ବିପୁଳ ମାତ୍ରାରେ ବାଉଁଶ ଗଜା ଓ କରଡ଼ି ଜବତ
Sundargarh (ସୁନ୍ଦରଗଡ଼)ବଣେଇ ରୁ ସୌମ୍ୟ ବ୍ରତ ଦଳବେହେରା ଙ୍କ ରିପୋର୍ଟSeptember 5, 202629 views

ତାମଡା ରେଞ୍ଜର ଅଧିକାରୀ ଶ୍ରୀଯୁକ୍ତ ପ୍ରୟାଗ ପ୍ରଧାନଙ୍କ ତତ୍ୱାବଧାନରେ ଆଜି ଭୋର ୪ ଟା ସମୟରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପାଖା ପାଖି ପ୍ରାୟ ପନ୍ଦର କୁଇଣ୍ଟାଲ କରଡ଼ି ଓ ବାଉଁଶ ଗଜା ଜବତ କରାଯାଇଥିଲା।
ତାମଡା ରେଞ୍ଜ ଫରେଷ୍ଟର ଶ୍ରୀଯୁକ୍ତ ପ୍ରତାପ କୁମାର ସାହୁ ଙ୍କ ନେତୃତ୍ୱ ରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଚଢ଼ାଉ କରାଯାଇଥିଲା l
ଚଢ଼ାଉ ସମୟରେ ନଳିନୀ ରାୟ କଣ୍ଟାପାଲି ବିଟ, ସୂର୍ଯ୍ୟଶିଖା ରଣସିଂହ ଗୁରୁଣ୍ଡିଆ ବିଟ,ତାମଡା ବିଟ ଗୁରୁଣ୍ଡିଆ, ଭାଲୁଡୁଙ୍ଗୁରି ସେକ୍ସନର ସମସ୍ତ ପାରା ଷ୍ଟାଫ୍ ଉପସ୍ଥିତ ଥିଲେ l
ବାଉଁଶ ଗଜା (କରଡ଼ି) କାଟିବା ଫଳରେ ଧୀରେ ଧୀରେ ଜଙ୍ଗଲରୁ ବାଉଁଶ ଗଛ ଲୋପ ପାଇବାରେ ଲାଗିଛି ଯାହା ଫଳରେ ଜଙ୍ଗଲରୁ ହାତୀ ମାନେ ପ୍ରାୟ ସମୟରେ ଜନବସତି ମୁହାଁ ହେଉଛନ୍ତି l
ଆଗକୁ ମଧ୍ୟ ଏହିପରି ପଦକ୍ଷେପ ଜାରି ରହିବ ବୋଲି ବନାଞ୍ଚଳ ଅଧିକାରୀ ପ୍ରୟାଗ ପ୍ରଧାନ କହିଛନ୍ତି l
