--:--:--
-- ---
Srishti News

Web News

ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା ଦ୍ରୁତଗାମୀ ମାଲ ବୋଝେଇ ଟ୍ରକ
Jul 1, 2026•124 views

ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା ଦ୍ରୁତଗାମୀ ମାଲ ବୋଝେଇ ଟ୍ରକ

ଅନୁଗୋଳ: ବଅଁରପାଳ ଥାନା ନୂଆହତା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଗ୍ରୀଡ ସମ୍ମୁଖ ରେ ଦ୍ରୁତଗାମୀ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଆଜି ଅପରାହ୍ଣ ୧୨ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗାଡ଼ି ଚାଳକର ଭଗବାନ ଙ୍କ କୃପାରୁ କୌଣସି କ୍ଷତି ଘଟିନାହିଁ । ଡ୍ରାଇଭର୍ ସୂଚନା ମୁତାବକ ଟ୍ରକ ଟି ଢେଙ୍କାନାଳରୁ ମାଲଧରି ଛତ୍ତିଶଗଡ଼ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ବେଳେ କୌଣସି ଏକ କାରଣରୁ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ସ୍ତାନୀୟ ଲୋକ ପହଞ୍ଚି ଗାଡ଼ି ଚାଳକକୁ ଗାଡି ମଧ୍ୟରୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା

ଆଧାର ଭତ୍ତାଧାରୀ ସାବଧାନ: ଆଧାର ଲିଙ୍କ୍ ନକଲେ ବନ୍ଦ ହୋଇଯିବ ମାସିକ ଭତ୍ତା,  ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ
Jul 1, 2026•49 views

ଆଧାର ଭତ୍ତାଧାରୀ ସାବଧାନ: ଆଧାର ଲିଙ୍କ୍ ନକଲେ ବନ୍ଦ ହୋଇଯିବ ମାସିକ ଭତ୍ତା,  ତୁରନ୍ତ ପଦକ୍ଷେପ ନେବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

ଭୁବନେଶ୍ୱର: ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ ଅନ୍ତର୍ଗତ ମାସିକ ପେନସନ୍ ବା ଭତ୍ତା ପାଉଛନ୍ତି, ତେବେ ତୁରନ୍ତ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବରକୁ ଲିଙ୍କ୍ କରାଇ ନିଅନ୍ତୁ। ନଚେତ୍ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ମାସିକ ଭତ୍ତା ବନ୍ଦ ହେବାର ଆଶଙ୍କା ରହିଛି। ବୈଷୟିକ କାରଣରୁ ପ୍ରାୟ ୨ରୁ ୩ମାସ ଧରି ସାମାଜିକ ସୁରକ୍ଷା ଭତ୍ତା ପାଇବାରେ ସମସ୍ୟା ଭୋଗିଥିବା ହିତାଧିକାରୀ ସାବଧାନ। ଯଦି ଆପଣ କିମ୍ବା ଆପଣଙ୍କ ପରିବାରର କେହି ଜାତୀୟ ସାମାଜିକ ସହାୟତା କାର୍ଯ୍ୟକ୍ରମ (NSAP) ଅନ୍ତର୍ଗତ ମାସିକ ପେନସନ୍ ବା ଭତ୍ତା ପାଉଛନ୍ତି, ତେବେ ତୁରନ୍ତ ନିଜର ବ୍ୟାଙ୍କ ଆକାଉଣ୍ଟ ସହ ଆଧାର ନମ୍ବରକୁ ଲିଙ୍କ୍ କରାଇ ନିଅନ୍ତୁ। ନଚେତ୍ ଯେକୌଣସି ମୁହୂର୍ତ୍ତରେ ଆପଣଙ୍କ ମାସିକ ଭତ୍ତା ବନ୍ଦ ହେବାର ଆଶଙ୍କା ରହିଛି। 

Bhubaneswar (ଭୁବନେଶ୍ୱର) • ରିପୋର୍ଟ: ବିଜୟାନନ୍ଦ ତ୍ରିପାଠୀ

ମଞ୍ଜୁରୀପ୍ରାପ୍ତ ପଦ ନଥିବା ଦର୍ଶାଇ ନିୟମିତ ନିଯୁକ୍ତିରୁ ବଞ୍ଚିତ କରିହେବ ନାହିଁ: ହାଇକୋର୍ଟ
Jul 1, 2026•114 views

ମଞ୍ଜୁରୀପ୍ରାପ୍ତ ପଦ ନଥିବା ଦର୍ଶାଇ ନିୟମିତ ନିଯୁକ୍ତିରୁ ବଞ୍ଚିତ କରିହେବ ନାହିଁ: ହାଇକୋର୍ଟ

କଟକ : କେବଳ ମଞ୍ଜୁରୀପ୍ରାପ୍ତ ପଦରେ ନିଯୁକ୍ତି ପାଇ ନ ଥିବା ଦର୍ଶାଇ ଦୀର୍ଘ ବର୍ଷ ଧରି ସେବା ଯୋଗାଇ ଆସୁଥିବା ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ନିୟମିତ ନିଯୁକ୍ତିର ସୁଯୋଗରୁ ବଞ୍ଚିତ କରାଯାଇପାରିବ ନାହିଁ ବୋଲି ଓଡିଶା ହାଇକୋର୍ଟ ରାୟ ଦେଇଛନ୍ତି। ରାଜ୍ୟ ସରକାରଙ୍କ ଦାଖଲ ରିଟ୍ ଅପିଲକୁ ଖାରଜ କରି ହାଇକୋର୍ଟ ଏହି ମନ୍ତବ୍ୟ ଦେଇଛନ୍ତି। ଜଷ୍ଟିସ କୃଷ୍ଣ ଏସ. ଦାଶିତ ଏବଂ ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ଖଣ୍ଡପୀଠ ଅମିତା ମହାପାତ୍ରଙ୍କ ସମ୍ପର୍କିତ ମାମଲାର ଶୁଣାଣି କରି ଏହି ରାୟ ପ୍ରଦାନ କରିଛନ୍ତି। ଅମିତା ୨୦୦୬ ମସିହାରେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର ହସ୍ପିଟାଲରେ ଫାର୍ମାସିଷ୍ଟ ଫେଲୋ ଭାବେ ନିଯୁକ୍ତ ହୋଇଥିଲେ। ସେ ୧୪ ବର୍ଷରୁ ଅଧିକ ସମୟ ଧରି ସେବା ପ୍ରଦାନ କରିଥିଲେ ଏବଂ ତାଙ୍କ ନିୟମିତକରଣ ପାଇଁ ସକ୍ଷମ କର୍ତ୍ତୃପକ୍ଷ ଏକାଧିକ ଥର ସୁପାରିସ ମଧ୍ୟ କରିଥିଲେ। ତେବେ ୨୦୨୦ ମସିହାରେ ସେ ମଞ୍ଜୁରୀପ୍ରାପ୍ତ ପଦରେ କାର୍ଯ୍ୟରତ ନ ଥିବା ଦର୍ଶାଇ ତାଙ୍କୁ ଚାକିରିରୁ ବରଖାସ୍ତ କରାଯାଇଥିଲା। ଏହାକୁ ଚାଲେଞ୍ଜ କରି ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଜଣିକିଆ ବିଚାରପତି ତାଙ୍କ ସପକ୍ଷରେ ରାୟ ଦେଇ ବରଖାସ୍ତ ଆଦେଶ ପ୍ରତ୍ୟାହାର ଓ ନିୟମିତକରଣ ପ୍ରସଙ୍ଗର ପୁନଃବିଚାର ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ରାୟକୁ ଚାଲେଞ୍ଜ କରି ରାଜ୍ୟ ସରକାର ଡିଭିଜନ ବେଞ୍ଚରେ ଅପିଲ କରିଥିଲେ। ଫଳରେ ହାଇକୋର୍ଟ ରାଜ୍ୟ ସରକାରଙ୍କ ଅପିଲକୁ ଖାରଜ କରିବା ସହ ଜଣିକିଆ ବିଚାରପତିଙ୍କ ରାୟକୁ ବଳବତ୍ତର ରଖିଛନ୍ତି। ଜଣିକିଆ ବିଚାରପତିଙ୍କ ଆଦେଶକୁ ତିନି ମାସରେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Cuttack (କଟକ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ସ୍ୱନିଧି ମହୋତ୍ସବ ପାଳିତ
Jul 1, 2026•48 views

ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ସ୍ୱନିଧି ମହୋତ୍ସବ ପାଳିତ

ଗଞ୍ଜାମ : ଜିଲ୍ଲା ପରିଷଦର ଋଷିକୁଲ୍ୟା ସମ୍ମିଳନୀ କକ୍ଷରେ ଜିଲ୍ଲାସ୍ତରୀୟ ପ୍ରଧାନମନ୍ତ୍ରୀ ସ୍ୱନିଧି ମହୋତ୍ସବ ଜିଲ୍ଲା ଯୋଜନା ବୋର୍ଡର ମାନ୍ୟବର ଅଧ୍ୟକ୍ଷ, ଛତ୍ରପୁର ଓ ବ୍ରହ୍ମପୁର ବିଧାୟକ, ଜିଲ୍ଲାପାଳ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ସମସ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ, ଜନ ପ୍ରତିନିଧି ଓ ହିତାଧିକାରୀମାନଙ୍କ ଉପସ୍ଥିତିରେ ଆୟୋଜିତ ହୋଇଥିଲା । ଏହି ଅବସରରେ ସଫଳ ହିତାଧିକାରୀ ଓ ଶ୍ରେଷ୍ଠ ବ୍ୟାଙ୍କକୁ ସମ୍ମାନିତ କରାଯିବା ସହ ଡିଜିଟାଲ ପେମେଣ୍ଟ ଓ ଖାଦ୍ୟ ସୁରକ୍ଷା ସମ୍ପର୍କିତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା ।

Ganjam (ଗଞ୍ଜାମ) • ରିପୋର୍ଟ: କବିରାଜ ପାତ୍ର, ସ୍ଵତନ୍ତ୍ର ପ୍ରତିନିଧି

ହୁଲ୍ ଦିବସରେ ସାହସୀ ଆଦିବାସୀ ବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
Jul 1, 2026•38 views

ହୁଲ୍ ଦିବସରେ ସାହସୀ ଆଦିବାସୀ ବୀରଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ, ଜୁନ୍ ୩୦: ହୁଲ୍ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ବିଦେଶୀ ଶାସନ ବିରୋଧରେ ସଂଗ୍ରାମ କରିଥିବା ସାହସୀ ଆଦିବାସୀ ବୀର ସିଦୋ-କାହ୍ନୁ, ଚାନ୍ଦ-ଭୈରବ ଏବଂ ଫୁଲୋ-ଝାନୋଙ୍କ ସମେତ ସମସ୍ତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। 'ଏକ୍ସ'ରେ କରିଥିବା ଏକ ପୋଷ୍ଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ହୁଲ୍ ଦିବସ ଦେଶର ଆଦିବାସୀ ସମାଜର ଅଦମ୍ୟ ସାହସ, ସଂଘର୍ଷ ଏବଂ ଆତ୍ମସମ୍ମାନର ଏକ ଶକ୍ତିଶାଳୀ ପ୍ରତୀକ। ଭାରତୀୟ ଇତିହାସର ଏହି ଗୌରବମୟ ଅବସରରେ ବିଦେଶୀ ଶାସନର ଅନ୍ୟାୟ ବିରୋଧରେ ଲଢ଼ିଥିବା ସମସ୍ତ ବୀର ଯୋଦ୍ଧାଙ୍କୁ ସେ ଶ୍ରଦ୍ଧାପୂର୍ବକ ସ୍ମରଣ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଆଦିବାସୀ ସମାଜର ମର୍ଯ୍ୟାଦା ଓ ସମ୍ମାନର ସୁରକ୍ଷା ପାଇଁ ଏହି ବୀରମାନଙ୍କ ସଂଘର୍ଷ ଓ ବଳିଦାନର କାହାଣୀ ଦେଶବାସୀଙ୍କ ହୃଦୟରେ ନୂତନ ଶକ୍ତି ଓ ଦେଶପ୍ରେମର ଭାବନା ସଞ୍ଚାର କରିବ।

Bhubaneswar (ଭୁବନେଶ୍ୱର) • ରିପୋଟ ସୁକାନ୍ତ ପ୍ରଧାନ

ପ୍ରଥମ ଓଡ଼ିଆ ଝିଅ ଭାବେ NSDରେ ସୋନାଲି ବେହେରାଙ୍କ ସଫଳତା
Jul 1, 2026•41 views

ପ୍ରଥମ ଓଡ଼ିଆ ଝିଅ ଭାବେ NSDରେ ସୋନାଲି ବେହେରାଙ୍କ ସଫଳତା

ଝାରସୁଗୁଡ଼ା:୩୦/୬: ଓଡ଼ିଶାରେ ପ୍ରଥମ କରି ଝାରସୁଗୁଡ଼ା ଜିଲ୍ଲା ବେଲପାହାଡ଼ ଅଞ୍ଚଳର ଓଡ଼ିଆ ଝିଅ ସୋନାଲି ବେହେରା ନୂଆଦିଲ୍ଲୀରେ ଥିବା ରାଷ୍ଟ୍ରୀୟ ନାଟ୍ୟ ବିଦ୍ୟାଳୟ(NSD)ରେ ଅଧ୍ୟୟନ ପାଇଁ କୃତକାର୍ଯ୍ୟ ହୋଇ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି। ସୋନାଲି ଏନ୍ଏସଡି ର ମୁଖ୍ୟ କ୍ୟାମ୍ପସରେ କୃତକାର୍ଯ୍ୟ ହୋଇ ଅଧ୍ୟୟନ ପାଇଁ ମନୋନୀତ ହୋଇଛନ୍ତି। ଏନଏସଡି ପକ୍ଷରୁ ପ୍ରକାଶିତ ଚୂଡ଼ାନ୍ତ ଫଳାଫଳ ଅନୁଯାୟୀ, ଗତ ୧୪ରୁ ୧୯ ଜୁନ୍ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଆୟୋଜିତ ସାକ୍ଷାତକାର, କର୍ମଶାଳା ଓ ଚୂଡ଼ାନ୍ତ ମନୋନୟନ ପ୍ରକ୍ରିୟାରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିଲେ। ୮୦.୦୫ ନମ୍ବର ହାସଲ କରି ସେ ଉତ୍କଳ ଭାରତୀୟ ମେରିଟ୍ ତାଲିକାରେ ଅଷ୍ଟମ ସ୍ଥାନ ଅଧିକାର କରିଛନ୍ତି। ବେଲପାହାଡ଼ର ପ୍ରତିଷ୍ଠିତ ନାଟ୍ୟ ଅନୁଷ୍ଠାନ ‘ମିରର ଥୂଏଟର' ସହ ୨୦୧୫ ମସିହାରୁ ଜଡ଼ିତ ଥିଲେ। ସେ ନିଜର ଅଭିନୟ ପ୍ରତିଭା ଓ ପରିଶ୍ରମ ବଳରେ ରାଜ୍ୟ ଏବଂ ଜାତୀୟସ୍ତରରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି। ବିଶ୍ବ ରେକର୍ଡଧାରୀ ‘କାଏଁନଜୁରୀ’ ନାଟକରେ ମୁଖ୍ୟ ଚରିତ୍ରରେ ତାଙ୍କ ଅଭିନୟ ତାଙ୍କୁ ବ୍ୟାପକ ପ୍ରଶଂସା ଆଣିଦେଇଥିଲା। ସେହିପରି ‘ଉଲପି’ ଓ ‘ଲାଲ ପାଏନ' ଭଳି ନାଟକରେ ତାଙ୍କର ଜୀବନ୍ତ ଅଭିନୟ ମିରର ଥିଏଟରକୁ ଜାତୀୟ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେବାରେ ସହାୟକ ହୋଇଛି। ପରିବାରର ଆର୍ଥିକ ଅନଟନ ସତ୍ତ୍ୱେ ସେ ନିଜ ପ୍ରତିଭାକୁ ମାଉଳିବାକୁ ଦେଇ ନଥିଲେ। ବରଂ ତାଙ୍କ ମାଆ ତାଙ୍କୁ ସବୁବେଳେ ପ୍ରୋତ୍ସାହିତ କରୁଥିଲେ। ସୋନାଲି ନିଜର ସଫଳତାର ଶ୍ରେୟ ପରିବାରଲୋକଙ୍କୁ ଦିଅନ୍ତି। ଏନ୍ଏସଡିରେ ପଢିବା ପାଇଁ ଚାହୁଁଥିବା ଯୁବପିଢିମାନେ ଥିଏଟରରେ ଅଭିନୟ କରନ୍ତୁ। ଏହାଦ୍ୱାରା ଅଭିନୟର ଗମ୍ଭୀରତାକୁ ଅନୁଭବ କରିପାରିବେ ବୋଲି ସୋନାଲି କହିଛନ୍ତି।

Jharsuguda (ଝାରସୁଗୁଡ଼ା) • ରିପୋଟର ସୁକାନ୍ତ ପ୍ରଧାନ, ଝାରସୁଗୁଡା

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ: କେନ୍ଦ୍ରର ଦୁଇ ବଡ଼ ପଦକ୍ଷେପ
Jul 1, 2026•34 views

ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ପ୍ରୋତ୍ସାହନ: କେନ୍ଦ୍ରର ଦୁଇ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ, ଜୁନ୍ ୨୯: ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ବିଶ୍ୱସ୍ତରରେ ଅଧିକ ପ୍ରତିଯୋଗିତାମୂଳକ କରିବା ଏବଂ ଦେଶରେ ସିନେମା ହଲ୍‌ର ସଂଖ୍ୟା ବଢ଼ାଇବା ଲକ୍ଷ୍ୟରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଘୋଷଣା କରିଛି। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ପ୍ରଥମ ପଦକ୍ଷେପ ସ୍ୱରୂପ ପ୍ରସୂନ ଜୋଶୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ଅଧ୍ୟୟନ ଗୋଷ୍ଠୀ ଗଠନ କରାଯାଇଛି। ଏହି ଗୋଷ୍ଠୀରେ ଚଳଚ୍ଚିତ୍ର ଜଗତର ବିଶେଷଜ୍ଞ ଓ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରର ପ୍ରତିନିଧିମାନେ ସାମିଲ ହେବେ। ଗୋଷ୍ଠୀ ଭାରତୀୟ ସିନେମାର ସମ୍ଭାବନା ଓ ଚ୍ୟାଲେଞ୍ଜର ସମୀକ୍ଷା କରିବା ସହ ଏଆଇ, ଭର୍ଚୁଆଲ୍ ପ୍ରଡକ୍ସନ୍‌, ଆର୍ଥିକ ସହାୟତା, ନିବେଶ ଓ ବଣ୍ଟନ ବ୍ୟବସ୍ଥା ଭଳି ବିଷୟରେ ସୁପାରିଶ ଦେବ। ଏହା ତିନି ମାସ ମଧ୍ୟରେ ମନ୍ତ୍ରଣାଳୟକୁ ନିଜ ରିପୋର୍ଟ ଦାଖଲ କରିବ। ଦ୍ୱିତୀୟ ପଦକ୍ଷେପ ଭାବେ ମନ୍ତ୍ରଣାଳୟ ‘ମଡେଲ୍ ରାଜ୍ୟ ସିନେମା ନିୟମାବଳୀ’ ପ୍ରସ୍ତୁତ କରି ସମସ୍ତ ରାଜ୍ୟ ସରକାରଙ୍କୁ ପଠାଇଛି। ସିନେମା ହଲ୍‌ ସ୍ଥାପନ ପାଇଁ ଅନୁମତି ପ୍ରକ୍ରିୟାକୁ ସରଳ ଓ ଏକରୂପ କରିବା ସହ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ସିନେମା ଭିତ୍ତିଭୂମିର ବିକାଶକୁ ତ୍ୱରାନ୍ୱିତ କରିବା ଏହାର ଲକ୍ଷ୍ୟ। ମନ୍ତ୍ରଣାଳୟର କହିବାନୁସାରେ, ଏହି ଦୁଇ ପଦକ୍ଷେପ ଭାରତୀୟ ଚଳଚ୍ଚିତ୍ର ଶିଳ୍ପକୁ ଅଧିକ ସୁଦୃଢ଼, ଆଧୁନିକ ଓ ବିଶ୍ୱସ୍ତରରେ ପ୍ରତିଯୋଗିତାମୂଳକ କରିବା ସହ ସିନେମା ଶିଳ୍ପର ସାମଗ୍ରିକ ବିକାଶରେ ସହାୟକ ହେବ।

Bhubaneswar (ଭୁବନେଶ୍ୱର) • ରିପୋର୍ଟ: ସୁକାନ୍ତ ପ୍ରଧାନ ଭୁବନେଶ୍ୱର

ଯାଜପୁର ଜିଲ୍ଲା କୋରେଇ ଶଙ୍ଖ ଚିଲା ମହାପ୍ରଭୁଙ୍କ ଦେବସ୍ନାନ
Jul 1, 2026•50 views

ଯାଜପୁର ଜିଲ୍ଲା କୋରେଇ ଶଙ୍ଖ ଚିଲା ମହାପ୍ରଭୁଙ୍କ ଦେବସ୍ନାନ

କୋରାଇ ବ୍ଲକ ଲକ୍ଷ୍ମୀ ନଗର ପଞ୍ଚାୟତ ଅନ୍ତର୍ଗତ ରାଧା ନଗର ଗ୍ରାମ ମହାପ୍ରଭୁ ଙ୍କ ସ୍ନାନ ପୂର୍ଣ୍ଣିମା ରେ ଚତୃଦ୍ଧା ମୃର୍ତ୍ତି ଙ୍କୁ ବୈଦିକ ବ୍ରାହ୍ମଣ ଙ୍କ ଦ୍ଵାରା ରୀତି ନୀତି ଅନୁଯାୟୀ ୧୦୮ ଗରା ଜଳ ରେ ଦେବ ସ୍ନାନ କରା ହୋଇଥିଲା ଶ୍ରୀ ଜଗନ୍ନାଥ ଚେତନା ଚାରଣ ଗୋଷ୍ଠୀ ପୁରୀ ର ଚାରଣ ମାନଙ୍କ ଦ୍ୱାରା ବିଷ୍ଣୁ ସହସ୍ର ନାମ୍ ପଞ୍ଚଦଶ ଅଧ୍ୟାୟ ଗୀତା ହନୁମାନ ଚାଳିଶା ଭାଗବତ ପଠନ ହୋଇ ଥିଲା ଗ୍ରାମ ର ସମସ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ହରିବୋଲ ହୁଳହୁଳି ଦେଇ ଆଧ୍ୟାତ୍ମିକ ଭକ୍ତି ମୟ ପରିବେଶ ରେ ଆନନ୍ଦ ଉଳ୍ହାସ ଆଳତି କୀର୍ତ୍ତନ ରେ ମହାପ୍ରଭୁ ଙ୍କ ହାତୀ ବେଶ୍ ଦର୍ଶନ କରିଥିଲେ ।

Jajpur (ଯାଜପୁର) • ରିପୋର୍ଟ - ନିରୋଜ କୁମାର ସେଠୀ

ସେବା ହିଁ ସଙ୍କଳ୍ପ, ସ୍ୱାସ୍ଥ୍ୟ ହିଁ ସର୍ବୋଚ୍ଚ ପ୍ରାଥମିକତା
Jun 30, 2026•106 views

ସେବା ହିଁ ସଙ୍କଳ୍ପ, ସ୍ୱାସ୍ଥ୍ୟ ହିଁ ସର୍ବୋଚ୍ଚ ପ୍ରାଥମିକତା

ଜନସାଧାରଣଙ୍କୁ ଉନ୍ନତ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ପ୍ରଦାନ ସରକାରଙ୍କ ପ୍ରମୁଖ ଲକ୍ଷ୍ୟ। ଏହି ଉଦ୍ଦେଶ୍ୟକୁ ସାକାର କରିବା ଦିଗରେ ଆଜି ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଚାନକ ପରିଦର୍ଶନ କରି ମାନ୍ୟବର ମନ୍ତ୍ରୀଙ୍କ ପ୍ରତିନିଧି ଶ୍ରୀ କୈଳାସ ମହାପାତ୍ର ସ୍ୱାସ୍ଥ୍ୟ ସେବାର ସ୍ଥିତିର ସମୀକ୍ଷା କରିଥିଲେ। ପରିଦର୍ଶନ ସମୟରେ ସେ ହସ୍ପିଟାଲର ବିଭିନ୍ନ ୱାର୍ଡ ବୁଲି ଚିକିତ୍ସାଧୀନ ରୋଗୀମାନଙ୍କ ସହ ସିଧାସଳଖ କାର୍ଯ୍ୟବ୍ୟବସ୍ଥା କରିଥିଲେ। ରୋଗୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା, ଡାକ୍ତରୀ ସେବା, ଔଷଧର ଉପଲବ୍ଧତା ଏବଂ ହସ୍ପିଟାଲରେ ମିଳୁଥିବା ଅନ୍ୟାନ୍ୟ ସୁବିଧା ସମ୍ପର୍କରେ ପଚାରି ବୁଝିବା ସହ ସେମାନଙ୍କ ଅଭିମତକୁ ଗୁରୁତ୍ୱର ସହ ଶୁଣିଥିଲେ। କେବଳ ରୋଗୀ ନୁହେଁ, ହସ୍ପିଟାଲର କାର୍ଯ୍ୟବ୍ୟବସ୍ଥା, ପରିଚ୍ଛନ୍ନତା, ଚିକିତ୍ସା ସାମଗ୍ରୀର ଉପଲବ୍ଧତା ଏବଂ ସେବା ପ୍ରଦାନ ପ୍ରକ୍ରିୟାକୁ ମଧ୍ୟ ସେ ତଦାରଖ କରିଥିଲେ। ସ୍ୱାସ୍ଥ୍ୟ ସେବାରେ କୌଣସି ଅବହେଳା ନହେବା ସହ ପ୍ରତ୍ୟେକ ରୋଗୀ ଯେପରି ଉତ୍ତମ ଚିକିତ୍ସା ପାଇବେ, ସେଥିପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ। ଜନସାଧାରଣଙ୍କ ସୁଖ-ଦୁଃଖରେ ସାମିଲ ହେବା, ସେମାନଙ୍କ ସମସ୍ୟାକୁ ନିକଟରୁ ବୁଝିବା ଏବଂ ପ୍ରଶାସନକୁ ଅଧିକ ଦାୟିତ୍ୱବାନ କରିବା ହିଁ ସୁଶାସନର ପ୍ରକୃତ ପରିଚୟ। ଧାମନଗରବାସୀଙ୍କୁ ଆହୁରି ଉନ୍ନତ, ସହଜ ଓ ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯୋଗାଇବା ପ୍ରତି ଏହି ପରିଦର୍ଶନ ଏକ ଦୃଢ଼ ସଙ୍କଳ୍ପ ଓ ଜନସେବା ପ୍ରତି ଅଟୁଟ ପ୍ରତିବଦ୍ଧତାର ସଶକ୍ତ ବାର୍ତ୍ତା।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଧାମନଗରରେ ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଫରେଷ୍ଟର, ତଦନ୍ତ ଆରମ୍ଭ
Jun 30, 2026•134 views

ଧାମନଗରରେ ସଡ଼କ ଦୁର୍ଘଟଣା: ଅଳ୍ପକେ ବର୍ତ୍ତିଲେ ଫରେଷ୍ଟର, ତଦନ୍ତ ଆରମ୍ଭ

ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତର ଏନ୍‌ଏସି ଗେଟ୍ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଭଦ୍ରକରୁ ଧାମନଗର ଅଭିମୁଖେ ଯାଉଥିବା ବନ ବିଭାଗର ସରକାରୀ ଗାଡ଼ିକୁ ବିପରୀତ ଦିଗରୁ ଆସୁଥିବା ଏକ ପିକଅପ୍ ଭ୍ୟାନ୍ ଜୋରଦାର ଧକ୍କା ଦେଇଥିଲା। ଏହି ଧକ୍କାରେ ସରକାରୀ ଗାଡ଼ିର ସାମ୍ନା ଅଂଶ ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଗାଡ଼ିର ଏକ ଚକା ମଧ୍ୟ ବାଙ୍କୀ ଯାଇଥିଲା। ତେବେ ଗାଡ଼ିରେ ଥିବା ଫରେଷ୍ଟର ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ଭିଡ଼ ଜମାଇଥିଲେ। ଖବର ପାଇ ବନ ବିଭାଗର ଅଧିକାରୀ ଏବଂ ଧାମନଗର ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାର କାରଣ ନେଇ ତଦନ୍ତ ଆରମ୍ଭ କରିଛନ୍ତି। ପିକଅପ୍ ଭ୍ୟାନ୍‌ର ବେପରୁଆ ଚାଳନା କିମ୍ବା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ଘଟିଛି କି ନାହିଁ, ସେନେଇ ପୋଲିସ ଯାଞ୍ଚ କରୁଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କୌଣସି ପ୍ରାଣହାନି ଘଟିନଥିବା ବେଳେ ଫରେଷ୍ଟର ଅଳ୍ପକେ ରକ୍ଷା ପାଇଯାଇଛନ୍ତି।

Bhadrak (ଭଦ୍ରକ) • ରିପୋର୍ଟ :ଶିଶିର କୁମାର ସ୍ୱାଇଁ

ଯାଜପୁର ରୋଡ ରେଲୱେ ଷ୍ଟେସନ ରେ ଟୀକା ଦାନ
Jun 30, 2026•171 views

ଯାଜପୁର ରୋଡ ରେଲୱେ ଷ୍ଟେସନ ରେ ଟୀକା ଦାନ

ଯାଜପୁର ରୋଡ ରେଲୱେ ଷ୍ଟେସନ ରେ ଅଙ୍ଗନ ବାଡ଼ି କର୍ମଚାରୀ ଓ ସ୍ୱାସ୍ଥ୍ୟ କର୍ମୀ ମାନେ ପୋଲିଓ ବୁନ୍ଦା ଯାତ୍ରୀ ମାନଙ୍କଛୋଟ ପିଲା ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇ ଥିଲେ l ବସ୍ ଷ୍ଟାଣ୍ଡ, ଛକ, ବିଦ୍ୟାଳୟ, ଓ ଜନଗହଳି ଜାଗା ମାନଙ୍କରେ ପୋଲିଓ ବୁନ୍ଦା ଦେଉଥିବାର ଦେଖl ଯାଇଛି l " ଦୁଇବୁନ୍ଦା ପ୍ରତେକ ଥର, ପୋଲିଓ ଉପରେ ବିଜୟ ରୁହ ନିରନ୍ତର "ଆମଦେଶ ଭାରତ ପୋଲିଓ ମୁକ୍ତ ଅଟେ l ଯାହା ଆଗରୁ ଶିଶୁ ଙ୍କୁ ବିକଳାଙ୍ଗ କରିଦେଉଥିଲା l ସରକାର ଙ୍କ ଦ୍ୱାରା ସଚେତନତା ଓ ଦୃଢ ପଦକ୍ଷେପ ପାଇଁ ଏହା ପୋଲିଓ ମୁକ୍ତ ସମ୍ଭବ ହୋଇପାରିଛି ସେଥିପାଇଁ ଦୁଇ ଥର ପୋଲିଓବୁନ୍ଦା ବର୍ଷ କୁ ଦୁଇଥର ବାଧ୍ୟତା ମୂଳକ ଦିଆଯାଉଛି l ପୋଲିଓ କୁ ସମୂଳେ ଧ୍ବଂସ କରିବାର ପ୍ରୟାସ ସରକାର ଜାରି ରଖିଛନ୍ତି l ଯଦି ଅବହେଳା ହୁଏ ପୁଣି ଫେରିପାରେ ସେଥିପାଇଁ ସରକାର ଓ ଜନସମାଜ ଦୃଷ୍ଟି ରଖିବା ଆବଶ୍ୟକ l

Jajpur (ଯାଜପୁର) • ରିପୋର୍ଟ :-ପ୍ରଦୀପ କୁମାର ପୃଷ୍ଟି, ଯାଜପୁର ରୋଡ

ଅନୁଗୋଳରେ ଉଦଘାଟିତ ହେଲା ଆଧାର ସେବା କେନ୍ଦ୍ର
Jun 30, 2026•98 views

ଅନୁଗୋଳରେ ଉଦଘାଟିତ ହେଲା ଆଧାର ସେବା କେନ୍ଦ୍ର

ଅନୁଗୋଳ : ଜିଲ୍ଲାରେ ଆଧାର ସଂଶୋଧନ ଓ ନୂତନ ପଞ୍ଜୀକରଣକୁ ନେଇ ଲୋକମାନେ ଭୋଗୁଥିବା ସମସ୍ୟାକୁ ଦୃଷ୍ଟିରେ ରଖି UIDAI ର ସହଯୋଗରେ BLS ଇଣ୍ଟରନ୍ୟାସନାଲ ସଂସ୍ଥା ପକ୍ଷରୁ ଅନୁଗୋଳରେ ଏକ ଆଧାର ସେବା କେନ୍ଦ୍ର ସ୍ଥାପିତ ହୋଇଯାଇଛି। ଅନୁଗୋଳର କାଲଟେକ୍ସ ଛକ ନିକଟରେ ଥିବା କ୍ରେସେଣ୍ଟ କନଭେନସନର ଗ୍ରାଉଣ୍ଡ ଫ୍ଲୋର ବିଲ୍ଡିଂ କମ୍ପ୍ଲେକ୍ସଠାରେ ପ୍ରଥମ ଥର ପାଇଁ ଏହି ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ପ୍ରତିଷ୍ଠା କରାଯାଇଛି। ଅନୁଗୋଳର ମାନ୍ୟବର ଅନୁଗୋଳ ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏପର୍ଯ୍ୟନ୍ତ ନୂତନ ଆଧାର ପଞ୍ଜୀକରଣ, ତ୍ରୁଟି ସଂଶୋଧନ ଏବଂ ବାୟୋମେଟ୍ରିକ ଅପଡେଟ୍ ଭଳି ଜରୁରୀ ସେବା ପାଇଁ ଅନୁଗୋଳବାସୀଙ୍କୁ ଭୁବନେଶ୍ୱର ଯିବାକୁ ପଡ଼ୁଥିଲା। ଏବେ ସେହି ସବୁ ସୁବିଧା ସ୍ଥାନୀୟ ସ୍ତରରେ ହିଁ ଉପଲବ୍ଧ ହେବ। ଏହି ଆଧାର କେନ୍ଦ୍ରଟି ସପ୍ତାହର ସମସ୍ତ ୭ ଦିନ ଖୋଲା ରହିବ। ଏହି ଅବସରରେ ମାନ୍ୟବର ବିଧାୟକ ଏଭଳି ଏକ ଜନହିତକର ପଦକ୍ଷେପ ପାଇଁ UIDAI ଏବଂ BLS ଇଣ୍ଟରନ୍ୟାସନାଲ ସଂସ୍ଥାକୁ ଧନ୍ୟବାଦ ଜଣାଇଛନ୍ତି।

Angul (ଅନୁଗୋଳ) • ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନା