ଅନୁଗୋଳରେ ବିଶ୍ୱ ଆଦିବାସୀ ଦିବସ ଓ ମହାନ କ୍ରାନ୍ତି ଦିବସ ପାଳିତ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାAugust 9, 202654 views

ଅନୁଗୋଳ: ଆଦିବାସୀ ସମାଜର ଗୌରବମୟ ଐତିହ୍ୟ, ସଂସ୍କୃତି, କଳା ଓ ଲୋକାଚାରକୁ ସମ୍ମାନ ଜଣାଇ ଅନୁଗୋଳ ଜିଲ୍ଲା ବିଜୁ ଜନତା ଦଳର ମୁଖ୍ୟ କାର୍ଯ୍ୟାଳୟରେ ‘ବିଶ୍ୱ ଆଦିବାସୀ ଦିବସ’ ଓ ‘ମହାନ କ୍ରାନ୍ତି ଦିବସ’ ପାଳିତ ହୋଇଛି। ଏହି କାର୍ଯ୍ୟକ୍ରମରେ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ଯୋଗଦେଇ ଆଦିବାସୀ ସମାଜର ଅତୁଲନୀୟ ଅବଦାନ ଓ ମହାନ ସଂଗ୍ରାମୀମାନଙ୍କ ଗୌରବଗାଥାକୁ ସ୍ମରଣ କରିଥିଲେ।
ଏହି ଅବସରରେ ପୂର୍ବତନ ଉପବାଚସ୍ପତି ରଜନୀକାନ୍ତ ସିଂହ, ବରିଷ୍ଠ ନେତା ବିପ୍ଳବ ଜେନା, ଅନୁଗୋଳ ବାର ଆସୋସିଏସନ୍ ସଭାପତି ଦିଲ୍ଲୀପ ସାହୁ, ପୂର୍ବତନ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ଜିଲ୍ଲା ଯୁବ ବିଜେଡି ସଭାପତି ଅରୁଣାଭ ସିଂହ, ରାଜ୍ୟ ଯୁବ ସାଧାରଣ ସମ୍ପାଦକ ଚନ୍ଦ୍ରକାନ୍ତ ପ୍ରଧାନ, ପୂର୍ବତନ ଜିଲ୍ଲା ଛାତ୍ର ସଭାପତି ରାଜୀବ ଲୋଚନ ଦାସଙ୍କ ସମେତ ବିଜେଡିର ବରିଷ୍ଠ, ଯୁବ, ଛାତ୍ର ଓ ମହିଳା ଶାଖାର କର୍ମକର୍ତ୍ତା ଏବଂ ବରିଷ୍ଠ ଆଇନଜୀବୀମାନେ ଉପସ୍ଥିତ ଥିଲେ।
