ଭକ୍ତିରେ ବନ୍ଧା ଭଗବାନ : ତାଳଚେରରୁ ଶ୍ରୀକ୍ଷେତ୍ର ପର୍ଯ୍ୟନ୍ତ ଘନଶ୍ୟାମଙ୍କ ଭକ୍ତିଯାତ୍ରା
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ତାଳଚେର, ଅନୁଗୋଳSeptember 5, 202681 views

ତାଳଚେର: ଭଗବାନଙ୍କ ପ୍ରତି ଅଗାଢ଼ ଭକ୍ତି ମଣିଷକୁ କେତେ ଦୂର ନେଇପାରେ, ତାହାର ଏକ ନିଆରା ଉଦାହରଣ ତାଳଚେର ବ୍ଲକ ଜଗନ୍ନାଥପୁର ଗ୍ରାମର ଘନଶ୍ୟାମ ମହାପାତ୍ର।
୪୩ ବର୍ଷୀୟ ଘନଶ୍ୟାମ ପ୍ରତି ସପ୍ତାହରେ ତାଳଚେର ଅଞ୍ଚଳର ବିଭିନ୍ନ ଗାଁ ଓ ସହରରୁ ଜଗନ୍ନାଥଙ୍କ ପାଇଁ ତୁଳସୀ, ଫଳମୂଳ ଓ ବିଭିନ୍ନ ପୂଜ୍ୟ ସାମଗ୍ରୀ ସଂଗ୍ରହ କରିଥାନ୍ତି। ପ୍ରତ୍ୟେକ ଶୁକ୍ରବାର ସେସବୁ ସାମଗ୍ରୀ ନେଇ ପ୍ରାୟ ୨୦୦ କିଲୋମିଟର ଦୂର ଶ୍ରୀକ୍ଷେତ୍ର ପୁରୀ ଯାଇ ମହାପ୍ରଭୁଙ୍କୁ ଅର୍ପଣ କରନ୍ତି।
ଘନଶ୍ୟାମଙ୍କ କହିବା ଅନୁସାରେ, ମହାପ୍ରଭୁଙ୍କ ସ୍ୱପ୍ନାଦେଶ ପରେ ସେ ଏହି ସେବାରେ ନିଜକୁ ସମର୍ପିତ କରିଛନ୍ତି। ତାଙ୍କ ପାଇଁ ତାଳଚେରରୁ ପୁରୀର ଦୀର୍ଘ ଯାତ୍ରା ମଧ୍ୟ ମହାପ୍ରଭୁଙ୍କ କୃପାରେ ସହଜ ଲାଗିଥାଏ।
ତାଙ୍କର ଏହି ନିଆରା ଭକ୍ତି ଓ ସେବାକୁ ନେଇ ଅଞ୍ଚଳବାସୀ ମଧ୍ୟ ଭାବବିହ୍ୱଳ ହୋଇପଡ଼ିଛନ୍ତି। ଭକ୍ତମାନେ ମହାପ୍ରଭୁଙ୍କ ସେବା ପାଇଁ ତୁଳସୀ, ତୁଳସୀ ଡାଳି କିମ୍ବା ଫଳମୂଳ ଦେବାକୁ ଚାହୁଁଥିଲେ ୬୩୭୦୯୦୪୩୩୪ ନମ୍ବରରେ ଘନଶ୍ୟାମଙ୍କ ସହ ଯୋଗାଯୋଗ କରିପାରିବେ।
