--:--:--
-- ---
Srishti News

ବାପା-ମାଆଙ୍କୁ ହରାଇଥିବା ଦୁଇ ଭାଇ-ଭଉଣୀଙ୍କ ପାଖରେ ଲୁଲୁ ସେନା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 26, 202689 views
ବାପା-ମାଆଙ୍କୁ ହରାଇଥିବା ଦୁଇ ଭାଇ-ଭଉଣୀଙ୍କ ପାଖରେ ଲୁଲୁ ସେନା
ଅନୁଗୋଳ: ବାପା-ମାଆଙ୍କୁ ହରାଇ ଅସହାୟ ଅବସ୍ଥାରେ ଜୀବନ ବିତାଉଥିବା ଦୁଇ ଭାଇ-ଭଉଣୀଙ୍କ ପାଖରେ ପହଞ୍ଚି ସହାୟତାର ହାତ ବଢ଼ାଇଛି ଲୁଲୁ ସେନା। ଅନୁଗୋଳ ଜିଲ୍ଲା ବେଡ଼ାଶାସନ ଗ୍ରାମ ପଞ୍ଚାୟତ ଅଧୀନ ହମାବିରା ଗ୍ରାମର ସ୍ୱର୍ଗତ ଦୋଳ ବାରିକଙ୍କ ୧୫ ବର୍ଷୀୟ ଝିଅ ଓ ୧୨ ବର୍ଷୀୟ ପୁଅ ବାପା-ମାଆଙ୍କୁ ହରାଇ ଅସହାୟ ହୋଇପଡ଼ିଛନ୍ତି। ଯେଉଁ ବୟସରେ ବାପା-ମାଆଙ୍କ ସ୍ନେହ, ମମତା ଓ ସୁରକ୍ଷା ମିଳିବା କଥା, ସେହି ବୟସରେ ଦୁଇ ଭାଇ-ଭଉଣୀଙ୍କ ମୁଣ୍ଡ ଉପରୁ ମାତାପିତାଙ୍କ ଛାୟା ହଟିଯାଇଛି। ସେମାନଙ୍କ ଦେଖାଶୁଣା ପାଇଁ ପରିବାରର ଅନ୍ୟ କୌଣସି ସଦସ୍ୟ ନଥିବା ବେଳେ, ଅପା ଏକାକୀ ରହି ନିଜ ସାମର୍ଥ୍ୟ ଅନୁସାରେ ଦୁଇ ଭାଇ-ଭଉଣୀଙ୍କ ଲାଳନପାଳନ କରୁଛନ୍ତି। ଏହି ଦୁଃଖଦ ପରିସ୍ଥିତି ସମ୍ପର୍କରେ ଜାଣିବା ପରେ ଲୁଲୁ ସେନାର ଟିମ୍‌ ହମାବିରା ଗ୍ରାମରେ ପହଞ୍ଚି ପରିବାରର ସ୍ଥିତି ଅନୁଧ୍ୟାନ କରିବା ସହ ଆବଶ୍ୟକୀୟ ସହାୟତା ପ୍ରଦାନ କରିଥିଲା। ଅସହାୟ ପରିବାର ପ୍ରତି ଏଭଳି ସହଯୋଗ ମାନବିକତାର ଏକ ଉଦାହରଣ ସୃଷ୍ଟି କରିଛି।