--:--:--
-- ---
Srishti News

କୋଲିୟରୀ ପୋଲିସ୍ ପକ୍ଷରୁ ଜୋରଦାର ଯାନବାହାନ ଯାଞ୍ଚ

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା: ତାଳଚେରSeptember 5, 202669 views
କୋଲିୟରୀ ପୋଲିସ୍ ପକ୍ଷରୁ ଜୋରଦାର ଯାନବାହାନ ଯାଞ୍ଚ
ତାଳଚେର: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କୋଲିୟରୀ ପୋଲିସ୍ ପକ୍ଷରୁ ବିଭିନ୍ନ ଛକରେ ଯାନବାହାନ ଯାଞ୍ଚ କଡ଼ାକଡ଼ି କରାଯାଇଛି। ଗାଡ଼ିର କାଗଜପତ୍ର, ହେଲମେଟ୍, ସିଟ୍‌ବେଲ୍ଟ ସହ ମଦ୍ୟପାନ କରି ଗାଡ଼ି ଚାଳନା, ବେପରୁଆ ଗାଡ଼ି ଚାଳନା ଓ ଉଚ୍ଚଶବ୍ଦର ହର୍ଣ୍ଣ ଉପରେ ଯାଞ୍ଚ କରାଯାଉଛି। ଏଥିସହ ଚୋରି, ରାହାଜାନୀ, ଛିନତାଇ ଓ ନିଶାଦ୍ରବ୍ୟ ଚାଲାଣ ରୋକିବା ସହ ପୂଜା ସମୟରେ ଶାନ୍ତିଶୃଙ୍ଖଳା ବଜାୟ ରଖିବାକୁ ପୋଲିସ୍ ପକ୍ଷରୁ ସଚେତନତା ମଧ୍ୟ କରାଯାଉଛି। ଆଗାମୀ ଦିନରେ ଏହି ଯାଞ୍ଚ ଅଭିଯାନ ଜାରି ରହିବ ବୋଲି କୋଲିୟରୀ ଥାନା ଅଧିକାରୀ ଧୀରେନ ଦାସ ସୂଚନା ଦେଇଛନ୍ତି।