂହର। ପ୍ରାୟ ଏକ ମାସ ପୂର୍ବେ ପାତ୍ରପୁର ବ୍ଲକ ଗୁଣ୍ଡରା ଗ୍ରାମରେ କ୍ରିକେଟ ଖେଳୁଥିବା ବେଳେ ବଲ ଆଣିବାକୁ ନିଜ ଟିଣ ଛାତ ଉପରକୁ ଚଢ଼ିଥିବା ବେଳେ, ସୁମନ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ପ୍ରଥମେ ପାତ୍ରପୁରର ଏକ ଘରୋଇ ମେଡିକାଲ ଓ ପରେ ବ୍ରହ୍ମପୁରସ୍ଥିତ ଏକ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ। ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କ ଡାହାଣ ହାତ କାଟିବାକୁ ପଡ଼ିଥିଲା। ହାତ ହରେଇଥିବା ସୁମନଙ୍କୁ ଏହି ସହାୟତା ରାଶି ପ୍ରଦାନ କରାଯାଇଥିଲା। ଏହି ରାଶି ପ୍ରଦାନ ସମୟରେ ରାଜସ୍ୱ ବିଭାଗର କର୍ମଚାରୀଙ୍କ ସମେତ କେ. କୁରେଶୁ, ପୂର୍ଣ୍ଣଚନ୍ଦ୍ର ଜାନି ଓ ଅନ୍ୟାନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ।