Web News

ମା’ ପାଇଁ ଗଛଟିଏ କାର୍ଯ୍ୟକ୍ରମରେ ବୃକ୍ଷରୋପଣ
ଖୋର୍ଦ୍ଧା: ବେଗୁନିଆ ବ୍ଲକ ଦକ୍ଷିଣ ବେଗୁନିଆ ମଣ୍ଡଳ ଅନ୍ତର୍ଗତ ଦେଉଳି ଗ୍ରାମ ପଞ୍ଚାୟତର ରାମବନ ପୀଠ ପରିସରରେ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏହି ଅବସରରେ ବିଜେପି ରାଜ୍ୟ ଉପସଭାପତି ଡ. ଯତୀନ କୁମାର ମହାନ୍ତିଙ୍କ ସମେତ ବେଗୁନିଆ ନିର୍ବାଚନମଣ୍ଡଳୀର ବରିଷ୍ଠ କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ରାମବନ ପୀଠ ପରିସରରେ ବହୁ ସଂଖ୍ୟାରେ ବୃକ୍ଷରୋପଣ କରିଥିଲେ। ପରିବେଶ ସୁରକ୍ଷା, ସବୁଜିମା ବୃଦ୍ଧି ଏବଂ ଆଗାମୀ ପିଢ଼ି ପାଇଁ ସୁସ୍ଥ ପରିବେଶ ଗଠନ ଉଦ୍ଦେଶ୍ୟରେ ଏଭଳି କାର୍ଯ୍ୟକ୍ରମକୁ ଅଧିକ ବ୍ୟାପକ କରିବା ପାଇଁ ଉପସ୍ଥିତ କାର୍ଯ୍ୟକର୍ତ୍ତାମାନେ ଆହ୍ୱାନ ଦେଇଥିଲେ।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା

ଆଳି ଧୋୟାଅଞ୍ଚଳରେ ଜିଲ୍ଲାପାଳଙ୍କ ସ୍ଥିତି ଅନୁଧ୍ୟାନ
କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ଧୋୟାଅଞ୍ଚଳରେ ବନ୍ୟା ପରିସ୍ଥିତିର ସ୍ଥିତି ଅନୁଧ୍ୟାନ କରିଛନ୍ତି ଜିଲ୍ଲାପାଳ। ଆଜି ଜିଲ୍ଲାପାଳ ଆଳି ଅଞ୍ଚଳ ଗସ୍ତ କରି ବନ୍ୟା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଅବଗତ ହୋଇଥିଲେ। ଏହି ଗସ୍ତ ସମୟରେ ଆଳି ତହସିଲଦାର ଓ ବିଡିଓ ଜିଲ୍ଲାପାଳଙ୍କ ସହ ଉପସ୍ଥିତ ରହିଥିଲେ। ବନ୍ୟା ଜଳ ଛାଡ଼ିବା ପରେ ଅଞ୍ଚଳବାସୀଙ୍କୁ ଆବଶ୍ୟକୀୟ ସାହାଯ୍ୟ ଓ ସହଯୋଗ ଯୋଗାଇଦେବା ନେଇ ଜିଲ୍ଲାପାଳ ଆଲୋଚନା କରିଥିଲେ, ଏଥିସହ କିଛି ପ୍ରକୃତ ବନ୍ୟା ପୀଡ଼ିତଙ୍କୁ ପାଲ ପ୍ରଦାନ କରାଯାଇଥିଲା। ଯେଉଁ ବନ୍ୟା ପୀଡ଼ିତମାନେ ସହାୟତା ପାଇବାରୁ ବଞ୍ଚିତ ହୋଇଛନ୍ତି, ସେମାନଙ୍କର ତଦନ୍ତ କରାଯାଇ ଆବଶ୍ୟକ ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଛନ୍ତି। ଜିଲ୍ଲାପାଳଙ୍କ ଏହି ଗସ୍ତ ସମୟରେ ବିଭିନ୍ନ ପଞ୍ଚାୟତର ସରପଞ୍ଚମାନେ ମଧ୍ୟ ଉପସ୍ଥିତ ରହି ବନ୍ୟା ପରବର୍ତ୍ତୀ ସ୍ଥିତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ କରାଇଥିଲେ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ -ଦିଲୀପ ପରିଡା

Godabarish Mishra Model Primary School to Be Established at Gotamunda
Kalahandi, Kokasara, Aug 22: A new Godabarish Mishra Model Primary School will be established at Gotamunda, a tribal-dominated area under Kokasara block of Kalahandi district, with the objective of strengthening education and ensuring access to quality schooling for children in the region. The school will be established in the first phase as part of an initiative aimed at promoting educational development in tribal-populated areas and further improving the quality of primary education. The announcement has brought cheer among residents of Gotamunda and nearby villages. Locals believe that the new institution will provide students with better educational opportunities and mark a new chapter in the development of education in the tribal belt. Residents have welcomed the initiative and expressed hope that the proposed school will significantly benefit children from the surrounding areas by providing them with improved educational facilities closer to home. The people of the area also expressed their gratitude to the Hon’ble MLA of Dharamgarh for the initiative and hoped that more such developmental measures would continue to strengthen the education sector in the region.
Kalahandi (କଳାହାଣ୍ଡି) • Reports: Rupendra Sunani

Where Is the Safety of Workers? Uncle-Nephew Die of Snakebite : Who Will Answer?
Sinapali, Aug 22: A tragic incident at a bridge construction site in the Sinapali area has raised serious concerns over the safety and living conditions of construction workers after two labourers died of suspected venomous snakebite and another was critically injured. The deceased have been identified as Daitari Tandi and Bharat Tandi, residents of Chacharabhata village under Sinapali police limits. The two were related as uncle and nephew. Another worker, Tulasi Bagarti, sustained serious injuries and is undergoing treatment. According to reports, bridge construction work is underway at Goldha under Sinapali police station limits, where several labourers have been staying at a temporary camp. On Friday night, after having dinner, the workers went to sleep when a venomous snake allegedly bit three of them. After other workers noticed the incident, the victims were immediately rushed to the Nuapada District Headquarters Hospital. However, doctors declared Daitari Tandi and Bharat Tandi dead. Tulasi Bagarti, whose condition was reportedly critical, continues to receive treatment. Questions Raised Over Workers’ Safety The incident has triggered serious questions over the safety and accommodation arrangements provided to workers engaged in construction activities. Questions are being raised over whether the contractor had made adequate and safe accommodation arrangements for the labourers, particularly during the monsoon season. Were proper labour camps provided? Were beds and mosquito nets available for the workers? Were adequate precautions taken to protect them from snakes and other dangerous reptiles? These are among the questions that now demand clear answers. Kamal Charan Tandi Seeks Answers Reacting to the incident, Kamal Charan Tandi, Congress candidate from the Khariar Assembly constituency, raised questions over the safety arrangements for construction workers. He questioned whether proper accommodation, sleeping facilities and necessary safety measures had been ensured before commencement of the construction work. He stressed the need for clarity regarding the arrangements made for the workers’ safety. The deaths of the two labourers have not only plunged their families into grief but have also brought the issue of worker safety at construction sites into sharp focus. Locals have demanded a fair and impartial inquiry, fixing of responsibility, and adequate assistance for the bereaved families.
Nuapada (ନୂଆପଡ଼ା) • Reports: Malaya Meher, District Correspondent

ରାସ୍ତା ନିର୍ମାଣ ଶ୍ରମିକଙ୍କୁ ମୃତ୍ୟୁର ଫାନ୍ଦ! ସାପ କାମୁଡ଼ାରେ କକା-ପୁତୁରା ମୃତ, ଜଣେ ଗୁରୁତର
ସିନାପାଲି/ଖଡ଼ିଆଳ ୨୨/୦୮: ନିର୍ମାଣାଧୀନ ବ୍ରିଜ୍ କାମରେ ନିୟୋଜିତ ଥିବା ବେଳେ ବିଷାକ୍ତ ସାପ କାମୁଡ଼ାରେ ଦୁଇ ଶ୍ରମିକଙ୍କ ଦୁଃଖଦ ମୃତ୍ୟୁ ଘଟିଥିବା ଘଟଣା ସିନାପାଲି ଅଞ୍ଚଳରେ ଶୋକର ଛାୟା ଖେଳାଇଦେଇଛି। ମୃତକ ଦୁଇଜଣ ହେଲେ ସିନାପାଲି ଥାନା ଅନ୍ତର୍ଗତ ଚଚରାଭଟା ଗ୍ରାମର ଦଇତାରି ତାଣ୍ଡି ଓ ଭରତ ତାଣ୍ଡି। ସେମାନେ ସମ୍ପର୍କରେ କକା-ପୁତୁରା। ଏହି ଘଟଣାରେ ତୁଳସୀ ବଗର୍ତ୍ତୀ ନାମକ ଅନ୍ୟ ଜଣେ ଶ୍ରମିକ ଗୁରୁତର ହୋଇ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ସିନାପାଲି ଥାନା ଅଞ୍ଚଳର ଗୋଲଧାଠାରେ ଏକ ବ୍ରିଜ୍ ନିର୍ମାଣ କାମ ଚାଲିଥିବା ବେଳେ ସେଠାରେ ଅନେକ ଶ୍ରମିକ କ୍ୟାମ୍ପ କରି ରହୁଥିଲେ। ଗତକାଲି ରାତିରେ ଖାଇପିଇ ସାରି ଶ୍ରମିକମାନେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ ତିନିଜଣଙ୍କୁ କାମୁଡ଼ିଥିବା ଅଭିଯୋଗ ହୋଇଛି। ଅନ୍ୟ ଶ୍ରମିକମାନେ ଏହା ଜାଣିବା ପରେ ତୁରନ୍ତ ସେମାନଙ୍କୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ଦଇତାରି ଓ ଭରତଙ୍କୁ ମୃତ ଘୋଷଣା କରିଥିଲେ। ତୁଳସୀ ବଗର୍ତ୍ତୀଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କ ଚିକିତ୍ସା ଜାରି ରହିଛି। ଶ୍ରମିକ ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ ଏହି ଦୁଃଖଦ ଘଟଣା ପରେ ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ଓ ରହଣି ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ଉଠିଛି। ବିଶେଷକରି ବର୍ଷା ଋତୁରେ ଶ୍ରମିକମାନଙ୍କ ରହିବା ପାଇଁ ଠିକାଦାରଙ୍କ ପକ୍ଷରୁ ପର୍ଯ୍ୟାପ୍ତ ଓ ସୁରକ୍ଷିତ କ୍ୟାମ୍ପ ବ୍ୟବସ୍ଥା କରାଯାଇଥିଲା କି ନାହିଁ, ତାହା ଏବେ ତଦନ୍ତର ବିଷୟ ହୋଇଛି। ଶ୍ରମିକମାନଙ୍କ ଶୋଇବା ପାଇଁ ଖଟ, ମଶାରି ଏବଂ ବିଷାକ୍ତ ସାପ ଭଳି ସରୀସୃପଙ୍କ ଠାରୁ ସୁରକ୍ଷା ପାଇଁ ଆବଶ୍ୟକ ବ୍ୟବସ୍ଥା ଥିଲା କି ନାହିଁ, ସେନେଇ ମଧ୍ୟ ପ୍ରଶ୍ନ ଉଠିଛି। ଉତ୍ତର ମାଗିଲେ କମଲ ଚରଣ ତାଣ୍ଡି ଘଟଣାକୁ ନେଇ ଖଡ଼ିଆଳ କଂଗ୍ରେସ ବିଧାନସଭା ପ୍ରାର୍ଥୀ ଶ୍ରୀ କମଲ ଚରଣ ତାଣ୍ଡି ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛନ୍ତି। ନିର୍ମାଣ କାମ ଆରମ୍ଭ ପୂର୍ବରୁ ଶ୍ରମିକଙ୍କ ସୁରକ୍ଷିତ ରହଣି, ଶୋଇବା ବ୍ୟବସ୍ଥା ଓ ଆବଶ୍ୟକ ସୁରକ୍ଷା ସୁବିଧା ସୁନିଶ୍ଚିତ କରାଯାଇଥିଲା କି ନାହିଁ, ସେନେଇ ସ୍ପଷ୍ଟତା ଆସିବା ଦରକାର ବୋଲି ସେ କହିଛନ୍ତି। ଦୁଇ ଶ୍ରମିକଙ୍କ ଅକାଳ ମୃତ୍ୟୁ କେବଳ ଏକ ଦୁର୍ଘଟଣା ନୁହେଁ, ବରଂ ନିର୍ମାଣ କାମରେ ନିୟୋଜିତ ଶ୍ରମିକଙ୍କ ସୁରକ୍ଷା ବ୍ୟବସ୍ଥା ପ୍ରତି କେତେ ଗୁରୁତ୍ୱ ଦିଆଯାଉଛି, ତାହା ନେଇ ଏକ ବଡ଼ ପ୍ରଶ୍ନ ଛିଡ଼ା କରିଛି। ଘଟଣାର ନିରପେକ୍ଷ ତଦନ୍ତ ସହ ଦାୟିତ୍ୱ ନିର୍ଦ୍ଧାରଣ ଏବଂ ମୃତକଙ୍କ ପରିବାରକୁ ଉଚିତ ସହାୟତା ଦେବାକୁ ସାଧାରଣରେ ଦାବି ହୋଇଛି।
Nuapada (ନୂଆପଡ଼ା) • ଭଜନ ଲାଲ ଜଗତ

୭୫୬ ଜଣ ରୋଗୀ ଉପକୃତ — ବରଗଡ଼ରେ ମେଗା ନିଃଶୁଳ୍କ ଫର୍ଟିଲିଟି ଓ ସ୍କିନ୍ OPD ସହ ଚାରିଟେବଲ୍ IVF କାର୍ଯ୍ୟକ୍ରମ
ବରଗଡ଼, ୨୨ ଅଗଷ୍ଟ ୨୦୨୬: ସମାଜର ସମସ୍ତ ବର୍ଗର ଲୋକଙ୍କ ପାଖରେ ଉନ୍ନତ ଫର୍ଟିଲିଟି ଓ ଚର୍ମରୋଗ ଚିକିତ୍ସାକୁ ସହଜ, ସୁଲଭ ଓ ଉପଲବ୍ଧ କରାଇବା ଲକ୍ଷ୍ୟରେ ଡା. ଶକ୍ତି ଓ ଡା. ଇପ୍ସିତା ସ୍କିନ୍-ଫର୍ଟିଲିଟି ଇନଷ୍ଟିଚ୍ୟୁଟ୍, ବରଗଡ଼, ଓଡ଼ିଶା ପକ୍ଷରୁ ଶକ୍ତି ଫାଉଣ୍ଡେସନ୍ ସହଯୋଗରେ ଏକ ମେଗା ନିଃଶୁଳ୍କ ଫର୍ଟିଲିଟି ଓ ସ୍କିନ୍ OPD ଏବଂ ଚାରିଟେବଲ୍ IVF କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଅଭୂତପୂର୍ବ ଜନସମର୍ଥନ ମିଳିଥିବାବେଳେ ଓଡ଼ିଶାର ବିଭିନ୍ନ ଅଞ୍ଚଳ ସହିତ ରାଜ୍ୟ ବାହାରୁ ମୋଟ ୭୫୬ ଜଣ ରୋଗୀ ଯୋଗଦେଇ ସ୍ୱାସ୍ଥ୍ୟସେବାର ଲାଭ ନେଇଥିଲେ। ଏହି କାର୍ଯ୍ୟକ୍ରମକୁ ବରଗଡ଼ର ମାନ୍ୟବର ବିଧାୟକ ଶ୍ରୀ ଅଶ୍ୱିନୀ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦ୍ଘାଟନ କରିଥିଲେ। ନିଜ ଅଭିଭାଷଣରେ ସେ ବିଶେଷଜ୍ଞ ସ୍ୱାସ୍ଥ୍ୟସେବାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଏବଂ ବନ୍ଧ୍ୟାତ୍ୱ ସମସ୍ୟାରେ ସଂଘର୍ଷ କରୁଥିବା ଦମ୍ପତିମାନଙ୍କୁ ସହଯୋଗ କରିବା ଦିଗରେ ଇନଷ୍ଟିଚ୍ୟୁଟ୍ ଓ ଶକ୍ତି ଫାଉଣ୍ଡେସନ୍ର ଏହି ପ୍ରୟାସକୁ ପ୍ରଶଂସା କରିଥିଲେ। କାର୍ଯ୍ୟକ୍ରମରେ ରୋଗୀମାନଙ୍କୁ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ବିଭିନ୍ନ ସ୍ୱାସ୍ଥ୍ୟସେବା ପ୍ରଦାନ କରାଯାଇଥିଲା— - ନିଃଶୁଳ୍କ ବିଶେଷଜ୍ଞ ପରାମର୍ଶ - ନିଃଶୁଳ୍କ ଆବଶ୍ୟକୀୟ ପରୀକ୍ଷା - ନିଃଶୁଳ୍କ ଅଲ୍ଟ୍ରାସାଉଣ୍ଡ ପରୀକ୍ଷା - ନିଃଶୁଳ୍କ ଡାଏଟ୍ ଓ ପୋଷଣ ପରାମର୍ଶ - ସମସ୍ତ ରୋଗୀଙ୍କୁ ନିଃଶୁଳ୍କ ଔଷଧ ବଣ୍ଟନ କାର୍ଯ୍ୟକ୍ରମର ଅନ୍ୟତମ ବିଶେଷ ଆକର୍ଷଣ ଥିଲା ଚାରିଟେବଲ୍ IVF ପଦକ୍ଷେପ। IVF ଚିକିତ୍ସାର ଆର୍ଥିକ ବୋଝ ଯୋଗୁଁ ଉନ୍ନତ ପ୍ରଜନନ ଚିକିତ୍ସାରୁ ବଞ୍ଚିତ ହେଉଥିବା ଯୋଗ୍ୟ ଓ ଆବଶ୍ୟକତା ଥିବା ଦମ୍ପତିମାନଙ୍କୁ ସହାୟତା କରିବା ଏହି ପଦକ୍ଷେପର ପ୍ରମୁଖ ଉଦ୍ଦେଶ୍ୟ ଥିଲା। ଚିକିତ୍ସା ସେବା ସହିତ “ବନ୍ଧ୍ୟାତ୍ୱ ସମ୍ପର୍କିତ ମିଥ୍ ଓ ସତ୍ୟ” ବିଷୟରେ ଏକ ସ୍ୱତନ୍ତ୍ର ସଚେତନତା କାର୍ଯ୍ୟକ୍ରମ ଓ ଇଣ୍ଟରାକ୍ଟିଭ୍ ୱାର୍କଶପ୍ ମଧ୍ୟ ଆୟୋଜିତ ହୋଇଥିଲା। ବନ୍ଧ୍ୟାତ୍ୱ, IVF, ପୁରୁଷ ଓ ମହିଳା ପ୍ରଜନନ କ୍ଷମତା, ବୟସ, ଜୀବନଶୈଳୀ ଏବଂ ଚିକିତ୍ସା ସମ୍ପର୍କିତ ବିଭିନ୍ନ ପ୍ରଚଳିତ ଭ୍ରାନ୍ତ ଧାରଣା ଉପରେ ଆଲୋଚନା କରାଯାଇଥିଲା। ସଠିକ୍ ବୈଜ୍ଞାନିକ ତଥ୍ୟ, ସମୟୋଚିତ ପରୀକ୍ଷା ଓ ଉପଯୁକ୍ତ ଚିକିତ୍ସାର ଗୁରୁତ୍ୱ ଉପରେ ବିଶେଷ ଜୋର ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଏକ ସ୍ପଷ୍ଟ ସାମାଜିକ ବାର୍ତ୍ତା ଦିଆଯାଇଥିଲା ଯେ, ବନ୍ଧ୍ୟାତ୍ୱ ଏକ ଚିକିତ୍ସାଜନିତ ସମସ୍ୟା ଏବଂ ଏହା ପୁରୁଷ ଓ ମହିଳା ଉଭୟଙ୍କ ସହ ସମ୍ପୃକ୍ତ ହୋଇପାରେ। ତେଣୁ ସାମାଜିକ ଲଜ୍ଜା, କୁସଂସ୍କାର କିମ୍ବା ଭ୍ରାନ୍ତ ଧାରଣାରେ ପ୍ରଭାବିତ ନହୋଇ ଦମ୍ପତିମାନେ ସମୟରେ ବିଶେଷଜ୍ଞଙ୍କ ପରାମର୍ଶ ନେବା ଉଚିତ। ଏହି ଅବସରର ଆଉ ଏକ ପ୍ରମୁଖ ଆକର୍ଷଣ ଥିଲା “FEM-360 WOMAN” ନାମକ ଏକ ସ୍ୱତନ୍ତ୍ର ରିଜେନେରେଟିଭ୍ ମେଡିସିନ୍ ଓ କସ୍ମେଟିକ୍ ଗାଇନେକୋଲୋଜି ୱିଙ୍ଗ୍ର ଶୁଭ ଉଦ୍ଘାଟନ। ମହିଳାଙ୍କ ଇଣ୍ଟିମେଟ୍ ହେଲ୍ଥ, ୱେଲ୍ନେସ୍, ପୁନର୍ଯୌବନ ଏବଂ ଜୀବନର ଗୁଣବତ୍ତାରେ ଉନ୍ନତି ପାଇଁ ଗୋଟିଏ ଛାତ ତଳେ ସମନ୍ୱିତ, ଆଧୁନିକ ଓ ବ୍ୟକ୍ତିଗତ ଚିକିତ୍ସା ସେବା ପ୍ରଦାନ କରିବା ଏହି ବିଶେଷ ୱିଙ୍ଗ୍ର ଲକ୍ଷ୍ୟ। ଡା. ଶକ୍ତି ଓ ଡା. ଇପ୍ସିତା ସ୍କିନ୍-ଫର୍ଟିଲିଟି ଇନଷ୍ଟିଚ୍ୟୁଟ୍ ଏବଂ ଶକ୍ତି ଫାଉଣ୍ଡେସନ୍ ଭବିଷ୍ୟତରେ ମଧ୍ୟ ଏଭଳି ଜନହିତକର ସ୍ୱାସ୍ଥ୍ୟସେବା ଓ ସଚେତନତାମୂଳକ କାର୍ଯ୍ୟକ୍ରମ ଜାରି ରଖିବାକୁ ନିଜର ପ୍ରତିବଦ୍ଧତା ପୁନର୍ବ୍ୟକ୍ତ କରିଛନ୍ତି। ଆଧୁନିକ ଚିକିତ୍ସା, ଜନସଚେତନତା ଓ ମାନବିକ ସେବାର ସମନ୍ୱୟରେ ସମାଜର ପ୍ରତ୍ୟେକ ବର୍ଗ ପର୍ଯ୍ୟନ୍ତ ଉତ୍ତମ ସ୍ୱାସ୍ଥ୍ୟସେବା ପହଞ୍ଚାଇବା ଏହି ପ୍ରୟାସର ମୂଳ ଲକ୍ଷ୍ୟ।
Bargarh (ବରଗଡ଼) • ସତ୍ୟ ସୁରୁଜାଲ

NTPC ତାଳଚେର ଥର୍ମାଲରେ ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ
ତାଳଚେର: ସୁରକ୍ଷା ସଂସ୍କୃତିକୁ ମଜବୁତ କରିବା ଓ ନେତୃତ୍ୱ କ୍ଷମତା ବୃଦ୍ଧି ଲକ୍ଷ୍ୟରେ NTPC ତାଳଚେର ଥର୍ମାଲ ପକ୍ଷରୁ ଦୁଇଦିନିଆ ‘ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ’ ଆୟୋଜିତ ହୋଇଛି। ଅଗଷ୍ଟ ୨୧ରୁ ୨୨ ପର୍ଯ୍ୟନ୍ତ “Step Forward: Safety Leadership in Action” ବିଷୟବସ୍ତୁକୁ ନେଇ ଏହି ପ୍ରଶିକ୍ଷଣ ଚାଲିଥିଲା। NTPC ତାଳଚେର ଥର୍ମାଲର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଜୟ ଚାନ୍ଦ ବୁଟକ୍ୟାମ୍ପର ଉଦ୍ଘାଟନ କରିଥିଲେ। ବିଭିନ୍ନ ବିଭାଗର ଅଧିକାରୀ ଓ ବିଭାଗୀୟ ମୁଖ୍ୟମାନେ ଏଥିରେ ଯୋଗଦେଇଥିଲେ। ମୁମ୍ବାଇର ପ୍ରଶିକ୍ଷକ ଶ୍ରୀମତୀ ସୋନାଲ ନାଙ୍ଗିଆଙ୍କ ତତ୍ତ୍ୱାବଧାନରେ ଇଣ୍ଟରଆକ୍ଟିଭ୍ ଅଭ୍ୟାସ ମାଧ୍ୟମରେ ସୁରକ୍ଷା ନେତୃତ୍ୱ, ଯୋଗାଯୋଗ, ଦାୟିତ୍ୱବୋଧ ଓ ଦଳଗତ ସହଯୋଗ ଉପରେ ପ୍ରଶିକ୍ଷଣ ଦିଆଯାଇଥିଲା। ପ୍ରକଳ୍ପସ୍ଥଳରେ ‘Zero Harm’ ଲକ୍ଷ୍ୟ ହାସଲ ସହ ସୁରକ୍ଷିତ କାର୍ଯ୍ୟପରିବେଶ ଗଢ଼ିବା ଉପରେ ବୁଟକ୍ୟାମ୍ପରେ ଗୁରୁତ୍ୱ ଦିଆଯାଇଥିଲା। କାର୍ଯ୍ୟକ୍ରମରୁ ମିଳିଥିବା ଶିକ୍ଷା ସୁରକ୍ଷା ସଂସ୍କୃତି ଓ ସାମଗ୍ରିକ ସୁରକ୍ଷା ପ୍ରଦର୍ଶନକୁ ଆହୁରି ଉନ୍ନତ କରିବ ବୋଲି NTPC ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ବିଦ୍ୟୁତ ଆଘାତରେ ମୃତକ ଙ୍କ ପରିବାର ବର୍ଗ କୁ ଭେଟିଲା ବିଜେଡି ଟିମ୍: ବିଦ୍ୟୁତ ବିଭାଗ କ୍ଷତିପୂରଣ ଦେବାକୁ ଦାବି
ଭୁବନ ୨୨.୮- ଢେ଼ଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଭୂଷଳ ପଞ୍ଚାୟତର କୀର୍ତ୍ତନପୁର ଗ୍ରାମରେ ଶୁକ୍ରବାର ବିଲରେ ବାଉଁଶ ଦ୍ୱାରା ବାଡ ଦେଉଥିବା ବେଳେ ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତମାନୁ ମଲିକ ଓରଫ ଅଗାଧୁ (୩୩ ) ଙ୍କ ର ମୃତ୍ୟୁ ହୋଇଥିବା ବେଳେ ଅମିନ ମଲିକ ଗୁରୁତର ଆହତ ହୋଇଥିଲେ । ଅଗାଧୁ ଙ୍କ ପିତା କୀର୍ତ୍ତନ ମଲିକ ଜଣେ ଶ୍ୱାସ ରୋଗୀ ଓ ତାଙ୍କର ଏକ ଛୋଟ ଶିଶୁ ପୁତ୍ର ଅଛି । ବିଜୁ ଜନତା ଦଳ, ଭୁବନ ତରଫରୁ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ଓ ବିଜେଡି କର୍ମକର୍ତ୍ତା ମାନେ କୀର୍ତ୍ତନପୁର ଗ୍ରାମକୁ ଯାଇ ଉଭୟ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଏହି ଦୁଃଖଦ ସମୟରେ ପରିବାର ସହିତ ଠିଆ ହୋଇଥିଲେ । ଗୁରୁତର ଆହତ ଅମିନଙ୍କୁ ଅଧିକ ଚିକିତ୍ସା ପାଇଁ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ କୁ ପଠାଇବାର ବ୍ୟବସ୍ଥା କରିଥିଲେ । ଏଭଳି ଦୁଃଖଦ ସମୟରେ ବିଜେଡି ନେତା ମାନେ ମୃତକ ଙ୍କ ପରିବାର ବର୍ଗ ଭେଟି ସମବେଦନା ଜଣାଇବା ସହିତ ସହଯୋଗ କରିଥିବାରୁ ଜନ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଉଛି । ଟି ପି ସି ଓ ଡି ଏଲ ର ଖାମ ଖିଆଲି ଓ ବେପରୁଆ ନୀତି ସାଙ୍ଗକୁ ଅବହେଳା ପାଇଁ ବିଭିନ୍ନ ସ୍ଥାନରେ ( ଚାଷ ଜମି ଓ ଜନ ବସତି ଉପରେ) ବହୁତ ତଳେ ୧୧ କେ ଭି ତାର ଝୁଲି ରହିଛି ଓ ବାରମ୍ବାର ଏଭଳି ଦୁର୍ଘଟଣା ଘଟି ଧନ ଜୀବନ ହାନି ହେଉଛି । ବିଦ୍ୟୁତ ବିଭାଗ ପକ୍ଷରୁ ମୃତକଙ୍କ ପରିବାରକୁ ଆର୍ଥିକ କ୍ଷତିପୂରଣ ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ବସ୍ତାନି ମୁକ୍ତ ଦିବସ ପାଳନ
ଭୁବନ ୨୨.୮- ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ତଥା ଉପାନ୍ତ ଅଞ୍ଚଳ କଙ୍କଡ଼ାହାଡ଼ ବ୍ଳକ୍ ଚଡେଇରଗଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବସ୍ତାନି ମୁକ୍ତ ଦିବସ ପାଳିତ ହୋଇଯାଇଛ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମାୟାଧର ଦେହୁରୀ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସମ୍ମାନୀତ ଅତିଥି ଭାବେ ପରିଚାଳନା କମିଟି ଉପ ସଭାପତି ଭାରତୀ ଦେହୁରୀ, ମୋ ସ୍କୁଲ ଅଭିଯାନ କମିଟି ସଦସ୍ୟା ଉମାରାଣୀ ମହାନ୍ତ, ପରିଚାଳନା କମିଟିର ପୂର୍ବତନ ଉପସଭାପତି ପଙ୍କଜିନୀ ମହାନ୍ତ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କର କଳା ପ୍ରତିଭା ର ପରିସ୍ଫୁଟନ ପାଇଁ ଏହା ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରେମାନନ୍ଦ ପାଣିଗ୍ରାହୀ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସହକାରୀ ଶିକ୍ଷକ ଅଶୋକ କୁମାର ପଣ୍ଡା, ଶିଶୁ ସେବିକା ଜ୍ୟୋସ୍ନାମୟୀ ଦେହୁରୀ, ଟାଟାଷ୍ଟିଲ ଫାଉଣ୍ଡେସନର ଶିକ୍ଷାକର୍ମୀ କୁନ୍ତଳା ଦେହୁରୀ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଯୋଗ, ନୃତ୍ୟ, ଗୀତ, ଚିତ୍ରକଳା, ମାଟି କଳାକୃତି,ଗୁଡ଼ି ତିଆରି ତାଲିମ ଦିଆଯାଇଥିଲା ।
Dhenkanal (ଢେଙ୍କାନାଳ) • ସୁଶାନ୍ତ କୁମାର ପୋଥାଳ

ନୃସିଂନାଥ ମହାପ୍ରଭୁଙ୍କୁ ଦର୍ଶନ କଲେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ
ବରଗଡ -ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ଶ୍ରୀ ନୃସିଂହନାଥ ପୀଠକୁ ଗସ୍ତ କରି ନୃସିଂହନାଥ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ । ମନ୍ତ୍ରୀ ପାଇକମାଲ ପହଞ୍ଚିବା ପରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ ଓ ସ୍ଥାନୀୟ ବିଜେପି ପକ୍ଷରୁ ତାଙ୍କୁ ଭବ୍ୟ ସ୍ୱାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା । ପରେ ମନ୍ତ୍ରୀ ଶ୍ରୀ ମଲ୍ଲିକ ନୃସିଂହନାଥ ପୀଠରେ ପହଞ୍ଚିଥିଲେ । ସେଠାରେ ମନ୍ଦିର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ସ୍ୱାଗତ କରାଯାଇଥିଲା । ଏହାପରେ ସେ ମନ୍ଦିରକୁ ଯାଇ ନୃସିଂହ ମହାପ୍ରଭୁଙ୍କ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପୀଠର ଶାନ୍ତି ଓ ପବିତ୍ର ପରିବେଶରେ କିଛି ସମୟ ବିତାଇଥିଲେ । ଦର୍ଶନ ପରେ ମନ୍ତ୍ରୀ ଦଳୀୟ କର୍ମୀ ଓ ସ୍ଥାନୀୟ ନେତାମାନଙ୍କ ସହ କିଛି ସମୟ ଆଲୋଚନା କରିଥିଲେ । ପରେ ସେ ପ୍ରତ୍ୟାବର୍ତ୍ତନ କରିଥିଲେ । ଏହି ଅବସରରେ ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସମେତ ଗୋବର୍ଦ୍ଧନ ଅଗ୍ରୱାଲ, ସରୋଜ ସାମଲ, ରାଜକିଶୋର ସାହୁ, ସୁରେନ୍ଦ୍ର ପ୍ରତାପ ସିଂ ବରିହା, କୈଳାସ ଦିଶ୍ରୀ, ରୋଶନ ପାଣିଗ୍ରାହୀ, ଗୁଣ ନାଗ, ହାଡୁ ସାହୁ, ବଳରାମ ସାହୁ, ମନୋଜ କୁମାର, ତିଳକ ରଣା, ପର୍ଶୁରାମ💐 ନାଏକ, ମାଧବ ପାଣିଗ୍ରାହୀ, ଦିଲ୍ଲୀପ ବେହେରା, ପରମାନନ୍ଦ ସାହୁ, ସୁନିତା ସାହୁ, ପୀତବାସ ସାହୁ, ମହମ୍ମଦ ଆଜମ ଖାଁ ତଥା ବହୁ ବିଜେପି ନେତା ଓ କର୍ମୀ ଉପସ୍ଥିତ ଥିଲେ ।
Bargarh (ବରଗଡ଼) • ରିପୋର୍ଟ-ବଂଶୀଧର ନାୟକ

ନୁଆପଡା ବାଲାଜୀ ମହାବିଦ୍ୟାଳୟ ର 47 ତମ ସ୍ଵନକ୍ଷତ୍ର ଉତ୍ସବ
ଚିକିଟି (୨୨/୮) : ଚିକିଟି ବ୍ଲକ ଅନ୍ତର୍ଗତ ନୂଆପଡା ଗ୍ରାମ ସ୍ଥିତ ଶ୍ରୀ ବାଲାଜୀ ମହାବିଦ୍ୟାଳୟ ପରିସରରେ ଶନିବାର 47 ତମ ସ୍ଵନକ୍ଷେତ୍ର ଉତ୍ସବ ପାଳିତ ହୋଇ ଯାଇ ଅଛି l ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼. ପାଣିଗ୍ରାହୀ ଦୁର୍ଗା ପ୍ରସାଦ ଦାସ ଙ୍କ ସଭାପତିତ୍ବ କରିଥିଲେ l ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ଚିକିଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିବେକାନନ୍ଦ ମିଶ୍ର ଯୋଗ ଦେଇ ଆଜିର ଛାତ୍ରଛାତ୍ରୀ ହେଉଛନ୍ତି ଆସନ୍ତାକାଲିର ଭବିଷ୍ୟତ ତେଣୁ ନିଜକୁ ଦାୟିତ୍ୱବାନ, ଦକ୍ଷ ଓ ଆଦର୍ଶ ନାଗରିକ ଭାବେ ଗଢି ତୋଳନ୍ତୁ ବୋଲି କହିଥିଲେ l ସମ୍ମାନୀତ ଅତିଥି ଭାବେ ପୂର୍ବତନ ଅଧକ୍ଷ ଡ଼ ସୁଦର୍ଶନ ପଟ୍ଟନାୟକ, ଅଧ୍ୟାପକ ଆୟସକାନ୍ତି ମହାନ୍ତି ଯୋଗ ଦେଇଥିଲେ l ମହାବିଦ୍ୟାଳୟ ତରଫରୁ ସମସ୍ତ ଅତିଥି ମାନଙ୍କୁ ସମ୍ମାନୀତ କରାଯାଇଥିଲା l ଏହି ଅବସର ଉପଲକ୍ଷେ ପୂର୍ବରୁ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ମାନଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ୱାରା ପୁରସ୍କାର ବିତରଣ କରାଯlଇଥିଲାଏବଂ ଚଳିତବର୍ଷ ଯୁକ୍ତ ଦୁଇ ବିଜ୍ଞାନ ଓ କଳାରେ ସର୍ବାଧିକ ନମ୍ବର ରଖିଥିବା ଜ୍ୟୋତି ସାହୁଓ ଲିଜା ଗୌଡ଼ ଙ୍କୁ ନୂଆପଡା ଗ୍ରାମର ସତ୍ୟଆମା ପ୍ରତିଭା ପାଣ୍ଠିରୁ ଉଭୟଙ୍କୁ 10 ହଜାର ଟଙ୍କା ପ୍ରଦାନ କରିଥିଲେ l ଅଧ୍ୟାପକ ପୂର୍ବର୍ତ୍ତନ ଅଧକ୍ଷ ସୁଦର୍ଶନ ପଟ୍ଟନାୟକ ବିବରଣୀ ପାଠ କରିଥିବା ବେଳେ ଅଧ୍ୟlପକ ପିଙ୍କୁ ପ୍ରଧାନ ଧନ୍ୟବାଦ ଦେଇଥିଲେ l ଶେଷରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇଥିଲା l
Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ବୋଲଗଡ଼ରେ ସାଇବର ସୁରକ୍ଷା ପାଇଁ ପୋଲିସର ସଚେତନତା ଅଭିଯାନ
ଖୋର୍ଦ୍ଧା: ସାଇବର ଠକେଇରୁ ଛାତ୍ରଛାତ୍ରୀ ଓ ସାଧାରଣ ଲୋକଙ୍କୁ ସଚେତନ କରିବା ଲକ୍ଷ୍ୟରେ ବୋଲଗଡ଼ର ଚତୁର୍ଭୁଜ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଖୋର୍ଦ୍ଧା ପୋଲିସ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। କାର୍ଯ୍ୟକ୍ରମରେ ପ୍ରାୟ ୧୩୦ ଜଣ ଛାତ୍ରଛାତ୍ରୀ, ଶିକ୍ଷକ ଓ ବିଦ୍ୟାଳୟ କର୍ମଚାରୀ ଅଂଶଗ୍ରହଣ କରିଥିଲେ। ପୋଲିସ ପକ୍ଷରୁ APK Fraud, Digital Arrest, Online Financial Fraud ସମେତ ବିଭିନ୍ନ ପ୍ରକାର ଅନଲାଇନ୍ ଠକେଇ ସମ୍ପର୍କରେ ସଚେତନ କରାଯାଇଥିଲା। ଅଜଣା ଲିଙ୍କ୍ରେ କ୍ଲିକ୍ ନକରିବା, ଅଜଣା ଆପ୍ ଡାଉନଲୋଡ୍ ନକରିବା, OTP, PIN ଓ ବ୍ୟାଙ୍କ ସମ୍ପର୍କିତ ଗୋପନୀୟ ତଥ୍ୟ କାହାକୁ ନଦେବା ପାଇଁ ପୋଲିସ ପରାମର୍ଶ ଦେଇଥିଲା। ଏଥିସହ ଡିଜିଟାଲ୍ ଆରେଷ୍ଟ ନାମରେ ଭୟଭୀତ କରି ଟଙ୍କା ଦାବି କରୁଥିବା ଠକଙ୍କଠାରୁ ସତର୍କ ରହିବାକୁ ମଧ୍ୟ କୁହାଯାଇଥିଲା। ସାଇବର ଠକେଇର ଶିକାର ହେଲେ ବିଳମ୍ବ ନକରି ତୁରନ୍ତ ୧୯୩୦ ସାଇବର ହେଲ୍ପଲାଇନ୍ ନମ୍ବରରେ ଅଭିଯୋଗ କରିବାକୁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଥିଲା। ସାଇବର ସୁରକ୍ଷା ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ସହ ଏହି ସୂଚନା ପରିବାର ଓ ସମାଜର ଅନ୍ୟମାନଙ୍କ ନିକଟରେ ପହଞ୍ଚାଇବାକୁ ମଧ୍ୟ ଆହ୍ୱାନ କରାଯାଇଥିଲା।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା
