ଦୟନୀୟ ଅବସ୍ଥାରେ ବଗାଧର କୁଷ୍ଠ କଲୋନୀ, ମୌଳିକ ସୁବିଧାରୁ ବଞ୍ଚିତ ବାସିନ୍ଦା
Angul (ଅନୁଗୋଳ)ରିପୋର୍ଟ: ସନାତନ କର ଓ ସରୋଜ କାନ୍ତ ଜେନାJune 28, 202661 views

ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ଘଣ୍ଟପଢ଼ା ଗ୍ରାମପଞ୍ଚାୟତରେ ଅବସ୍ଥିତ ବଗାଧର କୁଷ୍ଠ କଲୋନୀର ବାସିନ୍ଦାମାନେ ଅତ୍ୟନ୍ତ ଦୟନୀୟ ପରିସ୍ଥିତିରେ ଜୀବନ ବିତାଉଛନ୍ତି। ଏହି କଲୋନୀର ଅଧିକାଂଶ ବାସିନ୍ଦା ଦିବ୍ୟାଙ୍ଗ ହୋଇଥିଲେ ମଧ୍ୟ ସେମାନଙ୍କ ପାଇଁ ଆବଶ୍ୟକ ମୌଳିକ ସୁବିଧା ଆଜି ପର୍ଯ୍ୟନ୍ତ ଉପଲବ୍ଧ ହୋଇନାହିଁ।
କଲୋନୀରେ ପିଇବା ପାଣିର ସୁବିଧା ନଥିବା ବେଳେ ଗାଧୋଇବା ପାଇଁ ମଧ୍ୟ କୌଣସି ପୋଖରୀ କିମ୍ବା ବିକଳ୍ପ ବ୍ୟବସ୍ଥା ନାହିଁ। ଏହି ଅଭାବ ଯୋଗୁଁ ବାସିନ୍ଦାମାନେ ପ୍ରତିଦିନ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କ କହିବା ଅନୁସାରେ, ବହୁଥର ସମସ୍ୟା ସମ୍ପର୍କରେ ଜଣାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସ୍ଥାୟୀ ସମାଧାନ ହୋଇନାହିଁ।
କୁଷ୍ଠ କଲୋନୀର ବାସିନ୍ଦାମାନେ ପ୍ରଶାସନଙ୍କୁ ନିବେଦନ କରିଛନ୍ତି ଯେ, ସେମାନଙ୍କ ଦୁର୍ଦ୍ଦଶା ପ୍ରତି ଶୀଘ୍ର ଦୃଷ୍ଟି ଦେଇ ପିଇବା ପାଣି, ସ୍ନାନ ବ୍ୟବସ୍ଥା ସମେତ ଅନ୍ୟାନ୍ୟ ମୌଳିକ ସୁବିଧା ଯୋଗାଇ ଦିଆଯାଉ। ପ୍ରଶାସନ ଏହି ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନେଲେ କଲୋନୀବାସୀ ଚିର ଉପକୃତ ହେବେ ବୋଲି ସେମାନେ ଆଶା ପ୍ରକାଶ କରିଛନ୍ତି।
