Web News

ଇସ୍ପାତ୍ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ
ରାଉରକେଲା: ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ୍ ସାହିତ୍ୟ ସଂସଦର କାର୍ଯ୍ୟକାରୀ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦଙ୍କ ଆବାହକତ୍ବରେ ଅନୁଷ୍ଠିତ ଏହି ବୈଠକରେ ସଂସଦର ସଭାପତି ନୃସିଂହ ଚରଣ ବିଶ୍ଵାଳ ଅଧ୍ୟକ୍ଷତା କରିଥିଲେ। ଉପଦେଷ୍ଟା ହରମୋହନ ମିଶ୍ର, ବ୍ରଜେନ୍ଦ୍ର ଦାସ, ତ୍ରିଲୋଚନ ମଥାନ, କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା, ଉପସଭାପତି ରଶ୍ମିବାଳା ରାଉତରାୟ, କୋଷାଧ୍ୟକ୍ଷ ଉପେନ୍ଦ୍ର ବସ୍ତିଆ, ମଞ୍ଜୁଳା କୁମାରୀ ରଥ, ପ୍ରଶାନ୍ତ କୁମାର ପତି, ଡଲିରାଣୀ ବ୍ରହ୍ମା, ବିଜୟିନୀ ଜେନା, ପ୍ରକାଶ ଚନ୍ଦ୍ର ସେଠୀ, ଉର୍ବଶୀ ଦାଶ, ଚିତ୍ତରଞ୍ଜନ ବ୍ରହ୍ମା, ମମତା କୁମାରୀ ଜେନା ପ୍ରମୁଖ ଯୋଗଦାନ କରି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ବାର୍ଷିକ ମୁଖପତ୍ର ସ୍ତବକ ପାଇଁ ସଦସ୍ୟ ସଦସ୍ୟା ମାନଙ୍କ ଠାରୁ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ଲେଖା ଗୁଡ଼ିକ ଗ୍ରହଣ କରିବାକୁ ପ୍ରସ୍ତାବ ଗୃହୀତ ହୋଇଥିଲା। ବାର୍ଷିକ ମୁଖପତ୍ର ସ୍ତବକ ନିମନ୍ତେ ମୁଖ୍ୟ ସମ୍ପାଦକ ଭାବରେ ପ୍ରଶାନ୍ତ କୁମାର ପତି ଏବଂ ସମ୍ପାଦନା ମଣ୍ଡଳୀରେ ସତ୍ୟବ୍ରତ ଦାସ, ରଶ୍ମିବାଳା ରାଉତରାୟ ଏବଂ ମଞ୍ଜୁଳା କୁମାରୀ ରଥ ସ୍ଥାନ ପାଇଛନ୍ତି। ଚଳିତ ମାସ ୧୨ତାରିଖ ରବିବାର ଦିନ ଅପରାହ୍ନ ୬ ଘଟିକା ସମୟରେ ବିଜ୍ଞାନ ସାହିତ୍ୟ ଆଲୋଚନା, କବିତା ପାଠ ଓ ବିଜ୍ଞାନ ଲେଖକ ସମ୍ବର୍ଦ୍ଧନା ପର୍ବ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ଅଗଷ୍ଟ ମାସ ୯ ତାରିଖରେ ଗଙ୍ଗାଧର ମେହେର ଜୟନ୍ତୀ ପାଳନ ଏବଂ ଅକ୍ଟୋବର ପ୍ରଥମ ସପ୍ତାହରେ ଦୁଇଦିନ ବ୍ୟାପି ବାର୍ଷିକ ଉତ୍ସବ ପାଳନ ନିମନ୍ତେ ପ୍ରସ୍ତାବ ଗୃହୀତ ହେଲା। ପ୍ରତିଭା ଚୟନ କମିଟି ଗଠିତ ହେବା ସଙ୍ଗେ ସଙ୍ଗେ ସମସ୍ତ କାର୍ଯ୍ୟକ୍ରମ ଗୁଡ଼ିକୁ ସଫଳ କରିବା ନିମନ୍ତେ ସମସ୍ତଙ୍କୁ ଅନୁରୋଧ କରାଗଲା। ଭୁବନେଶ୍ବର ଠାରେ ଚିକିତ୍ସିତ ହେଉଥିବା ପ୍ରାକ୍ତନ ସାଧାରଣ ସଂପାଦକ ବେଣୁଧର ନାୟକଙ୍କ ଆଶୁ ଆରୋଗ୍ୟ କାମନା କରାଗଲା। ଶେଷରେ ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ।
Rourkela (ରାଉରକେଲା) • ରିପୋର୍ଟ : ସୁବାଷ କୁମାର ଗୁପ୍ତା

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ରେ କୃତ୍ରିମ ବୁଦ୍ଧିମତ୍ତାର ପ୍ରଭାବ ସମ୍ପର୍କୀୟ ସମ୍ପାନ ଅନୁଷ୍ଠିତ
ରାଉରକେଲା: ସ୍ଥାନୀୟ ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ସଭାଗୃହରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟିତ୍ରୀ ଙ୍କ ପାଇଁ ' କୃତ୍ରିମ ବୁଦ୍ଧିମତ୍ତା:ପେଶା ଏବଂ ଶିକ୍ଷା ର ଭବିଷ୍ୟତ' ଶୀର୍ଷକ ଏକ ସେମିନାର ଆୟୋଜିତ ହୋଇଯାଇଛି। ଶ୍ରୀ ଶ୍ରୀ ରବିଶଙ୍କର ଇସ୍ପାତ ବିଦ୍ୟାଳୟ ସମୁହ ର ନିର୍ଦ୍ଦେଶକ ଡ ଗିରିଜା ଶଙ୍କର ଦାସ ଓ ସେକ୍ଟର ୨୦ ସ୍ଥିତ ଇସ୍ପାତ ଇଂରାଜୀ ମାଧ୍ୟମ ବିଦ୍ୟାଳୟ ର ଅଧ୍ୟକ୍ଷା ଖୁସୁବୁ ଜ୍ୟୋତି ଙ୍କ ଉପସ୍ଥିତିରେ ସେମିନାର ରେ ଆନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ କୃତ୍ରିମ ବୁଦ୍ଧିମତ୍ତା ବିଶେଷଜ୍ଞ, ଭାରତ ସରକାରଙ୍କ ନବ ଉଦ୍ଭାବନ ପରିଷଦ ର ପ୍ରାକ୍ତନ ସଦସ୍ୟ,ଦିଲ୍ଲୀ ଆଇ ଆଇ ଟି ର ବୈଜ୍ଞାନିକ ଡ ସୁବ୍ରତ କୁଣ୍ଡୁ ମାର୍ଗ ଦର୍ଶନ କରିଥିଲେ। ସେ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ କୃତ୍ରିମ ବୁଦ୍ଧିମତ୍ତା ର ପ୍ରବେଶ ଯୋଗୁଁ ଅଧିକାଂଶ ପାରମ୍ପରିକ ଶିକ୍ଷା ଓ ପେଶା କ୍ଷେତ୍ରରେ ବିପୁଳ ପରିବର୍ତ୍ତନ ଏବଂ ସଙ୍କଟ ଆସିବ। ସେଥିପାଇଁ ପ୍ରତ୍ୟେକ ଟି ଦେଶର ଛାତ୍ରଛାତ୍ରୀ ତଥା ଶିକ୍ଷା ବ୍ୟବସ୍ଥା ଏହି ସଙ୍କଟ ସମୂହ କୁ ସାମ୍ନା କରିବା ପାଇଁ ନିଜକୁ ପ୍ରସ୍ତୁତ କରିବା ଆବଶ୍ୟକ। କୃତ୍ରିମ ବୁଦ୍ଧିମତ୍ତା ର ପ୍ରଚଳନ ପରବର୍ତ୍ତୀ ଯୁଗରେ ପିଲାମାନେ ପାରମ୍ପରିକ ଶିକ୍ଷା ସହିତ ନିଜ ମଧ୍ୟରେ ସୃଜନଶୀଳ ପ୍ରଜ୍ଞା ର ବିକାଶ ଘଟାଇବା ନିହାତି ଆବଶ୍ୟକ ବୋଲି ଡ କୁଣ୍ଡୁ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସମ୍ପାନ ରେ ଡ କୁଣ୍ଡୁ ପିଲାମାନଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ ଏବଂ ଦୀର୍ଘ ସମୟଧରି ଏହି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ପିଲାମାନଙ୍କ ପାଇଁ ଖୁବ୍ ମନଛୁଆଁ ହୋଇଥିଲା। କାର୍ଯ୍ୟକ୍ରମ ର ସଫଳତା ପାଇଁ ଶେଷରେ ବିଦ୍ୟାଳୟ ସମୁହ ର ନିର୍ଦ୍ଦେଶକ ଡକ୍ଟର ଗିରିଜା ଶଙ୍କର ଦାସ ଧନ୍ୟବାଦ ଅର୍ପଣ କରିଥିଲେ ।
Rourkela (ରାଉରକେଲା) • ରିପୋର୍ଟ : ସୁବାସ କୁମାର ଗୁପ୍ତା

ରଞ୍ଜିତ ଦାସଙ୍କ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଶୋକ ସଭା
ରାଉରକେଲା : ଗୋପବନ୍ଧୁ ପାଠାଗାରର ଆଜୀବନ ସଦସ୍ୟ, ରାଉରକେଲାର ପୂର୍ବତନ ବିଧାୟକ ସ୍ବର୍ଗତ ଅଜିତ ଦାସଙ୍କ ଜ୍ୟେଷ୍ଠ ପୁତ୍ର, ଯୁବ ସମାଜସେବୀ ରଞ୍ଜିତ ଦାସଙ୍କର ଅକାଳ ବିୟୋଗରେ ଗୋପବନ୍ଧୁ ପାଠାଗାରରେ ଏକ ଶୋକ ସଭା ଉପସଭାପତି ଗିରିଜା ଶଙ୍କର ଗୋସ୍ୱାମୀଙ୍କ ସଭାପତିତ୍ବରେ ପାଠାଗାରର ସଭାଗୃହରେ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଦିବଂଗତ ଆତ୍ମାଙ୍କ ସଦ୍ଗତି ପ୍ରାରମ୍ଭରେ ୧ ମିନିଟ୍ ନିରବ ପ୍ରାର୍ଥନା କରାଯିବା ପରେ ସଦସ୍ୟ ମାନେ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିଲେ। ଏହି ସଭାରେ ଲକ୍ଷ୍ମଣ ନାଥ ଦାସ, ଅନୀଲ ଦାସ, ଶ୍ରୀନିବାସ ରାୟ ପ୍ରମୁଖ ସ୍ବର୍ଗତ ଦାସଙ୍କ ସ୍ମୃତି ଚାରଣ କରିଥିବାବେଳେ ହରିହର ନାୟକ, ଗୋପାଳ ପ୍ରସାଦ ଜେନା, ସୁବାସ ଚନ୍ଦ୍ର ମହାପାତ୍ର, ରମେଶ ଚନ୍ଦ୍ର ସିଂହ, ପ୍ରଭାକର ସାହୁ, ଜ୍ଞାନେନ୍ଦ୍ର କୁମାର ରାୟ, ରମାକାନ୍ତ ଷଡ଼ଙ୍ଗୀ, ଅଶୋକ କୁମାର ଶୁକ୍ଳ, ନଗେନ ସାମନ୍ତରାୟ, ସଞ୍ଜୀବ କୁମାର ଦାସ, ଦେବରାଜ ଗଉଡ଼, ଗଗନ ବିହାରୀ ଜେନା, ହରିହର ନାୟକ, ରବିନାରାୟଣ ସିଂହ, ଉମେଶ ଚନ୍ଦ୍ର ଜେନା, ଅଜୟ କୁମାର ମହାନ୍ତି, ଧ୍ରୁବ ଚରଣ ନାୟକ, ରବୀନ୍ଦ୍ର କୁମାର ସରାଫ, କୈଳାସ ଚନ୍ଦ୍ର ସାମଲ, ନୃସିଂହ ଚରଣ ବିଶ୍ବାଳ, ବିବେକାନନ୍ଦ ଜେନା, ଶ୍ରୀନିବାସ ରାୟ, ବିଶ୍ବନାଥ ଜେନା ଏବଂ ସୁରେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
Rourkela (ରାଉରକେଲା) • ରିପୋର୍ଟ : ସୁବାସ କୁମାର ଗୁପ୍ତା

ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ, ଯାଜପୁର ଠାରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର
ଯାଜପୁର, ୦୬।୦୭।୨୦୨୬ ରିଖ : ଯାଜପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଅଛି। ଏହି ଅଭିଯୋଗ ଶିବିରରେ ଉପସ୍ଥିତ ରହି ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କର ଜନସାଧାରଣଙ୍କ ବିଭିନ୍ନ ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ। ବିଭାଗୀୟ ଅଧିକାରୀ ମାନେ ଏହି ଅଭିଯୋଗ ଗୁଡିକ ଯାଞ୍ଚ କରିବେ ଓ ଯେଉଁମାନେ ଯୋଗ୍ୟ ଅଛନ୍ତି ସେମାନଙ୍କର ଯଥାସମ୍ଭବ ସମସ୍ୟାର ସମାଧାନ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ। ମୋଟ ୧୭୬ ଟି ଅଭିଯୋଗ ପଞ୍ଜୀକୃତ ହୋଇଥିଲା। ସେଥିମଧ୍ୟରୁ ବ୍ୟକ୍ତିଗତ ସମସ୍ୟା ସମ୍ପର୍କୀୟ ୧୩୮ ଗୋଟି, ଗୋଷ୍ଠୀଗତ ସମସ୍ୟା ସମ୍ପର୍କୀୟ ୦୫ ଗୋଟି, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ସହାୟତା ନିମନ୍ତେ ୩୧ ଗୋଟି ରେଡକ୍ରସ ପାଣ୍ଠିରୁ ୦୨ ଗୋଟି ଅଭିଯୋଗର ଶୁଣାଣି କରାଯାଇଥିଲା। ୩୫ ଟି ଅଭିଯୋଗର ତତ୍କାଳ ଫଇସଲା କରାଯାଇଥିଲା। ଏହି ମିଳିତ ଜନ ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ, ଯାଜପୁର ଶ୍ରୀ ୟଶପ୍ରତାପ ଶ୍ରୀମାଲ, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଯୁଧିଷ୍ଠିର ନାଏକ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଦେବୀ ପ୍ରସାଦ ମହାନ୍ତି, , ଗୋଷ୍ଠୀ ଉନ୍ନୟନ ଅଧିକାରୀ, ଯାଜପୁର ଶ୍ରୀ ବ୍ରହ୍ମାନନ୍ଦ ବେହେରା, ତହସିଲଦାର , ଯାଜପୁର ଶ୍ରୀ ରବିନାରାୟଣ ପାଢ଼ୀ ଓ ଜିଲ୍ଲା ସ୍ତରୀୟ ଅଧିକାରୀ, କ୍ଷେତ୍ରୀୟ ଅଧିକାରୀ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଜନସାଧାରଣଙ୍କର ଆପତ୍ତି ଅଭିଯୋଗର ଶୁଣାଣି କରିଥିଲେ।
Jajpur (ଯାଜପୁର) • ରିପୋର୍ଟ - ନିରୋଜ କୁମାର ସେଠୀ

ବାଳକ ନିରୁଦ୍ଧିଷ୍ଠ
ଭୁବନେଶ୍ବର ପ୍ରୀୟଶୁ ଶେଖର ବେହେରା ପିତା - ଶ୍ରୀ ନିର୍ମଳ ଚନ୍ଦ୍ର ବେହେରା ବୟସ-୧୫ ବର୍ଷ ବାସସ୍ଥାନ - ଭୋଇସାହି, ବରମୁଣ୍ଡା ବସଷ୍ଟାଣ୍ଡ ପାଖ ଗତ ତା-30/06/2026 ରିଖ ମଙ୍ଗଳବାର ସନ୍ଧ୍ୟା ୭ ଘଟିକା ସମୟରୁ ନିଖୋଜ ଅଛନ୍ତି। ଯଦି କୋୖଣସି ସହୃଦୟ ବ୍ୟକ୍ତିଙ୍କ ନଜରକୁ ଆସନ୍ତି ତେବେ ନିମ୍ନ ଲିଖିତ ମୋବିଇଲି ନଂ ରେ ଯୋଗାଯୋଗ କରିବାକୁ ଅନୁରୋଧ l 9437050681 9692644822 99381430681 ଖୋଜିବାରେ ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ ପୁରସ୍କାର ପ୍ରଦାନ କରାଯିବ।
Bhubaneswar (ଭୁବନେଶ୍ୱର) • ରିପୋର୍ଟ - ନିରୋଜ କୁମାର ସେଠୀ

ମନ୍ମଥ ନାଥ ଉଚ୍ଚ ବିଦ୍ୟାଳୟରେ ୭୭ତମ ବନ ମହୋତ୍ସବ ପାଳନ
କେନ୍ଦ୍ରାପଡ଼ା- ପଟ୍ଟାମୁଣ୍ଡାଇ : ପ୍ରତି ବର୍ଷ ପରି ଚଳିତ ବର୍ଷ ସମଗ୍ର ଦେଶରେ ଜୁଲାଇ ମାସ ର ପ୍ରଥମ ସପ୍ତାହ ରେ ତଥା ବର୍ଷା ଋତୁ ର ଆଗମନ ରେ ବନ ମହୋତ୍ସବ ପାଳନ ହୋଇଥାଏ। ସବୁଜ ସମାଜ,ସୁସ୍ଥ ପୃଥିବୀ ତଥା ଶୁଦ୍ଧ ଅମ୍ଳଜାନ ଓ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା ପାଇଁ ଏହି ସପ୍ତାହ ରେ ସବୁଆଡେ ବନ ମହୋତ୍ସବ ପାଳନ ହୁଏ ଓ ବହୁଳ ଭାବରେ ବନୀକରଣ କରାଯାଏ।ଏହି କ୍ରମ ରେ ଆମ ପଟ୍ଟାମୁଣ୍ଡାଇ ଅଞ୍ଚଳ ର ଖ୍ୟାତି ସମ୍ପର୍ଣ୍ଣ ଶିକ୍ଷା ଅନୁଷ୍ଠାନ ମନ୍ମଥନାଥ ଉଚ୍ଚ ବିଦ୍ୟାଳୟ ରେ ୭୭ତମ ବନ ମହୋତ୍ସବ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ରାଉତରାୟ ଙ୍କ ମାର୍ଗଦର୍ଶନ ରେ ଇ କୋ କ୍ଲବ ତରଫରୁ ଇ କୋ କ୍ଲବ ଶିକ୍ଷକ ତାପସ କୁମାର ବେହେରା ଙ୍କ ପରିଚାଳନା ରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ଜିଲ୍ଲାର ରାଷ୍ଟ୍ରୀୟ ସ୍ଵୟଂ ସେବକ ସଂଘର ଜିଲ୍ଲା କାର୍ଯ୍ୟବାହ ଆଦରଣୀୟ ଶ୍ରୀ ଵିନୋଦ ବିହାରୀ ଦାସ ମହୋଦୟ ଯୋଗ ଦେଇ ପରିବେଶ ସନ୍ତୁଳନ ପାଇଁ ବୃକ୍ଷ ରୋପଣ ର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ। ଜସ୍ବସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ଦାମୋଦର ଦାସ ମୋଦି ଙ୍କ ଆହ୍ୱାନ କୁ ଗ୍ରହଣ କରି "ଏକ ପେଡ ମା କେ ନାମ ୩.୦ " କୁ ସଫଳ କରିବା ପାଇଁ ବିଦ୍ୟାଳୟ ର ଏନ ସି ସି କାଡେଟ୍ସ, ସ୍କାଉଟ ଗାଇଡ଼, ଇ କୋ କ୍ଲବ, ଏନର୍ଜୀ କ୍ଲବ ର ଛତ୍ର ଛାତ୍ରୀ ମାନେ ଅନୁପ୍ରେରିତ ହୋଇ ବିଦ୍ୟାଳୟ ପ୍ରାଙ୍ଗଣରେ ୪୦ଗୋଟି ବୃକ୍ଷ ରୋପଣ କରିଥିଲେ।ଏହି ବନ ମହୋତ୍ସବ ଉଦେଶ୍ୟ ରେ ହୋଇ ଥିବା ଡ୍ରଇଂ ଓ ବକ୍ତୃତା ପ୍ରତିଯୋଗୀତା ରେ କୃତୀ ପ୍ରତିଯୋଗୀ ଙ୍କୁ ମାନପତ୍ର ଓ ପୁରସ୍କାର ଦିଆ ଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ର ଶିକ୍ଷକ ଅନିଲ କୁମାର କୁମାର ଦାସ ସ୍ୱାଗତ ଭାଷଣ ଦେଇଥିଲେ । ବିଦ୍ୟାଳୟ ର ଏନ ସି ସି ଶିକ୍ଷକ ସରୋଜ କୁମାର ସ୍ୱାଇଁ କାର୍ଯ୍ୟକ୍ରମ ର ସଂଯୋଜନା ଓ ଅତିଥି ପରିଚୟ ଦେଇଥିଲେ। ବିଦ୍ୟାଳୟ ର ସାଂସ୍କୃତିକ ସଂଯୋଜିକା ଶିକ୍ଷୟତ୍ରୀ ଅନିତା ଧଳ ଧନ୍ୟବାଦ ଦେଇଥିଲେ। ବରିଷ୍ଠ ଶିକ୍ଷକ ଶ୍ରୀ ଆଶୋକ କୁମାର ଦାସ,ଖେଳ ଶିକ୍ଷକ ଶଶାଙ୍କ ଶେଖର ସାହୁ ,ସୁଜୟ କୁମାର ରାଉତରାୟ, ଗୋମତି ସ୍ୱାଇଁ, ଵିନୋଦ କୁମାର ଜେନା, ଅଭିଷେକ ନାୟକ, ସୁସ୍ମିତା ତରାଇ, ଦିଲ୍ଲୀପ କୁମାର ପାତ୍ର ପ୍ରଭୃତି ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ଵୃକ୍ଷ ରୋପଣ ପାଇଁ ପିଲାମାନଙ୍କୁ ଉତ୍ସାହିତ କରିଥିଲେ। ଓ ବିଦ୍ୟାଳୟ ର ପିଲା ମାନେ ଏହି କାର୍ଯ୍ୟ କ୍ରମ ରେ ସହଯୋଗ କରିଥଲେ।
Kendrapara (କେନ୍ଦ୍ରାପଡ଼ା) • ରିପୋର୍ଟର : କୈଳାଶ ଚନ୍ଦ୍ର ବଳ, ପଟ୍ଟାମୁଣ୍ଡାଇ

ରାସ୍ତା ନିର୍ମାଣ ନାଁରେ ଲକ୍ଷ ଲକ୍ଷ ଲୁଟ
ଯାଜପୁର- ଦାନଗଦି: ନିକଟରେ ନିର୍ମାଣ ହଇଥିବା କଂକ୍ରିଟ ଓ ପିଚୁ ରାସ୍ତା ଉପରେ ପୁଣି ପିଚୁ ରାସ୍ତା ନିର୍ମାଣ ଚାଲିଛି. ହେଲେ କାମର ଯାଞ୍ଚ କରିବାକୁ ବିଭାଗୀୟ ଜେଇ ଅନୁପସ୍ଥିତ ଥିବାବେଳେ ଭଲ ରାସ୍ତା ଉପରେ ରାସ୍ତା ନିର୍ମାଣ ଘଟଣା ବୁଦ୍ଧିଜୀବୀ ଙ୍କ ସହ ଅଞ୍ଚଳବାସିଙ୍କୁ ବ୍ୟଥିତ କରୁଛି l ସୂଚନା ଯୋଗ୍ୟ ଯାଜପୁର ଜିଲ୍ଲା ରାଛିପୁର ସନ୍ନିକୋଟରୁ ଖଣ୍ଡାହତା ପର୍ଯ୍ୟନ୍ତ ଏହି ପିଚୁ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି. ବିନା ସୂଚନା ଫଳକ ସହ କାମର ମାନ ଯାଞ୍ଚ ନ କରାଯାଇ ଏହି କାର୍ଯ୍ୟ ଧର୍ମଶାଳା ଅଞ୍ଚଳର ଜୈନେକ ଠିକାଦାର କରୁଥିବା ଅଭିଯୋଗ ହେଉଛି l ସୂଚନା ଫଳକ ନ ଲଗାଇ ବ୍ୟୟ ଅଟକଳ ର ପରିମାଣ ସମ୍ପର୍କ ରେ ସର୍ବସାଧାରଣକୁ ଅନ୍ଧାରରେ ରଖି ଏହି କାର୍ଯ୍ୟ କରାଯାଉଥିବା ଦେଖିବାକୁ ମିଳିଛି. ଭଲ ରାସ୍ତା ଉପରେ ଚିପ୍ସ ଢାଳି ପିଚୁ ରାସ୍ତା କରାଯାଉଛି l ଘଟଣାସ୍ଥଳ ରେ ବିଭାଗୀୟ ଜେଇ, ଏସଡିଓ ଙ୍କ ଅନୁପସ୍ଥିତ କାମର ମାନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି. ଜିଲ୍ଲା ପ୍ରଶାସନର ମଧୁଚନ୍ଦ୍ରିକା ରେ ଠିକାଦାର ନିମ୍ନମାନର କାର୍ଯ୍ୟ କରି ଲକ୍ଷ ଲକ୍ଷ ଟଙ୍କା ରାଜ୍ୟ ରାଜକୋଷ ରୁ ଲୁଟିନେବାକୁ ବସିଥିବା ଅଛଳରେ ଚର୍ଚ୍ଚା ଜୋର ଧରିଛି.ସୁକିନ୍ଦା ନିର୍ବାଚନ ମଣ୍ଡଳୀ ଦାନଗଦି ବ୍ଲକ ରାଛିପୁର ଙ୍ଗା ନିକଟ ଦେଇ ଯାଇଥିବା ଏହି ରାସ୍ତା ନିକଟରେ ନିର୍ମାଣ ହୋଇଥିବା ବେଳେ ବର୍ତ୍ତମାନ ଏହା ଉପରେ ପୁନଃ କାର୍ଯ୍ୟ ଆରମ୍ଭ ହେବା ଘଟଣା ପ୍ରଶ୍ନବାଚୀ ସୃଷ୍ଟି କରୁଛି l ଯାଜପୁରରୋଡ଼ ଠାରୁ ଜୋକୋଡ଼ିଆ କୁ ସଂଯୋଗ କରୁଥିବା ଏହି ରାସ୍ତା ର ମଝିରେ ବିନା ସୂଚନା ଫଳକ ରେ ବର୍ଷା ସମୟରେ ରାସ୍ତା ନିର୍ମାଣ ଘଟଣା ବୁଦ୍ଧିଜୀବୀ ସ୍ଥାନୀୟ ଅଞ୍ଚଳବାସି କୁ ବିସ୍ମିତ କରୁଛିବଳ ସ୍ଥାନୀୟ ଜେଇ, ଏସଡିଓ ଜିଲ୍ଲା ପ୍ରଶାସନ ଗୁପ୍ତ ବୁଝାବଣା ଆଧାରରେ ଏଭଳି କାର୍ଯ୍ୟ ଭଲ ରାସ୍ତା ଉପରେ ରାସ୍ତା ନିର୍ମାଣ କରାଯାଉଥିବା ଅଭିଯୋଗ ହେଉଛି. ଏଥିପ୍ରତି ଯାଜପୁର ଜିଲ୍ଲାପାଳ ରାଜ୍ୟ ସରକାର ସ୍ୱତନ୍ତ୍ର ଦୃଷ୍ଟି ଦେଇ ଉକ୍ତ ରାସ୍ତା କାର୍ଯ୍ୟ ର ମାନ ଯାଞ୍ଚ କରିବା ସହ ବିନା ସୂଚନା ଫଳକରେ କାର୍ଯ୍ୟ କରୁଥିବା ଠିକାଦାର ଓ କାର୍ଯ୍ୟାଦେଶ ଦେଇଥିବା ଅଧିକାରୀ ଙ୍କୁ ଚାକିରିରୁ ନିଲୋମ୍ବନ କରିବାକୁ ସିଭିଲ ସୋସାଇଟି ଯାଜପୁର ସହ ଅନେକ ବୁଦ୍ଧିଜୀବୀ ଦାବି କରିଛନ୍ତି, ନଚେତ ଦୁର୍ବାର ଆନ୍ଦୋଳନ କରିବାକୁ ଚେତାବନି ଦେଇଛନ୍ତି.
Jajpur (ଯାଜପୁର) • ରିପୋର୍ଟ : ଅନିଲ କୁମାର ଜେନା

ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ
କେନ୍ଦୁଝର: ୦୬.୦୭: କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟସ୍ଥ ଦରବାର ହଲ୍ ଠାରେ ଆଜି ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ଶ୍ରୀ ବିଶାଲ ସିଂହଙ୍କ ନିର୍ଦ୍ଦେଶକ୍ରମେ ବିଭିନ୍ନ ବିଭାଗୀୟ ଅଧିକାରୀ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶତାଧିକ ଲୋକଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ। ଆଜିର ଏହି ଶିବିରରେ ମୋଟ ୧୭୫ ଟି ଅଭିଯୋଗ ପତ୍ର ପଞ୍ଜିକୃତ ହୋଇଛି।ବ୍ୟକ୍ତିଗତ ସମସ୍ୟା ସମ୍ବନ୍ଧୀୟ ୧୪୭ ଟି, ସାମୁହିକ ଅଭିଯୋଗ ୨୮ଟି, ରେଡକ୍ରସ ସହାୟତା ପାଇଁ ଗୋଟିଏ ଆବେଦନ ଗ୍ରହଣ କରାଯାଇଛି।, ୪୧ଟି ଅଭିଯୋଗର ତୁରନ୍ତ ସମାଧାନ କରାଯାଇଥିଲା । ଏହି ଅଭିଯୋଗ ଶୁଣାଣି ଶିବିରରେ ଆରକ୍ଷୀ ଅଧିକ୍ଷକ ନୀତିନ କୁଶଳକର,ବନଖଣ୍ଡ ଅଧିକାରୀ ଧନରାଜ ଏଚ. ଡି,ଅତିରିକ୍ତ ଜିଲ୍ଲାପାଳ ମନ୍ଦରଧର ମହାଳିକ, ରବିନ୍ଦ୍ର କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ କୁମାର ନାଗଭୂଷଣ, ଉପଜିଲ୍ଲାପାଳ ଉମାଶଙ୍କର ଦଳାଇ ଓ ଅନ୍ୟାନ୍ୟ ବିଭାଗୀୟ ମୁଖ୍ୟମାନେ ଉପସ୍ଥିତ ରହି ଜନସାଧାରଣଙ୍କ ସମସ୍ୟା ବୁଝିଥିଲେ।
Kendujhar (କେନ୍ଦୁଝର) • କେନ୍ଦୁଝର ରୁ ନିରଞ୍ଜନ ପାଣି

ଭଦ୍ରକ ଜିଲ୍ଲା ଆଖୁଆପଦାରୁ ବିଶେଷ ସୂଚନା
ଭଦ୍ରକ ଜିଲ୍ଲାର ଆଖୁଆପଦାଠାରେ ବୈତରଣୀ ନଦୀର ଜଳସ୍ତର ଧୀରେ ଧୀରେ ବୃଦ୍ଧି ପାଉଛି। ବର୍ତ୍ତମାନ ସୁଦ୍ଧା ନଦୀର ଜଳସ୍ତର ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି। ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ଅନୁରୋଧ, ଅଯଥା ଭୟଭୀତ ହୁଅନ୍ତୁ ନାହିଁ। ପ୍ରଶାସନ ପକ୍ଷରୁ ପରିସ୍ଥିତି ଉପରେ ନିରନ୍ତର ନଜର ରଖାଯାଉଛି। ଅଧିକାରୀମାନେ ଘଟଣାସ୍ଥଳ ପରିଦର୍ଶନ କରି ପରିସ୍ଥିତିର ସମୀକ୍ଷା କରିସାରିଛନ୍ତି ଏବଂ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛି। ସମସ୍ତଙ୍କୁ ଅନୁରୋଧ, ଗୁଜବରେ ବିଶ୍ୱାସ ନ କରନ୍ତୁ। କେବଳ ପ୍ରଶାସନ ପକ୍ଷରୁ ଜାରି କରାଯାଉଥିବା ସରକାରୀ ସୂଚନାକୁ ଅନୁସରଣ କରନ୍ତୁ। ନଦୀ କୂଳକୁ ଅନାବଶ୍ୟକ ଯିବାରୁ ବିରତ ରୁହନ୍ତୁ ଏବଂ ସତର୍କ ରୁହନ୍ତୁ।
Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ମକୁନ୍ଦପୁର-ବରୁଣ୍ଡେଇ ରାସ୍ତାର ଦୟନୀୟ ଅବସ୍ଥା; ଗର୍ଭବତୀ ମହିଳା ଓ ରୋଗୀଙ୍କ ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା
ଯାଜପୁର-କୋରେଇ: ଯାଜପୁର ଜିଲ୍ଲା କୋରେଇ ବ୍ଲକ ଅନ୍ତର୍ଗତ ମକୁନ୍ଦପୁରରୁ ବରୁଣ୍ଡେଇ ପର୍ଯ୍ୟନ୍ତ ରାସ୍ତାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ରାସ୍ତାରେ ଅସଂଖ୍ୟ ଖାଲଖମା ଓ ଭାଙ୍ଗିଯାଇଥିବା ସଡ଼କ ଯୋଗୁଁ ପ୍ରତିଦିନ ଯାତାୟାତ ବିପଦପୂର୍ଣ୍ଣ ହୋଇପଡ଼ିଛି ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସ୍ଥାନୀୟଙ୍କ କହିବା ଅନୁଯାୟୀ, ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଲୋକ, ଛାତ୍ରଛାତ୍ରୀ ଏବଂ ରୋଗୀ ଯାତାୟାତ କରୁଛନ୍ତି। ବରୁଣ୍ଡେଇସ୍ଥିତ ପ୍ରାଣକୃଷ୍ଟ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ବିପଦସଙ୍କୁଳ ପରିସ୍ଥିତିରେ ଏହି ରାସ୍ତା ବ୍ୟବହାର କରୁଛନ୍ତି। ଏହି ରାସ୍ତା ବୈତରଣୀ ନଦୀ ପୋଲ ମାଧ୍ୟମରେ କେନ୍ଦୁଝର ଓ ଭଦ୍ରକ ଜିଲ୍ଲାକୁ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ୱ ଅଧିକ। କେନ୍ଦୁଝର ଓ ଭଦ୍ରକରୁ କୋରେଇ, ବରୁଣ୍ଡେଇ ଓ ପାଣିକୋଇଲି ଦେଇ କଟକ ଏବଂ ଭୁବନେଶ୍ୱରକୁ ଯାତାୟାତ କରୁଥିବା ବସ୍ ଓ ଅନ୍ୟାନ୍ୟ ଗାଡ଼ି ଏହି ରାସ୍ତା ଉପରେ ନିର୍ଭରଶୀଳ। ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁସାରେ, କୋରେଇ ଅଞ୍ଚଳର ସାତରୁ ଆଠଟି ପଞ୍ଚାୟତର ଲୋକ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରନ୍ତି। ରାସ୍ତାର ଖରାପ ଅବସ୍ଥା ଯୋଗୁଁ ଆମ୍ବୁଲାନ୍ସ ସେବା ବାଧାପ୍ରାପ୍ତ ହେଉଥିବାରୁ ବିଶେଷକରି ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ନେଇ ଚିନ୍ତା ବଢ଼ିଛି। ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି ଯେ, ରାସ୍ତାର ମରାମତି ପାଇଁ ବାରମ୍ବାର ଅଭିଯୋଗ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ପଦକ୍ଷେପ ନିଆଯାଇନାହିଁ। ଫଳରେ ପ୍ରତିଦିନ ଦୁର୍ଘଟଣାର ଆଶଙ୍କା ମଧ୍ୟରେ ଲୋକେ ଯାତାୟାତ କରୁଛନ୍ତି। ଅଞ୍ଚଳବାସୀ ତୁରନ୍ତ ରାସ୍ତାର ମରାମତି ଓ ସ୍ଥାୟୀ ପୁନର୍ନିର୍ମାଣ ପାଇଁ ପ୍ରଶାସନ ଓ ସରକାରଙ୍କ ହସ୍ତକ୍ଷେପ ଦାବି କରିଛନ୍ତି।
Jajpur (ଯାଜପୁର) • ରିପୋର୍ଟ : ବସନ୍ତ କୁମାର ମଲ୍ଲିକ, କୋରେଇ

ଭାରତରେ ସାର ଯୋଗାଣ ସୁଦୃଢ଼, 15 ଜାହାଜ ସୁରକ୍ଷିତ ଭାବେ ପହଞ୍ଚିଲା
ନୂଆଦିଲ୍ଲୀ: ପଶ୍ଚିମ ଏସିଆର ସଂଘର୍ଷ ମଧ୍ୟରେ ମଧ୍ୟ ଭାରତ ସାର ଯୋଗାଣ ସୁଚାରୁ ଭାବେ ଜାରି ରଖିଛି । ସାର ଓ କଞ୍ଚାମାଲ ନେଇ ଆସୁଥିବା 15ଟି ଜାହାଜ ସୁରକ୍ଷିତ ଭାବେ ହର୍ମୁଜ୍ ଜଳଡମରୁମଧ୍ୟ ପାର କରି ଭାରତ ଦିଗରେ ଆସୁଛି । ଏହା ଫଳରେ ଦେଶର ସାର ଭଣ୍ଡାର ଆହୁରି ବୃଦ୍ଧି ପାଇବ । ସରକାର ସମୟୋପଯୋଗୀ ଯୋଜନା ଓ ବିଦେଶୀ ମିଶନମାନଙ୍କ ସହଯୋଗରେ ଓମାନ, ରୁଷ, ମିଶର ସହିତ ଅନେକ ଦେଶରୁ ସାର ଆମଦାନୀ ସୁନିଶ୍ଚିତ କରିଛି । ଏହା ସହିତ ଦେଶୀୟ ଉତ୍ପାଦନରେ ମଧ୍ୟ ବୃଦ୍ଧି ହୋଇଛି ଓ ସମସ୍ତ ୟୁରିଆ କାରଖାନା ପୂର୍ଣ୍ଣ କ୍ଷମତାରେ ଚାଲୁଛି। 2026-27 ଆର୍ଥିକ ବର୍ଷର ପ୍ରଥମ ତ୍ରୟମାସିକରେ ୟୁରିଆ ଓ ଡିଏପି ଉତ୍ପାଦନ ଲକ୍ଷ୍ୟକୁ ଅତିକ୍ରମ କରିଛି । ବର୍ତ୍ତମାନ ଦେଶରେ ପ୍ରୟୋଜନୀୟ ସାରର 50% ରୁ ଅଧିକ ଭଣ୍ଡାର ଉପଲବ୍ଧ ଅଛି । କେନ୍ଦ୍ର ସରକାର କହିଛନ୍ତି ଯେ, କୃଷକମାନଙ୍କୁ ସମୟରେ ସସ୍ତା ଦରରେ ସାର ଯୋଗାଇବା ପାଇଁ ସମସ୍ତ ପ୍ରୟାସ ଜାରି ରହିବ ।
ରିପୋର୍ଟ : ସୁକାନ୍ତ ପ୍ରଧାନ

ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ ପକ୍ଷରୁ ଦାନଗଦି ବ୍ଲକ କଣ୍ଟିପୁର ଗ୍ରାମରେ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମିତ
ଯାଜପୁର କଳିଙ୍ଗନଗର, ୬/୭ : ସ୍ଥାନିୟ ଅଞ୍ଚଳର ବିକାଶ ଏବଂ ପ୍ରାକ୍-ବିଦ୍ୟାଳୟ ଶିକ୍ଷାର ଉନ୍ନତି ପାଇଁ ଦାନଗଦୀ ବ୍ଲକ୍ ଅନ୍ତର୍ଗତ ଓଲ୍ଲଳ ପଞ୍ଚାୟତର କଣ୍ଟିପୁର ଗ୍ରାମରେ ନୀଳାଚଳ ଇସ୍ପାତ ନିଗମ (ଏନଆଇଏନଏଲ) ପକ୍ଷରୁ ଏକ ନୂତନ ଅଙ୍ଗନବାଡ଼ି କେନ୍ଦ୍ର ନିର୍ମାଣ କରାଯାଇଛି। ଏହି ନୂତନ କେନ୍ଦ୍ରକୁ ଏନଆଇଏନଏଲର ପରିଚାଳନା ନିର୍ଦ୍ଦେଶକ ଏବଂ ମୁଖ୍ୟ ନିର୍ବାହୀ ଅଧିକାରୀ ପଦ୍ମପାଳ ସ୍ଥାନୀୟ ଅଞ୍ଚଳ ପାଇଁ ଉତ୍ସର୍ଗୀକୃତ କରିଥିଲେ । ଏହି ଅବସରରେ ଓଲ୍ଲଳ ସରପଞ୍ଚ ଲକ୍ଷ୍ମୀପ୍ରିୟା ଜେନା, ଏନଆଇଏନଏଲର ଚିଫ୍ ହ୍ୟୁମ୍ୟାନ୍ ରିସୋର୍ସେସ୍ ଅଫିସର ଅନିମେଶ ସାମନ୍ତ ଏବଂ ଟାଟା ଷ୍ଟିଲ୍ ଫାଉଣ୍ଡେସନର କଳିଙ୍ଗନଗର ଇମ୍ପାକ୍ଟ କ୍ଲଷ୍ଟର ମୁଖ୍ୟ ଦେବାଞ୍ଜନ ମୁଖାର୍ଜୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀଙ୍କ ସମେତ ଏନଆଇଏନଏଲ୍ ଓ ଟାଟା ଷ୍ଟିଲ୍ ଫାଉଣ୍ଡେସନର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳର ଶିଶୁମାନଙ୍କୁ ଏକ ସୁରକ୍ଷିତ ଏବଂ ଅନୁକୂଳ ପରିବେଶରେ ଶିକ୍ଷାଦାନ ଉଦ୍ଦେଶ୍ୟରେ ନିର୍ମିତ ଏହି ନୂତନ ଅଙ୍ଗନବାଡ଼ି କେନ୍ଦ୍ରରେ ଏକ ପ୍ରଶସ୍ତ ମୁଖ୍ୟ ହଲ୍, ଏକ ରୋଷେଇ ଘର, ଏକ ସ୍ୱତନ୍ତ୍ର ଷ୍ଟୋର ରୁମ୍ ଏବଂ ଶୌଚାଳୟ ବ୍ୟବସ୍ଥା ରହିଛି। ଅତିଥିମାନଙ୍କ ଦ୍ୱାରା ଶିଶୁମାନଙ୍କୁ ପାଠ୍ୟ ଉପକରଣ ମଧ୍ୟ ବଣ୍ଟନ କରାଯାଇଥିଲା।
Jajpur (ଯାଜପୁର) • ରିପୋର୍ଟ -ନିରୋଜ କୁମାର ସେଠୀ
