--:--:--
-- ---
Srishti News

Web News

DFO Inspects Khariar Urban Forest, Directs CCTV Installation and Infrastructure Improvement
Aug 5, 2026•27 views

DFO Inspects Khariar Urban Forest, Directs CCTV Installation and Infrastructure Improvement

Khariar : Nuapada Divisional Forest Officer (DFO) Ajit Khan Tial on Monday inspected the Urban Forest at Khariar town to review its maintenance, infrastructure, and visitor facilities. During the inspection, the DFO assessed various amenities and directed officials to enhance the park’s beautification and improve facilities for tourists. Emphasizing the safety of visitors and local residents, he instructed that CCTV cameras be installed throughout the Urban Forest premises to strengthen security and ensure effective monitoring. He also directed officials to develop a designated parking area for vehicles visiting the Urban Forest, ensuring proper traffic management and convenience for visitors. The DFO instructed the local Forest Officer, Sudam Kumar Bag, to take the necessary steps for the timely implementation of these measures. The Forest Department believes that these initiatives will improve the safety, management, and overall visitor experience at the Khariar Urban Forest.

Nuapada (ନୂଆପଡ଼ା) • Report: Bhajan Lal Jagat

ହାତୀବାରୀ ପୋଲିସ ବିଭାଗର ବଡ଼ ଧରଣର ଚଢ଼ାଉ,ବ୍ୟାପକ ପରିମାଣର ପୋଚ ସହ ମହୁଲି ମଦ ଜବତ
Aug 5, 2026•16 views

ହାତୀବାରୀ ପୋଲିସ ବିଭାଗର ବଡ଼ ଧରଣର ଚଢ଼ାଉ,ବ୍ୟାପକ ପରିମାଣର ପୋଚ ସହ ମହୁଲି ମଦ ଜବତ

ଆଜି ସକାଳୁ ସକାଳୁ ହାତୀବାରି ପୋଲିସ ବିଭାଗର ଅଧିକାରୀ ମାନେ ଅଙ୍କୁରପାଲ୍ଲୀ ଗ୍ରାମ ରେ ଚଢ଼ାଉ କରି ବିପୁଳ ମାତ୍ରାରେ ମହୁଲ ପୋଚ ଓ ମହୁଲି ମଦ ଜବତ କରିଛି,ଘଟଣା ସ୍ଥଳରେ କାହାକୁ ଗିରଫ କରାଯାଇନାହିଁ,ସୂଚନା ଅନୁଯାୟୀ ସୁନ୍ଦରଗଡ ଜିଲ୍ଲାର ସୀମାନ୍ତ ନୂଆଗାଁ ବ୍ଲକର ହାତୀ ବାରି ଥାନା ଅନ୍ତର୍ଗତ ଅଙ୍କୁର ପାଲ୍ଲୀ ଗ୍ରାମ ପଞ୍ଚାୟତର ଅନେକ ଗ୍ରାମରେ ପ୍ରତି ଘରେ ଘରେ ଦେଶି ମହୁଲି ମଦ ବିକ୍ରି ହେଉଥିବା ଖବର ପାଇ ଥାନା ଅଧିକାରୀ ଗୀତାଞ୍ଜଳି ମିର୍ଦ୍ଧା ଙ୍କ ସହ ଏ ଏସ ଆଇ ଶୁଭ ନାଥ ମାହାତୋ ଙ୍କ ସହ ସମସ୍ତ ଫୋର୍ସ ଅଙ୍କୁର ପାଲ୍ଲୀ ଗ୍ରାମରେ ଚଢ଼ାଉ କରି ଥିଲେ,ଘଟଣା ସ୍ଥଳରେ ୫୦କ୍ୱିଣ୍ଟାଲ ମହୁଲ ପୋଚ ସହ ୧୦୦ ଲିଟର ଦେଶୀ ରନ୍ଧା ମହୁଲ ମଦ ଜବତ କରିଥିଲେ, ଫୋର୍ସ ମାନେ ଜବତ ୫୦ କ୍ୱିଣ୍ଟାଲ ମହୁଲ ପୋଚ ନଷ୍ଟ କରିଥିବା ବେଳେ ୧୦୦ ଲିଟର ଦେଶୀ ରନ୍ଧା ମହୁଲ ମଦ ଜବତ କରିଥିବା ବେଳେ କାହାକୁ ଗିରଫ କରାଯାଇନାହିଁ ବୋଲି ସୂଚନା ମିଳିଛି, ସୂଚନା ଯୋଗ୍ୟ ଯେ ପ୍ରତିଦିନ ଅଙ୍କୁର ପାଲ୍ଲୀ ଗ୍ରାମପଞ୍ଚାୟତ ର ବିଭିନ୍ନ ଗ୍ରାମରେ ମହୁଲ ମଦ ରନ୍ଧା ଯାଇ ବିକ୍ରି କରିବା ସହ ରାଉରକେଲା ମହାନଗର ନିଗମ କୁ ଚାଲାଣ ହେଉଥିବା ଜଣାପଡିଛି I

Rourkela (ରାଉରକେଲା) • ନୂଆଗାଁ ବ୍ଳକ ରୁ ଗଣପତି ଦାଶ ଙ୍କ ରିପୋର୍ଟ

କଂଗ୍ରେସ ତରଫରୁ ଚିକିଟିରେ  ଭୋଟର ସଚେତନତା ପାଇଁ କର୍ମୀସମ୍ମେଳନ
Aug 5, 2026•51 views

କଂଗ୍ରେସ ତରଫରୁ ଚିକିଟିରେ ଭୋଟର ସଚେତନତା ପାଇଁ କର୍ମୀସମ୍ମେଳନ

ଭାରତୀୟ ଜାତୀୟ କଂଗ୍ରେସ ଦ୍ୱାରା ଚିକିଟି ନିର୍ବାଚନ ମଣ୍ଡଳୀ ସ୍ତରୀୟ ବି ଏଲ ଓ ଦୁଇ ପ୍ରଶିକ୍ଷଣ ଶିବିର ସ୍ଥାନୀୟ ବାରାହୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି.କୌଣସି ଯୋଗ୍ୟ ଭୋଟର ଯେପରି ଲିଷ୍ଟ ରୂ ବାଦ ନ ପଡିବେ ସେ ଦିଗ ରେ ଗୁରୁତ୍ୱାରୋପ କରି ଅସାମାଜିକ ତତ୍ୱ ପ୍ରତି ସଜାଗ ରହିବାକୁ ପ୍ରଶିକ୍ଷଣ ଶିବିର ରେ ପରାମର୍ଶ ଦିଆଯାଇଛି।ଦଳୀୟ ବିଧାନସଭା ପ୍ରାର୍ଥୀ ତଥା ବି ଏଲ ଓ -1 ରବୀନ୍ଦ୍ର ନାଥ ଦ୍ୟାନ ସାମନ୍ତରା ଙ୍କ ନେତୃତ୍ୱ ରେ ଶିବିର ପୂର୍ବତନ ମନ୍ତ୍ରୀ ରାଘବ ପରିଡା ଯୋଗ ଦେଇ ଏସ ଆଇ ଆର ପର୍ଯ୍ୟାୟ କୁ ସଫଳ ରୂପାୟନ କରିବା ସହ ଭୋଟ ଲିଷ୍ଟ ରେ ନାମ ଯୋଡିବା ର ଅନ୍ତିମ ଦିନ ପୂର୍ଵ ରୂ ଆବଶ୍ୟକୀୟ ପଦକ୍ଷେପ ନେବାକୁ ପରାମର୍ଶ ଦେଇଥିଲେ. ପୂର୍ବତନ ବିଧାୟକ ତ୍ରିନାଥ ବେହେରା,ଜିଲ୍ଲା ସଭାପତି ରଶ୍ମି ରଞ୍ଜନ ପଟ୍ଟନାୟକ,ଉପ ସଭାପତି ଅଶୋକ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିବା ବେଳେ ପ୍ରଶିକ୍ଷଣ ପର୍ଯ୍ୟବେକ୍ଷକ ଭାବେ ଭୋକାଲି ସେଠି ଉପସ୍ଥିତ ରହି ଭୋଟର ଲିଷ୍ଟ ରେ ବାଦ ପଡ଼ିଥିବା ହିତାଧିକାରୀ ଙ୍କ ପରବର୍ତ୍ତୀ ପଦକ୍ଷେପ ସମ୍ପର୍କ ରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ।.ନିର୍ବାଚନ ମଣ୍ଡଳୀ ର 295 ବୁଥ ରହିଥିବା ବେଳେ ସମସ୍ତ ବି ଏଲ ଓ -2 ଙ୍କୁ କୌଣସି ହିତାଧିକାରୀ ଯେପରି ବାଦ ନ ପଡିବେ ସେ ଦିଗରେ ସହଯୋଗ କରିବେ ବୋଲି ରବୀନ୍ଦ୍ର କହିଥିଲେ।ଆସନ୍ତା 19 ତାରିଖ ସୁଦ୍ଧା ନା ଯୋଡିବା ପାଇଁ ସମୟ ଧାର୍ଯ୍ୟ ସରକାର ରଖିଥିବା ବେଳେ ଭୋଟର ଲିଷ୍ଟ ରେ ନାମ ଥାଇ ନୋଟିସ ଆସିଲେ ଗୁରୁତର ସହ ନେବାକୁ କୁହାଯାଇଛି।କାର୍ଯ୍ୟକ୍ରମ ରେ ଚିକିଟି ବ୍ଲକ କଂଗ୍ରେସ ସଭାପତି ତଥା ବରିଷ୍ଠ ସାମ୍ବାଦିକ ନିଗମାନନ୍ଦ ପଣ୍ଡା,ପାତ୍ରପୁର ବ୍ଲକ ସଭାପତି ଶ୍ରୀବତ୍ସ ପ୍ରଧାନ,ଉମାକାନ୍ତ ପାଣିଗ୍ରାହୀ,କ୍ଷମା ପ୍ରସାଦ ମହାରଣା,ରାମରାଓ,ବି.ଭୁବନେଶ୍ୱର,ସୀତାୟା ରେଡି,କିଶୋର ପାଣିଗ୍ରାହୀ ପ୍ରମୁଖ ସହଯୋଗ କରିଥିଲେ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହାରଣା

ଚିକିଟି ମହାବିଦ୍ୟାଳୟରେ ସ୍ବାଗତମ୍ କାର୍ଯ୍ୟକ୍ରମ ବା ଓ୍ବେଲକମ ସେରିମନି
Aug 5, 2026•63 views

ଚିକିଟି ମହାବିଦ୍ୟାଳୟରେ ସ୍ବାଗତମ୍ କାର୍ଯ୍ୟକ୍ରମ ବା ଓ୍ବେଲକମ ସେରିମନି

ସ୍ଥାନୀୟ ଚିକିଟି ମହାବିଦ୍ୟାଳୟରେ ଯୁକ୍ତ ତିନି ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଇଁ ଆଜି ଏକ ସ୍ୱାଗତ ଓ ପରିଚୟ ପ୍ରଦାନ ର କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସେମିନାର ହଲରେ ଅନୁଷ୍ଠିତ ହୋଇଯାଇଅଛି । ଅଧ୍ୟକ୍ଷ ତଥା ଇତିହାସ ବିଭାଗ ପ୍ରାଧ୍ୟାପକ ଅଭିମନ୍ୟୁ ସାହୁଙ୍କ ସଭାପତିତ୍ଵରେ ପରିଚାଳିତ ଏହି କାର୍ଯ୍ୟକ୍ରମରେ ଇଂରାଜୀ ବିଭାଗର ଅଧ୍ୟାପକ ଆଶୁତୋଷ ସାହୁ ମଞ୍ଚ ପରିଚାଳନା କରିଥିଲେ । ଅଧ୍ୟାପକ ସୁନିଲ କୁମାର ପାଢ଼ୀ ପ୍ରାରମ୍ଭିକ ସଙ୍ଗୀତ ଗାନ କରିବା ସହ ମହାବିଦ୍ୟାଳୟର ଇତିହାସ ବିଷୟରେ ସମ୍ୟକ ସୂଚନା ପ୍ରଦାନ କରିଥିଲେ । ଅଧ୍ୟାପକ ସୁନିଲ କୁମାର ପଣ୍ଡା ଓ ଅଧ୍ୟାପକ ପବିତ୍ର ମହାରଣା ଛାତ୍ରୀଛାତ୍ରଙ୍କୁ ତିନି ବର୍ଷ ଡ଼ିଗ୍ରୀ ପାଠ୍ୟ ଖସଡ଼ା, ଏ.ଇ.ଡ଼ି.ପି ଓ ନନ୍ ଏ.ଇ.ଡ଼ି.ପି ପାଠ୍ୟ ଖସଡ଼ା ସମ୍ପର୍କରେ ବିଶଦ ଭାବେ ବର୍ଣ୍ଣନା କରିଥିଲେ । ଅଧ୍ୟାପିକା ମଧୁସ୍ମିତ। ମହାପାତ୍ର, ଅଧ୍ୟାପିକା ସୁଚିତ୍ରା ରାଣୀ ପଣ୍ଡା, ଅଧ୍ୟାପକ ଲକ୍ଷ୍ମଣ ବେହେରା ଓ ଅଧ୍ୟାପକ ରାକେଶ ରୋଶନ ମଣ୍ଡଳ ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ଵାଗତ କରିବା ସହ ମହାବିଦ୍ୟାଳୟର ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଷୟରେ ଜଣାଇଥିଲେ । ଅଧ୍ୟକ୍ଷ ନିଜ ଅଭିଭାଷଣରେ ଛାତ୍ରୀଛାତ୍ରଙ୍କ ଉତ୍ସାହ ବଢ଼ାଇଥିଲେ ଓ ପାଠପଡ଼ା ସହ ଗୋଟିଏ ଭଲ ମଣିଷ ହେବାକୁ ଚେଷ୍ଟା କରିବା ପାଇଁ ପରାମର୍ଶ ଦେଇଥିଲେ । ଶେଷରେ ଡ. ରାମ ଶଙ୍କର ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ I ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଯୁକ୍ତ ଦୁଇ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କ ପାଇଁ ଏହି ପରି ଏକ ସ୍ୱାଗତ ଓ ପରିଚୟ କାର୍ଯ୍ୟକ୍ରମ ଗତ ଜୁଲାଇ ୩୦ ତାରିଖ ଦିନ ଅନୁଷ୍ଠିତ ହୋଇଥିଲା ।

Ganjam (ଗଞ୍ଜାମ) • ଦୁର୍ଗା ମାଧବ ମହା ରଣା

ଅବହେଳାରେ ମା' କାଳିଆ ଷଣ୍ଢ ଠାକୁରାଣୀ ପୀଠ ପାଣି, ବିଦ୍ୟୁତ୍ ଓ ରହଣି ବ୍ୟବସ୍ଥା ନାହିଁ; ଉନ୍ନୟନ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି
Aug 5, 2026•18 views

ଅବହେଳାରେ ମା' କାଳିଆ ଷଣ୍ଢ ଠାକୁରାଣୀ ପୀଠ ପାଣି, ବିଦ୍ୟୁତ୍ ଓ ରହଣି ବ୍ୟବସ୍ଥା ନାହିଁ; ଉନ୍ନୟନ ପାଇଁ ସରକାରଙ୍କ ହସ୍ତକ୍ଷେପ ଦାବି

ନୟାଗଡ଼ ଜିଲ୍ଲା ଦର୍ପନାରାୟଣପୁର ନିକଟସ୍ଥ ମା' କାଳିଆ ଷଣ୍ଢ ଠାକୁରାଣୀଙ୍କ ପୀଠ ବର୍ତ୍ତମାନ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି। ଦୀର୍ଘ ବର୍ଷ ଧରି ଏହି ପୀଠ ଅଞ୍ଚଳବାସୀଙ୍କ ଧାର୍ମିକ ଆସ୍ଥାର କେନ୍ଦ୍ରବିନ୍ଦୁ ହୋଇଆସୁଥିବା ବେଳେ ଏଠାରେ ବିବାହ, ମୁଦି ପିନ୍ଧା ସମେତ ବିଭିନ୍ନ ମାଙ୍ଗଳିକ କାର୍ଯ୍ୟ ଅନୁଷ୍ଠିତ ହୋଇଥାଏ। ସମାଜର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ମଧ୍ୟ ଭଦ୍ରବ୍ୟକ୍ତିମାନେ ଏଠାରେ ବୈଠକ କରିଥାନ୍ତି। ପ୍ରତିବର୍ଷ ମାଘ ମାସରେ ତିନି ଦିନିଆ ବାର୍ଷିକ ଉତ୍ସବ ଧୁମଧାମରେ ପାଳନ କରାଯାଉଥିଲେ ମଧ୍ୟ ପୀଠରେ ଆବଶ୍ୟକ ମୌଳିକ ସୁବିଧାର ଘୋର ଅଭାବ ରହିଛି। ପାନୀୟ ଜଳର ସୁବିଧା ନଥିବା ବେଳେ ଥିବା ଏକମାତ୍ର ନଳକୂପରୁ ମଧ୍ୟ ମଇଳା ପାଣି ବାହାରୁଛି। ବିଦ୍ୟୁତ୍ ଆଲୋକର ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ପରେ ଶ୍ରଦ୍ଧାଳୁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହାଛଡ଼ା ରୋଷେଇ ଓ ଭକ୍ତମାନଙ୍କ ରହିବା ପାଇଁ କୌଣସି ସ୍ଥାୟୀ ଘର ନାହିଁ। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ପୀଠର ଉନ୍ନୟନ ପାଇଁ ବାରମ୍ବାର ପ୍ରତିଶ୍ରୁତି ମିଳିଥିଲେ ମଧ୍ୟ ତାହା ଆଜି ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ। ରାଜସୁନାଖଳା–ଦର୍ପନାରାୟଣପୁର ବାଇପାସ ରାସ୍ତା କଡ଼ରେ ଅବସ୍ଥିତ ଏହି ପୀଠ ପ୍ରତି ପ୍ରଶାସନର ଦୃଷ୍ଟି ପଡ଼ୁନାହିଁ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି। ରଣପୁର ଅଞ୍ଚଳର ଅନେକ ସ୍ଥାନରେ ସୋଲାର ଲାଇଟ୍ ସ୍ଥାପନ କରାଯାଉଥିବା ବେଳେ ଏହି ପୀଠରେ ମଧ୍ୟ ସୋଲାର ଆଲୋକ ବ୍ୟବସ୍ଥା ଏବଂ ବିଶୁଦ୍ଧ ପାନୀୟ ଜଳ ପ୍ରକଳ୍ପ କରାଗଲେ ଶ୍ରଦ୍ଧାଳୁ ଓ ବାଟୋଇମାନେ ଉପକୃତ ହେବେ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି। ଖବର ମାଧ୍ୟମ ଜରିଆରେ ସରକାର ତୁରନ୍ତ ଏହି ପୀଠର ବିକାଶ ପାଇଁ ପଦକ୍ଷେପ ନେବାକୁ ସେମାନେ ଅନୁରୋଧ କରିଛନ୍ତି।

Nayagarh (ନୟାଗଡ଼) • ରଣପୁର ନିରଞ୍ଜନ ମହାପାତ୍ର

ବିଜେପୁର ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା
Aug 5, 2026•40 views

ବିଜେପୁର ସରସ୍ୱତୀ ଶିଶୁ ମନ୍ଦିରରେ ବିଜ୍ଞାନ ମେଳା

ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ବିଜେପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ବିଦ୍ୟାଳୟ ସ୍ତରୀୟ ଜ୍ଞାନବିଜ୍ଞାନ ମେଳା, ପରିଚାଳନା ସମିତି ସମ୍ପାଦକ ଯଶୋବନ୍ତ ମେହେରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିଲା । ପ୍ରଧାନ ଆଚାର୍ଯ୍ୟ ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ମୁଖ୍ୟବକ୍ତା ଭାବରେ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ବେହେରା ଯୋଗଦେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଜନଶୀଳତା, ନୂତନ ଚିନ୍ତାଧାରା ଏବଂ ଅନୁ ସନ୍ଧାନମୂଳକ ମନୋଭାବକୁ ବାହାରକୁ ଆଣିବା ପାଇଁ ଉଦବୋଧନ ଦେଇଥିଲେ । ସମ୍ମାନିତ ଅତିଥି ଜୟନ୍ତ ପଧାନ ବିଜ୍ଞାନ ଶିକ୍ଷକ ସରକାରୀ ଉଚ୍ଚ ବିଦ୍ୟାଳୟ ବିଜେପୁର, ଅବସରପ୍ରାପ୍ତ ବିଇଓ ତଥା ପରିଚାଳନା ସମିତି ଉପ ସଭାପତି ଘନଶ୍ୟାମ ସାହୁ ଏବଂ ରୁଦ୍ରପ୍ରତାପ ଶାସ୍ତ୍ରୀ ଉପସ୍ଥିତ ଥିଲେ । ସହ-ପ୍ରଧାନ ଆଚାର୍ଯ୍ୟ ସଦାନନ୍ଦ ପ୍ରଧାନ ଅତିଥି ପରିଚୟ କରିଥିବା ବେଳେ ଆଚାର୍ଯ୍ୟ ଉମାକାନ୍ତ ଜାଲ ଧନ୍ୟବାଦ ଅର୍ପଣ କରିଥିଲେ । ବରିଷ୍ଠ ଆଚାର୍ଯ୍ୟ ଘନଶ୍ୟାମ ମେହେର କାର୍ଯ୍ୟକ୍ରମର ବୃତ୍ତ ପଠନ କରିଥିଲେ । ଶିଶୁ ବାଟିକା ଭାଗ-୧ରୁ ୧୨୪ ଜଣ, ଶିଶୁ ବାଟିକା ଭାଗ-୨ରୁ ୯୨ଜଣ, ତୃତୀୟ ଶ୍ରେଣୀରୁ ୫୨ଜଣ, ଶିଶୁ ବର୍ଗରୁ ୫୦ଜଣ, ବାଳ ବର୍ଗରୁ ୨୯ ଜଣ ଓ କିଶୋର ବର୍ଗରୁ ୭ ଜଣ ଭାଗ ନେଇଥିଲେ । ଏଥିରେ ବିଜ୍ଞାନ ପ୍ରକଳ୍ପରେ ୨୭୪ ଜଣ, ଗଣିତ ପ୍ରକଳ୍ପରେ ୮୦ ଜଣ, ମୋଟ ୩୫୪ଟି ପ୍ରକଳ୍ପରେ ଶିଶୁ ଭାଇ ଭଉଣୀ ଭାଗ ନେବା ସହିତ ଏହି ଅବସରରେ ଗଣିତ ପ୍ରଶ୍ନ ମଞ୍ଚ, ବିଜ୍ଞାନ ପ୍ରଶ୍ନମଞ୍ଚ, ସଂସ୍କୃତି ଜ୍ଞାନ ପ୍ରଶ୍ନମଞ୍ଚ, ବିଜ୍ଞାନ ପ୍ରୟୋଗ, ଗଣିତ ପ୍ରୟୋଗ, ଗଣିତ ପତ୍ରବାଚନ, ବିଜ୍ଞାନ ପତ୍ରବାଚନ, କଥାକଥନ, ତାତ୍କାଳିକ ଭାଷଣ, ନିବନ୍ଧ ଓ ମୂର୍ତ୍ତିକଳା ଇତ୍ୟାଦି ପ୍ରତିଯୋଗିତାମାନ ମଧ୍ୟ ଅନୁଷ୍ଠିତ ହୋଇଥିଲା । ବିଚାରକ ଭାବରେ ଗଣିତ ପ୍ରକଳ୍ପରେ ଅଶ୍ୱିନୀ ଗତତିଆ, ବିବେକାନନ୍ଦ ସାହୁ, ଅମୀୟ ପ୍ରସାଦ ଭୋଇ, ବିଜ୍ଞାନ ପ୍ରକଳ୍ପରେ ଅନିତ ଛନ୍ଦ, ସୁଶାନ୍ତ କୁମାର ଗଡତିଆ, ସୁଶାନ୍ତ କୁମାର ପଧାନ, ବାଲାଜୀ ରାଓ ମୋରେ, ଉତ୍କଳିକା ବେହେରା, ସାନ୍ତ୍ୱନା ଗଡତିଆ ଉପସ୍ଥିତ ରହି ମୂଲ୍ୟାଙ୍କନରେ ସହଯୋଗ କରିଥିଲେ । ସମାରୋହ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଘନଶ୍ୟାମ ସାହୁ, ଅବସରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଯୋଗଦାନ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଏଥିରେ ପରିଚାଳନା ସମିତିର ଯୁଗ୍ମ ସମ୍ପାଦକ ଶାନ୍ତନୁ ସାହୁ, ସଦସ୍ୟା ଶ୍ରୀମତୀ ସୁଷମା ଖମାରୀ ଉପସ୍ଥିତ ଥିଲେ । ଅତିଥି ଅଧିକାରୀ କୃତି ଶିଶୁ ଭାଇ ଭଉଣୀଙ୍କୁ ପୁରସ୍କୃତ କରିଥିଲେ । ବିଦ୍ୟାଳୟର ଗୁରୁଜୀ ଗୁରୁମା ତଥା ପରିଚାଳନା ସମିତିର ସଦସ୍ୟ ସଦସ୍ୟା ଏହି କାର୍ଯ୍ୟକ୍ରମରେ ସହଯୋଗ ଦେଇ କାର୍ଯ୍ୟକ୍ରମର ବିଭିନ୍ନ ବିଭାଗରେ ଦାୟିତ୍ୱ ନେଇ ଶିଶୁ ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ ।

Bargarh (ବରଗଡ଼) • ରିପୋର୍ଟ -ବଂଶୀଧର ନାୟକ

ବଅଁରପାଳ  ମଙ୍ଗଳବାର ହାଟରେ ମୌଳିକ ସୁବିଧା ଅଭାବ, ଚାଷୀଙ୍କ ଅସନ୍ତୋଷ
Aug 5, 2026•112 views

ବଅଁରପାଳ ମଙ୍ଗଳବାର ହାଟରେ ମୌଳିକ ସୁବିଧା ଅଭାବ, ଚାଷୀଙ୍କ ଅସନ୍ତୋଷ

ବଅଁରପାଳ: ବଅଁରପାଳ ସାପ୍ତାହିକ ମଙ୍ଗଳବାର ହାଟରେ ପରିବା ଓ କୃଷିଜାତ ସାମଗ୍ରୀ ବିକ୍ରି କରୁଥିବା ଚାଷୀମାନେ ଦୀର୍ଘଦିନ ଧରି ମୌଳିକ ସୁବିଧାରୁ ବଞ୍ଚିତ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସ୍ଥାୟୀ ଛାତ, ପିଣ୍ଡି, ପିଇବା ପାଣି, ଶୌଚାଳୟ ଓ ପରିମଳ ବ୍ୟବସ୍ଥା ନଥିବାରୁ ଖରା ଓ ବର୍ଷା ଦୁଇ ଋତୁରେ ଚାଷୀମାନେ ଅସୁବିଧା ଭୋଗୁଛନ୍ତି। ବର୍ଷା ସମୟରେ ପରିବା ଭିଜି ନଷ୍ଟ ହେଉଥିବାବେଳେ, ହାଟ ରାସ୍ତା ଉପରେ ବସୁଥିବାରୁ ଯାନଚଳାଚଳ ମଧ୍ୟ ବାଧାପ୍ରାପ୍ତ ହେଉଛି। ଚାଷୀମାନଙ୍କଠାରୁ ୨୦ ଟଙ୍କା ହାଟ ଶୁଳ୍କ ଆଦାୟ କରାଯାଉଥିଲେ ମଧ୍ୟ ସେହି ଅନୁପାତରେ ସୁବିଧା ମିଳୁନଥିବାରୁ ସେମାନେ ଅସନ୍ତୋଷ ପ୍ରକାଶ କରି ଶୀଘ୍ର ଭିତ୍ତିଭୂମି ବିକାଶ ଦାବି କରିଛନ୍ତି। ଏନେଇ ନିୟନ୍ତ୍ରିତ ବଜାର କମିଟି (ଆରଏମସି) ସମ୍ପାଦକ ଜ୍ୟୋତିରଞ୍ଜନ ସେଠୀ କହିଛନ୍ତି, ଚାଷୀଙ୍କ ସୁବିଧା ପାଇଁ ପିଣ୍ଡି, ପିଇବା ପାଣି, ଶୌଚାଳୟ ନିର୍ମାଣ ସହ କାଦୁଅ ସ୍ଥାନରେ ମୋରମ ପକାଯିବ ଏବଂ ଏଥିପାଇଁ ୩ରୁ ୪ ଦିନ ମଧ୍ୟରେ କାର୍ଯ୍ୟାଦେଶ ଜାରି କରାଯିବ।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଜଳିଗଲା ଘର ଓ ଗୁହାଳ, ଦୁଇ ବାଛୁରୀ ମୃତ
Aug 5, 2026•72 views

ଜଳିଗଲା ଘର ଓ ଗୁହାଳ, ଦୁଇ ବାଛୁରୀ ମୃତ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ସରେଇ ଚୁଡାକୁଟି ପଞ୍ଚାୟତର ତାମ୍ପଳା ଗ୍ରାମରେ ଏକ ଭୟାବହ ଅଗ୍ନିକାଣ୍ଡ ଘଟି ନରେନ୍ଦ୍ର ଭୋଇଙ୍କର ଦୁଇ ବଖରା ବାସଗୃହ ଓ ଗୁହାଳ ଘର ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଛି। ଏହି ଅଘଟଣରେ ପରିବାରର ବ୍ୟାପକ କ୍ଷତି ଘଟିଥିବାରୁ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ ପରିବାର ସଦସ୍ୟମାନେ ଶୋଇପଡ଼ିବା ପରେ କୌଣସି ଅଜଣା କାରଣରୁ ପ୍ରଥମେ ଗୁହାଳ ଘରେ ନିଆଁ ଲାଗିଥିଲା। ଦେଖୁ ଦେଖୁ ନିଆଁ ଭୟଙ୍କର ରୂପ ଧାରଣ କରି ଗୁହାଳ ସହ ବାସଗୃହକୁ ମଧ୍ୟ ବ୍ୟାପିଯାଇଥିଲା। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଘର ଭିତରେ ଥିବା ସମସ୍ତ ସାମଗ୍ରୀ ଜଳିପୋଡ଼ି ନଷ୍ଟ ହୋଇଯାଇଥିଲା। ଅଗ୍ନିକାଣ୍ଡ ସମୟରେ ଗୁହାଳ ଭିତରେ ବନ୍ଧା ହୋଇଥିବା ଦୁଇଟି ଗାଈ ଓ ଦୁଇଟି ବାଛୁରୀ ନିଆଁରେ ଫସିଯାଇଥିଲେ। ଅତ୍ୟନ୍ତ ଦୁଃଖଦ ବିଷୟ ହେଉଛି, ଦୁଇଟି ବାଛୁରୀ ସମ୍ପୂର୍ଣ୍ଣ ଭାବେ ଜଳି ମୃତ୍ୟୁବରଣ କରିଥିଲେ। ତେବେ ଦୁଇଟି ଗାଈ ଖୁଣ୍ଟ ଉପାଡ଼ି କୌଣସି ପ୍ରକାରେ ବାହାରକୁ ପଳାଇ ଆସି ପ୍ରାଣ ରକ୍ଷା କରିଥିଲେ। ସେମାନେ ଆହତ ହୋଇଥିବା ସୂଚନା ମିଳିଛି। ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ବହୁ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ତେବେ ସେତେବେଳକୁ ଘର ଓ ଗୁହାଳ ସମ୍ପୂର୍ଣ୍ଣ ଭାବେ ଜଳିପୋଡ଼ି ପାଉଁଶ ହୋଇଯାଇଥିଲା। ଘଟଣାସ୍ଥଳରେ ଆର୍.ଆଇ. ଶୁଭଶ୍ରୀ ନାୟକ ପହଞ୍ଚି କ୍ଷତିଗ୍ରସ୍ତ ପରିବାର ସହ ଆଲୋଚନା କରି ପରିସ୍ଥିତିର ଅନୁଧ୍ୟାନ କରିଥିଲେ। ପ୍ରଶାସନ ପକ୍ଷରୁ କ୍ଷୟକ୍ଷତିର ତଥ୍ୟ ସଂଗ୍ରହ କରାଯାଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡରେ ନରେନ୍ଦ୍ର ଭୋଇଙ୍କ ପରିବାରର ବ୍ୟାପକ ଆର୍ଥିକ କ୍ଷତି ଘଟିଥିବାରୁ ସରକାରୀ ସହାୟତା ପ୍ରଦାନ କରିବାକୁ ସ୍ଥାନୀୟ ଲୋକମାନେ ପ୍ରଶାସନ ନିକଟରେ ଦାବି କରିଛନ୍ତି। ଅଗ୍ନିକାଣ୍ଡର ପ୍ରକୃତ କାରଣ ସମ୍ପର୍କରେ ତଦନ୍ତ ଜାରି ରହିଛି।

Bhadrak (ଭଦ୍ରକ) • ରିପୋର୍ଟ : ଶିଶିର କୁମାର ସ୍ୱାଇଁ

Nuapada Police Organises Cyber Security Training to Strengthen Investigation Capabilities
Aug 5, 2026•72 views

Nuapada Police Organises Cyber Security Training to Strengthen Investigation Capabilities

Nuapada: In a significant initiative to enhance the cyber crime investigation skills of police personnel, a Cyber Security Training Programme was organised at the District Police Office, Nuapada, under the guidance of Shri Amritpal Singh, IPS, Superintendent of Police, Nuapada. The training session was conducted by renowned Cyber Security Expert Shri Ishan Sinha, who provided comprehensive insights into emerging cyber threats, cyber fraud investigation techniques, digital evidence collection and preservation, and the effective application of cyber laws in criminal investigations. The programme witnessed active participation from Deputy Superintendents of Police (DSPs), Inspectors, Sub-Inspectors, and other police personnel from across the district. Through practical sessions and expert interactions, participants gained valuable knowledge on modern cyber crime investigation methods and the handling of digital evidence in accordance with legal procedures. Addressing the gathering, the emphasis was laid on strengthening the capacity of law enforcement agencies to combat the growing challenges posed by cyber-enabled crimes and online financial frauds. The training is expected to further improve the efficiency and professionalism of police officers in dealing with technology-driven offences. As a mark of appreciation for his outstanding contribution and expert guidance, Shri Amritpal Singh, IPS, Superintendent of Police, Nuapada, presented a memento to Shri Ishan Sinha during the concluding session of the programme. The initiative reflects the commitment of the Nuapada Police to continuously upgrade the skills of its personnel and ensure a more effective response to the rapidly evolving landscape of cyber crime.

Nuapada (ନୂଆପଡ଼ା) • Report: Malaya Meher, District Correspondent

ତୁଳା ଫ୍ୟାକ୍ଟ୍ରି ରେ ଭୟଙ୍କର ଅଗ୍ନି କାଣ୍ଡ, ଜଳିଗଲା ଅନେକ କପଡା ଏବଂ କଟ ପିସ
Aug 5, 2026•24 views

ତୁଳା ଫ୍ୟାକ୍ଟ୍ରି ରେ ଭୟଙ୍କର ଅଗ୍ନି କାଣ୍ଡ, ଜଳିଗଲା ଅନେକ କପଡା ଏବଂ କଟ ପିସ

ଜଳିଗଲା ତୁଳା କମ୍ପାନୀ । ଭୁବନେଶ୍ବର ପାତ୍ରପଡ଼ା ସ୍ଥିତ ତୁଳା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ । ଭୟଙ୍କର ରୂପ ନେଉଛି ନିଆଁ । ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କଲେ ବି ଧିରେ ଧିରେ ବ୍ୟାପୁଛି । ବାଧ୍ୟ ହୋଇ ଜେସିବି ଜରିଆରେ ତୁଳାକୁ କାଢ଼ିବା ପାଇଁ ପ୍ରୟାସ । ତୁଳା ପ୍ରୋସେସି ୟୁନିଟ ଯୋଗୁଁ ଅନେକ କପଡା ମଧ୍ୟ କଟପିସ ପଡ଼ିରହିଛି । ତୁଳା ଯୋଗୁଁ ନିଆଁ ବ୍ୟାପି ଭୟଙ୍କର ରୁପ ନେଉଛି । ଅଗ୍ନିଶମ ରୋବାଟ ଫାୟାର ସିଷ୍ଟମ ସହ ଷ୍ଟ୍ରାଇକି ଫୋର୍ସ ମଧ୍ୟ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି ରଖିଛି । ବିନା ଫାୟାର ସେଫଟିରେ ଫ୍ୟାକ୍ଟ୍ରି ଚାଲୁଥିବାରୁ ନିଆଁକୁ ପ୍ରାରମ୍ଭିକ ଭାବେ ନିୟନ୍ତ୍ରଣ ହୋଇପାରିନି । ଫଳରେ ନିଆଁ ବ୍ୟାପି ଭୟଙ୍କର ରୂପ ନେଉଛି । ଜଟଣି ଓ ତମାଣ୍ଡୋ ଫାୟାର ଷ୍ଟେସନ ଟିମ୍ ସ୍ପଟ୍ ରେ ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଫୋମ ସାହାଯ୍ୟରେ ନିଆଁକୁ ଆୟତ୍ତ ପାଇଁ ଚେଷ୍ଟା ଜାରି ରହିଛି ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ

ସିଂହପୁର ଦଳିତ ସାହି ପାଣି ଘେରରେ: ଦୀର୍ଘଦିନର ସମସ୍ୟା ର ସମାଧାନ ଦାବି
Aug 5, 2026•53 views

ସିଂହପୁର ଦଳିତ ସାହି ପାଣି ଘେରରେ: ଦୀର୍ଘଦିନର ସମସ୍ୟା ର ସମାଧାନ ଦାବି

ଯାଜପୁର/ବିଞ୍ଝାରପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ସିଂହପୁର ଗ୍ରାମପଞ୍ଚାୟତର ସିଂହପୁର ଦଳିତ ସାହିରେ ବର୍ଷା ଯୋଗୁଁ ଜଳବନ୍ଦୀ ପରିସ୍ଥିତି ସୃଷ୍ଟି ହୋଇଛି। ସାହିର ବିଭିନ୍ନ ସ୍ଥାନରେ ପାଣି ଜମି ରହିଥିବାରୁ ସ୍ଥାନୀୟ ବାସିନ୍ଦାମାନେ ନାନା ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଘରୁ ବାହାରକୁ ଯିବା, ଛୋଟ ପିଲାମାନଙ୍କ ସ୍କୁଲ ଯିବା ସହ ଦୈନନ୍ଦିନ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଲୋକେ। ଗ୍ରାମବାସୀଙ୍କ କହିବାନୁସାରେ, ସ୍ୱାଧୀନତାର ୭୯ ବର୍ଷ ପରେ ମଧ୍ୟ ଦଳିତ ସାହିର ମୌଳିକ ସମସ୍ୟାର ସ୍ଥାୟୀ ସମାଧାନ ହୋଇପାରିନାହିଁ। ବର୍ଷା ହେଲେ ପାଣି ନିଷ୍କାସନର ସୁବିଧା ନଥିବାରୁ ସମଗ୍ର ସାହି ଜଳମଗ୍ନ ହୋଇପଡ଼ୁଛି। ଏହା ଯୋଗୁଁ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି ହେବା ସହ ଲୋକଙ୍କ ଜୀବନଯାପନ ଦୁର୍ବିଷହ ହୋଇପଡ଼ିଛି। ସ୍ଥାନୀୟ ବାସିନ୍ଦାମାନେ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରି ଯଥାଶୀଘ୍ର ଜଳ ନିଷ୍କାସନ ବ୍ୟବସ୍ଥା ଓ ସ୍ଥାୟୀ ସମାଧାନ ପାଇଁ ଦୃଢ଼ ପଦକ୍ଷେପ ଗ୍ରହଣ କରିବାକୁ ଦାବି ଜଣାଇଛନ୍ତି। ସେମାନଙ୍କ ଚେତାବନୀ ହେଲା, ଯଦି ଶୀଘ୍ର ସମସ୍ୟାର ସମାଧାନ ନହୁଏ, ତେବେ ସେମାନେ ବାଧ୍ୟ ହୋଇ ରାଜରାସ୍ତାକୁ ଓହ୍ଲାଇ ଗଣଆନ୍ଦୋଳନ କରିବେ। ପ୍ରଶାସନ ପକ୍ଷରୁ ଏହି ଅଭିଯୋଗ ସମ୍ପର୍କରେ ତତ୍କାଳ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ, ସ୍ଥାନୀୟ ଲୋକେ ଶୀଘ୍ର ସମାଧାନର ଆଶା ରଖିଛନ୍ତି।

Jajpur (ଯାଜପୁର) • ରିପୋର୍ଟ: ଉଦୟ ନାଥ ଜେନା, ବିଞ୍ଝାରପୁର, ଯାଜପୁର

ଆଇ.ଆର.ସି ଵିଲେଜ୍‌ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ SMC ବୈଠକ ଅନୁଷ୍ଠିତ
Aug 5, 2026•20 views

ଆଇ.ଆର.ସି ଵିଲେଜ୍‌ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭିଭାବକ ଓ SMC ବୈଠକ ଅନୁଷ୍ଠିତ

​ ​ ଭୁବନେଶ୍ୱର ସ୍ଥିତ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଇ.ଆର.ସି ଵିଲେଜ୍‌ଠାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଓଡ଼ିଶା ସରକାରଙ୍କ ପ୍ରୟାସରେ ବିଦ୍ୟାଳୟ ଶିକ୍ଷାର ଗୁଣାତ୍ମକ ବିକାଶ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଭିଭାବକ, ଶିକ୍ଷକ-ଶିକ୍ଷୟିତ୍ରୀ ତଥା ବିଦ୍ୟାଳୟ ପରିଚାଳନା କମିଟି (SMC) ବୈଠକ ଅନୁଷ୍ଠିତ ହୋଇଯାଇଛି। ​ଏହି ବୈଠକରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସୀତା ସାହୁ ଅଧ୍ୟକ୍ଷତା କରିଥିବା ବେଳେ ଉପସଭାପତି ବାସୁଦେବ ଦାସ ଏବଂ ବିଦ୍ୟାଳୟର ପ୍ରଧାନଶିକ୍ଷକ (HM) ପ୍ରଦୀପ୍ତ ବେହେରା ଉପସ୍ଥିତ ରହି ଶିକ୍ଷାଦାନ ଓ ସ୍କୁଲର ବିକାଶ ସମ୍ପର୍କରେ ଆଲୋକପାତ କରିଥିଲେ। ​ଏହି ସଭାରେ କମିଟିର ସମସ୍ତ ସଦସ୍ୟ-ସଦସ୍ୟା, ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଏବଂ ବହୁ ସଂଖ୍ୟାରେ ଅଭିଭାବକ-ଅଭିଭାବିକା ଯୋଗଦେଇ ପିଲାମାନଙ୍କର ଗୁଣାତ୍ମକ ଶିକ୍ଷାର ଅଗ୍ରଗତି, ନିୟମିତ ଉପସ୍ଥିତି ଏବଂ ବିଦ୍ୟାଳୟର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅଭିଭାବକ ଏବଂ ଶିକ୍ଷକମାନଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ପିଲାଙ୍କ ଭବିଷ୍ୟତକୁ ଆହୁରି ଉଜ୍ଜ୍ୱଳ କରିବା ପାଇଁ ଏହି ବୈଠକରେ ସଂକଳ୍ପ ନିଆଯାଇଥିଲା।

Bhubaneswar (ଭୁବନେଶ୍ୱର) • ଭୁବନେଶ୍ୱର, ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼