--:--:--
-- ---
Srishti News

Web News

ଛତ୍ରପୁରରେ ବଡ଼ ଧରଣର ଚାକିରି ଜାଲିଆତି ରାର୍କେଟ୍ ର ପର୍ଦ୍ଦାଫାଶ: ୪ ଗିରଫ, ନକଲି ନିଯୁକ୍ତି ପତ୍ର ଓ ନଗଦ ଟଙ୍କା ଜବତ
Sep 4, 2026•39 views

ଛତ୍ରପୁରରେ ବଡ଼ ଧରଣର ଚାକିରି ଜାଲିଆତି ରାର୍କେଟ୍ ର ପର୍ଦ୍ଦାଫାଶ: ୪ ଗିରଫ, ନକଲି ନିଯୁକ୍ତି ପତ୍ର ଓ ନଗଦ ଟଙ୍କା ଜବତ

ଛତ୍ରପୁର: ସରକାରୀ ଚାକିରି କରାଇଦେବା ନାଁରେ ପ୍ରତାରଣା କରଉଥିବା ଏକ ସଂଗଠିତ ଚାକିରି ଜାଲିଆତି ସିଣ୍ଡିକେଟ୍‌ର ପର୍ଦ୍ଦାଫାଶ କରିଛି ଗଞ୍ଜାମ ଜିଲ୍ଲାର ଛତ୍ରପୁର ପୋଲିସ। ଏହି ମାମଲାରେ ସଫଳତା ହାସଲ କରି ପୋଲିସ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଅଭିଯୁକ୍ତମାନେ ନିଜକୁ ଉଚ୍ଚପଦସ୍ଥ ସରକାରୀ ଅଧିକାରୀ ଭାବେ ପରିଚୟ ଦେଇ ସରକାରୀ ଚାକିରିର ମିଥ୍ୟା ପ୍ରତିଶ୍ରୁତି ଦେଉଥିଲେ। ନିରୀହ ବେକାର ଯୁବକଯୁବତୀମାନଙ୍କୁ ପ୍ରଲୋଭନ ଦେଖାଇ ସେମାନଙ୍କଠାରୁ ବେଆଇନ ଭାବେ ବହୁ ପରିମାଣର ଅର୍ଥ ସଂଗ୍ରହ କରାଯାଉଥିଲା। ପୋଲିସର ଚଢ଼ାଉ ବେଳେ ଅଭିଯୁକ୍ତଙ୍କ ନିକଟରୁ ନିମ୍ନଲିଖିତ ସାମଗ୍ରୀ ଜବତ କରାଯାଇଛି:୨୫,୦୦୦ ଟଙ୍କା ନଗଦ କ୍ୟାଶ୍ ୩ଟି ମୋବାଇଲ୍ ଫୋନ୍ ,୧୧ଟି ନକଲି ନିଯୁକ୍ତି ପତ୍ର (Fake Appointment Letters) ଏବଂ ୧ଟି ନକଲି ପରିଚୟ ପତ୍ର (Fake ID Card) ଠକାମିର ଶିକାର ହୋଇଥିବା ପ୍ରାର୍ଥୀମାନଙ୍କର ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଯେପରିକି ଆଧାର କାର୍ଡ, ପ୍ୟାନ୍ କାର୍ଡ, ଜାତି ପ୍ରମାଣପତ୍ର (Caste Certificate) ଏବଂ ଶିକ୍ଷାଗତ ସାର୍ଟିଫିକେଟ୍‌। ଗଞ୍ଜାମ ପୋଲିସ ନିଜ ବାର୍ତ୍ତାରେ ସ୍ପଷ୍ଟ କରିଛି ଯେ ସେମାନେ ନାଗରିକଙ୍କ ସୁରକ୍ଷା ଏବଂ ସଂଗଠିତ ଅପରାଧ ରୋକିବା ପାଇଁ ସର୍ବଦା ପ୍ରତିବଦ୍ଧ। ପୋଲିସ ପକ୍ଷରୁ ଏକ ଜନସାଧାରଣ ସଚେତନତା (Public Advisory) ମଧ୍ୟ ଜାରି କରାଯାଇଛି, ଯେଉଁଥିରେ ଚାକିରି ଆଶାୟୀମାନଙ୍କୁ କୌଣସି ଅଜଣା ବ୍ୟକ୍ତିଙ୍କ ସହ ଆର୍ଥିକ କାରବାର ନକରିବା ଏବଂ କେବଳ ସରକାରୀ ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଯାଞ୍ଚ କରିବାକୁ ଅନୁରୋଧ କରାଯାଇଛି।

Ganjam (ଗଞ୍ଜାମ) • ରିପୋର୍ଟ କବିରାଜ ପାତ୍ର ସ୍ବତନ୍ତ୍ର ପ୍ରତିନିଧି

ପୋଲ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ୬ ଜଣ
Sep 4, 2026•30 views

ପୋଲ ତଳକୁ ଖସିଲା କାର, ଅଳ୍ପକେ ବର୍ତ୍ତିଲେ ୬ ଜଣ

ବରୀ: ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ରମ୍ପା ପଞ୍ଚାୟତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ କାର ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡ଼ିଥିବା ଜଣାପଡ଼ିଛି। ଘଟଣା ସମୟରେ କାର ଭିତରେ ଥିବା ୬ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। କାରଟି ପାଣି ଭିତରେ ପଡ଼ିଯାଇଥିବାରୁ ଘଟଣାସ୍ଥଳରେ କିଛି ସମୟ ପାଇଁ ଆତଙ୍କର ପରିବେଶ ସୃଷ୍ଟି ହୋଇଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ କାର ଭିତରେ ଥିବା ଲୋକମାନଙ୍କୁ ବାହାରକୁ ଅଣାଯାଇଥିଲା l

Jajpur (ଯାଜପୁର) • ବରୀରୁ ସୁଧାଂଶୁ ଶେଖର ଓଝାଙ୍କ ରିପୋର୍ଟ

ଭଟଲି-ଅମ୍ବାଭୋନା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ମୃତ, ପିକ୍‌ଅପ୍‌ ଚାଳକ ଗିରଫ
Sep 4, 2026•26 views

ଭଟଲି-ଅମ୍ବାଭୋନା ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା: ଦୁଇ ମୃତ, ପିକ୍‌ଅପ୍‌ ଚାଳକ ଗିରଫ

ବରଗଡ଼: ଭଟଲିରୁ ଅମ୍ବାଭୋନା ଆଡ଼କୁ ଯାଇଥିବା ରାଜ୍ୟ ରାଜପଥର ମେଣ୍ଢାପାଲି ନିକଟରେ ଶୁକ୍ରବାର ଦିନ ପ୍ରାୟ ୧୧ଟା ୫୦ ମିନିଟ୍‌ ସମୟରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ପିକ୍‌ଅପ୍‌ ଭ୍ୟାନ୍‌ (OD-15-AD-7892) ଓ ହିରୋ HF ଡିଲକ୍ସ ମୋଟରସାଇକେଲ୍‌ (OD-17-9989) ମଧ୍ୟରେ ଭୟାବହ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଟୁକୁର୍ଲା ଗ୍ରାମର ସୁନୀଲ ମହାନନ୍ଦ ଏବଂ ଲଖନପୁର ଗ୍ରାମର କାଳିଆ ପ୍ରଧାନ। ଉଭୟେ ଲଖନପୁର ପଟୁ ଫେରୁଥିବା ସମୟରେ ମେଣ୍ଢାପାଲି ନିକଟରେ ବରଗଡ଼ ପଟୁ ଦ୍ରୁତଗତିରେ ଆସୁଥିବା ପିକ୍‌ଅପ୍‌ ସହ ତାଙ୍କ ବାଇକ୍‌ର ଧକ୍କା ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ପିକ୍‌ଅପ୍‌ଟି ଘଟଣାସ୍ଥଳରୁ ଫେରାର ହେଉଥିବା ବେଳେ ଅମ୍ବାଭୋନା ପୋଲିସ ଏହାକୁ ଜବତ କରିବା ସହ ଚାଳକଙ୍କୁ ଗିରଫ କରିଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ଭଟଲି ପୋଲିସ ପହଞ୍ଚି ଦୁଇ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏନେଇ ଭଟଲି ପୋଲିସ ଏକ ଦୁର୍ଘଟଣାଜନିତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣାରେ ଦୁଇଟି ପରିବାର ଉପରେ ଶୋକର ଛାୟା ଖେଳିଯାଇଛି। ବିଶେଷକରି ସୁନୀଲଙ୍କ ପରିବାରରେ ଛୋଟ ଛୋଟ ପୁଅ ଓ ଝିଅ ଥିବା ଜଣାପଡ଼ିଥିବାରୁ ଘଟଣାଟି ଅଞ୍ଚଳବାସୀଙ୍କୁ ମର୍ମାହତ କରିଛି।

Bargarh (ବରଗଡ଼) • ସତ୍ୟ ସୁରୁଜଳ

ଆଡଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ଆଶୀର୍ବାଦ: ବରଗଡ଼ରୁ ବିଶ୍ୱ ପର୍ଯ୍ୟନ୍ତ ସ୍ୱପ୍ନର ଯାତ୍ରା; ଜେଆଇଏମ୍‌ର ୫୫ତମ ବ୍ୟାଚ୍‌ରେ ନେବେ ତାଲିମ
Sep 4, 2026•25 views

ଆଡଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ପାଇଁ କାଶ୍ମୀର ଯିବେ ଆଶୀର୍ବାଦ: ବରଗଡ଼ରୁ ବିଶ୍ୱ ପର୍ଯ୍ୟନ୍ତ ସ୍ୱପ୍ନର ଯାତ୍ରା; ଜେଆଇଏମ୍‌ର ୫୫ତମ ବ୍ୟାଚ୍‌ରେ ନେବେ ତାଲିମ

ବରଗଡ଼, ୪/୯ : ଓଡ଼ିଶାର ଆନ୍ତର୍ଜାତୀୟ ପର୍ବତାରୋହୀ ଆଶୀର୍ବାଦ ମହାପାତ୍ର ଆଉ ଏକ ସଫଳତାର ପାହାଚ ଚଢ଼ିବାକୁ ପ୍ରସ୍ତୁତ। ଆଡଭାନ୍ସ ମାଉଣ୍ଟେନିୟରିଂ ପ୍ରଶିକ୍ଷଣ ନେବା ପାଇଁ ସେ କାଶ୍ମୀର ଯାତ୍ରା କରିବେ। ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରାଳୟ ଅଧୀନସ୍ଥ ପହଲଗାମସ୍ଥିତ **Jawahar Institute of Mountaineering (JIM)**ରେ ଆୟୋଜିତ ଆଡଭାନ୍ସ ମାଉଣ୍ଟେନିୟରିଂ କୋର୍ସର ୫୫ତମ ବ୍ୟାଚ୍‌ରେ ସେ ଯୋଗଦେବେ। ସେପ୍ଟେମ୍ବର ୬ରୁ ଅକ୍ଟୋବର ୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଉନ୍ନତ ପ୍ରଶିକ୍ଷଣରେ ଆଶୀର୍ବାଦ ପର୍ବତାରୋହଣର ବିଭିନ୍ନ ଆଧୁନିକ କୌଶଳ ହାସଲ କରିବେ। ବିଶେଷକରି ରୋପ୍ ଟେକ୍ନିକ୍‌, ଉଦ୍ଧାର କୌଶଳ, ଦୁର୍ଗମ ପର୍ବତୀୟ ଅଞ୍ଚଳରେ ସୁରକ୍ଷିତ ଅଭିଯାନ ପରିଚାଳନା ସହ ଉଚ୍ଚସ୍ତରୀୟ ପର୍ବତାରୋହଣ ପ୍ରଣାଳୀ ସମ୍ପର୍କରେ ତାଙ୍କୁ ପ୍ରଶିକ୍ଷଣ ଦିଆଯିବ। ବାଲ୍ୟକାଳରୁ ପର୍ବତାରୋହଣ ପ୍ରତି ଆକୃଷ୍ଟ ଆଶୀର୍ବାଦ ଇତିମଧ୍ୟରେ ଅନେକ ଦୁର୍ଗମ ଶିଖର ଆରୋହଣ କରି ନିଜର ପ୍ରତିଭାର ପରିଚୟ ଦେଇଛନ୍ତି। ଆଫ୍ରିକା ମହାଦେଶର ସର୍ବୋଚ୍ଚ ଶିଖର ମାଉଣ୍ଟ କିଲିମାଞ୍ଜାରୋ (୫,୮୯୫ ମିଟର) ସମେତ ତାତାକୋଟି, ହରମୁଖ, ତ୍ରିଶୂଳ, ନୀଳକଣ୍ଠ, ସନସେଟ୍‌, ଗୋଲ୍‌ ଟପ୍‌ ଓ ସ୍ଲିପିଂ ଲେଡି ମାଉଣ୍ଟେନ୍‌ ଭଳି ଅନେକ ଦୁର୍ଗମ ଶିଖରରେ ସେ ସଫଳତାର ସହ ପାଦ ରଖିଛନ୍ତି। ବିଶେଷ ଉଲ୍ଲେଖନୀୟ ଯେ, କିଲିମାଞ୍ଜାରୋ ଶିଖର ଆରୋହଣ ସମୟରେ ଆଶୀର୍ବାଦ ଭାରତୀୟ ତ୍ରିରଙ୍ଗା ସହ ପଶ୍ଚିମ ଓଡ଼ିଶାର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ପତାକା ଉଡ଼ାଇଥିଲେ। ତାଙ୍କ ଏହି ପଦକ୍ଷେପ ପଶ୍ଚିମ ଓଡ଼ିଶାର ଗୌରବ ଓ ସାଂସ୍କୃତିକ ପରିଚୟକୁ ବିଶ୍ୱର ଏକ ଉଚ୍ଚତମ ଶିଖରରେ ପହଞ୍ଚାଇଥିଲା। ଏହି ଅବସରରେ ବରଗଡ଼ ଆଗ୍ରଗାମୀ ଯୁବକ ସଂଘଠାରେ ସଂକଳ୍ପ ପରିବାର ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଆୟୋଜିତ ହୋଇଥିଲା। ସଂକଳ୍ପ ପରିବାରର ସଭାପତି କହିଥିଲେ, “ଏହା କେବଳ ଜଣେ ପର୍ବତାରୋହୀଙ୍କ ଯାତ୍ରା ନୁହେଁ, ଏହା ବରଗଡ଼ରୁ ବିଶ୍ୱ ପର୍ଯ୍ୟନ୍ତ ସ୍ୱପ୍ନର ଯାତ୍ରା।” ଅଞ୍ଚଳର ଜଣେ ଯୁବକ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ନିଜର ପରିଚୟ ସୃଷ୍ଟି କରିବା ଦିଗରେ ଆଗକୁ ବଢ଼ୁଥିବା ନିଶ୍ଚିତ ଭାବେ ସମଗ୍ର ଅଞ୍ଚଳ ପାଇଁ ଗର୍ବର ବିଷୟ ବୋଲି ସେ ପ୍ରକାଶ କରିଥିଲେ। ଆଡଭାନ୍ସ ପ୍ରଶିକ୍ଷଣ ଆଶୀର୍ବାଦଙ୍କ ଆଗାମୀ ଉଚ୍ଚ ପର୍ବତ ଅଭିଯାନ ପାଇଁ ଦକ୍ଷତା, ଆତ୍ମବିଶ୍ୱାସ ଓ ପ୍ରସ୍ତୁତିକୁ ଆହୁରି ମଜବୁତ କରିବ ବୋଲି ସଂକଳ୍ପ ପରିବାର ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ତାଙ୍କ ଯାତ୍ରା ସଫଳ ହେବା ସହ ବରଗଡ଼ ତଥା ଓଡ଼ିଶାର ନାମକୁ ଆନ୍ତର୍ଜାତୀୟ ପର୍ବତାରୋହଣ କ୍ଷେତ୍ରରେ ଆହୁରି ଗୌରବାନ୍ୱିତ କରନ୍ତୁ ବୋଲି ସଂକଳ୍ପ ପରିବାର ପକ୍ଷରୁ ଶୁଭେଚ୍ଛା ଜଣାଯାଇଛି।

Bargarh (ବରଗଡ଼) • ସତ୍ୟ ସୁରୁଜାଲ

CM-KISAN Assistance Reaches Nuapada Farmers: Over ₹19.69 Crore Disbursed to 98,112 Beneficiaries Through DBT
Sep 4, 2026•39 views

CM-KISAN Assistance Reaches Nuapada Farmers: Over ₹19.69 Crore Disbursed to 98,112 Beneficiaries Through DBT

Nuapada, September 4: In a major boost to farmers ahead of the Rabi season, financial assistance under the fifth instalment of the State Government’s CM-KISAN scheme for 2026-27 has been directly transferred to the bank accounts of beneficiaries through the Direct Benefit Transfer (DBT) system. In Nuapada district, a total of 98,112 beneficiaries have received financial assistance amounting to ₹19 crore 69 lakh 29 thousand 500 under the latest instalment. The State-level programme was organised at the Krishi Shiksha Sadan of OUAT in Bhubaneswar, where Chief Minister Mohan Charan Majhi formally disbursed the assistance through the DBT mechanism. Across Odisha, more than 41 lakh small and marginal farmers, including beneficiaries from particularly vulnerable tribal communities and landless agricultural families, have benefited under the latest phase, with more than ₹833 crore being released. A district-level programme was held at the DPRC building at Silda in Nuapada to mark the occasion. The programme was presided over by Nuapada Collector Madhusudan Dash. Nuapada MLA Jay Dholakia, Nuapada Block Chairperson Tareshwari Sahu, Khariar Road NAC Chairperson Dr Sonia Jain, Zilla Parishad Vice-Chairperson Deepika Deep, Zilla Parishad members Uma Thakur and Bhanu Pratap Singh Majhi, Chief District Agriculture Officer Pranati Rani Pradhan, along with district-level officials from various departments, farmer beneficiaries and media representatives were present at the programme. According to the district administration, 97,801 small and marginal farmers in Nuapada district have received ₹19 crore 56 lakh 2 thousand as assistance. In addition, 311 landless agricultural families have been provided ₹13 lakh 27 thousand 500. Together, the two categories account for 98,112 beneficiaries receiving the total assistance of ₹19.69 crore. The financial assistance is expected to provide significant support to farmers during the Rabi season by helping them meet expenses related to the purchase of seeds, fertilisers, pesticides and other agricultural inputs. The scheme is also aimed at strengthening the financial security of farming families and promoting a more productive and profitable agricultural sector. The direct transfer of assistance into farmers’ bank accounts has been welcomed as an important step towards ensuring timely and transparent delivery of government support to the farming community.

Nuapada (ନୂଆପଡ଼ା) • Reports: Malaya Meher & Bijay Bariha

କଂଗ୍ରେସ ନେତା କପିଳ ଦଳାଇଙ୍କ ଧର୍ମପତ୍ନୀଙ୍କ ପରଲୋକ
Sep 4, 2026•27 views

କଂଗ୍ରେସ ନେତା କପିଳ ଦଳାଇଙ୍କ ଧର୍ମପତ୍ନୀଙ୍କ ପରଲୋକ

ଯାଜପୁର: ବିଶିଷ୍ଟ ଶିକ୍ଷାବିତ୍ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀଯୁକ୍ତ କପିଳ ଦଳାଇଙ୍କ ଧର୍ମପତ୍ନୀ ବାସନ୍ତୀ ଦଳାଇଙ୍କ ପରଲୋକରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା। ଏହି ଦୁଃଖଦ ଖବର ପାଇ କଂଗ୍ରେସ ନେତା ସନ୍ତୋଷ ନନ୍ଦ, ମନୋଜ ରାଉତ, ଦୁର୍ଯ୍ୟଧନ ବେହେରା, ଗଦାଧର ଦାସ, ନାରାୟଣ ସାମନ୍ତ, ବିଭୂତି ଭୂଷଣ ମହାପାତ୍ର, ବିଜୟ ମହାପାତ୍ର, ଦିଲୀପ ଦାସ, ମାନସ ପଣ୍ଡା, ବିଳାସ ରାଉତ, ପରିମଳ ବିଶ୍ୱାଳ ଓ ଅର୍ଣ୍ଣବ ମିଶ୍ରଙ୍କ ସମେତ ବହୁ କଂଗ୍ରେସ ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ବାରୁଣୀ ମହାଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା। ଶବାଧାରରେ ବହୁ ସଂଖ୍ୟକ ଗ୍ରାମବାସୀଙ୍କ ସମେତ ତାଙ୍କ ଝିଅ, ଜ୍ୱାଇଁ, ନାତି ଓ ନାତୁଣୀ ଉପସ୍ଥିତ ଥିଲେ। ତାଙ୍କ ଶେଷଯାତ୍ରାରେ ଗ୍ରାମଠାରୁ ସହର ପର୍ଯ୍ୟନ୍ତ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ଶେଷକୃତ୍ୟ ସମୟରେ କଂଗ୍ରେସ ନେତାମାନେ ବାରୁଣୀ ମହାଶ୍ମଶାନରେ ଯୋଗଦେଇ ଦିବଂଗତ ବାସନ୍ତୀ ଦଳାଇଙ୍କ ଆତ୍ମାର ସଦ୍‌ଗତି କାମନା କରିଥିଲେ। ଏଥିସହ ଶୋକସନ୍ତପ୍ତ କପିଳ ଦଳାଇଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇ ଏହି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ।

Jajpur (ଯାଜପୁର) • ରିପୋର୍ଟ: ଅନିଲ କୁମାର ଜେନା, ଯାଜପୁର

ରାସ୍ତା କଡ଼ରେ ପନିପରିବା ହାଟ, ଯାତାୟାତରେ ହଇରାଣ ସାଲିଆସାହିବାସୀ
Sep 4, 2026•28 views

ରାସ୍ତା କଡ଼ରେ ପନିପରିବା ହାଟ, ଯାତାୟାତରେ ହଇରାଣ ସାଲିଆସାହିବାସୀ

ଭୁବନେଶ୍ୱର, ସାଲିଆସାହି: ପନିପରିବା ବିକ୍ରି ପାଇଁ ନିର୍ଦ୍ଦିଷ୍ଟ ହାଟ କିମ୍ବା ବେଣ୍ଡିଂ ଜୋନ୍‌ର ଅଭାବ ଯୋଗୁଁ ସାଲିଆସାହି ଅଞ୍ଚଳରେ ରାସ୍ତା କଡ଼ରେ ବସୁଛନ୍ତି ପନିପରିବା ବ୍ୟବସାୟୀ। ଫଳରେ ଛୋଟ ରାସ୍ତାଟିରେ ଯାତାୟାତ କରୁଥିବା ଲୋକଙ୍କୁ ନାନା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଛବିରେ ଦେଖାଯାଉଛି, ରାସ୍ତାର ଉଭୟ ପାର୍ଶ୍ୱରେ ବ୍ୟବସାୟୀମାନେ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ରଖି ବସିଛନ୍ତି। ଏହାଦ୍ୱାରା ରାସ୍ତାର ଉପଲବ୍ଧ ଜାଗା କମିଯାଉଥିବାରୁ ପଥଚାରୀ ଓ ଦୁଇଚକିଆ ଯାନ ଚଳାଚଳରେ ଅସୁବିଧା ହେଉଛି। ସହରରେ ବ୍ୟବସାୟୀଙ୍କ ପାଇଁ ବେଣ୍ଡିଂ ଜୋନ୍ ବ୍ୟବସ୍ଥା ଥିବା କଥା ବିଏମ୍‌ସି ନିଜ ୱେବସାଇଟ୍‌ରେ ଉଲ୍ଲେଖ କରିଛି। ଏପରିକି ସାଲିଆସାହି ସମ୍ବନ୍ଧିତ ଜୟଦେବ ବିହାର ସାଲିଆସାହି ଅଞ୍ଚଳରେ ଏକ ବେଣ୍ଡିଂ ଜୋନ୍ ତାଲିକାଭୁକ୍ତ ହୋଇଛି। ତେବେ ସ୍ଥାନୀୟ ବ୍ୟବସାୟୀମାନଙ୍କୁ ପନିପରିବା ବିକ୍ରି ପାଇଁ ଉପଯୁକ୍ତ ସ୍ଥାନ ମିଳୁନଥିବା ଅଭିଯୋଗ ଉଠିଛି। ବିଡିଏ ଓ ବିଏମ୍‌ସି ପକ୍ଷରୁ ଉପଯୁକ୍ତ ଜାଗା ଚିହ୍ନଟ କରି ହାଟ ବ୍ୟବସ୍ଥା କରାଯାଉ, ଯାହାଦ୍ୱାରା ବ୍ୟବସାୟୀଙ୍କ ଜୀବିକା ସୁରକ୍ଷିତ ରହିବା ସହ ରାସ୍ତା ମଧ୍ୟ ଯାତାୟାତ ପାଇଁ ସୁବିଧାଜନକ ହେବ—ଏଭଳି ଦାବି ଉଠୁଛି। ପ୍ରଶ୍ନ ହେଉଛି—ବ୍ୟବସାୟୀଙ୍କ ପାଇଁ ସ୍ଥାୟୀ ହାଟ କେବେ ହେବ? ଆଉ ରାସ୍ତା କଡ଼ରେ ହାଟ ଯୋଗୁଁ ହେଉଥିବା ଯାତାୟାତ ସମସ୍ୟାର ସମାଧାନ କେବେ?

Bhubaneswar (ଭୁବନେଶ୍ୱର) • ରିପୋର୍ଟ : ସୁକାନ୍ତ ପ୍ରଧାନ

ଉତ୍କଳ ଦୁର୍ଗାପୂଜା ମଣ୍ଡପ ପକ୍ଷରୁ ଦୂର୍ଗା ପୂଜା ପାଇଁ ମାଟି ଅନୁକୂଳ
Sep 4, 2026•28 views

ଉତ୍କଳ ଦୁର୍ଗାପୂଜା ମଣ୍ଡପ ପକ୍ଷରୁ ଦୂର୍ଗା ପୂଜା ପାଇଁ ମାଟି ଅନୁକୂଳ

ଜଗତପୁର:ଜଗତପୁର ଅଞ୍ଚଳର ପୁରାତନ ଓ ଅଗ୍ରଣୀ ଅନୁଷ୍ଠାନ "ଉତ୍କଳ ଦୁର୍ଗାପୂଜା ମଣ୍ଡପ" ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ଦୁର୍ଗାପୂଜା ଉପଲକ୍ଷେ ପବିତ୍ର ଜନ୍ମାଷ୍ଟମୀରେ ମହାନଦୀ ବଟେଶ୍ୱର ଘାଟରୁ ମାଟି ଅନୁକୂଳ ଯଥାରିତି ଅନୁସାରେ ହୋଇଯାଇଛି । ଏଥିରେ ପୂଜକ ଭାବେ ପରୀକ୍ଷିତ ପାଣି ଓ କର୍ତ୍ତା ଭାବେ ରବୀନ୍ଦ୍ର ପରିଡ଼ା କାର୍ଯ୍ୟ ସମ୍ପାଦନ କରିଥିଲେ | ଏହି ମଣ୍ଡପରେ ଦୀର୍ଘ ପଚାସ ବର୍ଷରୁ ଉର୍ଦ୍ଧ୍ବ ବର୍ଷ ଧରି ମା' ପୂଜା ପାଇ ଆସୁଛନ୍ତି । ଏହି ମଣ୍ଡପରେ ସପ୍ତମୀ ଠାରୁ ଦଶମୀ ଯାଏ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାସହ ରାବଣ ପୋଡ଼ି ମଧ୍ୟ ହୋଇଥାଏ ।ଦହି ପଖାଳ ମଧ୍ୟ ବିଶେଷ ଗୁରୁତ୍ଵ ବହନ କରିଥାଏ । କଟକ ଭସାଣି ପରଦିନ ଏଠାରେ ମା ଙ୍କର ନିଶାମୁକ୍ତ ଭାବରେ ଭସାଣି ଶୋଭାଯାତ୍ରା ମଣ୍ଡପ ରୁ ବାହାରି ଅଞ୍ଚଳ ପରିକ୍ରମା କରି ମହାନଦୀରେ ବିସର୍ଜନ କରାଯାଇଥାଏ ବୋଲି କମିଟି ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା କହିଛନ୍ତି । ଆଜିର ଏହି ମାଟି ଅନୁକୂଳ କାର୍ଯ୍ୟକ୍ରମ ରେ କମିଟି ସଭାପତି ନିରଞ୍ଜନ ବିଶ୍ୱାଳ, ସମ୍ପାଦକ ଅଲେଖ ଚନ୍ଦ୍ର ବେହେରା, ସହ-ସମ୍ପାଦକ ତ୍ରୈଲୋକ୍ୟ ବିଶ୍ଵାଳ, ଉପଦେଷ୍ଟା ଗୋବିନ୍ଦ ରାଉତ୍, କାମପାଳ ଶତପଥୀ, ମୁଷୀ ରାଉତ, ବଂଶୀଧର ନାୟକ, ହେମରାଜ ବିଶ୍ଵାଳ, କେଏମସି ଡେପୁଟୀ ମେୟର ଦମୟନ୍ତୀ ମାଝି, ନୀରୋଦ ଚନ୍ଦ୍ର ପଣ୍ଡା , ଟ୍ରକ୍ ମାଲିକ ସଂଘ ସଭାପତି ଦିଲ୍ଲୀପ ଜେନା, ତୀର୍ଥାନନ୍ଦ ପଣ୍ଡା, ତାପସ ମହାନ୍ତି, ନାଗେଶ୍ଵର ବେହେରା, ଲକ୍ଷ୍ମୀଧର ଶରଣ, ଆବାସ ମଲ୍ଲିକ, ମାଧବ ବିଶ୍ଵାଳ, ଦୟାନିଧି ନାୟକ, ଗୋପାଳ ଚନ୍ଦ୍ର ରାଉତ, ହେମନ୍ତ ବିଶ୍ବାଳ, ମାନସ ପରିଡ଼ା, ଚିତ୍ତ ରଞ୍ଜନ ମହାନ୍ତି, ବିମଳ ବିଶ୍ବାଳ, ରମେଶ ଚନ୍ଦ୍ର ସାହୁ, ବିବେକାନନ୍ଦ ଦାସ, ଜୟନାରାୟଣ ତ୍ରୀପାଠୀ, ଅରୁଣ ପରିଡ଼ା, ବାମା ଚରଣ ଦାସ, ସୌମ୍ୟ ରଞ୍ଜନ ମିଶ୍ର, ଉମେଶ ବେହେରା ଓ ସୁମନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ
Sep 4, 2026•25 views

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ ପାଳନ

ଜଗତପୁର: ଜଗତପୁର ସ୍ଥିତ ନିମପୁର ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ପବିତ୍ର ଜନ୍ମାଷ୍ଟମୀ ଉତ୍ସବ ମହା ଆଡ଼ମ୍ବରରେ ପାଳିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ କ୍ରିୟାଯୋଗ ଆଶ୍ରମର ସ୍ବାମିଜୀ ବିଜ୍ଞାନାନନ୍ଦ ଗିରି ଯୋଗଦେଇ ଶିଶୁମାନଙ୍କୁ ଜନ୍ମାଷ୍ଟମୀ ଉତ୍ସବରେ ମାହାତ୍ମ୍ୟ ବିଷୟରେ ବୁଝାଇଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଂପାଦକ ନୀରୋଦ ଚନ୍ଦ୍ର ପଣ୍ଡା, କୋଷାଧ୍ୟକ୍ଷ ଗାୟତ୍ରୀ ଲେଙ୍କା, ସଭ୍ୟ କାହ୍ନୁଚରଣ ଦଳାଇ, ସ୍ବପ୍ନାଶ୍ରୀ ଦାଶ, ସଂଗୀତଜ୍ଞ ସୁବର୍ଣ୍ଣ କେଶରୀ ବିଶ୍ଵାଳଙ୍କ ସମେତ ବାଦକ ଭାବେ ବିଦ୍ୟାଳୟର ପୂର୍ବଛାତ୍ର ମାତୃ ପ୍ରସାଦ ପଣ୍ଡା ଓ ବକ୍ତା ଭାବେ ବିଦ୍ୟାଳୟର ଆଚାର୍ଯ୍ୟା ସ୍ନେହବାଳା ଷଡ଼ଙ୍ଗୀ ଉପସ୍ଥିତ ଥିଲେ। ପ୍ରଧାନଆଚାର୍ଯ୍ୟ ପ୍ରାଣକୃଷ୍ଣ ମଲ୍ଲିକ୍ ଅତିଥି ପରିଚୟ ପ୍ରଦାନ କରିଥିବା ସ୍ଥଳେ ଆଚାର୍ଯ୍ୟା କିରଣବାଳା ବାରିକ ସଭାକାର୍ଯ୍ୟ ପରିଚାଳନା କରିଥିଲେ । ଏହି ଅବସରରେ ଶିଶୁମାନଙ୍କ ମଧ୍ୟରେ ରାଧାକୃଷ୍ଣ ବେଶ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହିତ ଶିଶୁମାନଙ୍କୁ ପୁରସ୍କୃତ କରାଯାଇଥିଲା। ଉତ୍ସବରେ ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ । ଶେଷରେ ଆଚାର୍ଯ୍ୟ ବୈରାଗୀ ଚରଣ ରାଉତ ଧନ୍ୟବାଦ ଦେଇଥିଲେ।

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

କଟକ ଜିଲ୍ଲା ସ୍ତରୀୟ ସିଏମ କିସାନ ରବି ସହାୟତା ରାଶି ଓ ମୁଖ୍ୟମନ୍ତ୍ରୀ କୃଷକ ସମ୍ମାନ ନିଧି ପ୍ରଦାନ ଉତ୍ସବ  ପାଳିତ
Sep 4, 2026•18 views

କଟକ ଜିଲ୍ଲା ସ୍ତରୀୟ ସିଏମ କିସାନ ରବି ସହାୟତା ରାଶି ଓ ମୁଖ୍ୟମନ୍ତ୍ରୀ କୃଷକ ସମ୍ମାନ ନିଧି ପ୍ରଦାନ ଉତ୍ସବ ପାଳିତ

ଜଗତପୁର: ସାରା ରାଜ୍ୟରେ ସିଏମ କିସାନ ରବି ସହାୟତା ରାଶି ଡିବିଟି ମାଧ୍ୟମରେ ପ୍ରଦାନ କରାଯାଇଛି | ଏହି ପରିପ୍ରେକ୍ଷିରେ ଜିଲ୍ଲା ସ୍ତରୀୟ ସିଏମ କିଷାନ ରବି ସହାୟତା ରାଶି ମାଧ୍ୟ୍ୟମରେ କଟକ ଜିଲ୍ଲାର ପ୍ରାୟ ୧ ଲକ୍ଷ ୯୪ ହଜାର ରୁ ଉର୍ଦ୍ଧ୍ୱ ଚାଷୀ ଓ ୩ ଜଣ ଚାଷୀଙ୍କୁ ମୁଖ୍ୟମନ୍ତ୍ରୀ କୃଷକ ସମ୍ମାନ ନିଧି ପ୍ରଦାନ କରାଯାଇଥିଲା। ଜଗତପୁର ସ୍ଥିତ ଜିଲ୍ଲା କୃଷିଭବନ ଜିଲ୍ଲା କୃଷି ଅଧିକାରୀ କମଳାକାନ୍ତ ପାଣିଗ୍ରାହୀଙ୍କ ସଭାପତିତ୍ୱ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଟକ ଜିଲ୍ଲାପାଳ ଦତ୍ତାତ୍ରୟ ବାଉସାହେବ ସିନ୍ଧେ ଉପଜିଲ୍ଲାପାଳ ଇପ୍ସିତା ପାଢ଼ୀ କଟକ ସଦର ବିଧାୟକ ଇଂ. ପ୍ରକାଶ ଚନ୍ଦ୍ର ସେଠି ଓ ରାଜ୍ୟ କୃଷକ ମୋର୍ଚା ସଭାପତି ଶୁଭ୍ରାଂଶୁ ମୋହନ ପାଢ଼ୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇ ଚାଷ କ୍ଷେତ୍ରରୁ ଚାଷୀ ର ବିକାଶ କ୍ଷେତ୍ର ରେ ବର୍ତ୍ତମାନ ସରକାର ଯେଉଁ ପଦକ୍ଷେପ ଗ୍ରହଣ କରିଛନ୍ତି ଏ ନେଇ ଅନେକ କ୍ଷେତ୍ରରେ ଚାଷୀଙ୍କ ଉନ୍ନତି ହୋଇପାରିଛି ଓ ଅନେକ ଯୁବକ ଓ ନୂତନ ଚାଷୀ ସୃଷ୍ଟି ହୋଇପାରିଛନ୍ତି। ପ୍ରିୟ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀ ଯେଉଁ ଭିଜନ ରଖିଛନ୍ତି ତାହାକୁ ସାର୍ଥକ କରିପାରିବା | ଯଦି ଆମେ ଚାଷୀଙ୍କୁ ୧୨ ମାସ ଜଳ ଯୋଗାଇ ପାରିବା ତାହେଲେ ଆହୁରି ଚାଷୀର ପ୍ରଗତି ହେବ ଚାଷୀର ପ୍ରଗତି ହେଲେ ଦେଶର ପ୍ରଗତି ହୋଇପାରିବ ବୋଲି ମାନ୍ୟବର ବିଧାୟକ କହିଥିଲେ |

Cuttack (କଟକ) • ରିପୋର୍ଟ:ସୁରେନ୍ଦ୍ର ଜେନା, କଟକ

ବରଗଡ଼ରେ ସାର ବିକ୍ରିକୁ ନେଇ ବିବାଦ: ଉମାଶଙ୍କର ଶୁକ୍ଳାଙ୍କ ନାଁରେ ଆସିଲା ଅଭିଯୋଗ, ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ
Sep 4, 2026•26 views

ବରଗଡ଼ରେ ସାର ବିକ୍ରିକୁ ନେଇ ବିବାଦ: ଉମାଶଙ୍କର ଶୁକ୍ଳାଙ୍କ ନାଁରେ ଆସିଲା ଅଭିଯୋଗ, ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ

ବରଗଡ଼: ୪/୯: ଚାଷୀଙ୍କ ଜିଲ୍ଲା ଭାବେ ପରିଚିତ ବରଗଡ଼ରେ ସାର ବିକ୍ରିକୁ ନେଇ ପୁଣିଥରେ ଉଠିଛି ପ୍ରଶ୍ନ। ସାର ଦର ଓ ବିକ୍ରି ପ୍ରକ୍ରିୟାକୁ ନେଇ କିଛି ରିଟେଲରଙ୍କ ପକ୍ଷରୁ ହୋଲସେଲର ଉମାଶଙ୍କର ଶୁକ୍ଳାଙ୍କ ଦୋକାନ ବିରୋଧରେ ଅଭିଯୋଗ ଆସିଥିବା ଜଣାପଡ଼ିଛି। ଅଭିଯୋଗ ଅନୁଯାୟୀ, ରିଟେଲରମାନଙ୍କୁ ଚଢ଼ା ଦରରେ ସାର ଦିଆଯାଉଥିବା ନେଇ କିଛି ଡିଲର ପୂର୍ବରୁ CDOଙ୍କ ନିକଟରେ ଦାବିପତ୍ର ଦେଇଥିବା କଥା କୁହାଯାଉଛି। ତେବେ ଏହି ଅଭିଯୋଗ ଉପରେ ପ୍ରଶାସନ ପକ୍ଷରୁ କି ପଦକ୍ଷେପ ନିଆଯାଇଛି, ତାହାକୁ ନେଇ ଏବେ ପ୍ରଶ୍ନ ଉଠୁଛି। ଏହି ଅଭିଯୋଗର ସତ୍ୟତା ଜାଣିବା ଓ ଉମାଶଙ୍କର ଶୁକ୍ଳାଙ୍କ ପକ୍ଷରୁ ପ୍ରତିକ୍ରିୟା ନେବା ପାଇଁ ଆମ ପ୍ରତିନିଧି ତାଙ୍କ ଦୋକାନକୁ ଯାଇଥିଲେ। ସେଠାରେ ଅଭିଯୋଗ ସମ୍ପର୍କରେ ପଚରାଉଚରା କରାଯିବା ସମୟରେ କଥାବାର୍ତ୍ତାକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଥିବା ଏବଂ ଆମ ପ୍ରତିନିଧିଙ୍କୁ ଧମକ ଦିଆଯାଇଥିବା ଅଭିଯୋଗ ରହିଛି। ଏପରିକି ମାଡ଼ ମାରିବା ଭଳି ଧମକ ଦିଆଯାଇଥିବା ମଧ୍ୟ ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ କିଛି ଦିନ ଧରି ବରଗଡ଼ରେ ସାର ବିକ୍ରି ସମ୍ପର୍କିତ କିଛି ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହାକୁ ନେଇ ଚାଷୀ ଓ ସାର ବ୍ୟବସାୟୀ ମହଲରେ ମଧ୍ୟ ଆଲୋଚନା ଜୋର ଧରିଛି। ବରଗଡ଼ ଜିଲ୍ଲାରେ ବିପୁଳ ପରିମାଣରେ ଧାନ ଚାଷ ହେଉଥିବାରୁ ଚାଷୀଙ୍କ ପାଇଁ ସାରର ଉପଲବ୍ଧତା ଓ ଉଚିତ ଦର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏଭଳି ସ୍ଥିତିରେ ସାର ଚଢ଼ା ଦରରେ ବିକ୍ରି ହେଉଥିବା ଅଭିଯୋଗ ଯଦି ସତ୍ୟ ହୋଇଥାଏ, ତେବେ ଏହା ଉପରେ କୃଷି ବିଭାଗ ଓ ପ୍ରଶାସନ ପକ୍ଷରୁ ତଦନ୍ତ କରାଯିବା ଆବଶ୍ୟକ ବୋଲି ଦାବି ଉଠିଛି। ତେବେ ଉମାଶଙ୍କର ଶୁକ୍ଳାଙ୍କ ବିରୋଧରେ ଆସିଥିବା ଅଭିଯୋଗର ସତ୍ୟତା କ’ଣ, କେଉଁ ଦରରେ ସାର କିଣାଯାଉଛି ଓ କେଉଁ ଦରରେ ବିକ୍ରି ହେଉଛି—ଏସବୁର ତଥ୍ୟ ସରକାରୀ ରେକର୍ଡ ଓ ବିଲ୍ ଯାଞ୍ଚ ପରେ ହିଁ ସ୍ପଷ୍ଟ ହୋଇପାରିବ। ଏବେ ପ୍ରଶ୍ନ ହେଉଛି—ରିଟେଲର୍ ମାନେ ଅଭିଯୋଗ କରିବା ପରେ ପ୍ରଶାସନ ପକ୍ଷରୁ ଯାଞ୍ଚ କାହିଁକି ହେଉନାହିଁ? ଚାଷୀଙ୍କ ସ୍ୱାର୍ଥରେ ସାରର ଦର ଓ ବିକ୍ରି ପ୍ରକ୍ରିୟା ଉପରେ କୃଷି ବିଭାଗ କେବେ ସ୍ପଷ୍ଟ ତଦନ୍ତ କରିବ? ଏବଂ ଅଭିଯୋଗ ସତ୍ୟ ହେଲେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କି ପଦକ୍ଷେପ ନିଆଯିବ? ଚାଷୀଙ୍କ ସ୍ୱାର୍ଥ ସହ ଜଡ଼ିତ ଏହି ଗୁରୁତର ଅଭିଯୋଗ ଉପରେ ପ୍ରଶାସନର ତଦନ୍ତ ପରେ ହିଁ ସତ୍ୟ ସାମ୍ନାକୁ ଆସିବ।

Bargarh (ବରଗଡ଼) • ସତ୍ୟ ସୁରୁ ଜାଲ

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ
Sep 4, 2026•57 views

ଆଜି ପବିତ୍ର ଜନ୍ମାଷ୍ଟମୀ, ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ

ବଅଁରପାଳ: ଭକ୍ତିମୟ ପରିବେଶରେ ପାଳିତ ହେଉଛି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମତିଥି ଅବସରରେ ବିଭିନ୍ନ ମନ୍ଦିରକୁ ଆକର୍ଷଣୀୟ ଭାବେ ସଜାଯାଇଛି। ଭୋରୁ ମନ୍ଦିରରେ ଭକ୍ତଙ୍କ ସମାଗମ ସହ ହରିନାମ ସଂକୀର୍ତ୍ତନ ଓ ଭଜନରେ ମୁଖରିତ ହୋଇଛି ପରିବେଶ। ପୌରାଣିକ ବିଶ୍ୱାସ ଅନୁସାରେ, ଭାଦ୍ରବ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ମଥୁରା କାରାଗାରରେ ଦେବକୀଙ୍କ କୋଳରେ ଶ୍ରୀକୃଷ୍ଣ ଜନ୍ମଗ୍ରହଣ କରିଥିଲେ। ଅନ୍ୟାୟ ଓ ଅଧର୍ମର ଅନ୍ତ ଘଟାଇ ଧର୍ମର ପ୍ରତିଷ୍ଠା ତାଙ୍କ ଅବତାରର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଧାର୍ମିକ ବିଶ୍ୱାସ ରହିଛି। ଜନ୍ମାଷ୍ଟମୀ ଅବସରରେ ଭକ୍ତମାନେ ଉପବାସ ରଖି ଶ୍ରୀକୃଷ୍ଣଙ୍କ ଆରାଧନା କରୁଛନ୍ତି। ସନ୍ଧ୍ୟାରୁ ଭକ୍ତଙ୍କ ଭିଡ଼ ବଢ଼ିବା ସହ ମଧ୍ୟରାତ୍ରିରେ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ, ଜନ୍ମାଭିଷେକ, ମଙ୍ଗଳ ଆଳତି ଓ ପ୍ରସାଦ ବଣ୍ଟନ କରାଯିବ। ଶ୍ରୀକୃଷ୍ଣଙ୍କ ଜୟଧ୍ୱନିରେ ଗୁଞ୍ଜରିତ ହେବ ମନ୍ଦିର ପରିସର।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା ବଅଁରପାଳ