--:--:--
-- ---
Srishti News

ଜୁନାଗଡ଼ ବ୍ଲକର ପୂର୍ବତନ ବିଡିଓ ପରଂବ୍ରହ୍ମ ଯୋଷୀଙ୍କ ପରଲୋକ, ଶୋକରେ ଅଞ୍ଚଳବାସୀ

Kalahandi (କଳାହାଣ୍ଡି)ଦେବରାଜ ବଣୁଆAugust 2, 2026122 views
ଜୁନାଗଡ଼ ବ୍ଲକର ପୂର୍ବତନ ବିଡିଓ ପରଂବ୍ରହ୍ମ ଯୋଷୀଙ୍କ ପରଲୋକ, ଶୋକରେ ଅଞ୍ଚଳବାସୀ
: ଜୁନାଗଡ଼ ବ୍ଲକର ପୂର୍ବତନ ଗୋଷ୍ଠୀ ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ପରଂବ୍ରହ୍ମ ଯୋଷୀଙ୍କର ଗତକାଲି ରାତିରେ ହୃଦଘାତରେ ପରଲୋକ ଘଟିଛି। ଅସୁସ୍ଥ ହେବା ପରେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଜୁନାଗଡ଼ ବ୍ଲକରେ କାର୍ଯ୍ୟରତ ସମୟରେ ଶ୍ରୀ ଯୋଷୀ ଉନ୍ନୟନମୂଳକ କାର୍ଯ୍ୟ, ଜନସେବା ଏବଂ ପ୍ରଶାସନିକ ଦକ୍ଷତା ପାଇଁ ସ୍ଥାନୀୟ ଲୋକଙ୍କ ମନରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ। ତାଙ୍କ ଅକାଳ ବିୟୋଗରେ ପ୍ରଶାସନିକ ମହଳ ସହ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଜୁନାଗଡ଼ ବିଧାନସଭା ନିର୍ବାଚନମଣ୍ଡଳୀର ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଶ୍ରୀ ଯୋଷୀଙ୍କ ଆକସ୍ମିକ ବିୟୋଗରେ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇଛନ୍ତି। ସେ ଦିବଙ୍ଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ପରିବାରବର୍ଗଙ୍କୁ ଏହି ଅପାର ଦୁଃଖ ସହିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଶକ୍ତି ପ୍ରାର୍ଥନା କରିଛନ୍ତି। ଶ୍ରୀ ପରଂବ୍ରହ୍ମ ଯୋଷୀଙ୍କ ନିଷ୍ଠାପୂର୍ଣ୍ଣ ସେବା ଓ ଜନହିତକର କାର୍ଯ୍ୟ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ।