--:--:--
-- ---
Srishti News

ବରଗଡ଼ର ସଂଗ୍ରାମ ନେପାକ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ

Bargarh (ବରଗଡ଼)ସତ୍ୟ ସୁରୁଜାଲSeptember 8, 202623 views
ବରଗଡ଼ର ସଂଗ୍ରାମ ନେପାକ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦକ
ବରଗଡ଼: ୮/୯/: ବରଗଡ଼ ଜିଲ୍ଲା ପାଇଁ ଗର୍ବର ବିଷୟ। ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଭାବେ ବରଗଡ଼ର ସଂଗ୍ରାମ ନେପାକଙ୍କୁ ନିଯୁକ୍ତି ମିଳିଛି। ଗତ ଚାରି ଦିନ ପୂର୍ବରୁ ତାଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱରେ ମନୋନୀତ କରାଯାଇଥିବା ସେ କହିଛନ୍ତି। ନୂତନ ଦାୟିତ୍ୱ ପାଇବା ପରେ ସଂଗ୍ରାମ ନେପାକ ଏହି ନିଯୁକ୍ତି ପାଇଁ ଦଳର ଶୀର୍ଷ ନେତୃତ୍ୱଙ୍କୁ କୃତଜ୍ଞତା ଜଣାଇଛନ୍ତି। ବିଶେଷକରି ଅଖିଳ ଭାରତୀୟ କଂଗ୍ରେସ କମିଟିର ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ, ବିରୋଧୀ ଦଳର ନେତା ରାହୁଲ ଗାନ୍ଧୀ, ଓଡ଼ିଶା ପ୍ରଭାରୀ ଲାଲଜୀ ଦେଶାଇ, ସହପ୍ରଭାରୀ ଜେଟି କୁଶୁମ କୁମାରୀ, ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସ ଏବଂ ଭାଇସ୍ ପ୍ରେସିଡେଣ୍ଟ ଇନଚାର୍ଜ ସନ୍ତୋଷ ସିଂ ସାଲୁଜାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି। ସଂଗ୍ରାମ ନେପାକ କହିଛନ୍ତି ଯେ, ଦଳ ତାଙ୍କ ଉପରେ ଯେଉଁ ବିଶ୍ୱାସ ଓ ଭରସା ରଖି ଏହି ଦାୟିତ୍ୱ ଦେଇଛି, ତାହାକୁ ସେ ନିଷ୍ଠାର ସହିତ ପାଳନ କରିବେ। ଦଳକୁ ତୃଣମୂଳ ସ୍ତରରେ ଆହୁରି ସୁଦୃଢ଼ କରିବା ସହ ଲୋକଙ୍କ ସମସ୍ୟାକୁ ଗୁରୁତ୍ୱ ଦେଇ ଆଗକୁ ବଢ଼ିବା ତାଙ୍କର ପ୍ରମୁଖ ଲକ୍ଷ୍ୟ ରହିବ ବୋଲି ସେ କହିଛନ୍ତି। ତାଙ୍କର ଏହି ନିଯୁକ୍ତିକୁ ନେଇ ବରଗଡ଼ ଜିଲ୍ଲା କଂଗ୍ରେସ ମହଲରେ ଉତ୍ସାହ ପ୍ରକାଶ ପାଇଛି। ଦଳୀୟ କର୍ମୀ ଓ ସମର୍ଥକମାନେ ନୂତନ ଦାୟିତ୍ୱ ପାଇଁ ସଂଗ୍ରାମ ନେପାକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ନୂତନ ଦାୟିତ୍ୱ ମିଳିବା ପରେ ଆଗାମୀ ଦିନରେ ଓଡ଼ିଶା କଂଗ୍ରେସର ସାଂଗଠନିକ କାର୍ଯ୍ୟକୁ ଆହୁରି ମଜବୁତ କରିବାରେ ସଂଗ୍ରାମ ନେପାକଙ୍କ ଭୂମିକା କିପରି ରହିବ, ତାହା ଉପରେ ଏବେ ଦଳୀୟ ମହଲର ନଜର ରହିଛି।