--:--:--
-- ---
Srishti News

ନୀଳାଦ୍ରିବିହାର ଟ୍ରାଞ୍ଜିଟ୍ ହାଉସ୍‌ ବସ୍ତିବାସିନ୍ଦାଙ୍କ ବଳପୂର୍ବକ ଉଚ୍ଛେଦ ବିରୋଧରେ ଗଣ ବିକ୍ଷୋଭ: ଥଇଥାନ ପୂର୍ବରୁ ଉଚ୍ଛେଦ ବନ୍ଦ ଓ ସ୍ଥାୟୀ ବାସସ୍ଥାନ ଦାବି

Bhubaneswar (ଭୁବନେଶ୍ୱର)ଭୁବନେଶ୍ୱର ରିପୋର୍ଟ :ସୁଶାନ୍ତ କୁମାର ମହାକୁଡ଼August 13, 202622 views
ନୀଳାଦ୍ରିବିହାର ଟ୍ରାଞ୍ଜିଟ୍ ହାଉସ୍‌ ବସ୍ତିବାସିନ୍ଦାଙ୍କ ବଳପୂର୍ବକ ଉଚ୍ଛେଦ ବିରୋଧରେ ଗଣ ବିକ୍ଷୋଭ: ଥଇଥାନ ପୂର୍ବରୁ ଉଚ୍ଛେଦ ବନ୍ଦ ଓ ସ୍ଥାୟୀ ବାସସ୍ଥାନ ଦାବି
ନୀଳାଦ୍ରିବିହାର ଟ୍ରାଞ୍ଜିଟ୍ ହାଉସ୍‌ରେ ଦୀର୍ଘବର୍ଷ ଧରି ରହୁଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ ନକରି ବଳପୂର୍ବକ ଉଚ୍ଛେଦ କରିବା ବିରୋଧରେ ଆଜି ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ୍‌ଠାରେ ଏକ ବିକ୍ଷୋଭ ଓ ପ୍ରତିବାଦ ଆୟୋଜନ କରାଯାଇଥିଲା। ବିକ୍ଷୋଭକାରୀମାନେ ନୀଳାଦ୍ରିବିହାର ଟ୍ରାଞ୍ଜିଟ୍ ହାଉସ୍‌ରେ ରହୁଥିବା ଶତାଧିକ ପରିବାରଙ୍କର ତୁରନ୍ତ ଉଚ୍ଛେଦ ବନ୍ଦ କରିବା, ପ୍ରତ୍ୟେକ ପରିବାରର ଆଇନସମ୍ମତ ଥଇଥାନ ସୁନିଶ୍ଚିତ କରିବା ଏବଂ ସ୍ଥାୟୀ ଘର କିମ୍ବା ଜମିର ଅଧିକାର ପ୍ରଦାନ କରିବା ପାଇଁ ଦାବି କରିଥିଲେ। ମଞ୍ଚ ପକ୍ଷରୁ କୁହାଯାଇଛି ଯେ, ଅଗଷ୍ଟ ୧୧ ତାରିଖରେ ପ୍ରାୟ ୧୨୦ ପରିବାରଙ୍କ ଘର ଭାଙ୍ଗି ଦିଆଯାଇଥିବା ବେଳେ ଅନେକ ପରିବାରଙ୍କୁ ଥଇଥାନ କରାଯାଇନାହିଁ। ଫଳରେ ଶିଶୁ, ମହିଳା ଓ ବୃଦ୍ଧଙ୍କ ସମେତ ଅନେକ ପରିବାର ବର୍ଷା ଓ ରାତିର ଅନିଶ୍ଚିତ ପରିସ୍ଥିତିରେ ଖୋଲା ଆକାଶ ତଳେ ରହିବାକୁ ବାଧ୍ୟ ହୋଇଛନ୍ତି। ନିଜ ବାସସ୍ଥାନ ଓ ଅଧିକାର ପାଇଁ ଶାନ୍ତିପୂର୍ଣ୍ଣ ପ୍ରତିବାଦ କରୁଥିବା ବସ୍ତିବାସିନ୍ଦାଙ୍କ ଉପରେ ପୋଲିସ ଦମନ ଓ ଅଟକ ଭଳି ପଦକ୍ଷେପ ନିଆଯାଇଥିବା ନେଇ ମଧ୍ୟ ମଞ୍ଚ ଉଦ୍‌ବେଗ ପ୍ରକାଶ କରିଛି। ମଞ୍ଚର ମତ ଅନୁଯାୟୀ, ବସ୍ତିବାସିନ୍ଦାଙ୍କ ପ୍ରସଙ୍ଗକୁ କେବଳ ‘ଜବରଦଖଲ’ ଭାବେ ଦେଖାଯାଇପାରିବ ନାହିଁ। ଏହା ବାସଗୃହ, ଥଇଥାନ, ଜୀବନ-ଜୀବିକା ଓ ସାମାଜିକ ନ୍ୟାୟର ପ୍ରସଙ୍ଗ। ଭୁବନେଶ୍ୱର ସହରର ଅଣଆନୁଷ୍ଠାନିକ ଅର୍ଥନୀତିରେ ଦିନମଜୁରିଆ, ଘରୋଇ ସହାୟକ, ନିର୍ମାଣ ଶ୍ରମିକ, ରାସ୍ତା ବ୍ୟବସାୟୀ, ସଫେଇ କର୍ମଚାରୀ, ପରିବହନ ଶ୍ରମିକଙ୍କ ସମେତ ବସ୍ତିବାସିନ୍ଦାଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିଛି। ବସ୍ତି ସୁରକ୍ଷା ମଞ୍ଚ ପକ୍ଷରୁ ଓଡ଼ିଶା ମହାନଗର ନିଗମ ଆଇନର ସମ୍ପର୍କିତ ବ୍ୟବସ୍ଥା ଅନୁଯାୟୀ ଯୋଗ୍ୟ ପରିବାରଙ୍କୁ ଘର/ଜମିର ଅଧିକାର ପ୍ରଦାନ, ପରିବାରର ସଂଜ୍ଞାକୁ ଯଥାଯଥ ଭାବେ ପ୍ରୟୋଗ, ବାଦ ପଡ଼ିଥିବା ପରିବାରଙ୍କ ନାମର ପୁନଃଯାଞ୍ଚ ଏବଂ ଥଇଥାନ