ଦେବୋତ୍ତର ଜମିରେ ବେଆଇନ ପୋଲ ନିର୍ମାଣ ଅଭିଯୋଗ, ଉପଜିଲ୍ଲାପାଳଙ୍କ ନିକଟରେ ଫେରାଦ
Dhenkanal (ଢେଙ୍କାନାଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJune 28, 202664 views

ଢେଙ୍କାନାଳ: ହିନ୍ଦୋଳ ବ୍ଲକ ପାଇକପୁରୁଣା କୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହାତଜା ମୌଜାର ଦେବୋତ୍ତର ଜମିରେ ବେଆଇନ ଭାବେ ପୋଲ ନିର୍ମାଣ ହେଉଥିବା ଅଭିଯୋଗ ଆସିଛି। ଏନେଇ ସ୍ଥାନୀୟ ପୂଜକମାନେ ହିନ୍ଦୋଳ ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ପାଉଁଶିଆ ନାଳ ଉପରେ ନିର୍ମାଣାଧୀନ ପୋଲ ପାଇଁ ଦେବୋତ୍ତର ଜମି ବ୍ୟବହାର କରାଯାଉଛି। ପୂଜକମାନଙ୍କ ସହ କୌଣସି ଆଲୋଚନା ନକରି ବଳପୂର୍ବକ ନିର୍ମାଣ କାମ ଚାଲିଥିବା ସହ ସେଠାରେ ଥିବା ମୂଲ୍ୟବାନ ଗଛ ମଧ୍ୟ କାଟି ଦିଆଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।
ଏହାସହ ନିର୍ମାଣ ସ୍ଥଳରେ ସୂଚନା ଫଳକ ନଥିବାରୁ କେଉଁ ବିଭାଗ ଏହି କାମ କରୁଛି ତାହା ସ୍ପଷ୍ଟ ହୋଇନାହିଁ। ଘଟଣାର ତଦନ୍ତ କରି ନିର୍ମାଣ କାର୍ଯ୍ୟ ତୁରନ୍ତ ବନ୍ଦ କରିବାକୁ ପୂଜକମାନେ ଦାବି କରିଛନ୍ତି।
