Web News

From Dras to Assam, 18 Years in Uniform: Kshitish Jagat Returns to His Homeland
Sinapali, October 4: After dedicating 18 precious years of his life to the service and security of the nation, CRPF personnel Kshitish Jagat returned to his native village of Palsapada following his retirement from service. His homecoming turned into a memorable occasion as villagers, friends, former classmates and well-wishers came together to honour the braveheart with a grand procession and a heartfelt welcome. Son of Sugriba Jagat and Malati Jagat, Kshitish joined the Central Reserve Police Force (CRPF) on June 26, 2008. During his long and distinguished career, he served with dedication, discipline and commitment in several parts of the country. From the challenging terrain of Dras in Jammu and Kashmir to various other locations across the country, Kshitish performed his duties with sincerity and courage. His years in uniform were marked by a deep sense of responsibility and an unwavering commitment to the nation. Serving in the armed forces often means staying away from family and sacrificing personal comfort, festivals and important moments of life. For Kshitish, too, the call of duty remained above personal priorities as he continued to serve the country with dedication. He was last posted at Lekhapani in Assam, where he continued his duties until his retirement on September 30, 2026, bringing an end to his 18-year-long journey in uniform. As he returned to his native land after retirement, villagers gathered at Sinapali Bus Stand Square to receive him. He was then taken to Palsapada in a grand procession amid the beats of traditional drums and nishan. The atmosphere reverberated with patriotic slogans of “Bharat Mata Ki Jai” as villagers showered flowers and welcomed the former CRPF personnel with garlands and warm affection. The homecoming was not merely a personal celebration for Kshitish and his family. It was also a moment of collective pride for the village, which came together to honour a son who had spent nearly two decades serving the nation. A felicitation ceremony was subsequently organised in Palsapada. President of the Nuapada District Ex-Servicemen Association Nimai Charan Tandi, Vice-President Prafulla Dandsena and Secretary Pabitra Majhi, along with several dignitaries, attended the programme and felicitated Kshitish. He was presented with bouquets, traditional shawls and a memento in recognition of his dedicated service to the nation. The ceremony witnessed the presence of hundreds of villagers, friends, former classmates, relatives and well-wishers. Their participation transformed the occasion into an emotional and memorable tribute to Kshitish’s long years of service. The return of a soldier after years of service is more than just a homecoming. It is a moment when a community acknowledges the sacrifices made by those who stand ready to protect the nation, often far away from their homes and loved ones. Kshitish Jagat’s 18-year journey in the CRPF stands as a symbol of duty, discipline, sacrifice and patriotism. His honourable return to his birthplace, amid the affection and respect of his people, marked the closing of one proud chapter of his life and the beginning of a new journey with his family and community. For Palsapada, his homecoming was a moment of immense pride—a fitting salute to a son of the soil who dedicated the prime years of his life to the service of the nation.
Nuapada (ନୂଆପଡ଼ା) • Reports: Malaya Meher, DC

୧୨୫ ବର୍ଷର ଗୌରବ: ମହାସମାରୋହରେ ବକ୍ସି ଜଗବନ୍ଧୁ ହାଇସ୍କୁଲର ବାର୍ଷିକ ଉତ୍ସବ
ଖୋର୍ଦ୍ଧା: ଖୋର୍ଦ୍ଧା ମାଟିର ଗର୍ବ ତଥା ଐତିହାସିକ ବକ୍ସି ଜଗବନ୍ଧୁ ବିଦ୍ୟାଧର ଇଂରାଜୀ ଉଚ୍ଚ ବିଦ୍ୟାଳୟର ୧୨୫ତମ ବାର୍ଷିକ ମହୋତ୍ସବ ରବିବାର ମହାସମାରୋହରେ ପାଳିତ ହୋଇଯାଇଛି। ଦୀର୍ଘ ୧୨୫ ବର୍ଷର ଗୌରବମୟ ଶିକ୍ଷା ଯାତ୍ରାକୁ ସ୍ମରଣ କରି ବିଦ୍ୟାଳୟ ପରିସର ଉତ୍ସବମୁଖର ହୋଇଉଠିଥିଲା। ଏହି ଅବସରରେ ପୁରାତନ ଛାତ୍ର, ଶିକ୍ଷକ, ଅଭିଭାବକ ଓ ଶିକ୍ଷାପ୍ରେମୀଙ୍କ ସମାଗମ ବେଶ ଆକର୍ଷଣୀୟ ହୋଇଥିଲା।ଉତ୍ସବରେ ମୁଖ୍ୟ ଅତିଥି ଭାବେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଯୋଗଦେଇ ବକ୍ସି ଜଗବନ୍ଧୁ ହାଇସ୍କୁଲକୁ ଖୋର୍ଦ୍ଧାବାସୀଙ୍କ ସ୍ୱାଭିମାନର ପ୍ରତୀକ ଭାବେ ଅଭିହିତ କରିଥିଲେ। ଦୀର୍ଘ ୧୨୫ ବର୍ଷ ଧରି ଏହି ଐତିହାସିକ ଶିକ୍ଷାନୁଷ୍ଠାନ କେବଳ ଶିକ୍ଷା ପ୍ରଦାନ କରିନାହିଁ, ବରଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୃଙ୍ଖଳା, ସଂସ୍କାର, ଦାୟିତ୍ୱବୋଧ ଓ ମାନବୀୟ ମୂଲ୍ୟବୋଧର ବିକାଶରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିଆସିଛି ବୋଲି ସେ କହିଥିଲେ।କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ସମେତ ବହୁ ବିଶିଷ୍ଟ ଅତିଥି, ଶିକ୍ଷାବିତ୍, ପୂର୍ବତନ ଛାତ୍ରଛାତ୍ରୀ, ଶିକ୍ଷକ ଓ ଅଭିଭାବକ ଯୋଗଦେଇଥିଲେ। ଅତିଥିମାନେ ବିଦ୍ୟାଳୟର ୧୨୫ ବର୍ଷର ଗୌରବମୟ ଯାତ୍ରା, ଐତିହ୍ୟ ଓ ଅବଦାନ ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଏହି ଅନୁଷ୍ଠାନ ଶିକ୍ଷା କ୍ଷେତ୍ରରେ ଆହୁରି ଉଚ୍ଚ ମାନଦଣ୍ଡ ସ୍ଥାପନ କରିବ ବୋଲି ଆଶାବ୍ୟକ୍ତ କରିଥିଲେ।ଏହି ଅବସରରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କୃତୀ ପୁରାତନ ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ନିଜ ପୁରାତନ ଶିକ୍ଷାନୁଷ୍ଠାନର ୧୨୫ତମ ବର୍ଷର ଏହି ଐତିହାସିକ ମୁହୂର୍ତ୍ତର ସାକ୍ଷୀ ହୋଇ ପୂର୍ବତନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ସହ ଭାବାବେଗ ମଧ୍ୟ ପରିଲକ୍ଷିତ ହୋଇଥିଲା।୧୨୫ ବର୍ଷର ଦୀର୍ଘ ଶିକ୍ଷା ଯାତ୍ରାରେ ବକ୍ସି ଜଗବନ୍ଧୁ ହାଇସ୍କୁଲ ହଜାର ହଜାର ପ୍ରତିଭାବାନ ଛାତ୍ରଛାତ୍ରୀଙ୍କୁ ଗଢ଼ି ତୋଳିଛି। ଏହି ଶିକ୍ଷାନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି ବହୁ ପୁରାତନ ଛାତ୍ରଛାତ୍ରୀ ସମାଜର ବିଭିନ୍ନ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଶିକ୍ଷା, ସଂସ୍କାର, ଶୃଙ୍ଖଳା ଓ ପ୍ରତିଭାର ଏହି ଅନନ୍ୟ ପରମ୍ପରା ଆଜି ମଧ୍ୟ ଅବ୍ୟାହତ ରହିଛି।୧୨୫ ବର୍ଷ ପୂର୍ତ୍ତିର ଏହି ଐତିହାସିକ ଉତ୍ସବ ବିଦ୍ୟାଳୟର ଅତୀତ ଗୌରବକୁ ସ୍ମରଣ କରିବା ସହ ଭବିଷ୍ୟତର ଶିକ୍ଷା ଯାତ୍ରା ପାଇଁ ଏକ ନୂଆ ଅଧ୍ୟାୟର ଶୁଭାରମ୍ଭ କରିଛି। ଶତାବ୍ଦୀ ପରେ ମଧ୍ୟ ବକ୍ସି ଜଗବନ୍ଧୁ ହାଇସ୍କୁଲର ଗୌରବ, ଗାରିମା ଓ ଐତିହ୍ୟ ଅମଳିନ ରହିଛି।
Khordha (ଖୋର୍ଦ୍ଧା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର, ଖୋର୍ଦ୍ଧା

କଂଗ୍ରେସର ପ୍ରସ୍ତୁତି ବୈଠକ : ୬ ରେ ବିକ୍ଷୋଭ ୮ ରେ ବନ୍ଦ ଡାକରା
ଯାଜପୁର: ୦୪/୧୦:ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦ୍ଦେଶକ୍ରମେ ଭୋଟ ବଞ୍ଚାଅ... ସମ୍ବିଧାନ ବଞ୍ଚାଅ... ଦେଶ ବଞ୍ଚାଅ ପରିପ୍ରେକ୍ଷୀରେ ଆସନ୍ତା ୬ ତାରିଖ ଦିନ କଂଗ୍ରେସ ଦଳ ପକ୍ଷରୁ ବିକ୍ଷୋଭ ସଙ୍ଗେ ସଙ୍ଗେ ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହେବ । ସେହିପରି ୮ ତାରିଖ ଜିଲ୍ଲାରେ ବନ୍ଦ ପାଳନ କରାଯିବ । ଏହି ପରିପ୍ରେକ୍ଷୀରେ ଯାଜପୁର କଂଗ୍ରେସ କାର୍ଯ୍ୟାଳୟ ଠାରେ ବ୍ଲକ ସଭାପତି ମାନଙ୍କ ସହ ପ୍ରସ୍ତୁତି ବୈଠକ ହୋଇଯାଇଛି । ପ୍ରଦେଶ କଂଗ୍ରେସ କମିଟିର ନିର୍ଦ୍ଦେଶ କ୍ରମେ ଯାଜପୁର କଂଗ୍ରେସ ଦାୟିତ୍ୱରେ ଥିବା ହଳଧର ସେଠୀ ଯୋଗଦେଇ ବିକ୍ଷୋଭ ଓ ବନ୍ଦ ପାଳନ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ କିପରି ସମସ୍ତ କଂଗ୍ରେସର କର୍ମୀ ଓ ନେତୃମଣ୍ଡଳୀ ମାନଙ୍କୁ ଏକଜୁଟ୍ କରି କାର୍ଯ୍ୟକ୍ରମ ସଫଳ ରୂପାୟନ ହୋଇପାରିବ ସେଥିପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ । ଆଗାମୀ ୬ ତାରିଖ ଓ ୮ ତାରିଖରେ ସମସ୍ତ କଂଗ୍ରେସ କର୍ମୀ ଓ ନେତୃମଣ୍ଡଳୀ ସହଯୋଗ କରିବା ପାଇଁ ଶ୍ରୀ ସେଠୀ ଗଣମାଧ୍ୟମ ଜରିଆରେ ନିବେଦନ କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ବି.ଏଲ୍-୧ ସନ୍ତୋଷ ନନ୍ଦ, ଯାଜପୁର ନଗର କଂଗ୍ରେସ କମିଟିର ସଭାପତି ନାରାୟଣ ସାମନ୍ତ, ଯାଜପୁର ବ୍ଲକ କଂଗ୍ରେସର ସଭାପତି ଗଦାଧର ଦାସ, ଦଶରଥପୁର ବ୍ଲକ କଂଗ୍ରେସ କମିଟିର ସଭାପତି ଏକାଦଶୀ ତ୍ରିପାଠୀ, ବରୀ ବ୍ଲକ କଂଗ୍ରେସ ସଭାପତି ଦେବେନ୍ଦ୍ର ପ୍ରଧାନ, ଅନିଲ କୁମାର ଜେନା ବିଭୂତି ମହାପାତ୍ର, ହୃଷିକେଶ ପତି, ନିକୁଞ୍ଜ ସାମଲ, ସସ୍ମିତା ପଣ୍ଡା, ଅର୍ଜିତ ନାୟକ, ନକୁଳ ସାହୁ, ଅବଦୁଲ ରୌଫ, ଉପେନ୍ଦ୍ର ସାମଲ, ବିଜୟ ମହାପାତ୍ର, ପ୍ରଭୃତି ବୈଠକରେ ଯୋଗ ଦେଇଥିଲେ ।
Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ ଯାଜପୁର

ମୋନା’ ଯାଜପୁର ପୌରାଞ୍ଚଳ ଶାଖ ପକ୍ଷରୁ ତ୍ରିରଙ୍ଗା ଯାତ୍ରା ଓ ଦାବିପତ୍ର
ଯାଜପୁର: ୦୪/୧୦): ଜାତିର ପିତା ମହାତ୍ମା ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଳବାହାଦୂର ଶାସ୍ତ୍ରୀଙ୍କ ଜଜନ୍ମଜୟନ୍ତୀ ସପ୍ତାହ ଅବସରରେ ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ (ମୋନା)ର ଯାଜପୁର ପୌରାଞ୍ଚଳ ଶାଖା ତରଫରୁ ନିଶା ନିବାରଣ ତ୍ରିରଙ୍ଗା ଯାତ୍ରା ରବିବାର ଅନୁଷ୍ଠିତ ହୋଇଯାଇଛି । ଶାଖା ସଭାପତି ନାରାୟଣ ଚନ୍ଦ୍ର ସାମନ୍ତ, ସମ୍ପାଦକ ହୃଷିକେଶ ପତି, ହଳଧର ସେଠୀ, ସନ୍ତୋଷ ନନ୍ଦ, ସରୋଜ ବିଶ୍ୱାଳ, ଭଗବାନ ନାୟକ, ଅବ୍ଦୁଲ ରୌଫ୍, ଅର୍ଜିତ ନାୟକ, ଗଦାଧର ଦାସ, ବିଜୟ ମହାପାତ୍ର, ବିଭୂତି ମହାପାତ୍ର, ଆଦିତ୍ୟ ମହାନ୍ତି, ନିକୁଞ୍ଜ ସାମଲ ପ୍ରମୁଖ ଏହି ତ୍ରିରଙ୍ଗା ଯାଜପୁରର ନେତୃତ୍ୱ ନେଇଥିଲେ । ଏହି ଯାତ୍ରା ଗାନ୍ଧୀ ଛକରେ ଥିବା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରୁ ବାହାରି ଟାଉନ ଥାନାରେ ପହଞ୍ôଚଥିଲା । ଓଡ଼ିଶାରେ ମଦ ବନ୍ଦ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଥାନାଧିକାରୀଙ୍କୁ ଦାବିପତ୍ର ଦିଆଯାଇଥିଲା ।
Jajpur (ଯାଜପୁର) • ଅନିଲ କୁମାର ଜେନା ଙ୍କ ରିପୋର୍ଟ ଯାଜପୁର

କଲେଇଗାଁ ଆଞ୍ଚଳିକ ଯାଦବ ସମିତିର ବୈଠକ ଅନୁଷ୍ଠିତ
ଜୁନାଗଡ଼: କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲେଇଗାଁ ଆଞ୍ଚଳିକ ଯାଦବ ସମିତି ପକ୍ଷରୁ ସଭାପତି ଶ୍ରୀ କିଶୋର ନିଆଲ, ସମ୍ପାଦକ ମଳୟ ଚନ୍ଦ୍ର ବାଗ ଏବଂ ଆଞ୍ଚଳିକ କର୍ମକର୍ତ୍ତାଙ୍କ ପରାମର୍ଶକ୍ରମେ ଏକ ବୈଠକ କୁଳିହାରୀ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। କଲେଇଗାଁ, ଚାରଭାଟି, ଦେଦର, ଦୁନ୍ଦେଲମାଳ ଓ ମାଟିଗାଁ—ଏହି ପାଞ୍ଚଟି ପଞ୍ଚାୟତର ଭାତ ସମାଜର ମୁଖ୍ୟ ଓ ସମାଜର ପ୍ରମୁଖ ବ୍ୟକ୍ତିମାନେ ବୈଠକରେ ଯୋଗଦେଇଥିଲେ। ବୈଠକ ଆରମ୍ଭରେ ଭଗବାନ ଶ୍ରୀକୃଷ୍ଣଙ୍କ ନିକଟରେ ଦୀପ ପ୍ରଜ୍ୱଳନ କରାଯାଇଥିଲା। ପରେ ଆଗାମୀ ନୂଆଖାଇ ଭେଟଘାଟ, ଯାଦବ ମିଳନ ଉତ୍ସବ ଏବଂ ଅର୍ଦ୍ଧନିର୍ମିତ ଯାଦବ ସମାଜ ଭବନର ଉନ୍ନତିକରଣ ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଥିସହ ସମାଜରେ ରହିଥିବା ବିଭିନ୍ନ ସମସ୍ୟାର ସମାଧାନ, ସାମାଜିକ ଏକତା ଓ ଭାଇଚାରାକୁ ମଜବୁତ କରିବା ସହ ଏକ ସୁଶୃଙ୍ଖଳିତ ଓ ସୁସ୍ଥ ସମାଜ ଗଠନ କିପରି ହୋଇପାରିବ, ସେନେଇ ଉପସ୍ଥିତ ସଦସ୍ୟମାନେ ନିଜ ନିଜ ମତାମତ ରଖିଥିଲେ। ପରିଶେଷରେ ଯାଦବ ସମିତି ପକ୍ଷରୁ ବୈଠକରେ ଯୋଗଦେଇଥିବା ସମାଜପ୍ରେମୀ, କର୍ମକର୍ତ୍ତା ଓ ସମସ୍ତ ଜନସାଧାରଣଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଯାଇଥିଲା।
Kalahandi (କଳାହାଣ୍ଡି) • ରିପୋର୍ଟ: ଦେବରାଜ ବାଣୁଆ, ଜୁନାଗଡ଼, କଳାହାଣ୍ଡି

ବାଲି ଚୋରା ଚାଲାଣ ଅଭିଯୋଗରେ ଜଣେ ଗିରଫ : ବାଲି ବୋଝେଇ ୱାଇବା ଜବତ
ପାଇକମାଲ - ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ଥାନା ପୁଲିସ ଜଣେ ହାଇୱା ଚାଳକଙ୍କୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି । ଏଥିସହ ବାଲି ବୋଝେଇ ହାଇୱାକୁ ମଧ୍ୟ ପୁଲିସ ଜବତ କରିଛି । ଗିରଫ ଅଭିଯୁକ୍ତ ନୂଆପଡ଼ା ଜିଲ୍ଲା କୋମନା ଥାନା ଅନ୍ତର୍ଗତ ହାତୀସରା ଗାଁର ସୁକ୍ରମ ମାଝୀ (୩୮) ବୋଲି ପୁଲିସ ସୂଚନା ଦେଇଛି । ପୁଲିସ ସୂଚନାନୁଯାୟୀ, ପରସଖୁଣ୍ଡି ଅଙ୍ଗ ନଦୀରୁ ବାଲି ବୋଝେଇ କରି ଏକ ହାଇୱା କୁଦୋଗୁଡ଼ା ଦେଇ ଯାଉଥିଲା । ଏ ସମ୍ପର୍କରେ ପାଇକମାଲ ପୁଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ବାଲି ବୋଝେଇ ହାଇୱାଟିକୁ ଜବତ କରିବା ସହ ଏହାର ଚାଳକ ସୁକ୍ରମଙ୍କୁ ଗିରଫ କରାଯାଇଥିଲା । ଏନେଇ ପାଇକମାଲ ଥାନାରେ କେସ୍ ନଂ ୨୬୦/୨୬ ରୁଜୁ ହୋଇଛି । ମାମଲାରେ ବିଏନ୍ଏସ୍ର ଧାରା ୩୦୩(୨)/୩୧୭(୨) ସହ ଓଡ଼ିଶା ମାଇନର୍ ମିନେରାଲ୍ସ କନସେସନ୍ ରୁଲ୍ସ (ଓଏମ୍ଏମ୍ସିଆର୍)ର ଧାରା ୫୧(୧) (ଆଇଭି) ଅନୁଯାୟୀ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି । ଜବତ ହାଇୱାର ନମ୍ବର ଓଆର୍-୦୪-ଏମ୍-୯୩୨୮ ବୋଲି ଜଣାପଡ଼ିଛି । ଗିରଫ ସୁକ୍ରମଙ୍କୁ କୋର୍ଟଚାଲାଣ କରା ଯାଇଥିବା ପାଇକମାଲ ଥାନାଧିକାରୀ କୈଳାସ ଚନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି I
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଜଙ୍ଗଲୀ ବରାହ ଆକ୍ରମଣରେ ଛେଳି ଚରାଳୀ ଗୁରୁତର: ପଦ୍ମପୁରରୁ ବୁର୍ଲା ରେଫର; ସରକାରୀ ସହାୟତା ଦାବି
ଝାରବନ୍ଧ, -ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ଜଗଦଲପୁର ଥାନା ଅନ୍ତର୍ଗତ କୁମୀର ଗ୍ରାମ ପଞ୍ଚାୟତର ସାରମସିଲି ଗ୍ରାମରେ ଜଙ୍ଗଲୀ ବରାହ ଆକ୍ରମଣରେ ଜଣେ ଛେଳି ଚରାଳୀ ଗୁରୁତର ଆହତ ହୋଇଛନ୍ତି। ଆହତ ବ୍ୟକ୍ତି ହେଲେ ଗ୍ରାମର ଗୌରଚନ୍ଦ୍ର ସାହୁ। ସୂଚନା ଅନୁସାରେ, ଗୌରଚନ୍ଦ୍ର ଛେଳି ଚରାଇବା ପାଇଁ ଗ୍ରାମ ନିକଟସ୍ଥ ଅଞ୍ଚଳକୁ ଯାଇଥିବା ବେଳେ ହଠାତ୍ ଏକ ଜଙ୍ଗଲୀ ବରାହ ତାଙ୍କୁ ଆକ୍ରମଣ କରିଥିଲା। ଆକ୍ରମଣରେ ସେ ଗୁରୁତର ଆହତ ହୋଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ। ତାଙ୍କ ଚିତ୍କାର ଶୁଣି ନିକଟସ୍ଥ ଲୋକେ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ପରେ ଗୁରୁତର ଅବସ୍ଥାରେ ଗୌରଚନ୍ଦ୍ରଙ୍କୁ ପଦ୍ମପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଆବଶ୍ୟକ ଚିକିତ୍ସା ସୁବିଧା ଉପଲବ୍ଧ ନଥିବାରୁ ତାଙ୍କୁ ଉନ୍ନତ ଚିକିତ୍ସା ପାଇଁ ବୁର୍ଲା ଡାକ୍ତରଖାନାକୁ ରେଫର କରାଯାଇଥିବା ଜଣାପଡ଼ିଛି। ଘଟଣା ସମ୍ପର୍କରେ ଖବର ପାଇ ଜଙ୍ଗଲ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଆବଶ୍ୟକ ସହଯୋଗ କରିଥିଲେ। ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଜଙ୍ଗଲୀ ବରାହଙ୍କ ଉପଦ୍ରବକୁ ନେଇ ଲୋକଙ୍କ ମଧ୍ୟରେ ଭୟ ସୃଷ୍ଟି ହୋଇଛି। ଗୌରଚନ୍ଦ୍ର ଜଣେ ଗରିବ ପରିବାରର ହୋଇଥିବା ବେଳେ ଛେଳି ଚରାଇ ନିଜ ପରିବାରର ଜୀବିକା ନିର୍ବାହ କରୁଥିବା ଜଣାପଡ଼ିଛି। ଏଭଳି ପରିସ୍ଥିତିରେ ତାଙ୍କ ଉନ୍ନତ ଚିକିତ୍ସା ପାଇଁ ଆବଶ୍ୟକ ସରକାରୀ ସହାୟତା ଯୋଗାଇଦେବା ସହିତ ବନ୍ୟଜନ୍ତୁ ଆକ୍ରମଣଜନିତ ନିୟମାନୁଯାୟୀ କ୍ଷତିପୂରଣ ପ୍ରଦାନ କରିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବରଗଡ଼ରେ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା ୨୦୨୬-୨୭'ର ଶୁଭାରମ୍ଭ
ବରଗଡ -ବରଗଡ଼ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗର ମିଳିତ ଆନୁକୂଲ୍ୟରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା ଯୋଜନା ଅନ୍ତର୍ଗତ 'ଶ୍ରୀ ଜଗନ୍ନାଥ ଦର୍ଶନ ଯୋଜନା'ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଯାଇଛି। ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ୍ହଲ୍ ପରିସରରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଯୋଜନା ଅଧୀନରେ ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାର ୭୦୦ ଜଣ ବରିଷ୍ଠ ନାଗରିକ ପୁରୀ ଅଭିମୁଖେ ଯାତ୍ରା କଲେ। ଏହି ଅବସରରେ ବରଗଡ ସାଂସଦ ପ୍ରଦୀପ ପୁରୋହିତ ପ୍ରଦୀପ ପ୍ରଜ୍ଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ ଶ୍ରୀଜଗନ୍ନାଥଙ୍କ ନିକଟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାପରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥିଙ୍କ ସହ ଅତିରିକ୍ତ ଜିଲ୍ଲାପାଳ ମହେନ୍ଦ୍ର ମହାପାତ୍ର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନତ ପାଢ଼ୀ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ଅମ୍ବୁଜାକ୍ଷର ପ୍ରଧାନ ଉପସ୍ଥିତ ରହି ତୀର୍ଥ ଯାତ୍ରୀ ମାନଙ୍କୁ ସମ୍ବୋଧିତ କରିଥିଲେ। ଏହି ଯୋଜନା ଅଧୀନରେ ସମସ୍ତ ଯାତ୍ରୀଙ୍କୁ ତୀର୍ଥ ଯାତ୍ରୀ କିଟ୍ ପ୍ରଦାନ କରାଯାଇଥିଲା ଯେଉଁଥିରେ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ମାନ ରହିଅଛି। ଏହାପରେ ବିଜୁ ପଟ୍ଟନାୟକ ଟାଉନ୍ହଲ୍ ସମ୍ମୁଖରୁ ବରିଷ୍ଠ ନାଗରିକମାନଙ୍କୁ ନେଇ ପୁରୀ ଶ୍ରୀକ୍ଷେତ୍ର ଅଭିମୁଖେ ବାହାରିଥିବା ତୀର୍ଥଯାତ୍ରୀ ବସ୍କୁ ଅତିଥିବୃନ୍ଦ ପତାକା ଦେଖାଇ (Flag-off) ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟନ ବିଭାଗ ସହ ଜିଲ୍ଲା ସଂସ୍କୃତି ବିଭାଗରେ କର୍ମକର୍ତ୍ତା ମାନେ ଉପସ୍ଥିତ ଥିଲେ। ବରିଷ୍ଠ ନାଗରିକମାନଙ୍କୁ ସୁରକ୍ଷିତ ଓ ସୁବିଧାରେ ଶ୍ରୀକ୍ଷେତ୍ର ଦର୍ଶନ କରାଇବା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନର ଏହି ମହତ୍ ପଦକ୍ଷେପକୁ ଉପସ୍ଥିତ ସମସ୍ତ ବରିଷ୍ଠ ନାଗରିକ ଓ ଅଞ୍ଚଳବାସୀ ସାଧୁବାଦ ଜଣାଇଛନ୍ତି।
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ଝାରବନ୍ଧରେ ବାଲି ବୋଝେଇ ଡମ୍ଫର ଜବତ
ଝାରବନ୍ଧ-ବରଗଡ ଜିଲ୍ଲା ଝାରବନ୍ଧ ପୋଲିସ ବାଲି ଚୋରାଚାଲାଣ ଅଭିଯୋଗରେ ଗୋଟିଏ ବାଲି ବୋଝେଇ ଡମ୍ଫର କୁ ଜବତ କରି ଦୁଇଜଣ କୁ କୋର୍ଟ ଚାଲାଣ କରିଛି l ଝାରବନ୍ଧ ଥାନାଅଧିକାରୀ ସଞ୍ଜୟ କୁମାର ପରିଡ଼ା ଙ୍କ ସୂଚନା ଅନୁସାରେ ଏଏସଆଇ ଇ. ମହମ୍ମଦ, ଏଏସଆଇ ବିନାୟକ ସାହୁ, ହାବିଲଦାର ଉରକୁଲୁ ଭୋଇ ପୋଲିସ ଟିମ ସହିତ ବୈତାଳି ଅଞ୍ଚଳରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଗୋଟିଏ ଡମ୍ଫର କୁମୀର ଘାଟରୁ ବେଆଇନ ଭାବରେ ବାଲିଚଲାଣ କରୁଥିବା ଜାଣି ଗାଡ଼ିକୁ ଥାନାକୁ ଅଣାଯାଇଥିଲା l ଗାଡିଚାଲକ ଜଗଦଳପୁର ଥାନା ଅନ୍ତର୍ଗତ ଲହଙ୍ଗୀର ଗ୍ରାମର ହୃଦାନନ୍ଦ ପ୍ରଧାନ (୩0),ଓ ପାଇକମାଳ ଥାନା ଅନ୍ତର୍ଗତ ଡୁଙ୍ଗୁରିପାଲି ଗ୍ରାମର ପ୍ରଜେଶ ବିଶ୍ୱାଳ (୨0]ଙ୍କ ବିରୁଦ୍ଧରେ ଝାରବନ୍ଧ ଥାନା କେସ ନମ୍ବର ୧୪୯ ୨/୧0ରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଛି l
Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ପଂଚାୟତ ନିର୍ବାଚନ ପୂର୍ବ ରୁ ତିନି ଦଳ ର ସଜବାଜ ଫୋକାସ ରେ ବ୍ଲକ୍, ପୌରାଞ୍ଚଳ, ଏନ ଏ ସି
ପଞ୍ଚାୟତ ନିର୍ବାଚନ ପୂର୍ବରୁ ଗାଁ ଗାଁରେ ଜମିବ ରାଜନୀତି । ଗାନ୍ଧୀ ଜୟନ୍ତୀରୁ ଗ୍ରାଉଣ୍ଡକୁ ଓହ୍ଲାଇଛନ୍ତି ତିନି ପ୍ରମୁଖ ଦଳ । ନେତା ଯିବେ ଗାଁକୁ, କର୍ମୀ ପହଞ୍ଚିବେ ଘରକୁ । ଆଉ ଲୋକଙ୍କ ପାଖରେ ପହଞ୍ଚିବ ଦଳୀୟ ବାର୍ତ୍ତା । ବିଜେଡି ଜନସମ୍ପର୍କ ପଦଯାତ୍ରା ମାଧ୍ୟମରେ ଲୋକଙ୍କ ପାଖକୁ ଯାଉଥିବା ବେଳେ କଂଗ୍ରେସ ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ ଏବଂ ବିଜେପି ‘ସେବା ସଂକଳ୍ପ’ ଅଭିଯାନ ଆରମ୍ଭ କରିଛି । ଗାନ୍ଧୀ ଜୟନ୍ତୀରୁ ମାସେ ବ୍ୟାପୀ ‘ଜନସମ୍ପର୍କ ପଦଯାତ୍ରା’ ଆରମ୍ଭ କରିଛି ବିଜେଡି । ନଭେମ୍ବର ୨ ପର୍ଯ୍ୟନ୍ତ ଚାଲିବ ଏହି କାର୍ଯ୍ୟକ୍ରମ । ଭୁବନେଶ୍ୱର ୫୨ ନମ୍ବର ୱାର୍ଡରୁ ପଦଯାତ୍ରାର ଶୁଭାରମ୍ଭ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ । ରାଜ୍ୟର ୩୪ଟି ସାଙ୍ଗଠନିକ ଜିଲ୍ଲା ସମେତ ବ୍ଲକ୍, ପୌରାଞ୍ଚଳ, ଏନ୍ଏସି ଓ ମହାନଗର ନିଗମ ସ୍ତରରେ କାର୍ଯ୍ୟକ୍ରମ ହେବ। ସରକାରଙ୍କ କାର୍ଯ୍ୟକଳାପ, ଜନସମସ୍ୟା ଓ ନିର୍ବାଚନୀ ପ୍ରତିଶ୍ରୁତିକୁ ପ୍ରସଙ୍ଗ କରି ଲୋକଙ୍କ ପାଖକୁ ଯିବ ଦଳ । ସେପଟେ ବିଜେଡିର ପଦଯାତ୍ରା ମଧ୍ୟରେ କଂଗ୍ରେସ ଆରମ୍ଭ କରିଛି ‘ଗଣତନ୍ତ୍ର ବଞ୍ଚାଅ ସପ୍ତାହ’ । ଅକ୍ଟୋବର ୨ରୁ ୮ ପର୍ଯ୍ୟନ୍ତ ଜିଲ୍ଲାସ୍ତରରେ ବିଭିନ୍ନ କାର୍ଯ୍ୟକ୍ରମ କରିବ ଦଳ । ପଦଯାତ୍ରା, ମାଲ୍ୟାର୍ପଣ, ସଭା ଓ ଲିଫ୍ଲେଟ୍ ବଣ୍ଟନ ମାଧ୍ୟମରେ ଲୋକଙ୍କ ପାଖକୁ ଯିବାକୁ ଯୋଜନା ରହିଛି । ଅକ୍ଟୋବର ୬ରେ ଜିଲ୍ଲାସ୍ତରୀୟ ସମାବେଶ ଏବଂ ଅକ୍ଟୋବର ୮ରେ ଓଡ଼ିଶା ବନ୍ଦ ପାଇଁ ଦଳ ଡାକରା ଦେଇଛି । ସେହିପରି ସଭା ଓ ପଦଯାତ୍ରା ବଦଳରେ ‘ସେବା’ ମାଧ୍ୟମରେ ତଳସ୍ତରକୁ ଯିବାକୁ ଅଭିଯାନ ଆରମ୍ଭ କରିଛି ବିଜେପି । ‘ସେବା ସଂକଳ୍ପ’ ଅଭିଯାନରେ ସ୍ୱଚ୍ଛତା ଅଭିଯାନ ସହ ଅଙ୍ଗନବାଡ଼ି, ସ୍କୁଲ ଓ କଲେଜରେ ବିଭିନ୍ନ କାର୍ଯ୍ୟକ୍ରମ କରିବ ଦଳ। ବୃଦ୍ଧ ଓ ଯୁବବର୍ଗଙ୍କୁ ଯୋଡ଼ିବା ଉପରେ ମଧ୍ୟ ଫୋକସ୍ ରହିଛି । ପ୍ରତି ବୁଥ୍ରେ ‘ବିକଶିତ ସଂକଳ୍ପ ଯାତ୍ରା’ ଆୟୋଜନ କରିବା ସହ ପଥପ୍ରାନ୍ତ ନାଟକ ମାଧ୍ୟମରେ କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ଓ ବିକାଶ ସମ୍ପର୍କିତ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଯୋଜନା କରିଛି ଦଳ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ତିନି ଦଳର ଏହି ଗ୍ରାଉଣ୍ଡ କ୍ୟାମ୍ପେନ୍କୁ ନେଇ ରାଜନୈତିକ ମୈଦାନ ସରଗରମ ହୋଇଛି । ନେତା ଗାଁକୁ ଯିବେ, କର୍ମୀ ଘରେ ଘରେ ପହଞ୍ଚିବେ । ଭୋଟରଙ୍କ ନିକଟରେ ନିଜ ନିଜ ଦଳର ବାର୍ତ୍ତା ପହଞ୍ଚାଇବା ଉପରେ ତିନି ଦଳର ଫୋକସ୍ ରହିଛି । ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ତଳସ୍ତରୀୟ ଅଭିଯାନ ଆଗାମୀ ଦିନରେ କେତେ ଦୂର ପ୍ରଭାବ ପକାଉଛି, ତାହା ଉପରେ ରହିଛି ସମସ୍ତ ଙ୍କ ନଜର।
Bhubaneswar (ଭୁବନେଶ୍ୱର) • ରିପୋର୍ଟ: କବିରାଜ ପାତ୍ର ସ୍ଵତନ୍ତ୍ର ପ୍ରତିନିଧି

ପଡ଼ିଆରେ ଦୁଇ ବର୍ଷ ହେଲା ଅନ୍ଧାରରେ କ୍ରିଷ୍ଟିୟାନ ସାହି: ପ୍ରଶାସନର ନିଷ୍କ୍ରିୟତା ବିରୋଧରେ ଅସନ୍ତୋଷ
ପଡ଼ିଆ, : ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ପଡ଼ିଆ ପଞ୍ଚାୟତର କ୍ରିଷ୍ଟିୟାନ ସାହିରେ ଦୀର୍ଘ ଦୁଇ ବର୍ଷ ହେବ ଷ୍ଟିଟ୍ ଲାଇଟ୍ ଜଳୁ ନଥିବା ଅଭିଯୋଗ ହୋଇଛି। ପ୍ରଶାସନର ଦାୟିତ୍ୱହୀନତା ଯୋଗୁଁ ସ୍ଥାନୀୟ ବାସିନ୍ଦା ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, କ୍ରିଷ୍ଟିୟାନ ସାହିରେ ଥିବା ସ୍ଥାନୀୟ ବାସିନ୍ଦାମାନେ ରାସ୍ତାରେ ଲାଇଟ୍ ବ୍ୟବସ୍ଥା ନଥିବାରୁ ଦୀର୍ଘ ଦିନ ହେବ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷ କରି ସନ୍ଧ୍ୟା ହେଲେ ସମଗ୍ର ଅଞ୍ଚଳ ଅନ୍ଧକାରମୟ ହୋଇପଡ଼ୁଛି, ଯାହାଫଳରେ ରାତିରେ ଯାତାୟାତ କରିବା ବିପଦଜ୍ଜନକ ମନେହେଉଛି। ବିଷାକ୍ତ ସରୀସୃପ ଭୟ ସାଙ୍ଗକୁ ଦୁର୍ଘଟଣାର ଆଶଙ୍କା ସବୁବେଳେ ଲାଗି ରହିଛି। ଏହି ସମସ୍ୟାର ସମାଧାନ ପାଇଁ ସାହି ବାସିନ୍ଦା ପ୍ରଶାସନକୁ ଅନେକ ଥର ଲିଖିତ ଭାବେ ଜଣାଇଛନ୍ତି। ମାତ୍ର ଅଭିଯୋଗ ପରେ ମଧ୍ୟ ପ୍ରଶାସନିକ ସ୍ତରରେ କୌଣସି ପଦକ୍ଷେପ ନିଆଯାଇ ନାହିଁ କି କେହି ଏଥିପ୍ରତି କର୍ଣ୍ଣପାତ କରୁନାହାନ୍ତି ବୋଲି ଲୋକେ କ୍ଷୋଭର ସହ ପ୍ରକାଶ କରିଛନ୍ତି। ଏହି ଜନସାଧାରଣଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ପ୍ରଶାସନ ତୁରନ୍ତ ଅଚଳ ଷ୍ଟିଟ୍ ଲାଇଟ୍ ଗୁଡ଼ିକର ମରାମତି କରିବା ସହ ଅଞ୍ଚଳରେ ଆଲୋକର ବ୍ୟବସ୍ଥା କରିବାକୁ କ୍ରିଷ୍ଟିୟାନ ସାହି ବାସିନ୍ଦାମାନେ ଦୃଢ଼ ଦାବି କରିଛନ୍ତି। ସମସ୍ୟାର ସମାଧାନ ନହେଲେ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଚେତାବନୀ ଦିଆଯାଇଛି।
Malkangiri (ମାଲକାନଗିରି) • ରିପୋର୍ଟ: ରାଜେନ୍ଦ୍ର ପ୍ରସାଦ ତେଣ୍ଟୁ

ବିଜେଡିରେ ନୂଆ ଦାୟିତ୍ୱ ପାଇଲେ ଢେଙ୍କାନାଳର ସୁଧୀର ସାମଲ ଓ ଡ଼ା. ଅବିନାଶ ସାମଲ
ଢେଙ୍କାନାଳ: ବିଜୁ ଜନତା ଦଳ (ବିଜେଡି)ରେ ଢେଙ୍କାନାଳ ଜିଲ୍ଲାର ଦୁଇ ପ୍ରମୁଖ ନେତାଙ୍କୁ ନୂଆ ଦାୟିତ୍ୱ ମିଳିଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଢେଙ୍କାନାଳର ପୂର୍ବତନ ବିଧାୟକ ଶ୍ରୀ ସୁଧୀର କୁମାର ସାମଲଙ୍କୁ ବିଜୁ ଜନତା ଦଳ, ଓଡ଼ିଶାର Senior Panelist ଭାବେ ସ୍ଥାନ ମିଳିଥିବା ବେଳେ ଢେଙ୍କାନାଳର ସାଂସଦ ପ୍ରାର୍ଥୀ ତଥା ସମାଜସେବୀ ଡ଼ା. ଅବିନାଶ ସାମଲଙ୍କୁ ବିଜେଡିର Social Media Steering Committeeର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଦୁଇ ନେତାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଢେଙ୍କାନାଳ ଜିଲ୍ଲାର ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଦଳ ପକ୍ଷରୁ ମିଳିଥିବା ଏହି ଦାୟିତ୍ୱକୁ ସେମାନେ ସଫଳତାର ସହ ତୁଲାଇବେ ବୋଲି ଶୁଭେଚ୍ଛା ଜଣାଯାଇଛି। ଢେଙ୍କାନାଳର ଦୁଇ ନେତାଙ୍କୁ ଏହି ନୂଆ ଦାୟିତ୍ୱ ପାଇଁ ବିଭିନ୍ନ ମହଲରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।
Dhenkanal (ଢେଙ୍କାନାଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ
