--:--:--
-- ---
Srishti News

ବିଦ୍ୟାଳୟ ର ଅଧା ପାଚେରୀ ନିର୍ମାଣ କାର୍ଯ୍ୟ,ଯୋଗୁଁ ଛାତ୍ର ଛାତ୍ରୀ ଅସୁରକ୍ଷିତ

Nayagarh (ନୟାଗଡ଼)ରିପୋର୍ଟ :ସଞ୍ଜୟ କୁମାର କଅଁର,ନୂଆଗାଁAugust 7, 202665 views
ବିଦ୍ୟାଳୟ ର ଅଧା ପାଚେରୀ ନିର୍ମାଣ କାର୍ଯ୍ୟ,ଯୋଗୁଁ  ଛାତ୍ର ଛାତ୍ରୀ ଅସୁରକ୍ଷିତ
ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କୋଷ୍କା ପଞ୍ଚାୟତର ରୁଗାବାଜୁ ଗ୍ରାମ ସ୍ଥିତ ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପାଚେରୀ ନିର୍ମାଣ କାର୍ଯ୍ୟ ଦୀର୍ଘଦିନ ଧରି ଅଟକି ରହିଥିବା ଅଭିଯୋଗ ଉଠିଛି!ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ,ପଞ୍ଚାୟତରେ ଜଣାଇଥିଲେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ କାମ ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ! ଏନେଇ ବ୍ଲକ ପ୍ରଶାସନଙ୍କ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କୌଣସି ପଦକ୍ଷେପ କିମ୍ବା ସ୍ପଷ୍ଟ ଉତ୍ତର ମିଳିନଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି! ବିଦ୍ୟାଳୟର ପାଚେରୀ ନଥିବାରୁ ଛାତ୍ରଛାତ୍ରୀଙ୍କ ସୁରକ୍ଷା କୁ ନେଇ ଅଭିଭାବକମାନେ ଚିନ୍ତା ବ୍ୟକ୍ତ କରୁଛନ୍ତି ଏହା ସହିତ ବିଦ୍ୟାଳୟ ପରିସରରେ ଅନଧିକୃତ ପ୍ରବେଶ ଓ ଅନ୍ୟାନ୍ୟ ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ମଧ୍ୟ ରହିଛି ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏହି ସମସ୍ୟାର ସମାଧାନ କରି ବିଦ୍ୟାଳୟ ପାଚେରୀ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ଜିଲ୍ଲା ପ୍ରଶାସନଙ୍କ ନିକଟରେ ଦାବି କରିଛନ୍ତି!