--:--:--
-- ---
Srishti News

ତାଳଚେର ଗଣେଶ ପୂଜାରେ ଲୋକାରଣ୍ୟ, ବିଭିନ୍ନ ମଣ୍ଡପ ବୁଲିଲେ ନଗରପାଳ ଓ ବିଜେପି ନେତା

Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ତାଳଚେରSeptember 21, 202638 views
ତାଳଚେର ଗଣେଶ ପୂଜାରେ ଲୋକାରଣ୍ୟ, ବିଭିନ୍ନ ମଣ୍ଡପ ବୁଲିଲେ ନଗରପାଳ ଓ ବିଜେପି ନେତା
ତାଳଚେର: ତାଳଚେରର ପ୍ରସିଦ୍ଧ ଗଣେଶ ପୂଜାକୁ ନେଇ ସହରରେ ଉତ୍ସବମୁଖର ପରିବେଶ ସୃଷ୍ଟି ହୋଇଛି। ସପ୍ତମ ସନ୍ଧ୍ୟାରେ ବିଭିନ୍ନ ପୂଜାମଣ୍ଡପରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିବା ବେଳେ, ତାଳଚେର ନଗରପାଳ ପବିତ୍ର ଭୁତିଆ ଓ ବିଜେପି ଜିଲ୍ଲା ସଭାପତି ଯଯାତୀ ପଟ୍ଟନାୟକ ବିଭିନ୍ନ ମଣ୍ଡପ ପରିଦର୍ଶନ କରି ପ୍ରଭୁ ଗଣେଶଙ୍କ ଆଶୀର୍ବାଦ ନେଇଥିଲେ। ତାଳଚେରର ୧୦୦ରୁ ଊର୍ଦ୍ଧ୍ୱ ମଣ୍ଡପରେ ଚାଲିଥିବା ପୂଜା ଓ ଆକର୍ଷଣୀୟ ସାଜସଜ୍ଜା ଦର୍ଶକଙ୍କୁ ଆକୃଷ୍ଟ କରୁଛି। ଘୋଡ଼ାଶାଳରୁ ହାଣ୍ଡିଧୂଆଁ ପର୍ଯ୍ୟନ୍ତ ଆଲୋକମାଳା ଓ ତୋରଣରେ ସହର ଝଲସି ଉଠିଛି। ଭିଡ଼ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ବିଭିନ୍ନ ପୂଜା କମିଟି ପକ୍ଷରୁ ଶ୍ରଦ୍ଧାଳୁଙ୍କୁ ଲଡୁ, ରାମଖେଚୁଡ଼ି ଓ ପାନୀୟଜଳ ବଣ୍ଟନ କରାଯାଉଛି। ଏଥିସହ ତାଳଚେର କଲେଜ ପରିସରରେ କେନ୍ଦ୍ରୀୟ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଜାରି ରହିଛି।