--:--:--
-- ---
Srishti News

ବିଜେଡିରେ ନୂଆ ଦାୟିତ୍ୱ ପାଇଲେ ଢେଙ୍କାନାଳର ସୁଧୀର ସାମଲ ଓ ଡ଼ା. ଅବିନାଶ ସାମଲ

Dhenkanal (ଢେଙ୍କାନାଳ)ରିପୋର୍ଟ: ରୁଦ୍ର ମୋହନ ସାହୁOctober 4, 2026113 views
ବିଜେଡିରେ ନୂଆ ଦାୟିତ୍ୱ ପାଇଲେ ଢେଙ୍କାନାଳର ସୁଧୀର ସାମଲ ଓ ଡ଼ା. ଅବିନାଶ ସାମଲ
ଢେଙ୍କାନାଳ: ବିଜୁ ଜନତା ଦଳ (ବିଜେଡି)ରେ ଢେଙ୍କାନାଳ ଜିଲ୍ଲାର ଦୁଇ ପ୍ରମୁଖ ନେତାଙ୍କୁ ନୂଆ ଦାୟିତ୍ୱ ମିଳିଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ଖୁସି ପ୍ରକାଶ ପାଇଛି। ଢେଙ୍କାନାଳର ପୂର୍ବତନ ବିଧାୟକ ଶ୍ରୀ ସୁଧୀର କୁମାର ସାମଲଙ୍କୁ ବିଜୁ ଜନତା ଦଳ, ଓଡ଼ିଶାର Senior Panelist ଭାବେ ସ୍ଥାନ ମିଳିଥିବା ବେଳେ ଢେଙ୍କାନାଳର ସାଂସଦ ପ୍ରାର୍ଥୀ ତଥା ସମାଜସେବୀ ଡ଼ା. ଅବିନାଶ ସାମଲଙ୍କୁ ବିଜେଡିର Social Media Steering Committeeର ସଦସ୍ୟ ଭାବେ ମନୋନୀତ କରାଯାଇଛି। ଏହି ଦୁଇ ନେତାଙ୍କୁ ନୂଆ ଦାୟିତ୍ୱ ମିଳିବା ପରେ ଢେଙ୍କାନାଳ ଜିଲ୍ଲାର ଦଳୀୟ ନେତା, କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଦଳ ପକ୍ଷରୁ ମିଳିଥିବା ଏହି ଦାୟିତ୍ୱକୁ ସେମାନେ ସଫଳତାର ସହ ତୁଲାଇବେ ବୋଲି ଶୁଭେଚ୍ଛା ଜଣାଯାଇଛି। ଢେଙ୍କାନାଳର ଦୁଇ ନେତାଙ୍କୁ ଏହି ନୂଆ ଦାୟିତ୍ୱ ପାଇଁ ବିଭିନ୍ନ ମହଲରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି।