--:--:--
-- ---
Srishti News

ଭଦ୍ରକ ଭଣ୍ଡାରିପୋଖରୀରେ ବୈତରଣୀ ବନ୍ୟା ସହ ଆସିଲା ବିରାଟ ଅଜଗର!

Bhadrak (ଭଦ୍ରକ)ରିପୋର୍ଟ :ଶିଶିର କୁମାର ସ୍ୱାଇଁAugust 19, 202665 views
ଭଦ୍ରକ ଭଣ୍ଡାରିପୋଖରୀରେ ବୈତରଣୀ ବନ୍ୟା ସହ ଆସିଲା ବିରାଟ ଅଜଗର!
ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଅଞ୍ଚଳରେ ବୈତରଣୀ ନଦୀର ବନ୍ୟା ମଧ୍ୟରେ ଏକ ବିରାଟ ଅଜଗର ଦେଖାଯିବାକୁ ନେଇ ଚର୍ଚ୍ଚା ଜୋର ଧରିଛି। ମହେଶପୁର ନିକଟ ନଦୀବନ୍ଦ ଉପରେ ବିଶାଳ ସାପଟିକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମିଛି। ସାପଟି ବନ୍ୟାଜଳରେ ଭାସି ଉପରମୁଣ୍ଡ ଅଞ୍ଚଳରୁ ଆସିଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। କେହି କେହି ଏହାକୁ ‘ପାହାଡ଼ିଆ ସାପ’ ବୋଲି କହୁଥିବା ବେଳେ, ସାପଟିର ପ୍ରକୃତ ପ୍ରଜାତି ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେଉଛି। ବିଶାଳ ସାପକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଆତଙ୍କ ଦେଖାଦେଇଛି। ସାପଟି ନିକଟକୁ ନଯାଇ ଦୂରତା ବଜାୟ ରଖନ୍ତୁ। ବନ୍ୟପ୍ରାଣୀ ବିଭାଗ/ସାପ ଉଦ୍ଧାରକାରୀଙ୍କୁ ଖବର ଦେବା ସବୁଠାରୁ ସୁରକ୍ଷିତ ପଦକ୍ଷେପ।