--:--:--
-- ---
Srishti News

ଦିନ ଦ୍ବିପହରେ ବୁଲିଲା ଖଣ୍ଡା

Balangir (ବଲାଙ୍ଗୀର)ଟିଟିଲାଗଡ଼ ରୁ କୃଷ୍ଣଚନ୍ଦ୍ର ମାଝୀଙ୍କ ରିପୋର୍ଟJune 28, 2026190 views
ଦିନ ଦ୍ବିପହରେ ବୁଲିଲା ଖଣ୍ଡା
ଟିଟିଲାଗଡ଼ :-ଟିଟିଲାଗଡ଼ ସହରର ମଙ୍ଗଳା ମନ୍ଦିର ନିକଟରେ ଗତକାଲି ଶନିବାର ଦିନ ଦ୍ବିପହର ରେ ଗୁଣ୍ଡାମାନଙ୍କ ଆତଙ୍କ l ସୂଚନାକ୍ରମେ ନିଶାଶକ୍ତ ଯୁବକମାନେ ଏକ କାର ରେ ଯାଉଥିବା ସମୟରେ ଅଳ୍ପକେ ବର୍ତ୍ତିଲେ ଏକ ବାଇକ ଚାଳକ l ଅଳ୍ପଦୂର ମଙ୍ଗଳା ମନ୍ଦିର ନିକଟରେ କାର ରେ ଥିବା ଯୁବକ ମାନେ ଅଟକିଥିବା ସମୟରେ ବାଇକ ଚାଳକ ସେମାନଙ୍କୁ କାହିଁକି ଏମିତି ଗାଡି ଚଳାଉଛନ୍ତି ବୋଲି କହିବାରୁ ସଙ୍ଗେ ସଙ୍ଗେ ବାଇକ ଚାଳକ କୁ ମାଡ଼ମାରି କାର ରୁ ଖଣ୍ଡା ବାହାର କରିଥିଲେ l ଏତିକି ସମୟରେ ସ୍ଥାନୀୟ ଲୋକେ ପହଞ୍ଚି ବାଇକ ଚାଳକକୁ ବଞ୍ଚାଇଥିଲେ l ପରେ ଟିଟିଲାଗଡ଼ ପୋଲିସ ପହଞ୍ଚି ନିଶାସକ୍ତ ଯୁବକ ମାନଙ୍କୁ ଥାନା କୁ ନେଇ ଅଟକ ରଖିଥିଲେ l ନିଶାଶକ୍ତ ଯୁବକମାନେ ବଡ଼ମାଲ ଅଞ୍ଚଳର ବୋଲି ଜଣା ପଡିଛି l ଟିଟିଲାଗଡ଼ ସହରରେ କ୍ରାଇମ ବଢ଼ୁଥିବାରୁ ଚିନ୍ତାରେ ଜନସାଧାରଣ l