--:--:--
-- ---
Srishti News

ନାଲକୋରେ ବିଶ୍ୱକର୍ମା ପୂଜା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ୧୭ରୁ ଉତ୍ସବ ଆରମ୍ଭ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 7, 202684 views
ନାଲକୋରେ ବିଶ୍ୱକର୍ମା ପୂଜା ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି, ୧୭ରୁ ଉତ୍ସବ ଆରମ୍ଭ
ଅନୁଗୋଳ: ନାଲକୋ ଟାଉନସିପ୍‌ରେ ଆସନ୍ତା ବିଶ୍ୱକର୍ମା ପୂଜାକୁ ସୁରୁଖୁରୁ ଓ ଆକର୍ଷଣୀୟ ଭାବେ ପାଳନ କରିବା ପାଇଁ କେନ୍ଦ୍ରୀୟ ପୂଜା କମିଟିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ବର୍ଷ ସେପ୍ଟେମ୍ବର ୧୭ରୁ ପୂଜା ଆରମ୍ଭ ହୋଇ ନାଲକୋ ଟାଉନସିପ୍‌ର ୧୯ଟି ମଣ୍ଡପରେ ଭଗବାନ ବିଶ୍ୱକର୍ମାଙ୍କ ପୂଜାର୍ଚ୍ଚନା କରାଯିବ। ପୂଜା ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ, ଭଜନ ସନ୍ଧ୍ୟା ଓ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯିବ। ବୈଠକରେ ସାଜସଜ୍ଜା, ଆଲୋକ, ପାନୀୟ ଜଳ,ପରିଷ୍କାର-ପରିଚ୍ଛନ୍ନତା, ଅଗ୍ନି ନିରାପତ୍ତା, ଟ୍ରାଫିକ୍ ଓ ଆଇନଶୃଙ୍ଖଳା ବ୍ୟବସ୍ଥା ଉପରେ ଆଲୋଚନା ସହ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ୱେଚ୍ଛାସେବୀ ନିୟୋଜନର ନିଷ୍ପତ୍ତି ହୋଇଛି। ଆସନ୍ତା ସେପ୍ଟେମ୍ବର ୨୪ରେ ପ୍ରତିମା ଭସାଣି ଶୋଭାଯାତ୍ରା ଅନୁଷ୍ଠିତ ହେବ। ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବେଶବନ୍ଧବ ପ୍ରତିମା ବ୍ୟବହାର ଓ ପ୍ଲାଷ୍ଟିକ୍‌ମୁକ୍ତ ପୂଜା ପାଳନ ପାଇଁ ସମସ୍ତ ପୂଜା କମିଟିକୁ ଆହ୍ୱାନ କରାଯାଇଛି।