ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଓଲଟି ପଡିଥିଲା ଦ୍ରୁତଗାମୀ ମାଲ ବୋଝେଇ ଟ୍ରକ
Angul (ଅନୁଗୋଳ)ରିପୋର୍ଟ: ରୁଦ୍ର ମୋହନ ସାହୁ ଓ ସରୋଜ କାନ୍ତ ଜେନାJuly 1, 2026102 views

ଅନୁଗୋଳ: ବଅଁରପାଳ ଥାନା ନୂଆହତା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ନୂଆହତା ପଞ୍ଚାୟତ ଯୋରାଗାଡ଼ିଆ ଗ୍ରୀଡ ସମ୍ମୁଖ ରେ ଦ୍ରୁତଗାମୀ ଏକ ମାଲ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡ଼ିଛି। ଆଜି ଅପରାହ୍ଣ ୧୨ ଘଟିକା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ଗାଡ଼ି ଚାଳକର ଭଗବାନ ଙ୍କ କୃପାରୁ କୌଣସି କ୍ଷତି ଘଟିନାହିଁ । ଡ୍ରାଇଭର୍ ସୂଚନା ମୁତାବକ ଟ୍ରକ ଟି ଢେଙ୍କାନାଳରୁ ମାଲଧରି ଛତ୍ତିଶଗଡ଼ ଅଭିମୁଖେ ଦ୍ରୁତଗତିରେ ଯାଉଥିବା ବେଳେ କୌଣସି ଏକ କାରଣରୁ ନିୟନ୍ତ୍ରଣ ହରାଇ ଓଲଟି ପଡିଥିବା ଦେଖିବାକୁ ମିଳିଥିଲା। ଘଟଣା ସ୍ଥଳରେ ସ୍ତାନୀୟ ଲୋକ ପହଞ୍ଚି ଗାଡ଼ି ଚାଳକକୁ ଗାଡି ମଧ୍ୟରୁ ଉଦ୍ଧାର କରିଥିବା ବେଳେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
