Web News

ତାରାତାରିଣୀ ପାଦ ଦେଶ ରେ ୫୪ କୁଣ୍ଡୀୟ ବିଶ୍ୱ ଶାନ୍ତି ମହାଯଜ୍ଞ: ଛାମୁଣ୍ଡା ହନୁମାନ ମଠରେ ଜଗତଗୁରୁ ସ୍ୱାମୀ ଅରୂପାନନ୍ଦ
ଜଗନ୍ନାଥପ୍ରସାଦ ବ୍ଲକ୍ ଅନ୍ତର୍ଗତ ଛାମୁଣ୍ଡା ସ୍ଥିତ ଶ୍ରୀ ହନୁମାନ ମଠ ପରିସରରେ ଜଗତଗୁରୁ ରାମାନନ୍ଦ ଆଚାର୍ଯ୍ୟ ସ୍ୱାମୀ ଅରୂପାନନ୍ଦ ମହାରାଜଙ୍କ ଶୁଭାଗମନ ହୋଇଯାଇଛି। ଏହି ଅବସରରେ ମଠରେ ଆୟୋଜିତ ଏକ ସ୍ୱତନ୍ତ୍ର ସତ୍ସଙ୍ଗରେ ଜଗତଗୁରୁଙ୍କ ସହ ବ୍ରହ୍ମପୁର ହନୁମାନ ମଠର ନାଗା ହରିହର ଦାସ, ବାବନପୁର ମଠ ମହନ୍ତ ଅଶୋକ ଦାସ, ଖଣ୍ଡୁରୁ ମଠ ମହନ୍ତ ରାମ ପ୍ରସନ୍ନ ଦାସ, କାଦପଡ଼ା ମଠ ମଧୁସୂଦନ ଦାସ, ପାଲାପଡ଼ା ମଠ ସ୍ୱାମୀ ଶଙ୍କରାନନ୍ଦ ତୀର୍ଥ, ଜଗନ୍ନାଥପ୍ରସାଦ ମହନ୍ତ ତ୍ରିବିକ୍ରମ ଦାସ ଏବଂ ଛାମୁଣ୍ଡା ମଠ ମହନ୍ତ ମହାରାଜ ସତାନନ୍ଦ ଦାସ ପ୍ରମୁଖ ଅଞ୍ଚଳର ବହୁ ପ୍ରମୁଖ ସାଧୁସନ୍ଥ ଯୋଗ ଦେଇଥିଲେ। ବିଶ୍ୱ ଶାନ୍ତି ଓ ଜନ କଲ୍ୟାଣ ଉଦ୍ଦେଶ୍ୟରେ ଆସନ୍ତା ଡିସେମ୍ବର ୮ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ମା’ ତାରାତାରିଣୀ ମନ୍ଦିର ପାଦଦେଶ, ପବିତ୍ର ଋଷିକୂଲ୍ୟା ନଦୀ ତଟରେ ସନ୍ଥ ସମାଜ ଦ୍ୱାରା ଏକ ଭବ୍ୟ ୫୪ କୁଣ୍ଡୀୟ ବିଶ୍ୱ ଶାନ୍ତି ମହାଯଜ୍ଞ ଆୟୋଜିତ ହେବାକୁ ଯାଉଛି ବୋଲି ଏହି ବୈଠକରେ ଜଗତଗୁରୁ ଘୋଷଣା କରିଛନ୍ତି। ଏହି ପ୍ରମୁଖ ଧାର୍ମିକ ମହୋତ୍ସବକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ସାହର ପରିବେଶ ପ୍ରକାଶ ପାଇଛି।
Ganjam (ଗଞ୍ଜାମ) • ସୂର୍ଯ୍ୟ ନାରାୟଣ ପଣ୍ଡା ଙ୍କ ରିପୋର୍ଟ

ଗଛ କୁ ପିଟିଲା ଯାତ୍ରୀ ବାହି ବସ,ଚାଳକ ଙ୍କ ମୃତୁ , ୨୫ଆହତ
ଭୁବନେଶ୍ୱରରୁ ନୟାଗଡ଼ ଯାଉଥିବା ଏକ ଯାତ୍ରୀବାହି ବସ୍ ବାଉଁଶିଆପଣ୍ଡା ନିକଟରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ଚାଳକ ଜଣକ ହେଲେ ଖୋର୍ଦ୍ଧା ପିଚୁକୁଳି ଗ୍ରାମର ନିରଂଜନ ସ୍ୱାଇଁ । ଅନ୍ୟ ଆହତ ଯାତ୍ରୀମାନଙ୍କୁ ନାୟାଗଡ ଜିଲା ମୁଖ୍ୟ ଚିକତ୍ସାଳୟରେ ଭର୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୫ ଜଣଙ୍କ ଅବସ୍ଥା ସଂକଟାପନ୍ନ ଅଛି । ପ୍ରତ୍ୟକ୍ଷଦର୍ଶୀଙ୍କ ସୂତ୍ରରୁ ପ୍ରକାଶ ଯେ, ବସ୍ଟି ଦ୍ରୁତ ଗତିରେ ଯାଉଥିବା ବେଳେ ସ୍ଥାନୀୟ ଇଟାମାଟି ଥାନା ଅନ୍ତର୍ଗତ ବାଉଁଶିଆପଣ୍ଡା ନିକଟରେ ଚାଳକ ଜଣକ ଭାରସାମ୍ୟ ହରାଇ ଏକ ଗଛ ଦେହରେ ପିଟି ଦେଇବାରୁ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ସ୍ଥାନୀୟ ପୋଲିସ, ଦମକଳ ବାହିନୀ ଓ ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ସ୍ଥାନାନ୍ତର କରିଥିଲେ ।
Ganjam (ଗଞ୍ଜାମ) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ ଭଂଜନଗର

ଝଡ଼ ତୋଫାନ ଓ ପ୍ରବଳ ବର୍ଷା କ୍ଷତିପୂରଣ ଦାବିରେ ରାସ୍ତାରୋକ ଦାବିପତ୍ର ଦେବା ପରେ ବି ମିଳିଲାନି କ୍ଷତିପୂରଣ, ରାସ୍ତାକୁ ଓହ୍ଲାଇଲେ ଗ୍ରାମବାସୀ
ବରଗଡ଼: ୫/୯/ ଝଡ଼ ତୋଫାନ ଓ ପ୍ରବଳ ବର୍ଷା ଯୋଗୁଁ ହୋଇଥିବା କ୍ଷୟକ୍ଷତିର କ୍ଷତିପୂରଣ ଦାବିରେ ରାସ୍ତାରୋକ ଆନ୍ଦୋଳନ। ବରଗଡ଼ ସୋହେଲା-ଚକରକେନ୍ଦ୍ ଛକରେ ସ୍ଥାନୀୟ ଗ୍ରାମବାସୀମାନେ ଏକତ୍ରିତ ହୋଇ ରାସ୍ତା ଅବରୋଧ କରି ପ୍ରତିବାଦ କରିଛନ୍ତି। ଆନ୍ଦୋଳନକାରୀଙ୍କ କହିବା ଅନୁଯାୟୀ, ବିଗତ ଦିନରେ ହୋଇଥିବା ଝଡ଼ ତୋଫାନ ଓ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ଏନେଇ ପ୍ରଶାସନ ନିକଟରେ ଦାବିପତ୍ର ଦିଆଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କ୍ଷତିପୂରଣ ମିଳିନଥିବା ଅଭିଯୋଗ ହୋଇଛି। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତାରୋକ ଯୋଗୁଁ ଉକ୍ତ ରାସ୍ତାରେ ଯାତାୟାତ ପ୍ରଭାବିତ ହୋଇଛି। ଘଟଣାସ୍ଥଳରେ ବହୁ ସଂଖ୍ୟାରେ ଲୋକେ ଏକତ୍ରିତ ହୋଇ ନିଜ ଦାବି ଉପସ୍ଥାପନ କରିଛନ୍ତି। ଏପର୍ଯ୍ୟନ୍ତ ଆନ୍ଦୋଳନକାରୀଙ୍କ ସହ କୌଣସି ସମାଧାନର ବାଟ ବାହାରିନଥିବା ବେଳେ, ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତାରୋକ ଆନ୍ଦୋଳନ ଜାରି ରହିବ ବୋଲି ସ୍ଥାନୀୟ ଆନ୍ଦୋଳନକାରୀମାନେ କହିଛନ୍ତି।
Bargarh (ବରଗଡ଼) • ସତ୍ୟ ସୁରୁଜାଲ

ଖଡ଼ିଆଳ ମାଟିର ଲଢୁଆ ପୁଅ କମଳ ଚରଣ ତାଣ୍ଡିଙ୍କୁ କଂଗ୍ରେସର ରାଜ୍ୟ ସମ୍ପାଦକ ଦାୟିତ୍ୱ
ଖଡ଼ିଆଳ: ଖଡ଼ିଆଳ ନିର୍ବାଚନମଣ୍ଡଳୀର ଲଢୁଆ ପୁଅ ତଥା କଂଗ୍ରେସ ବିଧାୟକ ପ୍ରାର୍ଥୀ ଭାବେ ପରିଚିତ କମଳ ଚରଣ ତାଣ୍ଡିଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟି (AICC) ପକ୍ଷରୁ ରାଜ୍ୟ ସମ୍ପାଦକ ପଦବୀରେ ନିଯୁକ୍ତି ଘୋଷଣା କରାଯାଇଥିବା ଜଣାପଡ଼ିଛି। ଏହି ନୂଆ ଦାୟିତ୍ୱ ମିଳିବା ପରେ ଖଡ଼ିଆଳ ଅଞ୍ଚଳର କଂଗ୍ରେସ କର୍ମୀ ଓ ସମର୍ଥକଙ୍କ ମଧ୍ୟରେ ଉତ୍ସାହ ପ୍ରକାଶ ପାଇଛି। ଦୀର୍ଘଦିନ ଧରି କମଳ ଚରଣ ତାଣ୍ଡି ବିଭିନ୍ନ ଜନସମସ୍ୟାକୁ ନେଇ ଲୋକଙ୍କ ସହ ରହିଆସିଛନ୍ତି। ଅଞ୍ଚଳର ଅଭାବୀ, ଗରିବ ଓ ଅସହାୟ ଲୋକଙ୍କୁ ବିଭିନ୍ନ ସମୟରେ ସାହାଯ୍ୟ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରଶାସନ ନିକଟରେ ପହଞ୍ଚାଇବାରେ ସେ ସକ୍ରିୟ ଭୂମିକା ନେଇଥିବା ଦେଖିବାକୁ ମିଳିଛି। କୃଷକଙ୍କ ସମସ୍ୟା, ରାସ୍ତାଘାଟ, ପାନୀୟଜଳ, ଶିକ୍ଷା, ରୋଜଗାର, ସରକାରୀ ଯୋଜନାରୁ ବଞ୍ଚିତ ହିତାଧିକାରୀଙ୍କ ସମସ୍ୟା ଭଳି ବିଭିନ୍ନ ପ୍ରସଙ୍ଗରେ ସେ ଜନସାଧାରଣଙ୍କ ସହ ଆନ୍ଦୋଳନ ଓ ପ୍ରତିବାଦରେ ସାମିଲ ହୋଇଆସିଛନ୍ତି। ଅଞ୍ଚଳବାସୀଙ୍କ ନ୍ୟାୟସଙ୍ଗତ ଦାବିକୁ ନେଇ ସ୍ୱର ଉଠାଇବା ସହ ସମସ୍ୟାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବାରେ ମଧ୍ୟ ସେ ଉଦ୍ୟମ କରିଛନ୍ତି। ବିଶେଷକରି ଅସହାୟ ଓ ଆବଶ୍ୟକତାରେ ଥିବା ପରିବାରଙ୍କୁ ସହଯୋଗ, ଲୋକଙ୍କ ବ୍ୟକ୍ତିଗତ ଓ ସାମାଜିକ ସମସ୍ୟାରେ ସହଯୋଗର ହାତ ବଢ଼ାଇବା ଏବଂ ଜନସାଧାରଣଙ୍କ ସହ ସିଧାସଳଖ ଯୋଗାଯୋଗ ରଖିବା ତାଙ୍କ ରାଜନୈତିକ କାର୍ଯ୍ୟଧାରାର ଏକ ପ୍ରମୁଖ ଦିଗ ବୋଲି ଦଳୀୟ ମହଲରେ ଆଲୋଚନା ହେଉଛି। ରାଜ୍ୟ ସମ୍ପାଦକ ଭଳି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିବା ପରେ ଆଗାମୀ ଦିନରେ ଖଡ଼ିଆଳ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଦଳର ସାଙ୍ଗଠନିକ କାର୍ଯ୍ୟକ୍ରମକୁ ଆହୁରି ସୁଦୃଢ଼ କରିବା ସହ ଜନସମସ୍ୟାକୁ ନେଇ ଲୋକଙ୍କ ପାଖରେ ରହିବା ତାଙ୍କ ପାଇଁ ଏକ ବଡ଼ ଦାୟିତ୍ୱ ହେବ। କମଳ ଚରଣ ତାଣ୍ଡିଙ୍କ ଏହି ନିଯୁକ୍ତିକୁ ନେଇ କଂଗ୍ରେସ କର୍ମୀ, ଯୁବକ, ସମର୍ଥକ ଓ ଶୁଭେଚ୍ଛୁମାନେ ତାଙ୍କୁ ଅଭିନନ୍ଦନ ଜଣାଇବା ସହ ନୂଆ ଦାୟିତ୍ୱରେ ସେ ଦଳ ଓ ଜନସାଧାରଣଙ୍କ ସ୍ୱାର୍ଥ ପାଇଁ ଆହୁରି ଦୃଢ଼ତାର ସହ କାମ କରିବେ ବୋଲି ଆଶା ପ୍ରକାଶ କରିଛନ୍ତି।
Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ, ଖଡିଆଲ

ମନ୍ତ୍ରୀତରାଇରେ ଧୁମ୍ଧାମରେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ପାଳିତ ମହାସମାବେଶରେ ଭକ୍ତିମୟ ପରିବେଶ; ଭଜନ, କୀର୍ତ୍ତନ ଓ ନାଚଗୀତରେ ମୁଖରିତ ହେଲା ଅଞ୍ଚଳ
ଖଡ଼ିଆଳ: ଖଡ଼ିଆଳ ବ୍ଲକ ଅନ୍ତର୍ଗତ ମନ୍ତ୍ରୀତରାଇ ଠାରେ ଶ୍ରୀମଦ୍ ଭାଗବତ ଠୁଙ୍ଗୀ ପକ୍ଷରୁ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ଧୁମ୍ଧାମ ଓ ଭକ୍ତିମୟ ପରିବେଶ ମଧ୍ୟରେ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ମହାସମାବେଶରେ ବହୁ ସଂଖ୍ୟକ କୃଷ୍ଣଭକ୍ତ ଓ ଗ୍ରାମବାସୀ ଯୋଗଦେଇ ଭଗବାନ ଶ୍ରୀକୃଷ୍ଣଙ୍କ ଆରାଧନା କରିଥିଲେ। ଜନ୍ମାଷ୍ଟମୀ ଅବସରରେ ସମଗ୍ର ଅଞ୍ଚଳ ଭକ୍ତିରସରେ ଭିଜିଯାଇଥିଲା। ଭକ୍ତମାନଙ୍କ ମଧ୍ୟରେ ଶ୍ରୀକୃଷ୍ଣଙ୍କ ପ୍ରତି ଅଗାଧ ଭକ୍ତି ଓ ଆଧ୍ୟାତ୍ମିକ ଭାବନା ପରିଲକ୍ଷିତ ହୋଇଥିଲା। ଶ୍ରୀକୃଷ୍ଣଙ୍କ ଜନ୍ମକଥା, ଭାଗବତ ପାଠ ଓ ଧାର୍ମିକ କାର୍ଯ୍ୟକ୍ରମରେ ପରିବେଶ ଆଧ୍ୟାତ୍ମିକ ହୋଇଉଠିଥିଲା। ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା ଭଜନ, କୀର୍ତ୍ତନ, ନାଚ ଓ ଗୀତ। ଭକ୍ତିମୟ ସଙ୍ଗୀତର ତାଳେ ତାଳେ ଶ୍ରଦ୍ଧାଳୁମାନେ ଆନନ୍ଦରେ ମଜିଯାଇଥିବା ବେଳେ ସମଗ୍ର ଅଞ୍ଚଳ ଭଜନ ଓ କୀର୍ତ୍ତନରେ ମୁଖରିତ ହୋଇଉଠିଥିଲା। ଶ୍ରୀକୃଷ୍ଣଙ୍କ ଜୟଧ୍ୱନିରେ ପରିବେଶ ଭକ୍ତିମୟ ହୋଇପଡ଼ିଥିଲା। ଗ୍ରାମବାସୀଙ୍କ ସହଯୋଗ ଓ କୃଷ୍ଣଭକ୍ତମାନଙ୍କ ଉତ୍ସାହ ଯୋଗୁଁ ଏହି ଜନ୍ମାଷ୍ଟମୀ ଉତ୍ସବ ଏକ ଭବ୍ୟ ଓ ସ୍ମରଣୀୟ ଧାର୍ମିକ ସମାବେଶର ରୂପ ନେଇଥିଲା। ଏଭଳି ଧାର୍ମିକ ଓ ସାଂସ୍କୃତିକ ଆୟୋଜନ ଗ୍ରାମବାସୀଙ୍କ ମଧ୍ୟରେ ଭାଇଚାରା, ଏକତା ଓ ଆଧ୍ୟାତ୍ମିକ ଚେତନାକୁ ଆହୁରି ସୁଦୃଢ଼ କରିଥାଏ ବୋଲି ମତ ପ୍ରକାଶ ପାଇଥିଲା।
Nuapada (ନୂଆପଡ଼ା) • ରିପୋର୍ଟ: ଭଜନ ଲାଲ ଜଗତ

ତମିଆଁ ମେହେରପଡ଼ାରେ ୩୮ତମ ଗଣେଶ ପୂଜା, ଛଅଦିନ ଧରି ଜମିବ ସାଂସ୍କୃତିକ ମହୋତ୍ସବ: ଦଣ୍ଡନୃତ୍ୟରୁ ଡାନ୍ସ, ପାରାୟଣରୁ ଅର୍କେଷ୍ଟ୍ରା, ମୀନା ବଜାର ହେବ ବିଶେଷ ଆକର୍ଷଣ
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ତମିଆଁ ଗ୍ରାମର ମେହେରପଡ଼ାରେ ଚଳିତ ବର୍ଷ ଧୁମଧାମରେ ପାଳିତ ହେବ ୩୮ତମ ଗଣେଶ ପୂଜା ଉତ୍ସବ। ନୂଆଖାଇ ଅବସରରେ ଆୟୋଜିତ ଏହି ପୂଜା ଉତ୍ସବକୁ ନେଇ ମେହେରପଡ଼ା ଅଞ୍ଚଳରେ ଉତ୍ସାହ ଓ ଉଦ୍ଦୀପନା ପ୍ରକାଶ ପାଇଛି। ତମିଆଁ ମେହେରପଡ଼ା ଗଣେଶ ପୂଜା କମିଟି–୨୦୨୬ ପକ୍ଷରୁ ସେପ୍ଟେମ୍ବର ୧୪ରୁ ୨୨ ତାରିଖ ପର୍ଯ୍ୟନ୍ତ ପୂଜା ଓ ବିଭିନ୍ନ ଧାର୍ମିକ-ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ଏହି ଅବସରରେ ଭକ୍ତି, ଲୋକକଳା ଓ ଆଧୁନିକ ମନୋରଞ୍ଜନର ଅପୂର୍ବ ସମନ୍ୱୟ ଦେଖିବାକୁ ମିଳିବ। ସେପ୍ଟେମ୍ବର ୧୭ ତାରିଖରେ ସୁରେଶ୍ୱରୀ ମହିଳା ଦଣ୍ଡନୃତ୍ୟ ପରିବେଷଣ କରାଯିବ। ସେହିପରି ୧୮ ତାରିଖରେ ଟିଟିଲାଗଡ଼ର ନ୍ୟୁ ଲାଇଫ୍ ଡେନ୍ସ ଗ୍ରୁପ୍ ପକ୍ଷରୁ ଆକର୍ଷଣୀୟ ନୃତ୍ୟ ପରିବେଷଣ ଦର୍ଶକଙ୍କ ମନ ମୋହିବ। ୧୯ ତାରିଖରେ ସକାଳ ୧୦ଟାରେ ଜ୍ୟୋସ୍ନାମୟୀ ଦୀକ୍ଷିତଙ୍କ ପାରାୟଣ ଅନୁଷ୍ଠିତ ହେବ। ସେହିଦିନ ରାତି ୮ଟାରେ ମୁନ୍ଦଳସର ରାମଜୀ କଳା ପରିଷଦ ପକ୍ଷରୁ ‘ସୀତାଚୋରୀ’ ପରିବେଷଣ କରାଯିବ। ୨୦ ତାରିଖରେ ଆୟୋଜିତ ଡାନ୍ସ ପ୍ରତିଯୋଗିତା ଯୁବପିଢ଼ି ଓ କଳାପ୍ରେମୀଙ୍କ ପାଇଁ ଅନ୍ୟତମ ଆକର୍ଷଣ ପାଲଟିବ। ଏହାପରେ ୨୧ ତାରିଖରେ **ସୁମନ ଅର୍କେଷ୍ଟ୍ରା (ଆର୍. ରାଜକୁମାର)**ର ସଙ୍ଗୀତ କାର୍ଯ୍ୟକ୍ରମରେ ଉତ୍ସବର ମାହୋଲ ଆହୁରି ରଙ୍ଗିନ ହେବ। ଶେଷରେ ୨୨ ତାରିଖ ଦିନ ୧୧ଟାରେ ଶ୍ରୀଗଣେଶଙ୍କ ଭସାଣି ଯାତ୍ରା ଅନୁଷ୍ଠିତ ହେବ। ଉତ୍ସବରେ ମୀନା ବଜାରକୁ ବିଶେଷ ଆକର୍ଷଣ ଭାବେ ସାମିଲ କରାଯାଇଛି। ଏହା ଛୋଟଠାରୁ ବଡ଼—ସମସ୍ତଙ୍କ ପାଇଁ ମନୋରଞ୍ଜନର ଖୋରାକ ଯୋଗାଇବ। ନୂଆଖାଇର ଭାଇଚାରା, ପାରମ୍ପରିକତା ଓ ସାଂସ୍କୃତିକ ଭାବଧାରାକୁ ଆଧାର କରି ଆୟୋଜିତ ଏହି ଗଣେଶ ପୂଜା ଉତ୍ସବ ତମିଆଁ ମେହେରପଡ଼ାରେ ସାମାଜିକ ଏକତା ଓ ଭାତୃତ୍ୱର ବାର୍ତ୍ତା ବହନ କରିବ ବୋଲି କମିଟି ପକ୍ଷରୁ ଆଶା ପ୍ରକାଶ କରାଯାଇଛି।
Balangir (ବଲାଙ୍ଗୀର) • ବ୍ୟୁରୋ ରିପୋର୍ଟ: ମଳୟ ମେହେର

ବିଏଚପିର ୬୨ତମ ପ୍ରତିଷ୍ଠା ଦିବସ, ଲକ୍ଷ୍ମଣନାନନ୍ଦ ସରସତୀଙ୍କ ବଳିଦାନ ଦିବସ
ଖୋର୍ଦ୍ଧା : ବିଶ୍ୱହିନ୍ଦୁ ପରିଷଦ(ଭିଏଚପି) ର ୬୨ତମ ଜିଲା ସ୍ତରୀୟ ପ୍ରତିଷ୍ଠା ଦିବସ ଏବଂ ବ୍ରହ୍ମଲୀନ ସ୍ବାମୀ ଲକ୍ଷ୍ମଣାନନ୍ଦ ସରସତୀଙ୍କ ବଳିଦାନ ଦିବସ ସ୍ଥାନୀୟ ଶ୍ରୀରାମକୃଷ୍ଣ ଗୋଶାଳା ପରିସରରେ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ଜିଲା ଉପସଭାପତି ସୁଦର୍ଶନ ରଥଙ୍କ ଅଧକ୍ଷତାରେ ଆୟୋଜିତ ଏହି ଉତ୍ସବକୁ ସନ୍ଥ ବିଶ୍ବମ୍ବର ଦାସ ମହାରାଜ ଉଦ୍ଘାଟନ କରି ବିଶ୍ବ ହିନ୍ଦୁ ପରିଷଦର ପ୍ରତିଷ୍ଠା ଦିବସ ଏବଂ ସାମୀ ଲକ୍ଷ୍ମଣାନନ୍ଦଙ୍କ ତ୍ୟାଗମୟ ଜୀବନା ରାଷ୍ଟ୍ର ନିର୍ମାଣ ସମ୍ପର୍କରେ କହିଥିଲେ I ସମଗ୍ର ହିନ୍ଦୁ ସମାଜକୁ ସଙ୍ଗଠିତ କରିବା, ହିନ୍ଦୁ ଧର୍ମ ଓ ସଂସ୍କୃତିର ସୁରକ୍ଷା ତଥା ବିଶ୍ବସ୍ତରରେ ହିନ୍ଦୁ ମାନଙ୍କ ଭୂମିକା ସୁଦୂତ କରିବା ଉଦ୍ଦେଶ୍ୟରେ ଭାଦ୍ରବ ମାସ କୃଷ୍ଣପକ୍ଷ ୧୯୬୪ ମସିହା ଅଗଷ୍ଟ ୨୯ ତାରିଖ ପବିତ୍ର ଜନ୍ମାଷ୍ଟମୀ ରେ ପବିତ୍ର ଜନ୍ମାଷ୍ଟମୀରେ ମୁମ୍ବାଇ ସ୍ଥିତ ସାନ୍ଦିପନୀ ଆଶ୍ରମରେ ଆରଏସଏସ ଦ୍ଵିତୀୟ ସରସଂଘଚାଳକ ଶ୍ରୀଗୁରୁଜୀଙ୍କ ମାର୍ଗ ଦର୍ଶନରେ ସାମୀ ଚିନ୍ମମୟାନନ୍ଦଙ୍କ କରକମଳରେ, ଏସଏମ ଆପ୍ଟେ ଙ୍କ ପ୍ରତ୍ୟକ୍ଷ ତତୃବାଧନରେ ଭିଏଚପି ପ୍ରତିଷ୍ଠା ହୋଇଥିଲା । ସାଧନତା ପରବର୍ତି ଭାରତରେ ଧର୍ମ ବିଦ୍ବେଷ ନୀତି, ଅସ୍ପୃସ୍ୟତାକୁ ଦୂର, ଧର୍ମ ପରିବର୍ତନକୁ ରୋଜିବା ଏବଂ ହିନ୍ଦୁ ସଂସ୍କୃତିର ସଂରକ୍ଷଣ ପାଇଁ ବିଏଚପିର ପରିକଳ୍ପନା କରାଯାଇଥିଲା ବୋଲି ସେ କହିଥିଲେ । ମୁଖ୍ୟବକ୍ତା ଭାବେ ଧର୍ମଜାଗରଣ ସମନ୍ୱୟ ପୁରୀ ବିଭାଗ ସଂଯୋଜକ ନବକୃଷ୍ଣ ମହାପାତ୍ର ଯୋଗଦେଇ ପବିତ୍ର ଜନ୍ମାଷ୍ଟମୀରେ ଆନନ୍ଦ ଉଲ୍ଲାସ ରହିଥିବା ବେଳେ ଠିକ ଏହି ସମୟରେ ସମଗ୍ର ହିନ୍ଦୁ ସମାଜ ଶବ୍ଧ ପାଲଟିଯାଇଥିଲା ତାହା ଥିଲା ପୂଜ୍ୟ ସନ୍ଥ ଲକ୍ଷ୍ମଣନାନନ୍ଦ ସରସତୀଙ୍କୁ ହତ୍ୟା । କିଛି ବିଧର୍ମ ମାନେ ତାଙ୍କୁ ଢଳେଶପଟ୍ଟା ଆଶ୍ରମରେ ଅତି ନିମର୍ମ ଭାବେ ହତ୍ୟା କରିଥିଲେ । ଯିଏ ବଣପର୍ବତ ଘେରା ଆଦିବାସୀ ବହୁଳ ଅଂଚଳରେ ହାତରେ ବାଡି ଖଣ୍ଡେ ଧରି ଗାଁକୁ ଗାଁ ବୁଲି ଜନଜାତି, ଗରିବ ଭାଇ ଭଉଣୀ ମାନଙ୍କୁ ବଂଚିବାର କଳା ଶିକ୍ଷା ଦେବା ସହ ଏହି ଅଂଚଳରେ ସାମାଜିକ ଶୈକ୍ଷିକ ଓ ଆଧାତ୍ମକ ବିକାଶ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ । ବଜରଙ୍ଗ ଦଳ ଜିଲା ସଂଯୋଜକ ଉଦିତ ନାରାୟଣ ପ୍ରହରାଜ ମଂଚାସୀନ ଥିଲେ ।ଭିଏଚପି ଜିଲା ସମ୍ପାଦକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହ ଜିଲା ସମ୍ପାଦକ ପ୍ରଭାତ ପାଣିଗ୍ରାହୀ ସ୍ବାଗତ ଭାଷଣ ରେ ବିଏଚପି ପ୍ରତିଷ୍ଠା ଦିବସ, ଲକ୍ଷ୍ମଣାନନ୍ଦ ସଂଘର୍ଷର କାହାଣୀ ସନ୍ଥ ସିରୋମଣି ରବି ଦାସଙ୍କ ୬୫୦ତମ ଜନ୍ମ ଜୟନ୍ତୀ ଏବଂ ବିଏଚପି ପୂର୍ବତନ ଅନ୍ତରାଷ୍ଟ୍ରୀୟ ଅଧକ୍ଷ ଅଶୋକ ତା ସିଘଲଙ୍କ ଜନ୍ମ ଶତବାର୍ଷିକା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ସହ ସମ୍ପାଦକ ସନ୍ତୋଷ ଶ୍ରୀଚନ୍ଦନ ଧନ୍ୟବାଦ ଅର୍ପଣ କରିଥିଲେ । ଅଭିମନ୍ୟୁ ଘଟୁଆଲ, ଏସଏମ ଦିବ୍ୟ ପ୍ରକାଶ, ସତ୍ୟଜିତ ବେହେରା, ଶୁଭଙ୍କର ପାଇକରାୟ, ଆଦର୍ଶ କେ, ଅଂଶୁମାନ, କୌଶିକ ବେହେରା। ରଶ୍ମିରଞ୍ଜନ ମିଶ୍ର, ହୃଷିକେଶ ବେହେରା, ରଞ୍ଜ ବରାଳ ଙ୍କ ସମେତ ବୁଦ୍ଧିଢିବୀ ଶିକ୍ଷାବିତ ଉପସ୍ଥିତ ଥିଲେ । ବିଭିନ୍ନ କଳା ଅନୁଷ୍ଠାନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ଏହି ଅବସରରେ ଗୋଶାଳାରେ ଗୋମାତା ପୂଜନ ଉତ୍ସବ ପରେ ଜନ୍ମାଷ୍ଟମୀ ନୀତି ପାଳିତ ହୋଇଥିଲା । ଭାଗବତ ପାଠ କରାଯାଇଥିଲା । ବରିଷ୍ଠ ଗୋସେବକ ରାଧାମୋହନ ପ୍ରଧାନ ଓ ଅନ୍ଯ ମାନେ ପରିଚାଳନା କରିଥିଲେ।
Nuapada (ନୂଆପଡ଼ା) • ରିପୋର୍ଟ- ପ୍ରିୟଙ୍କା ମହାପାତ୍ର ଖୋର୍ଦ୍ଧା

ଗରିବ କିଡନୀ ପୀଡ଼ିତଙ୍କୁ ସହାୟତା, ଆଶାର ଆଲୋକ ଦେଖାଇଲେ ଅଭିମନ୍ୟୁ ସାହୁ
ବଅଁରପାଳ: ଅର୍ଥାଭାବରୁ ଚିକିତ୍ସା ପାଇଁ ସଂଘର୍ଷ କରୁଥିବା ଗରିବ କିଡନୀ ପୀଡ଼ିତ ପ୍ରଦୀପ ନାଏକଙ୍କୁ ସହଯୋଗର ହାତ ବଢ଼ାଇ ମାନବିକତାର ପରିଚୟ ଦେଇଛନ୍ତି ସମାଜସେବୀ ଅଭିମନ୍ୟୁ ସାହୁ। ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ତୁଳସୀପାଳ ପଞ୍ଚାୟତ ଅନ୍ତର୍ଗତ କଙ୍କିନାଳୀ ଗ୍ରାମର ପ୍ରଦୀପ ନାଏକ ଗତ କିଛିଦିନ ହେବ କିଡନୀ ରୋଗରେ ପୀଡ଼ିତ ଅଛନ୍ତି। ଅର୍ଥାଭାବ ଯୋଗୁଁ ତାଙ୍କ ଚିକିତ୍ସାରେ ବାଧା ସୃଷ୍ଟି ହେଉଥିବା ଖବର ପାଇ ସମାଜସେବୀ ଅଭିମନ୍ୟୁ ସାହୁ ପ୍ରଦୀପଙ୍କ ଘରେ ପହଞ୍ଚି ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଓ ପରିବାରର ଭଲମନ୍ଦ ବୁଝିଥିଲେ। ଏହି ଅବସରରେ ଶ୍ରୀ ସାହୁ ପ୍ରଦୀପଙ୍କ ଉତ୍ତମ ଚିକିତ୍ସା ପାଇଁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ଏଥିସହ ଆଗାମୀ ଦିନରେ ମଧ୍ୟ ପ୍ରଦୀପଙ୍କ ଚିକିତ୍ସା ଖର୍ଚ୍ଚରେ ନିଜ ସାମର୍ଥ୍ୟ ଅନୁଯାୟୀ ସହଯୋଗ କରିବେ ବୋଲି ପରିବାରକୁ ଆଶ୍ୱାସନ ଦେଇଥିଲେ। ଅର୍ଥାଭାବରେ ଚିକିତ୍ସା ପାଇଁ ଚିନ୍ତିତ ଥିବା ପରିବାରକୁ ଏହି ସହାୟତା କିଛିଟା ଆଶ୍ୱସ୍ତ କରିବା ସହ ନୂଆ ଆଶା ସୃଷ୍ଟି କରିଛି। ଜଣେ ଅସହାୟ ପରିବାର ପ୍ରତି ଅଭିମନ୍ୟୁ ସାହୁଙ୍କ ଏଭଳି ମାନବିକ ପଦକ୍ଷେପକୁ ସ୍ଥାନୀୟ ଅଞ୍ଚଳରେ ପ୍ରଶଂସା କରାଯାଇଛି।
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳ

୧୦ଟି ଛେଳିର ମୃତ୍ୟୁ ପରେ ଗରିବ ପରିବାର ପାଖରେ ଲୁଲୁ ସେନା
ଅନୁଗୋଳ: ଛେଳି ପାଳନ କରି ପରିବାର ଚଳାଉଥିବା ବନ୍ଦାଣପଶି ଗ୍ରାମର ଧରଣୀ ସାହୁଙ୍କ ପ୍ରାୟ ୧୦ଟି ଛେଳି ଖାଦ୍ୟ ବିଷାକ୍ତତା ଯୋଗୁଁ ମୃତ୍ୟୁବରଣ କରିଥିବା ଜଣାପଡ଼ିଛି। ଏହାକୁ ନେଇ ପରିବାର ଭାଙ୍ଗିପଡ଼ିଥିବା ବେଳେ ଖବର ପାଇ ଲୁଲୁ ସେନା ଟିମ୍ ପରିବାର ନିକଟରେ ପହଞ୍ଚିଥିଲା। ଲୁଲୁ ସେନା ସହ ଭେଟେରିନାରୀ ବିଶେଷଜ୍ଞ ରଞ୍ଜନ ସାର୍ ମଧ୍ୟ ଉପସ୍ଥିତ ରହି ଅବଶିଷ୍ଟ ଛେଳିମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ। ଆଗକୁ ଯେପରି ଆଉ କୌଣସି ଛେଳିର ମୃତ୍ୟୁ ନହୁଏ, ସେନେଇ ପରିବାରକୁ ଆବଶ୍ୟକ ପରାମର୍ଶ ଦିଆଯାଇଥିଲା। ଗରିବ ପରିବାରର ଜୀବିକା ଓ ପଶୁଙ୍କ ସୁରକ୍ଷା ପାଇଁ ଏଭଳି ସମୟରେ ସହଯୋଗର ହାତ ବଢ଼ାଇଥିବାରୁ ଲୁଲୁ ସେନାର ଏହି ପଦକ୍ଷେପକୁ ସ୍ଥାନୀୟ ମହଲରେ ପ୍ରଶଂସା କରାଯାଇଛି
Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବନ୍ତଳା

କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳନ
ଦେବଗଡ଼ ଜିଲ୍ଲା ବାରକୋଟ ବ୍ଲକ ଅନ୍ତର୍ଗତ କଣ୍ଢଳ ଗ୍ରାମ ପଞ୍ଚାୟତର ସଦର ମହକୁମା ସ୍ଥିତ କଣ୍ଢଳ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ଉତ୍ସବ ପାଳନ ହୋଇଯାଇଛି ଏବଂ ଏହି ଅବସରରେ ବିଦ୍ୟାଳୟ ସ୍ତରୀୟ ଆଦର୍ଶ ଗୁରୁ ସମ୍ମାନ ସମ୍ବର୍ଦ୍ଧନା ସଭା ମଧ୍ୟ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ସଭାରେ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ଚିନ୍ମୟୀ ପ୍ରଧାନ ସଭାପତିତ୍ବ କରିଥିବା ବେଳେ ଶିକ୍ଷକ ଶାନ୍ତନୁ କୁମାର ଦେହୁରୀ ମଞ୍ଚ ପରିଚାଳନା କରିଥିଲେ | ଅବସରପ୍ରାପ୍ତ ଶିକ୍ଷକ ଶଶୀଭୂଷଣ ପ୍ରଧାନଙ୍କୁ ମାନପତ୍ର ଓ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା | ଉକ୍ତ ସଭାରେ ବରିଷ୍ଠ ଶିକ୍ଷକ ତପନ କୁମାର ଗଡ଼ନାୟକ , ଖୁଲଣା ବୁଡ଼ା, ଶାରଳା ବିଶ୍ବାଳ,ସୋମନାଥ ପ୍ରଧାନ, ସ୍ମିତାରାଣୀ ଦେହୁରୀ ଶିକ୍ଷାର୍ଥୀଙ୍କ ଭବିଷ୍ଯତ ଗଢ଼ିବାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ବିଷୟରେ ଆଲୋକପାତ କରିଥିଲେ | କାର୍ଯ୍ଯକ୍ରମରେ ବିଦ୍ୟାଳୟର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀମାନେ ସହଯୋଗ କରିଥିଲେ | ଶେଷରେ ଶିକ୍ଷୟିତ୍ରୀ ଟେରେସା ସାହୁ ଧନ୍ୟବାଦ ଅର୍ପଣ କରିଥିଲେ |
Deogarh (ଦେଓଗଡ଼) • ରିପୋର୍ଟ :- ନରୋତ୍ତମ ପରିଡ଼ା, ବାରକୋଟ

ସ୍ମୃତିରେ ସାଙ୍ଗ ବିଜୟ ସେଠୀ (ବାବୁଆ) — ତୁମେ ନାହଁ, ହେଲେ ତୁମ ସ୍ମୃତି ସବୁଦିନ ରହିବ
ଧାମନଗର ଅଞ୍ଚଳର ଜଣେ ଜଣାଶୁଣା ଆଇନଜୀବୀ ଅମରେନ୍ଦ୍ର ମହାନ୍ତିଙ୍କର ବାଲ୍ୟବନ୍ଧୁ, ଶୈଶବର ସାଥୀ, ପ୍ରାଥମିକ ଶିକ୍ଷା ଜୀବନରୁ ଯାହାଙ୍କ ସହ ଗଢ଼ି ଉଠିଥିଲା ଏକ ଅତୁଟ ବନ୍ଧୁତ୍ୱର ସମ୍ପର୍କ—ସେ ଆଉ କେହି ନୁହେଁ, ମୋ ଗାଁ ମାଟିର ମୋ ନିଜର ସାଙ୍ଗ ବିଜୟ ସେଠୀ (ବାବୁଆ)। ଜୀବନର କେତେ ଛୋଟବଡ଼ ମୁହୂର୍ତ୍ତ ତାଙ୍କ ସହ ବିତିଛି, ତାହାର ହିସାବ ନାହିଁ। ପାଠପଢ଼ାରୁ ଆରମ୍ଭ କରି ଖେଳପଡ଼ିଆ ପର୍ଯ୍ୟନ୍ତ, ବିଶେଷକରି କ୍ରିକେଟ ଖେଳର ସେହି ଦିନଗୁଡ଼ିକ ଆଜି ବି ଆଖି ଆଗରେ ନାଚିଯାଏ। ସାଙ୍ଗମାନଙ୍କ ସହ ହସ, ମଜା, ଖେଳ, ଦୁଷ୍ଟାମି, ଜୀବନର ଛୋଟଛୋଟ ଖୁସି ଓ ଅନେକ ଅକୁହା କଥା—ସବୁକିଛି ମିଶି ତିଆରି ହୋଇଥିଲା ଆମ ବାଲ୍ୟଜୀବନର ଏକ ସୁନ୍ଦର ଅଧ୍ୟାୟ। ସେହି ଦିନଗୁଡ଼ିକ ଆଜି ଆଉ ଫେରିବ ନାହିଁ। ସମୟର ସ୍ରୋତରେ ଆମେ ସମସ୍ତେ ନିଜ ନିଜ ଜୀବନରେ ଆଗକୁ ବଢ଼ିଗଲୁ, ହେଲେ ଶୈଶବର ସେହି ସମ୍ପର୍କ ଓ ସ୍ମୃତି କେବେ ମନରୁ ଲିଭିଯାଏ ନାହିଁ। କିଛି ଲୋକ ଜୀବନରୁ ଚାଲିଯାଆନ୍ତି, କିନ୍ତୁ ମନରୁ କେବେ ଚାଲିଯାଆନ୍ତି ନାହିଁ। ବିଜୟ ସେଠୀ ମଧ୍ୟ ସେହିଭଳି ଜଣେ ମଣିଷ। କିନ୍ତୁ ଦଇବର ବିଧାନ ଆଗରେ ମଣିଷ ବା କ'ଣ କରିପାରେ? ଆଜକୁ ଠିକ୍ ଏଗାର ଦିନ ତଳେ, ଏକ ଅସମୟରେ, ଅଚାନକ ଆମ ସମସ୍ତଙ୍କୁ ଦୁଃଖର ସାଗରରେ ଭସାଇ ଦେଇ, ବିଜୟ ଏହି ମାୟାମୟ ସଂସାର ଛାଡ଼ି ଅଫେରା ରାଇଜର ପଥିକ ହୋଇଗଲା। ଯେଉଁ ବନ୍ଧୁଙ୍କ ସହ କେବେ ହସି ହସି ସମୟ କାଟୁଥିଲୁ, ଯାହାଙ୍କ ସହ ଜୀବନର ଅନେକ ସ୍ମରଣୀୟ ମୁହୂର୍ତ୍ତ ବିତାଇଥିଲୁ, ଆଜି ତାଙ୍କୁ କେବଳ ଏକ ଫଟୋଚିତ୍ର ମାଧ୍ୟମରେ ମନେ ପକାଇବାକୁ ପଡ଼ୁଛି—ଏହାଠାରୁ ବଡ଼ ଦୁଃଖ ଆଉ କ'ଣ ହୋଇପାରେ? ଆଜି ତାଙ୍କର ଏକାଦଶାହ ଦିବସରେ ତାଙ୍କ ଘରକୁ ଯାଇ, ତାଙ୍କ ଫଟୋଚିତ୍ରରେ ଭକ୍ତିପୂତ ଓ ନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବାର ସୁଯୋଗ ମିଳିଲା। ଫଟୋଚିତ୍ରଟିକୁ ଦେଖିବାବେଳେ ମନ ଭିତରେ ଅନେକ ପୁରୁଣା ସ୍ମୃତି ଉଙ୍କି ମାରୁଥିଲା। ଲାଗୁଥିଲା, ସତେ ଯେମିତି ସେହି ପୁରୁଣା ଦିନଗୁଡ଼ିକ ପୁଣି ଫେରିଆସିଛି—ଆମେ ପୁଣି ସାଙ୍ଗ ହୋଇ ପାଠ ପଢ଼ୁଛୁ, ଖେଳୁଛୁ, ହସୁଛୁ ଓ ଜୀବନକୁ ନିଜ ଢଙ୍ଗରେ ଉପଭୋଗ କରୁଛୁ। କିନ୍ତୁ ଆଖି ଖୋଲିଲେ ବାସ୍ତବତା ହୃଦୟକୁ ଭାଙ୍ଗିଦିଏ। ବିଜୟ ଆଉ ନାହିଁ... ତାଙ୍କର ପରଲୋକରେ ପରିବାରବର୍ଗଙ୍କ ଦୁଃଖ ଓ ଶୋକରେ ଆମେ ସମସ୍ତେ ମଧ୍ୟ ମର୍ମାହତ। ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଆଖିର ଲୁହ ଓ ମନର କଷ୍ଟ ଦେଖି ମନ ଭାରାକ୍ରାନ୍ତ ହୋଇଯାଏ। ଜଣେ ପ୍ରିୟଜନଙ୍କୁ ହରାଇବାର ଶୂନ୍ୟତା କୌଣସି ଶବ୍ଦରେ ପୂରଣ କରିହେବ ନାହିଁ। ଏହି ଦୁଃଖର ଘଡ଼ିରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଭେଟି ସେମାନଙ୍କ ସହ ଦୁଃଖ ବାଣ୍ଟିବା ସହିତ, ଭଗବାନଙ୍କ ନିକଟରେ ଏକାନ୍ତ ପ୍ରାର୍ଥନା କରୁଛି—ସେ ଯେପରି ଏହି ଅସହ୍ୟ ଦୁଃଖକୁ ସହିବା ପାଇଁ ପରିବାରର ପ୍ରତ୍ୟେକ ସଦସ୍ୟଙ୍କୁ ଅସୀମ ଶକ୍ତି, ସାହସ ଓ ଧୈର୍ଯ୍ୟ ପ୍ରଦାନ କରନ୍ତୁ। ଏହି କଠିନ ସମୟରେ ପରିବାରକୁ ଭଗବାନ ମାନସିକ ଶାନ୍ତି ଦିଅନ୍ତୁ ଏବଂ ଏହି ଅପୂରଣୀୟ କ୍ଷତିକୁ ସହିବାର ଶକ୍ତି ଦିଅନ୍ତୁ। ପ୍ରିୟ ବନ୍ଧୁ ବିଜୟ, ତୁମେ ଆଜି ଆମ ଗହଣରେ ନାହଁ, କିନ୍ତୁ ତୁମ ସହ ବିତାଇଥିବା ସେହି ସୁନେଲି ଦିନଗୁଡ଼ିକ କେବେ ବି ଭୁଲି ହେବ ନାହିଁ। ତୁମ ହସ, ତୁମ କଥା, ତୁମ ସହ ବିତାଇଥିବା ଶୈଶବର ସେହି ଅମୂଲ୍ୟ ମୁହୂର୍ତ୍ତ ଆମ ମନରେ ସବୁଦିନ ପାଇଁ ସ୍ମୃତି ହୋଇ ରହିବ। ମଣିଷ ଚାଲିଯାଏ, କିନ୍ତୁ ତା'ର ସ୍ମୃତି କେବେ ମରେ ନାହିଁ। ତୁମେ ମଧ୍ୟ ଆମ ହୃଦୟରେ ସବୁଦିନ ବଞ୍ଚି ରହିବ। ଯେଉଁଠି ଥାଅ ବନ୍ଧୁ, ଶାନ୍ତିରେ ଥାଅ। ତୁମ ଆତ୍ମାର ସଦ୍ଗତି ହେଉ। ପରମପିତା ପରମେଶ୍ୱର ତୁମକୁ ତାଙ୍କ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ। 🙏 ବିନମ୍ର ଶ୍ରଦ୍ଧାଞ୍ଜଳି। 🙏 ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

Janmashtami Celebrated with Devotion and Festive Spirit at Saraswati Shishu Vidya Mandir, Boden: Students Dressed as Lord Krishna, Radha and Other Mythological Characters
BODEN, Sept. 4: The sacred festival of Sri Krishna Janmashtami, symbolising devotion, faith and spiritual consciousness, was celebrated with great enthusiasm across villages and towns. At Saraswati Shishu Vidya Mandir in Boden, Nuapada district, the festival was observed with religious fervour and festive spirit. A special programme was organised on the occasion, which was attended by former Boden Block Chairman and senior BJP leader Lambodar Nial as the Chief Guest. Rohit Kumar Samanti, who attended as the Chief Speaker, spoke to the students about the birth of Lord Krishna, his life and teachings, and the significance and purpose of his incarnation on earth. Nilambar Meher, President of the Patalganga Mandal, and Dharmendra Naik, Treasurer of the Vidya Mandir Management Committee, attended the programme as Guests of Honour. They encouraged the students and highlighted the importance of preserving cultural and spiritual values among the younger generation. Vidya Mandir Principal Murari Lal Hota introduced the guests, while Guruji Shasha Harijan conducted the proceedings. Guruji Ranjan Kumar Hans proposed the vote of thanks. The highlight of the celebration was the participation of students dressed in colourful religious and mythological attire. Several students appeared as Lord Krishna, Radha and other mythological characters, adding charm and vibrancy to the celebration. Their traditional costumes and enthusiastic participation created a joyful and devotional atmosphere on the school premises. The programme was made successful through the active cooperation of all the teachers, staff members and support personnel of the Vidya Mandir. Members of the Vidya Mandir Management Committee were also present and encouraged the students throughout the event. The celebration not only provided an opportunity for the students to experience the cultural significance of Janmashtami but also inspired them to learn from Lord Krishna’s teachings and values of duty, righteousness and devotion.
Nuapada (ନୂଆପଡ଼ା) • Reports: Kashyap Jagat, Boden
