Web News

ଛେଣ୍ଡିପଦାର କଂଗ୍ରେସ ନେତ୍ରୀ ଇଂ. ସସ୍ମିତା ବେହେରାଙ୍କୁ ଜନ୍ମଦିନରେ ଶୁଭେଚ୍ଛାର ସୁଅ
ଅନୁଗୋଳ: ଛେଣ୍ଡିପଦା ନିର୍ବାଚନମଣ୍ଡଳୀରେ କଂଗ୍ରେସ ଦଳକୁ ତୃଣମୂଳ ସ୍ତରରେ ସୁଦୃଢ଼ ଓ ସଂଗଠିତ କରିବା ସହ ଜନସାଧାରଣଙ୍କ ସୁଖ-ଦୁଃଖରେ ସଦା ସହଯୋଗୀ ଭାବେ ପରିଚିତ କଂଗ୍ରେସ ନେତ୍ରୀ ଇଂ. ସସ୍ମିତା ବେହେରାଙ୍କ ଜନ୍ମଦିନ ଅବସରରେ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଛି। ସମର୍ଥକମାନଙ୍କ କହିବା ଅନୁଯାୟୀ, ଇଂ. ସସ୍ମିତା ବେହେରା କେବଳ ଜଣେ ରାଜନୈତିକ ନେତ୍ରୀ ନୁହେଁ, ବରଂ ଅଞ୍ଚଳବାସୀଙ୍କ ସୁଖ-ଦୁଃଖର ସାଥୀ ଓ ଜନସେବା ପ୍ରତି ସମର୍ପିତ ଜଣେ ସଂଗ୍ରାମୀ ବ୍ୟକ୍ତିତ୍ୱ। ଛେଣ୍ଡିପଦାର ବିକାଶ, ଜନସାଧାରଣଙ୍କ ହକ୍ ଓ ଅଧିକାର ପାଇଁ ସେ ନିରନ୍ତର ସ୍ୱର ଉଠାଇ ଆସୁଛନ୍ତି। ସରଳ ବ୍ୟକ୍ତିତ୍ୱ, ବିନମ୍ର ବ୍ୟବହାର ଓ ଅହଂକାରଶୂନ୍ୟ ନେତୃତ୍ୱ ପାଇଁ ସେ ସମସ୍ତଙ୍କ ପ୍ରିୟ ବୋଲି ସମର୍ଥକମାନେ ମତ ପ୍ରକାଶ କରିଛନ୍ତି। ଜନ୍ମଦିନ ଅବସରରେ ତାଙ୍କର ସୁସ୍ୱାସ୍ଥ୍ୟ, ଦୀର୍ଘାୟୁ ଏବଂ ଆଗାମୀ ଦିନରେ ଅଧିକ ଜନସେବା କରିବାର ଶକ୍ତି କାମନା କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ତମ ଜୟନ୍ତୀ ପାଳିତ
ଅନୁଗୋଳ: ତାଳଚେରର ବିଶିଷ୍ଟ ସାମ୍ବାଦିକ ଓ କାର୍ଟୁନିଷ୍ଟ, ସାମ୍ବାଦିକ ଗୌରବ ସ୍ୱର୍ଗତ ଦିବାକର ମିଶ୍ରଙ୍କ ୧୧୦ତମ ଜନ୍ମ ଜୟନ୍ତୀ ତାଳଚେରର ବଜାର ଛକ, ପ୍ରେସ କ୍ଲବ ଓ ରାମଚନ୍ଦ୍ର ବଜାରସ୍ଥିତ ପବ୍ଲିକ୍ ସର୍ଭିସ୍ ୟୁନିଟ୍ରେ ଶ୍ରଦ୍ଧାର ସହ ପାଳିତ ହୋଇଛି। ବଜାର ଛକରେ ଆୟୋଜିତ କାର୍ଯ୍ୟକ୍ରମରେ ତାଳଚେର ପୌରପାଳ ପବିତ୍ର ଭୂତିଆ ଓ ଅନୁଗୋଳ ଜିଲ୍ଲା ବିଜେପି ସଭାପତି ଯଯାତି ପଟ୍ଟନାୟକ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ମିଶ୍ରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ତାଙ୍କ ସାମ୍ବାଦିକତା ଓ ସମାଜ ପ୍ରତି ଅବଦାନକୁ ସ୍ମରଣ କରିଥିଲେ। ହାଟତୋଟାସ୍ଥିତ ପ୍ରେସ କ୍ଲବରେ ସଭାପତି ପୂର୍ଣ୍ଣଚନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଜୟନ୍ତୀ ସଭାରେ ସାମ୍ବାଦିକ, ସମାଜସେବୀ ଓ ବୁଦ୍ଧିଜୀବୀମାନେ ଯୋଗଦେଇ ସ୍ୱର୍ଗତ ଦିବାକର ମିଶ୍ରଙ୍କ କର୍ମମୟ ଜୀବନ, ସାମ୍ବାଦିକତା ଏବଂ ସାମାଜିକ ଅବଦାନ ଉପରେ ସ୍ମୃତିଚାରଣ କରିଥିଲେ। ଶେଷରେ ସମସ୍ତେ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ରାଜ୍ୟ ସ୍ତରୀୟ ୧୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ସଫଳତା : ୧୦ଟିବ ପଦକ ହାସଲ
ଅନୁଗୋଳ: ତାଳଚେର ରାଜ୍ୟ ସ୍ତରୀୟ ୧୫ତମ ବନ୍ଧୁକ ଚାଳନା ପ୍ରତିଯୋଗିତାରେ ତାଳଚେର ରାଇଫଲ କ୍ଲବର ଖେଳାଳିମାନେ ଉଲ୍ଲେଖନୀୟ ସଫଳତା ହାସଲ କରି ତାଳଚେର ସହ ଅନୁଗୋଳ ଜିଲ୍ଲା ପାଇଁ ଗୌରବ ଆଣିଛନ୍ତି। କ୍ଲବର ପ୍ରତିଯୋଗୀମାନେ ମୋଟ ୧୦ଟି ପଦକ ଜିତି ନିଜ ଦକ୍ଷତାର ପରିଚୟ ଦେଇଛନ୍ତି। କ୍ଲବର କୋଷାଧ୍ୟକ୍ଷ ପ୍ରମୋଦ ଚନ୍ଦ୍ର ସାହୁ .22 ପିସ୍ତଲ ସିନିୟର ଭେଟେରାନ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ, କ୍ଲବର ସମ୍ପାଦକ ସରତ ଦେବ .22 ପିସ୍ତଲ ମାଷ୍ଟର ବିଭାଗରେ ରୌପ୍ୟ ପଦକ ହାସଲ କରିଛନ୍ତି। ସେହିପରି ମନୋରଞ୍ଜନ ଦାସ .22 ପିପ୍ ସାଇଟ୍ ରାଇଫଲ ବିଭାଗରେ ରୌପ୍ୟ ପଦକ ଜିତିଥିବା ବେଳେ, ୟୁଥ୍ ବିଭାଗରେ ସୋମନାଥ ବାରିକ .177 ପିପ୍ ସାଇଟ୍ ରାଇଫଲରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସାଇନା ସାହୁ ଓ ଆର୍ୟମାନ ସିଂଘାନିଆ .22 ପିପ୍ ସାଇଟ୍ ରାଇଫଲ ବିଭାଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ରୀତିକା ରାଜ, ଆୟୁଷ୍ମାନ ଦାସ ଓ ଅମୃତ ଆନନ୍ଦ ରୌପ୍ୟ ପଦକ ହାସଲ କରିଛନ୍ତି। ଏହାଛଡ଼ା ଶୁଭମ ମହାପାତ୍ର କାଂସ୍ୟ ପଦକ ଅର୍ଜନ କରିଛନ୍ତି। ତାଳଚେର ରାଇଫଲ କ୍ଲବର ଏହି ସଫଳତା ପାଇଁ କ୍ରୀଡ଼ାପ୍ରେମୀ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି। ବିଜେତା ପ୍ରତିଯୋଗୀମାନଙ୍କୁ ବିଭିନ୍ନ ମହଳରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ସଚେତନତା ପାଇଁ ସାଉଥ୍ ବଲଣ୍ଡାରେ ସଚେତନତା କାର୍ଯ୍ୟକ୍ରମ
ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଠାରେ ଜଗନ୍ନାଥ କ୍ଷେତ୍ର ପକ୍ଷରୁ ସ୍ୱଚ୍ଛତା ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କିତ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। "ସୁସ୍ଥ ଜୀବନ ପାଇଁ ସ୍ୱଚ୍ଛତା ଅତ୍ୟନ୍ତ ଆବଶ୍ୟକ" ବାର୍ତ୍ତାକୁ ନେଇ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କୁ ସ୍ୱଚ୍ଛ ପରିବେଶର ଗୁରୁତ୍ୱ ଓ ରୋଗ ନିରାକରଣ ସମ୍ପର୍କରେ ସଚେତନ କରାଯାଇଥିଲା। ଏହି ଅବସରରେ କଳାକାର ବୃନ୍ଦ ନାଟକ ମାଧ୍ୟମରେ ସ୍ୱଚ୍ଛତା ବଜାୟ ରଖିବାର ଉପାୟ, ବ୍ୟକ୍ତିଗତ ପରିଚ୍ଛନ୍ନତା, ପରିବେଶ ସଫା ରଖିବାର ଆବଶ୍ୟକତା ଏବଂ ଏହା ଦ୍ୱାରା ବିଭିନ୍ନ ସଂକ୍ରାମକ ରୋଗରୁ କିପରି ରକ୍ଷା ମିଳିପାରିବ ସେ ବିଷୟକୁ ଜୀବନ୍ତ ଅଭିନୟ ମାଧ୍ୟମରେ ଉପସ୍ଥାପନ କରିଥିଲେ। କାର୍ଯ୍ୟକ୍ରମକୁ ଦେଖି ଉପସ୍ଥିତ ଲୋକମାନେ ସ୍ୱଚ୍ଛତା ପ୍ରତି ସଚେତନ ହେବା ସହ ନିଜ ଆଖପାଖ ପରିବେଶକୁ ପରିଷ୍କାର ରଖିବା ପାଇଁ ସଂକଳ୍ପ ଗ୍ରହଣ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନା

ଘର ଭିତରୁ ବାହାରିଲା ନାଗ
ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୁମଝରିଆ ଟେର୍ଲିବାହାଲ୍ ଗ୍ରାମରେ ଜଣଙ୍କ ଘର ଭିତରୁ ଏକ ନାଗ ସାପ କୁ ରାଉରକେଲା ରେସ୍କ୍ୟୁ ଟିମ୍ ଉଦ୍ଧାର କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଉକ୍ତ ଗ୍ରାମର ଗୁରୁବାର ରାତି ପ୍ରାୟ ୧୦ ଟା ସମୟରେ ସ୍ୱର୍ଗୀୟ ଜିତେନ୍ଦ୍ର ପଣ୍ଡାଙ୍କ ଘର ଭିତରେ ଏକ ନାଗ ସାପ ଥିବା ପରିବାର ବର୍ଗ ଦେଖି ଭୟଭୀତ ହୋଇ ରାଉରକେଲା ରେସ୍କ୍ୟୁ ଟିମ୍ କୁ ଯୋଗାଯୋଗ କରିଥିଲେ। ରାଉରକେଲା ରେସ୍କ୍ୟୁ ଟିମ୍ ର ସମୀର ପଟ୍ଟନାୟକ ଆସି ଉକ୍ତ ନାଗ ସାପକୁ ଉଦ୍ଧାର କରିବା ସହ କୁଆଁରମୁଣ୍ଡା ଜଙ୍ଗଲରେ ଚାଡ଼ି ଦେଇଥିବା ଜଣାପଡ଼ିଛି। ସାପଟି ପାଞ୍ଚ ଫୁଟ୍ ଲମ୍ବର ଥିଲା ବୋଲି ପରିବାର ବର୍ଗ ପକ୍ଷରୁ ସୂଚନା ମିଳିଛି।
Sundargarh (ସୁନ୍ଦରଗଡ଼) • ରିପୋର୍ଟ: ଗଣପତି ଦାସ, କୁଆଁରମୁଣ୍ଡା

ବିଶିଷ୍ଟ ଧର୍ମ ପରାୟଣ ବିଦ୍ୟାଧର ସାହୁ ଏକାଦଶ ଅବସରରେ ଧ୍ରୁବ ଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦ ଦୂlରl ସ୍ମୁତି ସଭା ଓ ଭଜନ ସମାରୋହ
କେନ୍ଦ୍ରାପଡା ଜିଲ୍ଲାର ପଟ୍ଟାମୁଣ୍ଡାଇ ବ୍ଲକ ଅର୍ନ୍ତଗତ ଓଉପଦା ଗ୍ରାମର ର ବିଶିଷ୍ଟ ଧର୍ମ ପରାୟଣ ମିଷ୍ଟ ଭାଷୀ ମେଲପି, ବରିଷ୍ଟ ନାଗରିକ ବିଦ୍ୟାଧର ସାହୁ ଙ୍କ ଏକାଦଶ ଅବସରରେ ଧ୍ରୁବ ଅନ୍ନପୂର୍ଣ୍ଣା ସେବା ଓ କଳା ପରିଷଦ ର ସଭାପତି ସମାଜ ସେବୀ ନଳିନୀ କାନ୍ତ ସ୍ୱାଇଁ ଙ୍କ ସଭପତିତୁ ରେ ଅନିରୁଦ୍ଧ ନିବାସ ରେ ସ୍ମୁତି ସଭା ଓ ଭଜନ ସମାରୋହ ଅନୁଷ୍ଠିତ ହୋଇଯାଇଛି ଏହି ଅବସରରେ ଅନୁଷ୍ଟାନ ର ବିଶିଷ୍ଟ କଳାକାର ଭୋଳାନାଥ ଅକ୍ଷୟ ମଲ୍ଲିକ ଅଲେଖ ଜେନା, ସୁମନ ସେନାପତି,ବିଶ୍ବମ୍ବର କର ଅନୁରାଧା ପତି ସଂଯୁକ୍ତା ନାୟକ ଅଞ୍ଚଳ କୁ ଆଧ୍ୟାତ୍ମିକ ମୟ କରିଥିଲେ ସ୍ମୁତି ସଭା ରେ ଓଉପଦା ପଞ୍ଚାୟତ ର ପ୍ରାକ୍ତନ ସରପଞ୍ଚ ସୁବାସ ଖଟୁଆ, ଯୁବ ନେତା ତ୍ରିଲୋଚନ ସ୍ବାଇଁ, ଶରତ ସାହୁ ବିଜୟ ସାହୁ ଯୁବ ନେତା ବୁଢ଼ା ଭାଇ ବିକ୍ରମ ସାହୁ, ସମାଜ ସେବୀ ପ୍ରଦିପ ରାଉତ, ଅର୍ଜ୍ଜୁନ ସାହୁ କାର୍ତ୍ତିକ ସାହୁ ଭାରତ ସାହୁ ସ୍ମୁତି ଚାରଣ କରିଥିଲେ କାର୍ଯ୍ୟକ୍ରମ କୁ ପୂତ୍ର ଅନୁରୋଧ ସାହୁ ଇନ୍ଦୁମତି ସାହୁ ଅରୁପାନନ୍ଦ ସାହୁ ଅମ୍ବିକା ସାହୁ ଅନିତା ସାହୁ ବେଣୁଧର ସାହୁ ବିବେକ ସୁତାର ରବୀନ୍ଦ୍ର ସାହୁ ପରିଚାଳନା କରିଥିଲା ବେଳେ ସଂଯୁକ୍ତା ସାହୁ ମଞ୍ଜୁଲତା ସାହୁ ଶାନ୍ତିଲତା ସାହୁ ତିଳୋତ୍ତମା ସାହୁ ପରିଚାଳନା ରେ ସହଯୋଗ କରିଥିଲେ
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟ: କୈଳାସ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇର

ଅଜଣା ଗାଡ଼ି ଧକ୍କା ରେ ଯୁବକ ଙ୍କ ମୃତୁ
୧୬ନମ୍ବର ଜାତୀୟ ରାଜପଥର ବାଲେଶ୍ବର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ମାଣକାହାଣୀ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ଅଜଣା ଯୁବକଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁସାରେ ଆଜି ସକାଳ ୫ଟା ୩୦ ରେ ସୋରରୁ ବାଲେଶ୍ୱର ଅଭିମୁଖେ ଏକ ବାଜାଜ ଡିସ୍କଭର ମଟର ସାଇକେଲ (ଓଡ଼ି ୦୧ଏମ ୨୮୩୬) ଯାଉଥିବା ବେଳେ ମାଣ କାହାଣୀ ନିକଟରେ ଜାତୀୟ ରାଜପଥ ଉପରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିରହିଥିଲା। ସୂଚନା ପାଇ ଜାତୀୟ ରାଜପଥ ପାଟ୍ରୋଲିଂ ପୁଲିସ ଜେପି ଏ ଖାନଙ୍କ ସହିତ ତାଙ୍କ ଷ୍ଟାଫ ଘଟଣାସ୍ଥଳରେ ପଂହଛି ରେମୁଣା ମେଡ଼ିକାଲକୁ ସ୍ଥାନାନ୍ତର କରିଥିଲେ। ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ମୃତ ବ୍ୟକ୍ତିଙ୍କ ପରିଚୟ ମିଳିପାରିନଥିବା ବେଳେ ପୁଲିସ ବାଇକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି।
Balasore (ବାଲେଶ୍ୱର) • ରିପୋର୍ଟ: ପ୍ରଭାତ କୁମାର ବାରିକ, ବାଲେଶ୍ଵର
ମାନବିକତାର ପରିଚୟ: ବୁଦା ଉହାଡ଼ରୁ ତିନି ମାସର ଶିଶୁ ପୁତ୍ର ଉଦ୍ଧାର, ଦେବଦୂତ ସାଜିଲେ ରାଜମିସ୍ତ୍ରୀ
ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳରୁ ଆସିଛି ଏକ ଭାବବିହ୍ୱଳ କଲାଭଳି ଖବର। ଗଞ୍ଜାମ ଜିଲ୍ଲା ଚିକିଟି ଅଞ୍ଚଳର ରତ୍ନେଶ୍ୱରୀ ମନ୍ଦିର ବୁଲାଣି ରାସ୍ତାରେ ଗତକାଲି ସନ୍ଧ୍ୟାରେ ଦେଖିବାକୁ ମିଳିଛି ଏଭଳି ଏକ ହୃଦୟବିଦାରକ ଘଟଣା। ଦିଗପହଣ୍ଡି ବ୍ଲକ କରପଡା ପଂଚାୟତ ହାତୀଆଡି ଗ୍ରାମର ବାରିକ ମୁଳି ନାମକ ଜଣେ ରାଜମିସ୍ତ୍ରୀ କେ. ନୂଆଗାଁରୁ ନିଜ ଘରକାମ ସାରି ସନ୍ଧ୍ୟା ସମୟରେ ବାଇକ୍ ଯୋଗେ ନିଜ ଗ୍ରାମକୁ ଫେରୁଥିଲେ। ଏହି ସମୟରେ ରତ୍ନେଶ୍ଵରୀ ମନ୍ଦିର ବୁଲାଣି ରାସ୍ତା ପାର୍ଶ୍ୱରୁ ଏକ ଶିଶୁର କ୍ରନ୍ଦନ ଧ୍ୱନି ତାଙ୍କ କାନରେ ପଡ଼ିଥିଲା। ପ୍ରଥମେ ସେ ଆଗକୁ ଚାଲିଯାଇଥିଲେ ମଧ୍ୟ ମନରେ ସନ୍ଦେହ ହେବାରୁ ପୁଣି ପଛକୁ ଫେରି ଦେଖିଥିଲେ। ସେଠାରେ ଏକ ବୁଦା ଭିତରେ ପ୍ରାୟ ୩ ମାସର ଏକ ନିଷ୍ପାପ ଶିଶୁ ପୁତ୍ର କାନ୍ଦୁଥିବାର ସେ ଦେଖିବାକୁ ପାଇଥିଲେ। ବିଳମ୍ବ ନକରି ସେ ତୁରନ୍ତ ଶିଶୁଟିକୁ ଉଦ୍ଧାର କରିବା ସହ କେ. ନୂଆଗାଁ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଖବର ପାଇ କେ. ନୂଆଗାଁ ଥାନା ଅଧିକାରୀ ବିଶ୍ୱଜିତ ନାୟକ ସଦଳବଳେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ ଗାଡ଼ିରେ ଶିଶୁଟିକୁ ପ୍ରାଥମିକ ଚିକିତ୍ସା ପାଇଁ ଚିକିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ଶିଶୁର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଏବଂ ଭଲ ଥିବା ପ୍ରକାଶ କରିଛନ୍ତି। ଏ ସମ୍ପର୍କରେ ଚିକିଟି ସିଡିପିଓ (CDPO) ଙ୍କୁ ମଧ୍ୟ ଅବଗତ କରାଯାଇଛି। ଶିଶୁଟିର ଅଧିକ ଯତ୍ନ ଏବଂ ଉତ୍ତମ ଚିକିତ୍ସା ପାଇଁ ତାକୁ ବ୍ରହ୍ମପୁର ବଡ଼ ମେଡିକାଲ (MKCG) କୁ ସ୍ଥାନାନ୍ତର କରିବା ପାଇଁ ଯୋଜନା ଚାଲିଛି। ପରବର୍ତ୍ତୀ ସମୟରେ ଉପ-ଜିଲ୍ଲାପାଳ (Sub-Collector) ଙ୍କ ସ୍ତରରେ ଶିଶୁର ଭବିଷ୍ୟତର ଲାଳନପାଳନ ଏବଂ ସୁରକ୍ଷା ନେଇ ସରକାରୀ ନିୟମ ଅନୁଯାୟୀ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି। କେଉଁ ପରିସ୍ଥିତିରେ ଏବଂ କାହିଁକି ଶିଶୁଟିକୁ ଏଭଳି ନିଛାଟିଆ ରାସ୍ତାକଡ଼ରେ ଫିଙ୍ଗିଦିଆଗଲା, ସେ ନେଇ ପୋଲିସ ତଦନ୍ତ ଚଳାଇଛି। ମାତ୍ର ସନ୍ଧ୍ୟା ସମୟରେ ରାଜମିସ୍ତ୍ରୀ ବାରିକ ମୁଳିଙ୍କ ସତର୍କତା ଓ ମାନବିକତା ଯୋଗୁଁ ଆଜି ଏକ ନିଷ୍ପାପ ଶିଶୁର ଜୀବନ ବଞ୍ଚିଯାଇପାରିଛି, ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତାଙ୍କୁ ବେଶ୍ ପ୍ରଶଂସା କରାଯାଉଛି।
Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି।

ଗ୍ରାମୀଣ ଜଳ ଯୋଗାଣ ଟ୍ୟାପ ହୋଇଛି ଆଜକୁ ପ୍ରାୟ ଦଶ ବର୍ଷ ହେଲା ଟ୍ୟାପରେ ପାଣି ଆସୁନି
ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଉଦୟପୁର ପଂଚାୟତ ଅନ୍ତର୍ଗତ ନଇତଇଲା ଗ୍ରାମର ଆଦିବାସୀ ସାହିର ଲୋକମାନେ ପିଇବା ପାଣିପାଇଁ ବହୁତ ହଇରାଣ ହରକତ ହେଉଛନ୍ତି ସେ ପଂଚାୟତ ରେ ସରପଞ୍ଚ ଙ୍କୁ ଜଣାଇଲେ ମଧ୍ୟ ପଂଚାୟତ କତୃପକ୍ଷ ପଦକ୍ଷେପ ନେଉନାହାନ୍ତି ବ୍ଲକ ପ୍ରଶାସନ କୁ ଜଣାଇଲେ ସେ କୌଣସି ପଦକ୍ଷେପi ନେଉନାହାନ୍ତି ସେହି ଆଦିବାସୀ ସାହିରେ ଆଠ ରୁ ଦଶ ଘର ବସବାସ କରୁଛନ୍ତି ପିଇବା ପାଣିର ବ୍ୟବସ୍ଥା ନଥିବା ଲାଗି ସେହି ସାହିର ଲୋକମାନେ ବହୁତ ଅସନ୍ତୋଷ ହେଉଛନ୍ତି ପିଇବା ପାଣିର ବ୍ୟବସ୍ଥା ହେବାପାଇଁ ଦାବିକରିଛନ୍ତି
Nayagarh (ନୟାଗଡ଼) • ରିପୋର୍ଟ :ସଞ୍ଜୟ କୁମାର କଅଁର, ନୂଆଗାଁ

ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଓ ଅବୈଧ ଚାଲାଣ ବିରୋଧ ଦିବସ ପାଳିତ
ଅନୁଗୋଳ: ଜିଲ୍ଲା ପ୍ରଶାସନ, ସାମାଜିକ ସୁରକ୍ଷା ବିଭାଗ, ଜିଲ୍ଲା ଅବକାରୀ ବିଭାଗ ଏବଂ ସ୍ଥାନୀୟ ସାମାଜିକ ସଂଗଠନ "ସ୍ପନ୍ଦନ"ର ମିଳିତ ଆନୁକୁଲ୍ୟରେ ଆଜି ଅନ୍ତର୍ଜାତୀୟ ନିଶା ଦ୍ରବ୍ୟ ଅପବ୍ୟବହାର ଏବଂ ଚୋରା ଚାଲାଣ ବିରୋଧୀ ଦିବସ ଉପଲକ୍ଷେ ଏକ ବିଶାଳ ସଚେତନତା ପଦଯାତ୍ରା ଓ ସଚେତନତା ରଥର ଶୁଭାରମ୍ଭ କରାଯାଇଛି। ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଅବକାରୀ ବିଭାଗର ଅଧିକ୍ଷୀକା ଶ୍ରୀମତୀ ମଧୁସ୍ମିତା ନାୟକ ଆନୁଷ୍ଠାନିକ ଭାବେ ଉଦଘାଟନ କରି କହିଥିଲେ ଯେ, ବର୍ତ୍ତମାନ ଯୁବଗୋଷ୍ଠୀଙ୍କ ମଧ୍ୟରେ ନିଶା ସେବନ ଓ ଏହାର ଚୋରା ଚାଲାଣ ବଢ଼ିବାରେ ଲାଗିଛି। ଯଦି ସମାଜରୁ ନିଶା ବ୍ୟବହାର ବନ୍ଦ ହୋଇଯାଏ, ତେବେ ଚୋରା ଚାଲାଣ ଆପେ ଆପେ ରୋକିଯିବ। ଏଥିପାଇଁ ପ୍ରତ୍ୟେକ ନାଗରିକଙ୍କ ସଚେତନତା ସହ କଡ଼ା ଆଇନ ଓ କଠୋର ଦଣ୍ଡବିଧି ନିହାତି ଜରୁରୀ ବୋଲି ସେ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଜିଲ୍ଲା ଅଧିକାରୀ ଶ୍ରୀ ମନିଷ ଏକ୍କା ଯୋଗ ଦେଇ ଚଳିତ ବର୍ଷର ଆଭିମୁଖ୍ୟ "ବିଶ୍ୱ ଡ୍ରଗ୍ସ ସମସ୍ୟା: ନିଶ୍ଚଳ ଜଟିଳତା, ନୂଆ ଆହ୍ୱାନ, ଅଭିନବ ପ୍ରତିକାର" ଉପରେ ଆଲୋକପାତ କରିଥିଲେ। ସେ ନିଶା ମୁକ୍ତ ହେବାକୁ ଚାହୁଁଥିବା ବ୍ୟକ୍ତିବିଶେଷଙ୍କୁ ଜିଲ୍ଲାରେ ଥିବା ନିଶା ନିବାରଣ କେନ୍ଦ୍ରର ସହାୟତା ନେବାକୁ ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଔଷଧ ସେବନ, ଯୋଗ, ପ୍ରାଣାୟାମ କରିବା ସହିତ ନିଶାଗ୍ରସ୍ତ ସାଙ୍ଗସାଥୀଙ୍କ ଠାରୁ ଦୂରେଇ ରହିଲେ ନିଶ୍ଚିତ ଭାବେ ନିଶା ମୁକ୍ତ ହୋଇପାରିବେ ବୋଲି ସେ ଆହ୍ୱାନ ଦେଇଥିଲେ। ଅବକାରୀ ବିଭାଗର ଉପ-ଅଧିକ୍ଷକ ଶ୍ରୀ ଧିରେନ କୁମାର ବେହେରା ଯୋଗ ଦେଇ ଜିଲ୍ଲା ଅବକାରୀ ବିଭାଗର ବିଗତ ଦିନର ସଫଳତା ଓ ପଦକ୍ଷେପ ବିଷୟରେ ଅବଗତ କରାଇଥିଲେ। ସାମାଜିକ ସଂଗଠନ "ସ୍ପନ୍ଦନ"ର ଶ୍ରୀ ଅମୟ ମଲ୍ଲିକ ଉପସ୍ଥିତ ସମସ୍ତ ଜନସାଧାରଣଙ୍କୁ "ନିଶା ମୁକ୍ତ ଭାରତ" ଗଠନରେ ସହଯୋଗ କରିବା ପାଇଁ ଶପଥ ପାଠ କରାଇଥିଲେ। ଏହି ଜନସଚେତନତା ପଦଯାତ୍ରାରେ ଟାଇକୋଣ୍ଡୋ ଆସୋସିଏସନର ସମ୍ପାଦକ ଶ୍ରୀ ଦୁଷ୍ମନ୍ତ ନାଥ, ଓଁ ବିଦ୍ୟା ଭାରତୀ ସମୂହ ଆବାସିକ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ପ୍ରଜାପିତା ବ୍ରହ୍ମକୁମାରୀ ଈଶ୍ୱରୀୟ ବିଦ୍ୟାଳୟର ଅନ୍ତେବାସୀଗଣ, ଜିଲ୍ଲା ଅବକାରୀ ବିଭାଗ ଓ ସାମାଜିକ ସୁରକ୍ଷା ବିଭାଗର କର୍ମଚାରୀବୃନ୍ଦ ଏବଂ ସାମାଜିକ ଅନୁଷ୍ଠାନ "ଐରା" ର ସଦସ୍ୟମାନେ ସାମିଲ ହୋଇ ସାଧାରଣ ଜନତାଙ୍କୁ ନିଶା ମୁକ୍ତ ଭାରତ ଅଭିଯାନ ସମ୍ପର୍କରେ ସଚେତନ କରିଥିଲେ।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ନିଜକୁ IAS କହି ଭୁଆଁ ବୁଲାଉଥିଲା ନକଲି ସବ୍ କଲେକ୍ଟର! ଗିରଫ କଲା କମଶନରେଟ୍ ପୋଲିସ
ରାଜଧାନୀ ଭୁବନେଶ୍ୱରରେ ପୁଣି ଜଣେ ନକଲି ଅଧିକାରୀଙ୍କ କଳା କାରନାମା ସାମ୍ନାକୁ ଆସିଛି। ନିଜକୁ ଜଣେ ସମ୍ମାନଜନକ ଆଇଏଏସ୍ (IAS) ଅଧିକାରୀ ପରିଚୟ ଦେଇ ସାଧାରଣ ଲୋକଙ୍କୁ ଠକୁଥିବା ଏକ ବଡ଼ ଠକକୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ୍ ପୋଲିସ। ଭୁବନେଶ୍ୱରର ସହିଦନଗର ଥାନା ପୋଲିସ ଏହି ନକଲି ସବ୍ କଲେକ୍ଟରଙ୍କୁ ମାଡ଼ି ବସିଛି। ଗିରଫ ହୋଇଥିବା ଏହି ବହୁରୂପୀ ମହାଠକ ଜଣକ ହେଉଛନ୍ତି ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଅଞ୍ଚଳର ବରଦା ସୁଧୀର। ସେ ଦୀର୍ଘ ଦିନ ହେବ ସ୍ଥାନୀୟ ଲୋକଙ୍କୁ ନିଜର ମିଛ ପରିଚୟ ଦେଇ ଲୁଟ୍ତରାଜ ଚଳାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ବରଦା ସୁଧୀର ନିଜକୁ ‘ଭୁବନେଶ୍ୱରର ସବ୍ କଲେକ୍ଟର’ (Sub-Collector of Bhubaneswar) ବୋଲି ପରିଚୟ ଦେଉଥିଲା। ସରକାରୀ ପଦବୀ ଏବଂ IAS ଅଧିକାରୀର ରୋବ୍ ଦେଖାଇ ସେ ବିଭିନ୍ନ କାମ କରାଇଦେବା ବାହାନାରେ ଲୋକଙ୍କଠାରୁ ମୋଟା ଅଙ୍କର ଟଙ୍କା ଠକୁଥିଲା। ସେ କେବଳ ମିଛ କହୁନଥିଲା, ବରଂ ଲୋକମାନେ ଯେପରି ତାଙ୍କୁ ସତ ବୋଲି ବିଶ୍ୱାସ କରିବେ, ସେଥିପାଇଁ ପୂରା ହାଇ-ପ୍ରୋଫାଇଲ୍ ଷ୍ଟାଇଲ୍ରେ ନିଜକୁ ଉପସ୍ଥାପନ କରୁଥିଲା। ବରଦା ସୁଧୀରଙ୍କର ଏହି ନକଲି ଅଧିକାରୀ ସାଜିବା ଏବଂ ଠକେଇ କରିବା ନେଇ ସହିଦନଗର ଥାନାରେ ଅଭିଯୋଗ ହେବା ପରେ ପୋଲିସ ତୁରନ୍ତ ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଥିଲା। ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ଅଭିଯୁକ୍ତକୁ ଧରିବା ପାଇଁ ଜାଲ ବିଛାଯାଇଥିଲା ଏବଂ ଶେଷରେ ତାକୁ ଗିରଫ କରାଯାଇଛି। ବର୍ତ୍ତମାନ ସହିଦନଗର ଥାନା ପୋଲିସ ଏହି ମହାଠକ ବିରୋଧରେ ମାମଲା ରୁଜୁ କରି ଅଧିକ ପଚରାଉଚରା ଜାରି ରଖିଛି। ସେ ଭୁବନେଶ୍ୱରରେ ଏପର୍ଯ୍ୟନ୍ତ କେତେ ଜଣଙ୍କୁ ନିଜର ଶିକାର ବନାଇଛି ଏବଂ ତା’ ସହିତ ଏହି ଗ୍ୟାଙ୍ଗ୍ରେ ଆଉ କେଉଁମାନେ ସାମିଲ ଅଛନ୍ତି, ସେ ନେଇ ପୋଲିସ ଖୋଳତାଡ଼ କରୁଛି।
Bhubaneswar (ଭୁବନେଶ୍ୱର) • ବ୍ୟୁରୋ ରିପୋର୍ଟ: ପଲିଟିକାଲ ଖଟି

Media Repeatedly Sounded the Alarm, Yet the Administration Remains Asleep!
Dangerous Boundary Wall of BEO Office Poses Serious Threat; Schools Reopen, But Safety Still Ignored Will the administration wake up only after a tragedy occurs? Or will it act only after an innocent schoolchild becomes a victim? These are the questions now echoing across Sinapali as authorities continue to ignore a potentially life-threatening situation. Despite repeated reports and warnings by several media outlets regarding the dangerously damaged boundary wall of the Block Education Officer (BEO) Office in Sinapali, no visible action has been taken by the administration. The continued inaction has sparked widespread concern and public outrage. With schools having reopened, hundreds of people, including students of PM SHRI High School, Saraswati Shishu Vidya Mandir, and Rising Sun Public School, pass through this road every day. The area becomes especially crowded during school opening and closing hours. If the weakened boundary wall collapses unexpectedly, it could result in a major tragedy. A visit to the site clearly reveals the seriousness of the situation. Large cracks have developed on both sides of the main entrance wall. On one side, the pressure from the roots of a massive tree has severely weakened the structure, while the other side has developed long, deep cracks, leaving the wall on the verge of collapse. Accumulated garbage and prolonged neglect have only worsened the condition. What makes the situation even more surprising is that the BEO office is located barely 200 metres from the official residence of the Block Development Officer (BDO). Yet, despite being so close, the dangerous condition of the wall appears to have escaped the attention of the administration, raising serious questions about official accountability. Parents say they live in constant fear while sending their children to school each day. They worry that if the wall collapses on any student, the consequences would be irreversible and no compensation could ever replace a lost life. They have demanded that the administration immediately repair or reconstruct the boundary wall and ensure proper safety measures before disaster strikes. The question remains: How many more warnings must the media issue before the authorities respond? When will the administration and public representatives wake up to their responsibility? Preventing an accident is far more responsible than reacting after lives have already been lost. The time has come for the administration to break its silence and act without further delay. Public safety cannot be left to chance, and negligence today could become tomorrow’s tragedy.
Nuapada (ନୂଆପଡ଼ା) • By Malaya Meher:
