ଗାର୍ଡୱାଲ୍ ପଡ଼ି ମହିଳାଙ୍କ ମୃତ୍ୟୁ, ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ
Ganjam (ଗଞ୍ଜାମ)ରିପୋର୍ଟ: ବିଜୟା ନନ୍ଦ ତ୍ରିପାଠୀ, ଗଞ୍ଜାମJune 28, 202634 views

ହିଞ୍ଜିଳିକାଟୁ, ୨୨।୬ (ସଂଚାର ବ୍ୟୁରୋ): ହିଞ୍ଜିଳି ଥାନା ଅନ୍ତର୍ଗତ ଗାଁରେ ପାଚେରୀ ପଡ଼ି ଜଣୈକ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତ ମହିଳା ଜଣକ ହେଲେ ପାଞ୍ଚାଳୀ ଗୌଡ଼ (୪୫) । ପାଚେରୀକୁ ଲାଗି ମହିଳା ଜଣକ ଗାଈ ଗୁହାଳ କରିଥିଲେ । ଆଜି ଅପରାହ୍ନ ସମୟରେ ଗୁହାଳ ସଫା କରୁଥିବା ବେଳେ ହଠାତ୍ ପ୍ରାଚୀର ପଡ଼ିଯାଇଥିଲା । ସ୍ଥାନୀୟ ଲୋକେ ଆମ୍ବୁଲାନ୍ସରେ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବେଳେ ଡାକ୍ତର କିନ୍ତୁ ମୃତ ଘୋଷଣା କରିଥିଲେ । ହିଞ୍ଜିଳି ମେଡିକାଲରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ଏ ନେଇ ହିଞ୍ଜିଳି ଥାନାରେ ରେ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।
